Nityananda Sahu

Drama Romance Thriller

3  

Nityananda Sahu

Drama Romance Thriller

ଭରଜିନ ଶେଷ ଅଧ୍ୟାୟ

ଭରଜିନ ଶେଷ ଅଧ୍ୟାୟ

6 mins
195


ପୂର୍ବରୁ ଟେଷ୍ଟ କରିଥିଲେ ବି ଏ ରୋଗ ଦେହରେ ବାହାରି ନ ଥିଲା। ତେବେ ଆଜି ଏ ରୋଗ ଦେହ କୁ କେଉଁଠୁ ଆସିଲା ? ହୁଏତ ସାର ଆପଣ ଭୂଲ ରିପୋର୍ଟ ଦେଇଛନ୍ତି। ବାରମ୍ବାର କାମିନୀ ସେଇ ଗୋଟେ କଥାକୁ କହି ଚାଲି ଥାଏ। ଆପଣ ଜାଣି ରଖିବା ଦରକାର ,ଆପଣଙ୍କର ଏଇ ଭୂଲ ପାଇଁ ଆଜି ଗୋଟେ ସଂସାର ଉଜୁଡି ଯିବାକୁ ବସିଛି।କାଉନିସଲରଙ୍କର କଥାକୁ କର୍ଣ୍ଣପାତ ନ କରି କାମିନୀ ଗପି ଚାଲି ଥାଏ । ଧର୍ଯ୍ୟ ଧରାଇ କୁମାର କହୁଥିଲା ଯାହା ହେବାର କଥା ଘଟି ସାରିଲାଣି କାମିନୀ । ଏବେ ମୁଣ୍ଡ ବାଡେଇ ଆଉ ବା କି ଲାଭ । ଭଗବାନ ଙ୍କୁ ଡାକ ଏ ରୋଗ ଯେମିତି ଆମ ସନ୍ତାନ କୁ ଗ୍ରାସ ନ କରୁ। ସେ ସୁସ୍ଥ ହୋଇ ସବୁ ଦିନ ସେମିତି ହସି ଖେଳୁ ଥାଉ। 

ତୁମେ କଣ କହୁଛ କୁମାର ଜାଣିଛ ତ ? କାଲି ସକାଳେ ଯେତେବେଳେ ପୁଅ ଆମର ବଡ଼ ହୋଇଯିବ ,ଆଉ ଏ ସମାଜର ଲୋକେ ତାକୁ ଆମର ଏ ରୋଗ ସମ୍ପର୍କରେ କହିବେ ,ସେତେବେଳେ ତାର ମନର ଅବସ୍ଥା କଣ ହେବ ଟିକେ ବୁଝିବାକୁ ଚେଷ୍ଟା କର ! ତା ମନରେ ଆମ ପାଇଁ ସମ୍ମାନ ଯାତ ହେବା ବଦଳରେ ଘୃଣା ଭାବ ଜନ୍ମ ନେବ। ଆମର ଚରିତ୍ର ସଂହାର ହେଉଥିବା ଜାଣିଲେ ନିଜର ନିୟନ୍ତ୍ରଣ ହରାଇ ସେ ହିଂସ୍ର ହୋଇ ଯାଇ ପାରେ । ଚୁପ କର କାମିନୀ ଭଗବାନ କରନ୍ତୁ , ସେ ସୁସ୍ଥ ଥାଉ । ଦୁହେଁ ଅସ୍ତିର ଆଉ ବିବ୍ରତ ଥିଲେ। ମନର ପାଗଳାମି ସବୁ ସୀମା ଅତିକ୍ରମ କରିବାକୁ ବସି ସାରିଥିଲା ଦୁହିଁଙ୍କର। କାଉନିସଲରଙ୍କୁ ଏ ରୋଗ ଦେହରେ ଥାଇ ବି କେମିତି ଚିହ୍ନଟ ହୋଇ ପାରୁ ନ ଥିଲା ଯେତେବେଳେ କାମିନୀ ପ୍ରଶ୍ନ କଲା ସେତେବେଳେ କାଉନିସଲର କହୁଥିଲେ

