Nityananda Sahu

Drama Romance Thriller

4  

Nityananda Sahu

Drama Romance Thriller

ଭରଜିନଭାଗ-୯

ଭରଜିନଭାଗ-୯

7 mins
238


ସନ୍ତାନ ପ୍ରାପ୍ତିର ଖୁସିକୁ ପରିବାର ସହ କୁମାର ଆଉ କାମିନୀ ଦୁହେଁ ଉପଭୋଗ କରୁଥିଲେ। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିବା ପରେ ଦୁହିଁଙ୍କର ମନ ପ୍ରଫୁଲିତ ରହୁଥିଲା ।

କଥାରେ କହନ୍ତି ଠାକୁର ଅମକ ଘରର ଖୁସି କୁ ଦେଖି ସହି ପାରିଲେ ନାହିଁ ବୋଧ ହୁଏ ସେଥିପାଇଁ ଭାଗ୍ୟରେ ବିଡ଼ମ୍ବନା ଲେଖି ଦେଲେ। ଠିକ କିଛି ଦିନ ବ୍ୟବଧାନରେ କାମିନୀ ର ଦେହ ଅସୁସ୍ଥ ହେବାରୁ କୁମାର ଡାକ୍ତର ଖାନା ନେଇଗଲା।

ଡାକ୍ତର ଟେଷ୍ଟ ଆଡ଼ଭାଇସ ରେ ଏଚ ଆଇ ଭି ଲେଖିବାରୁ ଦୁହେଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଟେଷ୍ଟ ରିପୋର୍ଟ ଆସିବା ପୂର୍ବରୁ, କୁମାର ତାର ଅତୀତକୁ ଅଵଲୋକନ କରି ସଂକ୍ରମଣ କେଉଁଠାରୁ ଆସି ପାରେ ଭାବି ମନେ ମନେ ତର୍ଜମା କରୁଥାଏ। 

କାମିନୀ ଏଥର ଖୁବ ଅନ୍ୟମନସ୍କ ଜଣାପଡୁଥିଲା। ଦେହ ବାହାରର ଖଣ୍ଡିଆ ଦାଗ ହୋଇଥିଲେ କେବେ ଠୁଁ ଔଷଧ ଲଗେଇ ଶୁଖି ଯାଇଥାନ୍ତା କିନ୍ତୁ ହୃଦୟର ଖଣ୍ଡିଆ ଦାଗ କଣ ଏତେ ଶୀଘ୍ର ଶୁଖି ଯିବ ? ପରିସ୍ଥିତିର ଦାସ ହୋଇ ସେ କୁଣ୍ଡେଇ ହୋଇ ଗଲୁ ହୁଏ ଆଉ ମନ ତାକୁ ଉଖୁରେଇ ସେଥିରୁ ଦୁଃଖର ରକ୍ତ ଝରାଏ । ଠିକ ସେମିତି କାମିନୀ ଫେରୁଥିଲା ଅତୀତ କୁ ମୋର ଠିକ ମନେ ପଡୁଥିଲା , କେତେ ବଡ଼ ବିପଦରୁ ସେଦିନ ସୁଦାମ ଭାଇ ଉଦ୍ଧାର କରି ନଥିଲା । ସେଦିନ ସୁଦାମ ଭାଇ ନ ଥିଲେ ଲୋକ ଲଜ୍ୟାକୁ ଡରି ମୁଁ ଆତ୍ମହତ୍ୟା କରି ଦେଇ ଥାଆନ୍ତି। 

