STORYMIRROR

Trushna Das

Drama Tragedy Children

5  

Trushna Das

Drama Tragedy Children

ସରିତା (ଭାଗ 2: ବିପଦର ବନ୍ଧୁ)

ସରିତା (ଭାଗ 2: ବିପଦର ବନ୍ଧୁ)

1 min
519


ସରିତା ବାପା ମାଆଙ୍କୁ ହରାଇ ଏବେ ଏକୁଟିଆ ପଡ଼ି ଯାଇଛି। ଜେଜେମା, ଆଉ ବଡ଼ ବାପାଙ୍କ ପରିବାର ସହ ରହୁଛି। କିନ୍ତୁ ସେମାନଙ୍କର ଚାଲିଚଳନ ପୁରା ଅଲଗା। 


ସରିତାର ପଢ଼ା ବନ୍ଦ କରି ଦିଆ ହେଲା। ତାକୁ ଘରର ସବୁ କାମ କରିବାକୁ ପଡ଼ିଲା। ଛୋଟ ବେଳୁ ଯେ ବାପା ମାଆଙ୍କ ଗେହ୍ଲି ଥିଲା ବେ ସେ ନିଃସାହାରା। ସେ ଯେତେ ବି ଜେଜେମା ଆଉ ବଡ଼ ବାପାଙ୍କୁ ପାଠ ପଢିବା କଥା କହିଲେ ବି କେହି ତା କଥା ଶୁଣିଲେ ନାହିଁ। ଶେଷରେ ସେ ମାଆ ଦୁର୍ଗାଙ୍କୁ କାନ୍ଦି କାନ୍ଦି ନିଜ ମନ କଥା କହୁ ଥାଏ ନିଜ ଭାଗ୍ୟର ବିଡ଼ମ୍ବନା। 


ବିଚାରି ସରିତାକୁ ଭର ସକାଳୁ ଉଠି ଘର ଧୁଆ ପୋଛା, ବାସନ ମଜିବା ଠାରୁ ଆରମ୍ଭ କରି ଗାଈମାନଙ୍କୁ ଖାଇବା ଠାରୁ, ଗୁହାଳ ସଫା, ଲୁଗା ସଫା, ରୋଷେଇ ବାସ ସବୁ କରିବାକୁ ପଡିଲା। ଆଗରୁ କେବେ ଘର କାମ କରି ନାହିଁ। କିଛି କାମରେ ଭୂଲ ହୋଇ ଗଲେ ବଡ଼ ମାଆ ଆଉ ଜେଜେମାଙ୍କ ଠାରୁ ଗାଲି ମାଡ ଖାଇ ବାକୁ ପଡୁ ଥିଲା। 


କାନ୍ଦି କାନ୍ଦି ଦିନ କଟୁ ଥାଏ। କିଛି ଦିନ ପରେ ହଠାତ୍ ତାର ଅଜୁ କାକା ସହ ଦେଖା ହେଲା। ଅଜୁ କାକା ସରିତାର ଜେଜେମାଙ୍କ ପାଖରେ କାମ କରନ୍ତି।ସେ ମଝିରେ ମଝିରେ ସହରକୁ ଗଲେ ସରିତା ଘରକୁ ଯାଉଥିଲେ । ସେ ସରିତାକୁ ବହୁତ ଭଲ ପାଆନ୍ତି।


ସରିତାର ଅବସ୍ଥା ଦେଖି ତାଙ୍କ ମନରେ ଦୟା ଆସେ। ତେଣୁ କେହି ନ ଥିବା ସମୟରେ ସେ ସରିତାର ଅଧା କାମ କରି ଦିଅନ୍ତି। ସରିତା ମଧ୍ୟ ତାଙ୍କୁ ନିଜର ମନର ସବୁ ଦୁଃଖ ଖୋଲି କୁହେ।ଅଜୁ କାକା ତା ବିପଦ ସମୟରେ ବିପଦର ବନ୍ଧୁ ଭାବରେ ସରିତା ପାଖରେ ଆସି ଛିଡା ହୋଇଛନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama