STORYMIRROR

lLeena Pani

Romance

4  

lLeena Pani

Romance

ପ୍ରେମ କାହାଣୀ ଗୋଟିଏ ରିକ୍ସା ବାଲାର

ପ୍ରେମ କାହାଣୀ ଗୋଟିଏ ରିକ୍ସା ବାଲାର

7 mins
3

ସେଦିନ ମୋ କଲେଜ 1992 ପିଜି ବ୍ୟାଚ ର ଆଲମୁନି  ମିଟ ଥିଲା ।ସମସ୍ତଙ୍କ ପାଖକୁ ପହଞ୍ଚିଥିଲା ମେଲ ଆଉ ମେସେଜ। ଆମ ସମସ୍ତଙ୍କର ଗୋଟିଏ ହୱଟସପ ଗ୍ରୁପ ବି ଥିଲା ।ସେଥିରେ ସମସ୍ତେ କଥା ହୋଇ ପୋଗ୍ରାମ କୁ ଆହୁରି ସୁନ୍ଦର କରିବାପାଇଁ ଚେଷ୍ଟା କରିଥିଲୁ ।ସମସ୍ତେ ସେହିଦିନ ପାଇଁ ଅପେକ୍ଷାରତ ଥିଲେ ।କାରଣ ଦୀର୍ଘ  32 ବର୍ଷ ପରେ ଆମେ ସମସ୍ତେ ପରସ୍ପର କୁ ଦେଖିବାର ସୁଯୋଗ ଥିଲା ।ସେମିତି ଫୋଟ ତ ଦେଖୁଥିଲୁ କିନ୍ତୁ ସାମ୍ନା ରେ ଦେଖିବାର ମଜା କିଛି ଅଲଗା ଥାଏ  ।ମୋର ଘର ଅନୁଗୋଳ ରେ ଥିବା ଯୋଗୁଁ ମୁଁ ଦୁଇ ଦିନ ଆଗରୁ ଆସିଯାଇଥିଲି ଦିଲ୍ଲୀରୁ ।
           ସେଦିନ  ପୋଗ୍ରାମ  ରେ ଆମ ଡ୍ରେସ କୋଡ ଥିଲା ଗାଉନ,ଆଉ ପୁଅ ମାନଙ୍କର ଥିଲା sorry ପୁଅ ନୁହେଁ ପୁରୁଷ  ମାନଙ୍କର ଥିଲା କୁର୍ତା ଓ ଜିନସ ।ଆମେ ଆମର ଡ୍ରେସ ପିନ୍ଧି ରେଡି ହୋଇ  ବାହାରିଥିଲୁ କଲେଜ ଅଭିମୁଖେ ।ମୁଁ ମୋର  ବଡ ଭାଇ ଙ୍କୁ କହିଥିଲି ମୋତେ ଛାଡିଦେବା ପାଇଁ ତାଙ୍କ ଗାଡିରେ ।ଭାଇ ଙ୍କୁ ମୋର  ସବୁ ସାଙ୍ଗ ସାଥି ଜାଣିଥିଲେ ।ସେ ଯେବେ ହଷ୍ଟେଲ ଆସନ୍ତି ମୋତେ ଦେଖାକରିବା ପାଇଁ ,ମୋର ସବୁ ସାଙ୍ଗ ମାନଙ୍କୁ ନେଇ ବୁଲାଇ ମୁଭି ଦେଖାଇ ଛାଡନ୍ତି ହଷ୍ଟେଲ ରେ ।ମୋର ବଡ ଭାଇ ସମସ୍ତଙ୍କର ବଡ ଭାଇ ହୋଇଯାଇଥିଲେ ।
                  ସେଦିନ କଲେଜ ଗେଟ ଆଗରେ ସମସ୍ତେ ମିଶିବାର ଥିଲା ।ତାପରେ କଲେଜ  ବୁଲି , ପ୍ରିନ୍ସିପାଲ ଙ୍କୁ ଦେଖାକରି ସେଠାରୁ  ହୋଟେଲ କୁ ଯିବର ପୋଗ୍ରାମ ଥିଲା ।ଭାଇ ମୋତେ କଲେଜ ର ଗେଟ ପାଖରେ ଛାଡିଥିଲେ ।
