ଫକୀର ପରିଡ଼ା

Drama Fantasy Others

4  

ଫକୀର ପରିଡ଼ା

Drama Fantasy Others

ଆର୍ଶୀବାଦ ହିଁ ବିଜୟ

ଆର୍ଶୀବାଦ ହିଁ ବିଜୟ

7 mins
364


ମହାଭାରତ ଯୁଦ୍ଧ ପାଇଁ କୌରବ ଆଉ ପାଣ୍ଡବମାନଙ୍କ ଭିତରେ ପ୍ରସ୍ତୁତି ଚାଲିଥାଏ । କୌରବ ପକ୍ଷର ମୁଖ୍ୟ ଯୁବରାଜ ଦୁର୍ଯ୍ୟୋଧନ ଏଥିପାଇଁ ବ୍ୟାପକ ଆୟୋଜନ କରି ସାରିଥାଆନ୍ତି । ବହୁ ରାଜ୍ୟର ରାଜାମାନେ କୌରବଙ୍କ ପକ୍ଷ ସମର୍ଥନ କରି ହସ୍ତୀନା ନଗରୀରେ ଆସି ପହଁଚୁଥାଆନ୍ତି । ଏସମସ୍ତ ଖବର ପାଣ୍ଡବଙ୍କ ଜ୍ୟେଷ୍ଠ ଭ୍ରାତା ଧର୍ମରାଜ ଯୁଧିଷ୍ଠିରଙ୍କର ହସ୍ତଗତ ହେଉଥାଏ । କୌରବଙ୍କ ପକ୍ଷରେ ନାରାୟଣୀ ସେନା । ପାଣ୍ଡବଙ୍କ ସପକ୍ଷରେ ସ୍ୱୟଂ ନାରାୟଣ ବାସୁଦେବ କୃଷ୍ଣ । ପାଣ୍ଡବମାନଙ୍କ ଅପେକ୍ଷା କୌରବଙ୍କ ପକ୍ଷ ସମର୍ଥନରେ ବହୁବଳଶାଳୀ, ଚତୁର ଯୋଦ୍ଧାଙ୍କୁ ନେଇ ବିଶାଳ ସୈନ୍ୟ ସମାବେଶ ।


