ଭରଜିନଭାଗ-୮
ଭରଜିନଭାଗ-୮
ଜୀବନରେ ଆଜି ଯାଏ ସବୁ ଖୁସି ପାଇ ଆସିଥିଲେ ବି ଏବେ ସନ୍ତାନ ପ୍ରାପ୍ତିର ଖୁସି ନିମନ୍ତେ ଦୁହେଁ ଖୁବ ଚିନ୍ତିତ ଥାଆନ୍ତି। ଏହା ଭିତରେ ଦୁଇ ମାସ ଅତିକ୍ରମ ହୋଇ ଯାଇଛି। ତଥାପି ଆଶା କରିଥିବା ପରୀକ୍ଷା ର ଭାଗଶେଷ ଆଜି ଫଳଶୂନ୍ୟ । ବିଷାଦଗ୍ରସ୍ତ ଅବସ୍ଥାରେ ସ୍ୱାମୀ ସ୍ତ୍ରୀ ଦୁହେଁ। ଶେଷରେ ସ୍ଥିର କଲେ ପ୍ରସୂତୀ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଙ୍କ ସହ ପରାମର୍ଶ କରିବେ। ନିଋଦ୍ଧିଷ୍ଟ ଏକ ସମୟ ସ୍ଥିର କରି ସହରର ଭଲ ସ୍ତ୍ରୀ ରୋଗ ବିଶେଷଜ୍ଞ ଙ୍କ ସହ ଯୋଗାଯୋଗ କରିଲେ। ଡାକ୍ତର ଦୁହିଁଙ୍କର ଶାରୀରିକ ଏବଂ ଅନ୍ୟାନ୍ୟ ପରୀକ୍ଷା କରି ସାରିଲା ପରେ , କାମିନୀ ର ଅଲ୍ଟ୍ରାସାଉଣ୍ଡ କରିବା ସହ କୁମାରର ଧାତୁ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଲେ। ରିପୋର୍ଟ ଆସିଲା ପରେ ଦୁହିଁଙ୍କୁ ଚାମ୍ବର ଭିତରକୁ ଡାକ୍ତର ଡକାଇଲେ। ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ରେ କାମିନୀ ର ଓଭାରିଆନ ସିଷ୍ଟ ବାହାରିବା ସହ ହରମୋନାଲ ରିପୋର୍ଟ କିଛି ଭଲ ଆସି ନାହିଁ ବୋଲି ଜଣାଇଲେ। ଓଭାରୀ ମଧ୍ୟ ଦୁର୍ବଳ ଥିବାର କହିଲେ ଡାକ୍ତର ।
ଠିକ ସେମିତି କୁମାରକୁ ରିପୋର୍ଟ ରେ ଧାତୁରେ ସ୍ପର୍ମ ସଂଖ୍ୟା ବହୁତ କମ ଥିବାର ଜଣାଇଲେ। ଯେତିକି ବି ସ୍ପର୍ମ ଅଛନ୍ତି ସେ ସବୁ ଦୁର୍ବଳ ହୋଇ ଯାଇଛନ୍ତି। ଏଥିପାଇଁ କାହାକୁ ଦାୟୀ କରିବେ କୁମାର ବାବୁ ବୋଲି ଡାକ୍ତର ଙ୍କ ର ପ୍ରଶ୍ନ ରେ କୁମାର ର ପାଟି ଶୁଖି ଆସୁଥାଏ।ମୁହଁ କଳା ଦେଖା ଯାଉଥାଏ। ଅତୀତରେ ଭାଉଜ ଯାହା କହିଥିଲେ ଆଜି ତାହା ସତ ହେବାକୁ ଯାଉଛି ଭାବି ମନେ ମନେ କୁମାର ଭୟ କରୁ ଥାଏ। କାମିନୀ ଙ୍କର ଓଭାରିଆନ ସିଷ୍ଟ ପାଇଁ ସେ ପ୍ରେଗନାଣ୍ଟ ହୋଇ ପାରୁ ନାହାନ୍ତି ଯେତିକି ଦୁଃଖ ଲାଗୁଛି ତା ଠାରୁ ଅଧିକ ନିଜ ଭିତର ର ଦୁର୍ବଳତା କୁ ଆଜି ଡାକ୍ତରୀ ରିପୋର୍ଟ ରେ ଦେଖି କୁମାର ହତୋତ୍ସାୟ ହୋଇ ପଡିଛି। ଏ ସବୁ ରିପୋର୍ଟକୁ ଦେଖି କାମିନୀ ମତେ ଭୂଲ ବୁଝିବେ ନାହିଁ ତ ? କଣ ଯେ କରିବି , ମନେ ମନେ କୁମାର ଭାବନାରେ ବୁଡି ରହିଥାଏ।
