STORYMIRROR

Dr Jharana Satapathy

Comedy

3  

Dr Jharana Satapathy

Comedy

ରହସ୍ୟର ଖୋଳତାଡ

ରହସ୍ୟର ଖୋଳତାଡ

2 mins
325


ଚୁଲି ଉପରେ ରୁଟି ସେକୁ ସେକୁ ବିମଳା ଦେବୀଙ୍କ ଡାକ ଶୁଭିଲା ଆଲୋ ସୁକୁମାରୀ ଆଜି କେତପଟ ରୁଟି କରୁଛୁ !


ମାଆ ଏମିତି କ'ଣ ଆଜି ପଚାରୁଛ ! ମୁଁ ନୂଆରେ କାମକଲା ଭଳି!


 ମୁଁ ଜାଣିନି କି!


ତୁମ ପାଇଁ ଏବଂ ବାବୁ ପାଇଁ ମିଶି ଛଅଟି ରୁଟି । ଏତିକି କରିବା ତ ମୋର କାମ।ଏବେ ତୁମ ପୁଅ ବୋହୂ,ନାତୁଣି ଆସିଛନ୍ତି ବୋଲି ଆଉ ନଅପଟ ଅଧିକ କରୁଛି।ତୁମେ ତ ମାଆ ମତେ ଏକଥା କହିଛ।


ଆଜି ମତେ ପୁଣି ଏକଥା କାହିଁକି ପଚାରୁଛ!


ମୁଁ କଣ ଅଧିକା ରୁଟି କରି ଘରକୁ ନେଇ ଯାଉଛି ଵୋଲି ଭାବୁଛ? ମୁଁ ତ କେବେ ରୁଟି ଫୁଟି ଖାଏନି ମାଆ । ମୋର ପଖାଳ କଂସା ଭଲ ଥିଲେ ମୁଁ ଭଲ ।


ନାଇଲ ସୁକୁମାରୀ ସେଇଟା କ'ଣ କଥା ! ମୁଁ ଏବେ ଦିନେ ଦୁଇଦିନ ହେଲାଣି ନଜର କରୁଛି ଅଟାଗୁଡାକ କେଡେ ଜଳଦି ସରିଯାଉଛି। ତୁ କ'ଣ ବଡ ବଡ ଗୁଳା କରି ଦେଉଛୁକି!


ନାଇ'ଗୋ ମା ମୁଁ ତ ସେହି ଗୋଟିଏ ମାପରେ କରୁଛି। ତୁମେ ମତେ ଯେମିତି କହି ଆସିଛ। ତୁମକୁ ରୁଟିର ସାଇଜ କ'ଣ ବଡ ଲାଗୁଛି କି! ତାହାହେଲେ କାଲିଠୁ ଆହୁରି ଛୋଟ ଗୁଳା କରିବି। 


ସାଇଜ ତ ଠିକ୍ ଅଛି। ଖାଲି ଅଟା ଡବାଟାକୁ ନଜର କଲି କଣ ଖାଲି ଖାଲି ଲାଗୁଛି। ଗୋଟିଏ କିଲୋ ଅଧିକା ସରିଲା ଭଳି ଲାଗୁଛି।


ଏ...ମା ମୋ ପିଲାରାଣ ପକାଉଛି ମୁଣ୍ଡ ଛୁଉଁଛି ଏମିତି ଲୁଚାଛୁପା କାମ କେବେ କରେନି। ମାଗିଯାଚି ସିନା ନେବି କେବେ ଲୁଚାଛପା ଆଜି ଯାଏଁ କରିନି। ଏଥିରେ ମୋର ଭୁଲ ନାହିଁ। ହେଲେ ମାଆ ତୁମେ ପଚାରିଲ ଵୋଲି କହୁଛି। ଏହା ପଛରେ ଆଉ ଗୋଟେ ବଡ ରହସ୍ୟ ଅଛି। ମୁଁ କେମିତି କହିବି ମାଆ ତୁମକୁ!


ଏ ମା କିଏ ଏପଟେ ଆସୁନି ତ....


ନା ଲ କିଏ ଆସିବ? ପୁଅ,ବୋହୂ ପରା ଯାଇଛନ୍ତି ବାହାରକୁ ଆଉ ନାତୁଣି ତ ଉପରେ ପଢୁଛି।


ତୁମ ନାତୁଣିକୁ ଶୁଭିବନି ତ ?


ନାଇଲ ସୁକୁମାରୀ ପାଠପଢାରେ ସବୁବେଳେ ତାର ନଜର।


ତୁମ ବୋହୂ !


କଣ କହୁନୁ ବୋହୂ ବୋହୂ କ'ଣ ହେଉଛୁ ?


ନାଇମ ମାଆ ତୁମ ବୋହୂ ମତେ ଦୁଇଦିନ ହେଲାଣି ଦିନକୁ ରୁଟି ଆଠପଟରୁ ଦଶପଟ ଅଧିକା କରିବାକୁ କହୁଛନ୍ତି। ରୁଟି ହୋଇସାରିଲା ପରେ ତାକୁ ଜରିରେ ଗୁଡାଇ ଅଲଗା ରଖୁଛନ୍ତି।


ହଁ ସତେକି! 


ଆଲୋ ତତେ କେବେଠୁ କହୁଛି ଏମିତି ?


ମାଆ ହେ... ଦୁଇଦିନ ହେଲାଣି। ଗୋଟିଏ ଦିନ ଅଧିକ ଡାଲମା କରିବାକୁ କହିଲେ। ଆଉ ଦୁଇଦିନ ରୁଟି ଅଧିକ କରିବାକୁ।


ମତେ ଅଧିକା ପଇସା ଦେଵି କହିଥିଲେ ଵର୍ତମାନ ସୁଦ୍ଧା ଦେଇନାହାନ୍ତି। 


ଏ .....ମା...ମୁଁ ଏକଥା ତୁମକୁ କହିଛି ବୋଲି କହିବନି। ତୁମ ବୋହୂ ଜାଣିଲେ ଖରାପ ହେବ।


ତାହାହେଲେ ମୋ ବୋହୂର ଏଭଳି କାଣ୍ଡ। ତା ଭଉଣି ପାଖକୁ ଦେଖା କରିବାକୁ ଯାଉଛି କହି ରୁଟି ଦେଇ ଆସୁଛି।ଛି...ଛି ...ତା ଭଉଣିକୁ ଲାଜ ନାହିଁ। ମୋ ବୋହୂକୁ ସରମ ନାହିଁ।


ହଇହେ ...ମାଆ ଗୋଟେ କଥା କହିବି ଆଜି ରୁଟି ନେଇ ତୁମ ବୋହୂ ତାଙ୍କ ଭଉଣି ଘରେ ଦଉଛି। କାଲି ଆହୁରି କଣ କଣ ନେଇ ଦେଇଦେବ। 


ହଁ ଠିକ୍ କଥା କହୁଛୁ। ଆଜିଠୁ ସବୁମାପ ଚୁପ ଅନୁସାରେ ସଉଦା ଆଣିବି। ଜଗିରଖି ଚଳିବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy