STORYMIRROR

ଫକୀର ପରିଡ଼ା

Classics Fantasy Inspirational

4  

ଫକୀର ପରିଡ଼ା

Classics Fantasy Inspirational

ମା' ପାର୍ବତୀ

ମା' ପାର୍ବତୀ

2 mins
360

ଦେବୀ ପାର୍ବତୀ ଭଗବାନ ଶିବଙ୍କୁ ପାଇବା ପାଇଁ ଘୋର ତପସ୍ୟା କରିଥିଲେ । ତାଙ୍କ ତପ ଦେଖି ଅନ୍ୟ ଦେବତା ମାନେ ମଧ୍ୟ ଭଗବାନ ଶିବଙ୍କୁ ପାର୍ବତୀଙ୍କ ମନୋସ୍କାମନା ପୂର୍ଣ୍ଣ କରିବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ଆପଣ ଜାଣନ୍ତି କି ପାର୍ବତୀଙ୍କୁ ବିବାହ କରିବା ପୂର୍ବରୁ ଭୋଳାନାଥ ତାଙ୍କ ପରୀକ୍ଷା ନେଇଥିଲେ। ଭଗବାନ ଶିବ, ମାତା ପାର୍ବତୀଙ୍କ ପରୀକ୍ଷା କରିବା ପାଇଁ କେବେ ଏବଂ କିପରି ନେଇଥିଲେ ଆସନ୍ତୁ ଜାଣିବା।ଥରେ ଭଗବାନ ଶିବ ପାର୍ବତୀଙ୍କୁ ପରୀକ୍ଷା କରିବା ପାଇଁ ସପ୍ତଋଷିଙ୍କୁ ପଠାଇଲେ । କିନ୍ତୁ ସେଥିରେ ମଧ୍ୟ ଭଗବାନ ଶିବ ସନ୍ତୋଷ ହୋଇପାରିଲେ ନାହିଁ । ଫଳରେ ଭଗବାନ ଶିବ ନିଜେ ପାର୍ବତୀଙ୍କ ପରୀକ୍ଷା ନେବାକୁ ଆସିଥିଲେ । ଭଗବାନ ଶିବଙ୍କ ମାୟାରେ ଯେଉଁଠାରେ ପାର୍ବତୀ ତପସ୍ୟା କରୁଥିଲେ ସେଠାରେ ଏକ କୁମ୍ଭୀର ବାଳକକୁ ଧରିନେଇଥିଲା । ବାଳକଟି ଜୀବନ ବଞ୍ଚାଇବା ପାଇଁ ଚିଲେଇବାକୁ ଲାଗିଲା। ଫଳରେ ମାତା ପାର୍ବତୀ ବାଳକର ଚିତ୍କାର ଶୁଣି ସହିପାରିଲେ ନାହିଁ । ସେ ନଈ କୂଳକୁ ଯାଇ ଦେଖନ୍ତି ତ କୁମ୍ଭୀରଟି ବାଳକକୁ ନଈ ଭିତରକୁ ଘୋଷାଡି ନେଇଯାଉଛି । ପାର୍ବତୀଙ୍କୁ ଦେଖି ବାଳକଟି କହିଲା ମାତା ମୋର କେହି ମା’,ବାପା ନାହାନ୍ତି ଆପଣ ମୋତେ ରକ୍ଷା କରନ୍ତୁ ।


ଦେବୀ ପାର୍ବତୀ ବାଳକଟିକୁ ଛାଡିଦେବା ପାଇଁ କୁମ୍ଭୀରକୁ ଅନୁରୋଧ କରିଥିଲେ । କୁମ୍ଭୀର କହିଥିଲା ମତେ ଦ୍ୱିପହର ସମୟରେ ଯାହା ମିଳିଥାଏ ତାକୁ ଆହାର ଭାବି ଗ୍ରହଣ କରିଥାଏ । କିନ୍ତୁ ପାର୍ବତୀ ଅନୁରୋଧ କରି କହିଥିଲେ ଯେ, ବାଳକକୁ ଛାଡିଦିଅ ବଦଳରେ ଯାହା ଦରକାର ମତେ କୁହ । କୁମ୍ଭୀରଟି କହିଲା ଯେ, ଯଦି ଆପଣ ମହାଦେବଙ୍କ ଠାରୁ ପ୍ରାପ୍ତ ତପ ଫଳକୁ ମତେ ଦେଇଦେବେ ତେବେ ମୁଁ ଏ ବାଳକକୁ ଛାଡିଦେବି। ପରେ ପରେ ଦେବୀ ପାର୍ବତୀ ନିଜ ତପ ଫଳ କୁମ୍ଭୀରକୁ ଦେବା ପାଇଁ ରାଜି ହୋଇଗଲେ । କୁମ୍ଭୀର ଦେବୀ ପାର୍ବତୀଙ୍କ ଠାରୁ ତ୍ୟାଗ କରିବାକୁ ସଂକଳ୍ପ କରାଇନେଲେ । ପାର୍ବତୀ ସଂକଳ୍ପ କରିବା ପରେ ହଠାତ୍ କୁମ୍ଭୀର ଓ ବାଳକ ଅଦୃଶ୍ୟ ହୋଇଗଲେ ।


ପୁନଶ୍ଚ ପାର୍ବତୀ ଚିନ୍ତାକଲେ ସେ ପୁନଃ ତପସ୍ୟା କରି ଶଙ୍କର ଭଗବାନଙ୍କୁ ପ୍ରସନ୍ନ କରିବେ । ପାର୍ବତୀଙ୍କର ଏଭଳି ଚିନ୍ତା ଦେଖି ଭଗବାନ ଶଙ୍କର ପ୍ରକଟ ହୋଇ ପାର୍ବତୀଙ୍କୁ କହିଲେ, ମୁଁ ତୁମର ପରୀକ୍ଷା ନେଉଥିଲି ଯେ ଅନ୍ୟର ବିପଦ ବେଳେ ତୁମେ ନିଜ କଥା ଚିନ୍ତା କରୁଛ କି ଅନ୍ୟ କଥା ଭାବୁଛ। କୁମ୍ଭୀର ଓ ବାଳକ ଦୁଇଟିଯାକ ରୂପରେ ମୁଁ ଥିଲି । ତେବେ ତୁମେ ତୁମ ତପକୁ ମତେ ଦେଇଛ ତୁମର ଆଉ ତପସ୍ୟା କରିବାରେ ଆବଶ୍ୟକତା ନାହିଁ । ଏହାପରେ ଭଗବାନ ମାତା ପାର୍ବତୀଙ୍କ ଇଚ୍ଛାନୁଯାୟୀ ଫଳ ପ୍ରଦାନ କରିଥିଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics