Akshay Ojha

Inspirational

2.9  

Akshay Ojha

Inspirational

ତମେ ଚାଲିଗଲା ପରେ ------

ତମେ ଚାଲିଗଲା ପରେ ------

2 mins
21.6K


ଅଳ୍ପ ଅଳ୍ପ ଗଳ୍ପ

ତମେ ଚାଲିଗଲା ପରେ ------ ****************** ମୁଁ ଏ ବାରଣ୍ଡାରେ ପଡି ଥିବା ଚେୟାର ଉପରେ ବସି ତମ କଥା ଭାବୁଛି ସବିତା ।ମୁଁ କେବେ ବି ଭାବି ନ ଥିଲି ତମେ ଆଗେ ଚାଲି ଯିବ ବୋଲି । ତମେ ଠକି ଦେଲ ମୋତେ । ତମ ବିନା ମୋ ଦିନ ବି ଆରମ୍ଭ ହେଇ ପାରେନା । ତମ ପାଟି ନ ଶୁଣିବା ଯାଏ ମୁଁ ଦାନ୍ତ ବି ଘଷେନି । ଅବସର ପରେ ମୁଁ ବେଶି ଅଳସୁଆ ହେଇ ଯାଇ ଥିଲି । ତମ ହାତ ଚାହା ବିନା ମୋତେ ଚାହା ପସନ୍ଦ ଆସେନି ।ତମ ରୋଷେଇ ଛଡା ମୁଁ ବାହାରୁ କିଛି ଖାଏନି ।ଭୋକ ମାରି ଘରକୁ ଫେରି ଆସେ । ।ମୋ ଚଷମା ଝାପ୍ସା ହୋଇଗଲାଣି । ପିଲା ମାନଙ୍କୁ କହିବାକୁ ସାହସ ହେଉନାହିଁ । ସେଇ ଦୁଇ ଖଣ୍ଡି ଗଂଜି ,ଦୁଇ ଖଣ୍ଡ ପ୍ୟାଣ୍ଟ ଓ ଦୁଇ ଖଣ୍ଡ ସାର୍ଟ୍ ପିନ୍ଧୁଛି । ଗଂଜି ଜାଗା ଜାଗା କଣା ହୋଇଗଲାଣି । ଧୂଳି ମଳି ହେଇଗଲାଣି । ତମ ପାନ ବଟୁଆ ସେମିତି କବାଟ କଣରେ ବନ୍ଦ ପଡିଛି । ତୁମ କୁଟା ପାନକୁ ଅପେକ୍ଷା କରି ଥାଏ । ଆଜି କାଲି ପାଟି ଖାଲି ରହୁଛି । ତମେ ତକ୍ତପୋଷ ତଳେ ରଖିଥିବା ହାତ ବାକ୍ସ ଏ ଯାଏ ଖୋଲି ଦେଖିନି । ପାତି ପାନିଆ ତୁମ ଧଳା ବାଳକୁ କୁଣ୍ଡଉ ଥିବାର ଦେଖେ । ତମେ ନାହଁ ।ପାନିଆ ମୋତେ ଜଳ ଜଳ କରି ଦେଖୁଛି । ଗୀତ ଗୋବିନ୍ଦ ପୋଥି ମୁଁ ଆଉ ପଢି ପାରୁ ନାହିଁ । ଉପରେ ପୁଣି ଚଷମା ଖରାପ ହେଇ ଯାଇଛି । ତମେ ଲଗେଇ ଥିବା ମନ୍ଦାରଗଛରେ ଖୁବ୍ ଫୁଲ ଫୁଟୁଛି ।ଫୁଲ ଭିତରେ ତମକୁ ଦେଖି ଖୁବ ମନ ବହଲେଇ ନିଏ । ଏତେ ସବୁ କିଛି ସଂସାର ପରିବାର ବସେଇଲା ପରେ ବି ଏତେ ଶୂନ୍ୟତା ନିସଂଗତା ମୋତେ ଘେରି ରହିଛି କମସେ କମ ତୁମେ ଗଲା ଦିନଠୁ । ପିଲାମାନେ ବେଶ ଭଲରେ ଅଛନ୍ତି ।ଖୁବ ସୁଖ ଶାନ୍ତିରେ । ତୁମେ ଯେମିତି ଚାହୁଁ ଥିଲ ସେମିତି ଭଗବାନ ତାଙ୍କୁ ରଖିଛନ୍ତି ।ମାତ୍ର ମୋ ସୁଖ ସବୁ ଲିଭି ଯାଇଛି ତମେ ଗଲା ଦିନଠୁ । ଏକୁଟିଆ ନିଃସଙ୍ଗ । ତମ ଝଗଡା,ତମ ପାଟିତୁଣ୍ଡ ମୋତେ ବିଲକୁଲ ଶୁଭୁ ନାହିଁ ।  ମୋ ଗୋଡରେ ତମ ହାତ ଆଉଁସା ମନେ ପଡିଲେ ମୋତେ ଅତିରିକ୍ତ କଷ୍ଟ ଦେଉଛି ସବିତା ।ମୋତେ ତୁମେ ସାଙ୍ଗରେ ନେଇ ଯାଇ ଥିଲେ ଏକଷ୍ଟ ଭୋଗିବାକୁ ପଡି ନଥାନ୍ତା । ପିଲା ମାନେ ଖୁବ ମୋ ଖବର ବୁଝନ୍ତି । ଭଲ ମନ୍ଦ ପଚାରନ୍ତି । କଣ କେବେ ମୁଁ ତାଙ୍କୁ କହି ପାରିବିକି ତୁମ ବୋଉ ମୋର ମନେ ପଡୁଛି । ମନେ ମନେ ତୁମ ବୋଉକୁ ଖୋଜୁଛି । ବୟସର ଏ ଶେଷ ପର୍ଯ୍ୟାୟରେ ମୋତେ ତୁମର ବହୁତ ଆବଶ୍ୟକ ଥିଲା । ତମେ ମୋ ସୁଖ ଦୁଃଖ ।ତମେ ମୋ ଜୀବନ । ମୋତେ ଖୁବ ବିବ୍ରତ ଲାଗୁଚି ଏକୁଟିଆ ଏ ବାରଣ୍ଡାରେ ଚେୟାରରେ ବସି । ତମ କଥା ଭାବୁଛି । ଆହ୍ୟ ରାଣୀ ଘରୁ ବାହାରି ଗଲ । ମଶାଣିର ଚିତାରେ ଶୋଇଗଲ । ଗଲାବେଳେ ଥରେ ବୁଲି ଚାହିଁଲନି ମୋତେ । ମୁଁ ପଥର ହେଇ ଛିଡା ହେଇଥିଲି ତୁମେ ଜଳୁଥିବା ମଶାଣି ପଡିଆରେ । ମୁଁ ବାସ୍ ଅପେକ୍ଷା କରିଛି । କାଳେ ପୁଣି ସାକ୍ଷତ ହେଇ ଯାଇ ପାରେ । ମଲା ପରେ ...........

ଅକ୍ଷୟ ଓଝା Akshayika The Smart Educare Convent School ,Gurgaon Haryana


Rate this content
Log in

Similar oriya story from Inspirational