ମୁଁ ଯେତେବେଳେ ଗାଡିରୁ ବାହାରକୁ ବାହାରିଲି ମୁଁ ଦେଖିଲି କଲେଜ ଗେଟ ସାଇଟରେ ଗଛ ତଳେ ପଡିଥିବା ବେଞ୍ଚ ରେ ବସିଥିବା ଲୋକ ଟି କୁ ।ଲୋକଟି ଚିହ୍ନା ଚିହ୍ନା  ଲାଗିଥିଲା ।ମୁଁ ଭାଇ ଙ୍କୁ ପଚାରିଥିଲି ଏଇ ସେହି ରିକ୍ସା  ବାଲା କନ୍ଦର୍ପ ? ଭାଇ କହିଥିଲେ ହଁ ସେହିଁ ।ମୁଁ ତାପାଖକୁ ଗଲି ସେ ମୋତେ ଦେଖି ହସିଦେଇଥିଲା ।ଭାଇ ପଛରୁ କହିଥିଲେ ତାକୁ ହଇରାଣ କରିବନି ତାର ମୁଣ୍ଡ ଖରାପ। ମୁଣ୍ଡ ଖରାପ ଶବ୍ଦ ଟା ମୋତେ ଅସ୍ଥିର କରିଦେଇ ଥିଲା ।ମୁଁ ସେହିଜାଗାରେ ସ୍ତବ୍ଧ ହୋଇଯାଇଥିଲି ।କାରଣ ବତିଶ  ବର୍ଷ ପୂର୍ବର କନ୍ଦର୍ପ ଆଉ ଆଜିର କନ୍ଦର୍ପ ଭିତରେ ଆକାଶ ପାତାଳ ଫରକ ଥିଲା ।କିନ୍ତୁ ଆଜିବି ତାର ମୁଁହରେ ଥିଲା ସେହି ହସ ।ସେହିଁ ହସହସ ମୁଁହ ଦେଖି ମୁଁ ଚିହ୍ନି ଥିଲି ।କାହିଁକି ସେ ପାଗଳ ହେଲା ତାହା ଜାଣିବା ପାଇଁ ପଛକୁ ମୋଡି ଦେଖିଲାବେଳକୁ ଭାଇ ଚାଲିଯାଇଥିଲେ ।ଭାଇ ଙ୍କୁ ବି କଣ ଜଣାଥିବ ,ଗୋଟିଏ ରିକ୍ସା ବାଲାର ଖବର କିଏ ରଖେ ।କନ୍ଦର୍ପ ମୋତେ ଦେଖି ହସୁଥିଲା ,ଆଉ ମୋ ଆଖିରୁ ବୋହିଯାଇଥିଲା ଦୁଇଧାର ଲୁହ ।
                ମୋତେ ସେହି ଅତୀତ ର କଥା ମନେ ପଡିଯାଇଥିଲା ।ସେଦିନ ହଷ୍ଟେଲ ରେ ସରସ୍ଵତୀ ପୂଜା ଥିଲା ।ସମସ୍ତେ ନୂଆ ଡ୍ରେସ କିଣିବା ପାଇଁ ମାର୍କେଟ ଯାଉଥିଲେ ମୁଁ ଆଉ ମୋ ସାଙ୍ଗ ସ୍ନେହା ବି ବାହାରିଥିଲୁ ଯିବାପାଇଁ ।ହଷ୍ଟେଲ ବାହାରକୁ ଯାଇ ଦେଖିଲୁ ଗୋଟିଏ ରିକ୍ସା ଅଛି ଆଉ ସେହି ରିକ୍ସା ଥିଲା କନ୍ଦର୍ପ ର ।ସେ ହସିହସି ଆସି ସିଟ କୁ ସଫା କରି କହିଲା ଦିଦି ଆସ ମୁଁ ତୁମକୁ ପୁରା ମାର୍କେଟିଂ କରାଇ ,ଚାଟ ଗୁପଚୁପ ଖୁଆଇ ହଷ୍ଟେଲ ରେ ଆଣି ଛାଡିବି ।କାହିଁକି କେଜାଣି ତାର କଥା ରେ ଭରସା ଥିଲା ।ଆମେ ଖୁସିରେ ବସିଥିଲୁ ତାର ରିକ୍ସା ରେ ।ପୁରା ରାସ୍ତା ସେ ଆମକୁ ମଜା ମଜା କଥା କହି ହସାଇଥିଲା ।