ଦେହର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିଲେ ଏ ରୋଗର ପ୍ରଭାବ ଦେହରେ କମ ଅନୁଭବ ହୁଏ। ଆଜି ଯାଏଁ କୌଣସି ପ୍ରତିଶୋଧକ ଟୀକା ବାହାରି ନ ଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନି କାରକ ହୋଇଥାଏ। ବିଶେଷ କରି ଯଦି ଦେହରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରୁହେ ,ତେବେ ଏହା ଆମ ଶରୀରର CD4 କୋଷ ଭିତରେ ନିଜକୁ ଲୁକାୟିତ କରି ରଖେ । ପରବର୍ତ୍ତୀ ସମୟରେ ଦେହରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇ ଗଲେ , ଏହା ସକ୍ରିୟ ହୋଇ ଉଠେ। ଆପଣ ଯେତେବେଳେ ପ୍ରେଗନାଣ୍ଟ ସମୟରେ ପରୀକ୍ଷା କରିଥିବେ ,ସେତେବେଳେ ହୁଏତ ଆପଣଙ୍କ ଦେହର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବା ହେତୁ ଏ ଭୂତାଣୁ ଦେହର CD4 କୋଷ ଭିତରେ ଲୁଚି ଥିଲା , ଯେଉଁଥି ପାଇଁ ଚିହ୍ନଟ ହୋଇ ପାରୁ ନ ଥିଲା। ଭୂତାଣୁ ଲୁଚି କରି ଦେହରେ ରହୁଥିବା ସମୟକୁ ଆମ ମେଡ଼ିକାଲ ଭାଷା ରେ ତାକୁ Window period କୁହାଯାଏ। ଯେଉଁଥିରେ ଭୂତାଣୁ କୁ ଚିହ୍ନଟ କରିବାକୁ advance , ଜ୍ଞାନକୌଶଳ ର ଆବଶ୍ୟକତା ଅଛି।

ତା ମାନେ ନୁହେଁ ଯେ ଏହି ସମୟରେ ଭୂତାଣୁ କୁ ଚିହ୍ନଟ କରି ହେବ ନାହିଁ, ନିଶ୍ଚୟ କରି ହେବ ,ଯଦି ELISA (ENZYME LINK IMMUNE SORBENT ASSAY) କରାଯାଇ ଭୁତାଣୁ ର P24 ର ପ୍ରୋଟିନ ପାଟିକିଲ କୁ ଚିହ୍ନଟ କରି ହେବ ,ତେବେ ଯାଇ ଖୁବ ଶୀଘ୍ର ଏହାକୁ ଚିହ୍ନଟ କରିବାରେ ସହାୟ ହେବ। କିନ୍ତୁ ଏହି ଟେଷ୍ଟ ପକ୍ରିୟା ବହୁତ ଦାମୀ ହୋଇ ଥାଏ । ତେଣୁ ସାଧାରଣ ରେ ଏହା କରିବା ପାଇଁ ଡାକ୍ତର ମାନେ କୁହନ୍ତି ନାହିଁ। ଯେଉଁ ବ୍ୟକ୍ତି ଅର୍ଥ ଖର୍ଚ୍ଚ କରି ପାରିବେ ତାଙ୍କୁ ନିଶ୍ଚୟ P24 assay କରିବାକୁ କୁହାଯାଏ। ବାକି ରହିଲା ଆପଣଙ୍କ ର କଥା ଡେଲିଭରି ସମୟରେ window period ଚାଲୁଥିବାରୁ ହୁଏତ ଏ ରୋଗ ରକ୍ତରେ ଚିହ୍ନଟ ହୋଇ ପାରି ନାହିଁ। ଏବେ ଯେତେବେଳେ ଏ ରୋଗ ଦେହରେ ବାହାରି  ସାରିଲାଣି, ମୃତ୍ୟୁ ତ ନିଶ୍ଚିତ। ଆଉ ମୁଣ୍ଡ କୁ କାନ୍ଥରେ ପିଟି ଲାଭ କଣ କାମିନୀ। କାଉନିସଲରଙ୍କ ଠାରୁ ସବୁ ଶୁଣି ସାରିଲା ପରେ ପୁଅକୁ ଆଣି ରକ୍ତ ପରୀକ୍ଷା କରାଇବାକୁ କୁମାର ଘରକୁ ବାହାରି ଯାଏ।

