STORYMIRROR

Akshay Ojha

Others

3  

Akshay Ojha

Others

ସମ୍ପର୍କ

ସମ୍ପର୍କ

3 mins
29.3K


ଅଳ୍ପ ଅଳ୍ପ ଗଳ୍ପ ସମ୍ପର୍କ

ଆଜିକୁ ଚାରି ଦିନ ହେଲା ଅଞ୍ଜଳି ର ବାହାଘରକୁ ।ମା ବାପା ଭାଇ ଭଉଣୀ ଙ୍କୁ ଛାଡି ସେ ତା ଶାଶୁ ଘରକୁ ଚାଲିଗଲା । ବାହାଘର ର ଧୁମ ଧାମ ସାରି ଯାଇ ଥିଲା ।ବୋଉର ହାତ ଗୋଡ଼ ରେ କାମ ପଶୁ ନଥିଲା ।ବାପା ବି ଦାଣ୍ଡ୍ ଘରେ ଏକୁଟିଆ ଏକୁଟିଆ ।ଭାଇ ଭଉଣୀ ଚୁପ ଚାପ । ଅଞ୍ଜଳି ର ବାହା ଘର ହେଇ ଗଲା । ବୋଉ ମନରେ ଦିଶି ଯାଉ ଥିଲା ,ତା ଛାଇ ପରି ପଛେ ପଛେ ଲାଗି ରହି ଥିବା ସମୟ ଗୁଡିକ ।ସ୍କୁଲ ରୁ ଫେରି ବା ଚିନ୍ତା ।ଏକୁଟିଆ ଘରେଛାଡି ଯିବା ଚିନ୍ତା ।କାମଦାମ ଭଲରେ ନକରି ପାରୁ ଥିବା ଚିନ୍ତା ,ଆଉ ଭଲ ଘର ଟିଏ ଦେଖି ବାହା ଦେବା ଚିନ୍ତା ।ସବୁ ଏକ ଝଟକା ରେ ସରିଗଲା ।ଅଞ୍ଜଳି ବାହା ହେଇ ଗଲା ।ବାଡିପଟରୁ କିଏ ଯେମିତି ଡାକି ଦେଉଛି ଜୋର ରେ ।ବୋଉ ଲୋ,,,,।ହଟାତ ଉଠିପଡ଼ି କବାଟ ଖୋଲୁ ଖୋଲୁ ମାନେ ପଡି ଯାଏ ଝିଅ ମୋର ବାହା ହେଇ ଗଲାଣି । ବାପାଙ୍କ ଆଖିରେ କାହିଁକି ଲୁହ ଜକେଇ ଆସୁଛି ।ଦାଣ୍ଡ ଘରେ ବସି ପିଞ୍ଚ କାଠିରେ କଣ ଗୁଡ଼ାଏ ମାଟିରେ ଗାରେଇବା ରେ ଲାଗି ଛନ୍ତି ତଳକୁ ମୁହଁ କରି ।ଘର ଟା ଯେମିତି ଶୂନ୍ୟ ଲାଗୁଚି ।ଦାଣ୍ଡ ଅଗଣା ,ବାରି ଘର,ଗାଧୁଆ ତୁଠ ସବୁ ଯେମିତି ଅଞ୍ଜଳି କୁ ଝୁରୁଛି । ହାତ ଧରି ଯାତ୍ରା ଦେଖେଇ ନେବା,ସ୍କୁଲ ରୁ ସାଇକଲ ରେ ବସେଇ ଘରକୁ ଆଣିବା ,ମାମୁଁ ଘର କୁ ବୁଲେଇ ନେଇ ଯିବା,ମୋ ଡରୁଥିବା ଝିଅ ର ହାତ ଧରି ନଈ ଡଙ୍ଗା ରେ ବସେଇବା ସବୁ ଯେମିତି ଏ ଚାରି ଦିନରେ ସରି ଗଲା । ଅଞ୍ଜଳି ର ଭାଇ ଘରକୁ ପଶୁ ନଥିଲା ।ବାହାରେ ବାହାରେ ଦିନ କାଟୁ ଥିଲା ।ସେ ଏ ଶୂନ୍ୟତାକୁ ବରଦାସ୍ତ କରି ପାରୁ ନଥିଲା ।