ଆଲୋ ରଣା ଵୁଲି ଵୁଲି ସେଇ ଅଗଣା
ଆଲୋ ରଣା ଵୁଲି ଵୁଲି ସେଇ ଅଗଣା
ଚମ୍ପି ଵୋଉ ତୁମକୁ କେତେଥର କହିଲିଣି ଘରୁ ବାହାରିଲାକ୍ଷଣି ପଛରୁ ମତେ ଡାକିବନି ବୋଲି। ସବୁ କାର୍ଯ୍ୟ ବିଗିଡିଦେଉଛ ତୁମେ !
ଆରେ ଆରେ କଣ କହିଲ ! ମତେ ସେମିତି କହିବନିଟି ! ଆଛା ଲୋକ ତୁମେ ଭାରି ଭୁଲାପଣ । ଅଫିସ ଗଲାରୁ ସବୁ ଜିନିଷ ଘରେ ଛାଡିକି ଯିବ କେବେ ପର୍ସ, କେଉଁଦିନ ଗାଡି ଚାବି, ଅଫିସ କାଗଜ ପତ୍ର ଏମିତି କିଛି। ଆରେ ହେଇ ମୁଁ ପଛରୁ ଡାକିଲେ ତୁମର ଭାରି ଅସୁବିଧା ହେଇଯାଉଛି ! କ'ଣ କହିଲ ଆହୁରି ମୁଁ ସବୁ କାର୍ଯ୍ୟ ବିଗିଡିଦେଉଛି !
ଆରେ ତାହାହେଲେ ଏଇ ତ କଥା ଆଉ କେବେ ତୁମକୁ ପଛରୁ ଡାକିବି ନାହିଁ। ମୋର କଣ ଯାଏ ଆସେ ? ତୁମକୁ ଦେଖିଲେ ନା ଗୋପାଳ ଭାଣ୍ଡ ବୋଲି ବେଳେ ବେଳେ ଲାଗେ। ସିଏ ଯେମିତି ପଛରୁ ଡାକିଲେ ଗରଗର ହେଉଥିବ ତୁମେ ପରା ଠିକ୍ ସେମିତି।
ମୁଁ କେତେଥର ଲକ୍ଷ୍ୟ କରିଛି ତୁମେ ଯେତେବେଳେ ଘରୁ ବାହାରି ଏକ ମୁହାଁ ହୋଇ ଯାଉଥାଅ ଯଦି କେଉଁ ଝିଅ ତୁମ ପାଖ ଦେଇ ଚାଲିଯାଏ ତୁମେ ତ ପଛକୁ ଚାହିଁ ତାକୁ ବାରମ୍ବାର ଦେଖ। ପଛକୁ ଦେଖିଲେ ପରା କାର୍ଯ୍ୟରେ ବିଳମ୍ବ ହୁଏ । କ'ଣ ସୁନ୍ଦରୀ ମାନଙ୍କ ଝଲକ ପଡିଗଲେ ସଵୁ କାର୍ଯ୍ୟସିଦ୍ଧି !
ହଉ ସେ କଥା ବନ୍ଦକର। ଏଥର ମୁଁ ଆସୁଛି ଅଫିସ ଯିବାର ଵିଳମ୍ବ ହେଲାଣି । ମାଆ ପୁଅ ଦୁଇଜଣ ଯାକ ତାଲା ପକାଇ ରହିବ।
ହଉ ଯାଅ ଯାଅ।
ଵାପା ତୁମେ ଜଳଦି ଆସିବ ସଂନ୍ଧ୍ଯାରେ ଵୁଲିଯିଵା ଟାଟା ଵାଏ ଵାଏ ....।
ହେ ଭଗବାନ ଦିନରାତି ଏ ମଣିଷ ଗଧ ଭଳି ଖଟି ଖଟି ପାହାନ୍ତି ପହରୁ ଆଖିକୁ ଟିକେ ନିଦ ଲାଗୁଛି ନା ନାହିଁ ନିତି ସକାଳୁ ଉଠି ଏ ପୁରୁଷ ଲୋକଟି କଣ ଖାଇକି ଯିବେ ଆଉ କଣ ଟିଫିନ ନେଇକି ଯିବେ ତାହା ରେଡି କରିବି । ପଛରେ ପଛରେ ହୋଇ ଗାଡି ଚାବି ଦେବି,କେଉଁ କାଗଜପତ୍ର ନେଲେ ନା ନାହିଁ ତାକୁ ମୁଁ ଦେଖିବି, କଣ ସାର୍ଟପେନ୍ଟ ପିନ୍ଧିକି ଯିବେ ତାକୁ ଇସ୍ତ୍ରୀ କରିବି ତାସହ ଓଲଟା ଆହୁରି ତାଙ୍କଠୁ ଗାଳି ଶୁଣିବି ! ମୁଁ ମଣିଷ ନା କଣ ! କି ମାଇପି ଜାତିଟା ଵୋଲି ସଵୁ ସହିବି !