        ରାଜା ଯୁଧିଷ୍ଠିର ଯୁଦ୍ଧକୁ ଯିବା ପୂର୍ବରୁ ଗୁରୁଜନମାନଙ୍କ ପାଖକୁ ଯାଇ ଆଶୀର୍ବାଦ ଭିକ୍ଷା କରିବା କଥା ଚିନ୍ତା କଲେ । ସେଥିପାଇଁ ଦିନେ ସେ ପାଣ୍ଡବ ଶିବିରରୁ ଏକାକୀ ବାହାରି କୌରବ ଶିବିର ଆଡକୁ ଆଗେଇ ଚାଲିଲେ । ଏହା ଦେଖି ତାଙ୍କର ଅନ୍ୟ ଭାଇମାନେ ଖୁବ୍ ଚିନ୍ତାରେ ପଡିଗଲେ । ସେମାନେ ଚିନ୍ତା କରୁଥିଲେ କି ଯୁଦ୍ଧ ତ ଆରମ୍ଭ ହେବାକୁ ଆଉ ଅଧିକ ସମୟ ନାହିଁ । ଅଥଚ ଏପରି ଏକ ସମୟରେ ଜ୍ୟେଷ୍ଠ ଭ୍ରାତା କୌରବ ଶିବିର ଆଡକୁ କାହିଁକି ଆଗେଇ ଯାଉଛନ୍ତି? ମାତ୍ର ସଖା କୃଷ୍ଣ ଦୂରରେ ଥାଇ ଏସବୁ ଦୃଶ୍ୟକୁ ଅବଲୋକନ କରୁଥାଆନ୍ତି ଆଉ ମନେ ମନେ ହସୁ ଥାଆନ୍ତି । ସେ ପାଣ୍ଡବ ଭ୍ରାତାମାନଙ୍କୁ କହିଲେ କି, ‘ଏଥିରେ ତ କୌଣସି ଚିନ୍ତା କରିବାର କାରଣ ହିଁ ନାହିଁ । ସେ ହେଉଛନ୍ତି ଧର୍ମରାଜ । ତେଣୁ ଏ ସମୟରେ ସେ କିଛି ନିଜସ୍ୱ କର୍ତ୍ତବ୍ୟ କରିବେ । ଅତଏବ ସେଥିପାଇଁ କୌଣସି କଥା ଚିନ୍ତା କରିବା ବି ଭୁଲ୍ ।’ସଖା କୃଷ୍ଣଙ୍କର ଏପରି କଥାରେ ପାଣ୍ଡବ ଶିବିର ଯଦିବା ଚିନ୍ତାଶୂନ୍ୟ ହେଲା, ତଥାପି ବି ବଡ ଭାଇଙ୍କର ଫେରିବା ପଥକୁ ଅପେକ୍ଷା ରହିଲା । ଏଣେ ଯୁଧିଷ୍ଠିର କୌରବ ଶିବିର ଆଡକୁ ଆସୁଥିବାର ଦେଖି କୌରାବାଧିପତି ଦୁର୍ଯ୍ୟୋଧନ ମନେ ମନେ ଆନନ୍ଦିତ ହେବାକୁ ଲାଗିଲେ ଏବଂ ସେ ଭାବୁଥିଲେ ଯେ, ଯୁଧିଷ୍ଠିର ତାଙ୍କ ପାଖକୁ କେବଳ ଭୟରେ ହିଁ ସନ୍ଧି ପ୍ରସ୍ତାବ ନେଇ ଆସୁଛନ୍ତି । ମାତ୍ର ଯେତେବେଳେ ଯୁଧିଷ୍ଠିର ସିଧା ପିତାମହ ଭୀଷ୍ମଙ୍କ ଶିବିର ଆଡକୁ ଚାଲିଗଲେ, ସେତେବେଳେ ତାଙ୍କ ଚିନ୍ତାଧାରାର ଯବନିକା ପଡିଲା । ଯୁଧିଷ୍ଠିର ଯାଇ ଭୀଷ୍ମଙ୍କ ପାଖରେ ପହଁଚିଲା ବେଳକୁ ପିତାମହ ଭୀଷ୍ମ ତାଙ୍କ ଶିବିରରେ ଅନ୍ୟ ମନସ୍କ ଥାଆନ୍ତି । ତେଣୁ ସେ ଯୁଧିଷ୍ଠିର ପ୍ରଥମେ ପିତାମହଙ୍କୁ ପ୍ରଣାମ କରିବା ପରେ ସେ ଚିନ୍ତାତ୍ୟାଗ କରି ଯୁଧିଷ୍ଠିରଙ୍କୁ ଦେଖି ହସି ଉଠିଲେ । ତା’ପରେ ଯୁଧିଷ୍ଠିର ତାଙ୍କ ଶିବିରରେ ପହଁଚିବାର କାରଣ ସହ ସେ ଯୁଦ୍ଧ ପାଇଁ କେତେ ଦୂର ପ୍ରସ୍ତୁତ ହୋଇଛନ୍ତି, ତାହା ବି ଜାଣିବା ପାଇଁ ଚାହିଁଲେ ପିତାମହ ଭୀଷ୍ମ । ଏଥିରେ ଉତ୍ତର ଦେଇ ଧର୍ମରାଜ କହିଲେ, ‘ପିତାମହ ! ଆପଣତ ଇଚ୍ଛା ମୃତ୍ୟୁର ବରପ୍ରାପ୍ତ ହୋଇଛନ୍ତି । ସେଥିପାଇଁ ମୁଁ ଆପଣଙ୍କ ବିରୋଧରେ ଯୁଦ୍ଧ କରିବା କଥା ଚିନ୍ତା କରି ଅବଶ ହୋଇ ପଡୁଛି । ତେଣୁ ଆପଣଙ୍କ ଅନୁମତି ତଥା କଲ୍ୟାଣ ବିନା ଯୁଦ୍ଧ କରିବା ମୋ ପକ୍ଷରେ ସମ୍ଭବ ହେବ କିପରି? ଅତଏବ ଆପଣ କୃପାକରି ମୋତେ ଅନୁମତି ତଥା କଲ୍ୟାଣ କରନ୍ତୁ ।’