ଅନ୍ୟପଟେ ଅତୀତରେ ଆବର୍ଶନ କରିବା ପରେ ଡାକ୍ତର କାମିନୀ କୁ ପରାମର୍ଶ ଦେଇ କହିଥିଲେ ଯେ ତୁମର ଓଭାରିଆନ ସିଷ୍ଟ ଅଛି ତା ସହ ଗର୍ଭାଶୟ ମଧ୍ୟ ଦୁର୍ବଳ ଅଛି ।ସେଥିପାଇଁ ଆଗକୁ ଯେମିତି ଏମିତି କିଛି ଆଉ କାମ କରିବ ନାହିଁ। ନ ହେଲେ ଅତୀତରେ ମାଆ ହେବାର ସୁଖ ତୁମେ ହରେଇ ବସିବ । କାମିନୀ ବି ଅତୀତର ଘଟଣା ପାଇଁ ପ୍ରଶ୍ଚାତାପ କରୁଥାଏ। ଦୁହିଁଙ୍କର କିଛି ନା କିଛି ଅସୁବିଧା ଥିବା କାରଣରୁ ପ୍ରେଗନାଣ୍ଟ ହେବାରେ କାମିନୀ ଅସଫଳ ହେଉ ଅଛି ବୋଲି ଡାକ୍ତର କହିଲେ। ଦୁହେଁ ହାତ ଯୋଡି ଡାକ୍ତର ଙ୍କୁ ଅନୁରୋଧ କରିଲେ କିଛି ଗୋଟେ ପ୍ରତିକାର କରିବା ପାଇଁ। ସେମାନଙ୍କର କଥା ରଖିବାକୁ ଯାଇ ଡାକ୍ତର ପରାମର୍ଶ ରେ କାମିନୀ କୁ କିଛି ହର୍ମୋନାଲ ଇଞ୍ଜେକ୍ସନ ନେବା ସହ ଅନ୍ୟ କିଛି ଔଷଧ ସେବନ କରିବାକୁ କହିଲେ । ତା ସହ କୁମାରର ସ୍ପର୍ମ ସଂଖ୍ୟା ବୃଦ୍ଧି ନିମନ୍ତ୍ରେ କିଛି ଔଷଧ ଲେଖି କି ଦେଲେ। ଏବଂ ଦୁହିଁଙ୍କୁ ଏହା ମଧ୍ୟ ପରାମର୍ଶ କଲେ ଯେ ଛଅ ମାସ ଯାଏଁ କୌଣସି ଶାରୀରିକ ସମ୍ପର୍କ ନ ରଖିବା ପାଇଁ । ଯଦି ଛଅ ମାସ ପରେ ରିପୋର୍ଟ ରେ କିଛି ଖରାପ ଆସେ ତେବେ ବାଧ୍ୟ ହୋଇ ଆମେ IVF କରିବା। ଏଥିରେ ବହୁତ ଟଙ୍କା ଖର୍ଚ୍ଚ ହେବ। ଟଙ୍କା ପାଇଁ ଚିନ୍ତା ନ କରିବାକୁ ଡାକ୍ତର ଙ୍କୁ କହିବା ସହ ଦୁହେଁ ସହମତି ଜଣାଇ ନିଜର ଯତ୍ନ ନେବାର ସ୍ଥିର କରିଲେ ।
ସମୟର ଅଭିରାମ ଗତିରେ ସ୍ୱାମୀ ସ୍ତ୍ରୀ ଦୁହେଁ ଘର ଲୋକଙ୍କର ଟାହି ଟାପରା ଶୁଣି ସହିବାକୁ ଲାଗିଲେ। ନିଜର ଦୁର୍ବଳତା କୁ ଲୁଚେଇବାକୁ ଯାଇ ଏବେ ପିଲାପିଲି କରିବାକୁ ଇଛା ନାହିଁ କହି ପରିବାର ଲୋକଙ୍କର କଥା କୁ କର୍ଣ୍ଣପାତ ନ ଦେବାକୁ ଲାଗିଲେ ଛଅ ମାସ ପରେ ଦୁହେଁ ପୁନଃ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ, ଡାକ୍ତର ରିପୋର୍ଟ ରେ କିଛି ଟା ଭଲ ପରିବର୍ତ୍ତନ ଥିବାର ଜଣାଇଲେ। ଏବଂ ଦୁହିଁଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ପରାମର୍ଶ ଦେବା ସହ ଔଷଧ କୁ ବନ୍ଦ ନ କରିବାକୁ ଡାକ୍ତର ପରାମର୍ଶ ଦେଲେ ।
