ଭରଜିନ ଭାଗ-୪
ଭରଜିନ ଭାଗ-୪
Hello , Excuse me....
ଚମକି ପଡିଛି କାମିନୀ । ଅତୀତରେ ଅନେକ ଜଣ ତାକୁ ଏମିତି ପ୍ରପୋଜ କରିବା ପାଇଁ ପଛରୁ ଡାକିଛନ୍ତି। ହେଲେ କେବେ ବି ସେ ହୃଦୟରୁ ଏତେ ଅସ୍ତିର ହୋଇ ନ ଥିଲା। ତାର ସ୍ଵଭାଵ ତାକୁ ଏମିତି ଅନୁଭବ ହେବାକୁ ଦେଇ ନ ଥିଲା। ସମସ୍ତଙ୍କୁ ଉଚିତ ଶାସ୍ତି ଦେଇ ପ୍ରପୋଜାଲ କୁ ଗ୍ରହଣ କରି ନ ଥିଲା। ହେଲେ ଆଜି , ସେ ଅନୁଭବ କରୁଛି, ନିଜ ଭିତରେ ଅନେକ ଦିନ ଧରି ଲୁକ୍କାୟିତ ଥିବା ଦୁର୍ବଳତାକୁ।
କେତେ ଦିନ ଆଉ ଦେହ ଭିତର ଦହନ କୁ ସେ ଦେହରେ ମାରିବ।ଯୌବନର ଉଛୁଳା ନଦୀ ରେ ଆଜି ପ୍ରେମର ପ୍ରଖର ସ୍ରୋତ ପ୍ରବାହିତ। ଦେହର ରଙ୍ଗ ଆଉ ଅଙ୍ଗ ରେ ଅନେକ ପରିବର୍ତ୍ତନ।
ସବୁ ଥରର ଆକର୍ଷଣ ଅପେକ୍ଷା ଆଜିର ଚକ୍ଷୁ ମିଳନ ରେ ଥିଲା ଖୁବ ସମ୍ମୋହନ ର ଶକ୍ତି। ଆଉ ସେ ଶକ୍ତି ର ବଶବତୀ ହେବା ପରି ତାର ଦେହ ଆଉ ମନ ଭିତରେ ଅନୁଭବ କରୁଥିଲା।
କିଛି ପ୍ରତିବାଦ କରିବା ପୂର୍ବରୁ ତାର ମଥା ନଇଁ ନଜର ଆପେ ଆପେ ଭୂମି କୁ ସ୍ପର୍ଶ କରି ସାରିଥିଲା। ବୁଢା ଆଙ୍ଗୁଳି ରେ ଧରଣୀ ଦେହରେ ପ୍ରେମର ପ୍ରଥମ ଅଙ୍କ ସେ ଗାରେଇ ଚାଲି ଥିଲା। ଉପରକୁ ଦେଖିବାର ସାହାସ ହରେଇ ଦେଇଥିଲା।
ଏବେ ସେ ଵିଵଶ । ପ୍ରତିବାଦ ବି କରି ପାରୁ ନାହିଁ। ଯେମିତି କେହି ଜଣେ ତାର ଦେହ ମନ ଆଉ ହୃଦୟ କୁ ତାର ଅକ୍ତିଆର ରେ ରଖିଛି। କିଛି କହିବା ପୂର୍ବରୁ ଯୁବକ ଜଣଙ୍କ ଭୂମି ରେ ଗୋଟେ ଆଣ୍ଠୁ ମାଡି ଗୋଲାପ ଟିଏ ବଢ଼େଇ ଦେଇ ଭଲ ପାଏ ବୋଲି କହି ବସେ।
ଏ ପଦକ କଥା ଯେ କେତେ ଥର ସେ ନ ଶୁଣିଛି। କେବେ ତାର ହୃଦୟକୁ ସେତିକି ଛୁଇଁ ପାରି ନ ଥିଲା। ସାଙ୍ଗ ମାନେ ହଷ୍ଟେଲ ଫେରି ଯିବା ପାଇଁ ବ୍ୟସ୍ତ ହେଉ ଥିଲେ। କଣ କରିବ କିଛି ବୁଝି ପାରୁ ନ ଥିଲା କାମିନୀ।
ହାତ ଆପେ ଆପେ ଫୁଲ ଟିକୁ ଗ୍ରହଣ କରି ସାରିଥିଲା। ନଜର ବି ଧରଣୀ ଛୁଇଁ ପଛକୁ ଫେରି ଆସୁଥିଲା। ମନ ତ ଅଲାଜୁକି ହୋଇ ସାରିଥିଲା।