ଛୋଟ ଭଉଣୀ ଅଲମାରି, ଡ୍ରେସସିଂ ଟେବୁଲ ପାଖରୁ ବାର ବାର ଯାଇ ଫେରି ପଡୁ ଥିଲା । କେହି କାହାରି ମୁହାଁ ମୁହିଁ ହେଇ ପାରୁ ନଥିଲେ । ଅଞ୍ଜଳି ଏ ପରିବାର ପାଇଁ ହୀରା ଟିଏ ଥିଲା ।ବୋଉ ବାପା ଭାଇ ଭଉଣୀ ସଭିଙ୍କ ମନ ରଖି ସବୁ କିଛି କରୁ ଥିଲା ।ସବୁ କିଛି ସହୁଥିଲା ବି । ବୋଉ ସାହସ କରି ବାପାଙ୍କୁ ଆସି ପଚାରିଲା ।କଣ ପାଇଁ ମନ ଦୁଃଖ କରୁଚ ? ଝିଅ ଜନମ ପର ଘରକୁ ।ଭଗବାନ ଙ୍କୁ ଡାକ ସେ ଭଲ ରେ ରହୁ ।ସୁଖରେ ରହୁ ।ଛୋଟ ପିଲାଟିଏ ପରି ତଳକୁ ମୁଂହ କରି କାନ୍ଦୁଚ କାହିଁକି ? କହୁ କହୁ ନିଜେ କାନ୍ଦି ପକେଇଲା ବୋଉ । ଭାଇ କୁଆଡୁ ଆସି ଦାଣ୍ଡ ପିଣ୍ଡା ରେ ବସି ଗଲା ।ଛୋଟ ଭଉଣୀ ଚଗଲି ଘର ଖୁଣ୍ଟ କୁ ଧରି ଛିଡା ହେଇଥିଲା । ହଟାତ ଫୋନ ଘଣ୍ଟି ବାଜିଲା।ଚଗଲି ଫୋନ ପାଖକୁ ଦୌଡ଼ି ଗଲା ।,,,ଦେଇ ର ଫୋନ ,,,,।ଦୌଡ଼ି ଆସି ବୋଉ ହାତରେ ଦେଲା ମୋବାଇଲ ଫୋନ । ବୋଉ ଲୁହ ପୋଛୁ ପୋଛୁ ଫୋନ ଉଠେଇଲା ।ହିମତ ରଖି ହେଲ୍ଲୋ କହିଲା ।ସମ୍ଭାବନା,ଉଦବେଗ ଚେହେରା ରେ ଉଙ୍କି ମାରୁଥିଲା । ଅଞ୍ଜଳି ଅତି ବ୍ୟଗ୍ର ହେଇ କହି ପକେଇଲା ବୋଉ ମୋ ଦିଅର କୁ ଆମ ଘର ଖଟା ଭାରି ଭଲ ଲାଗୁଚି ।କାଲି ଦୁଇ ଡବା ପଠେଇ ଦବୁ । ହଉ ରହିଲି ।ମୁଁ ଟିକେ ବ୍ୟସ୍ତ ଅଛି ।ପରେ କଥା ହେବି । ବୋଉ ଆଶ୍ୱସ୍ତ ହେଲା। ଫୋନ ରଖି ଦେଲା ।ଏକ ମିଶା ମିଶି ଭାବ ବିହ୍ଵଳ ପରେ ବୋଉ ବାପାଙ୍କୁ କହିଲା ଅଞ୍ଜଳି ଭଲରେ ଅଛି ।ଖୁସି ଅଛି ।ତା ଦିଅର ପାଇଁ ଆମ ଘର ଖଟା ମଗେଇଛି ।,,,,,,,ବାପା ଦୀର୍ଘ ଶ୍ୱାସ ନେଲେ ।ଭାବନାରେ ପଡିଗଲେ ।ଏ ହଉଚି ସଂସାର ।ଆମେ ରହିଗଲେ ଏଠି ।ମାତ୍ର ଚାରି ଦିନରେ ସେ ତା ଦୁନିଆ ବସେଇ ସାରିଥିଲା । ତା ଘର ତା ଶାଶୁ ତା ଶଶୁର ,ତା ଦିଅର,,,,,,,,

ଅକ୍ଷୟ ଓଝା Akshayika Tha Smart Educare Convent School,Gurugram .

 
 
 
 
 


Rate this content
Log in