ଫକୀର ପରିଡ଼ା

Comedy Classics Fantasy

4  

ଫକୀର ପରିଡ଼ା

Comedy Classics Fantasy

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

2 mins
265



ଗୋଟିଏ ବେପାରୀ ପାଖରେ ଗୋଟିଏ ଘୋଡା ଥିଲା ତା ସହିତ ଗୋଟିଏ ଗଧ ମଧ୍ୟ ଥିଲା । ସେ ଘୋଡାରେ ଚଢି ତଥା ଗଧ ଉପରେ ବୋଝ ଲଦି ଗାଁ କୁ ଗାଁ ବୁଲି ବୁଲି ସାଲ୍ ସବୁ ବିକୁ ଥିଲା । ମାଲିକ ଘୋଡାକୁ ବହୁତ ସ୍ନେହ ଶ୍ରଦ୍ଧା କରିବା ସଂଗେ ସଂଗେ ତା’ର ଖାଦ୍ୟାପେୟର ଉପଯୁକ୍ତ ଯତ୍ନ ନେଉ ଥିଲା । କିନ୍ତୁ ଗଧ କଥା ଟିକିଏ ବି ଚିନ୍ତା କରୁ ନଥିଲା ।


ଏକଦା ବେପାରୀ ଜଣକ ଘୋଡା ଉପରେ ସବାର ହୋଇ ଗଧ ପିଠିରେ ବୋଝ ଲଦି ଅଲଗା ଗାଁକୁ ଯାଉଥିଲେ । ଗଧ ଥିଲା ଦୁର୍ବଳ ତଥା ଏତେ ବୋଝ ଲଦି ଥିଲା ତା’ ଛଡା ରାସ୍ତା ସବୁ ଆବଡା ଖାବଡା ଥିଲା । ତେଣୁ ଏଭଳି ରାସ୍ତାରେ ଗଧଟି ଅତି ସତର୍କ ଭାବରେ ଯାଉଥିଲା । ତା’ପରେ ଗଧ ବ୍ୟସ୍ତ ହୋଇକି କହିଲା – ଘୋଡା ଭାଇ ମୋର ଏତେ ବୋଝରୁ ତୁମେ ଟିକେ ବୋଝ ମୋ ଠାରୁ ନିଅ । ଆଉ ମୁଁ ଏତେ କଷ୍ଟରେ ଚାଲି ପାରୁ ନାହିଁ । ତୁମେ ମୋର ଏତିକି ଉପକାର କଲେ ମୁଁ ଜୀବନ ସାରା ତୁମର ଉପକାରକୁ କେବେ ଭୁଲିବି ନାହିଁ । ଆଉ କଥା ଦେଉଛି ଜୀବନ ସାରା ତୁମର ସେବା ମୁଁ କରିବି ।


ଏକଥା ଶୁଣି ଘୋଡା ଚିଡି ଉଠି କହିଲା – ତୁମେ କ’ଣ କହୁଛ? ଗଧ ଛୁଆ । ମୁଁ କେବେ ବୋଝ ଭଉଣୀ କରିଛି ଯେ ଆଜି ତୁମେ କହିବା ସଂଗେ ସଂଗେ ମୁଁ ତୁମର ବୋଝ ଭଉଣୀ କରିବି । ଖବରଦାର୍ ଏଭଳି କଥା ଆଉ କେବେ କହିବ ନାହିଁ । ଦେଖିଛ ତ ମୋର ଖାତିର୍ଦାରି କେମିତି ହେଉଛି । ବିଚରା ଗଧ – ଆଉ କିଛି କହିଲା ନାହିଁ କେବଳ ଆଖିରୁ ଅଶ୍ରୁ ଗଡାଇଲା । ରାସ୍ତାରେ ଚାଲିବା ତା ପକ୍ଷରେ ଅସମ୍ଭବ ହୋଇପଡିଲା । ନିଜର ଭାରସାମ୍ୟ ହରାଇ ସେ ରାସ୍ତା କଡରେ ଥିବା ଖାଲ ମଧ୍ୟରେ ଗଧଟି ଅଚାନକ ପଡିଗଲା । ଆଉ ପଡିବା ସଂଗେ ସଂଗେ ତା’ର ଗୋଟିଏ ଗୋଡର ହାଡ ଭାଙ୍ଗିଗଲା । ବେପାରୀ ଜଣକ କ’ଣ କରିବ ଏଥର? ସେ ସଂଗେ ସଂଗେ ଗଧ ପିଠିରୁ ସବୁ ବୋଝ ବାହାର କରି ଘୋଡା ପିଠିରେ ଲଦିଲା । ତା’ପରେ ଗଧକୁ ମଧ୍ୟ ସେହି ଘୋଡାର ପିଠି ଉପରେ ଲଦି ଦେଲା । ଘୋଡା ଏତେ ଓଜନ ବୋହିବାରେ ଅକ୍ଷମ ଥିଲା ତଥାପି ସେ ବହୁ କଷ୍ଟରେ ତାହାକୁ ବୋହିବାକୁ ଲାଗିଲା ।


ମୁସିବତ୍ ଆସି ଥିବାରୁ ଘୋଡାର ସବୁ ଅଭିମାନ ନିମିଷକ ମଧ୍ୟରେ ଉଭେଇ ଗଲା । ସେ ପଶ୍ଚାତାପ କରୁ କରୁ ଭାବି ନେଲା କି – ହାୟ ଏଇଟା ତ ବହୁତ ଖରାପ କଥା ହେଲା । ମୁଁ ଏତେ ଭାରି ବୋଝକୁ କେମିତି ନେଇ ଚାଲିବି? ବିଚରା ଗଧ କହିଥିଲା – ବାସ୍ ଅଳ୍ପ କିଛି ବୋଝ ତୁମେ ଲଦି ଚାଲ । ଯଦି ମୁଁ ସେତେବେଳେ ଗଧର କଥାରେ ରାଜି ହୋଇଥାନ୍ତି ତେବେ, ସେ ଗାତରେ ପଡିବା ତଥା ଏହି ପାହାଡ ପରି ମାଲ୍ ପତ୍ର ମୋତେ ବୋହିବାକୁ ପଡି ନଥାନ୍ତା ।


ତେବେ ଯାହା ତ ହୋଇଯାଇଛି ଯାଇଛି, ଏବେ ପଶ୍ଚାତାପ୍ କଲେ ଫଳ କ’ଣ ମିଳିବ? ମୋର ଆଗରୁ ଭାବିବାର ଥିଲା ଯେ ଗଧର କିଛି ବୋଝ ମୁଁ ଯଦି ବୋହି ଥାନ୍ତି ତେବେ ଆଜି ମୋତେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡି ଥାନ୍ତା । ମୋର କର୍ତ୍ତବ୍ୟ ଥିଲା ଗଧକୁ ସାହାଯ୍ୟ କରିବା । ଦୁର୍ବଳର ଦୁଃଖକୁ କିଛି ପରିମାଣରେ ଲାଘବ କରିବା । ତାଙ୍କ ହାତ ସହିତ ହାତ ମିଳାଇ ସାହାଯ୍ୟ କରିବା । ତେବେ ବର୍ତ୍ତମାନ ମୋର ପ୍ରାୟଶ୍ଚିତ କରିବା ହିଁ ସାର ହେବ ।



Rate this content
Log in

Similar oriya story from Comedy