   ICTC (integrated counciling testing center) ରୁମରେ କାଉନିସଲର ଙ୍କ ସାମ୍ନାରେ କାମିନୀ ବସି ଥାଏ । କୁମାର ଘରକୁ ବାହାରି ଯାଇ ଥାଏ ପୁଅ କୁ ଧରି ଆସିବା ପାଇଁ। ସମୟର ପ୍ରତିକୂଳ ପରିସ୍ଥିତି ଦେଖି କାଉନିସଲର ପଚାରିଲେ , ଏବେ ତ ସତ କୁହନ୍ତୁ ମ୍ୟାଡ଼ମ ଏ ରୋଗ ଦେହକୁ କେଉଁଠୁ ଆଣିଲେ ? 

Nଆଖିରେ ଅଶ୍ରୁର ଧାର। ସତେକି ଯେମିତି ଧାରା ଶ୍ରାବଣ ର ଝରି ଲାଗିଛି। ମୌସୁମୀ ର ପ୍ରବେଶ ରେ ପରିବେଶ ଆଉ ପରିସ୍ଥିତି ଆଜି ସବୁ ବଦଳି ଯାଇଛି। ନୂଆଁ କରି ଗଢି ତୋଳିଥିବା ଘର ଆଜି ଉଜୁଡିବାକୁ ବସିଛି। ମୃତ୍ୟୁର ଆସନ୍ନ ପ୍ରବେଶ ଜାଣି ସତ ଲୁଚାଇ ବା ଆଉ ଲାଭ କଣ ଭାବି ଶେଷରେ ମୁହଁ ଖୋଲିଲା କାମିନୀ ।  

  ବୁଝିଲେ ସାର ,

         ସେ ଦିନ ଦେବୀ ସୀତା ପବିତ୍ର ଜାଣି ବି ରାମଚନ୍ଦ୍ର ତାଙ୍କୁ ଅଗ୍ନି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବାକୁ ନିର୍ଦ୍ଦେଶ ଦେଇଥିଲେ। କାହିଁକି ନା ପୁରୁଷୋତ୍ତମ ଜଣେଇବାକୁ ଚାହୁଁଥିଲେ ଏ ସମାଜକୁ ଯେ ତାଙ୍କର ଧର୍ମ ପତ୍ନୀ ସ୍ୱାଧି ଆଉ ସତୀ ପ୍ରତିବ୍ରତା ଅଟନ୍ତି।

ଗୋଟେ ନାରୀ ପାଇଁ ସତିତ୍ୱ ର ପରୀକ୍ଷା କାହିଁକି ସବୁବେଳେ ଦେବାକୁ ହୋଇ ଥାଏ ? ପୁରୁଷ ମାନଙ୍କୁ କଣ ପାଇଁ ଏ ପରୀକ୍ଷା ଦେବାକୁ କୁହାଯାଏ ନାହିଁ। ନାରୀ ଟିଏ ସର୍ବ ସ୍ୱଂୟା ଅଟେ । ସକଳ ଦୁଃଖ କୁ ତା ହୃଦୟରେ ଚାପି ରଖି ଦେଇ ପାରେ । ସେଥିପାଇଁ ନାରୀ ଉପରେ ସମାଜର ସକଳ ଅତ୍ୟାଚାର। 