ତଥାପି ଲଜ୍ୟା କୁ ଆହୁରି ଦ୍ଵଗୁଣିତ କରିବା ପାଇଁ ଯୁବକ ଜଣଙ୍କ ପ୍ରଶ୍ନର ଉତ୍ତର ଦେଲ ନାହିଁ ଯେ ଯେତେବେଳେ ପଚାରି ବସିଲା , କାମିନୀ ର ଦେହରେ ବିଜୁଳୀ ଗତି ରେ ପ୍ରେମର ଶିହରଣ ଖେଳି ଗଲା।
ପଛରୁ ଯେତେବେଳେ ଯୁବକ ଜଣଙ୍କ କାମିନିର ହାତକୁ ଭିଡି ଧରିଲା, ପ୍ରେମର ଜ୍ଵର ରେ କାମିନୀ ର ଦେହ ମନ ଆକ୍ରାନ୍ତ ହେଲା। ଲାଜରେ ଗୋଟା ସାରା ସେ ଭିଜି ଯାଇ ସାରିଥିଲା।
ତୁମ ଉତ୍ତର ଅପେକ୍ଷା ରେ ରହିଲି ବୋଲି କହି ଯୁବକ ଜଣଙ୍କ ଗୋଟେ ସିଲକ ଚକଲେଟ ଧରାଇବା ସହ ମୃଦୁ ଚୁମ୍ବନ ହାତରେ ଆଙ୍କି ଦେବାରୁ, କାମିନୀ ହାତ ଟିକୁ ଛଡାଇ କ୍ଷିପ୍ର ଗତି ରେ ଦୌଡ଼ି ପଳାଇଲା।
ଥରୁ ଟିଏ ସାହାସ କରି ପାରି ନ ଥିଲା ସେ ଯୁବକ ସହ ଆଖିରେ ଆଖି ମିଶେଇବାକୁ ।
ତାର ନାଁ ,ଗାଁ ,କେଉଁ ଜାତିର ଆଦି କିଛି ଜଣା ନ ଥିଲା କିନ୍ତୁ ଏତିକି ଜାଣି ଥିଲା ଯାହାକୁ ଦୀର୍ଘ ଦିନ ଧରି ବୃନ୍ଦାବତୀ ଙ୍କ ନିକଟରେ ଦୀପ ଜାଳି ଜୀବନ ସାଥି ରୂପେ ପାଇବାକୁ ମାନସିକ କରିଥିଲି , ବୋଧ ହୁଏ "ଏ ସିଏ "!!
ତା ନ ହୋଇଥିଲେ ଆଜି କେମିତି ଏତେ ମୁଁ ଦୁର୍ବଳ ହୋଇ ପାରିଲି।ନିଜକୁ ନିଜେ ପ୍ରଶ୍ନ କରି ଚାଲି ଥାଏ କାମିନୀ।
************
【ବର୍ତ୍ତମାନ ର ସମୟ】
ବେଦୀର ମନ୍ତ୍ରରେ ବିବାହ ମଣ୍ଡପରେ କାମିନୀ ଏବଂ କୁମାର ସାତ ଜନ୍ମର ସାଥି ରୂପେ ଦୁହେଁ ଦୁହିଁଙ୍କୁ ଗ୍ରହଣ କରି ସାରିଥିଲେ। ଆଜି ଜୀବନର ସେଇ ବହୁ ପ୍ରତୀକ୍ଷିତ ରାତି ଆସି ଉପନୀତ। ପାଖରେ ଟେବୁଲ ଉପରେ କ୍ଷୀର ଗ୍ଲାସ ଥୁଆ ହୋଇଛି।
ନିଜକୁ ବଧୂ ରୂପରେ ସଜେଇ କାମିନୀ ଅପେକ୍ଷା ରତ ତାର ଭାବି ସ୍ୱାମୀ କୁମାରର। ଯେଉଁ ଲାଜ ସେ ଦିନ ସେ ତାର ଦେହର ଆଭୂଷଣ ରୂପେ ଧରି ବସିଥିଲା ,ଆଜି ତାହା ଦେହରେ ଏତେ ପରିମାଣରେ ପରିଲକ୍ଷିତ ହେଉ ନାହିଁ। ଏ ରାତି ସିନା ଦୁନିଆଁ ପାଇଁ ତାର ପ୍ରଥମ ରାତି। ହେଲେ ଏ ସାଥି ???
ହାରି ଥିବା କେଉଁ ପ୍ରେମିକାର ଇତ୍ତର ପୁରୁଷ ସେ ନୁହନ୍ତି ତ ? ମୋ ପରି ବି ସେ ନିଜକୁ ପ୍ରେମ ପାଇଁ ଉତ୍ସର୍ଗ କରି ଆସିଥିବା ପରାହିତ ନାୟକ ନୁହଁନ୍ତି ତ ?
ସବୁ ପରେ ବି ସେ ମୋ ସ୍ୱାମୀ । ମୋ ଈହ କାଳ ପର କାଳର ଦେବତା। ଯଦି ତାଙ୍କର ଚରିତ୍ରକୁ ମୁଁ ବିଶ୍ଳେଷଣ କରିବି ଆଉ ଜୀବନରେ ନିଜେ କିଛି ଭୂଲ କରି ନାହିଁ ବୋଲି ଭାବି ଗର୍ବ କରିବି । ତେବେ କେତେ ଦିନ ମୁଁ ମିଛକୁ ଆଶ୍ରୟ କରି ଛଦ୍ମ ବେଶ ଧରି ବଞ୍ଚିବି।
ବାହାଘର ଠିକ ହେବା ପୂର୍ବରୁ ମୋ ସାଙ୍ଗ ଋତୁ କହିଥିଲା , ଶୁଣ କାମିନୀ ଯଦି ଜୀବନରେ ସ୍ୱାମୀର ସୁଖ ପାଇବାକୁ ଚାହୁଁଛୁ ତେବେ ଅତୀତ କୁ କେବେ ବର୍ତ୍ତମାନ ରେ ପ୍ରକାଶ କରିବୁ ନାହିଁ।
ସେଇ ଥିରେ ତୋର ଆଉ ତୋ ପରିବାରର ମଙ୍ଗଳ।
ଆଉ ଯଦି ସେ କୌଣସି କାରଣ ବଶତଃ ଜାଣିବାକୁ ପାଇବେ ମୁଁ ଭରଜିନ ନୁହେଁ, ତେବେ କଣ ହେବ ମୋର ? କାମିନୀର ଏ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ସାଙ୍ଗ ଋତୁ ତାର ଏକ ଉପାୟ କାନ ରେ କହିଲା।
ପ୍ରଥମ ରାତିରେ ଯଦି ମନର ପୁରୁଷ କୁ ତୋ ଦେହ ଛୁଇଁବାକୁ ଦେବୁ ,ତା ହେଲେ ସେ ତାର ପୁରୁଷତ୍ବ କୁ ନେଇ ଭାଉ ଖାଇବ।" ଧୀର ପାଣି ପଥର କାଟେ"। ମନେ ରଖିବୁ ଯୌବନ ଉପଭୋଗ କରିବାର ମଜ୍ଜା ତୁ ପାଇଛୁ। ସେଥିପାଇଁ ବେଶି ଆଗ୍ରହ ନ ପ୍ରକାଶ କରି ଲଜ୍ୟାର ବଶବତୀ ହୋଇ , ସେ ସବୁ ସଂଯୋଗ ଠୁ ନିଜକୁ ଦୂରେଇ ରଖିବୁ କୌଣସି ମତେ।
ସମୟ ସୁଯୋଗ ଆଉ ସ୍ୱାମୀର ଦୁର୍ବଳତା ଦେଖି ନିଜକୁ ନିଜେ ଉତ୍ସର୍ଗ କରି ଦେବୁ। ସ୍ୱାମୀ ବି ସନ୍ଦେହ କରିବ ନାହିଁ।
ତୁ ଏ ପୁରୁଷ ସମାଜକୁ ଜମାରୁ ଚିହ୍ନିନୁ କାମିନୀ। ଏମାନେ ବ୍ୟକୁଳ ସବୁ ଥରକେ ପାଇବା ପାଇଁ। ଯେତେବେଳେ ଦେହର କ୍ଷୁଦା ମେଣ୍ଟିଯିବ, ଏ ମାନେ ତତେ ଅସତୀ ସଜେଇବାକୁ ଜମାରୁ ପଛ ଘୁଞ୍ଚା ଦେବେ ନାହିଁ।
ପ୍ରଥମ ରାତ୍ରିର ସେଜରେ ବିଛା ଯାଇଥିବା ସଫେଦ ଚଦର ଦେଖାଇ ତୋର ସତିତ୍ୱ ର ପ୍ରମାଣ ମାଗିବେ। ସେଥିପାଇଁ ଯେତେ ସାବଧାନ ଅବଲମ୍ବନ କରିବୁ , ସେତେ ନିଜ ପାଇଁ ଭଲ।
-----ମନେ ରଖିଲୁ ତ କାମିନୀ ?
-----------ହଁ, ବୁଝିଲି ଯେ । ହେଲେ ଯଦି ସେ ସମୟ କୁ ରୋକି ନ ପାରିଲି ଆଉ ଘଟଣା ଘଟିବା ପରେ ଯଦି ସଫେଦ ଚାଦର ସକାଳେ ମୋ ସତିତ୍ୱ କୁ ନେଇ ପ୍ରଶ୍ନ କରେ ,ତେବେ ମୁଁ କଣ କରିବି ?
