Sanatan Das

Drama

5.0  

Sanatan Das

Drama

ବୁଢ଼ା ମଉସା ଓ ମଣିଷ ପଣିଆ

ବୁଢ଼ା ମଉସା ଓ ମଣିଷ ପଣିଆ

7 mins
429


ରାକେଶ ବାବୁଙ୍କ ସହର ରେ ପ୍ରତିପତ୍ତି ରହିଛି। କେନ୍ଦ୍ର ସରକାରଙ୍କ ଅଧିନରେ ରେ ଏକ ଉଚ୍ଚ ପଦବୀରେ ସେ ଚାକିରି କରିଛନ୍ତି। ଘରେ ଚାକର ବାକର ଖଞ୍ଜା। ରାଜା ମହଲ ପରି ଘର । ପରିବାର କହିଲେ ସ୍ତ୍ରୀ ସଙ୍ଗୀତା ଓ ପୁଅ ରାହୁଲ। 

ରାକେଶ ବାବୁ ସେଦିନ ସକାଳୁ ସକାଳୁ ପ୍ରାତଃ ଭ୍ରମଣରେ ଗଲାବେଳେ ପଟ୍ଟନାୟକ ବାବୁ ଦେଖିଲେ ବୁଢ଼ା ଟିଏ ରାସ୍ତା କଡ଼ରେ ଖାଲି ଦେହରେ ପ୍ରବଳ ଶୀତ ରେ ଥରୁଛି।ସେବୁଧ ପାଖ କୁ ଯାଇ କଣ୍ ପାଇଁ ସେ ଏଇ ରାସ୍ତା କଡ଼ରେ ଏମିତି ପଡିଛନ୍ତି ବୋଲି ପଚାରିଲେ। 

ବୁଢ଼ା ଟି ଥରି ଥରି କହିଲା, ବାବୁ ରେ , ବୁଢ଼ୀ ମୋତେ ଅଧା ବାଟରେ ଛାଡ଼ିଗଲା ପରେ, ପୁଅକୁ ବହୁତ୍ କଷ୍ଟରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ବଡ଼ କରି ମଣିଷ କରେଇଲି। ତା ପାଇଁ ନିଜେ ଉପାସ ରହି ତାକୁ ଆହାର ଦେଇଛି। ହେଲେ ବାହାଘର ପରେ ପୁଅ ଆଉ ମୋତେ ପାଖରେ ରଖିବାକୁ ଚାହିଲାନି। ମୋତେ ମାଡ଼ ମାରିଲା। ଜମି ଓ ଘର ଢିହ ଖଣ୍ଡକ ବିକି ଦେଇ ସବୁ ପଇସା ନେଇ ସହରକୁ ଚାଲି ଆସିଲ। ଏଠି ଘର କରି ରହିଲା। ଗାଆଁ ରେ ମୁଁ ପର ଘରେ ମୂଲ ଲାଗି ଚଳିଲି। ରାତି ରେ କାହା ବାରଣ୍ଡାରେ ମୁଣ୍ଡ ଗୁଞ୍ଜି ଶୋଇପଡେ। କିନ୍ତୁ ବୟସ ଅଧିକ ହେବାରୁ ମୁଁ ଆଉ କାମ କରି ପାରିଲିନି । ଆମ ଗାଁ ର ଜଣେ ଲୋକ ମୋତେ ମୋ ପୁଅ ଠିକଣା ବୁଝି ତା ପାଖରେ ଛାଡି ଦେଇ ଗଲା। ପୁଅ ପ୍ରଥମେ ସିଧା ସିଧା ମନ କରିଦେଲା, କିନ୍ତୁ ତାର ପଡିଶା ଲୋକ ତାକୁ କହିବାରୁ ସେ ବାଧ୍ୟ ହୋଇ ମୋତେ ରଖିଥିଲା। ମୁଁ ଆସିବାରୁ ତାର ବହୁତ୍ ଅସୁବିଧା ହେଲା। ମୋ ଦେହ ଅସୁସ୍ଥ ହେଲେ ସେ ଔଷଧ ତ ଦୂର ର କଥା, ଭଲ ସେ ଖାଇବାକୁ ଗଣ୍ଡେ ଦେଲାନି। ଓଲଟି ମୋତେ ମାଡ଼ ମାରିଲା।  ବୋହୂ ବି ଟା ସହ ତାଳ ଦେଲା। ଖାଇବାକୁ ମାଗିଲେ ଖାଇବା ବଦଳରେ ଅସଭ୍ୟ ଭାଷା ରେ ଗାଳି ଆଉ ମାଡ଼ ମିଳୁଥିଲା। ୩-୪ ଦିନ ର ବାସି ଭାତ, ପିଆଜ କି ଲଙ୍କା ଗୋଟେ ଦେଉଥିଲେ ଖାଇବାକୁ। ଘର ର କାମ ମୁଁ ଚାକର ପରି କରୁଥିଲି।ତଥାପି ସେମାନଙ୍କ ମନରେ ଟିକେ ବି ଦୟା ହୁଏ ନାହିଁ। ମୋ ଭାଗ୍ୟକୁ ଆଦରି ପଡ଼ି ରହିଥିଲି। 

