Akshay Ojha

Inspirational

3  

Akshay Ojha

Inspirational

ଅଳ୍ପ ଅଳ୍ପ ଗଳ୍ପ (ଝଡି ପଡି ଥିବା ଗଙ୍ଗଶିଉଳି)

ଅଳ୍ପ ଅଳ୍ପ ଗଳ୍ପ (ଝଡି ପଡି ଥିବା ଗଙ୍ଗଶିଉଳି)

3 mins
7.5K


  • ଅଳ୍ପ ଅଳ୍ପ ଗଳ୍ପ

    ଝଡି ପଡି ଥିବା ଗଙ୍ଗଶିଉଳି ^^^^^^^^^^^^^^^^^

     

    ବାବୁନିର ମାମୁଁ ଘରକୁ ଯିବାର ନିଶା କେଇ ଦିନରୁ ଘାରି ଥିଲା । ସବୁବେଳେ ମାମୁଁ ଘରକୁ ଯିବା ପାଇଁ ବୋଉ ପାଖରେ ଜିଦ କରୁ ଥିଲା । ବୋଉ କହୁଥିଲା ଠିକ ଅଛି ରଜରେ ଯିବୁ । ଏବେ ତୁ ନୂଆ ନୂଆ ସ୍କୁଲ ଯାଉଛୁ । ରଜରେ ମାମୁଁ ଘରକୁ ଯିବା ପକ୍କା କରି ନେଇ ଥିଲା ବାବୁନି ମନେ ମନେ । ବାବୁନିର ମାମୁଁ ଘର ବାସ ଏକ ବିଶାଳ ଭେଡା (ପାଟ) ଆରପଟେ ।ସେଇ ଦୂର ତାଳବଣ ପାଖା ପାଖି ଯେଉଁଠି ବାବୁନିର ମାମୁଘର ଆଉ ଆରମ୍ଭ ତା ଗାଁଠୁ । ତା ଗାଁ ଠୁ ମାମୁଁ ଘର ମଝିରେ ଏଇ ନିକାଞ୍ଚନ ଭେଡା । ବର୍ଷା ଦିନରେ ଧାନବିଲର ସବୁଜିମା ଲହରୀ ଛୁଟାଏ ଏଇ ଭେଡା ରେ । ପତଳା ଅଧ ଘଂଟାର ଚଲାବାଟ କାଦୁଅ ପାଣି ହେଇପଡି ଥାଏ । ବନ୍ୟାରେ ସମୁଦ୍ର ପରି ଦେଖା ଯାଏ । ବିକଟାଳ ରୂପ ନେଇଯାଏ ଏ ପାଟ ।ପାଣି ପାଣି ହେଇ ଯାଏ । ଯେମିତି ଦୂର ଆକାଶ କୁ ଲାଗି ଥାଏ ପାଣିର ଲହରୀ । ଶୀତ ରେ ଆଉ ଏକ ସୌନ୍ଦର୍ଯ୍ୟ ।ପତଳା ରାସ୍ତା ର ଘାସ ଉପରେ ଶିଶିର ମୁକ୍ତା ଚମକୁ ଥାଏ ମାମୁଘର ଆଡକୁ ଲମ୍ବି ଯାଇଥିବା ସର୍ପିଳ ରାସ୍ତା ରେ । ଆଉ ଖରା ଦିନେ ଖାଲି ଖାଲି ଦେଖା ଯାଏ ଭେଡା ।ଯୁଆଡେ ଚାଲ ସିଆଡେ ରାସ୍ତା କିନ୍ତୁ ବେଳେବେଳେ ଅଦିନିଆ ଝଡ କାଳ କରାଳ ସଜିଯାଏ ଖରାଦିନ ଦ୍ଵୀ ପହରେ । ରଜ ଆସିଗଲା ।ବାବୁନିର ମାମୁ ଘରକୁ ଯିବା ର ଇଛା ପୁରା ହେବାର ସମୟ ଆସିଗଲା । ବାପା ଓ ବାବୁନି ଦ୍ୱିପହର ଚାରିଟା ବେଳେ ସଜବାଜ ହେଇ ବାହାରି ପଡିଲେ । ହେଇ ଭେଡା ସେପାରି ତାଳ ବଣ ପାଖରେ ମାମୁଁ ଘର । ତାଳ ବଣ ଜଳ ଜଳ ହେଇ ଦିଶୁଛି ବାବୁନି ଗାଁ ରୁ । ବାପ ପୁଅ ଦୁହେଁ ଆଗ ପଛ ହେଇ ଚାଲିବା ଆରମ୍ଭ କରିଦେଲେ ପହିଲି ରଜର ଦ୍ଵୀ ପହରେ । ବାପା ପାଦେ ଚାଲୁ ଚାଲୁ ବାବୁନି ଛ ପାଦ ଆଗରେ । ମାଇଁକୁ ମିଳିବ । ବୋଉଦେଇ ଥିବା ରଜ ପାନ ଦେବ । ରଜ ପାଇଁ ଆଣିଥିବା ଡ୍ରେସ ଓ ଜୋତା ମାମୁଁଙ୍କୁ ଦେଖେଇବ । ଭାଇଭଉଣୀଙ୍କ ସାଙ୍ଗରେ ମସ୍ତି କରିବ । ଉତ୍କଣ୍ଠାରେ ବିଭୋର ହେଇ ପଡୁଥିଲା ବାବୁନି । ଭେଡା ପାର ହେଲେ ମାମୁଘର ଗାଁ ସ୍କୁଲ ଆସେ ।ହେଇ ଦେଖା ଗଲାଣି ସ୍କୁଲ । ଆକାଶ ରେ ଘୁରିବୁଲୁ ଥିବା ବାଦଲ ଥଣ୍ଡା ପବନରେ କଳା ହେଇ ଆସିଲା । ଖରା ଉଭେଇ ଗଲା । ଦକ୍ଷିଣ ପଟରୁ ଜୋର ରେ ପବନ ବହିଲା । ଆକାଶ କଳା ହେଇଗଲା । ଅକସ୍ମାତ ଚିକ ଚିକ କରି କଳା ବାଦଲ ରେ ଖେଳିଗଲା ବିଜୁଳିର ଶିରା ପ୍ରଶିରା । ସବୁଗୁଡିକ ଉଜ୍ଜଳ ଆଲୋକିତ ହେଇ ଚକମକ ହେଇ ପଡ଼ିଲା । ଗଛପତ୍ର ଶାନ୍ତ ଗଂଭିର ଦିଶୁଥିଲେ । ବାପା ଓ ବାବୁନି ଦୌଡ଼ିବା ଆରମ୍ଭ କରିଦେଇ ଥିଲେ । ସେମାନେ ପ୍ରାୟ ଭେଡା ପାର କରି ସାରିଥିଲେ, ସ୍କୁଲ ପାଖାପାଖି ହେଇ ସାରିଥିଲେ । ବାବୁନି ବେଶି ଆଗୁଆ ହେଇ ଦୌଡ଼ୁ ଥିଲା ସ୍କୁଲ ଘର ଆଡକୁ । ବାପା ପଛେ ପଛେ । ଗଛପତ୍ର ହଲିବା ଆରମ୍ଭ କରି ଦେଲେ । ବାସ ପ୍ରଳୟ । ପ୍ରଳୟ ଆରମ୍ଭ ହେଇ ଗଲା ତଳବଣରେ । ଗଦା ଗଦା ଧୂଳି ଝଡ ଉଠିଲା । ଗଛପତ୍ର ପିଟିହେଇ ପଡୁ ଥିଲେ ନିଜେ ନିଜେ । ଶାନ୍ତ ଦୁନିଆ ବେଶ ଅସ୍ତବ୍ୟସ୍ତ ହେଇ ପଡ଼ିଥିଲା । ଦୁହେଁ ଦୌଡ଼ୁ ଥିଲେ ଯେ ଦୌଡ଼ୁଥିଲେ ସ୍କୁଲ ଆଡକୁ ମହାପ୍ରଳୟ ଭିତରେ ।

    --ଧଡାମ --

    ବାଦଲ ଫାଟିଲା ଆକାଶରେ । କାନରୁ ଅତଡା ଖସି ପଡ଼ିଲା । ବାବୁନି ପଡିଗଲା ସ୍କୁଲ ଗେଟ ପାଖା ପାଖି । ପରଦିନ ଖବର କାଗଜରେ ଖବର ଛପି ଥିଲା ବଜ୍ରାଘାତ ରେ ଛଅ ବର୍ଷ ବାଳକର ମୃତ୍ୟୁ । ବାପା ଗୁରୁତର ଆହତ ।ହସ୍ପିଟାଲରେ ଭର୍ତ୍ତି । ମୃତ ପିଲାଟି ପାଖରେ ରୁମାଲରେ ବନ୍ଧାହେଇ ଥିବା ପାନ ଓ ଚପଲ ହଳେ ପଡି ଥିଲା ।

    ଅକ୍ଷୟ ଓଝା Akshayika The smart educare convent school .Gurgaon Haryana .

     
     
 
 
 


Rate this content
Log in

Similar oriya story from Inspirational