        ଏ କଥା ଶୁଣିବା ପରେ ପିତାମହ ଭୀଷ୍ମ କହିଲେ, ‘ପୁତ୍ର ! ତୁମେ ତୁମର ଧର୍ମ ନିଷ୍ଠାର ସହ ପାଳନ କରୁଥିବା ହେତୁ ତୁମେ ତ ତାହା ପାଇବାର ଯୋଗ୍ୟ । ଆଉ ତୁମେ ଯଦି ଏତିକି କାର୍ଯ୍ୟ କରିପାରି ନ ଥାଆନ୍ତ, ତେବେ ତୁମେ କେବେ ବି ବିଜୟୀ ହୋଇ ପାରିବ ନାହିଁ । ତୁମେ ଆଜି ଯେଉଁ କାର୍ଯ୍ୟ କରିଛ, ସେଥିରେ ମୁଁ ଖୁବ୍ ପ୍ରୀତ । ଅର୍ଥାତ୍ ତୁମେ ଯୁଦ୍ଧ କର ଏବଂ ବିଜୟୀ ହୁଅ । ଏହାଛଡା ତୁମେ ତ ଜାଣିଛ ଯେ, ମୁଁ ପ୍ରତିଜ୍ଞାବଦ୍ଧ ତଥା କୌରବମାନଙ୍କ ଅନ୍ନରେ ପ୍ରତିପାଳିତ । ତେଣୁ ତୁମ ବିରୋଧରେ ମୁଁ ଅସ୍ତ୍ରଧରିବା ପାଇଁ ବାଧ୍ୟ । ତେବେ ମୋର ଗୋଟିଏ କଥା, ତୁମ ପକ୍ଷରେ ରହି ଯୁଦ୍ଧ କରିବା ପାଇଁ ପ୍ରାର୍ଥନା ନ କରି ଆଉ ଯେଉଁ ସବୁ ବିଷୟ ଚାହିଁବ, ତାହା ମୁଁ ନିଶ୍ଚୟ ପୂରଣ କରିବି ।


