Akshay Ojha

Others

3  

Akshay Ojha

Others

ତୁମେ ଚାଲିଗଲା ପରେ

ତୁମେ ଚାଲିଗଲା ପରେ

2 mins
6.9K


ମୁଁ ଏ ବାରଣ୍ଡାରେ ପଡି ଥିବା ଚେୟାର ଉପରେ ବସି ତମ କଥା ଭାବୁଛି ସବିତା । ମୁଁ କେବେ ବି ଭାବି ନ ଥିଲି ତମେ ଆଗେ ଚାଲି ଯିବ ବୋଲି । ତମେ ଠକିଦେଲ ମୋତେ । ତମ ବିନା ମୋ ଦିନ ବି ଆରମ୍ଭ ହେଇ ପାରେନା । ତମ ପାଟି ନ ଶୁଣିବା ଯାଏ ମୁଁ ଦାନ୍ତ ବି ଘସେନି । ରିଟାୟାର୍ଡ ପରେ ମୁଁ ବେଶି ଅଳସୁଆ ହେଇ ଯାଇଥିଲି । ତମ ହାତ ଚାହା ବିନା ମୋତେ ଚାହା ପସନ୍ଦ ଆସେନି ।ତମ ରୋଷେଇ ଛଡା ମୁଁ ବାହାରୁ କିଛି ଖାଏନି ।ଭୋକ ମାରି ଘରକୁ ଫେରି ଆସେ । ।ମୋ ଚଷମା ଧୁନ୍ଦୁଲା ହେଇ ଗଲାଣି । ପିଲାମାନଙ୍କୁ କହିବାକୁ ସାହସ ହେଉନାହିଁ । ସେଇ ଦୁଇ ଖଣ୍ଡି ଗଂଜି ,ଦୁଇ ଖଣ୍ଡ ପ୍ୟାଣ୍ଟ ଓ ଦୁଇଖଣ୍ଡ ସାର୍ଟ ପିନ୍ଧୁଛି । ଗଂଜି ଜାଗା ଜାଗା ଫୁଟି ଗଲାଣି । ଧୂଳି ମଳି ହେଇ ଗଲାଣି । ତମ ପାନ ବଟୁଆ ସେମିତି କବାଟ କଣରେ ବନ୍ଦ ପଡିଛି । ତୁମ କୁଟା ପାନକୁ ଅପେକ୍ଷା କରିଥାଏ । ଆଜିକାଲି ପାଟି ଖାଲି ରହୁଛି । ତମେ ତକ୍ତପୋଷ ତଳେ ରଖିଥିବା ହାତ ବାକ୍ସ ଏ ଯାଏ ଖୋଲି ଦେଖିନି । ପାତିପାନିଆ ତୁମ ଧଳା ବାଳକୁ କୁଣ୍ଡଉ ଥିବାର ଦେଖେ । ତମେ ନାହଁ ।ପାତି ପାନୀଆ ମୋତେ ଜଳ ଜଳ କରି ଦେଖୁଛି । ଗୀତ ଗୋବିନ୍ଦ ପୋଥି ମୁଁ ଆଉ ପଢି ପାରୁ ନାହିଁ । ଉପରେ ପୁଣି ଚଷମା ଖରାପ ହେଇ ଯାଇଛି । ତମେ ଲଗେଇ ଥିବା ମନ୍ଦର ଗଛରେ ଖୁବ ଫୁଲ ଫୁଟୁଛି ।ଫୁଲ ଭିତରେ ତମକୁ ଦେଖି ଖୁବ ମନ ବହଲେଇ ନିଏ । ଏବେ ସବୁ କିଛି ସଂସାର ପରିବାର ବସେଇଲା ପରେ ବି ଏତେ ଶୂନ୍ୟତା ନିସଂଗତା ମୋତେ ଘେରି ରହିଛି କମ୍ ସେ କମ୍ ତୁମେ ଗଲା ଦିନଠୁ । ପିଲାମାନେ ବେଶ୍ ଭଲରେ ଅଛନ୍ତି । ଖୁବ ସୁଖ ଶାନ୍ତିରେ । ତୁମେ ଯେମିତି ଚାହୁଁ ଥିଲ ସେମିତି ଭଗବାନ ତାଙ୍କୁ ରଖିଛନ୍ତି ।ମାତ୍ର ମୋ ସୁଖ ସବୁ ଲିଭି ଯାଇଛି ତମେ ଗଲା ଦିନଠୁ । ଏକୁଟିଆ ନିଃସଙ୍ଗ । ତମ ଝଗଡା,ତମ ପାଟିତୁଣ୍ଡ ମୋତେ ବିଲକୁଲ ଶୁଭୁ ନାହିଁ । ତମ ମୋ ଗୋଡରେ ହାତ ଆଉଁଶା ମୋତେ ଅତିରିକ୍ତ କଷ୍ଟ ଦେଉଛି ସବିତା ।ମୋତେ ତୁମେ ସାଙ୍ଗରେ ନେଇ ଯାଇ ଥିଲେ ମୋତେ ଏକଷ୍ଟ ଭୋଗିବାକୁ ପଡି ନଥାନ୍ତା । ପିଲା ମାନେ ଖୁବ ଖବର ବୁଝନ୍ତି । ଭଲ ମନ୍ଦ ପଚାରନ୍ତି । କଣ କେବେ ମୁଁ ତାଙ୍କୁ କହି ପରିବି କି ତୁମ ବୋଉ ମୋର ମନେ ପଡୁଛି । ମନେ ମନେ ତୋ ବୋଉକୁ ଖୋଜୁଛି । ବୟସର ଏ ଶେଷ ପର୍ଯ୍ୟାୟରେ ମୋତେ ତୁମର ବହୁତ ଆବଶ୍ୟକ ଥିଲା । ତମେ ମୋ ସୁଖ ଦୁଃଖ ।ତମେ ମୋ ଜୀବନ । ମୋତେ ଖୁବ ବିବ୍ରତ ଲାଗୁଚି ଏକୁଟିଆ ଏ ବାରଣ୍ଡାରେ ଚେୟାରରେ ବସି ।ତମ କଥା ଭାବୁଛି । ଅହ୍ୟରାଣୀ ହେଇ ଘରୁ ବାହାରିଗଲ । ମଶାଣିର ଚିତାରେ ଶୋଇଗଲ । ଗଲାବେଳେ ଥରେ ବୁଲି ଚାହିଁଲନି ମୋତେ । ମୁଁ ପଥର ହେଇ ଛିଡା ହେଇଥିଲି ତୁମେ ଜଳୁଥିବା ମଶାଣି ପଡିଆରେ । ମୁଁ ବାସ ଅପେକ୍ଷା କରିଛି, କାଳେ ପୁଣି ସାକ୍ଷତ ହେଇ ଯାଇପାରେ ମଲା ପରେ ...........


Rate this content
Log in