Dr Jharana Satapathy

Comedy Others

4.3  

Dr Jharana Satapathy

Comedy Others

କାନ ଡାକ୍ତର

କାନ ଡାକ୍ତର

2 mins
247



ଭକ୍ତର ଭଗବାନ ଯେଭଳି ସ୍ବୟଂ ଇଶ୍ବର, ସନ୍ତାନଙ୍କ ଭଗବାନ ପିତାମାତା , ସେଭଳି ରୋଗୀଙ୍କ ଭଗବାନ ଡାକ୍ତର ଅଟନ୍ତି। ଏ କରୋନା ମହାମାରୀ ସମୟରେ ଡାକ୍ତରମାନଙ୍କ ଅବଦାନ କୌଣସି କ୍ଷେତ୍ରରେ କମ୍ ନୁହେଁ। ଦିନରାତି ଅକ୍ଲାନ୍ତ ଉଦ୍ୟମ କରି ନିଜ ଜୀବନକୁ ବାଜି ଲଗାଇ ଯେଉଁ ଉଦ୍ୟମ ଜାରୀ ରଖିଛନ୍ତି ତାଙ୍କର ସେବା ଏବଂ ବଳିଦାନକୁ ମୋର ଶତ ଶତ ନମସ୍ୟ।


ଲେଖାଟି ପ୍ରକୃତ ଘଟଣାବଳୀ ଉପରେ ପର୍ଯ୍ୟବେଶିତ।

ପ୍ରକୃତ ଘଟଣାକୁ ଜାଣିଲା ପରେ ଲେଖିଛି। କିଏ ସେ ବ୍ୟକ୍ତି କେଉଁଠିକାର ଉଲେଖ କରାଯାଇନାହିଁ ସେହି ଜାଗାରେ ରାମୁକାକାଙ୍କ ନାମ ନିଆଯାଇଛି। ଏଠାରେ ଡାକ୍ତରଙ୍କ ନାମ ଗୋପନ ମଧ୍ୟ ରଖାଯାଇଛି। କେଉଁଠିକାର ଡାକ୍ତରଖାନା କୁହାଯାଇ ନାହିଁ। ସବୁ ଡାକ୍ତରବାବୁମାନଙ୍କୁ ଅନୁରୋଧ କେହି ଦେହକୁ ନେବେ ନାହିଁ।


ରାମୁ କାକା କେବେ ଡାକ୍ତରଖାନା କଣ ଜାଣନ୍ତି ନାହିଁ । ସୁସ୍ଥ ସବଳ ମଣିଷଟିଏ।ଟିକେ କଣ ଦେହ ଖରାପ ହୋଇଗଲେ ଦଶ ପନ୍ଦର ଟଙ୍କାର ଔଷଧ କିମ୍ବା ଘରୋଇ ଚିକିତ୍ସାରେ ତାଙ୍କର କାମ ଚଳିଯାଏ। ଦିନେ ରାମୁ କାକାଙ୍କର କାନ ବହୁତ ଦରଦ ହେଲା। ସବୁ ପ୍ରକାର ଘରୋଇ ଚିକିତ୍ସା କଲେ କିନ୍ତୁ କିଛି ଫଳପ୍ରଦ ହେଲାନାହିଁ। ଟିକେ ଛାଡିଯାଇ ପୁଣି ଦିନେ ଦୁଇଦିନ ହୋଇଛି କି ନାହିଁ କାନ ଟାଣିଲା । 


ଭାବିଲେ ଜୀବନରେ ତ କେବେ ଡାକ୍ତରଖାନା ଯାଇନାହିଁ ଯେମିତି ହେଲେ ଡାକ୍ତରବାବୁଙ୍କୁ ଦେଖାଇବାକୁ ପଡିବ। 


କେତେ କଷ୍ଟ ଆଉ ସହିବ ମଣିଷ ! 


ଆଖ ପାଖ ଲୋକଙ୍କଠାରୁ ଶୁଣିଥିଲେ ପାଖ ସହରରେ ଥିବା ସରକାରୀ ହସ୍ପିଟାଲରେ  ଇ.ଏନ.ଟି ଵିଭାଗରେ ଜଣେ ଭଲ ଡାକ୍ତର ଅଛନ୍ତି। ଭାବିଲେ ତାଙ୍କୁ ଦେଖାଇଲେ ଵୋଧେ କାନ ଦରଦ କମିଯିବ। ଏଥିପାଇଁ ସକାଳୁ ସକାଳୁ ସେ ବାହାରିପଡିଲେ ଡାକ୍ତରଖାନା। 


ରାମୁ କାକା ରିସିପସନ୍ କାଉଣ୍ଟରେ ଏକ ରସିଦ କାଟି ଇ.ଏନ୍.ଟି ବିଭାଗରେ ଥିବା ଓ୍ବାର୍ଡ କେଉଁଠି ବୁଝି ସିଧା ଯାଇ ସେଠାରେ ପହଞ୍ଚିଲେ। ଡାକ୍ତରଖାନାରେ  ଇ.ଏନ୍.ଟି ବିଭାଗର ଓ୍ବାର୍ଡ ଖୋଜି ଖୋଜି ଏବଂ ଵିଭିନ୍ନ ରୋଗିମାନଙ୍କୁ ଦେଖି ନିଜକୁ ସେ ବହୁତ ଥକା ଅନୁଭବ କଲେ। ସିଡି ଉପର ତଳ ହୋଇ ଟିକେ ବି.ପି ମଧ୍ୟ ବଢିଯାଇଥାଏ। ବି.ପି ଏବଂ ଡାଇବେଟିସ୍ କଣ କେବେ ଜାଣନ୍ତି ନାହିଁ ସେ।କିନ୍ତୁ ସେ ଦିନ ରାମୁକାକାଙ୍କର ସତକୁ ସତ ବି.ପି ବଢିଯାଇଥାଏ।