    ଏମିତି କେଉଁ ପୁରୁଷ ନାହିଁ ଯେ ଦେହର ସୁଖକୁ ଖୋଜିବ ନାହିଁ ଠିକ ସେମିତି ସୁଦାମ ଭାଇ ଥିଲେ। ରକ୍ତର ଭାଇ ନ ହୋଇଥିଲେ ବି ସମ୍ପର୍କରେ ବିପଦରୁ ଉଦ୍ଧାର କରିଥିଲି ବୋଲି ଭାଇ ଡାକି ଥିଲି । କିନ୍ତୁ ଯେଉଁ ଦିନ ସେ କୌଣସି କାରଣ ନ ଦେଖାଇ କଥା ବାର୍ତ୍ତା ବନ୍ଦ କରିଦେଲେ , କେଜାଣି କାହିଁକି ମୋ ମନ ବୁଝୁ ନ ଥିଲା। ଫୋନ ନମ୍ବର କୁ ବ୍ଲକ କରି ରଖିଥିଲେ। ବାଧ୍ୟ ହୋଇ ସୋସିଆଲ ମିଡ଼ିଆର ସାହାଯ୍ୟରେ ମେସଜ କଲି । କଣ ହୋଇଛି ପଚାରିଲି। ଫୋନ କରିବାକୁ ଅନୁରୋଧ କଲି। ସେ ଦିନ ରାତି ବାରଟା ହେବ। ରୁମରେ ବସି ପଢୁଥାଏ। ଫାଇନାଲ ପରୀକ୍ଷା ଆଉ ମାତ୍ର ଦିନ କେତୋଟି ବାକି ଥାଏ। ମୁଣ୍ଡ ଉପରେ ପାଠର ବୋଝ।  ହଠାତ ଫୋନ ରିଂ ହେଲା। ଫୋନ ଦେଖିଲି ସୁଦାମ ଭାଇ କଲ କରିଛନ୍ତି। ଖୁସିରେ ମୋ ମନ ନାଚି ଉଠିଲା। ଏତେ ଖୁସି ହୁଏତ ଏଇ କେତେ ଦିନ ଭିତରେ ମୁଁ ହୋଇ ନ ଥିଲି। ଫୋନ ରିଷିଭ କରିବା ଆଗରୁ ବହି ଖାତା ସବୁ ଯଥା ସ୍ଥାନରେ ରଖି ଦେଇ ଶୋଇବାକୁ ସେଜକୁ ଗଲି।

ହାଲୋ ଏତେ ଦିନ ପରେ କଣ ମୋ କଥା ମନେ ପଡ଼ିଲା ।

ହୁଁ.... ଉତ୍ତର ଆସିଲା। ବୋଧ ହୁଏ ଭାଇ ହୋସରେ ନ ଥିଲେ। ତାଙ୍କ ପାଟିର ଭାଷା ସ୍ପଷ୍ଟ ଶୁଣା ଯାଉ ନଥିଲା।

କଣ ହେଇଛି କହିବ ନାହିଁ ମତେ ବୋଲି ପ୍ରଶ୍ନ କରିବାରୁ ,ସେ କହିଲେ କହିଦେଲେ କଣ ହୋଇଛି ତୁ କଣ କରିପାରିବୁ ? 

ଯଦି ମୋ ଦ୍ୱାରା କିଛି ହୋଇପାରିବ ତେବେ ଅବଶ୍ୟ କରି ପାରିବି । ନା ତୁପାରିବୁନି ମୁଁ କହିଲି କହିକି ତ ଥରେ ଦେଖ ?

ଆଛା କହୁଚୁ ଯଦି ତେବେ ଠିକ ଅଛି କହୁଛି କିନ୍ତୁ ୟା ପରେ ଖରାପ ଭାବିଲେ ମୁଁ ଦାୟୀ ନୁହେଁ ?

ହଉ କୁହ କଣ ହୋଇଛି ? କାମିନୀ ସତରେ କହିବି ତ ?

ହଁ କୁହ 

ତୁ କଣ ପିନ୍ଧିଛୁ ?

ଏ କି ପ୍ରଶ୍ନ ଭାଇ ! ତୁମେ ହୋସ ରେ ଅଛ ତ ?

ଆର ପଟୁ ଭାଇ ହସି ଉଠିଲେ । ଆଉ କହୁଥିଲେ ମୁଁ ନିଶାରେ ଅଛି। ମୁଁ କଣ ପଚାରିଲି ପରା କହୁନୁ ? 

