lLeena Pani

Drama Fantasy

4  

lLeena Pani

Drama Fantasy

ଲାଲ ଚୁନି

ଲାଲ ଚୁନି

8 mins
24


ଦଶହରା ପର୍ବ ଆସୁଥାଏ ।ସମସ୍ତେ ପୁରା ବର୍ଷ ଯାକ ଏହି ପର୍ବ ପାଇଁ ଅପେକ୍ଷା କରିଥାନ୍ତି ।ଘରେ ବାହାରେ ସବୁ ଜାଗାରେ ପୂଜାର ଆୟୋଜନ ଚାଲିଥାଏ ।ବଜାର ,ଗଳି କନ୍ଦି ସବୁଆଡେ ପେଣ୍ଡାଲ ।ସେଥିପାଇଁ ପିଲା ମାନେ ମିଶି ଚାନ୍ଦା ଆଦାୟ କରୁଥାନ୍ତି ।ଯେତିକି ବେଶି ଚାନ୍ଦା ମିଳିବ ସେତିକି ଭଲ ପୂଜା ହେବ ଆଉ ଭୋଜି ବି ଭଲକରି ହେବ ।କିନ୍ତୁ ରେଣୁ ପାଇଁ ପୂଜା ର ମହତ୍ୱ ଅଲଗା ।ସେ ବର୍ଷ ଯାକ ଯିଏଯାହା ପଇସା ଦିଏ ,ସେ ତାକୁ ତାର ଜେଜେମା କୁ ଦେଇଥାଏ ।ଜେଜେମା ସେହି ପଇସାକୁ ସମ୍ଭାଳି କରିରଖେ ।ସେ ସେହି ପଇସାରେ ଗୋଟିଏ ଲାଲ ଚୁନି କିଣି ମାଆ ଙ୍କୁ ପିନ୍ଧାଇଥାଏ ।ସେ ସବୁବେଳେ ଚେଷ୍ଟା କରେ ମା ଦୁର୍ଗା ଙ୍କ ପାଇଁ ସୁନ୍ଦର ଚୁନି ଟିଏ କିଣିବା ପାଇଁ ।ଯଦି କେବେ କମ ପଇସା ଥାଏ ,ସେ ସାଧାରଣ ଚୁନିଟିଏ କିଣି ବସିଯାଏ ସେଥିରେ କାରୁକାର୍ଯ୍ୟ କରିବା ପାଇଁ ।ସେଥିରେ ମୋତି, ଚୁମକୀ ସବୁ ଲଗାଇ ଚୁନିକୁ ବହୁତ ସୁନ୍ଦର କରିଦେଇଥାଏ ।ଆଉ ତାର ଜେଜେମା ପୁରା ସାହାଯ୍ୟ କରିଥାନ୍ତି ।ଦୁର୍ଗାଅଷ୍ଟମୀ ଦିନ ଘରେ ସମସ୍ତେ ମିଶି ମା ଦୁର୍ଗା ଙ୍କ ମୁଣ୍ଡରେସେହି ଚୁନିଟି ଦେଇଥାନ୍ତି ।ଧୀରେଧୀରେ ଏଇଟା ତାଙ୍କ ଘରେ ନିୟମ ହୋଇଯାଇଥିଲା ।

ରେଣୁ ଧୀରେଧୀରେ ବଡ଼ ହୋଇ କଲେଜ ଯାଇଥିଲା ।ଗାଁ ରେ କଲେଜ ନଥିବା ଯୋଗୁଁ ସେ ହଷ୍ଟେଲରେ ରହି ପଢୁଥିଲା ।ରେଣୁ ଭାବିଥିଲା ଆଉ କାହାରି ପଇସା ରେ ଚୁନି ନକିଣି ,ସେ ନିଜେ ରୋଜଗାର କରିବ ଚୁନିପାଇଁ ।ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଘରୁ ପଇସା ମିଳିଯାଉଥିଲା ,ତେଣୁ ତାକୁ ଯାହା ମିଳିବ ସେଥିରେ ଭଲ ଚୁନିଟିଏ ମାଆ ଙ୍କ ପାଇଁ ଆସିଯିବ ।ସେ ଏହିକଥା ମା ଙ୍କୁ ଜଣାଇଥିଲା, କିନ୍ତୁ ମା ରାଜିହୋଇନଥିଲେ ।ସେ କହିଥିଲେ ଏଥିରେ ତାଙ୍କର ବଦନାମୀ ହେବ ।କିନ୍ତୁ ଜେଜେମା ତାକୁ ପୁରା ସପୋଟ କରିଥିଲେ ।ସେ ଭାବିଲା ଯେତେ ପଇସା ଆସିବ ସେତେଭଲ ଚୁନି ଆସିବ ।ସେ ଦୁଇଟା ପିଲାକୁ ଟିଉସନ କରିଥିଲା ।ଏମିତି ପ୍ରଥମ ବର୍ଷ ବାର ହଜାର ଟଙ୍କା ଏକାଠି ହୋଇପାରିଥିଲା ।ତେଣୁ ରେଣୁ ଘର ପାଖ ଦୋକାନ କୁ ନଯାଇ ବଡ଼ ଦୋକାନ କୁ ଜେଜେମା ଓ ମା ଙ୍କୁ ସାଥିରେ ନେଇଯାଇଥିଲା ।ସେହି ପଇସା ରେ ବହୁତ ସୁନ୍ଦର ଚୁନି କିଣି ବାକି ପଇସାରେ ମା ଓ ଜେଜେମା ଙ୍କୁ ହୋଟେଲ ରେ ଖୁଆଇଥିଲା ।ସେ ଦିନ ତାକୁ ବହୁତ ଖୁସି ଲାଗିଥିଲା କାରଣ ସେ ନିଜ ରୋଜଗାର କରି କିଛି କରିଥିଲା ।ସେହି ବର୍ଷ ବଡ଼ ଧୁମଧାମରେ ଦୁର୍ଗାଅଷ୍ଟମୀ ପାଳନ ହୋଇଥିଲା ।ଘରକୁ ବି ବହୁତ ବନ୍ଧୁବାନ୍ଧବ ଆସିଥିଲେ ।ସମସ୍ତେ ରେଣୁର ବହୁତ ପ୍ରଶଂସା କରିଥିଲେ ।ରେଣୁ ତାର ମାଆ ଙ୍କୁ ସବୁ କାମରେ ସାହାଯ୍ୟ କରୁଥାଏ ଏବଂ ସମସ୍ତଙ୍କ ର ଧ୍ୟାନ ବି ରଖୁଥାଏ ।ଆଉ ଜେଜେମା ଙ୍କ ମନରେ ଗୋଟିଏ କଥା ଘାରୁ ଥାଏ ।ସେ କିପରି ପୁଅବୋହୁ ଙ୍କୁ ତାଙ୍କ ମନ କଥା କହିବେ ଭାବୁଥାନ୍ତି ।ଦଶହରା ପର୍ବ ପରେ ସବୁ ବନ୍ଧୁବାନ୍ଧବ ଓ ରେଣୁ ଚାଲିଯାଇଥିଲେ ।ଘର ଖାଲି ଖାଲି ଲାଗୁଥାଏ ।ରେଣୁର ମାଆ ଏତେ କାମଧାମ କରି ଥକିଯାଇଥିବାରୁ ସେ ସକାଳୁ ଟିକେ ଡେରିରେ ଉଠିବେ ବୋଲି ଭାବିଥିଲେ ।କିନ୍ତୁ ଜେଜେମା ଡାକ ଛାଡିଥିଲେ ,ଆଜି ଚା ମିଳିବନିକି ? କିଛିସମୟ ପରେ ରେଣୁ ର ବାପା ଚା କପ ଟିଏ ଆଣି ଦେଇଥିଲେ ।ଜେଜେମା କହିଥିଲେ ବୋହୂକୁ ଡାକ କିଛି କହିବାର ଅଛି ।ରେଣୁର ମାଆ ମୁହଁହାତ ଧୋଇ ,ଚା କପଟିଏ ନେଇ ଶାଶୁଙ୍କ ପାଖରେ ବସିଯାଇଥିଲେ ।ସ୍ୱାମୀ ସ୍ତ୍ରୀ ଦୁଇଜଣ ମାଆ ଙ୍କ ମୁହଁକୁ ଚାହିଁ କହିଲେ କଣ ଦରକାର କୁହ ।ରେଣୁର ଜେଜେମାଆ କହିଲେ ଗୋଟେ ଖୁସିକଥା କହିବି ।ପାଖ ଗାଁରେ ମୋର ଯେଉଁ ସାଙ୍ଗ ଅଛି ତାର ଗୋଟିଏ ନାତି ଅଛି ।ପିଲାଟି ଯେତିକି ଭଲ ସେମିତି ଚାକିରୀ ବି କରିଛି ,ଆଉ ବିଦେଶ ରେ ରହୁଛି ।ସେମାନେ ଆମ ରେଣୁ ପାଇଁ ପ୍ରସ୍ତାବ ପଠାଇଛନ୍ତି ।ଏହା ଶୁଣି ରେଣୁର ବାପମାଆ ଖୁସିତ ହେଲେ ,କିନ୍ତୁ କମ ବୟସରେ ବାହାଘର କରିବା କେତେ ଠିକ ହେବ ତାହା ଭାବୁଥିଲେ ।ରେଣୁର ଜେଜେମାଆ କହିଥିଲେ ଏତେ ଭଲ ପ୍ରସ୍ତାବ ବାରବାର ଆସେନାହିଁ ।ତେଣୁ ସେମାନେ ମାଆ ଙ୍କ କଥାରେ ରାଜି ହୋଇ ବାହାଘର କଥା ଆଗକୁ ବଢ଼ାଇବା ପାଇଁ କହିଥିଲେ ।ଆଉ ରେଣୁର ଗ୍ରାଜୁଏସନ ସରିଲା ପରେ ବାହାଘର କରିବାପାଇଁ ଅନୁମତି ମାଗିଥିଲେ ।