ଏ ମମି କାହା ଉପରେ ଗରଗର ହେଉଛ। ବାବା ଅଫିସ ଗଲେଣି। କାନ୍ଥବାଡକୁ କହୁଛ? କିଏ ଶୁଣିବ ତୁମ କଥା ! ମତେ ଭାରି ଭୋକ ଲାଗିଲାଣି ଆଗେ ଖାଇବାକୁ ଦିଅ। ମୋ ପାଇଁ ଆଜି କଣ ବନେଇବ କହିଲ ? ମୋ ପସନ୍ଦର ବ୍ରେକଫାଷ୍ଟ
ବନେଇବ ନା ବାବା ପାଇଁ ଯାହା ବନେଇଛ ତାକୁ ଖାଇବାକୁ ଦେବ ମତେ ! ମୁଁ ଖାଇବିନିଟି କହିଦେଉଛି ମମି।
ଭଲ ତୁମେ ବାପା ପୁଅ ହେଇଛ। ତାଗିଦ ଉପରେ ତାଗିଦ ! ମୋର କିଛି ଆଉ ସ୍ବାଧୀନତା ନାହିଁ।
ଟ୍ରିଂ ଟ୍ରିଂ ଟ୍ରିଂ ....
ଆରେ ସିକୁନ୍ ଫୋନଟାର ଆଓ୍ବାଜ କେଉଁଠୁ ଶୁଭୁଛି ଦେଖିଲୁ !
ଇଏ ପରା ମମି ଆମ ବାବାଙ୍କ ମୋଵାଇଲର ରିଙ୍ଗଟୋନ।
ଦେଖିଲୁ ଦେଖିଲୁ ତୋ ବାବା ଘରେ ଫୋନଟିକୁ ଛାଡି ଚାଲି ଯାଇଛନ୍ତି ଵୋଧେ।
ହଁ ମମି ବାଥରୁମରୁ ରିଙ୍ଗଟୋନଟି ଆସୁଛି।
ତାହାହେଲେ ଏ ବାଥରୁମ ସିଙ୍ଗର ଆଜି ବାଥରୁମରେ ଫୋନଟିକୁ ଛାଡି ଯାଇଛନ୍ତି। ପକେଟ୍ ସାରା ଅଣ୍ଡାଳି ହେଉଥିବେ। ହୋଲୋ କହି ଦେଖିଲୁ ଧନ।
ହାଲୋ ....
ହଁ ହାଲୋ
ଦାସ ବାବୁ ଘରେ ଅଛନ୍ତି କି !