 

ଦିନେ ପୁଅ ବୋହୁ ବାହାରକୁ ଯାଇଥିଲେ,। ମୋତେ ପ୍ରବଳ ଭୋକ ହେଲା । ବାଧ୍ୟ ହୋଇ ମୁଁ ରୋଷେଇ ଘରେ ପଶି ରନ୍ଧା ଯାଇଥିବା ଖାଦ୍ୟ ଆଣୁଥିବା ବେଳେ ଅଜାଣତରେ ଭାତ ହାଣ୍ଡି ତଳେ ପଡ଼ିଗଲା। ସବୁ ଭାତ ନଷ୍ଟ ହୋଇଗଲା। ପୁଅ ବୋହୁ ରାତି ରେ ଫେରିଲେ। ଏ ସବୁ ଦେଖି ମୋ ଗାଳି ଆଉ ମାଡ଼ ଦେଲେ। ଘରୁ ବାହାର କରିଦେଲେ। କାଲି ରାତିରେ ମୋତେ ଏଇଠି ଆଣି ଛାଡ଼ିଦେଇ ଗଲେ। କାଲି ରାତି ଠାରୁ ଏଇଠି ପଡ଼ିଛି ବାବୁ। ଏତକ କହି ବୁଢ଼ା ଭୋ ଭୋ ହୋଇ କାନ୍ଦି ପକେଇଲା


 ମନରେ କଣ୍ ଭାବିଲେ କେଜାଣି, ପଟ୍ଟନାୟକ ବାବୁ ପକେଟ୍ ରୁ ମୋବାଇଲ ବାହାର କରି ସେଇ ବୁଢା ସହ ବିଭିନ୍ନ ଭଙ୍ଗୀରେ କେତୋଟି ଫଟୋ ଉଠାଇଲେ। ତାପରେ ପାଖ ଦୋକାନରୁ ଗୋଟେ ବିସ୍କୁଟ ପ୍ୟାକେଟଓ ଫଳ ଆଣି ବୁଢାକୁ ଦେଲେ । ବୁଢ଼ା ଜୀବନ ଆକୁଳରେ ଖାଇ ପକେଇଲା। ତାପରେ ପଟ୍ଟନାୟକ ବାବୁ ପାଣି ଅଣି ବୁଢ଼ା କୁ ଖାଇବାକୁ ଦେଲେ ଓ ବୁଢାକୁ ଏକ ଜରାଶ୍ରମ ରେ ରଖିବାର ବ୍ୟବସ୍ଥା କଲେ। 


