Nityananda Sahu

Drama Romance Thriller

3  

Nityananda Sahu

Drama Romance Thriller

ଭରଜିନଭାଗ -୫

ଭରଜିନଭାଗ -୫

6 mins
169


ବାସର ରାତି । ଜୀବନର ଶେଷ ସମୟ ତକ କାଟିବା ପାଇଁ ଘର ଲୋକ ବାଛି ଦେଇଥିବା ଜୀବନ ସାଥି ଆଜି ଟିପି ଟିପି ଚନ୍ଦନ , ମଥାରେ କୁକୁମ , ପାଦରେ ଅଳତା ସହ ହାତରେ ମେହେନ୍ଦୀ ଆଉ ଗଭାରେ ରାଜନୀଗନ୍ଧା ର ହାର ପିନ୍ଧି ଲାଲ ଟୁକଟୁକ ସାଧବ ବୋହୂ ସାଜିଛି । ଲାଲ ରଙ୍ଗର ପାଟ ଶାଢ଼ୀ ପିନ୍ଧି ଖୁବ ସୁନ୍ଦର ଦିଶୁଥିଲା ଘରଣୀ ମୋର। ବାମ ହାତରେ ମଲ୍ଲୀ ଫୁଲର ହାର ଗୁଡ଼ାଇ , ମନରେ ମୋହିତ ବାସ୍ନା ଜଗାଇ କୁମାର ପ୍ରବେଶ କରିଛି କାମିନୀ ଅପେକ୍ଷା କରିଥିବା ଘର ଭିତରକୁ। 

  ବାସର ଶେଜରୁ ଓହ୍ଲାଇ ଆସି କାମିନୀ ପାଦ ଛୁଇଁ ପ୍ରଣାମ କରେ। ଦୁଇ ହାତରେ କାମିନୀ କୁ ଧରି କୁମାର ସେଜରେ ବସାଇ ଦିଏ। ଓଢଣୀ ଖୋଲି କମିନୀର ଅପରୂପ ସୌନ୍ଦର୍ଯ୍ୟ କୁ କୁମାର ଦେଖି ବିମୋହିତ ହୋଇ ଉଠେ।

    ଏ ରାତିର ଯୌବନ , ସଙ୍ଗିନୀର ଆକର୍ଷଣ ଆଉ ଦେହର ତୃଷ୍ଣା କୁମାରର ମନରେ ମାତଙ୍ଗ ମୁଡ ଭରି ଦେଉଥାଏ। ଯାହାର ଏ ଅର୍ଥ ନୁହେଁ କି ସେ କେବେ ଜୀବନରେ ଦୈହିକ ସୁଖ କୁ ଅନୁଭବ କରି ନାହିଁ , ବରଂ ଏମିତି ରାତିର ମୁହୂର୍ତ୍ତ, ସଙ୍ଗିନୀ ସୌନ୍ଦର୍ଯ୍ୟ ଆଉ ମଲ୍ଲୀ , ଗୋଲାପ ,ଗଜରା ଦ୍ୱାରା ସଜ୍ଜିତ ଶେଜ କୁ କେବେ ସେ ସେଇ ଉପଭୋଗ ମୁହୂର୍ତ୍ତରେ ପାଇ ନାହିଁ । ଆଜି ଯେତେବେଳେ ମନ ଭିତରେ ବ୍ୟକୁଳତା ବଢିବାକୁ ଲାଗିଛି, ଅତୀତ ବି ଧୀରେ ଧୀରେ ମନେ ପଡି ଯାଉଛି।

    କାମିନୀ ବି ଏ ସୁନ୍ଦର ଆକର୍ଷଣୀୟ ଶେଜ କୁ ପାଇ ନାହିଁ କିନ୍ତୁ ଜୀବନରେ ଉପଭୋଗ ବି ସେ କରି ଅଛି।

  ବାସ ଦୁହିଁଙ୍କ ମନରେ କେବଳ ସେଇ ଗୋଟିଏ ପ୍ରଶ୍ନ ? ଯାହାକୁ ଆମେ ଉପଭୋଗ କରି ସାରିଛୁ , ତାକୁ ପାଇବା ପାଇଁ ଏ ସବୁ ସୌନ୍ଦଯ୍ୟକରଣ କରିବା କଣ ନିତାନ୍ତ ଆବଶ୍ୟକ  ସେ ଭଡା ଘର ହେଉ କି ହୋଟେଲ ର ଚାରି କାନ୍ଥ , ମାନ ଅଭିମାନ ମିଶା ଭଲ ପାଇବାର ଅଗ୍ନି ପରୀକ୍ଷା ବାଧ୍ୟ କରି ଦେଇଛି ନିଜକୁ ଉତ୍ସର୍ଗ କରି ଦେବା ପାଇଁ । ଦେହରେ ସୌନ୍ଦର୍ଯ୍ୟ ଭରା ବସ୍ତ୍ର କିମ୍ବା ରୁମର ଡେକରେଟର କିଛି ଆବଶ୍ୟକ ନାହିଁ। ବାସ ଖାଲି ମୁଡ ହେଲେ ହେଲା। ଆକର୍ଷଣ ତ ପ୍ରଥମ ଦେଖାରୁ ହୋଇ ସାରିଛି। ଦେହର ବସ୍ତ୍ର କଣ କାମନାର ଜ୍ଵାଳାକୁ ଅଟକାଇ ରଖି ପାରିବ ? ଲଜ୍ୟା ନିବାରଣ ନିମନ୍ତେ ଯେଉଁ ବସ୍ତ୍ର ପରିଧାନ କରିଥାଉ ତାହା ପ୍ରେମର ଅସ୍ତିତ୍ୱ କୁ ବଞ୍ଚେଇ ରଖିବା ପାଇଁ ଅନ୍ଧାର କୋଠରୀ ଭିତରେ ଧୀରେ ଧୀରେ ଅଦୃଶ୍ୟ ହେବାକୁ ଲାଗେ।

  କାହିଁକି ନା ଦେହ ଅପେକ୍ଷା ଆମେ ପ୍ରେମକୁ ଗୁରୁତ୍ୱ ଦେଉ । ଦେହ ଦାନ ନ କଲେ ପ୍ରେମ ରୂପକ ଯଜ୍ଞ ରେ ସଫଳତା ପାଇବା ଅସମ୍ଭବ । ସେଥିପାଇଁ ଆମ ଦେହର ଅସ୍ତିତ୍ୱ କୁ ସେଠି ସମର୍ପଣ କରି ଦେଉ । ତା' ପରେ କଣ ପ୍ରେମ ମିଳେ ? ଏ ପ୍ରଶ୍ନର ଉତ୍ତର ରତିକ୍ରିୟା କରିବା ପୂର୍ବରୁ ଭାବିବାକୁ ହିଁ ସମୟ ମିଳେ ନାହିଁ । କାରଣ ପ୍ରେମର ସ୍ୱାଭିମାନ ଆମକୁ true love କି ନାହିଁ ଜାଣିବାର ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲି ଥାଏ । 

ଯାହାଙ୍କୁ ଆମେ ଭଲ ପାଇଥାଉ , ତାକୁ ହୃଦୟରୁ ଚାହିଁବା ଭୂଲ ନୁହେଁ କିନ୍ତୁ ଯଦି ପକୃତ ଭଲ ପାଉଛୁ କି ନାହିଁ ଜାଣିବାକୁ ସେ ଚାହିଁବେ ,ତେବେ ଆମକୁ କି ପରୀକ୍ଷା ଦେବାକୁ ହେବ ବା କେମିତି ପ୍ରମାଣିତ କରିବାକୁ ପଡିବ ? ଏ ପ୍ରଶ୍ନର ଉତ୍ତର କାହା ପାଖରେ କଣ ସତରେ ଥାଇ ପାରେ ! ବାସ , ଏଇ ଗୋଟେ ପ୍ରଶ୍ନ ହିଁ ନିଜକୁ ଭେଟି ଦେବାର ଶେଷ ଉତ୍ତର ବା ପ୍ରମାଣ ହୋଇ ଥାଏ।  ତା ପରେ କେତେ ଦିନ ପ୍ରେମ ଜୀବିତ ରୁହେ ହୃଦୟରେ ସେ କଥା କହିବା ସମ୍ଭବ ନୁହେଁ । କାରଣ ନିଶାଗ୍ରସ୍ତ ମଣିଷ ନିଶା କୁ ହିଁ ଭଲ ପାଏ ,ନା କି ନିଶା ଛାଡିବାକୁ ପ୍ରବଚନ ଦେଉ ଥିବା ଲୋକଙ୍କୁ ।

  ଏଠି ବି ଘଟଣା ଠିକ ସେମିତି ,ଥରେ ପ୍ରମାଣ ଦେବାକୁ ଯାଇ ଉପଭୋଗ କରି ସାରିଲା ପରେ ,ବାରମ୍ବାର ଏ ଦେହ ମନ କାହିଁକି ପରୀକ୍ଷା ଦେବ ? ବାସ ଯେବେ ଠୁ ପ୍ରତିବାଦ ବା ବିରୋଧ ଆରମ୍ଭ ହୁଏ ସେଠୁ ପ୍ରେମ ସରି ସରି ଯାଏ । ତାର ବି ଆଉ ଗୋଟେ କାରଣ ଅଛି, ନିଶା ଦେହରେ ଯେତେ ଚଢ଼ିବ , ମନ ଆଉ କିଛି ଭଲ ନିଶା କରିବାକୁ ହିଁ ଚାହିଁବ।କାହିଁକି ମଣିଷ ର ସ୍ଵଭାଵ ତ ପରିବର୍ତ୍ତନ ଶୀଳ ହୋଇ ଥାଏ। ସେଥିପାଇଁ ପ୍ରଥମ ପ୍ରେମ ଅନେକଙ୍କ ର ସଫଳ ହୋଇ ପାରେ ନାହିଁ। 

ଆଜି କାମିନୀ ମନରେ ଅନେକ ସନ୍ଦେହ । ଏ ରାତି ତା ଜୀବନରେ ଯେମିତି ପୁଣି ଥରେ ଦୁଃଖ ନ ଧରି ଆସୁ। କୁମାର କଣ ସତରେ ମତେ ପାଇ ଖୁସି ଅଛନ୍ତି ? ମୁଁ କଣ ତାଙ୍କୁ ସେ ଖୁସି ଦେଇ ପାରିବି ନାହିଁ ଇତ୍ୟାଦି ଇତ୍ୟାଦି ତା ମନ ଭିତରେ ଭାବି ଚାଲିଛି। କୁମାର ଅନ୍ୟପଟେ କାମିନୀ କୁ ଦେଖି ତାର ପ୍ରଥମ ପ୍ରେମର ଅଭୁଲା ସ୍ମୃତିରେ ଘୁରି ବୁଲୁଥାଏ। ଦୁହେଁ ନିରବ , କେହି କାହାକୁ କିଛି ବି ସାହାସ କରି ପଚାରି ପାରୁ ନାହାନ୍ତି । ଦୁହେଁ ଶିକ୍ଷିତ , ମର୍ଡନ ପିଲା ଆଉ ସ୍ମାର୍ଟ ମଧ୍ୟ । ତଥାପି ଅତୀତ ଆଜି ଆକର୍ଷଣ ର କେନ୍ଦ୍ର ବିନ୍ଦୁ ସାଜିଛି । କାମିନୀ ସତିତ୍ୱକୁ ତା ଭିତରେ ସତ୍ୟ ପ୍ରମାଣିତ କରିବାକୁ ଚେଷ୍ଟା କରୁ ଥିବା ବେଳେ କୁମାର ନିଜର ପୁରୁଷତ୍ବ କୁ ନେଇ ଖୁବ ଚିନ୍ତିତ। 

ରାତିର ଯୌବନ ଧୀରେ ଧୀରେ ସରି ଆସୁଥାଏ। ପ୍ରେମରେ ପରାହତ ହେଲା ପରେ ଦୁହେଁ ବି ଆଘାତ ପ୍ରାପ୍ତ ଦେହ ଖୁଦା ରେ ଜଜ୍ଜରିତ। କାହିଁକି ସେମାନେ ତା ପର ଠାରୁ ଭାଙ୍ଗି ପଡ଼ିଥିଲେ ଆଉ ସୁଯୋଗ ବି ପାଇ ନ ଥିଲେ । ବାରମ୍ବାର ଆଘାତ ପାଇ ନିଜର ଅସ୍ତିତ୍ୱକୁ ନେଇ ପ୍ରଶ୍ନ କେହି ଜଣେ ଯେତେବେଳେ କରେ ସେତେବେଳେ ନିଜ ଉପରେ ଥିବା ଆତ୍ମୋସମ୍ମାନ କୁ ଆଘାତ ପହଞ୍ଚି ଥାଏ ଆଉ ମନରେ ଘୃଣା ବି ଜାତ ହୁଏ ।