ଏ ପ୍ରଶ୍ନର ଉତ୍ତର କଣ ଦେବି ବୁଝିପାରୁ ନ ଥିଲି। ନିଜକୁ ବି ବିଶ୍ୱାସ କରିପାରୁ ନ ଥିଲି ଯାହାଙ୍କୁ ହୃଦୟରେ ସମ୍ମାନ ଦେଇଥିଲି ସେ କେମିତି ଏମିତି ପ୍ରଶ୍ନ ପଚାରି ପାରୁଛନ୍ତି। ଚୁପ ରହିଲି । ଅନ୍ୟ ପଟୁ ଭାଇ କହୁଥିଲେ ପଚାରୁଥିଲୁ ପରା କଣ ହୋଇଛି ହେଲେ ମୋ ପ୍ରଶ୍ନର ଉତ୍ତର ଦେଲୁ ନାହିଁ ଯେ ?

ମୁଁ କହିଲି ଏ ପ୍ରଶ୍ନର ଉତ୍ତର ମୋ ପାଖରେ ନାହିଁ ।

ଆଛା, ତା ହେଲେ ଏ ପ୍ରଶ୍ନ ଯଦି ତୋର ଏକ୍ସ ବୟ ଫ୍ରେଣ୍ଡ ପଚାରି ଥାନ୍ତା ତେବେ ଉତ୍ତର କଣ ଦେଇ ଥାଆନ୍ତୁ , ନା ଫଟୋ ଛାଡି ଥାଆନ୍ତୁ । ନା' ନା' ତୁ ସିଧା ଭିଡିଓ କଲ କରି ଦେଖାଇ ଥାଆନ୍ତୁ । ହଁ, ଠିକ ଏମିତି ହିଁ ତୁ କରି ଥାଆନ୍ତୁ ।

ଭାଇ' ଜାଣି ପାରୁଛନ୍ତି ତ କଣ କହୁଛନ୍ତି ? ନିଜକୁ ଟିକେ ଖରାପ ଲାଗୁନି ମତେ ଏମିତି ପ୍ରଶ୍ନ କେମିତି ପଚାରି ପାରୁଛନ୍ତି ? 

ଆଚ୍ଛା ଅନ୍ୟ ସହ ଖଟରେ ଶୋଇ ଆସି ପ୍ରେଗନାଣ୍ଟ ହେଲୁ ତତେ ଖରାପ ଲାଗିଲାନି ଆଉ ଏବେ ମୁଁ ପଚାରି ଦେଲି ବୋଲି ଖରାପ ହୋଇଗଲି। ବୟ ପ୍ରେଣ୍ଡ ପଚାରିଲେ ସୁଖ ଆଉ ମୁଁ ପଚାରି ଦେଲି ଯେ ବେଦ ଅସୁଧ ହୋଇ ଗଲା ଝିଅ ର ।

ଭାଇର କଟାକ୍ଷ ଶୁଣି ଆଖିରେ ଲୁହ ଆସି ସାରିଥିଲା । ତା ପରର କେଇପଦ କଥା ମୋ ହୋସ ଉଡେଇ ଦେବାକୁ ଯଥେଷ୍ଟ ଥିଲା। ଭାଇ କହୁଥିଲେ , ସେ ଦିନର ଆବର୍ଶନ ର ସମସ୍ତ ଭିଡିଓ କ୍ଲିପ ମୋ ପାଖରେ ଅଛି କାମିନୀ।ଯଦି ମୁଁ କହିବା ମୁତାବକ ତୁ ନ ଶୁଣିବୁ ତେବେ ତୋ ଘର ଲୋକଙ୍କୁ ଯାଇ ସବୁ ସତ କଥା କହି ଦେବି । ଆଉ ଏ ଭିଡିଓ କୁ ଭାଇରାଲ କରି ଦେବି।

