STORYMIRROR

ଫକୀର ପରିଡ଼ା

Abstract Fantasy

4  

ଫକୀର ପରିଡ଼ା

Abstract Fantasy

ସଂକଳ୍ପ

ସଂକଳ୍ପ

2 mins
318

ତହୁଁ ତିଳକ ବୁଝାଇ କହିଲେ, “ଭାଇ! କିଏ କହୁଛି ପୂଜାପାଇଁ ସମୟ ପାଉନାହିଁ ବୋଲି? ଲୋକସେବା ଆଉ ଦେଶସେବା ତ ସବୁଠାରୁ ବଡ ସେବା । ଏହାଠାରୁ ଜୀବନରେ ଶ୍ରେଷ୍ଠ ଆଉ କ’ଣ ବା କିଛି ଅଛି? ଆଜିକାଲି ତ ମୁଁ ସେହି କାର୍ଯ୍ୟରେ ବ୍ୟସ୍ତ ଯେ ଖାଇବା ପିଇବା ଭୁଲିଯାଉଛି । ମୁଁ ଏତିକି ଜାଣେ ଯେ, ସଦ୍କର୍ମ ହିଁ ଦେବତା ଏବଂ କାର୍ଯ୍ୟ କରିବା ହେଉଛି ଶ୍ରେଷ୍ଠ ପୂଜା । ଏଭଳି ସମୟରେ ଖାଇବା କଥା ଚିନ୍ତାକଲେ ସବୁ ବୃଥା ହୋଇଯିବ । ସେଇଥିପାଇଁ ମୁଁ ଭଲରେ ଗଣ୍ଡେ ଖାଇ ପାରେନି, ବେଳେବେଳେ ଉପବାସ ରହିଯାଏ ।”


ଏକଥା ଶୁଣି ତାଙ୍କ ପାଖରେ ଥିବା ସମସ୍ତ ବ୍ୟକ୍ତି ପ୍ରଭାବିତ ହେଲେ । ଖାଇସାରିବା ପରେ ଲୋକମାନ୍ୟ ସମସ୍ତଙ୍କ ଉଦ୍ଧେଶ୍ୟରେ କହିଲେ, “ଘଂଟି ବଜାଇ ବା ଶଙ୍ଖ ଫୁଙ୍କି, ବଡ ଚିତା ତିଳକ କାଟି, ଗେରୁଆ ବସ୍ତ୍ର ପିନ୍ଧି ଦେବଦେବୀ ମୂର୍ତ୍ତି ପାଖରେ ବସି ପୂଜା କରିବା ପ୍ରକୃତ ପୂଜା ନୁହେଁ । ମୋ ମତରେ ନିଷ୍ଠା, ଏକାଗ୍ରତା ଓ ଆନ୍ତରିକତାର ସହିତ କର୍ମରେ ମନୋନିବେଶ କରିବା ହିଁ ହେଉଛି ପ୍ରକୃତ ପୂଜା ।”


ସେଇଥିଲାଗି କୁହାଯାଇଛି –


 “ନୁହେଁ ବଡ କଥା ମନ୍ଦିରକୁ ଯାଇ ଧୂପଦୀପ ଦେଇ ଦିଅଁ ପୂଜିବା


ଅନ୍ତରର ସହ ସତ୍କର୍ମ କଲେ ତା’ଠାରୁ ଅଧିକ ଫଳ ପାଇବା ।


ପୃଥିବୀ ବକ୍ଷରେ କର୍ମର ପୂଜାରୀ ରହିଯାଇଛନ୍ତି ଅମର ହୋଇ


ଦେଉଳରେ ଦିଅଁ ପୂଜାକରି କେହି କେବେ ହେଲେ ବଡ ହୋଇ ତ ନାହିଁ? ସତକୁସତ ସେହିଦିନଠାରୁ ମାଲ୍ରୋ ଆଗକୁ ଆଗକୁ ପାଦ ବଢାଇ ଚାଲିଲେ ଯେ, ପଛକୁ ସେ ଆଉ ମୋଟେ ଲେଉଟି ନ ଥିଲେ । କଁଟନ୍ଠାରେ ହୋଇଥିବା ବିଦ୍ରୋହର ପୃଷ୍ଠଭୂମିରେ ତାଙ୍କ ଦ୍ୱାରା ଲିଖିତ ଉପନ୍ୟାସ ‘ଦକାଁକରା’ ତାଙ୍କୁ ଆନ୍ତର୍ଜାତୀୟ ଖ୍ୟାତି ଆଣି ଦେଇଥିଲା । ୧୯୩୦ରୁ ୧୯୩୯ ମସିହା ପର୍ଯ୍ୟନ୍ତ ସେ ୟୁରୋପରେ ଫାସିବାଦ ବିରୋଧରେ ଏକ କ୍ରାନ୍ତିକାରୀ ବିଚାରଧାରା ଆରମ୍ଭ କରି ବେଶ୍ ଚର୍ଚ୍ଚାକୁ ଆସିଯାଇଥିଲେ । ଫରାସୀ ସାହିତ୍ୟରେ ଆଣ୍ଡ୍ରେଙ୍କ ଦ୍ୱାରା ଲିଖିତ ବାରଖଣ୍ଡ ପୁସ୍ତକ ଆଜି ବି ଅମୂଲ୍ୟ ସମ୍ପଦ ଭାବରେ ବିବେଚନା କରାଯାଉଛି । ତାଙ୍କର ଅଧିକାଂଶ ସାହିତ୍ୟ କୃତି ପୁରସ୍କୃତ ହୋଇଛି । ମାଲ୍ରୋଙ୍କର ପ୍ରଚଣ୍ଡ ପ୍ରତିଭା ଦେଖି ଫ୍ରାନ୍ସର ରାଷ୍ଟ୍ରପତି ତାଙ୍କୁ ସଂସ୍କୃତି ବ୍ୟାପାର ମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ । ସେ ଦଶବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ ସୁଚାରୁରୂପେ କାର୍ଯ୍ୟ କରି ୧୯୭୬ ମସିହାରେ ମୃତ୍ୟୁବରଣ କରିଥିଲେ । ଆଜି ଆଣ୍ଡ୍ରେମାଲ୍ରୋ ପୃଥିବୀ ବକ୍ଷରେ ସ୍ୱଦେହରେ ସିନା ନାହାଁନ୍ତି କିନ୍ତୁ ତାଙ୍କର କୀର୍ତ୍ତି ତାଙ୍କୁ ସବୁଦିନ ପାଇଁ ଅମର କରି ରଖିଛି ।


ସୁତରାଂ କୁହାଯାଇଛି –


  “ନିରାଶାରେ ଭାଙ୍ଗି ପଡ ନାହିଁ କେବେ ଆଶା ରଖ ନିଶ୍ଚେ ପାରିବ କରି


  ପ୍ରକୃତି ଇଙ୍ଗିତେ ଥୁଂଟା ବୃକ୍ଷ ଦିନେ ପତ୍ର, ଫୁଲ, ଫଳେ ଶୋହେ ଯେପରି


  ଦୃଢ ଇଚ୍ଛାଶକ୍ତି ବଳେ କରିହୁଏ ଅସାଧ୍ୟ ସାଧନ ରଖିଥା ଜାଣି


  ମନରେ ସଂକଳ୍ପ ନେଇ କାର୍ଯ୍ୟ କଲେ ଦିନେ ନିଶ୍ଚେ ଗଡ ପାରିବ ଜିଣି ।”


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract