STORYMIRROR

SACHALA GURU

Fantasy

3  

SACHALA GURU

Fantasy

ପ୍ରିୟ ପୌରାଣିକ ଚରିତ୍ର

ପ୍ରିୟ ପୌରାଣିକ ଚରିତ୍ର

2 mins
250

ଅବନୀ ପୃଷ୍ଠରେ ଯେତେବେଳେ ଧର୍ମର ଗ୍ଲାନି ଓ ଅଧର୍ମର ପ୍ରାଦୁର୍ଭାବ ବଢିଚାଲେ ସେତେବେଳେ ସ୍ୱୟଂ ଭଗବାନ ନର ରୂପରେ ଅବତାର ନେଇଥାନ୍ତି l ସେହିପରି ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର ଦୁଷ୍ଟ ରlକ୍ଷସ ରାବଣଙ୍କୁ ବିନାଶ କରି ଧର୍ମ ସ୍ଥାପନ ପାଇଁ ଧରାପୃଷ୍ଠକୁ ଆସିଥିଲେ l


ଦିନକର କଥା ମୁଁ ମୋ ସାଙ୍ଗ ମାନଙ୍କ ସହିତ ବାହାରକୁ ବୁଲିଗଲା ବେଳେ, ହଠାତ ମୋର ଦୁଇଜଣ ସାଙ୍ଗ ବସି କଥା ହେଉଥିବାର ଦେଖିଲି l ମୁଁ ମୋ ସାଙ୍ଗମାନଙ୍କୁ କହି ତାଙ୍କ ନିକଟକୁ ଗଲି l ସେ ସାଙ୍ଗ ଦୁହିଁଙ୍କ ପାଖରେ ଶୁଣିବାକୁ ପାଇଲି ତ୍ରେତୟା ଯୁଗରେ ପ୍ରଭୁ ରାମ ଚନ୍ଦ୍ରଙ୍କ ଚରିତ୍ର ଅତୀବ ମହତ୍ୱ ପୂର୍ଣ୍ଣ ଥିଲା l ସେ ଅଯୋଧ୍ୟାର ରାଜା ଦଶରଥଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ । ଦଶରଥଙ୍କର ତିନି ଗୋଟିରାଣୀ କୌଶଲ୍ୟା, କୈକେଇ ଓ ସୁମିତ୍ରା ଥିଲେ l ଦଶରଥ ବୃଦ୍ଧ ହେବାରୁ ଜ୍ୟେଷ୍ଠ ପୁତ୍ର ରାମଚନ୍ଦ୍ରଙ୍କୁ ରାଜା କରିବାପାଇଁ ସ୍ଥିର କରିଥିଲେ l କିନ୍ତୁ ଦେବତାମାନଙ୍କ ନିର୍ଦ୍ଦେଶ ଅନୁସାରେ ମଂଥରାଙ୍କ ମନ୍ତ୍ରଣାରେ କୈକେଇଙ୍କ ବର ମାଗିବାଥିଲେ, ଶ୍ରୀରାମ ଚନ୍ଦ୍ର ଚଉଦ ବର୍ଷ ବନବାସ ଓ ରାଜ୍ୟରେ ଭରତ ରାଜା ହେବେ l