  ସମୟ ବଦଳି ଯାଇଛି ସାର । ଏ ପରା କଳିଯୁଗ ।ଯୁଗ ପରିବର୍ତ୍ତନ ହୋଇଛି ସତ କିନ୍ତୁ ଏ ପରୀକ୍ଷା ଆଜି ବି ସମାଜ ଜାବୁଡି ଧରିଛି ନିଜ ଛାତିରେ । ସାମାଜିକ ଜୀବନରେ ମାନସିକ ପରିବର୍ତ୍ତନ ଘଟି ନାହିଁ। ତେଣୁ ଆଜି ବି ସତିତ୍ୱ ପରୀକ୍ଷା ର ପ୍ରଥା ପ୍ରଚଳିତ । ସମ୍ପର୍କ ମୋହ ଆଳରେ ଏହା ଏକ ଚରିତ୍ର ସଂହାର କରୁଥିବା ଘୃଣ୍ୟ ପ୍ରଥା ଅଟେ। ଆଉ ସମାଜ ନାରୀରର ଦୁର୍ବଳତା ର ଫାଇଦା ନେଇ ଶୋଷଣ କରିଚାଲିଛି ଆଜିର ଝିଅ ଆଉ ବୋହୂ ଙ୍କୁ। ସମାଜରେ ଚରିତ୍ର ର ଗୁଣବତ୍ତା ମାପିବାର ଏକ ମାପ କାଠି କରି। ପ୍ରେମ ଯେମିତି ପବିତ୍ର ଠିକ ସେମିତି ସତୀ ନାରୀ ର ସତିତ୍ୱ ବି ପବିତ୍ର ଅଟେ । ଗୋଟେ ନାରୀ ପାଇଁ ସତିତ୍ୱ ଯେତିକି ଗୁରୁତ୍ୱ ଅଟେ ତା ଠୁ ଅଧିକ ତାର ନାରୀତ୍ବ ପ୍ରକାଶ ହେବା ଧରକାର। ସେଦିନ ରାମ ଚନ୍ଦ୍ର ରାବଣର କୁ-ପ୍ରଭାବକୁ ସମାଜ ମନରୁ ଲିଭେଇବାକୁ ଯାଇ ପ୍ରାଣସଙ୍ଗିନୀଙ୍କର ପରୀକ୍ଷା ନେଇ ଥିଲେ। କିନ୍ତୁ ଆଜିର ଏ ସମାଜ ପ୍ରେମ ଆଉ ପ୍ରେମୀ କୁ ପାଇବା କୁ ହେଲେ ନିଜକୁ କେତେ ସ୍ଵଛ ଆଉ ପବିତ୍ର ତାର ପରୀକ୍ଷା ଦେବାକୁ ପଡୁଛି। ତା ପରେ ଯାଇ ବିବାହ ପାଇଁ ଯୋଗ୍ୟ କି ଅଯୋଗ୍ୟ ଘୋଷଣା କରା ଯାଉଛି ଏ ଭରଜିନ ଶବ୍ଦର ଫାଇଦା ନେଇ ଅନେକ ପ୍ରେମୀ ମାନେ ପ୍ରେମିକା ମାନଙ୍କର ଦେହର ଶୋଷଣ କରିବାରେ ବ୍ୟସ୍ତ। ଦେହର ସୁଖ ପରେ ସେମାନେ ବେଶ୍ୟା ଭଳି କୁ ଶବ୍ଦ କୁ କହିବାକୁ ପରବର୍ତ୍ତୀ ସମୟରେ ପଛାଇ ନ ଥାନ୍ତି।

       ମୋ ଜୀବନ ତ ଘଟଣା ବହୁଳ। ଅତୀତ କୁ ଫେରି କଷ୍ଟ ପାଇବାକୁ କେବେ ବି ଆଉ ଚାହୁଁ ନାହିଁ। ବାସ ଏତିକି ବୁଝି ଗଲି ଯେ ,ସେ ଦିନର ସତିତ୍ୱ ପରୀକ୍ଷା ଦେଇ ମାଆ ସୀତା ତ ଉଦ୍ଧାର ପାଇ ଯାଇଥିଲେ କିନ୍ତୁ ଆଜିର ସତିତ୍ୱ ପରୀକ୍ଷାର ଶେଷ ଫଳ ଏ HIV ରୋଗ ଅଟେ। କଳିଯୁଗର ସବୁଠାରୁ ଘୃଣ୍ୟ ରୋଗ ଅଟେ । ତେଣୁ ଆପଣା କଲା କର୍ମର ଫଳ ଏଇ ଜନ୍ମରେ ହିଁ ଭୋଗିବାକୁ ପଡୁଛି। ଏତକ କହିବା ଭିତରେ କାମିନୀ ନିଜର କୋହ କୁ ରୋକି ନ ପାରି କଇଁ କଇଁ ହୋଇ କାନ୍ଦୁଥାଏ ।