ଇ.ଏନ୍.ଟି ବିଭାଗରେ ସିନା ପହଞ୍ଚିଗଲେ କିନ୍ତୁ ସେଠାରେ ବହୁ ରୋଗୀ ଥାଆନ୍ତି ଡାକ୍ତରଙ୍କୁ ଦେଖାଇବା ପାଇଁ । ବହୁ ସମୟ ପରେ ରାମୁକାକାଙ୍କର ପାଳି ପଡିଲା।ସେ ଡାକ୍ତରଙ୍କୁ ଗୋଟିଏ ନମସ୍କାର କରି ତାଙ୍କ ପାଖ ସିଟ୍ ରେ ଥିବା ଏକ ଷ୍ଟୁଲରେ ରାମୁକାକା ବସିଲେ। 


ଡାକ୍ତରବାବୁ ପଚାରିଲେ କଣ ହୋଇଛି ତୁମର?


ରାମୁକାକା କହିଲେ ବାମ କାନଟା ଭୀଷଣ ଦରଦ ହେଉଛି। ବୋଧେ କାନରେ କିଛି ମଇଳା ଜମିଯାଇଥିବ ସାରେ।


ଉତ୍ତରରେ ରାମୁକାକାଙ୍କୁ ଡାକ୍ତର କହିଲେ ତୁମର ବି.ପି ବଢିବା ଲାଗି କାନ ନିଶ୍ଚୟ ଟାଣୁଥିବ।


ରାମୁକାକା କହିଲେ ସାରେ ମୋର ବି.ପି କେବେ ନାହିଁ।


 ଡାକ୍ତର ଆଜ୍ଞା ରାଗିଯାଇ କହିଲେ ତୁମେ ଡାକ୍ତର ନା ମୁଁ ଡାକ୍ତର ! 


ମୋର ଏ କ୍ଷେତ୍ରରେ ବହୁତ ଅଭିଜ୍ଞତା ଅଛି ତିରିଶି ବର୍ଷ ହେଲା ମୁଁ ଏହି ପଦବୀରେ ଅଛି। ମୁଁ ଦେଖୁ ଦେଖୁ କହିଦେବି ରୋଗୀକୁ କଣ ହୋଇଛି। ତୁମ କାନରେ କୌଣସି ପ୍ରୋବଲମ ନାହିଁ। ତୁମେ ଏଠୁ ଜଳଦି ଯାଅ ତୁମର ବି.ପି ଚେକ୍ କର। ନ ହେଲେ ମୁଣ୍ଡ ଘୁରାଇ କେଉଁଠି ପଡିବ।


ପ୍ରକୃତରେ ରାମୁକାକାଙ୍କର କାନ ଭୀଷଣ ଦରଦ ହେଉଥାଏ। କିନ୍ତୁ ଡାକ୍ତରବାବୁଙ୍କ ପାଖକୁ ଆସିଛନ୍ତି ମାନେ ଡାକ୍ତରଵାଵୁ ଯାହାକହିଵେ ତାଙ୍କ କଥା ଶୁଣିବା ଦରକାର। ବି.ପି ମାପିବା ପାଇଁ ଅନ୍ୟ ଏକ ଓ୍ବାର୍ଡକୁ ଗଲେ। ସେଠି ବି.ପି ମେସିନ୍ ଖରାପ ଥିବା ଲାଗି ସିଢିରେ ତଳ ଉପର ହୋଇ ଏକ ଅନ୍ୟ ଓ୍ବାର୍ଡରେ ଯାଇ ପହଞ୍ଚିଲେ। ସେଠି ବିି.ପି ମାପିବାକୁ ଲାଇନ ଲାଗିଥାଏ। ଏମିତି ଧାଁ ଧପଡ ହୋଇ ସତକୁ ସତ ବିପି ବଢିଯାଇଥିଲା ରାମୁକାକାଙ୍କର।


 ଡାକ୍ତର ବିପି ମାପିଲାବେଳକୁ ସତକୁ ସତ ଅଧିକ। 


ମନକୁ ମନ ଭାବିଲେ କି କାନ ଦେଖାଇବାକୁ ଆସିଲି କାନ କଣ ଭଲ ହେବ ବିପି ବଢିଗଲା ଧନ୍ୟ ସେ କାନ ଡାକ୍ତର।କେବେ ବି ଏ ଡାକ୍ତରଖାନା ଆଉ ଆସିବିନାହିଁ ଏଭଳି କାନ ଡାକ୍ତରଙ୍କୁ ଦେଖାଇବି ନାହିଁ।


ଜଣେ ସୁସ୍ଥ ସବଳ ଭଲ ବ୍ୟକ୍ତିଟିଏ ଯଦି ଡାକ୍ତରଖାନା ଯାଏ ଅନ୍ୟ ରୋଗୀମାନଙ୍କୁ ଦେଖି ସେ ମଧ୍ୟ ରୋଗୀ ପାଲଟିଯାଏ ଏବଂ ତାକୁ ସେଭଳିଆ ଲାଗେ।


Rate this content
Log in

Similar oriya story from Comedy