Akshay Ojha

Others

2  

Akshay Ojha

Others

ଅଳ୍ପ ଅଳ୍ପ ଗଳ୍ପ (ରାଧା)

ଅଳ୍ପ ଅଳ୍ପ ଗଳ୍ପ (ରାଧା)

2 mins
7.0K


ଅଳ୍ପ ଅଳ୍ପ ଗଳ୍ପ (ରାଧା)

          ଗାଈ ପଛଆଡ଼େ ବୁଲି ଗୋବର ଗୋଟେଇ ଏକାଠି କରିବା ରାଧାର ରୋଜଗାର । ସେଥିରେ ସେ ପେଟ ପାଳେ । ଛୁଆ ଦୁଇଟିଙ୍କର ଭୋକ ମେଣ୍ଟାଏ ଏଇ ରୋଜଗାରରେ । ସଖାଳୁ ଉଠି ଗାଈ ବୁଲୁଥିବା ପଡ଼ିଆରେ ପହଂଚିଯାଏ । ଗୋବର ଠୁଳ କରେ । ଏକାଠି ହେଇ ଗଲେ, ଗୋବରଖାତରେ ପଶି ପାଣି ଢାଳି ଗୋବର ଚକୁଟେ ଗୋଡରେ । ତା' ମରଦ ବିଦେଶ ଗଲା, ଫେରିଲାନି । ଶୁଣିବାକୁ ମିଳୁଛି ଆଉଗୋଟେ ବାହା ହେଇ ରହିଛି ସେଠି । ଆଗକୁପଛକୁ କେହିନାହିଁ ତା'ର । ତିନି ବର୍ଷର ପୁଅ ଓ ପାଞ୍ଚ ବର୍ଷର ଝିଅ । ଗୋବର ଚକୁଟିଚକୁଟି ସେ ଯେମିତି ନିଜ ଜୀବନକୁ ଦଳିଚକୁଟି ପକାଏ ମନେମନେ । ବାହାହେଇ ଆସିବା କିଛିଦିନ ଯାଏ ସବୁ ଠିକଠ।କ ଥିଲା । ଅଚାନକ ଗିରସ୍ତ କାମଧନ୍ଦା ପାଇଁ ବିଦେଶ ଗଲା । ଆଉ ଆସିଲାନି । ଦାଦନ ଖଟି କିଛି ପଇସା ଠୁଳ କରି ଆସିବ ବୋଲି କହିଗଲା ରାଧାକୁ । ତିନି ବର୍ଷ ହେଲାଣି, ଖୋଜଖବର ନାହିଁ । ନା ଚିଠି ନା ଖବର । ଭୋକ ଉପାସରେ ରାଧାର ଦିନ ବିତିଲା । ଏବେ ଗୋବର ଠୁଳ କରି ଘଷି ବିକି ପେଟ ପୋଷିବାକୁ ଏକମାତ୍ର ପାଥେୟ କରି ଚାଲିଛି ରାଧା । ବଡ ଛୁଆଟି ଗୋବର ଖାତ ପାଖରେ ଅଖା ବିଛେଇ ଛୋଟ ଛୁଆଟିକୁ ଧରି ବସିଛି । ଛୋଟ ଛୁଆଟି ମଝିରେ ମଝିରେ କାନ୍ଦି ବୋବେଇ ବ୍ୟସ୍ତ କରିପକାଉଛି । ମଝିରେ ମଝିରେ ଗୋବର ଖାତରୁ ଉଠି ଆସି ଛୁଆକୁ କ୍ଷୀର ପେଉଛି । ପୁଣି ଝାଳ ନାଳ ହେଇ ଗୋବର ଖାତରେ ରାଧା ନାଚୁଛି ସକାଳୁ । ଆଜି ଗୋବର ଚକୁଟିଲେ କାଲି ଘଷି ପାରିବ । ଘଷି ଶୁଖିଲେ ବିକ୍ରିକରି ଦି'ପଇସା ଆସିବ । ଘରେ କିଛିନାହିଁ ଖାଇବାକୁ । ଛୋଟ ଛୁଆ ଯୋଡ଼ିଏ । ସେମାନେ ଭୋକରେ ନରୁହନ୍ତୁ, ପ୍ରାଣପଣେ ଚେଷ୍ଟା ଚଳେଇଛି । ରାଧା ନାଚୁଛି ଗୋବର ଖାତରେ ଅଧା ଲଙ୍ଗଳା ହେଇ । ଝାଳନାଳ ହେଇ । ପେଟଭୋକ ପାଇଁ । ମଝିରେ ମଝିରେ ଛୁଆଙ୍କୁ ଆଶ୍ଵାସନା ଦେଇଚାଲିଛି ରାଧା । ମୁଁ ସହରରେ ରୁହେ । ଗାଁକୁ ଯାଇଥିଲି । ଏ ଦୃଶ୍ୟ ମୋତେ ବିଚଳିତ କଲା । ସହରୀ ରାଧାଙ୍କ କଥା ମନେପଡିଗଲା । ସହରରେ ଦେଖ, କୋରଡ଼ କମାଇ ରାଧା ନାଚୁ ଥାଇ ତା ଧିନିଧିନା ପେଟଭୋକ ପାଇଁ, ଗୋବର ଖାତରେ ଗାଁ ରାଧା ନାଚେ, ତାଦିନି ଧିନା ,ନାଧିନି ଧିନା ।

ଅକ୍ଷୟ ଓଝା,ରାଇଲୋ ,କେନ୍ଦ୍ରାପଡା


Rate this content
Log in