lLeena Pani

Drama

4.5  

lLeena Pani

Drama

ବଡ ଭାଇ

ବଡ ଭାଇ

7 mins
371


ଭାଇ ଶବ୍ଦ ଟା ଶୁଣିବାକୁ କେତେଭଲ ଲାଗେ । ବଡ ଭାଇର ମୂଲ୍ୟବୋଧ କିଛିଅଲଗା ଥାଏ । ରାମ ନାଁ ଟି ଯେପରି ବଡ଼ଭାଇର ଏକ ପ୍ରତୀକ । ସ୍ନେହାର ବଡ଼ଭାଇ ରାମ ବି ଏକ ବଡ଼ଭାଇର ଉଦାହରଣ । କିଛିଲୋକ ଜନ୍ମ ହୋଇଥାନ୍ତି ନିଜ ଜୀବନ କୁ ଉତ୍ସଗ କରିବାପାଇଁ ଆଉ ସେ କେବେ ନିଜପାଇଁ କିଛି ଚାହାଁନ୍ତି ନାହିଁ । ସେ ଅନ୍ୟର ଖୁସିଦେଖି ଖୁସି ହୁଅନ୍ତି । କାରଣ ସେ ବଡ଼ଭାଇ ।

ସ୍ନେହା ସେଦିନ ବଡ଼ିଭୋରୁ ଉଠି ସବୁକାମ ଛାଡ଼ି, ଭାଇଙ୍କର ମନପସନ୍ଦର ସବୁ କିଛି ତିଆରିକରିଥିଲା । ଆଉ ଭାଇଭାଉଜ ଙ୍କ ପାଇଁ ଆଣିଥିବା ଜିନିଷ କୁ ଭଲଭାବେ ଗିପ୍ଟ ପ୍ୟାକ କରି ଗାଡ଼ିରେ ରଖିଲା ଓ ସେ ନିଜେ ଗାଡି ଚଲାଇ ବାହାରିଥିଲା ,ଭୂବେନଶ୍ୱର ରୁ 150 କିଲୋମିଟର ଦୂରରେ ଅବସ୍ଥିତ ଏକ ଗାଁ ରେ ରହୁଥିବା ତାର ବଡ଼ଭାଇ ପାଖକୁ । ଆଜି ତାର ରାମଭIଇ ଙ୍କର ଜନ୍ମଦିନ । ତେଣୁ ସେ ସକାଳୁ ସକାଳୁ ପହଞ୍ଚି ସେମାନଙ୍କୁ ସରପ୍ରାଇଜ ଦେବ । ସ୍ନେହା ଭାବୁଥାଏ ରାମଭାଇ ତାପାଇଁ ଓ ସାନ ଭାଇ ଶୁଭମ ପାଇଁ କେତେକଣ କରିଛନ୍ତି ।ସେସବୁର ପ୍ରତିଦାନ ଦେଇହେବନାହିଁ ,କିନ୍ତୁ ଛୋଟମୋଟ ଖୁସିତ ଦେଇହେବ । ରାମ ଭାଇ ତା ଠାରୁ ଦଶ ବର୍ଷରେ ବଡ଼ । ସେ ଯେବେ ପନ୍ଦର ବର୍ଷର ହୋଇଥିଲା ରାମଭାଇ ଙ୍କର ବାହାଘର ବଡ଼ ଧୁମଧାମରେ ହୋଇଥିଲା ।