ଅଙ୍କଲ ବାବା ତ କେତେବେଳୁ ଅଫିସ ଗଲେଣି ମୋବାଇଲଟିକୁ ଘରେ ଛାଡି ଚାଲିଯାଇଛନ୍ତି ଵୋଧେ ।
ବାବାଙ୍କୁ କହିବାର ଥିଲା ଆଜି ତାଙ୍କ ଡ୍ୟୁଟିଟା ମୁଁ କରିଦେଉଛି। ଆସନ୍ତା କାଲି ସେ ମୋ ଡ୍ୟୁଟିଟା କରିନେବେ ।
ଅଙ୍କଲ ବାବା ତ ପ୍ରାୟ ଅଧା ରାସ୍ତା କିମ୍ବା ଅଫିସ ପାଖାପାଖି ହୋଇଯାଇଥିବେ। ଅଫିସ ପହଞ୍ଚିଲେ ବାବାଙ୍କୁ ଜଣାଇଦେବେ।
ଓଃ କି କଷ୍ଟ ହେ ଭଗବାନ ! କି ଝାଳନାଳ! ଆରେ ଧନ ସିପୁନ କବାଟ ଖୋଲ।
ତୋ ଵୋଉ କୁଆଡେ ଗଲାକି ! କୁଆଡେ ଯିବି ଆଉ ଢିଙ୍କି ସ୍ବର୍ଗକୁ ଗଲେ ବି ଧାନ କୁଟିବ। ଓଃ କି ଝାମେଲା ଆଜି ଅଫିସର ଅଧା ରାସ୍ତା ହୋଇଛି ନା ନାହିଁ ଗାଡିଟା ପଞ୍ଚେର ହୋଇଗଲା। ଝାଳ ବୁହାଇ ବୁହାଇ ଗଡେଇ ଗଡେଇ ତାକୁ ନେଲି ଟାଇର ବଦଳେଇବା ପାଇଁ। ଭାବିଲି ପକେଟରୁ ଫୋନଟିକୁ ବାହାର କରି ଅଫିସକୁ ଜଣାଇଦେବି ପହଞ୍ଚୁ ପହଞ୍ଚୁ ବିଳମ୍ବ ହେବ ବୋଲି କିନ୍ତୁ କଣ ହେବ ତାକୁ ତ ଘରେ ଛାଡି ଦେଇଥିଲି। ଯାହାହେଉ କିଛିସମୟ ପରେ ଗାଡିଟା ଠିକ୍ ହୋଇଗଲା। ସେଠୁ ଅଫିସ ଯାଇଛି ନା ନାହିଁ ମହାନ୍ତି ବାବୁ କହିଲେ ଆଜି ମୁଁ ଓଭର ଡ୍ୟୁଟିଟା କରିଦେଉଛି। ଆସନ୍ତା କାଲି ଆପଣ ଓଭର ଡ୍ୟୁଟି କରିବେ। ଏତିକି କଥା ପାଇଁ ଆପଣଙ୍କୁ କଲ କରିଥିଲି।ପୁଅଠୁ ଜାଣିବାକୁ ପାଇଲି ଆପଣଙ୍କ ମୋବାଇଲଟା ଘରେ ଅଛି ବୋଲି।
ତୋ ବୋଉ ମତେ ପଛରୁ ଡାକି ମୋବାଇଲଟିକୁ ଦେଇଥିଲେ ମୋର ଆଜି ଏତେ ଅସୁବିଧା ହୋଇ ନଥାନ୍ତା।
ଦେଖିଲ ଦେଖିଲଟି ମୋ କଥା ମନେପଡିଲା। ଆଲୋ ରଣା ବୁଲି ବୁଲି ସେଇ ଅଗଣା।
ହଁ ଲ ଚମ୍ପିବୋଉ ତୁ ମତେ ପଛରୁ ଡାକି କିଛି ଭୁଲ କରୁନୁ ଲ !
ହଉ କାଲିଠୁ ଅଫିସ ଗଲାବେଳେ ମତେ ତୁ ସବୁ ମନେପକାଇ ଦେବୁ। ଟେବୁଲ ଉପରେ ଆଗରୁ ସବୁ ଥୋଇଥିବୁ। ମତେ ହାତରେ ଵଢାଇଦେବୁ।
ହଇହୋ ଶୁଭୁଛି କିଛି ଛାଡିଦେଲ।ପଛକୁ ଚାହିଁଲେ ଦାସ ବାବୁ।ନାଇତ କିଛି ଛାଡି ନାହିଁ ।
ହଉ ତାହା ହେଲେ ଯାଅ କିଛି ଛାଡିନାହଁ ପରା
ରୁହ ଏମିତି କଣ ହେଉଛ ପୁଅ ଦେଖୁଛି ପରା ପତ୍ନୀଙ୍କ ଗାଲରେ ଚୁମାଟିଏ ଦେଇ ବାହାରିଲେ ଦାସବାବୁ ଅଫିସ ଅଭିମୁଖେ ।