ଏମିତି ଦେଖାଦେଖି କଥାବାର୍ତ୍ତା ଭିତରେ ଗୋଟିଏ ବର୍ଷ ବିତି ଯାଇଥିଲା ।ରେଣୁ ବିଏ ପରୀକ୍ଷା ଦେଇ ଘରକୁ ଆସିଥାଏ ।ତାର ଜେଜେମାଆ ତାକୁ ସମ୍ବିତ ର ନମ୍ବର ଦେଇଥିଲେ କଥା ହେବାପାଇଁ ।କିନ୍ତୁ ରେଣୁ ସାହସ କରିପାରେନି କଥା ହେବାପାଇଁ ।ସେ କେମିତି ଆଗ କଥା ହେବ ।ସେ ସମ୍ବିତର ଫୋଟ ଦେଖିଥିଲା ,ତାକୁ ଭଲ ଲାଗିଥିଲା ।ସେ ଚୁପଚାପ ଫେସବୁକ ରେ ତାକୁ ଖୋଜି ଥିଲା ।ସେମିତି କିଛି ବେସି ପୋଷ୍ଟ ନଥିଲା ।କିନ୍ତୁ ତାକୁ ଏତେ ଭଲ ଲାଗିଥିଲା ଯେ ସେ ବାରବାର ଦେଖୁଥାଏ ।ବୟସ ବି ଏମିତି ଥିଲା ଯେ ଆଉ କୌଣସି କଥା ଭଲ ଲାଗେନି ଖାଲି ସମ୍ବିତ କଥା ଭାବିବାକୁ ଭଲ ଲାଗେ ।ହଠାତ ଦିନେ ସମ୍ବିତ ର ଫୋନ ଆସିଥିଲା ।ସେ କଣ କଥା ହେବ ବୁଝିପାରିନଥିଲା ।ସମ୍ବିତ ଯାହା ପଚାରିଥିଲେ ତାର ଉତ୍ତର ଦେଇଥିଲା ।ସେ USA ରେ ଥିବା ଯୋଗୁଁ ଆସିନଥିଲେ ରେଣୁକୁ ଦେଖିବା ପାଇଁ ,ଥରଟିଏ ଭିଡ଼ିଓ କଲ ରେ ଯାହା ଦେଖା ଦେଖି ହୋଇଥିଲେ ।ବାହାଘର ବି ପାଖେଇ ଆସୁଥାଏ ।ରେଣୁର ମନ ଭିତରେ ଯେତିକି ଖୁସି ଥାଏ ସେତିକି ଦୁଃଖ ବି ଥିଲା ।ସେ ସମ୍ବିତ କୁ ଦେଖିବ ,ତାର ଜୀବନର ସାଥିକୁ ଭେଟିବ ,କିନ୍ତୁ ଘରୁ ଏତେଦୂରକୁ ଚାଲିଯିବ ବୋଲି ଭାବି ତାର ଆଖିରେ ଲୁହ ଆସିଯାଉଥିଲା ।

ରେଣୁ ଖୁସିର କାରଣ ଆଉକିଛି ଥିଲା ।ସେ ମନେମନେ ଭାବୁଥିଲା ସମ୍ବିତ ଆମେରିକାରେ ଚାକିରୀ କରୁଛନ୍ତି ।ସେ ଡଲାର ରେ ଦରମା ପାଉଥିବ ।ତେଣୁ ସେ ଯେବେ ଆସିବ ମାଦୁର୍ଗା ଙ୍କପାଇ ସୁନାର ଝୁଂକୀ ଲାଗିଥିବା ଚୁନି ଆଣି ପିନ୍ଧାଇବ ।ସେ ମନେମନେ କଳ୍ପନା ବି କରୁଥିଲା କେତେ ସୁନ୍ଦର ହୋଇଥିବ ତାର ମାଆ ଙ୍କ ଚୁନି ।ଆଉ ମାଆ କେତେ ସୁନ୍ଦର ଦେଖାଯିବେ ।

ବାହାଘର ବଡ ଧୁମଧାମରେ ହୋଇଥିଲା ।ବାହାଘର ପରେ ସମ୍ବିତ ଓ ରେଣୁ ମାଆ ଦୁର୍ଗା ଙ୍କ ପାଖରେ ମୁଣ୍ଡିଆ ମାରି ବିଦା ହୋଇଥିଲେ ।ତାପରେ ଦଶଦିନ ପରେ ସମ୍ବିତ ନେଇଯାଇଥିଲା ରେଣୁକୁ ଆମେରିକା ।ସେ ପୁରା ରାସ୍ତା ଭାବୁଥାଏ ଯେ ସେ ଯେବେ ଆମେରିକାରେ ପହଞ୍ଚିବ ସେବେଠାରୁ ପଇସା ରଖିବା ଆରମ୍ଭ କରିବ ।ତେବେ ଯାଇ ସେ ଫେରିବା ବେଳକୁ ତାର ମନମୁତବିକ ଚୁନି ମାଆ ଙ୍କ ପାଇଁ କିଣିପାରିବ ।ସେ ତାର ମନ କଥା ସମ୍ବିତ ଙ୍କୁ ବି କହିଥିଲା ।ତାହା ଶୁଣି ସେ ଚୁପ ରହିଥିଲେ ।କିନ୍ତୁ ରେଣୁ ସେଥିପ୍ରତି ଧ୍ୟାନ ନଦେଇ ସମ୍ବିତ କାନ୍ଧରେ ମୁଣ୍ଡ ଦେଇ ଭବିଷ୍ୟତ ର ସୁନେଲି ସ୍ୱପ୍ନରେ ହଜିଯାଇଥିଲା ।

ସ୍ବପ୍ନ କଣ ସତହୁଏ ।ରେଣୁ ର ସ୍ବପ୍ନ ସ୍ୱପ୍ନରେ ରହିଯାଇଥିଲା ।ଆମେରିକାରେ ପହଂଚିବା ର ଦିନେ ଦୁଇଦିନ ପରେ ସେ ଜାଣିପାରିଥିଲା ସମ୍ବିତ ର ପ୍ରକୃତ ଉଦ୍ୟେଶ୍ୟ ।ସମ୍ବିତ କୁ ସ୍ତ୍ରୀ ନୁହେଁ ଦରକାର ଥିଲା ଚାକରାଣୀ ।ତାର ସ୍ତ୍ରୀ ଓ ପୁଅ ଆଗରୁ ଥିଲେ ।ସେ ବାହା ହୋଇଥିଲା ଗୋଟେ ଗୋରୀ ଝିଅକୁ ।ସମ୍ବିତ ପରିବାର ଭିତରେ ତାର ସ୍ଥାନ ନଥିଲା ।ଏସବୁ ଦେଖିଲା ପରେ ବହୁତ କାନ୍ଦିଥିଲା ରେଣୁ ।କଣ କରିବ କିଛି ଭାବିପାରୁନଥିଲା ।କାହାକୁ କହିବ ତାର ଦୁଃଖ ।ଏବେ ବାପମାଆ ଏତେ ଖର୍ଚ୍ଚ କରି ବାହାଘର କରିଛନ୍ତି ।ସେମାନେ ଏହିକଥା ଶୁଣିଲେ ପୁରା ଭାଙ୍ଗି ପଡିବେ ।ଆଉ ଶାଶୁ ଶଶୁର ବି କଣ କରିପାରିବେ ।ଏତେ ଦୂରରେ ପୁଅ ଅଛି ତାକୁ କିଛି ରାଗିକି କହିଲେ ଯେତିକି ସେ ସାହାଯ୍ୟ କରୁଛି ସେତିକି ବନ୍ଦ କରିଦେବ ।ସେ କାହାରି ଉପରେ ରାଗି ପାରୁନଥିଲା , ଖାଲି ନିନ୍ଦୁ ଥିଲା ନିଜ ଭାଗ୍ୟକୁ ।