ଦିନ ୧୦ ଟାରେ ପଟ୍ଟନାୟକ ବାଉ ଅଫିସ ବାହାରିଲେ। ସନ୍ଧ୍ୟାବେଳେ ଫେରି ସେ ପୁଣି ସେଇ ଜରାସ୍ରମ କୁ ଗଲେ। ବୁଢ଼ାର ଭଲ।ମନ୍ଦ ବୁଝିଲେ। ଘରକୁ ଆସି ଭାବିବାକୁ ଲାଗିଲେ, ଦୁନିଆରେ ବାପା ଟିଏ ତ ସନ୍ତାନ ପାଇଁ କଣ୍ ନ କରେ, ତଥାପି ବୃଦ୍ଧ ବୟସ ରେ ଏମିତି ହତାଦର କଣ୍ ପାଇଁ ହୁଏ। ଏହା କେବଳ ଜଣଙ୍କର କାହାଣୀ ନିହେ, ସମାଜରେ ଅଧିକାଂଶ ପରିବାର ରେ ଏମିତି ହୁଏ। ଆବଶ୍ୟକତା ମେଣ୍ଟିଗଲେ ଲୋକମାନେ ପାଦରେ ଆଡେଇ ଦୂରକୁ ଫିଙ୍ଗି ଦିଅନ୍ତି। ଯୋଉ ବାପା ଦିନେ ନ ଖାଇ ନ ପିଇ ପିଲାକୁ ଛୋଟରୁ ବଡ଼ କରି ସମାଜରେ ପ୍ରତିଷ୍ଠିତ କରାଇଲା, ସେଇ ପିଲା ଆଜି ସ୍ୱାର୍ଥପର ହୋଇ ନିଜର ଜନକ କୁ ରାସ୍ତା କଡ଼ରେ ଫିଙ୍ଗି ଦେଇ ଗଲା। କେତେ ନିଷ୍ଠୁର ସତେ ସେଇ ସନ୍ତାନ ମନେ ଯୋଉ ମାନେ ବାପାଙ୍କ ଛାୟା ତଳେ ରହି ଚାରା ଗଛରୁ ବଡ଼ ବୃକ୍ଷ ରେ ପରିଣତ ହୋଇଲେ, ଆଜି ତାକୁ ହିଁ ହତଦାର କଲେ। ଏମିତି ଅନେକ କଥା ଭାବି ପଟ୍ଟନାୟକ ବାବୁ ବୁଢ଼ା ସହ ଉଠାଇ ଥିବା ଫଟୋକୁ ତାଙ୍କ ସାଙ୍ଗ ଥିବା ଏକ ସାମ୍ବାଦିକ ନିକଟକୁ ପଠାଇଲେ। ଓ ଫୋନ ରେ କଣ୍ ସବୁ କହିଲେ।।

 ଏମିତି ଦିନେ ପଟ୍ଟନାୟକ ବାବୁ , ନିଜର ସାମ୍ବାଦିକ ବନ୍ଧୁଙ୍କୁ ନେଇ ସେଇ ଜରାଶ୍ରମ କୁ ଗଲେ। ଦୁହେଁ ବସି ବୁଢ଼ା ଠାରୁ ତାର ଜୀବନ କାହାଣୀ ଶୁଣିଲେ। ଦୁଇ ଜଣ ଙ୍କ ଆଖିରେ ବୁଢ଼ାର ଦୁଃଖ ଦୁଃଖ ଭରା ଶୁଣି ଲୁହ ଆସି ଗଲା। କିଛି ସମୟ ପରେ ବୁଢ଼ାର ଭଲ ମନ୍ଦ ବୁଝି ସେମାନେ ଫେରି ଆସିଲେ।