ଗୋଟେ ମାସ ପରେ କାମିନୀ ପ୍ରେଗନାଣ୍ଟ ହେଲେ। ପରିବାରରେ ଖୁସିର ମାହୋଲ ଖେଳି ଗଲା। କୁମାର ଆଉ କାମିନୀ ଦୁହେଁ ନାଚି ଉଠିଲେ। ଅନେକ ଦିନର ପ୍ରତୀକ୍ଷା ଶେଷରେ ସାକାର ହେଲା। ଡାକ୍ତର ଚିକିତ୍ସା କରିବା ସହ ରେଗୁଲାର ମାସେ ଅନ୍ତରରେ ପରୀକ୍ଷା ନିରୀକ୍ଷା କରବାକୁ ପରାମର୍ଶ ଦେଲେ । ଅତୀତକୁ ଦୁହେଁ ପିଲା ହେବାର ଖୁସିରେ ଭୂଲିବା କୁ ବସିଲେ। ସଫଳ ଜୀବନର ସ୍ୱାଦ ପାଇବା ଲକ୍ଷ୍ୟ ରେ ଦୁହେଁ ଦୁହିଙ୍କ ର ଅତୀତ ଲୁଚାଇ ନିଜର ବୈବାହିକ ଜୀବନର ଆନନ୍ଦ ନେବାକୁ ଲାଗିଲେ। ମଝିରେ ମଝିରେ କାମିନୀ ଅସୁସ୍ଥ ହେଉ ଥିବାରୁ କୁମାର ରେଗୁଲାର ଇଣ୍ଟରଭାଲ ରେ କାମିନୀର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନେଉ ଥାଏ।
ପ୍ରେଗନାଣ୍ଟ ସମୟରେ ହିମୋଗ୍ଲୋବିନ କମିବା , ରକ୍ତଚାପ ବଢିଯିବା , ହାଲିଆ ଲାଗିବା ,ଦେହ ଭାରି ହେବା ଜଣା ପଡିବା ପାଦ ଫୁଲିବା ଆଦି ଲକ୍ଷଣ ଦେଖା ଗଲେ ବିଳମ୍ବ ନ କରି ଡାକ୍ତର ପରାମର୍ଶ ନେବାକୁ ନର୍ସିଂ ଦିଦି ଡାକ୍ତର ଙ୍କର କ୍ଲିନିକ ରେ ବୁଝାଇ ଦୁହିଁଙ୍କୁ କହିଲେ। ଦଶ ମାସ ପୂରଣ ହେବା ପରେ କାମିନୀ ଯନ୍ତ୍ରଣା ଅନୁଭବ କରିବାରୁ , ପରିବାର ଲୋକଙ୍କର ସାହାଯ୍ୟ ରେ କାମିନୀ କୁ କୁମାର ମେଡ଼ିକାଲ ନେଇ ଯାଏ। ଗର୍ଭାଶୟ ରେ ପାଣି ବହୁତ କମ ଥିବାରୁ ପିଲା ଚଳପ୍ରଚଳ ନ ହୋଇ ପାରିବାରୁ କାମିନୀ କୁ ବେଶି ଯନ୍ତ୍ରଣା ହେଉ ଥାଏ। ଶେଷରେ ଡାକ୍ତର ନିଜର ପ୍ରୟାସରେ ସଫଳ ହେଲେ ଏବଂ କାମିନୀ ର ନର୍ମାଲ ଡେଲିଭରି ବଦଳରେ ସିଜରିୟାନ କରିବାକୁ ଘର ଲୋକଙ୍କୁ ଜଣାଇଲେ। ଘର ଲୋକ ପରାମର୍ଶ ଦେଲା ପରେ ସିଜରିୟାନ ଦ୍ୱାରା କାମିନୀ ପୁତ୍ର ସନ୍ତାନ ପ୍ରାପ୍ତି କରିଲେ । ପୁଅ ହୋଇଛି ଜାଣିଲା ପରେ ପରିବାର ଲୋକଙ୍କ ସହ କୁମାର ବି ବହୁତ ଖୁସି ହୋଇ ଗଲା। ମାଆ ଆଉ ପିଲା ଦୁହେଁ ସୁସ୍ଥ ଥିବାର ଡାକ୍ତର ଜଣାଇ ଦେଲେ । ମେଡିକାଲ ରେ ପାଞ୍ଚ ଦିନ ରହିବା ପରେ କାମିନୀ ଡିସଚାର୍ଜ ହୋଇ ଘରକୁ ଆସିଲେ। ପରିବାରକୁ ପୁତ୍ର ସନ୍ତାନ ଆସିଛି ଭାବି ଘର ଲୋକ ନାନା ଆୟୋଜନ କରିଲେ । ଏକୋଇଶିୟା ଦିନ ପୁତ୍ର ର ନାମ କରଣ କରିଲେ। ଗୋଟେ ମାସ ହେବା ପରେ ପୁତ୍ରର ଦେହ ହଳଦିଆ ଦେଖା ଯିବାରୁ , କୁମାର ଡାକ୍ତର ଖାନା ନେଇ ଗଲା। ସେଠାରେ ରକ୍ତ ପରୀକ୍ଷା ରୁ ଜଣା ପଡିଲା ଯେ ପୁଅର ଜଣ୍ଡିସ ହୋଇଛି। ତେଣୁ ଆଡ଼ମିଶନ କରି କିଛି ଦିନ ରହିବାକୁ ହେବ। ଡାକ୍ତରଙ୍କର ପରାମର୍ଶ କ୍ରମେ ପୁଅକୁ ଆଡ଼ମିଶନ କରି କୁମାର ମେଡ଼ିକାଲରେ ରହିଲା। ଜଣ୍ଡିସ ପାଇଁ ଲୋହିତ ରକ୍ତ କଣିକା ସବୁ ଭାଙ୍ଗି ଯାଉଥିବା କାରଣରୁ ହିମୋଗ୍ଲୋବିନ କମ ଅଛି ତା ସହ ଜଣ୍ଡିସ ର ମଧ୍ୟ ନର୍ମାଲ ଠାରୁ ଯଥେଷ୍ଟ ଅଧିକ ଅଛି ବୋଲି ପିଲାର ଡାକ୍ତର ଜଣାଇଲେ ।
ସେଥିପାଇଁ ପିଲାକୁ ରକ୍ତ ଦେବାକୁ ହେବ ବୋଲି କହିଲେ। କୁମାର ଆଉ ବିଳମ୍ବ ନ କରି ଡାକ୍ତର ଦେଇଥିବା ଚିଠା ନେଇ ରକ୍ତ ଭଣ୍ଡାର ରେ ପହଞ୍ଚି ଗଲା। ସେଠାରେ ଆବଶ୍ୟକ ସଂଖ୍ୟକ ରକ୍ତ ନଥିବାରୁ ,ରକ୍ତ କେହି ଦାନ କଲେ ସେମାନେ ଏକ୍ସଚେଞ୍ଜ ରେ ରକ୍ତ ଦେବେ ବୋଲି କହିଲେ। ପୁଅର ସ୍ୱାସ୍ଥ୍ୟ ଭଲ ନ ଥିବାରୁ ବାଧ୍ୟ ହୋଇ କୁମାର 350ml ରକ୍ତ ନିଜର ଦେଲେ। ଏବଂ ପ୍ରତି ବଦଳରେ ପୁଅ ପାଇଁ ଦୁଇ ପ୍ୟାକେଟ ରକ୍ତ ନେଇ ଆସିଲେ। ରକ୍ତ ନେବା ସହ ଲାଇଟରେ ରଖିବା ପରେ କୁମାର ର ପୁତ୍ର ସନ୍ତାନ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲା। କୁମାର ଆଉ କାମିନୀ ଦୁହେଁ ଆଶ୍ୱସ୍ଥ ହେଲେ। ପୁଅ ଭଲ ହୋଇଯିବା ପରେ ଦୁହେଁ ଘରକୁ ଫେରି ଆସିଲେ। ହସ ଖୁସିରେ ଦୁହେଁ ପୁଅ ସହ ଜୀବନ ବିତେଇବାକୁ ଲାଗିଲେ। ଏହା ଭିତରେ କାମିନୀ ଧୀରେ ଧୀରେ ଅସୁସ୍ଥତା ଅନୁଭବ କରୁଥାଏ।