   ଆଖିରେ ଲୁହର ସମୁଦ୍ର। ଦେହର ରକ୍ତ ଶୁଖି ଆସୁଥିଲା। ଲୁହ ଛଳ ଛଳ ଆଖିରେ ପଚାରିଲି କାହିଁକି ଆପଣ ଏମିତି କହୁଛନ୍ତି ଭାଇ, ପ୍ଲିଜ ବନ୍ଦ କରନ୍ତୁ। ଏହା ପରେ ସେ ଯାହା କହୁଥିଲେ ଗୋଟେ ଝିଅ ପକ୍ଷେ ସେ ସବୁ ଶୁଣିବା ସମ୍ଭବ ନ ଥିଲା। କେଉଁଠି ଆସି ଫସିଲି ବୁଝି ପାରୁ ନଥିଲି। ଘରେ ମୋ ଭବିଷ୍ୟତ ପାଇଁ ବାପା ବୋଉ ଚିନ୍ତିତ। ଯଦି ମୋର କିଛି ହେଇ ଯାଏ ତେବେ ସେମାନେ ଭାଙ୍ଗି ପଡିବେ। ଲୋକ ନିନ୍ଦା ଶୁଣି ଆତ୍ମହତ୍ୟା କରି ଦେବେ। ଏମିତି ଭାବିବା ଭିତରେ ଭାଇ ଭିଡିଓ କଲ କରି ସାରିଥିଲେ। ଅମାବାସ୍ୟା ର ଅନ୍ଧାର ପରି ମୋ ଚାରିପାଖ ଅନ୍ଧକାର ମୟ ପରି ଦେଖା ଯାଉଥିଲା । ଉପାୟ ଶୂନ୍ୟ ହୋଇ କଣ କରିବି ବୁଝି ପାରୁ ନ ଥିଲି। ଭାଇଙ୍କର ଧମକ ମୋ କାନରେ ଗୁଞ୍ଜରିତ ହେଉଥାଏ। ଶେଷ ରେ ବାଧ୍ୟ ହୋଇ ମୁକୁଳା ଦେହକୁ ଭେଟି ଦେଲି । ଆଖିରେ ଆଖିଏ ଲୁହ। ଜାଣି ସାରିଥିଲି ପ୍ରେମର ହାଟରେ ଆଜି ମୁଁ ବିକ୍ରି ହୋଇ ଯାଇଛି। ପ୍ରେମିକା ସାଜିବା ବଦଳରେ ନିଜକୁ ନିଜେ ମୁଁ ବେଶ୍ୟା ସଜେଇ ଦେଇଛି। ତାର ତ ମାନ ସମ୍ମାନ ଅଛି , ଦୁନିଆଁ ତାର ପରିଚୟ ଜାଣିଚି ବୋଲି ସମାଜକୁ ତାର ଖାତିର ନାହିଁ। ହେଲେ ମୋର ଏଠି କି ପରିଚୟ ? ପ୍ରେମ କରିବା ସତରେ କଣ ପାପ ଥିଲା। ପ୍ରେମିକା ହେବାର ସୌଭାଗ୍ୟ ପାଇବାର ସୁଖ ଇଛିବା କଣ ମୋ ପାଇଁ ମହାପାପ ହୋଇ ଗଲା। 