ବାଟରେ ପଟ୍ଟନାୟକ ବାବୁ କହିଲେ, ଦେଖୁଚୁ ସାଙ୍ଗ, କେମିତି ଆଜି କାଲି ସନ୍ତାନ ମାନେ ନିଜର ନୈତିକତା ଓ କର୍ତ୍ତବ୍ୟ ଭୁଲି ଯାଇ କେତେ ନିନ୍ଦନୀୟ କାର୍ଯ୍ୟ କରୁଛନ୍ତି। ଧୀରେ ଧିରେ ସମାଜରୁ ମାନବିକତା ଓ ମଣିଷ ପଣିଆ ହଜିଗଲାଣି। ଛାଡ ମଉସାଙ୍କ ଭାଗ୍ୟରେ ଯାହା ଥିବ ତାହା ହେବ। ଏମିତି ଦୁହେଁ କଥା ହୋଇ ଘରକୁ ଫେରିଲେ। ସାମ୍ବାଦିକ ବନ୍ଧୁ ପଟ୍ଟନାୟକ ବାବୁଙ୍କୁ ଘରେ ଛାଡ଼ି ଦେଇ ନିଜ ଘରକୁ ଗଲେ।


ତା ପରଦିନ ରବିବାର। ସବୁ ଛୁଟି। ପାର୍କ ରେ ପଟ୍ଟନାୟକ ବାବୁ ଓ ସାମ୍ବାଦିକ ବନ୍ଧୁ ଙ୍କ ଭେଟ ହେଲା। ଦୁହେଁ ଏକ ସିମେଣ୍ଟ ବେଞ୍ଚ ରେ ବସିଲେ। ପାଖରେ ଜଣେ ଆଡ ପକା ନାଲି ଚା ବିକୁଥିଲା। ଦୁଇ କପ୍ ଚା ପାଇଁ କହିଦେଇ ସାମ୍ବାଦିକ ବନ୍ଧୁ ପଟ୍ଟନାୟକ ବାବୁଙ୍କୁ କହିଲେ, ଜାଣିଚୁ ସାଙ୍ଗ, ମୁଁ କାଲି ରାତି ରେ ଶୋଇଲା ବେଳେ ଗୋଟେ କଥା ଚିନ୍ତା କରିଛି। 

"କି କଥା??" ପଟ୍ଟନାୟକ ବାବୁ ଚା କପ୍ ଟି ହାତ ରେ ଧରୁ ଧରୁ କହିଲେ।


ଗରମ ଚା ର ଉଷୁମ ସ୍ପର୍ଶ କୁ ଓଠରେ ଛୁଁ ଛୁଁଁ ସାମ୍ବାଦିକ ବନ୍ଧୁ କହିଲେ, ସାଙ୍ଗ, ମୁଁ ଭାବୁଚି ମଉସାଙ୍କ କାହାଣୀ କୁ ନେଇ ଏକ ବହି ବାହାର କରିବି। ସେଇ ବହି ବିକ୍ରି କରି ଯୋଉ ପଇସା ହେବ, ତାକୁ ମଉସାଙ୍କ ନାମ ରେ ରଖିଦେବ। ଭବିଷ୍ୟତରେ ତାଙ୍କ କାମରେ ଆସିବ।

ଏ କଥା ଶୁଣି ପଟ୍ଟନାୟକ ବାବୁ ବହୁତ୍ ଖୁସି ହୋଇଗଲେ ଓ କହିଲେ, ଠିକ୍ ଅଛି, ତୁ ଆଗେଇ ଚାଲ୍। ବହିଁପାଇଁ ଯାହା ବି ଖର୍ଚ୍ଚ ହେବ, ମୁଁ ଦେବି। 