  ଆଜି ଦୁହେଁ ପରସ୍ପର ବିରୋଧି ଚିନ୍ତା ମନରେ କରୁ ଥିଲେ ବି ସେମାନେ ତ ପ୍ରେମିକ କି ପ୍ରେମିକା ନୁହଁନ୍ତି । ତେଣୁ ମନରେ କ୍ରୋଧାନ୍ୱିତ ହେବାର କାରଣ ନାହିଁ। ପରିବାର ଏ ସମ୍ପର୍କ ର ମୂଳଧୂଆ ପକାଇ ଛନ୍ତି। ତେଣୁ ନିଜର ଭୂଲ କୌଣସି ମତେ ପ୍ରକାଶ ନ ହେଉ ସେଥିପାଇଁ ଦୁହେଁ ଯତ୍ନବାନ। ଶେଷରେ କୁମାର ନିଜକୁ ରୋକି ନ ପାରି ସମ୍ପର୍କ ସ୍ଥାପନ କରିବାକୁ ଆଗକୁ ବଢ଼ିଲା। କାରଣ ସେ ଜାଣିଥିଲା ଯେ ପୁରୁଷକୁ ପୁରୁଷତ୍ବର ପରୀକ୍ଷା ଦେବା ପାଇଁ ସମାଜ କହବ ନାହିଁ ତେଣୁ ଅତୀତକୁ ମନେ ପକାଇ ତାର ବା କି ଲାଭ। ତେଣୁ ଆଜିର ଦିନକୁ କେମିତି ଆହୁରି ବେଶି ମଧୁର କରିହେବ ସେଥିପାଇଁ ତାର କାମନାର ଲାଳସା ଦେହରେ ଜାଗ୍ରତ ହେଲା। କୁମାର ଆଉ ସାହାସ କରି ନିଜର ଅତୀତ କୁ ପ୍ରକାଶ କରି ନୂଆଁ କରି ଗଢି ଉଠିଥିବା ସମ୍ପର୍କରେ ଫାଟ ସୃଷ୍ଟି କରିବାକୁ ଚାହୁଁ ନଥିଲା। ଯାହାଦ୍ଵାରା ଘର ଲୋକଙ୍କ ଠାରୁ ଲୁଚେଇ ଆସିଥିବା ଅତୀତ ବି ତାର ସୁରକ୍ଷିତ ରହିବ ବୋଲି ଭାବି ନେଲା।

    କାମିନୀ ଯେତେବେଳେ ଦେଖିଲା ନିଆଁ ନିଜେ ଘିଅ ଆଡ଼କୁ ଆକାର୍ଷିତ ତେବେ ଘିଅ କଣ ବେଶି ସମୟ ତରଳି ବା ଠାରୁ ନିଜକୁ ଦୂରେଇ ରଖି ପାରିବ । ତେଣୁ ଅତୀତର ଘା କୁ ଆଉ ନ କୁଣ୍ଢେଇ ଚୁପ ରହିଯିବା ଭଲ ଭାବି , ପୂର୍ବର ଯୋଜନା ମୁତାବକ ସେ ବି ଆଗକୁ ବଢ଼ିଲା। କାଚ ଗ୍ଲାସର କ୍ଷୀର ପିଇ ସାରିଲା ପରେ ଘରର ବିଜୁଳୀ ବତୀ ଲିଭି ସାରିଥିଲା । ଘିଅ ଦ୍ବୀପର ସ୍ୱଳ୍ପ ଆଲୁଅରେ ଦୁଇ ନବ ବିବାହିତା ଦମ୍ପତି ଉପଭୋଗର ଚରମ ସୀମାରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ।

   ଧୀରେ ଧୀରେ ଦେହର ନିଆଁ ଆହୁରି ବଢିବାକୁ ଲାଗିଲା। ଦୁହେଁ ଦୁହିଁଙ୍କୁ ମପିଚୁପି ଉପଭୋଗ କରୁଥିଲେ କାଳେ ପୂର୍ବରୁ ଅଭ୍ୟାସ ଥିବାର କେହି ଅନୁମାନ କରି ନିଅନ୍ତୁ । ସମୟ ଆଉ ସୁଯୋଗ ଦେଖି କାମିନୀ ପୂର୍ବର ଯୋଜନା କୁ ସଫଳ କରି ନେଲା । ଯାହା କି କୁମାର ଅଂଜ୍ଞାତ ରେ ଘଟିଲା। କୁମାର ବି ଯାହା ଚାହୁଁଥିଲା ସୁଖ ପାଇଲା ପରେ ସେ ସବୁ ପ୍ରତି ଧ୍ୟାନ ଦେବାକୁ ଭୂଲି ଗଲା । କାରଣ ସେ ବି ଜାଣିଥିଲା ଯେତେ ସମ୍ପର୍କକୁ ଘାଣ୍ଟିବ ସେତେ ପୁରୁଣା ରୋଗ ନିଜ ଭିତରେ ଅଙ୍କୁରିତ ହେବ।