    ଯାହାଙ୍କୁ ବାଛିଲି ହୃଦୟ ଈଶ୍ୱର ସେମାନେ ମୋ ସହ କଲେ ଦେହର ବେପାର । ତାଙ୍କୁ ପାଇବା ପାଇଁ ପ୍ରେମର ରଙ୍ଗ ସଭାରେ ମୋ ବସ୍ତ୍ର ହରଣ ନିଜେ ମୁଁ କରି ଚାଲିଲି। ତ୍ୟାଗ କଲେ କୁଆଡେ ପ୍ରେମିକା ହେବାର ମର୍ଯ୍ୟାଦା ପାଇବି। କିନ୍ତୁ ସେ ତ୍ୟାଗ କରୁ କରୁ ଆଜି ଅନ୍ୟ ମାନେ ତାର ଫାଇଦା ନେଇ ମତେ ବେଶ୍ୟା ବୋଲି ସମ୍ବୋଧନ କରିଲେ। ସତିତ୍ୱର ପରୀକ୍ଷା ଦେଇ ସତରେ ଆଜି ଅଯୋଗ୍ୟ ହୋଇଗଲି ସତରେ କଣ ଏ ଶବ୍ଦ ପାଇଁ ମୁଁ ଯୋଗ୍ୟ ? ସେଦିନ ରାତିର ଭିଡିଓ କଲ ଭାଇଙ୍କ ପାଇଁ ଯଥେଷ୍ଟ ନଥିଲା। ସେ ସବୁ କ୍ଲିପକୁ ପୁନଃ ରେକର୍ଡ କରି ମୋ WhatsApp କୁ ପଠାଇ ମତେ ବ୍ଲାକ ମେଲ କରି ଚାଲିଲେ। ତାଙ୍କ ଦେହର ସୁଖ ମେଣ୍ଟାଇବା ପାଇଁ ମତେ ଲୁଟିବାକୁ ଲାଗିଲେ। ତାଙ୍କ ପାଖରେ ନା ମୋର ପରିଚୟ ଭଉଣୀ କି ପ୍ରେମିକାର ହୋଇ ପାରିଲା ନାହିଁ ବରଂ ତାଙ୍କର ରକ୍ଷିତା ବୋଲି ମତେ କହିଲେ। କେମିତି ତାଙ୍କ ଦାଉରୁ ରକ୍ଷା ପାଇବି କେବଳ ଭଗବାନ ଙ୍କ ନିକଟରେ ପାର୍ଥନା କରୁଥିଲି ହଠାତ ଦିନେ ଖବର ପାଇଲି ସେ ହଷ୍ଟେଲରେ ସୁଇସାଇଡ଼ କରି ଦେଇଛନ୍ତି। ମୃତ୍ୟୁ ର କାରଣ ଖୋଜିବାର କୁ ଯାଇ ଯେତେବେଳେ ଡାକ୍ତରୀ ଟିମ ତାଙ୍କର ମର ଶରୀର କୁ ବ୍ୟବଚ୍ଛେଦ କଲେ। ରିପୋର୍ଟ ଆସିଲା ସେ ଫାଶୀ ଲଗେଇବା ପଛର କାରଣ ହେଲା ,ତାଙ୍କ ଦେହରେ HIV ସଂକ୍ରମଣ ରହିଥିଲା। ଲୋକ ଲଜ୍ୟାର ଭୟ କୁ ସହି ନ ପାରି ସେ ଆତ୍ମହତ୍ୟା କରି ଥାଇ ପାରନ୍ତି ବୋଲି ପୋଲିସ ରିପୋର୍ଟରେ ପ୍ରକାଶ କରିଲା। HIV ର ନାଁ ଶୁଣି ମୁଁ ବି ଚମକି ପଡ଼ିଥିଲି। ଏହା ଭିତରେ କେତେଥର ସେ ସମ୍ପର୍କ ରଖିଛନ୍ତି। ଭୟରେ ମୁଁ ବି ଥରୁ ଥିଲି। ଏ ସଂକ୍ରମଣ କେଉଁଠୁ ତାଙ୍କ ଦେହରୁ ଆସିଲା ବୁଝୁ ବୁଝୁ ଜଣାପଡିଲା ଯେ ଅନେକ ଝିଅ ଙ୍କ ସହ ତାଙ୍କର ଶାରୀରିକ ସମ୍ପର୍କ ଥିଲା। କାହାଠାରୁ ବି ଆସି ଥାଇ ପାରେ। 

ନିଜକୁ ଧିକ୍କାର କରୁଥିଲି। ଯଦି ଏ ଭାଇରସ ମୋ ଦେହରେ ଥିବ ତେବେ ମନକୁ ପାପ ଛୁଇଁଲା। ପ୍ରାଇଭେଟରେ କୌଣସି ମତେ ପରୀକ୍ଷା ବି ସେତେବେଳେ କରାଇ ନେଲି। ରିପୋର୍ଟରେ ନେଗେଟିଭ ଲେଖା ଥିବା ଦେଖି ଆସ୍ୱସ୍ତି ହୋଇ ଥିଲି। 