ଏମିତି ଦୁହେଁ କଥା ବାର୍ତ୍ତା ହୋଇ ନିଜ ନିଜ ଘରକୁ ଗଲେ।

ଦୁହିଁଙ୍କ ମନରେ ଗୋଟେ ଅଜବ ପ୍ରକାର ନିଶା ଓ କିଛି କରିବାର ଆଗ୍ରହ ଜୋର୍ ରେ ଲହଡ଼ି ମାରୁଥାଏ।


କିଛି ଦିନ ପରେ ଦୁଇ ଜଣଙ୍କ ସହାୟତାରେ ସେଇ ବହି ଟି ପ୍ରକାଶିତ ହେଲା। ସେମାନେ ଭାବୁଥିଲେ, ବହିଟି ହୁଏ ତ, କାହାର ପସନ୍ଦ ହେବ ନାହିଁ। ଆଜିର ଏ ମୋବାଇଲ ଓ ସାମାଜିକ ଗଣ ମାଧ୍ୟମ ଯୁଗରେ କିଏ ବା ଅନାମଧେୟ ଲେଖକଙ୍କ ବହି ପଢିବ?? କିନ୍ତୁ ସେମାନଙ୍କର ଭାବନା ଭୁଲ୍ ପ୍ରମାଣିତ ହେଲା। ସେଇ ବହିର ପ୍ରଚାର ଓ ପ୍ରସାର କରିବାରେ ବେଶି ସହାୟକ ମୋବାଇଲ୍ ଓ ସାମାଜିକ ଗଣ ମାଧ୍ୟମ ଯଥା ଫେସବୁକ୍, whatsaap , instagram ହେଲା। ଧୀରେ ଖବର ଟି ଚାରି ଆଡ଼କୁ ବ୍ୟାପିଗଲା। ବହି ବହୁତ୍ ସଂଖ୍ୟାରେ ବିକ୍ରି ହେଲା। ପଟ୍ଟନାୟକ ବାବୁ ଓ ତାଙ୍କ ବନ୍ଧୁ ଯେତିକି ଚାହିଁଥିଲେ ତା ଠାରୁ ଅଧିକ ମିଳିଗଲା। ଏମିତି ରେ ବହି ଛାପି ଥିବା ପ୍ରକାଶନ ସଂସ୍ଥା ର ବି ସବୁଆଡେ ପ୍ରଶଂସା କରାଗଲା। ତେଣୁ ସେ ପଟ୍ଟନାୟକ ବାବୁ ଓ ତାଙ୍କ ବନ୍ଧୁଙ୍କୁ କହିଲେ ଜେ, ସେ ଏକ ସମ୍ବର୍ଦ୍ଧନା ସଭା କରିବାକୁ ଚାହୁଁଚୁ। ସେଇ ସଭାରେ ଆମେ ମଉସାଙ୍କୁ ସମ୍ବର୍ଦ୍ଧିତ କରିବୁ। ଏହି କଥା ଶୁଣି ଦୁଇ ଜଣ ଖୁସି ହୋଇ ରାଜି ହୋଇଗଲେ। 

 ଲୋକମାନେ ଉଭୟ ଅଫଲାଇନ ଓ ଅନଲାଇନ ମାଧ୍ୟମରେ ବହି କିଣିବାକୁ ଲାଗିଲେ। ବହି ବିକ୍ରୀ ବାବଦ ଯାହା ଅର୍ଥ ଆସୁଥିଲା, ଦୁଇ ବନ୍ଧୁ ତାକୁ ସେଇ ବୃଦ୍ଧ ମଉସାଙ୍କ ନାମରେ ଏକ ବ୍ୟାଙ୍କ୍ ଖାତା ଖୋଲି ରଖିଦେଲେ। ଏବଂ ସେଥିରୁ କିଛି ଟଙ୍କା ମଧ୍ୟ ସେ ବୃଦ୍ଧ ଆଶ୍ରମ କୁ ଦାନା କରିଦେଲେ। ମଉସାଙ୍କୁ ମଧ୍ୟ ଜଣାଇ ଦେଲେ ଯେ, ତାଙ୍କ ନାମରେ ଯେଉଁ ପୁସ୍ତକ ଛପା ଯାଇଥିଲା, ତାହା ଏବେ ଚାରିଆଡେ ଚହଳ ପକାଇଛି। ଆଉ କିଛି ଦିନ ପରେ ତୁମେ ସମ୍ବର୍ଦ୍ଧିତ ହେବ। ତୁମ ନାମରେ ବ୍ୟାଙ୍କ୍ ରେ ଏ ପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କା ଜମା ହୋଇ ସାରିଲାଣି। ଏ କଥା ଶୁଣି ବୁଢ଼ା କାନ୍ଦି ପକେଇଲା ଓ ପଟ୍ଟନାୟକ ବାବୁଙ୍କ ହାତ ଧରି କହିଲା, ବାବୁ , ଏ ସବୁ ଆପଣ ଙ୍କ ପାଇଁ ସମ୍ଭବ ହେଲା। ନ ହେଲେ ମୁଁ ଆଜି କୋଉ ରାସ୍ତା କଡ଼ରେ ପଡିଥାନ୍ତି ଆଉ ଭିକ ମାଗି ଚଳୁଥାନ୍ତି।ଈଶ୍ୱର ତୁମ ଦୁଇ ଜଣଙ୍କର ମଙ୍ଗଳ କରନ୍ତୁ। 