ତାର କଥାରେ ଯେତିକି ମଜା ଥିଲା ସେତିକି ଭଲ ସଂନ୍ଦେଶ ବି ଥିଲା ।ଲାଗୁଥିଲା ବିଚରା  ପାଠ ପଢିଥିଲେ ଭଲ ଚାକିରିଟିଏ କରିପାରିଥାନ୍ତା। ତାର ପ୍ରତି ଏକ ଭଲ ମନଭାବ ଜାଗୃତ ହୋଇଥିଲା ।ସେ ହଷ୍ଟେଲ ର ପ୍ରତ୍ୟେକ ଝିଅ ଙ୍କର ବଡ ଭାଇ ପରି ହଷ୍ଟେଲ ବାହାରେ ଠିଆ ହୋଇ ଥାଏ। ପ୍ରତ୍ୟେକ ଝିଅ ଙ୍କୁ ସବୁ ଜାଗାକୁ ନେଇ ଦାଇତ୍ବ ସହ ଆଣି ହଷ୍ଟେଲ ରେ ଛାଡେ ।କନ୍ଦର୍ପ କୁ ଖାଲି ହଷ୍ଟେଲ ର ଝିଅମାନେ ନୁହେଁ ୱାଡନ ମାଡାମ ବି ବହୁତ ଭଲ ପାଆନ୍ତି। ଯିଏ ଯାହା ଘରୁ ଆଣିଥାନ୍ତି ଖାଇବାପାଇ ଆଉ ହଷ୍ଟେଲ ରେ କିଛି ସ୍ପେଶାଲ ଦିନରେ ତାକୁ ଡାକି ଖାଇବାକୁ ଦିଅନ୍ତି। ଏମିତି କନ୍ଦର୍ପ ବି ନିଜକୁ ଅନ୍ୟ ରିକ୍ସା ବାଲା ଠାରୁ ଅଲଗା ଭାବେ ।
               କିଛିଦିନ ହେଲା ହଷ୍ଟେଲ କୁ ଗୋଟିଏ ନୂଆ ଝିଅ  ଆସିଥିଲା ।ତାର ବାପା ତାକୁ ହଷ୍ଟେଲ ରେ ଛାଡିବା ପରେ ତାକୁ କଲେଜ ରୁ ହଷ୍ଟେଲ ନବା ଆଣିବା ପାଇଁ ଗୋଟିଏ ଭଡାରିକ୍ସା କରିବା ପାଇଁ ଚାହୁଁଥିଲେ ।ହଷ୍ଟେଲ ଆଗରେ ଠିଆ ହେଉଥିବା ରିକ୍ସାବାଲା ଙ୍କ ଭିତରେ କନ୍ଦର୍ପ ନାଁ ଆଗରେ ଥିଲା ।ୱାଡନ କନ୍ଦର୍ପ କୁ ଡାକି ସେହି ଝିଅ ର ବାପା ସହିତ  କଥା କରେଇ ଦେଇଥିଲେ ।କନ୍ଦର୍ପ ର କଥାବାର୍ତ୍ତ ରେ ସେ ସନ୍ତୁଷ୍ଟ ହୋଇ ତାକୁ ଆଡଭାନ୍ସ ଦେଇ ଚାଲିଯାଇ ଥିଲେ ।
                ତାପରଦିନ ଆମେ କଲେଜ ଯିବା ବେଳକୁ ୱାଡନ ଆସି କହିଥିଲେ ,ଏହି ଝିଅ ବନ୍ଦନା ତୁମ ବ୍ୟାଚ ରେ ନୂଆ ଆସିଛି ।ତାକୁ ତୁମ ସାଥିରେ କଲେଜ କୁ ନିଅ ।ମୁଁ ଓ ସାଙ୍ଗ ସ୍ନେହା ବନ୍ଦନା କୁ ଦେଖୁଥିଲୁ ।ଝିଅ ଟି ତାର ନାଁ ଭଳି ଶାନ୍ତ ଓ ସୁନ୍ଦର ଥିଲା ।ସେ ମୋତେ ଦେଖି ଟିକିଏ ହସି କହିଥିଲା ,ମୁଁତୁମ ସାଥିରେ କଲେଜ ଯାଇପାରେ କି ? କିନ୍ତୁ  ମୋ ରିକ୍ସା ରେ ତୁମକୁ ଯିବାକୁ ପଡିବ। କଲେଜ ସେମିତି ବେଶି ଦୂର ନଥିଲା ।କିନ୍ତୁ ବନ୍ଦନା କୁ ମନା କରିପାରିନଥିଲୁ ।କିଛିଦିନ ଆମେ ସାଥିରେ ଯାଇଥିଲୁ ।ତାପରେ ସେ ତାର କ୍ଲାସ ଅନୁସାରେ ଯାଏ ଆଉ ଆମେ ଆମ କ୍ଲାସ ଅନୁସାରେ ଯାଉ ।