ସମ୍ବିତ କେତେବେଳେ ଆସେ କେତେବେଳେ ଯାଏ ସେ ଜାଣିପାରେନି ।ଘରେ ସମ୍ବିତ ର ସ୍ତ୍ରୀ ଓ ପୁଅ ତାଙ୍କ କାମରେ ବ୍ୟସ୍ତ ଥାନ୍ତି ।ସେ ତାଙ୍କୁ କିଛି କହିପାରେନି।ଥରେ ଦୁଇଥର କିଛିକହିବାକୁ ଚେଷ୍ଟା କରିଛି ,କିନ୍ତୁ ତାଙ୍କର ଇଙ୍ଗିଲିସ ସେ ବୁଝିପାରେନି ।

ରେଣୁ ସବୁବେଳେ ମାଆ ଦୁର୍ଗାଙ୍କୁ ଡାକୁଥାଏ ରାସ୍ତା ଦେଖାଇବା ପାଇଁ ।ଏମିତି ଘରେ ବସି ବସି ସମୟ ବିତୁଥିଲା ।ତାକୁ ଲାଗୁଥିଲା ସେ ପାଗଳ ହୋଇଯିବ ଏହି ଘରଭିତରେ ।ବାପମାଆ ଙ୍କ ସାଥିରେ କଥା ହେଲେ କିଛି ସମୟ ଭଲ ଲାଗେ ।କେବେକେବେ ସମ୍ବିତ ର ପୁଅ ଆସି ତା ସାଥିରେ ଖେଳେ ।ରେଣୁ ନିଜକୁ ଆଉ ନିଜ ମନକୁ ଶକ୍ତ କରି ଘରୁ ବାହାରକୁ ଯିବା ପାଇଁ ଚେଷ୍ଟା କରିଥିଲା ।ସେ ସମ୍ବିତ ର ପୁଅକୁ ବୁଲାଇବା ପାଇଁ ପାଖ ପାର୍କ କୁ ଯାଏ ।ସେ ଲକ୍ଷ କଲା ଗୋଟେ ଓଡ଼ିଆ ଗ୍ରୁପ ସେଠାରେ ବସି କଥାବାର୍ତା ହେଉଛନ୍ତି କେବେକେବେ ଖିଆପିଆ ବି କରନ୍ତି ।ସେ ଥରେ ସେମାନଙ୍କ ପାଖକୁ ଯାଇ କଥା ହୋଇଥିଲା ।ସେମାନେ ବି ରେଣୁକୁ ଦେଖି ଖୁସି ହୋଇଥିଲେ ।ଧୀରେଧୀରେ ରେଣୁ ତାଙ୍କ ଗ୍ରୁପରେ ମିଶିଯାଇଥିଲା ।ରେଣୁର ବ୍ୟବହାର ପାଇଁ ତାକୁ ସମସ୍ତେ ଭଲପାଉଥିଲେ ।