ତାପରେ ପଟ୍ଟନାୟକ ବାବୁ କହିଲେ, ମଉସା , ତୁମ ନାମରେ ଏକ ଘର କିଣା ହୋଇଛି। ସେ ଘରେ ଏବେ ତୁମେ ରହିବ। ସେ ଘର ଟା ତୁମର ନିଜର ହେବ। କିନ୍ତୁ ବୁଢ଼ା ଲୋକ ଜଣକ କହିଲେ, "ଦେଖା ବାବୁ, ମୁଁ ଆଉ କୋଉଠି କୁ ଯିବିନି। ଏଇଠି ରହିବି। ଏଠି ମୋ ପରି ବହୁତ୍ ଅସହାୟ ଲୋକ ଅଛନ୍ତି। ମୁଁ ତାଙ୍କରି ସହ ରହିବି। ମୋତେ ବି ବହୁତ୍ ସାଙ୍ଗ ସାଥୀ ମିଳି ଯିବେ। ମୋ ପାଖରେ ଯେତେ ଟଙ୍କା ରଖିଚ, ସବୁ ଏଇ ମାନଙ୍କ ପାଇଁ ଖର୍ଚ୍ଚ କରିବି, ଯେମିତି ଭବିଷ୍ୟତ ରେ କିଛି ଅସୁବିଧା ନ ହେବ । ପଟ୍ଟନାୟକ ବାବୁ ଏହା ଶୁଣି ମନେ ମନେ ଖୁସି ହୋଇଗଲେ ଆଉ କହିଲେ, ହଁ, ମଉସା, ତୁମେ ଯାହା ଚାହୁଁଛ, ସେଇଆ ହେବ। ଏହା ପରେ ଦୁଇ ବନ୍ଧୁ ସେଠାରୁ ବିଦାୟ ନେଇ ଫେରି ଆସିଲେ।