                  ମୁଁ କେବେକେବେ ବନ୍ଦନା ସାଥିରେ ଗଲେ  ଦେଖେ କନ୍ଦର୍ପ ର ଖୁସିର ସୀମା ନଥାଏ। ବନ୍ଦନା କୁ ଦେଖିଲେ କନ୍ଦର୍ପ ଯେପରି ଅଲଗା ଦୂନିଆ କୁ ଚାଲିଯାଏ। କିନ୍ତୁ ବନ୍ଦନା ସମସ୍ତଙ୍କ ସାଥିରେ ଯେମିତି କଥା କୁହେ କନ୍ଦର୍ପ ସାଥିରେ ବି ସେମିତି କଥା ହୁଏ। କିନ୍ତୁ କନ୍ଦର୍ପ କଣ ଭାବେ ସେ ଜାଣେ ।ମୁଁ ସବୁବେଳେ ନୋଟିସ କରେ , କିନ୍ତୁ କିଛି କହିପାରେନି ।ସେ ଯେବେ ବନ୍ଦନା କୁ ଦେଖେ ତାର ମୁହଁରେ ଯେଉ ହସ ଆଉ ତାର ଆଖିର ନଜର ଥାଏ ମୋତେ ଭଲ ଲାଗେନି ।ମୁଁ ପୁଣି ଭାବେ କେହିବି ପୁରୁଷ ବନ୍ଦନା କୁ ଦେଖିଲେ ମନରେ ପ୍ରେମ ଭାବନା ଆସିବା ସୁନିଶ୍ଚିତ। କନ୍ଦର୍ପ ରିକ୍ସାବାଲା ହେଲେ ବି ସେ ବି ଗୋଟିଏ ପୁରୁଷ। ଦେଖିବା ଖୁସିହେବା ଯାଏ ସବୁ ଠିକ। ଆଗକୁ କିଛି କଲେ ମୁଁ କହିବି ବୋଲି ମୁଁ ନିଶ୍ଚିତ କଲି ।ଏମିତି  ବିତି ଯାଇଥିଲା କିଛିମାସ। କନ୍ଦର୍ପ କେବେକେବେ ତାର ରିକ୍ସା ରେ କାହାକୁ ବସାଏ ନାହିଁ ବନ୍ଦନା କୁ ହିଁ ଅପେକ୍ଷା କରିଥାଏ। ତାର ରୋଜଗାର ରେ କ୍ଷତି ହେଲେବି ସେ ଖାତିର କରେନି ।ଆମେ ସାଙ୍ଗମାନେ ମିଶି ବନ୍ଦନା କୁ ଚିଡାଉ କି (ତୁଝେ ଦେଖକର କନ୍ଦର୍ପ ପାଗଲ ହୋଗୟା)।
              ଏମିତି ଦୁଇଟି ସେମିସ୍ଟାର ସାରି ସମସ୍ତେ ନିଜ  ନିଜ ଘରକୁ ଯାଉଥିଲେ ।କନ୍ଦର୍ପ ବି ବନ୍ଦନା କୁ ଛାଡିଆସିଥିଲା ଷ୍ଟେସନ ରେ ।ଯେବେ କଲେଜ ଖୋଲିଲା ସମସ୍ତେ ଆସିଥିଲେ କିନ୍ତୁ ବନ୍ଦନା ଆସିନଥିଲା ।କନ୍ଦର୍ପ ରୋଜ ସକାଳୁ ଯାଇ ଠିଆ ହୋଇଥାଏ ଷ୍ଟେସନ ରେ ।ସେ କୌଣସି ପାସେଞ୍ଜର କୁ ରିକ୍ସା ରେ ବସାଏ ନାହିଁ ।ପୁରାଦିନ ଅପେକ୍ଷା କରି ଘରକୁ ଫେରେ ,ହଷ୍ଟେଲ ବି ଆସେନି ।ସବୁ ଝିଅମାନେ ଭାବୁଥିଲେ କନ୍ଦର୍ପ ଗଲା କୁଆଡେ ।ତାର ଦେହପା ଠିକ ଅଛିତ ?କିନ୍ତୁ ତାର ଦେହତ ଠିକ ଥିଲା କିନ୍ତୁ ଭଲ ନଥିଲା ତାର ମନ ।ଗୋଟିଏ ସପ୍ତାହ ପରେ ବନ୍ଦନା କୁ ଷ୍ଟେସନ ରୁ ଆଣି ହଷ୍ଟେଲ ରେ ଛାଡିଥିଲା ।କନ୍ଦର୍ପ ର ଖୁସି କହିଲେ ନସରେ ।ସେ ଅତି ଖୁସି ରେ ବନ୍ଦନା ର ସବୁ ଜିନିଷପତ୍ର ଆଣି ହଷ୍ଟେଲ ଭିତରେ ରଖିଥିଲା ।ବନ୍ଦନା ତା ପାଇ ଗୋଟିଏ ଟିସାର୍ଟ ଆଉ ମିଠାଇ ଆଣିଥିଲା ।ବନ୍ଦନା ଠାରୁ ସେସବୁ ନେଇ ନାଚି ନାଚି ଚାଲିଯାଇଥିଲା ।
               ଆମେ କନ୍ଦର୍ପ ରିକ୍ସା ରେ କେବେ ଗଲେ ତା ସାଥିରେ ଫ୍ଲଟ କରୁ ।ତାକୁ କହୁ ତୁ କେବେ ବାହାହେବୁ,ତୋତେ କେମିତି ଝିଅ ଦରକାର। ବନ୍ଦନା ପରି ହେଲେ ଚଳିବ ।ସେ ବି ମନେ ମନେ ଖୁସି ହୋଇ କହେ ତୁମ ସମସ୍ତଙ୍କର ବାହାଘର ସରିଲେ ମୁଁ ବାହାହେବି। ଏମିତି ଦୁଇ ବର୍ଷ  ବିତିଯାଇଥିଲା ଜଣା ପଡ଼ିନଥିଲା। ପରୀକ୍ଷା ସାରି ସମସ୍ତେ ଘରକୁ ଯିବାପାଇ ବ୍ୟସ୍ତ ଥିଲେ ।ସେଦିନ କନ୍ଦର୍ପ ବନ୍ଦନା ଦେଇଥିବା ଟିସାର୍ଟ ଟି ପିନ୍ଧି ନିଜ ରିକ୍ସା କୁ ସୁନ୍ଦର ଭାବେ ସଜାଇ ହଷ୍ଟେଲ ଆଗରେ ଠିଆ ହୋଇଥାଏ। ବନ୍ଦନା ସାଥିରେ ସ୍ନେହା ଓ ମୁଁ ବି ବସିଥିଲୁ କନ୍ଦର୍ପ ରିକ୍ସା ରେ ।ସମସ୍ତଙ୍କୁ ନେଇ ଷ୍ଟେସନ ରେ ଛାଡିଥିଲା ।ଆମେ ସମସ୍ତେ ସମସ୍ତଙ୍କୁ କୁଣ୍ଢାଇ କାନ୍ଦିଥିଲୁ। କିନ୍ତୁ କନ୍ଦର୍ପ କୁ ଦେଖି ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ ।ସେ ରିକ୍ସା କୁ ରଖି ତାର ପକେଟରୁ କିଛି ଗୋଲାପର ପାଖୁଡା କୁ ଆଣି ବନ୍ଦନା ର ପାଦ ଉପରେ ରଖିଥିଲା ।ସେ ସେଠାରେ ଆଣ୍ଠୁମାଡ଼ି ବସି ବନ୍ଦନା ର ପାଦକୁ ଚୁମା ଦେଇଥିଲା ।