lLeena Pani

Drama

4  

lLeena Pani

Drama

ଜୀବନର ନୂତନ ଅଧ୍ୟାୟ

ଜୀବନର ନୂତନ ଅଧ୍ୟାୟ

5 mins
299


ଆଜି ଅନୁସୂୟାଙ୍କୁ ଜମା ଭଲ ଲାଗୁନଥିଲା ।କେଜାଣି କାହିଁକି ସେ ଅସୁସ୍ଥ ଅନୁଭବ କରୁଥିଲେ ।ସେ ରୁମ କୁ ଆସି ବ୍ଲଡ଼ପ୍ରେସର ଚେକ କରିଥିଲେ ।କିନ୍ତୁ ପ୍ରେସର ନର୍ମାଲ ଥିଲା । ସେ ପ୍ରଥମ ଥର ପାଇଁ ଏକୁଟିଆ ଏତେଦୂର ଆସିଛନ୍ତି ।କେଉଁଠିକି ବି ଗଲେ ଅନୁଜ ସାଥିରେ ଥାନ୍ତି ।ଅନୁଜ ଚାଲିଗଲା ପରେ ସେ ପୁଅ ବୋହୂ ଙ୍କ ସାଥିରେ ଆମେରିକା ଆସିଛନ୍ତି ।ଏଠି ତାଙ୍କୁ ଭଲ ଲାଗୁନି ,ସେ କଣ କରିବେ ।ଏଠାରେ ସବୁ କିଛି ନୂଆ । ତାର ମନେ ଅଛି ସେ ବାହାଘର ହୋଇ ଅନୁଜଙ୍କ ସାଥିରେ ତାଙ୍କ ଚାକିରୀ ଜାଗା କୁ ଯାଇଥିଲେ ।ସେଠାରେ ତାଙ୍କ ପାଇଁ ସବୁ ନୂଆ ଥିଲା ।କିନ୍ତୁ ସେଦିନ ଆଉ ଆଜି ଭିତରେ ଆକାଶ ପାତାଳ ଫରକ ।ତାର ମନର ମଣିଷ ସବୁବେଳେ ତା ପାଖରେ ଥିଲେ ।ଆଜି ସମସ୍ତେ ବ୍ୟସ୍ତ ନିଜ କାମରେ ।କାହାରି ପାଖେ ସମୟ ନାହିଁ ତାଙ୍କ ପାଖରେ ବସି ସୁଖଦୁଃଖ ହେବାପାଇଁ ।ସକାଳୁ ପୁଅ ବହୁ ନାତି ସବୁ ନିଜ କାମରେ ଚାଲିଯାନ୍ତି ଖାଲି ରହିଥାଏ ଶିମ୍ବା ।ସେ ସବୁବେଳେ ଆଗପଛ ହେଉଥାଏ ।ତାକୁଟିକିଏ ଆଉଁସି ଦେଲେ ସେ ଖୁସି ହୋଇଯାଏ ।


