Dr Jharana Satapathy

Others

4.0  

Dr Jharana Satapathy

Others

ଵାବାଙ୍କ ସମ୍ପଦ ଅନୁସନ୍ଧାନ

ଵାବାଙ୍କ ସମ୍ପଦ ଅନୁସନ୍ଧାନ

2 mins
288


 

ସୁଇ ମଠର ବଡ ବାବା ରୂପେ ଗୋବର୍ଦ୍ଧନ ବାବା ପରିଚିତ । ସେ ମଠ ଭିତରେ ଆସ୍ଥାନ ଜମାଇ ଅଚଳାଚଳ ସମ୍ପଦର ମାଲିକ ସାଜିଥିଲା । ଲୋକେ ବି ତାକୁ ବିଶ୍ୱାସ କରୁଥିଲେ । ଇଶ୍ବରଙ୍କ ଠାରୁ ଦୈବି ଶକ୍ତିମିଳିଛି କହି ଲୋକମାନଙ୍କୁ ଅନ୍ଧକାର ଭିତରେ ରଖୁଥିଲା । 

ଲୋକମାନେ ମଧ୍ୟ ଅନ୍ଧବିଶ୍ୱାସର ଶିକାର ହୋଇ ମାନସିକ ପୂରଣ ହୋଇଗଲେ ସେ ବାବାଙ୍କୁ ଦାନଧର୍ମ କରୁଥିଲେ । ବାବା କିଛି ଚେଲାଙ୍କୁ ରଖି ସେମାନଙ୍କ ସହାୟତାରେ ନିଜ ଧର୍ମବାଣୀ ପ୍ରଚାର କରୁଥିଲା ଲୋକମାନଙ୍କ ମଧ୍ୟରେ । 

କିନ୍ତୁ ସେ ବାବାଙ୍କ ମନ୍ଦ ଉଦ୍ଦେଶ୍ୟକୁ ଲୋକମାନେ ଵୁଝି ପାରୁନଥିଲେ । ବାବାଙ୍କ ଉଦ୍ଦେଶ୍ୟ ଥିଲା ପ୍ରଚୁର ଅର୍ଥ ଉପାର୍ଜନ କରିବା । ଲୋକମାନଙ୍କର ମନ ଭିତରେ ଅନ୍ଧବିଶ୍ୱାସ ଭର୍ତ୍ତି କରି ସେମାନଙ୍କ ଠାରୁ ସୁନା, ଟଙ୍କା, ରୂପା ଆଦାୟ କରି ସେହି ଅର୍ଥରେ ଏକ ଆଶ୍ରମ ପ୍ରତିଷ୍ଠା କରି ଅଚାଳଚଳ ସମ୍ପତ୍ତିର ମାଲିକ ସାଜିଥିଲା । ନିଜକୁ ସବୁ ଶକ୍ତିର ଉତ୍ସ ବୋଲି ଭାବୁଥିଲା । ମଠରେ ସେ ପାଖଣ୍ଡି ବାବା ଗୁପ୍ତଧନ ସବୁ ଲୁକ୍କାୟିତ କରି ରଖିଥିଲା । ମଠ ଭିତରେ ସେ ଐସ ଆରାମ ଭିତରେ ରହୁଥିଲା । ଅଚାଳଚଳ ପ୍ରାଚୁର୍ଯ୍ୟଭରା ସମ୍ପତ୍ତି । ଏମିତିକି ପଲଙ୍କ ବି ସୁନାର।


ନିଜେ ସେ ଭାବୁଥିଲା ତା ଦ୍ୱାରା ଲୋକମାନେ ଏମିତି ଅନ୍ଧବିଶ୍ୱାସର ବଶବର୍ତ୍ତୀର ଶିକାର ହୋଇଛନ୍ତି କେହି ହେଲେ ବି ତାର ଅସଲି ରୂପ କେବେ ପର୍ଦ୍ଦାଫାଶ କରିପାରିବେ ନାହିଁ କିମ୍ବା ଅଚଳାଚଳ ସମ୍ପଦର ଆକଳନ ଏବଂ ଜବତ କରିପାରିବେ ନାହିଁ । ସେ ଯେ କେହେବି ହେଉ ଶକ୍ତିମାନ କିମ୍ବା ରାମାନୁଜନ୍ । ଦୁନିଆରେ ଏମିତି କେହି ନାହାନ୍ତି ଯେ ସମସ୍ତ ଶକ୍ତି ପ୍ରୟୋଗ କରି କେହି ତାର ସମ୍ପଦର ଅନୁସନ୍ଧାନରେ ଆସିପାରିବେ । 


କିନ୍ତୁ ଉଚିତ ସମୟ ଆସିଯାଇଥିଲା ଯେତେବେଳେ ଦିନେ ତାର ଜଣେ ଭକ୍ତ ସେ ଭଣ୍ଡବାବାଙ୍କ ଦ୍ୱାରା ଅନୈତିକ କାର୍ଯ୍ୟର ଶିକାର ହୋଇ ଗୁମର ଖୋଲିଦେଲେ ମିଡିଆ ଆଗରେ । ସେଠୁ ଆରମ୍ଭ ହୋଇଗଲା ସେ ଭଣ୍ଡବାବାଙ୍କ ଅଚଳାଚଳ ସମ୍ପଦ ଆକଳନ ।

 

ଶକ୍ତିର ଉତ୍ସ ସହ ଗାଣିତଜ୍ଞଙ୍କ ଥିୟୋରି ଏକାଥରକେ କାମରେ ଆସିଥିଲା ସମ୍ପତ୍ତି ଆକଳନ ପାଇଁ । 



Rate this content
Log in