SACHALA GURU

Inspirational

4.0  

SACHALA GURU

Inspirational

ପ୍ରିୟ ଚଳଚିତ୍ର ନାୟକ ଚରିତ୍ର

ପ୍ରିୟ ଚଳଚିତ୍ର ନାୟକ ଚରିତ୍ର

2 mins
175



ସଂସାର ରୂପକ ସାଗର ମଧ୍ୟରେ ଅକଥନୀୟ ପରିଶ୍ରମ କରିମଧ୍ୟ ମନୁଷ୍ୟ ବେଳେ ବେଳେ ବେସାହାରା ହୋଇଥାଏ l ସେ ତାହାକୁ ମୁକାବିଲା ନ କରିପାରି ଶେଷରେ ଆତ୍ମ ହତ୍ୟା କରିବାକୁ ପଛାଇନଥାଏ l ଦୁଃଖରେ ପଡ଼ିଥିବା ବନ୍ଧୁକୁ ଯେ ତାହାର ମାନସପଟରେ ଥିବା ଅନ୍ଧକାର ପୂର୍ଣ୍ଣ ଭାବନାକୁ ଦୂରୀଭୁତକରି ବଞ୍ଚିବାର ମାର୍ଗ ବତାଇଥାଏ ସେହେଉଛି ପ୍ରକୃତ ବନ୍ଧୁ l    


                    ଏହିପରି ଏକ ଚାଳଚ୍ଚିତ୍ର "ଛି -ଛୋରେ" ପିତା ଭୂମିକାରେ ସୁଶାନ୍ତ ସିଂ ରାଜପୁତ ଅଭିନୟ କରି ସମାଜ, ଦେଶ ଓ ବିଶ୍ୱକୁ ବଂଚିବାର ପ୍ରକୃତ ମାର୍ଗ ଦେଖାଇଥିଲେ l ତାଙ୍କର ଅଭିନୟ ଥିଲା ଗୋଟେ ପୁତ୍ରର ପିତା । ତାଙ୍କ ପୁଅଟି ପାଠ ପଢ଼ାରେ ବହୁ ପରିଶ୍ରମ କରି ଅନ୍ୟ ସାଙ୍ଗ ମାନଙ୍କ ଠାରୁ କମ ନମ୍ବର ରଖିଥିଲା l ଯାହା ଫଳରେ ତାର ମାନସପଟରେ ବହୁ ଆଘାତ ଦେଇଥିଲା l ଶେଷରେ ସେ ଧୈର୍ଯ୍ୟହୀନ ହୋଇ ଆତ୍ମହତ୍ୟା କରିବାକୁ ପଛାଇନଥିଲା l  


ପୁତ୍ରର ଏହି ଦୁଃଖଦାୟ ଘଟଣାକୁ ପିତାଙ୍କ ବନ୍ଧୁମାନେ ଶୁଣି ପାରି ଯିଏ ଯେଉଁଠାରେ ଥିଲେ ମଧ୍ୟ ବିପଦ ସମୟରେ ପହଂଚି ସମ୍ବେଦନଶୀଳ ହୋଇଥିଲେ । ପୁତ୍ରର ଦେହ ସୁସ୍ଥ ହେଲାପରେ ତାହାକୁ ବନ୍ଧୁମାନେ ବୁଝାଇ କହିଥିଲେଯେ ଜୀବନରେ କେବେ ନା କେବେ ହାର ଜିତିବାର ଲାଗିରହିଛି l ତାହାବୋଲି ଜୀବନକୁ ନଷ୍ଟ କରିବାର ନାହିଁ l ଆମେ ମଧ୍ୟ ଏହି ପରିସ୍ଥିତିରେ ଥିଲୁ ତାହାକୁ ଧୈର୍ଯ୍ୟର ସହିତ ଚେଷ୍ଟା କରିବା ଦ୍ୱାରା ଆଜି ଆମେ ଏହିଠି ପହଂଚି ପାରିଛୁ l ଯେଉଁବ୍ୟକ୍ତି ବନ୍ଧୁର ବିପଦ ସମୟରେ ଉପସ୍ଥିତ ରହି ତାହାର ଦୁଃଖକୁ ଲାଘବ କରିଥାଏ ସେ ହେଉଛି ପ୍ରକୃତ ବନ୍ଧୁ l


ପିତା ଭୂମିକାରେ ସୁଶାନ୍ତ ସିଂ ପୁତ୍ରକୁ କହିଲେ, ' ତୁମର ସଫଳତା କେବେ ନିଷ୍ପତ୍ତି କରେନି । କେତେବେଳେ ସଫଳତା ତ କେତେବେଳେ ବିଫଳତା l ତୁମର ପରିଶ୍ରମ ହିଁ କରେ ତାହାର ନିର୍ଣ୍ଣୟ । ମୁଁ ଏତେ କଲି ପାଇଲି ନାହିଁ ମୋର ଜୀବନ ବୃଥା ତୁମେ ଏହା ଭାବିବା ଭୁଲ l ନିଜଠାରୁ କେବେ ହାରିଯିବୁ ନାହିଁ l ଅନ୍ୟଠାରୁ ହାରିକି ନିଜକୁ ହେୟ ମନେ କରିବା ଅପେକ୍ଷା ନିଜକୁ ହାରିଯିବା କହିବା ଖରାପ l ସଫଳତା ପରେ କଣ କରିବ? ତାହାର ଯୋଜନା ସମସ୍ତଙ୍କୁ ଜଣାଅଛି l ତୁମେ ହାରିଯାଉଛ ବୋଲି କେବେ କହିବ ନାହିଁ l ତାହାକୁ କିପରି ସାମ୍ନା କରିବାକୁ ହୁଏ ଧୈର୍ଯ୍ୟର ସହିତ ଚେଷ୍ଟା କରିବା ଦରକାର l 


ଜୀବନରେ ହାରିବା ଜିତିବା ଏମିତି ଲାଗି ରହିଛି l ଆଜିକାଲି ଆମେମାନେ ସଫଳତା ଓ ବିଫଳତା ଭିତରେ ଏମିତି ଫସି ଯାଇଛୁ ଯେ ବଞ୍ଚିବାର ମାନେ ଭୁଲି ଯାଉଛୁ l ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ନିଜେ କିପରି ବଂଚିବା ଏହା ମୂଲ୍ୟବାନ ଅଟେ l ଏହାକୁ ସୁଶାନ୍ତ ସିଂ "ରାଜପୁତ ଛି ଛୋରେ " ଚଳଚ୍ଚିତ୍ରରେ ନିଖୁଣ ଭାବରେ ବଖାଣି ଥିଲେ । ଏହା ସମାଜ, ରାଷ୍ଟ୍ର ଓ ଦେଶ ପାଇଁ ଶିକ୍ଷଣ ଥିଲା l 



Rate this content
Log in

Similar oriya story from Inspirational