SACHALA GURU

Drama

4  

SACHALA GURU

Drama

ପ୍ରିୟ ଗୁପ୍ତ ଚର ଚରିତ୍ର

ପ୍ରିୟ ଗୁପ୍ତ ଚର ଚରିତ୍ର

3 mins
170


  • ପୁର୍ଣ୍ୟ ପବିତ୍ର ଋଷିମୁନି ଦେଶ ଭାରତ ଭୂମିରେ ଯାହାର ଜନ୍ମ ହୋଇଛି l ସେ ଯେକୌଣସି ଦେଶରେ l ବସବାସ କଲେ ମଧ୍ୟ ତାହାର ଜନ୍ମ ଭୂମି ପ୍ରତି ଅତ୍ମୀୟତା ଜାଗରିତ ହୋଇଥାଏ l ତାହାର ଜନ୍ମ ଭୂମି ପ୍ରତି ଅନ୍ୟାୟ ଅତ୍ୟାଚାର ହେଲେ ସେ ସହ୍ୟ କରିପାରେ ନାହିଁ l ସେ କିପରି ଭୁଲି ଯିବ ତାହାର ଜନ୍ମ ଭୂମିକୁ l ଯାହାର ପାଣି ପବନରେ, ରୂପ ଗନ୍ଧସ୍ପର୍ଶରେ ଛୋଟରୁ ବଡ ହୋଇଛି ସେହି ଆମାନିୟ ନଦୀନାଳ ଡିଆଁ ପିତା ମାତା ଙ୍କର ସ୍ନେହ ମମତା ସେ କି ଭୁଲିପାରେ ସେ ମାଟି ଝାଟି କୁଡ଼ିଆ ଘରକୁ l ସେହିପରି ବଢି ଆସିଥିବା ଏକ ନୀତି ଆଦର୍ଶ ର ଯୁବକ ନିଜ ଦେଶ ପ୍ରତି ହେଉଥିବା ଅନ୍ୟାୟ କୁ ସେ କେବେ ସହି ପରେ l
  • ଏହିପରି ଏକ ଆଦର୍ଶ ମହନୀତି ବାବୁ ଯୁବକ ରବୀନ୍ଦ୍ର କୌଶିକ ଥିଲେ ସେଥିଲେ ଆଗ ଧାଡ଼ିର ପ୍ରିୟ ଗୁପ୍ତ ଚୋର l ତାହାଙ୍କର ଜ୍ଞାନ କୌଶଳ ଥିଲା ଉଚ୍ଚ କୋଟିର ଓ ଆପ୍ରାଣ ଚେଷ୍ଟା ତାହାଙ୍କୁ ପ୍ରକୁତ ମଣିଷ ପଣିଆରେ ପହଞ୍ଚେଇ ପାରିଥିଲା l ସେ 1952 ମସିହା ଏପ୍ରିଲ 11 ତାରିଖରେ ଗୁଜୁରାଟର ଶ୍ରୀ ଗଙ୍ଗା ନଗରରେ ଜନ୍ମ ଗ୍ରହଣ କରିଥିଲେ l ତାଙ୍କର ପିତା ଭରତୀୟ ସେନା ବାହିନୀରେ ଜଣେ କର୍ମ ଚାରି ଥିଲେ l 
  • ରବୀନ୍ଦ୍ର କୌଶିକ ଆମ ଭାରତୀୟ ସରକାରୀ ବିଦ୍ୟାଳୟରେ ପାଠ ପଢିଥିଲେ l ଏବଂ ତାଙ୍କର ନୃତ୍ୟ ଗୀତ ନାଟକରେ ଅଧିକ ଆଗ୍ରହ ଥିଲା l ତାଙ୍କର ଅଭିନୟ ଲାଗି ତାଙ୍କ ଅଂଚଳରେ ଖ୍ୟାତି ଅର୍ଜନ କରିଥିଲେ l ସେ ଆମ ଭାରତର " ର " ସଂସ୍ଥା ର ଅଫିସର ମାନଙ୍କର ନଜର ତାଙ୍କ ଉପରେ ପଡିଥିଲା l ଓ ତାଙ୍କ ଅଭିନୟରେ ପ୍ରଭାବିତ ହୋଇ ତାଙ୍କ ପାଖରେ "ର " ସଂସ୍ଥା ରେ ଯୋଗ ଦେବାକୁ ପ୍ରସ୍ତାବ ରଖାଗଲା ସେ ମଧ୍ୟ ସେ ପ୍ରସ୍ତାବ ରେ ରାଜି ହୋଇରହିଲେ l ପାକିସ୍ତାନ ଯିବାକୁ ଥିବାରୁ ମୁସଲମାନ ମାନଙ୍କ ଚାଲି ଚଳଣି ଭାଷା ଆଚାର ବ୍ୟବହାର ଉପରେ ପ୍ରଥମେ ପ୍ରଶିକ୍ଷଣ ନେଇଥିଲେ ତାପରେ 1974ମସିହାରେ ଭାରତୀୟ ଗୁପ୍ତ ଚର ହିସାବରେ ପାକିସ୍ତାନ ସେନା ବାହିନୀରେ ଯୋଗଦେଇଥିଲେ l 