        ଧର୍ମରାଜ କହିଲେ, ‘ଏକଥା ମୁଁ ଠିକ୍ ବୁଝିଛି ପିତାମହ । ତଥାପି ବି ଆପଣଙ୍କ ବିରୋଧରେ ଅସ୍ତ୍ର ଧରିବା ମୋ ପକ୍ଷରେ କେମିତି ସମ୍ଭବ ହେବ? ଏହାଶୁଣି ପିତାମହ ଭୀଷ୍ମ ଟିକିଏ ହସିଲେ ଆଉ କହିଲେ, ‘ହେ ପୁତ୍ର ! ତୁମେ ଆଜି ଯେଉଁ ବିଷୟ ନେଇ ଚିନ୍ତା କରୁଛ, ଯଥା ସମୟରେ ତା’ର ଉତ୍ତର ନିଶ୍ଚୟ ପାଇବ । ତେଣୁ ତୁମେ ସେଥିରେ ଆଦୌ ବିବ୍ରତ ହୁଅ ନାହିଁ । ଯାଅ, ଏବେ ନିଜ କାର୍ଯ୍ୟରେ ମନ ଦିଅ ।’ପିତାମାତାଙ୍କ ପାଖରୁ ସମ୍ମତି ତଥା ଆଶୀର୍ବାଦ ଗ୍ରହଣ କରି ଧର୍ମରାଜ ଯୁଧିଷ୍ଠିର ସେହି ଶିବିରରୁ ଲେଉଟି ଆସିଲେ । ଏହାପରେ ସେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଶିବିରକୁ ଗଲେ । କାରଣ ଦ୍ରୋଣାଚାର୍ଯ୍ୟ ଥିଲେ ସେମାନଙ୍କର ଶିକ୍ଷାଗୁରୁ । ଅତଏବ ଗୁରୁଙ୍କ ଆଜ୍ଞା ଓ ଆଶୀର୍ବାଦ ପ୍ରାର୍ଥନା କରିବା ଏକାନ୍ତ ଆବଶ୍ୟକ ବୋଲି ଚିନ୍ତାକରି ଯାଇ ତାଙ୍କ ଶିବିରରେ ପହଁଚିଲେ । ସେ ପ୍ରଥମେ ଗୁରୁଙ୍କର ପାଦବନ୍ଦନା କରିବା ପରେ ଆସନ୍ନ ଯୁଦ୍ଧ ନିମନ୍ତେ ସମ୍ମତି ଓ ଆଶୀର୍ବାଦ ପ୍ରାର୍ଥନା କଲେ । ଗୁରୁ ଦ୍ରୋଣାଚାର୍ଯ୍ୟ ଯୁଧିଷ୍ଠିରଙ୍କ ବ୍ୟବହାରରେ ଅତ୍ୟନ୍ତ ମୁଗ୍ଧ ହୋଇ ତାଙ୍କୁ ଚାହିଁ ଟିକିଏ ହସି ଦେଲେ । ଯୁଧିଷ୍ଠିର ଅତ୍ୟନ୍ତ ବିନମ୍ରତାର ସହ କହିଲେ, ‘ଗୁରୁଦେବ ! ଆପଣ ହେଉଛନ୍ତି ଆମର ଶିକ୍ଷାଗୁରୁ । ପିତାମାତାଙ୍କ ପରେ ଆପଣଙ୍କ ସ୍ଥାନ ଉଚ୍ଚରେ ରହିଛି । ତେଣୁ ଆପଣ ଯଦି ଆମ ପ୍ରତି ସଦୟ ନ ହୁଅନ୍ତି, ତେବେ ଆମେ ଯୁଦ୍ଧକୁ ଯିବୁ କେମିତି?’


        ଗୁରୁ ଦ୍ରୋଣାଚାର୍ଯ୍ୟ ତାଙ୍କ ଶିଷ୍ୟ ଯୁଧିଷ୍ଠିରଙ୍କ ଏ ପ୍ରକାର କଥାକୁ ବେଶ୍ ବୁଝି ପାରିଲେ । ତା’ପରେ ସେ କହିଲେ, ‘ତୁମ ଆସିବାର ସମସ୍ତ ଉଦ୍ଧେଶ୍ୟକୁ ମୁଁ ଖୁବ୍ ଭଲ ଭାବରେ ବୁଝି ପାରୁଛି । ତେବେ ଏ କଥା ମଧ୍ୟ ସତ ଯେ, ଯେ ପର୍ଯ୍ୟନ୍ତ ମୋ ହାତରେ ଅସ୍ତ୍ର ଥିବ, ସେ ପର୍ଯ୍ୟନ୍ତ ମୋତେ କେହି ବି ଯୁଦ୍ଧରେ ପରାଜିତ କରି ପାରିବେ ନାହିଁ ।’