ଅନୁସୂୟା ଶିମ୍ବା ସାଥିରେ ବସି କଥା ହୁଅନ୍ତି ,ତାକୁ ବୁଲେଇ ନିଅନ୍ତି ।କିନ୍ତୁ ଆଜି ତାଙ୍କର କୌଣସି ଥିରେ ମନ ଲାଗୁନଥିଲା ।ଅନୁସୂୟା ଙ୍କୁ ଆଜି ଅନୁଜ ବହୁତ ମନେ ପଡୁଥିଲେ ।ତାଙ୍କୁ ଲାଗୁଥିଲା ଯେପରି ଅନୁଜ କହୁଁଛନ୍ତି ଯେ ତୁମେ ଅନୁସୂୟା ଓଡ଼ିଶା ଚାଲିଆସ ।ଅନୁସୂୟା ଭାବୁଥିଲେ ତାଙ୍କ ଜୀବନର ତିରିଶ ବର୍ଷ ସେ ଅନୁଜ ସାଥିରେ କାଟିଛନ୍ତି ।ଅନୁଜ ଙ୍କର ଅଫିସ ସମୟ କୁ ଛାଡିଦେଲେ ଆଉ ବାକି ସମୟ ସବୁବେଳେ ଅନୁସୂୟା ସାଥିରେ ଥାନ୍ତି ।ପ୍ରତ୍ୟେକ କାମରେ ସେ ସାହାଯ୍ୟ କରନ୍ତି ।ତାଙ୍କର ଅନୁସୂୟା ପ୍ରତି ଥିଲା ଅହେତୁକ ଦୁର୍ବଳତା ।ଅନୁଜ ଯେବେ ଏହିବିଷୟରେ କହନ୍ତି ଅନୁସୂୟା ତାକୁ ମଜାକ ରେ ଉଡାଇଦିଅନ୍ତି ।ଆଜି ତାଙ୍କର କାନ ଏହି କଥା ଶୁଣିବାକୁ ବ୍ୟାକୁଳ ।କିନ୍ତୁ ଆଜି ଅନୁଜ ନାହାନ୍ତି ଏହି ପ୍ରେମ ଭରା କଥା କହିବା ପାଇଁ ।ଅନୁସୂୟା କେବେ ଭାବିନଥିଲେ ଏମିତି ଜୀବନର ଅଧାରାସ୍ତା ରେ ଅନୁଜ ତାଙ୍କୁ ଛାଡିଚାଲି ଯିବେ ବୋଲି ।କହିବାକୁ ଗଲେ ଅନୁସୂୟା ଙ୍କୁ ଅନୁଜ ଙ୍କର ଅଭ୍ୟାସ ପଡିଯାଇଥିଲା ।ତେଣୁ ସେ ସବୁଠାରେ ତାଙ୍କର ଉପସ୍ଥିତ ଚାହୁଁଥିଲେ ।ସେ ନିଜ ମନକୁ ବୁଝାଇ ପାରୁନଥିଲେ ।


ଅନୁସୂୟା ଙ୍କର ମନେପଡୁଥିଲା ଦିନେ ଅନୁଜ ପଛରେ ପଡ଼ିଥିଲେ ଚାଲ ଗୋଆ ଯାଇ କିଛିଦିନ ଏଂଜୟ କରିଆସିବା ।କିନ୍ତୁ ଅନୁସୂୟାଙ୍କର ସ୍କୁଲ କାମ ବହୁତ ଥିବା ଯୋଗୁଁ ଯିବାପାଇଁ ମନନଥିଲା ।ସେ ଅନୁଜ ଙ୍କ କଥାକୁ ଶୁଣିନଥିଲେ ।ଆଜି ସେ ଭାବୁଥିଲେ ଅନୁଜ ଙ୍କ ସାଥିରେ କିଛିଦିନ ରହି ଆସିଥିଲେ କେତେ ଭଲହୋଇଥାନ୍ତା ।ଅନୁଜ ସବୁବେଳେ କହନ୍ତି ଜୀବନରେ କେତେବେଳେ କଣ ଘଟିବ କିଛି ଜଣାନାହିଁ ,ତେଣୁ ପ୍ରତ୍ୟେକ ମୁହୂର୍ତ୍ତ କୁ ଏଂଜୟ କରିବା ଶିଖ ଅନୁସୂୟା ।ଅନୁଜ ସବୁବେଳେ ସ୍ଵପ୍ନରେ ଉଡ଼ିବୁଲନ୍ତି ,କିନ୍ତୁ ଅନୁସୂୟା ହାତେ ମାପି ଚାଖଣ୍ଡେ ଚାଲନ୍ତି ।