ପତଳା ଝାଡା ହେବା ସହ ରାତିରେ ଜ୍ଵର ଆସିବା ,ଦେହ ଦୁର୍ବଳ ଲାଗିବା , ଓଜନ ରେ ହ୍ରାସ ହେବା ଆଦି ଲକ୍ଷଣ ସବୁ ଦେଖା ଯାଉଥାଏ। ଘର କାମ ସହ ପୁଅର ଦାୟିତ୍ୱ ନେବାରେ ଅଧିକ ସମୟ ବିତେଇ ଦେଇ ଥିବାରୁ ,ନିଜ ପାଇଁ ସମୟ ନ ପାଇବାରୁ ଏମିତି ଲାଗୁଛି ବୋଲି କାମିନୀ ଅନୁମାନ କରି ମଦର ହର୍ଲିକସ ଖାଇବା କୁ ଲାଗିଲା କିନ୍ତୁ ସ୍ୱାସ୍ଥ୍ୟ ରେ ସୁଧାର ଆସିବା ବଦଳରେ ଅବନତି ହେବାର ଦେଖା ଗଲା।
ବିଶେଷ କିଛି ଘଟିବା ଆଗରୁ କୁମାର ଆଉ ବିଳମ୍ବ ନ କରି ଡାକ୍ତର ଙ୍କ ପାଖକୁ କାମିନୀ କୁ ନେଇଗଲା।ଡାକ୍ତର ସ୍ୱାସ୍ଥ୍ୟ ର ପରୀକ୍ଷା ନିରୀକ୍ଷା କରିବା ପରେ କିଛି ଟେଷ୍ଟ ଆଡ଼ଭାଇସ କରିଲେ । ଦୁହିଁଙ୍କୁ ରକ୍ତ ପରୀକ୍ଷା ବିଷୟରେ ଏତେ ଜ୍ଞାନ ନ ଥିଲେ ବି ନିଦାନ ଲ୍ୟାବଟୋରୀ ଯାଇ ରକ୍ତ ପରୀକ୍ଷା ପାଇଁ ନମୁନା ଦେଇ ଆସିଲେ। ଡାକ୍ତର ଙ୍କର ପ୍ରସକୁସନ ରେ ପରୀକ୍ଷା ଲେଖା ଥିବା ସ୍ଥାନରେ HIV ଟେଷ୍ଟ ଲେଖା ଥିବାର ଦେଖି କୁମାର ଆଶ୍ଚର୍ଯ୍ୟ ହୋଇ ଯାଏ । ଏମିତି ମୁହଁ କଣ ପାଇଁ ହାଣ୍ଡି କରି ଲଦି ବସିଛ ବୋଲି କାମିନୀ ପ୍ରଶ୍ନ କରିବାରୁ କୁମାର ଡାକ୍ତର ଙ୍କର ଆଡ଼ଭାଇସ ହୋଇ ଥିବା ଟେଷ୍ଟ କୁ ଦେଖାଏ ।
କାମିନୀ ଏଥର HIV ଟେଷ୍ଟ ନାଁ ପଢି ଆଶ୍ଚର୍ଯ୍ୟ ହୋଇ ଯାଇଛି। କାଉନସିଲର ଯେତେବେଳେ ରକ୍ତ ପରୀକ୍ଷା ନେବା ଆଗରୁ ଅତୀତରେ କାହା ସହ ସମ୍ପର୍କ କି ,ରକ୍ତ ଗ୍ରହଣ କରିବା ଆଦି ସମ୍ପର୍କରେ ଜାଣିବାକୁ ଚାହିଁଲେ , ସେତେବେଳେ ଦୁହେଁ ସିଧା ସିଧା ମନା କରିଦେଲେ। ଦୁହେଁ ଅତୀତରେ କାହା ସହ ସମ୍ପର୍କ ରଖି ନଥିବା କଥା ପ୍ରକାଶ କରିଲେ। HIV ଟେଷ୍ଟ ର ନାଁ ପଢି ଦୁହେଁ ଚମକି ଉଠୁଛନ୍ତି। କାମିନୀ ମନରେ ଅନେକ ପ୍ରଶ୍ନ।ସତରେ ଏ ରୋଗ କଣ ମୋ ଦେହରେ ଅଛି। ଭଗବାନ କରନ୍ତୁ ନ ଥାଉ। ଆଉ ଯଦି ଥାଏ ,ତେବେ ମୋ ଦେହକୁ ଆସିଲା କୁଆଡୁ । ଏଥର ଭୂଲି ଯାଇଥିବା ଅତୀତ ପୁଣି ଥରେ ହୃଦୟରେ କୁହୁଳି ବାକୁ ଲାଗିଲା। ସୁଦାମ ଭାଇ ର କଥା କାମିନୀ ର ଆଉ ଥରେ ମନେ ପଡୁଥିଲା ।
କ୍ରମଶଃ