        ଏହା ଶୁଣି ଯୁଧିଷ୍ଠିର ପଚାରିଲେ, ‘ତେବେ ଗୁରୁଦେବ ଆମେ ଯୁଦ୍ଧରେ ବିଜୟୀ ହେବୁ କିପରି? ଏ କଥା ପଚାରି ମଧ୍ୟ ଯୁଧିଷ୍ଠିର ଖୁବ୍ ଚିନ୍ତା କରୁଥାଆନ୍ତି ।’ କିନ୍ତୁ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ମୁହଁରେ ହସ ଉକୁଟି ଉଠିଲା । ତାହା ଦେଖି ଯୁଧିଷ୍ଠିର ଆହୁରି ଚିନ୍ତିତ ହୋଇ ପଡୁଥାଆନ୍ତି । ତହୁଁ ଗୁରୁଦେବ କହିଲେ, ‘ବତ୍ସ ! ତୁମେ ଖୁବ୍ ଧାର୍ମିକ, ଏ ବିଷୟ ତ ମୁଁ ପ୍ରଥମରୁ ଜାଣିଛି । ସେଥିପାଇଁ ତୁମ ପ୍ରତି ମୋର ଦୟା ଆସୁଛି । ଆଉ ମୋର ଆଶୀର୍ବାଦ ରହିଛି । ତଥାପି ମୁଁ ଚିନ୍ତା କରୁଛି ।’


        ସେତେବେଳେ ଯୁଧିଷ୍ଠିର ଗୁରୁଦେବଙ୍କ ସମ୍ମୁଖରେ ମୁଣ୍ଡପୋତି ବସିଲେ ସତ, ହେଲେ ଗୁରୁଦେବଙ୍କ ମୁହଁରୁ ପଦେ କଥା ଶୁଣିବା ପାଇଁ ଅପେକ୍ଷା କରିଥାଆନ୍ତି । ଏମିତି ପରିସ୍ଥିତି ମଧ୍ୟରେ ସେ ଗୁରୁଦେବ କହିଲେ, ‘ମନେରଖ ଯୁଧିଷ୍ଠିର ! ମୁଁ ଯଦି ଯୁଦ୍ଧ କ୍ଷେତ୍ରରେ କୌଣସି ପ୍ରକାର ଅପ୍ରିୟ ସମ୍ବାଦ ପାଏ, ତେବେ ସେହି ମୁହୂର୍ତ୍ତରେ ମୁଁ ଅସ୍ତ୍ରତ୍ୟାଗ କରିପାରେ । ଆଉ ଏହାହିଁ ହେଉଛି ମୋ ପାଇଁ ପରାଜୟର ସୂତ୍ର । ଏହାଛଡା ଆଉ କିଛି ଉପାୟ ଖୋଜିବା ତୁମ ପାଇଁ ଭୁଲ୍ ପଥ ହେବ । ଅତଏବ ମୋର କଥା ଗୁଡିକୁ ମନେରଖ ଏବଂ ଯାଇ ଯୁଦ୍ଧରେ ପ୍ରବେଶ କରିବା ପାଇଁ ଯଥା ସାଧ୍ୟ ଚେଷ୍ଟା କର । ଏବେ ସମୟକୁ ମୋଟେ ହାତଛଡା କରନାହିଁ । ଏହା ହିଁ ମୋର ତୁମ ପ୍ରତି ଆଶୀର୍ବାଦ ତଥା ଆଦେଶ ।’ଗୁରୁଙ୍କ ଠାରୁ ଅନୁମତି ତଥା ଆଶୀର୍ବାଦ ନେଇ ଯୁଧିଷ୍ଠିର ଆଗେଇ ଚାଲିଲେ କୁଳଗୁରୁ କୃପାଚାର୍ଯ୍ୟଙ୍କ ଶିବିର ଆଡକୁ । କାହିଁକିନା ତାଙ୍କର ଅନୁମତି ଓ ଆଶିଷ ପ୍ରାର୍ଥନା କରିବା ଅତ୍ୟନ୍ତ ଆବଶ୍ୟକ । କୁଳଗୁରୁଙ୍କ ଶିବିରରେ ପ୍ରବେଶ କରି ତାଙ୍କ ଆଜ୍ଞା ଏବଂ କଲ୍ୟାଣ ଟିକକ ପାଇବା ପାଇଁ ଯୁଧିଷ୍ଠିର ପ୍ରାର୍ଥନା କଲେ । ମାତ୍ର ତାଙ୍କ ମୃତ୍ୟୁର ରହସ୍ୟ ଜାଣିବା ପାଇଁ ସେ ଯୁଧିଷ୍ଠିର ଆଉ ସାହସ କଲେ ନାହିଁ । କାରଣ ଏହା ପୂର୍ବରୁ ସେ ପିତାମହ ଓ ଗୁରୁଦେବଙ୍କ ପାଖରୁ ସେ ରହସ୍ୟ ପଚାରି ଜାଣି ସାରିବା ପରେ ଅଧିକ ଚିନ୍ତିତ ହୋଇ ପଡି ଥାଆନ୍ତି । ପୁଣି ସେମାନେ ଯେହେତୁ ତାଙ୍କର ଗୁରୁଜନ, ତେଣୁ ଏସବୁ ପଚାରି ବରଂ ସେମାନଙ୍କ ଦୁଃଖର କାରଣ ହୋଇ ସାରିଛନ୍ତି । ତେଣୁ ସେ ପୁନରାୟ ସେହି ଭୁଲ୍ କରିବାକୁ ଆଉ ଚାହିଁଲେ ନାହିଁ । ମାତ୍ର ବିଧିର ବିଧାନ ଥିଲା ଭିନ୍ନ ଧରଣର । ତା’ର ପଥ ଥିଲା ଭିନ୍ନ । ଅର୍ଥାତ୍ ସ୍ୱୟଂ କୃଷ୍ଣ ଯେଉଁଠି ଉପସ୍ଥିତ, ସେଠାରେ ଯୁଧିଷ୍ଠିର ବା କିଏ, ଆଉ କ’ଣ କରି ପାରିବେ? ସୁତରାଂ ଯେଉଁଠି ଯାହା ଆବଶ୍ୟକ ସେଇଠି ସେ କାର୍ଯ୍ୟ କରି ନେଉଛନ୍ତି । ତେଣୁ ତାଙ୍କର କିଛି ଚିନ୍ତା କରିବା ଆଦୌ ଉଚିତ୍ ନୁହେଁ । ଏମିତି ଚିନ୍ତା କରୁ କରୁ ସେ ଯୁଧିଷ୍ଠିର ତାଙ୍କ କୁଳଗୁରୁଙ୍କ ଚରଣରେ ଭକ୍ତି ଅର୍ଘ୍ୟ ଢାଳି ଦେଇ ଯୁଦ୍ଧ ପାଇଁ ତାଙ୍କର ଅନୁମତି ତଥା ଆଶୀର୍ବାଦ ଭିକ୍ଷା କଲେ । ଏହା ଶୁଶି କୃପାଚାର୍ଯ୍ୟ କହିଲେ, ‘ବିଧିର ବିଧାନରେ କୌଣସି ବ୍ୟତିକ୍ରମ ହୁଏ ନାହିଁ ଯୁଧିଷ୍ଠିର । ତଥାପି ବି ମୁଁ ତୁମକୁ କଥା ଦେଉଛି, ତୁମର ବିଜୟ ପଥରେ ମୁଁ ଆଦୌ ପ୍ରତିବନ୍ଧକ ହେବି ନାହିଁ । ବରଂ ତୁମର ବିଜୟ ପାଇଁ ମୁଁ ଭଗବାନଙ୍କ ପାଖରେ ଗଭୀର ପ୍ରାର୍ଥନା କରିବି । ତେବେ ମୁଁ ବୁଝି ପାରୁଛି ଯେ, ତୁମର ବିଜୟ ପାଇଁ ଯେଉଁ ଗୁରୁ ଦାଇତ୍ୱ ଥିଲା, ତାହ ତୁମେ ସଫଳ କରିପାରିଛ । ସେଥିପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ । ଏହାଦ୍ୱାରା ତୁମେ ତୁମର ବିଜୟ ପଥକୁ ଖୁବ୍ ପ୍ରଶସ୍ତ କରି ନେଇ ପାରିଛ । ଏହା ହିଁ ତୁମ ବିଜୟର ପୂର୍ବ ସୂଚନା । ଏବେ ତୁମେ ଯାଇ ତୁମର କାର୍ଯ୍ୟରେ ନିମଗ୍ନ ହୁଅ । ସେଥିପାଇଁ ତୁମପ୍ରତି ମୋର ଶୁଭଚିନ୍ତା ତଥା ଆଶୀର୍ବାଦ ରହିଛି । ଏହା ଶୁଣିବା ପରେ ଧର୍ମରାଜ ଯୁଧିଷ୍ଠିର ନିଜର ସମସ୍ତ କର୍ମ ଖୁବ୍ ସଫଳତାର ସହ ସମ୍ପାଦନ କରି କୁଳଗୁରୁଙ୍କୁ ପୁନର୍ବାର ପ୍ରଣାମ କରି ତାଙ୍କ ଶିବିରରୁ ବିଦାୟ ନେଇ ଆସିଲେ ।