ହେଲେ ଏତେ ପରେ ବି ମୋ ଦେହକୁ ଏ ରୋଗ କେଉଁଠୁ ଆସି ଥାଇ ପାରେ ଆଉ କଣ କୁମାର ଙ୍କ ଠାରୁ ? ନା ନା । ସେ ସେମିତି କାମ କଦାପି କରି ନଥିବେ। ଏତେ ସଂସ୍କାରି ଘରର ପିଲା ସେ ତାଙ୍କୁ ସନ୍ଦେହ କଲେ ପାପ ଲାଗିବ। କେତେ ସରଳ ସେ ଝିଅଙ୍କୁ ଆଡ଼ ଆଖିରେ କେବେ ଦେଖିବାର ମୁଁ ଦେଖି ନାହିଁ ଏମିତି ପାପ କଥା ମନରେ ଭାବିବା ଜମାରୁ ଠିକ ହେବ ନାହିଁ। ବରଂ ରିପୋର୍ଟ ଆସିବା ଯାଏଁ ଅପେକ୍ଷା କରିବା ଉଚିତ ହେବ। 

ଅପରାହ୍ନରେରେ ରିପୋର୍ଟ ଆସିଲା। HIV କାଉନସିଲର ଦୁହିଁଙ୍କୁ ପଚାରିଲେ ଆପଣ ପୂର୍ବରୁ ଯାହା କହିଥିଲେ କଣ ସବୁ ସତ କହିଥିଲେ ? ମୋ ମନକୁ ଏବେ ପାପ ଛୁଇଁଲା। କାହିଁକି କେଜାଣି ମତେ କିଛି ଠିକ ଲାଗିଲା ନାହିଁ। କାଉନସେଲିଂ ରେ ଧରା ପଡ଼ିଗଲି କି କୁମାରଙ୍କ ପାଖରେ ଭାବି ନିଜକୁ କଷ୍ଟ ଲାଗୁଥିଲା। କୁମାର ପାଖରେ ବସିଥିଲେ, ତାଙ୍କ ରିପୋର୍ଟ କଣ ଆସିଛି ବୋଲି ପ୍ରଶ୍ନ କରିବାରୁ କାଉନସିଲର ଦୁହିଁଙ୍କର ରିପୋର୍ଟ ପଜେଟିଭ ଆସିଛି ବୋଲି କହିଲେ। 

   ଦୁହେଁ ଏଥର ଆଶ୍ଚର୍ଯ୍ୟ ହୋଇ ପରସ୍ପରକୁ ଚାହିଁ ରହିଥିଲୁ। ଏମିତି କେମିତି ହେଲା ଜାଣି ପାରୁ ନଥିଲୁ। ଏ ରୋଗ କାହା ପାଖରୁ ଆସି ଥାଇପାରେ ବୋଲି ଦୁହେଁ ଦୁହିଁଙ୍କୁ ଏଥର ସନ୍ଦେହ କରିବାକୁ ଲାଗିଲୁ। ସମୟ ସବୁ କିଛି ବଦଳାଇ ଦିଏ। କାଉନସିଲର ପଚାରିଲେ ଘରେ ଆଉ କିଏ ସବୁ ଅଛନ୍ତି। ଉତ୍ତର କୁମାର କହିଲା ପୁଅ ଅଛି। କାଉନିସଲର ଏଥର କହିଲେ ପୁଅର ବି ପରୀକ୍ଷା କରାଇବାକୁ ପଡିବ। ପୁଅର ପରୀକ୍ଷା ହେବା କଥା ଶୁଣି କାମିନୀ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲି। ଏବେ ଜନ୍ମ ହୋଇ ଥିବା ପିଲାକୁ କେମିତି ଏତେ ବଡ଼ ରୋଗ ହୋଇ ପାରେ ବୋଲି କାମିନୀ ପ୍ରଶ୍ନ କରିବା ସହ ପୁଣି ଥରେ ପଚାରିଲା ପ୍ରେଗନାଣ୍ଟ ସମୟରେ ତ HIV ପରୀକ୍ଷା ଆପଣଙ୍କ ନିକଟରେ କରାଇ ଥିଲି ,ସେଥିରେ ରିପୋର୍ଟ ନେଗେଟିଭ ଥିଲା। ଏବେ ତା ହେଲେ କେମିତି ଏମିତି ରିପୋର୍ଟ ଆସିଲା। ପାଖରେ ଥିବା ରିପୋର୍ଟ ବି ଦେଖାଇଲା। ଏବଂ କାଉନିସଲର ରିପୋର୍ଟ ଭୂଲ ଦେବା ସହ ପରୀକ୍ଷା ଠିକ ସେ କରି ନାହାନ୍ତି ବୋଲି ଗୁରୁତ୍ୱର ଅଭିଯୋଗ ଆଣିଲା। 