-------ବୁଝିଲୁ ବୋକି। ଯୁଗ ଆସି କେଉଁଠି ପହଞ୍ଚିଲାଣି । ନିଜକୁ ସାଂର୍ଟ ଗାର୍ଲ କହୁଚୁ। ଆଉ ଗୋଟେ ସାଂର୍ଟ କାମ କରି ପାରିବୁନି।
------କେଉଁ କାମ କଥା କହୁଛୁ ଋତୁ ?
-------ବେଡ଼ ତଳେ ଗୋଟେ ଅଳତା ବୋତଲ ରଖିଦେବୁ। ରାତିର ଅନ୍ଧକାର ଭିତରେ ଗୋଟେ ଦୁର୍ବଳ ମୁହୂର୍ତ୍ତ ଦେଖି ବେଡ଼ ରେ ଟିକେ ଢାଳି ଦେବୁ। ଆଉ ନିଜର ଅନ୍ତ ବସ୍ତ୍ର ରେ ମଧ୍ୟ। ସକାଳୁ ଯେତେବେଳେ ସ୍ୱାମୀ ଉଠିବ , ସେ ବେଡ଼ର ଚଦର ଦେଖି ଖୁସି ହୋଇ ଯିବ। ସେ ମଉକାକୁ ଆହୁରି ଦ୍ଵଗୁଣିତ କରିବା ପାଇଁ ଅନ୍ତ ବସ୍ତ୍ର କୁ ବି ଦେଖାଇ ଦେବୁ। ଦେଖିବୁ ତୋ ସ୍ୱାମୀ ସେମିତି ଭକୁଆ ହୋଇ ରହିଯିବ।ସତ କଣ ମଲା ଯାଏଁ ସେ ଜମାରୁ ବି ଜାଣି ପାରିବ ନାହିଁ ।
--- ଋତୁ, ମାନିବାକୁ ପଡିବ ତୋର ଏ ସଇତାନ ମାଇଣ୍ଡ କୁ ? ଏମିତି କରିବା କଣ ସତରେ ସମ୍ଭବ ? ମିଛ ଦୁନିଆଁ ରେ ସ୍ୱାମୀ କୁ ରଖି, ଜୀବନସାରା କେମିତି ବଞ୍ଚି ହେବ ?
-------ଦେଖ କାମିନୀ , ତୁ କଣ ଭାବୁଛୁ , ଆଜିକାଲିର ଯୁବକ ସବୁ ଯେମିତି ଦୁଧ କା ଧୁଲା । ଆମର ଯେମିତି ଗୋଟେ ଦୁଇଟି ବୟଫ୍ରେଣ୍ଡ ଅଛନ୍ତି । ସେମାନେ ମଧ୍ୟ ତାଙ୍କର ଜୀବନକୁ ଉପଭୋଗ କରି ଆସିଥିବେ।
ସତିତ୍ୱ ପରୀକ୍ଷା ଖାଲି ନାରୀ ପାଇଁ ହିଁ ରହିଥାଏ । କିନ୍ତୁ ପୁରୁଷ ଙ୍କ ପାଇଁ..... ଏ ସବୁ ତାଙ୍କ ଉପରେ ଲାଗୁ ହେଉ ନାହିଁ ବୋଲି, ସେମାନଙ୍କର ଏତେ ଭାଉ। କେତେ ଝିଅ ଙ୍କ ସହ ସମ୍ପର୍କ ନ ଥିବ, ସେ କଥା କିଏ କହିବ।
ସେଥିପାଇଁ ତୁ ଆଦୌ ସନ୍ଦେହ ରେ ରହ ନାହିଁ ଯେ ତୋ ସ୍ୱାମୀର କେହି ଗାର୍ଲଫ୍ରେଣ୍ଡ ନ ଥିବେ କି ତାର କାହା ସହ ଦୈହିକ ସମ୍ପର୍କ ରହି ନ ଥିବ।
ନିଜ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଏ ମିଛ ର ପ୍ରୟାସ ନେବାରେ ଆପତ୍ତି ବା କଣ। ମନକୁ ବୁଝେଇ ଦେଇଛି କାମିନୀ। ସମସ୍ତ ଉପାୟ ଚିନ୍ତା କରିବା ସହ ଉପାୟ କୁ କାର୍ଯ୍ୟ କାରୀ କରିବା ପାଇଁ କାମିନୀ ବି ସଜାଗ ଥାଏ ।
କବାଟ ଖୋଲି କୁମାର ଘର ଭିତରକୁ ପ୍ରବେଶ କଲେ !!
କ୍ରମଶଃ ......
************