        ଆସିବା ପଥରେ ସେ ଚିନ୍ତା କରୁଥିଲେ, ‘ଗୁରୁଜନମାନଙ୍କ ସମ୍ମତି ତଥା କଲ୍ୟାଣ ହିଁ ଭବିଷ୍ୟତ ପଥକୁ ପୁଷ୍ପିତ କରିଥାଏ ।’ ଏତିକି ବେଳେ ସେ ଯାଇ ପାଣ୍ଡବ ଶିବିରରେ ପହଁଚିବା ବେଳକୁ ତାଙ୍କ ଦୃଷ୍ଟି ସମ୍ମୁଖରେ ଛିଡା ହୋଇଥିଲେ ସଖା କୃଷ୍ଣ । କୃଷ୍ଣଙ୍କ ମୁଖ ମଣ୍ଡଳକୁ ଚାହିଁ ଦେଖୁଥିଲେ ଲାଖି ରହିଥିଲା କେବଳ ହସ ଆଉ ହସ ।


ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଉପର ଲିଖିତ ଗପଟି ମିଥ୍ୟା ଏବଂ କାଳ୍ପନିକ କିନ୍ତୁ ଆମକୁ ପଢି ପିଢ଼ି ଧରି ଏହି ପରି ଗପ ଶୁଣେଇ କିଛି ଗୋଷ୍ଠୀ ବିଶେଷ ଆମକୁ ମୁର୍ଖତା ଏବଂ ଅନ୍ଧ ବିଶ୍ୱାସର ଶିକାର କରେଇ ଆସୁଛନ୍ତି ତେଣୁ ଏପରି ଗପଠାରୁ ସାବଧାନ । ଉପରଲିଖିତ ପୌରାଣିକ କାହାଣୀଟିକୁ ଅନେକ ହିନ୍ଦୁ ଧର୍ମାମ୍ବଲମ୍ବୀମାନେ ସତ୍ୟ ମନେକରନ୍ତି । କାହାଣୀଟି ଶିକ୍ଷ୍ୟା ଉଦ୍ଧେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ଶିକ୍ଷା କମ୍ ମିଥ୍ୟାକୁ ଅଧିକ ପ୍ରତିପାଦିତ କରୁଛି ତେଣୁ କାହାଣୀଟିକୁ ଅନ୍ଧ ଭାବରେ ବିଶ୍ୱାସ ନକରି ନିଜ ତର୍କ ବିଚାର ଦ୍ୱାରା ଗ୍ରହଣ କରିବା ଉଚିତ୍ ।