ଯେତେ ଚେଷ୍ଟା କଲେ ବି କାଉନିସଲର ବୁଝେଇବା ପାଇଁକାମିନୀ ଏକା ଜିଦରେ ଅଟଳ ଥିଲା ଯେ ଏ ରିପୋର୍ଟ ଭୂଲ ୟାକୁ ମୁଁ ଗ୍ରହଣ କରିବି ନାହିଁ।  ଶେଷରେ କାଉନିସଲର ବାଧ୍ୟ ହୋଇ କହିଲା ଆଉ ଥରେ ପରୀକ୍ଷା କରେଇବା ପାଇଁ କାମିନୀ ପୁଣି ଥରେ ପରୀକ୍ଷା କରିବାକୁ ରାଜି ନ ହେବାରୁ କୁମାର କହିବାରୁ ରାଜି ହେଲା। ଯନ୍ତ୍ରଣା ଶେଷରେ ପୁଣି ଥରେ ଟେଷ୍ଟ କରିବାରୁ ବି ରିପୋର୍ଟ positive ଆସିଲା ଦୁହିଁଙ୍କର। 

 ଦୁହିଁଙ୍କର ମନ ଭିତରେ ଥିବା ପାପ ଏବେ ଆଖି ସାମ୍ନାରେ ପରୀକ୍ଷା ରେ ସତ ବାହାରିଲା। ଦୁହେଁ ଚୁପ ଥିଲେ। ରୋଗ ଦେହକୁ କେଉଁଠୁ ଆସିଲା ଦୁହେଁ ମୁହଁ ଖୋଲି କିଛି ବି କାଉନିସଲର ସାମ୍ନାରେ ପ୍ରକାଶ କରିଲେ ନାହିଁ। ଶେଷରେ କାଉନିସଲର ART ସେଣ୍ଟରରୁ ମେଡ଼ିସିନ ନେଇ ଯିବା ପାଇଁ ନିର୍ଦ୍ଦେଶ ଦେଲେ।  କୁମାର ବି ସାହାସ କରି ଏ ରୋଗ କାମିନୀ ଠାରୁ ପାଇଛି ବୋଲି କହି ପାରୁ ନଥିଲା କି କାମିନୀ କୁମାର କୁ ଦୋଷ ଦେଇ ପାରୁ ନ ଥିଲା। ସତ କଣ ଦୁହିଁଙ୍କୁ ଜଣା ଥିଲା। 

ଦୁହେଁ ପ୍ରେମରେ ଅସଫଳ କିନ୍ତୁ ଆଜି ସଂସାରରେ ସଫଳ ହେବାକୁ ଯାଇ ଜୀବନର ଶେଷ ସମୟ ରେ ଆସି ଉପନୀତ। ଦୁହେଁ ଦୁହିଁଙ୍କ ପାଇଁ ଯେତିକି ଚିନ୍ତିତ ନ ଥିଲେ ଅଧିକ ପୁଅ ଟି ପାଇଁ ଥିଲେ। ପୁଅର ଯେମିତି କିଛି ନ ହେଇ ଥାଉ ବୋଲି ଭଗବାନ ଙ୍କ ନିକଟ ରେ ପାର୍ଥନା କରୁଥିଲେ ଯେତେବେଳେ ଆଗରୁ କରିଥିବା ରିପୋର୍ଟ ଆଉ ଏବେ କାର ରିପୋର୍ଟ କେମିତି ବଦଳି ଯିବ ବୋଲି କାମିନୀ ପ୍ରଶ୍ନ କରିବାରୁ କାଉନିସଲର କୁ ସେ କହୁଥିଲେ ..... 


   

କ୍ରମଶଃ



Rate this content
Log in

Similar oriya story from Drama