ବଡ଼ଭାଇ ଗାଁ କଲେଜ ରେ ବିଏ ଯାଏ ପଢିଥିଲେ । ଆଉ ଚାକିରୀ ପାଇଁ ବାହାରକୁ ନଯାଇ ଗାଁ ସ୍କୁଲରେ ମାଷ୍ଟ୍ର ଚାକିରୀ ଟିଏକରି ତାସହିତ ବାପାଙ୍କ ସାଥୀରେ ଚାଷବାସ ଦେଖୁଥିଲେ । ବଡ଼ଭାଇ ଙ୍କ ପାଇଁ ବାପା ଭଲଘର ଦେଖି ଝିଅଟିଏ ଆଣିଥିଲେ ବାହାଘର କରି ।ସୁମୀଭାଉଜ ବି ବହୁତ ଭଲ ଥିଲେ ।ଘରର ସମସ୍ତ ଙ୍କୁ ଆପଣାଇ ନେଇଥିଲେ ଖୁବ କମ ସମୟରେ ।ବେଶି ଖୁସି ଥିଲା ସ୍ନେହା ।ତାକୁ ଲାଗୁଥିଲା ଭାଇଙ୍କ ପାଇଁ ଭାଉଜ ଆସିନାହାନ୍ତି ,ସେ ତାରି ପାଇଁ ଆସିଛନ୍ତି ।ସେ ରାତିରେ ତାର ଭଲମନ୍ଦ ,ସ୍କୁଲ ଓ ସାଙ୍ଗସାଥି ବିଷୟରେ ନକହିଲା ପର୍ଯ୍ୟନ୍ତ ଭାଉଜଙ୍କୁ ଛାଡେନି ।କେବେକେବେ କୁହେ ଭାଉଜ ମୋ ପାଖରେ ଶୋଇପଡ ।ରାମଭାଇ ବି କହନ୍ତି ସୁମୀ ତୁମେ ସ୍ନେହା ପାଖରେ ଶୋଇଯାଅ ।କିନ୍ତୁ ମାଆ ର ନାଲି ଆଖି ଦେଖି ସ୍ନେହା ଭାଉଜଙ୍କୁ କହେ ତୁମେ ଯାଅ ତୁମ ରୁମକୁ ।ଶୁଭମ ବି ସେତେବେଳେ କୁ ସପ୍ତମ ରେ ପଢୁଥାଏ ।ତାର ପାଠପଢ଼ା ଦାଇତ୍ୱ ବି ଭାଉଜ ନେଇଥାନ୍ତି ।ସବୁବେଳେ ଘରେ ହସଖୁସି ଚାଲିଥାଏ ।ଦିନବେଳା ସମସ୍ତେ କାମରେ ବ୍ୟସ୍ତ ଥାନ୍ତି ତେଣୁ ରାତି ରେ ସମସ୍ତେ ଏକାଠି ବସି ଖାଆନ୍ତି ।ଭାଉଜ ବି ନିଜେ ବହୁତ ପ୍ରକାର ଖାଇବାଜିନିଷ ତିଆରି କରିଥାନ୍ତି ।ସବୁଦିନେ ଶୁଭମ ଓ ସ୍ନେହା ଭାଉଜଙ୍କ ହାତରେ ହିଁ ଖାଆନ୍ତି ।ମାଆ ପାଟି କରେ ଆଉ କହେ ନିଜ ହାତ ନାହିଁକି ଭାଉଜ କାହିଁକି ଖୁଆଇଵ ।କାହିଁକି କେଜାଣି ଭାଉଜ ଙ୍କ ହାତରେ କଣ ଜାଦୁ ଥାଏ ,ସେ ଯାହା ବି ଖୁଆଇଦେଲେ ଅମୃତ ପରି ଲାଗେ ।