ବନ୍ଦନା କୁ ଏସବୁ ଭଲ ଲାଗିନଥିଲା ।କିନ୍ତୁ ସବୁଦିନ ପାଇଁ ଏହି ଜାଗା ଛାଡି ଯାଉଥିବାରୁ ସେ କାହାକୁ କିଛି ନକହି ବିରକ୍ତ ହୋଇ ଚାଲିଯାଇଥିଲା ଷ୍ଟେସନ ଭିତରକୁ ।ଆମେ କଣ କହିବୁ କିଛି ଭାବି ପାରିନଥିଲୁ। କନ୍ଦର୍ପ ପୁରା ଦୁଃଖ ମନରେ ଆଖିରୁ ଲୁହ ପୋଛି ରିକ୍ସା ଧରି ଚାଲିଯାଇଥିଲା ସେହି ଜାଗାରୁ ।
                     ଏହି ଅନୁଗୁଳ କୁ ମୁଁ ଆଗରୁ ବହୁତ ଥର ଆସିଛି ଦିଲ୍ଲୀ ରୁ କାରଣ ମୋର ବାପାମାଆ, ଭାଇଭାଉଜ ସମସ୍ତେ ଏଠାରେ ରୁହନ୍ତି  ।କେତେଥର ଏହି ହଷ୍ଟେଲ ଆଗ ରାସ୍ତାରେ ଯିବାଆସିବା କରିଛି କିନ୍ତୁ  ଥରଟିଏ ବି କନ୍ଦର୍ପ କୁ ଦେଖିନି ।ତାର କଥାବି ଭୂଲି ଯାଇଥିଲି ।ଆଜି ଅଚାନକ ତାକୁ ଦେଖି ସବୁ ମନେ ପଡିଯାଇଥିଲା ।ଦିନେ ସେ ସମସ୍ତଙ୍କୁ ହସାଉଥିଲା ନିଜେ ବି ସବୁବେଳେ ହସୁ ଥିଲା ।ଆଜି ଭଗବାନ ତାକୁ ଏମିତି କାହିଁକି କଲେ ।
            ଏହି ସମୟ ଭିତରେ ସବୁ ସାଙ୍ଗ ମାନେ ଏକାଠି ହୋଇଯାଇଥିଲେ ।ସମସ୍ତେ ମିଶି କଲେଜରେ ବୁଲାବୁଲି କରି ପ୍ରିନ୍ସିପାଲ ଙ୍କ ସାଥିରେ ଦେଖା କରିଥିଲୁ ।ବହୁତ ଦିନ ପରେ ସମସ୍ତେ ସମସ୍ତଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲୁ ।ଚେହେରା ସମସ୍ତଙ୍କର ପୁରା ବଦଳି ଯାଇଥିଲା ।ବନ୍ଦନା  ବି ସେମିତି ଥିଲା କିନ୍ତୁ  ବୟସ ଯୋଗୁଁ ଟିକିଏ ମୋଟା ହୋଇଯାଇଥିଲା ।ମୁଁ ତା ପାଖକୁ ଯାଇ ଧିରେ ସେ ପଚାରିଥିଲି ଚିହ୍ନିପାରିଲୁ? ବନ୍ଦନା ଆଖିରେ ଲୁହ ଆସିଯାଇଥିଲା। କଲେଜରେ ବୁଲାବୁଲି କରି ଫେରିଲା ବେଳକୁ ଗେଟ ପାଖରେ ଠିଆ ହୋଇଥିଲା କନ୍ଦର୍ପ। ଲାଗୁଥିଲା ଯେପରି ସେ ବର୍ଷ ବର୍ଷର ଅପେକ୍ଷାରତ। ସେ ତଳୁ କିଛି ଫୁଲପତ୍ର ଉଠାଇ ରାସ୍ତାରେ ପକାଉଥିଲା ।ସେ ବୋଧେ ଭାବୁଥିଲା ତାର ପ୍ରେମିକ ର ପାଦଏହି ଫୁଲଉପରେ ପଡୁ ।ସେ ସେଠି ଠିଆହୋଇ ଆମ ସମସ୍ତଙ୍କୁ ବଲବଲ କରି ଅନାଉଥିଲା ।ଆମେ ସମସ୍ତେ  ଚୁପଚାପ ଗାଡିରେ ବସି ଚାଲିଯାଇଥିଲୁ ଦୁର୍ଗା ହୋଟେଲ।
