SACHALA GURU

Drama

3.5  

SACHALA GURU

Drama

ପ୍ରିୟ ଚଳଚିତ୍ର ନାୟିକା

ପ୍ରିୟ ଚଳଚିତ୍ର ନାୟିକା

2 mins
88


ସମାଜରେ ଏମିତି କିଛି ପରିବାର ଅଛନ୍ତି ଯେଉଁ ପରିବାରରେ ଅସହାୟରେ କାଳ ଜାପାନ କରିଥାନ୍ତି l ପିତୃ ମାତୃ ହରା ସନ୍ତାନ ସନ୍ତତି ନିଜ ପ୍ରଚେଷ୍ଟାରେ ମଣିଷ ହୋଇ ଠିଆ ହୋଇଥାନ୍ତି l କିନ୍ତୁ ଯାହାର ଚେଷ୍ଟାରେ ନିଜ ଭାଇ ଭଉଣୀ ମଣିଷ ହୋଇଥାନ୍ତି l ପର ମୁହୂର୍ତ୍ତରେ ସେମାନେ ତାହାକୁ ଭୁଲି ଯାଇଥାନ୍ତି l ଏହିପରି ଏକ ଚଳଚିତ୍ର ନାୟିକାର ଚରିତ୍ର ମୋ ଆଖି ଆଗରେ ଝଳକିଉଠେ ସେ ଚଳଚ୍ଚିତ୍ରଟି ହେଉଛି ସୁଭଦ୍ରା l 

ମୁଁ ଥରେ ପଡିଶା ଘରକୁ ବୁଲି ଯାଇଥିଲି ଚନ୍ଦ୍ରିକା ନନ୍ଦିନୀକୁ କହୁଥିଲା ତୁମେ ଯେଉଁ ପରିସ୍ଥିତିରେ ସମୟ ଅତିବାହିତ କରୁଥିଲ ସେହିପରି ଏକ ସୁଭଦ୍ରା ଚଳଚିତ୍ରର ନାୟିକା ଚରିତ୍ର ଥିଲା l ଏହି ସୁଭଦ୍ରା ଚଳଚିତ୍ରରେ ନାୟିକା ଚରିତ୍ରରେ ଅଭିନୟ କରୁଥିଲେ ଅପରାଜିତା ମହାନ୍ତି l ତାର ପିତାମାତା ଛୋଟ ଭାଇ ଭଉଣୀ ତିନି ଜଣକୁ ଛାଡ଼ିଦେଇ ଆର ପାରିକୁ ଚାଲିଗଲେ ସେହି ଭାଇ ଭଉଣୀ ମାନଙ୍କ ମଧ୍ୟରୁ ଭଉଣୀ ବଡ ଥିଲା l ସେ ଭଉଣୀ ଦୁଇଭାଇଙ୍କୁ ଧରି ବଡ କଷ୍ଟରେ ଜୀବନ ଯାପନ କରୁଥିଲେ l ତାହାର ବୟସ ସେତେବେଳକୁ ବହୁତ କମ ଥିଲା l ଖେଳାବୁଲା କରିବା ସମୟରେ ଯେଉଁ ପିଲା l ସେ ଆଜି ବାର ଦୁଆର ବୁଲି କମ କରି ପେଟ ପଶୁ ଥିଲେ l ବାର ଘେରେ ବାସନ କୁସନ ମାଜି ଦୁଇ ଭାଇଙ୍କୁ ଛୋଟରୁ ବଡ କରିଥିଲା ଓ ବାପ ମା ର ସ୍ନେହ ଦେଥିଲା ତାହାରି ପ୍ରଚେଷ୍ଟାରେ ଦିନେ ସେ ଦୁଇଭାଇଙ୍କୁ ଭଲ ମଣିଷ କରି ଦୁନିଆ ଦାଣ୍ଡରେ ଠିଆ କରି ପାରିଥିଲା l 


ଏହିପରି କିଛି ଦିନ ଯିବା ଅନ୍ତେ ଦୁହିଭାଇଙ୍କୁ ବିବାହ କରି ଆନନ୍ଦରେ ଜୀବନ ଅତିବାହିତ କଲେ l ତାପରେ ଭାଉଜ ମନେ ଭାଇ ଦୁହିଁଙ୍କୁ ଶିଖାଇ ଭଉଣୀ ମାନଙ୍କ ଠାରୁ ଅଲଗା କଲେ କିନ୍ତୁ ଭାଇ ଦୁଇଜଣ ପୂର୍ବର କଥା ମନେ ପକାଇ ଅନୁତାପ କଲେ ଆଜି ଏ ଅପା ଲାଗି ଭଲମଣିଷ ହୋଇ ପାରିଲୁ l ବାପ ମା ର ସ୍ନେହ ଦେଇ ବଡ କଲେ l ନିଜର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଆମକୁ ସମାଜରେ ପ୍ରତିଷ୍ଠିତ କଲା କିନ୍ତୁ ସମୟ ଚକ୍ରରେ ପଡି ପରିସ୍ଥିତି ବଦଳିଗଲା l ଏହିପରି କିଛି ଦିନ ଅନ୍ତେ ତାଙ୍କ ଭଉଣୀର ଦେହ ଅତି ଗୁରୁତର ହେଇ ହଠାତ ଯେପରି କଳା ବାଦଲ ଘୋଟିଆସିଲା ।

ଶରୀର ଥିଲେ ବ୍ୟଧି ଅଛି ତାହାଙ୍କ ବଡ ଭଉଣୀର କ୍ୟାନ୍ସର ରୋଗ ହେଲା ଭାଇ ଦୁହେଁ ଅକଥା ଶୁଣି ଭଉଣୀ ପାଖକୁ ଆସି ଚିକିତ୍ସା ଲାୟକୁ ନେଇ ଚିକିତ୍ସା ର ବ୍ୟବସ୍ଥା କଲେ l ଯାହା ବି ହେଉ ସମ୍ପର୍କ କେବେ ଭୁଲି ହୁଏ ନାହିଁ । ଶେଷରେ ନିଜର ଭୁଲ ବୁଝିପାରି ଭାଇଭାଉଜ ମାନେ ଭଉଣୀର ଦେହକୁ ସୁସ୍ଥ କଲେ । 

ସେହି ଭଉଣୀ ପରି ନାରୀ ଜନ ସମାଜରେ ଚିର ନମସ୍ୟ ହୋଇ ରହିଲା l 



Rate this content
Log in

Similar oriya story from Drama