କିନ୍ତୁ ଏହି ଖୁସି ବେଶୀ ଦିନ ପାଇଁ ନଥିଲା ।କାରଣ ବାପା ସବୁ ଦାଇତ୍ୱ ବଡ଼ଭାଇ ଙ୍କ କାନ୍ଧରେ ଲଦି ଦେଇ ହଠାତ ଚାଲିଯାଇଥିଲେ ହାଟଆଟାକ ରେ ।ବାପା ଚାଲିଯିବାପରେ ମାଆ ର ବି ଦେହ ଭଲ ରାହୁନଥିଲା ।ସେ ବି ବାପାଙ୍କୁ ଝୁରି ଝୁରି ଦୁଇବର୍ଷ ପରେ ଆମସମସ୍ତଂକୁ ଛାଡି ଚାଲିଯାଇଥିଲା ।ଆମେ ବାପା ମାଆ ଛେଉଣ୍ଡ ହୋଇଥିଲେବି ରାମଭାଇ ଓ ସୁମିଭାଉଜ ଙ୍କ ଯୋଗୁଁ ଆମେ କେବେ ସେପରି ଭାବିନାହୁଁ ।ସେତେବେଳକୁ ସ୍ନେହା ସ୍କୁଲ ସାରି କଲେଜରେ ଫର୍ମ ପକାଉଥିଲା ।ଭାଇ କହିଥିଲେ ସ୍ନେହା ତୁ ଭୂବେନଶ୍ୱର ରେ ଭଲ କଲେଜରେ ଫର୍ମ ପକା ।ସ୍ନେହା ଭାବିଥିଲା ବାପା ନାହାନ୍ତି ଭାଇଙ୍କୁ କାହିଁକି ଏତେ ଭାର ଦେବି ,ତେଣୁ ପାଖ କଲେଜରେ ପଢିଲେ ଖର୍ଚ୍ଚ କମ ହେବ ।କିନ୍ତୁ ଭାଇଙ୍କ ଯୋଗୁ ତାର ଆଡ଼ମିଶନ ହୋଇଥିଲା ରମାଦେବୀ କଲେଜରେ ।ଶୁଭମ ସେତେବେଳେ ପଢୁଥିଲା ଦଶମ କ୍ଲାସରେ ।ସେ ଭଲ ପଢ଼ୁଥିବା ଯୋଗୁଁ ସ୍କୁଲର ସାର ମାନେ ରାମ ଭାଇଙ୍କ ଆଗରେ ଶୁଭମ ର ବହୁତ ପ୍ରଶଂସା କରନ୍ତି ।ଏହିସବୁ ଶୁଣି ଭାଇଙ୍କର ଛାତି କୁଣ୍ଢେମୋଟ ହୋଇଯାଏ ।

ଏସବୁ ଖୁସି ଭିତରେ ଗୋଟେ ଦୁଃଖ ରହିଥିଲା ଭାଇ ଓ ଭାଉଜ ଙ୍କ ମନଭିତରେ ।ତାହାହେଉଛି ବାହାଘର ପାଞ୍ଚବର୍ଷ ହେଲାପରେବି ଭାଉଜଙ୍କ କୋଳ ଖାଲି ଥିଲା ।ଛୋଟମୋଟ ଚିକିତ୍ସା ପରେବି କିଛି ଲାଭ ହୋଇନଥିଲା ।ଆଉ ସ୍ନେହା ଓ ଶୁଭମ ର ପାଠପଢା ଖର୍ଚ୍ଚ ଯୋଗୁଁ ଭାଇ ଭାଉଜଙ୍କୁ ନେଇ ବଡ଼ ଡକ୍ଟର କୁ ଦେଖାଇ ପାରନ୍ତି ନାହିଁ ।ଥରେ ଖରା ଛୁଟିରେ ସ୍ନେହା ଆସିଥାଏ ।ସମସ୍ତେ ଏକାଠି ଥିବା ଯୋଗୁଁ ଭାଉଜ ଖୁସିତ ଥିଲେ ,କିନ୍ତୁ ମନ ଭିତରେ ଏତେ ଖୁସି ନଥିଲେ ବୋଲି ସ୍ନେହା ଅନୁଭଵ କରିଥିଲା ।ରାତିରେ ଖାଇସାରିବା ପରେ ସ୍ନେହା ଭାଉଜ ଙ୍କ କୋଳରେ ମୁଣ୍ଡରଖି ଶୋଇ କହିଲା ଥରେ ଯାଇ କଟକରେ ଭଲ ଡାକ୍ତର ପାଖରେ ଦେଖାଇକି ଆସ ।ଭାଉଜ ଙ୍କ ଆଖିରେ ଲୁହ ଆସିଯାଇଥିଲା ।ସେ କହିଥିଲେ ତୁମ ଭାଇ ରାଜିହେବେନି ବେଶି ଖର୍ଚ୍ଚ ପାଇଁ । ସ୍ନେହା କହିଥିଲା ତୁମେ ଦୁଇଜଣ ମୋ ସାଥିରେ ଏଥର ଯିବ ,ମୋ ସାଙ୍ଗର ମାଆ ଗାଇନିକ ଡାକ୍ତର ଅଛନ୍ତି ।ସେଠାରେ ଦେଖାଇବ ବେଶି ଖର୍ଚ୍ଚବି ହେବନି ।ସ୍ନେହା ଭାଇଭାଉଜ ଙ୍କୁ ସାଥିରେ ନେଇଯାଇଥିଲା ।ତାପରେ ବାରମ୍ବାର ଭୂବେନଶ୍ୱର ଯିବାଆସିବା ,ଡାକ୍ତର ଫିସ ,ଟେଷ୍ଟ ସବୁଥିରେ ବହୁତ ଖର୍ଚ୍ଚ ହେଉଥିଲା ।ଶୁଭମ ର ଦ୍ୱାଦଶ କ୍ଲାସ ଥିବା ଯୋଗୁଁ ତାର ପାଠପଢ଼ା ,କୋଚିଂଗ ରେ ବି ବହୁତ ଟଙ୍କା ଲାଗୁଥିଲା ।ବଡ଼ଭାଇ କଣ କରିବେ କିଛି ବୁଝିପାରୁନଥିଲେ ।ବହୁତ କଷ୍ଟରେ ସବୁଖର୍ଚ୍ଚ ତୁଲାଉ ଥାନ୍ତି ।ପୁଣି ଡକ୍ଟର ମାଡ଼ମ କହିଥିଲେ ଯେ ,ଗୋଟିଏ ଛୋଟ ଅପରେସନ ହେବ ତାପରେ ଯାହା କହିହେବ ।ଆଉ ସେଥିରେ ଦୁଇତିନି ଲକ୍ଷ ଟଙ୍କା ଲାଗିବ ।ଭାଇଭାଉଜ ଏହା ଶୁଣି ଚୁପଚାପ ଘରକୁ ଫେରି ଆସିଥିଲେ ।ଏହିଭିତରେ ଶୁଭମ ର ଏଣ୍ଟ୍ରାନ୍ସ ପରୀକ୍ଷା ଚାଲିଥାଏ ,ସ୍ନେହ ବି ଘରେ ଥାଏ ।ସ୍ନେହା ବି ସବୁ ବୁଝିପାରୁଥିଲା ,କିନ୍ତୁ ସେ କଣ କରିପାରିବ ?

ସେଦିନ ସ୍ନେହା ସକାଳୁ ଉଠି ଭାଉଜ ଙ୍କୁ ସାହାଯ୍ୟ କରୁଥିଲା ଘରକାମରେ ,ଏହିସମୟରେ ତାର ସାଙ୍ଗର ଫୋନ ଆସିଥିଲା ।ସେ କହିଲା ମାଆ କହିଛନ୍ତି ଅପରେସନ ଜଲଦି କରିବାକୁ ପଡିବ ।ସ୍ନେହା ଭାଇଭାଉଜଙ୍କୁ କହିଥିଲା ଏହି କଥା ।ଭାଇ ଦେଖିବା କହି ସେଠାରୁ ଚାଲିଯାଇଥିଲେ ,ଆଉ ଭାଉଜ ଚୁପଚାପ ଠିଆହୋଇ ରହିଥିଲେ ।କିଛିସମୟପରେ ଶୁଭମ ଦୌଡ଼ି ଦୌଡ଼ି ଆସି ଭାଇଭାଉଜ ଙ୍କ ଗୋଡ଼ଛୁଇଁ ମୁଣ୍ଡିଆ ମାରି କହିଲା ଆଇଆଇଟି ରେ ମୋର ସିଲେକ୍ସନ ହୋଇଛି ,ଆର ମାସରେ ଆଡ୍ମିସନ କରିବାକୁ ପଡିବ ।ଭାଇ ଖୁସିରେ ଶୁଭମକୁ କୁଣ୍ଢେଇ ପକେଇ କହିଲେ ଆଜି ଘରେ ଶୁଭମର ପସନ୍ଦର ଖାଇବା ରାନ୍ଧିବ ସୁମି ।ଭାଉଜ ବି ଖୁସିରେ ରୋଷେଇ ଘରକୁ ଯାଇଥିଲେ ।ଆଉ ରାମ ଭାଇ ଗାଁ ଯାକ ବୁଲିବୁଲି ସମସ୍ତ ଙ୍କୁ ଖୁସି ଖବର ଜଣାଇଥିଲେ ଓ ମିଠେଇ ବି ବାଣ୍ଟି ଥିଲେ ।

କିଛିଦିନ ପରେ ସ୍ନେହା ଚାଲିଯାଇଥିଲା ହଷ୍ଟେଲକୁ ।ଶୁଭମର ଆଡ଼ମିଶନ ବିହୋଇଯାଇଥିଲା ।ତାର ଆଡ଼ମିଶନ ,ହଷ୍ଟେଲ ର ସବୁ ଖର୍ଚ୍ଚ ମିଶି ତିନି ଲକ୍ଷ ପଡିଥିଲା ।ଭାଇ ଭାଉଜ ଆଉ ଡକ୍ଟର ପାଖକୁ ଯାଇନଥିଲେ ।ସ୍ନେହା ବି ପଚାରିପାରିନଥିଲା ଭାଉଜଙ୍କୁ ।କଣ ପଚାରିବ ,ତାକୁ କଣ ଘରର ପରିସ୍ଥିତି ଅଜଣା ।ସେ ବହୁତ ଥର ଭାବିଛି ଭାଇଙ୍କୁ କହିବ ,ଜମି ବିକି ଭାଉଜଙ୍କ ଅପରେସନ କରାଅ ।କିନ୍ତୁ ଭାଇ କଣ ରାଜି ହେବେ ,ଆଉ କହିବେ ଆମେ ପରା ଭାତ ଖାଉଛୁ ସେହି ଜମିରୁ ।ସେ ଜମି ବିକିଦେଲେ ଆମଠାରୁ ଲକ୍ଷ୍ମୀ ଛାଡିଯିବେ ।ବାପା ଯେଉଁ ଟଙ୍କା ପଇସା ରଖିଛନ୍ତି ସେ ସବୁବି ତୋର ବାହାଘର ପାଇଁ ।ସେଥିରେ ଭାଇ ହାତ ବି ମାରନ୍ତି ନାହିଁ ।