                 ଦୁର୍ଗା ହୋଟେଲ ରେ ସବୁ ବ୍ୟବସ୍ଥା ହୋଇଥିଲା ।ସେଠାରେ ସମସ୍ତେ ନିଜ ନିଜର ଅନୁଭୁତି,ଉପଲ୍ଲବଧି କୁ ଜୋରସୋର ରେ କହୁଥିଲେ ।ସମସ୍ତେ ଖୁସିରେ ହସୁଥିଲେ ତାଳି ମାରୁଥିଲେ ।ମୁଁ କିନ୍ତୁ ଭୂଲି ପାରୁନଥିଲି କନ୍ଦର୍ପ ର ଆଖି ଦୁଇଟିକୁ ।ତାର ଆଖିରେ ଯେପରି ଭରିରହିଥିଲା ଅହେତୁକ ଦୁଃଖ। ଏହି ବତିଶ ବର୍ଷ ଭିତରେ ସେ ସବୁକିଛି ଭୁଲିଯାଇଛି କିନ୍ତୁ  ଭୁଲିନି ଏହି କଲେଜ ର ଗେଟକୁ ।ମୁଣ୍ଡ ଖରାପ ହେବା ପରେବି ସେ ଜାଣିଥିଲା ଏହି କଲେଜ ରେ ତାର କେହି ଅତି ଆପଣାର ଥିଲା ।ପୋଗ୍ରାମ ସରିଲା ପରେ ସମସ୍ତେ ଖିଆପିଆ କରି ବିଦାୟ ନେଇଥିଲେ ।ବନ୍ଦନା ବି ଚାଲିଯାଇଥିଲା ତାର କାରରେ ।ଭାଇ ଗାଡି ଧରି ଆସିଥିଲେ ।ଭାଇ ଙ୍କୁ ମୁଁ କହିଥିଲି ଗୋଟିଏ କାମ କରି ଘରକୁ ଯିବା ।ତାପରେ ମୁଁ ଓ ମୋର ଭାଇ କନ୍ଦର୍ପ କୁ ନେଇ ଆମ ଚିହ୍ନା ଡାକ୍ତର ଆଶୁତୋଷ ଙ୍କ ପାଖକୁ ଗଲୁ ।କନ୍ଦର୍ପ ଚୁପଚାପ ବସି ମୋତେ ଖାଲି ଦେଖୁଥାଏ। ମୁଁ ଡକ୍ଟର ଙ୍କୁ ସବୁକଥା କହିଥିଲି ।ସେ ହସି କହିଥିଲେ ତାର ଅତୀତ ଫେରାଇ ଆଣି ପାରିବ। ତାକୁ ମେଡିସିନ ଖୁଆଇ ପାରିବ। ମୁଁ ମୁଣ୍ଡ ହଲାଇ ମନା କରିଥିଲି ।ନଚେତ ଯଦି ପାରିବ ତାକୁ କୌଣସି ମେଣ୍ଟାଲ ହସ୍ପିଟାଲ ରେ ଭର୍ତି କରିଦିଅ। କିନ୍ତୁ ମୋତେ ମେଣ୍ଟାଲ ହସ୍ପିଟାଲ କଥା ଶୁଣି ଭଲ ଲାଗିନଥିଲା ।କାହିଁକି ସେ ବନ୍ଦି ହୋଇ ରହିବ ।ଏଠାରେ ସେ ତାର  ଅତୀତ କୁ ନେଇ ବଞ୍ଚିଛି।  ତାକୁ ଭଗବାନ ଖୁସିରେ ରଖନ୍ତୁ ଭାବି ତାକୁ ତାର ରାସ୍ତାରେ ଛାଡି ଏକ ଉଦାସ ମନରେ ଘର କୁ ଫେରିଥିଲେ ।







Rate this content
Log in

Similar oriya story from Romance