ପୁସ୍ତକ ବିକ୍ରି ଓ ସେଇ ବୁଢା ମଉସାଙ୍କ ଖବର ଟିଭି, ଖବରକାଗଜ, ସାମାଜିକ ଗଣ ମାଧ୍ୟମ ରେ ଦିନକୁ ଦିନ ପ୍ରସାର ଓ ପ୍ରଚାର ହେବାକୁ ଲାଗିଲା। ଦିନେ ସେଇ ବୃଦ୍ଧ ବ୍ୟକ୍ତି ଙ୍କ ପୁଅ ବୋହୂ ଏ ଖବର ଟିଭି ରେ ଦେଖିଲେ। ଏ ସବୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ବାପା କିପରି ଏତେ ବଡ଼ ଧନୀ ଲୋକ ହୋଇଗଲେ। ବୋହୂ ଜଣକ ପୁଅ କୁ କହିଲା, ହେଇଟି, ଦେଖ, ବାପା କେମିତି ଆମର ଲକ୍ଷ ଲକ୍ଷ ଟଙ୍କାରେ ଖେଳୁଛନ୍ତି। ଚାଲ ଆମେ ତାଙ୍କୁ ଘରକୁ ନେଇ ଆସିବା । ସେ ଆସିଲେ ତାଙ୍କର ସବୁ ପଇସା ଆମର ହେଇଯିବ। ପୁଅ କୁ କଥା ଟା ଠିକ୍ ଲାଗିଲା। ସେ ଭାବିଲା, ଯାଉଛି ବାପାଙ୍କୁ ଭୁଲ୍ ମାଗି ଘରକୁ ନେଇ ଆସିବି। ସେ ଆସିଲେ ମୁଁ ଧନିଲୋକ ହେଇଯିବି। କିନ୍ତୁ ବାପା କଣ୍ ତାକୁ କ୍ଷମା କରିବେ? ଏଇ କଥା ସେ ଟା ସ୍ତ୍ରୀ କୁ କହିବାରୁ , ସେ କହିଲା, ଆରେ ,ସେ ତୁମ ବାପା। ସେ କଣ୍ ତୁମ ଉପରେ ବେଶି ଦିନ ରାଗି ପାରିବେ?? ଦେଖିବ ତୁମକୁ ଦେଖି ସବୁ ଭୁଲିଯିବେ, ଆଉ ତୁମକୁ ଆପଣାଇ ନେବେ। ଏହା ଶୁଣି ପୁଅ କହିଲା ହଉ ଠିକ୍ ଅଛି, ଆମେ ବାପାଙ୍କ ସମ୍ବର୍ଦ୍ଧନା ଉତ୍ସବ ବେଳେ ଯିବ। ଦୁହେଁ ଏମିତି କଥା ବାର୍ତ୍ତା ହୋଇ ରହିଲେ।


କିଛି ଦିନ ପରେ ସମ୍ବର୍ଦ୍ଧନା ଉତ୍ସବ ହେଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଆସିଥାନ୍ତି। ସମସ୍ତେ ପଟ୍ଟନାୟକ ବାବୁ ଓ ତାଙ୍କ ସାମ୍ବାଦିକ ବନ୍ଧୁ ଙ୍କୁ ପ୍ରଶଂସା କରୁଥାନ୍ତି। ଆଉ ବୁଢ଼ା ମଉସାଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଉଥାନ୍ତି। ସଭାକାର୍ଯ୍ୟ ଆରମ୍ଭ ହେଲା। ସେଇ ସଭାକୁ ତାଙ୍କ ପୁଅ ବୋହୁ ବି ଆସିଥାନ୍ତି। ସଭା କାର୍ଯ୍ୟ ସରିଲା, ।

ସଭା ମଞ୍ଚ ତଳକୁ ଓହ୍ଲାଇଲା ବେଳେ ପୁଅ ବୋହୂ ତାଙ୍କ ଗୋଡ ଧରି ପଡିଗଲେ। କହିଲେ, ବାପା, ଆମର ଭୁଲ୍ ହୋଇଗଲା। ଆମକୁ କ୍ଷମା କରିଦିଅ। ଚାଲନ୍ତୁ, ଘରକୁ ଯିବା। 


 ସାମ୍ବାଦିକ ମାନେ ଧାଇଁ ଆସିଲେ । ବିଭିନ୍ନ ପ୍ରକାର କଥା ପଚାରିଲେ, ଜଣେ ପଚାରିଲା, ଆଜ୍ଞା, ଆପଣ ଙ୍କ ଉପରେ ଛପା ହୋଇଥିବା ବହି ରେ ଲେଖା ଥିବା କଥା କଣ୍ ସତ?? 


ମଉସା ଥରେ ତାଙ୍କ ପୁଅ ବୋହୂକୁ ଅନାଇ କହିଲେ, ହଁ, ସତ କଥା। 

ଆଉ ଜଣେ ପଚାରିଲେ, ତେବେ ଆପଣ କଣ୍ ଆପଣଙ୍କ ପୁଅ ବୋହୂଙ୍କୁ କ୍ଷମା କରିଦେବେ??