ସ୍ନେହା ବହୁଥର କହିଛି ସେ ଟଙ୍କା ଉଠାଇ ଭାଉଜଙ୍କ ଟ୍ରିଟମେଣ୍ଟ କର ,ମୁ ରେଜିଷ୍ଟ୍ରି ମ୍ୟାରେଜ କରିନେବି ।ଭାଇଭାଉଜ ହସିହସି କହନ୍ତି ,ତୁ ମୋର ଝିଅ ,ମୁଁ ତୋର କନ୍ୟା ଦାନ କରିବି ।ତୋର ବାହାଘର ବଡ଼ ଧୁମଧାମରେ କରିବି ।ଭଗବାନ ପିଲାଛୁଆ ନଦେଲେ କଣହେଲା ,ମୋର ତ ଦୁଇଟି ଛୁଆ ଅଛନ୍ତି ।କଥା ଏହିଠାରେ ରହିଯାଏ ।ନା ସେ ଆଗକୁ ଡ଼କ୍ଟର ପାଖକୁ ଗଲେ ,ନା ଅପରେସନ କଲେ ।ସ୍ନେହା ବହୁତ ଥର ଭାବିଛି ମୁଁ ଚାକିରୀ କଲେ ସବୁକିଛି କରିବି ଭାଇଭାଉଜ ଙ୍କ ପାଇଁ ।ଗ୍ରାଜୁଏସନ ସାରି ସ୍ନେହା ଘରେ ଥାଏ ।ଦିନେ ରାତିରେ ଭାଉଜ କାମ ସାରି ସ୍ନେହାକୁ ଡାକି ପାଖରେ ବସେଇ ତାର ବାହାଘର କଥା କହିଥିଲେ ।ସ୍ନେହା ଭାବିଥିଲା ତାର ବାହାଘର ହୋଇଗଲେ ଭାଇ ଙ୍କ ବଡ଼ ଚିନ୍ତା ଯିବ ।ତେଣୁ ସେ ଭାଉଜଙ୍କୁ କହିଥିଲା ଯେ ,ଭାଇ ଯେଉଁଠି ଠିକ କରିବେ ମୁଁ ଖୁସିଖୁସି ରାଜିହେବି ।ମୋର ତୁମଉପରେ ଓ ଭାଇଙ୍କ ଉପରେ ପୁରା ବିଶ୍ଵାସ ।ତୁମେମାନେ ଯାହା ଭାବିବ ଓ କରିବ ମୋର ଭଲପାଇଁ ହିଁ କରିବ ।ଭାଉଜ ଖୁସି ହୋଇଯାଇଥିଲେ ।ଦୁଇମାସ ଭିତରେ ଭIଇ ସ୍ନେହାର ବାହାଘର ଠିକ କରିଦେଇଥିଲେ ।ଭଲଘର ,ଭଲପିଲା ବୋଲି ଭାଇ ବହୁତ ପ୍ରଶଂସା କରୁଥିଲେ ।ସେଥିପ୍ରତି ସ୍ନେହାର ଧ୍ୟାନ ନଥିଲା ।ସେ ଭାବୁଥିଲା ଭାଇଭାଉଜ ଏମିତି ଖୁସିରେ ଥାନ୍ତୁ ।ସେମିତି ନୁହେଁକି ଭାଇ ଠିକ୍ କରିଥିବା ପୁଅ ଅରିଜିତ ତାକୁ ପସନ୍ଦ ନଥିଲା ।ସେ ପ୍ରଥମ ଦେଖାରେ ତାକୁ ମନ ଦେଇ ବସିଥିଲା ।

ବାହାଘରରେ ସ୍ନେହା ଅନ୍ୟ ଝିଅମାନଙ୍କ ପରି ଖର୍ଚ୍ଚ କରିନଥିଲା ବେଶିକିଛି ।ଭାଇ ବାହାଘରରେ କୌଣସି ଥିରେ କମ କରିନଥିଲେ ।ସ୍ନେହା ବିଦା ହୋଇ ନୂଆ ଜୀବନ ଆରମ୍ଭ କରିଥିଲା ।କିଛିଦିନ ପରେ ଭାଇ ଆସି ସ୍ନେହା ଓ ଅଭିଜିତ କୁ ସାଥିରେ ଡାକିନେଇଥିଲେ ଘରକୁ ।ସେମାନେ ଫେରିଲାବେଳକୁ ପୁଣି ସବୁପ୍ରକାର ଖାଇବା ଜିନିଷ , ଲୁଗାପଟା ଦେଇ ଗାଡି କରି ଭାଇ ଛାଡି ଆଣିଥିଲେ ।ସ୍ନେହକୁ ଭଲ ଲାଗୁନଥିଲା ।କାରଣ ଏବେ ଏତେ ଖର୍ଚ୍ଚ କରିଥିଲେ ।ସେ ମନେମନେ ଭାବିଥିଲା ଆଗକୁ ଭାଇ ଡାକିଆସିଲେ ସେ ଆଉ ଯିବନି ।