ଯଦି ଭାରତ ଏକ ନାମ ନହୁଏ ତେବେ “ମହାଭାରତ” ଅର୍ଥ ହେଉଛି “ମହା ଯୁଦ୍ଧ” ଅର୍ଥାତ୍ ଏଠାରେ ଭାରତର ଅର୍ଥ ହେଉଛି “ଯୁଦ୍ଧ” ଯଦି ଭାରତ ଏକ ନାମ ଅଟେ ତେବେ “ମହାଭାରତ” ଅର୍ଥ ଏକ ବଡ ନାମ ଯାହାକି ଅର୍ଥ ହୀନ । ଉଦାହରଣ ସ୍ୱରୂପ ଯଦି କୃଷ୍ଣ ଜଣଙ୍କର ନାମ ହୁଏ ତେବେ ମହାକୃଷ୍ଣ ଅର୍ଥ କଣ ହୋଇପାରେ ନିଜେ ବୁଝିବାକୁ ଚେଷ୍ଟା କରନ୍ତୁ । ମହାଭାରତ କୁରୁକ୍ଷେତ୍ରରେ ହୋଇଥିଲା ଯାହା କି ହରିୟାଣାର ୧,୫୩୦ ବର୍ଗ କିଲୋମିଟର ବିଶିଷ୍ଟ ଏକ ଭୁଭାଗ । ଇତିହାସହକାରଙ୍କ ଅନୁଯାଇ କୁରୁ ରାଜ୍ୟ କେବଳ ଦିଲ୍ଲୀ, ହରିୟାଣା ଏବଂ ଉତ୍ତରାଖଣ୍ଡ ଭିତରେ ସୀମିତ ଥିଲା ଏହା ବର୍ତ୍ତମାନ ଇଣ୍ଡିଆ ଆକାରର ନଥିଲା ତେଣୁ ଉକ୍ତ ଗଳ୍ପଟି ସମଗ୍ର ଇଣ୍ଡିଆର ଜ୍ଞାନର ମୂଳ ଉତ୍ସରୂପେ ମାନିବା ବାଧ୍ୟତା ମୂଳକ ନୁହେଁ । ଆମ ଓଡ଼ିଆ ଜାତି ସହ ମହାଭାରତର କୌଣସି ସମ୍ପର୍କ ନାହିଁ ତେଣୁ ଏହାକୁ ଜ୍ଞାନର ଉତ୍ସ ରୂପେ ମାନିବା ଆଗରୁ ଏଥିରେ ଥିବା ଜ୍ଞାନକୁ ତର୍କ ଦ୍ୱାରା ବାଛିବା ଉଚିତ୍ । ଭଗବାନ ହୋଇ ଯଦି ବିନା ହିଂସାରେ ସମାଧାନର ଉପାୟ ନକରିପାରନ୍ତି ତେବେ ସେପରି ଭଗବାନର କିଛି ମୂଲ୍ୟ ନାହିଁ । ମହାଭାରତ ହେଉଛି ଭାଇ ଭାଇ ମଧ୍ୟରେ ରାଜ୍ୟ ତଥା ସମ୍ପତ୍ତି ପାଇଁ ଯୁଦ୍ଧ; ଯାହା ପୁଣି ଜୁଆ ଖେଳ, ସୁରାପାନ ଏବଂ ନାରୀ ପ୍ରତାରଣାରୁ ହିଁ ସୃଷ୍ଟି, ତେଣୁ ଏପରି କାହାଣୀକୁ ନିଜର ଜ୍ଞାନ ଉତ୍ସ ରୂପରେ ବିବେଚନା କରିବା ପୂର୍ବରୁ ଏହା ବିଷୟରେ ଭାବିବା ଉଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


Rate this content
Log in

Similar oriya story from Drama