ସେହିବର୍ଷ ଦୁର୍ଗାପୂଜା ପାଖେଇ ଆସୁଥାଏ ।ରେଣୁ ଭାବୁଥିଲା ସେ କିଛି କରିପାରିବ ନାହିଁ ।ମନର ଦୁଃଖ ମନ ଭିତରେ ଥାଏ ।କେବେକେବେ ମଣିଷ ଏତେ ଅସହାୟ ହୋଇଯାଏ ଯେ ,ନିଜ ଭାଗ୍ୟକୁ ନିନ୍ଦା କରିବା ବିନା ଆଉ କିଛି ହାତରେ ନଥାଏ ।ସେଦିନ ସେ ସକାଳୁ ଉଠି ନିଜ ପାଖରେ ଥିବା ମାଆ ଦୁର୍ଗାଙ୍କ ଫୋଟ କୁ ମୁଣ୍ଡିଆ ମାରି ,ତାରି ଆଗରେ ମନ ଭରି କାନ୍ଦିଥିଲା ।ତାର ମନ ଏତେ ଖରାପ ହୋଇଯାଇଥିଲା ଯେ ସେ ସିଧା ପାର୍କ କୁ ପଳାଇ ଆସିଥିଲା ।ତାର ପାର୍କ ସାଙ୍ଗମାନେ ଧୀରେଧୀରେ ସମସ୍ତେ ଆସି ଦୁର୍ଗାପୂଜା ପାଇଁ ପ୍ଲାନ କରିଥିଲେ ।ରେଣୁକୁ ବି ଭଲ ଲାଗିଥିଲା ।କିନ୍ତୁ ସେତ କିଛିସହଯୋଗ କରିପାରିବନାହିଁ ତେଣୁ ଚୁପଚାପ ବସି ରହିଥିଲା ।ତାର ସାଙ୍ଗମାନେ କହିଥିଲେ ରେଣୁ ତୋ ପାଖରେ ସମୟ ଅଛି ତେଣୁ ସଜାସଜି କାମ ତୋର ।ରେଣୁ ବି ଖୁସି ହୋଇଯାଇଥିଲା ।ସେମାନେ କହିଥିଲେ ଆମର ଫଣ୍ଡ ଅଛି ଦୁର୍ଗାପୂଜା ପାଇଁ ସେଥିରୁ ସବୁ ଖର୍ଚ୍ଚ ହେବ ।କାହାପାଖରୁ କିଛି ଚାନ୍ଦା ନିଆଯିବନାହିଁ ।ରେଣୁ ମନେମନେ ଆଶ୍ୱସ୍ତ ହୋଇଥିଲା ।ମାଆ ତାର ମନର ଦୁଃଖ ଜାଣିପାରିଥିଲେ ।ସେ ଯାହାବିହେଉ କାମ ଆରମ୍ଭ ହୋଇଥିଲା ।ରେଣୁ ସାଥିରେ ଆଉ ଦୁଇଜଣ ଥିଲେ ସାହାଯ୍ୟ କରିବାପାଇଁ ।ରେଣୁ ର ପ୍ଲାନ ହିସାବରେ ସବୁ କାମ ଆଗେଇ ଚାଲିଥାଏ ।ସେ ସବୁ ନିଜ ହାତରେ ତିଆରି କରି ପୁରା ପଣ୍ଡାଲ ସଜାଇଥିଲା ।ତାପାଇଁ ସବୁଠାରୁ ବଡ଼କାମ ଥିଲା ମାଆ ଙ୍କ ଚୁନି ।

ଦୁର୍ଗା ପୂଜା ଦିନ ଆସିଥିଲା ।ଷଷ୍ଠୀ ରୁ ଆରମ୍ଭ ହୋଇଥିଲା ମାଆ ଙ୍କର ପୂଜାପାଠ ।ସମସ୍ତେ ସଜାସଜି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।ଏତେ ସୁନ୍ଦର ଡେକୋରେସନ କେବେ ହୋଇନଥିଲା ।ଅଷ୍ଟମୀ ଦିନ ରେଣୁ ପାଇଁ ସବୁଠାରୁ ସ୍ପେଶାଲ ଥିଲା ।ଯେତେବେଳେ ମାଆ ଙ୍କ ମୁଣ୍ଡରେ ଚୁନି ଦିଆ ଗଲା ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ ।ଚୁନି ଏତେ ସୁନ୍ଦର ବି ହୋଇପାରେ କେହି ବିଶ୍ୱାସ କରିପାରୁନଥିଲେ ।ରେଣୁ ମାଆ ଙ୍କୁ ଦେଖି ,ତା ଆଖିରେ ଲୁହ ଆସିଯାଇଥିଲା ।ଆଜି ମାଆ ତାର ମନସ୍କାମନା ପୁରା କରି ଛନ୍ତି ।ମାଆ ଙ୍କ ମୁଣ୍ଡରେ ଚୁନି ଏତେ ସୁନ୍ଦର ଦେଖାଯାଉଥିଲା ଯେ ,କେହିଜଣେ ବି ମାଆ ଙ୍କ ଉପରୁ ଆଖି ଫେରେଇ ପାରୁନଥିଲେ ।ପୂଜା ସରିବା ପରେ ସମସ୍ତେ ଆସି ରେଣୁର ବହୁତ ପ୍ରଶଂସା କରିଥିଲେ।ବହୁତ ଦିନ ପରେ ରେଣୁ ମନଭିତରୁ ଖୁସି ଅନୁଭବ କରିଥିଲା ।

ଦଶହରା ସରିଯାଇଥିଲା ।ରାବଣ ପୋଡି ହୋଇସାରିଥିଲା ।କିନ୍ତୁ ସତରେ କଣ ସମାଜରୁ ରାବଣ ରୂପି ମଣିଷର ଶେଷ ହୋଇପାରିଛି ।ସମ୍ବିତ ପରି କେତେ ପୁରୁଷ ନିଜର ସ୍ୱାର୍ଥ ପାଇଁ ଏମିତି ଝିଅଙ୍କର ଜୀବନ ନଷ୍ଟ କରୁଛନ୍ତି ।ସେମାନେ କଣ ଦଣ୍ଡ ପାଉଛନ୍ତି ।ରେଣୁ ଏମିତି ଭାବୁଭାବୁ ତାକୁ ନିଦ ଆସିଯାଇଥିଲା ।ତାର ନିଦ ଭାଙ୍ଗିଥିଲା ଫୋନ ରିଙ୍ଗ ହେବାରୁ ।ସେ ଫୋନ ଉଠାଇ ଦେଖିଲା ସେପଟୁ କେହିଜଣେ ଅଜଣା ଲୋକ ତାର ହାତ କାମର ବହୁତ ପ୍ରଶଂସା କରିଥିଲେ ।ଆଉ ତାର ହାଣ୍ଡିକ୍ରାପଟ ର ଦୋକାନ ଥିବାରୁ ରେଣୁକୁ କିଛି ଅଡର ମିଳିଥିଲା ।ଏମିତି ରେଣୁ ନିଜକୁ ବ୍ୟସ୍ତ ରଖିବା ସଙ୍ଗେସଙ୍ଗେ କିଛିଭଲ ପଇସା ବି ରୋଜଗାର କରିଥିଲା ।ସେଥିପାଇଁ ସେ ଘରକୁ ଫେରିବାର ଆଶା କରିପାରିଥିଲା ।କାରଣ ସେ ସମ୍ବିତ ଆଗରେ ହାତ ପତେଇବା ପାଇଁ ଚାହୁଁନଥିଲା ।ପ୍ରତ୍ୟେକ ନାରୀ ନିଜର ଆତ୍ମସଂମାନ ସହ ବଞ୍ଚିବାକୁ ଚାହେଁ ।ତେଣୁ ରେଣୁ ନିଜ ବ୍ୟବସ୍ଥା ନିଜେ କରିଥିଲା ।

ରେଣୁ ଫେରିଆସିଛି ଘରକୁ ।ସମସ୍ତେ ତାକୁ ଦେଖି ଖୁସି ତ ହୋଇଥିଲେ ।କିନ୍ତୁ ତାର ନିରବତାକୁ ବାପାମାଆ ପଢିପାରିଥିଲେ ।ତାର ଭିତରେ ଥିବା ଦୁଃଖକୁ ଅନୁଭବ କରିପାରୁଥିଲେ ।ତେଣୁ ତାକୁ ବେସିକିଛି ପଚାରି ନଥିଲେ ।ରେଣୁ ବି କିଛିଦିନ ଭିତରେ ବହୁତ ମଜବୁତ ହୋଇଯାଇଥିଲା ।କିଛିଦିନ ଯିବାପରେ ରେଣୁ ବାପାମାଆ ଙ୍କୁ ସବୁକଥା କହିଥିଲା ।ସେ ବାପାମାଆ ଙ୍କୁ ବୁଝାଇଥିଲା ,ଆଉ କହିଥିଲା ମୋ ପାଇଁ ଜମା ବ୍ୟସ୍ତ ହୁଅନି ।

ରେଣୁ ଏହିକିଛିଦିନ ଭିତରେ ନିଜକୁ ବହୁତ ମଜବୁତ କରି ଏକ ବୁଟିକ ଖୋଲିବାର ପ୍ଲାନ କରିଥିଲା ।କିନ୍ତୁ ବୁଟିକ ଖୋଲିବାକୁ ହେଲେ ବେଶୀ କିଛି ଟଙ୍କା ଦରକାର ,ସେ କଣ କରିବ ଭାବୁଥାଏ ।ସେ ଭାବିଲା ଏମିତି ଘରେ ବସିଲେ କିଛି ହେବନି ।କର୍ମ କଲେ ଭଗବାନ ରାସ୍ତା ଦେଖାଇବେ ।ସେ ତାପରେ ବ୍ୟାଙ୍କ ଯାଇଥିଲା ଲୋନ ପାଇଁ ।କିନ୍ତୁ କିଛିଲାଭ ହେଲାନି ,କାରଣ ସମସ୍ତେ ଗୋଟିଏ କଥା ତୁମ ସ୍ୱାମୀ କଣ କରୁଛନ୍ତି ।ସେ ଭାବିଲା ଗୋଟିଏ ନାରୀ ର ବାହାଘର ପରେ ତାର କିଛି ଅସ୍ତିତ୍ୱ ନଥାଏ ।କିଛିବାଟ ଯିବାପରେ ରାସ୍ତାକଡ଼ରେ ପଡିଥିବା ବେଞ୍ଚ ରେ ବସି ରହି ଭାବିଲା ସେ ତ କିଛି ଦୋଷ କରିନି ସେ କାହିଁକି ଦଣ୍ଡ ପାଇବ ।ଆଉ ଯିଏ ଭୁଲ କରିଛି ସିଏ ମଜ଼ା ରେ ବୁଲୁଛି ।ରେଣୁ ନିଷ୍ପତି ନେଲା ସମ୍ବିତ କୁ ଶାସ୍ତି ଦେବା ଜାରୁରୀ ।ସେ ସେଠାରେ ବସି ସମ୍ବିତ ପାଖକୁ ଫୋନ କରିଥିଲା ।ସମ୍ବିତ ଫୋନ ଉଠାଇ ନଥିଲା ।ସେ ଜାଣିଥିଲା ସେ ଫୋନ ଉଠାଇବନି ।ତେଣୁ ସେ ଏକ ଲମ୍ବା ମେସେଜ ଲେଖିଥିଲା ।

ରେଣୁ ଘରକୁ ଆସି ମାଆ ଦୁର୍ଗାଙ୍କୁ ମୁଣ୍ଡିଆ ମାରି ଚୁପଚାପ ବସିରହିଥିଲା ।କିଛି ସମୟପରେ ସମ୍ବିତ ର ଫୋନ ଆସିଥିଲା ।ସମ୍ବିତ କହିଲା ତୁମେ ଯାହା କହିବ ମୁଁ ସେଇୟା କରିବି ,ତୁମେ ମୋ ବାପାମାଆ ଙ୍କ ପାଖକୁ ପୋଲିସ ପଠାଅ ନାହିଁ ।ସେମାନେ ବୁଢ଼ାବୁଢ଼ୀ ବୟସରେ ଏହି ଦୁଃଖ ସହିପାରିବେନି ।ରେଣୁ କହିଥିଲା ମୋର ଦୁଇଟି ସର୍ତ୍ତ ।ଗୋଟାଏ ମୋର ଡିଭର୍ସ ପେପର ରେ ଚୁପଚାପ ସାଇନ କରିବ ,ଆଉ ପଚାଶ ଲକ୍ଷର ଚେକ ପଠାଇବ । ରାଜି ହୋଇଯାଥିଲା ସମ୍ବିତ ।ଯେପରି ମାଦୂର୍ଗା ଲଜ୍ୟା ନକରି ଉଲଗ୍ନ ହୋଇଥିଲେ ମହିଷାସୁର କୁ ବଧ କରିବାକୁ ସେପରି ରେଣୁ ସମ୍ବିତ କୁ ଟଙ୍କା ମାଗିବାକୁ ଲଜ୍ୟା ଅନୁଭବ କରିନଥିଲା ।ମାଆ ଦୁର୍ଗା ସମାଜର କଲ୍ୟାଣ ପାଇଁ ଉଲଗ୍ନ ହୋଇଥିଲେ ଆଉ ରେଣୁ ଆଜି ନିଜର ସୁରକ୍ଷା ପାଇଁ ସମ୍ବିତ ଆଗରେ ମୁହଁ ଖୋଲିଥିଲା ।

ଦୁର୍ଗା ପୂଜା ପାଖେଇ ଆସୁଥିଲା ।ରେଣୁ ତାର ବୁଟିକ ର ଉଦଘାଟନ ଦୁର୍ଗାଅଷ୍ଟମୀ କୁ ରଖିଥିଲା ।ଆଉ ମାଆ ଙ୍କ ପାଇଁ ସବୁଠାରୁ ସୁନ୍ଦର ଚୁନି ତିଆରି କରିଥିଲା ।



Rate this content
Log in

Similar oriya story from Drama