କିଛି ସମୟ ପରେ କୁମାର ପୁଅ କୁ ଧରି ମେଡିକାଲରେ ପହଞ୍ଚିଲା। ପୁଅର ରକ୍ତ ପରୀକ୍ଷା ପରେ ଜଣା ପଡିଲା ଯେ ଶିଶୁ ଟି ମଧ୍ୟ HIV ରୋଗରେ ସଂକ୍ରମିତ। କୁମାର ମୁଣ୍ଡରେ ହାତ ଦେଇ ବସି ପଡିଛି। ଯେଉଁ ସନ୍ତାନ ପାଇଁ ସେ କେତେ କଣ ନ ଶୁଣିଥିଲା। ଆଜି ସେ ବି ଏ ରୋଗରେ ଆକ୍ରାନ୍ତ। ପିଲାଟିକୁ କେମିତି ହେଲା ଏ ରୋଗ ସେ ବି ବୁଝି ପାରୁ ନଥିଲା ।ଯେତେବେଳେ କାଉନିସଲର କୁ ପିଲାକୁ କେମିତି ହେଲା ପଚାରିଲା, କାଉନିସଲର କହିଲେ ,ପିଲା ଦେହକୁ ମାଆ ଠାରୁ ହିଁ ଆସିଥିବ। କାରଣ ମାଆ ଶରୀରର ରକ୍ତ ଗର୍ଭଧାରଣ ସମୟରେ ଶିଶୁ ସହ ପରିଚାଳିତ ହୋଇଥାଏ। ତେଣୁ ଏ ସଂକ୍ରମଣ ମାଆ ର ରକ୍ତ କଣିକା ଦ୍ୱାରା ଶିଶୁ କୁ ସଂକ୍ରମିତ କରିଛି।  ଛାତିରେ ପିଲାଟିକୁ ଜାବୁଡି ଧରି କାମିନୀ ରାହା ଧରି କାନ୍ଦୁଥାଏ। କଣ ମୁଁ କରି ଦେଲି କହି ନିଜ ଭାଗ୍ୟ କୁ ନିଜେ ନିନ୍ଦୁ ଥାଏ। ମେଡିକାଳରୁ ଔଷଧ ନେଇ ଦୁହେଁ ପିଲାଟିକୁ ଧରି ବାହାରି ଆସିଲେ। ଘର ଲୋଙ୍କୁ ଆଉ କେଉଁ ମୁହଁ ଦେଖାଇବେ ଭାବି ଚିନ୍ତିତ ହୋଇ ପଡିଲେ। ଶେଷରେ ସ୍ଥିର କଲେ ମୃତ୍ୟୁବରଣ କରିବେ କିନ୍ତୁ ବିବେକ ବାଧା ଦେଲା। ଗୋଟେ ପରେ ଗୋଟେ ଭୂଲ ଜୀବନରେ କରିବେ ନାହିଁ ବୋଲି ଏଥର ସ୍ଥିର କରିଲେ। ଏବଂ ପିଲାଟିକୁ ଧରି ଅନ୍ୟତ୍ର କୁଆଡେ ଚାଲି ଯିବାକୁ ସ୍ଥିର କରିଲେ। 

ପଶ୍ଚିମ ଆକାଶରେ ସୂର୍ଯ୍ୟ ଅସ୍ତ ହୋଇ ଆସୁଥିଲେ। ସନ୍ଧ୍ୟାର ଆଗମନରେ ଚାରି ଆଡ଼େ ଅନ୍ଧାର ଖେଳି ହୋଇ ଯାଉଥାଏ। ଦୁହିଁଙ୍କୁ ଜୀବନର ଶେଷ ସମୟ କେବେ ଆସିବ , ତାକୁ ଭାବିବା ବଦଳେ ବାକି ଜୀବନ କେମିତି ଖୁସିରେ କାଟିବେ ସେଥିପାଇଁ ଦୁହେଁ ସ୍ଥିର କରୁଥିଲେ। ଅତୀତରେ ଯେଉଁ ପ୍ରେମକୁ ପାଇବାକୁ ଯାଇ ସେମାନେ ଅସଫଳ ହୋଇ ଥିଲେ ଆଉ ପ୍ରେମ ର ପ୍ରାପ୍ତି ପାଇଁ ଯେଉଁ ତ୍ୟାଗ କରି ଥିଲେ ତାର ଫଳ ସ୍ୱରୂପ ଏ ରୋଗ ଉପହାର ରେ ମିଳିଛି। ତେଣୁ ଆଗକୁ ଯେମିତି ଯୁବ ପିଢୀ ପ୍ରଥଭ୍ରଷ୍ଟ ହେବେ ନାହିଁ ତେଣୁ ସାମାଜିକ ସଂସ୍କାର ଆଉ ପ୍ରକୃତ ଜୀବନର ମୂଲ୍ୟକୁ ବୁଝାଇବାକୁ ସ୍ଥିର କରିଲେ। 

ସମସ୍ତ ଘଟଣା ମୟ ଜୀବନକୁ ଦୁହେଁ ଏଥର ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚେଇବାକୁ ଭାବି ୟୁ ଟୁବ ରେ ଏକ ଚ୍ୟାନେଲ ଖୋଲି ନିଜ ନିଜର ସତ୍ୟ ପ୍ରକାଶ କରିଲେ। ସମ୍ପର୍କର ମୋହରେ ପଡି ପ୍ରଥ ଭ୍ରଷ୍ଟ ହେଉଥିବା ଯୁବ ପିଢୀ ଙ୍କୁ ନିଜ ନିଜର ଉଦାହରଣ ଦେବାକୁ ଲାଗିଲେ। ସେମାନେ ତାଙ୍କର ଆପ୍ରାଣ ଚେଷ୍ଟା ଜାରି ରଖିଲେ। ଧୀରେ ଧୀରେ ସେମାନେ ଦେଉଥିବା ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚିବାକୁ ଲାଗୁଥିଲା। କିନ୍ତୁ କେତେ ଜଣ ସେ ବାର୍ତ୍ତାକୁ ଶୁଣି କାର୍ଯ୍ୟ ରେ ଲଗାଉଥିବେ ତାର ହିସାବ ନ ଥିଲା ତାଙ୍କ ପାଖରେ ସତ କିନ୍ତୁ ପ୍ରଚେଷ୍ଟା ରେ ସେମାନେ ପଛ ଘୁଞ୍ଚା କେବେ ବି ଦେଉ ନ ଥିଲେ।ପୁଅ ସହ ଦୁହେଁ ଜୀବନର ବାକି ସମୟ ତକ ହସ ଖୁସିରେ କାଟିବା ଆରମ୍ଭ କରିଲେ । 

   ଧନ୍ୟବାଦ 

ସଦେୟ ପାଠକ ବୃନ୍ଦ ,

    ଏ କାହାଣୀ ରେ ଯାହା ବି ଲେଖି ଅଛି ତାହା ଆଜିର ସମାଜରେ ଘଟୁଥିବା ଘଟଣା ବହୁଳ ଜୀବନ କୁ ତର୍ଜମା କରି। ଯଦି କାହାରି ମନରେ କାହାଣୀ ସାହାଯ୍ୟରେ ଆଘାତ ଦେଇ ଥାଏ ,ତେବେ କ୍ଷମା କରିଦେବେ।

   କାହାକୁ ନୀଚ୍ଚ ଦେଖାଇବା ମୋର ଉଦ୍ଦେଶ୍ୟ ନ ଥିଲା। ବରଂ ପ୍ରେମ ,ପରିବାର ଆଉ ଆବେଗ କୁ କେମିତି ସଂସାରରେ ସନ୍ତୁଳନ କରି ବଞ୍ଚି ହେବ ତାକୁ ନେଇ ଏହି କାହାଣୀ ଟି ମୋର ଥିଲା। ଆଶା କରୁ ଅଛି ଆପଣଙ୍କୁ ନିଶ୍ଚୟ ପସନ୍ଦ ଆସିଥିବ।

     

          


Rate this content
Log in

Similar oriya story from Drama