ବୁଢ଼ା ମଉସା ଜଣକ ଟିକେ ହସି କହିଲେ, ଦେଖନ୍ତୁ, ପିତାମାତା ସାରା ଜୀବନ ଖଟି ଖଟି ନିଜର ପିଲା ମାନଙ୍କୁ ବଡ଼ କରେ। ସେମାନଙ୍କୁ ଉତ୍ତମ ଭବିଷ୍ୟତ ଦିଅନ୍ତି। ନିଜେ ଉପାସରେ ରହି ଛୁଆଙ୍କ ପାଟିରେ ଆହାର ଦିଅନ୍ତି, ଯୋଉ ପର୍ୟନ୍ତ ସେମାନେ ଏ ଦୁନିଆ ରେ ନିଜର ପରିଚୟ ସୃଷ୍ଟି କରି ପରି ନାହାନ୍ତି, ସେ ପର୍ଯ୍ୟନ୍ତ ପିତା ମାତା ପିଲା ମାନଙ୍କୁ ପାଳି ପୋଷି ଛୋଟ ରୁ ବଡ଼ କରିଥାନ୍ତି। ଦେହ ଖରାପ ହେଲେ ରାତି ଅନିଦ୍ରା ହୋଇ ପିଲା ର ସେବା କରିଥାଆନ୍ତି ଆଉ ସବୁ ଅଳି ଅର୍ଦ୍ଦଳି ପୂରଣ କରିଥାନ୍ତି। କିନ୍ତୁ ସେଇ ପିଲା।ମାନେ ବଡ଼ ହୋଇ ନିଜର ବୁଢ଼ା ବାପା ମା ଙ୍କୁ ହତାଦର କରନ୍ତି। ସେମାନଙ୍କୁ ନିର୍ଯାତନା ଦେଇଥାନ୍ତି। ଖାଇବା ବଦଳରେ ମାଡ଼ ମାରି ଥାନ୍ତି। ରାସ୍ତା କଡ଼ରେ ପକେଇ ଦେଇ ଆସନ୍ତି। ମୁଣ୍ଡକୁ ହାତ ପାଇଲା ପରେ ନିଜ ପିଲାମାନେ ବଦଳି ଯାନ୍ତି। ଯୋଉ ପିତାମାତା ମାନେ ଏତେ ବର୍ଷ ପାଳି ପୋଷି ବଡ଼ କରନ୍ତି, ସେଇ।ପିଲାମାନେ ସେଇ ବୁଢ଼ା ବାପା ମା ଙ୍କୁ କିଛି ଦିନ ମଧ୍ୟ ନିଜ ପାଖରେ ରଖି ପାରନ୍ତିନି କି ତାଙ୍କର ସେବା ସୃଶୁଶା କରି ପାରନ୍ତି ନାହିଁ। ଆଉ ଏଭଳି ପିଲାଙ୍କୁ କ୍ଷମା କେବେ କରା ଯାଇ ପାରିବ ନାହିଁ। କିନ୍ତୁ ପଟ୍ଟନାୟକ ବାବୁ ଓ ତାଙ୍କ ବନ୍ଧୁଙ୍କ ପରି ଲୋକମାନେ ଥିବାରୁ ଆଜି ଏ ସମାଜରେ ମଣିଷ ପଣିଆ ବଞ୍ଚି ରହିଛି, । ଧନ୍ୟବାଦ୍।


ଏତିକି କହି ବୁଢ଼ା ମଉସା ଜଣକ ପଟ୍ଟନାୟକ ବାବୁଙ୍କ ସହ ଧୀରେ ଧୀରେ ବୃଦ୍ଧା ଶ୍ରମ ଆଡ଼କୁ ଆଗେଇଲେ। ପଛରେ ଛାଡ଼ିଦେଇ ଗଲେ, ପୂଳା ପୁଳା ଅଭିମାନ, ଅସନ୍ତୋଷ ଆଉ ପୁଅ ବୋହୂ ଙ୍କ ମିଛ ଭକ୍ତି ଆଉ ଭଲ ପାଇବା ।


Rate this content
Log in

Similar oriya story from Drama