ଏଠାରେ ଶିକ୍ଷ୍ୟଣୀୟ କଥା ରହିଥିଲା । ଛୋଟ ବେଳେ ଭାଇ ଭାଇ ଭିତରେ ଯେତେବେଳେ ଖେଳୁଥିଲେ, ଜ୍ୟେଷ୍ଠ ଭ୍ରାତା ରାମଚନ୍ଦ୍ର ଜାଣିକରି ହାରି ଯାଉଥିଲେ l ମୋର ଭାଇମାନେ ଜିତନ୍ତୁ ବୋଲି ସେ ଚାହୁଁଥିଲେ l ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଚନ୍ଦ୍ର କହୁଥିଲେ, କାରଣ ସେ ଗୁରୁ ଗୁରୁଜନ, ମାତା-ପିତା ସଭିଙ୍କ କଥାକୁ ଗୁରୁତ୍ୱ ଓ ସମ୍ମାନ ସହ ପାଳନ କରୁଥିଲେ l ତା ପରେ ପିତୃସତ୍ୟ ପାଳନ କରି ଭାଇ ଓ ଭାର୍ଯ୍ୟାଙ୍କ ସହିତ ବନବାସ ଯାଇଥିଲେ । ମାତା କୈକେଇଙ୍କ ଲାଗି ବନବାସ ଗଲେ ମଧ୍ୟ ତାଙ୍କ ପ୍ରତି ମାତୃଭାବ କମ ନଥିଲା l ତାଙ୍କ ନିକଟରେ ଭାତୃତ୍ଵ ଭାବର ପରାକାଷ୍ଠା ଅତୁଳନୀୟ ଥିଲା l ସେ ଜନମଙ୍ଗଳ କରି ପ୍ରଜା ବତ୍ସଳ ଭାବ ପ୍ରଜାମାନଙ୍କ ପ୍ରତି ଅତୁଟ ଥିଲା l ମାତା ସୀତାଙ୍କ ପ୍ରତି ସ୍ନେହ ବନ୍ଧନ ଅତ୍ୟନ୍ତ ନିବିଡ ଥିଲା l ବନବାସ ସମୟରେ ସୀତା ହରଣ, ସୀତା ଅନ୍ଵେଷଣରେ କିଷ୍କିନ୍ଦାର ରାଜା ବାଳିକୁ ବଦ୍ଧକରି ସୁଗ୍ରୀବ ସହିତ ମିତ୍ରତା ସ୍ଥାପନ କରିଥିଲେ l ସେତୁବନ୍ଧ ପୂଜନ ସମୟରେ ଶତ୍ରୁ ହେଲେ ମଧ୍ୟ ରାବଣକୁ ଆମନ୍ତ୍ରଣ କରିଥିଲେ । ମାତା ସୀତାଙ୍କୁ ଯେତେବେଳେ ଲଙ୍କା କଟକରୁ ଫେରାଇଆଣି ଅଯୋଧ୍ୟାକୁ ଗମନ କଲେ, ତାପରେ କିଛି ଦିନ ରହିଲା ପରେ ଧୋବା ଧୋବଣୀ କଳିରେ ସୀତାଙ୍କ ପ୍ରତି ଆରୋପ ଲଗାଇବା ଦୋଷରେ ପ୍ରଜାମାନଙ୍କ ପ୍ରତି ସମ୍ମାନ ରଖି ନିଜ ସହ ଧର୍ମିଣୀ ସୀତାଙ୍କୁ ତ୍ୟାଗ କରିବାକୁ ପଡିଥିଲା l ଶ୍ରୀରାମ ଚନ୍ଦ୍ରଙ୍କ ଭାତୃତ୍ଵଭାବ କମ ନ ଥିଲା l ଭରତ ଅଯୋଧ୍ୟାର ରାଜା ହେବାରେ ତାଙ୍କର କୌଣସି ପ୍ରତିବାଦ ନଥିଲା l 


ସେହି ସାଙ୍ଗ ଦୁଇଜଣଙ୍କ କଥା ଶୁଣି ମୋ ମନରେ ଶ୍ରୀରାମ ଚନ୍ଦ୍ରଙ୍କର ଚରିତ୍ର ଜନ ସମାଜକୁ ପ୍ରେରଣା ଦାୟକ ଥିଲା l ମୁଁ ମଧ୍ୟ୍ୟ ସେହି ପବିତ୍ର ସ୍ଵଚ୍ଚ ପ୍ରେରଣାକୁ ଉପଲବ୍ଧି କରି ଶିଖି ପାରିଲି ଏହାଦ୍ୱାରା ଅସଜଡ଼ା ଘର ସଜାଡି ହୋଇ ପାରିଲା l 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Fantasy