    କୁମାର ସନ୍ତୁଷ୍ଟ ହୋଇଥିବା ଜାଣି କାମିନୀ ବି ମନେ ମନେ ଖୁସି ହେଲା। ଯୋଜନାର ସଫଳ ରୂପାୟନ କରି ପାରିଛି ଭାବି ଗର୍ବ କଲା।ରାତି ପହିଲା ଘରେ ଥିବା କଞ୍ଜରଭେଟିଭ ଲୋକେ ସଫେଦ ଚଦର ଲାଲ ଦାଗ ଦେଖି ବୋହୂ ତାଙ୍କର ହୀରା ଠାରୁ ବି ଅମୂଲ୍ୟ ଜାଣି ଖୁସି ହେଲେ । ଯାହାକୁ ପରେ କୁମାର ବି ଦେଖି ମନେ ମନେ ଆନନ୍ଦିତ ହେଲା । କାରଣ ସେ ବି ଠିକ କିଛି ସମୟ ପାଇଁ ସେଇଆ ହିଁ ଚାହୁଁଥିଲା। ତେଣୁ ତାର ଆନନ୍ଦ କହିଲେ ନ ସରେ । କାମିନୀ ଯେ ତା ପାଇଁ ଉପଯୁକ୍ତ ପତ୍ନୀ ଜାଣି ସେ ବି ଖୁସି ହେଲା । ପରିବାର ଲୋକ ସତ୍ୟ କୁ ଜାଣି ପାରିଲେ ନାହିଁ ଏବଂ ବୋହୂ ତାଙ୍କ ପବିତ୍ର ଜାଣି ପାରିଲେ। ଏହା ଦେଖି କାମିନୀ ବି ମନେ ମନେ ଖୁସି ହେଉ ଥିଲା। କୁମାର ଆଉ କାମିନୀ ଦୁହେଁ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ନିଜର ଷ୍ଟାଟସ ରେ ବାହାଘର ର ଫଟୋ ସହ ଟ୍ୟାଗରେ ଲେଖିଲେ 

  " ମେଡ ଫର ଇଚ ଅଦର" 

ସମସ୍ତେ ମଧ୍ୟ ଦୁହିଁଙ୍କର ବନ୍ଧନକୁ ଉତ୍ତମ ଦର୍ଶାଇ ସମର୍ଥନ କରିବା ସହ ଶୁଭେଚ୍ଛା ଜଣାଇଲେ । ସମୟ ଗଡି ଚାଲିଥାଏ ଆଉ ଦୁହିଁଙ୍କ ଭିତରେ ସମ୍ପର୍କ ଆହୁରି ମଜଭୁତ ହୋଇ ଚାଲିଥାଏ ।ହସ ଖୁସିର ସଂସାରରେ ଦୁହେଁ ଦୁହିଁଙ୍କର ଅତୀତକୁ ଆଉ ହୃଦୟରେ ଅଙ୍କୁରିତ କରୁ ନ ଥିଲେ । ଦୁହେଁ ଦୁହିଁଙ୍କୁ ପାଇ ଖୁବ ଖୁସି ଥିଲେ । ବିବାହର ଅନ୍ୟନାମ ପରିବାରରେ ନୂତନ ଅତୀଥିର ଆଗମନ ହେବା ସହ ପରିବାର ଆଗକୁ ବଢିବା ଉଦ୍ଦେଶ୍ୟ ହୋଇଥାଏ । ଏହା ଭିତରେ ଶାଶୁଘର ଲୋକଙ୍କର ଉତ୍ତମ ବ୍ୟବହାର ଆଉ ସ୍ନେହ ପାଇ କାମିନୀ ବି ବହୁତ ଖୁସି ହେଉଥାଏ । ନିଜକୁ ଭରଜିନ ବୋଲି ସେ ପ୍ରମାଣିତ କରି ଗର୍ବ ବି ମନେ ମନେ କରୁଥାଏ । ଏହା ଭିତରେ ଦୀର୍ଘ ଏକ ବର୍ଷ ବିତି ଯାଇଥାଏ । ପରିବାରରେ ପିଲାପିଲି କରିବା ପାଇଁ ଚାପ ସୃଷ୍ଟି ହେଉ ଥାଏ । ତେଣୁ ଦୁହେଁ ଏବେ ପ୍ଲାନ କରିବା ଆରମ୍ଭ କରିଲେ ।


  କ୍ରମଶଃ


Rate this content
Log in

Similar oriya story from Drama