ପାଞ୍ଚମାସ ପରେ ଦୋଳଯାତ୍ରା ଆସିଥିଲା ।ତା ପୂର୍ବରୁ ଭାଇ ଆସିଥିଲେ ସ୍ନେହାକୁ ଡାକିବାପାଇଁ ।କିନ୍ତୁ ସ୍ନେହା ଦେହଖରାପ ବାହାନା କରି ମନାକରିଦେଇଥିଲା ଭାଇଙ୍କ ସାଥିରେ ଯିବାପାଇଁ ।ଭାଇ ଯିବାପାଇଁ ବାହାରିଲା ବେଳକୁ ସ୍ନେହା ତାଙ୍କ ଗୋଡ ଛୁଇଁ ମୁଣ୍ଡିଆ ମାରିଲା ବେଳକୁ ତାର ଆଖିରୁ ଧାରଧାର ଲୁହ ବୋହି ଭାଇଙ୍କ ଗୋଡ଼କୁ ଓଦା କରିଦେଇଥିଲା ।ଭାଇବି ଆଖିରେ ଲୁହ ନେଇ ଫେରି ଯାଇଥିଲେ ।ଭାଇ ଯିବାପରେ ସ୍ନେହା ଭାଉଜଙ୍କୁ ଫୋନ କରି କହିଥିଲା ,ମୁଁ ସୁବିଧାଦେଖି ଅରିଜିତ ସାଥିରେ ଘରକୁ ଯାଇ ବୁଲିଆସିବି ।ସ୍ନେହକୁ ଭଲ ଲାଗେନି ଭାଇଙ୍କ ଉପରେ ବେଶୀ ଭାର ଦେବାକୁ ।ସେ ଏହିକଥା ଅରିଜିତ ଙ୍କୁ ବି କହିଥିଲା ।ସେ ବି ସ୍ନେହକୁ ସପୋଟ କରିଥିଲେ ।

ଦୁଇବର୍ଷ ପରେ ସ୍ନେହା ମାଆ ହୋଇଥିଲା ।ଭାଇଭାଉଜ ଙ୍କର ଖୁସିର ସୀମା ନଥାଏ ।ହସ୍ପିଟାଲରେ ଭାଉଜ ସ୍ନେହା ଓ ଛୁଆର ପୁରା ଯତ୍ନ ନେଇଥିଲେ ।ନିଜ ମାଆ ଠାରୁବି ଅଧିକ କରିଥିଲେ ।ଯେବେ ପୁଅର ଏକୁସିଆ ହୋଇଥିଲା, ଭାଇ ଘରର ସମସ୍ତଙ୍କ ପାଇଁ ଲୁଗାପଟା , ଛୁଆ ପାଇଁ ସୁନାର ଚେନ ,ବଳା,ବହୁତ ପ୍ରକାରର ଖେଳନା ଆଉ ତାସାଥିରେ ମିଠା ପିଠା ସବୁକିଛି ଆଣିଥିଲେ ।ସ୍ନେହା ଲକ୍ଷକରିଥିଲା ଭାଇ ସେହି ପୁରୁଣା ସାର୍ଟ ପେଣ୍ଟ ପିନ୍ଧି ଆସିଥାନ୍ତି । ସମସ୍ତଙ୍କ ପାଇଁ ଏତେ ଦାମିକା ଲୁଗାପଟା ଆଣିଛନ୍ତି , କିନ୍ତୁ ନିଜପାଇଁ କେବେ ଖର୍ଚ୍ଚ କରିବେନାହିଁ ।ସ୍ନେହାର ମନ ହେଉଥିଲା ଭାଇଙ୍କୁ ସୁଟ ଟେ ଦେବାପାଇଁ ।କିନ୍ତୁ ସେ ଏତେ ଟଙ୍କା ଆଣିବ କେଉଁଠୁ । ଅରିଜିତ କୁ କହିଲେ ସିଏ ମନା କରିବେନାହିଁ, କିନ୍ତୁ ଭାଇଙ୍କୁ ଭଲ ଲାଗିବନି । ତେଣୁ ସେ ମନକଥା ମନରେ ରଖି ଚୁପ ରହିଲା ।

କିଛିବର୍ଷ ପରେ ସ୍ନେହାର ପୁଅ ଟିକିଏ ବଡ଼ ହୋଇଯାଇଥିଲା । ସେ ଭାବିଥିଲା ଆଗକୁ ପାଠପଢିବ, ଆଉ ଚାକିରୀଟିଏ ବି କରିବ। ଅରିଜିତ ବି ରାଜିହୋଇଥିଲେ । ସ୍ନେହା ଏମବିଏ କରି ,ଭଲ କମ୍ପାନୀ ରେ ଚାକିରୀଟିଏ ବି ପାଇଥିଲା ।