  • ରବୀନ୍ଦ୍ର କୌଶିକ ନିଜ ନାମକୁ ପରିବର୍ତ୍ତନ କରି "ନାଭି ଅହମ୍ମଦ ସକୀର " ଏହି ନାଁରେ ଇସ୍ଲାମ ବାଦ ରେ ତାଙ୍କର ପରବର୍ତୀ ସମୟ କଟାଇଥିଲେ l ସେଠାରେ ଯାଇ କରାଚୀ ବିଶ୍ୱବିଦ୍ୟାଳୟ ରେ ସ୍ନାତକ ତର ଆରମ୍ଭ କରିଥିଲେ ତାଙ୍କର ଉପସ୍ଥିତ ବୁଦ୍ଧି ଅତି ପ୍ରଖର ଥିଲା ଯେ ସେଠାରେ ରହି ଏକ ମୁସଲିମ କନ୍ୟା ଅମାନତ କୁ ବିବାହ କରି ରହିଥିଲେ l ତାପରେ ସେ ପାକିସ୍ତାନ ସେନାରେ ଯୋଗ ଦେଇଥିଲେ ତାହା ପରେ l ଧୀରେ ଧୀରେ ରହି ପାକିସ୍ତାନୀ ସେନା ବାହିନୀଙ୍କ ଗୁପ୍ତ ତଥ୍ୟ କୁ ଭାରତୀୟ ସରକାରଙ୍କୁ ଜଣାଇ ଦେଉଥିଲା l ସେକି ଭୁଲି ପରେ ଭାରତୀୟ ଏବଂ ଆତ୍ମୀୟତାକୁ ତାଙ୍କ କାଯ୍ୟ ଦକ୍ଷତା ପାଇଁ ମେଜର ପଦୋନ୍ନତି ପ୍ରାପ୍ତ ହୋଇଥିଲା l ପାକିସ୍ତାନୀ ସେନା ଭାରତର ରାଜସ୍ଥାନ ସିମା କୁ ଆକ୍ରମଣ କରିବା ପୂର୍ବରୁ ଭାରତୀୟ ସେନାଙ୍କୁ ସତର୍କ କରିବାପାଇଁ ଚେତାବନୀ ଦେଉଥିଲେ l ଯାହା ଫଳରେ ଭାରତୀୟ ସୈନ୍ୟ ପାକିସ୍ଥାନୀ ସୈନ୍ୟ ଠାରୁ ସତର୍କ ହୋଇ ରହୂରହିଲେ l 1979ମସିହାରେ ତତ କାଳୀନ ପ୍ରଧାନ ମନ୍ତ୍ରୀ ଇନ୍ଦରା ଗାନ୍ଧୀ ତାଙ୍କ କାଯ୍ୟ କଳ୍ପରେ ସନ୍ତୁଷ୍ଟ ହୋଇ ତାଙ୍କର ନାମ ବ୍ଲାକ ଟାଇଗର ରଖିଥିଲେ l ପରବର୍ତ୍ତୀ ସମୟରେ ପାକିସ୍ତାନୀ ସେନା ଦ୍ୱାରା ଧରା ପଡିବାରୁ ତାଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡିଥିଲା l ଏବଂ ପାକିସ୍ଥାନ ନ୍ୟାୟାଳୟ ତାଙ୍କୁ ଫସି ଦାଣ୍ଡରେ ଦଣ୍ଡିତ କରିଥିଲେ l
  • ତାପରେ ଫସି ଦାଣ୍ଡକୁ କୋହଳ କରି ଆଜୀବନ କାରାବରଣ କରିଥିଲେ l ଜେଲ ଭିତରେ ତାଙ୍କୁ ବହୁ ମାତ୍ରାରେ ଶାରୀରିକ ନିଯ୍ୟାତନା ଦିଆଯାଇଥିଲା ଯାହା ଫଳରେ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥାରେ ଅବନତି ଦେଖା ଯାଇଥିଲା l ଶେଷରେ 2001ମସିହା ନଭେମ୍ବର ମାସ ଏକୋଇଶି ତାରିଖରେ ମୁଲତାନ ଜେଲରେ ମୃତ୍ୟୁ ବରଣ କରିଥିଲେ l ପରବର୍ତୀ ସମୟରେ ତାଙ୍କ ଚରିତ୍ରକୁ ନେଇ ଚଳଚିତ୍ର ନିର୍ମିତ ହୋଇଥିଲା ଯେଉଁବ୍ୟକ୍ତି ନିଜ ଜୀବନକୁ ବାଜି ଲଗାଇ ଦେଶ ମାତୃକାର ସେନା ବାହିନୀକୁ ରକ୍ଷା କରି ନିଜ ଦେଶକୁ ମଧ୍ୟ ରକ୍ଷା କରିଥିଲେ l ତାହାକୁ ଆମ ଚିର ନମସ୍ୟ ସେ ହେଉଛି ଆମ ଦେଶ ବାସୀଙ୍କର ପ୍ରିୟ ଗୁପ୍ତ ଚୋର ରବୀନ୍ଦ୍ର କୌଶିକ l 



Rate this content
Log in

Similar oriya story from Drama