ସେ ଆଜି ନିଜପଇସା ରେ ଭାଇଭାଉଜଙ୍କ ପାଇଁ ସୁଟ ଓ ଶାଢ଼ୀ କିଣିଥିଲା । ଏବେ ଭାଇ କିଛିକହିପାରିବେନି ଆଉ ମନେମନେ ଖୁସିବି ହେବେ । ସ୍ନେହା ଶୁଭମ କୁ ବି ଫୋନ କରି କହିଥିଲା ଠିକ ସମୟରେ ପହଂଚିବା ପାଇଁ ।କାରଣ ସେମାନେ ଦୁଇଜଣ ମିଶି କିଛି ପ୍ଲାନ କରିଥିଲେ ।

ସ୍ନେହା ସକାଳୁ ସକାଳୁ ପହଂଚିଯାଇଥିଲା ଘରେ ।ସବୁଦିନପାରି ଭାଉଜ ପୂଜାକରୁଥିଲେ ଆଉ ଭାଇ ବାଡ଼ି ପଟେଥିଲେ । ସ୍ନେହା ଚୁପଚାପ ଯାଇ ଭାଇଙ୍କ ପଛପଟୁ କୁଣ୍ଢେଇ ଧରିଥିଲା । ଭାଇ କହିଲେ ମୁଁ ଜାଣିଛି ମୋ ଗେଲ୍ଲୀ ଆସିଛି । ଭାଉଜବି ଆସିଯାଇଥିଲେ ପାଖକୁ ସ୍ନେହକୁ କୁଣ୍ଢେଇ ଗେଲ କରିଥିଲେ ।ତାପରେ ସେ ଆଣିଥିବା ସବୁଜିନିଷ ଏକଏକ କରି ଭାଇଙ୍କୁ ଖୁଆଇଥିଲା ଆଉ ପ୍ରଶଂସା କରିବାକୁ କହିଥିଲା ।କିଛିସମୟପରେ ଆସିଯାଇଥିଲା ଶୁଭମ । ସ୍ନେହା ଓ ଶୁଭମ କୁ ଦେଖି ଭାଇ ଖୁସିରେ କାନ୍ଦି ପକାଇ କହିଥିଲେ ଭଗବାନ ସବୁଠାରୁ ବଡ଼ ଗିପ୍ଟ ଦେଇଛନ୍ତି ତାଙ୍କ ଜନ୍ମଦିନରେ । ମୋ ଛୁଆମାନେ ଆଜି ମୋ ପାଖକୁ ଆସିଛନ୍ତି । ସ୍ନେହା ଶୁଭମ କୁ ପଚାରି ଥିଲା ସବୁକାମ କରିଛୁକିନାହିଁ ।ଶୁଭମ କହିଥିଲା ନାନୀ ସବୁ କରିଛି ଆଉ ଛୁଟି ବି ନେଇକି ଆସିଛି । ଭାଇ ପଚାରିଥିଲେ କେଉଁଥିପାଇ ଛୁଟି । ଶୁଭମ ଭାଇଙ୍କ ହାତକୁ ଗୋଟିଏ ଲଫପା ବଢ଼ାଇ ଦେଇଥିଲା ।ଭାଇ ପଚାରିଥିଲେ ଏଥିରେ କଣ ଅଛି । ସ୍ନେହା କହିଥିଲା ଫ୍ଲାଇଟ ଟିକେଟ ।ଆମେ ଚାରିଜଣ ମିଶିକି ଭାରତ ଭ୍ରମଣ ରେ ଯିବା ।ତୁମେ ଆମପାଇଁ ବହୁତ କିଛି କରିଛ, ଆଜି ଆମ ପାଳି । ରାମ ଭାଇ ଖୁସିରେ ସ୍ନେହା ଓ ଶୁଭମ କୁ କୁଣ୍ଢେଇ ପକେଇଥିଲେ । ସ୍ନେହାର ବହୁତ ଦିନର ମନସ୍କାମନା ପୂର୍ଣ୍ଣ ହୋଇଥିଲା ।


Rate this content
Log in

Similar oriya story from Drama