ଅନୁସୂୟା ବହୁତ ଚେଷ୍ଟା କରୁଥିଲେ ନିଜ ମନକୁ ବୁଝାଇବା ପାଇଁ ।କିନ୍ତୁ ଅନୁଜ ବେଶି ମନେ ପଡୁଥିଲେ ।ପୁଅ ପାଠପଢା ସାରି ବାହାରକୁ ଯିବାପରେ ସେମାନେ ଦୁଇଜଣ ଏକୁଟିଆ ହୋଇଯାଇଥିଲେ ।ଅନୁଜ ସବୁବେଳେ କହିବେ ବ୍ୟସ୍ତ ହୁଅନି ମୁଁ ତୁମ ସାଥିରେ ସବୁବେଳେ ଥିବି ।ସେଦିନ ରବିବାର ଥିବା ଯୋଗୁଁ ଅନୁସୂୟା ଡେରି ରେ ଉଠିଥିଲେ ।ଆଉ ଅନୁଜ ସବୁଦିନ ପରି ଦୁଇ କପ ଚା ଧରି ଆସି ଅନୁସୂୟା କୁ ଉଠାଇଥିଲେ ।ଅନୁସୂୟା କୁ ଭି ଭଲ ଲାଗେ ଅନୁଜ ଙ୍କ ହାତର ଚା ।କିନ୍ତୁ ଆଜି ଅନୁଜ ଙ୍କର ମୁଡ କିଛି ଅଲଗା ଥିଲା ।ସେ ବହୁତ ରୋମାଣ୍ଟିକ ଲାଗୁଥିଲେ ।ଅନୁସୂୟା ଙ୍କର ହଠାତ ମନେପଡ଼ିଲା ଆଜି ତାଙ୍କର ପଚିଶ ତମ ଆନିଭରସରି ।ସେ ଜାଣିଥିଲେ ଅନୁଜ କେବେ ଭୁଲି ନଥିବେ ।ତେଣୁ ସେ ଅନୁଜ ଙ୍କୁ କୁଣ୍ଢାଇ ଗେଲ କରି ଗିଁଫ୍ଟ ପାଇଁ ହାତ ଆଗକୁ କରିଥିଲେ ।ଅନୁଜ ବି ଗୋଟେ ସୁନ୍ଦର ହାର ର ସେଟ ଆଣିଥିଲେ ।ଏତେ ସୁନ୍ଦର ଉପହାର ପାଇଲେ କେହି ବି ଖୁସି ହୋଇଯିବ ।ଖାଲି ସେତିକି ନୁହେଁ ଅନୁଜ କହିଥିଲେ ଆଜି ତୁମେ କୌଣସି କାମ କରିବନି ।ଆଜି ଗୋଟିଏ ଦିନ ମୁଁ ତୁମକୁ ରାଣୀ ପରି ରଖିବି ।ସତରେ ଗୋଟିଏ ସ୍ତ୍ରୀ ପାଇଁ ଆଉ ଅଧିକା କଣ ଦରକାର ।ଅନୁସୂୟା ମନେମନେ ଭାଗବନଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ ଅନୁଜ ଙ୍କ ପରି ସ୍ୱାମୀ ପାଇଥିବା ଯୋଗୁ ।ଜଣେ ନାରୀ ମନମୁତାବକ ସ୍ୱାମୀ ପାଇଲେ ସେ ଧନ୍ୟ ହୋଇଯାଏ ।ଅନୁଜ କେବେକେବେ ହଜିଯାଆନ୍ତି ତାଙ୍କ ଭାବନାରେ ।ସେ ଯେବେ ପଚାରେ କଣ ଭାବୁଛ ,ସେ କଥାକୁ ବୁଲାଇ ଦେଇ କହନ୍ତି ମୁଁ ତୁମକୁ ଦେଖିଲେ ସବୁ କିଛି ଭୁଲିଯାଏ ।


ସେଦିନ ଅନୁଜ ଘରକୁ ଫେରିଲା ବେଳକୁ ଦିନ ନଅଟା ।ଅନୁସୂୟା ପାଖରେ ବି ସମୟ ନଥିଲା,ସେ ସ୍କୁଲ ଯିବାପାଇଁ ବ୍ୟସ୍ତ ଥିଲେ ।ଅନୁଜ କିଛି କହିବାକୁ ଚାହୁଁଥିଲେ ,କିନ୍ତୁ ଅନୁସୂୟା ଙ୍କ ପାଖରେ ସମୟ ନଥିଲା ।ସେ ଅନୁଜଙ୍କୁ ରାଗରେ ଅନାଇ କହିଥିଲେ ତୁମେ ଅଫିସ ଜୀବନିକି ? ଅନୁଜ ଉତ୍ତର ଦେଇନଥିଲେ ।ତାହା ଥିଲା ଅନୁଜଙ୍କ ସାଥିରେ ଶେଷ ଦେଖା ଓ କଥା ।

ଅନୁସୂୟା ଙ୍କୁ ସେଦିନ କଥା ବାରବାର ମନେ ପଡ଼ୁଥିଲା ।ସେ ଯଦି ଟିକିଏ ସମୟ ଅନୁଜ ଙ୍କୁ ଦେଇଥାନ୍ତେ ,ଆଜି ଏତେ ଅନୁତାପ କରିନଥାନ୍ତେ ।ଅନୁସୂୟା ଙ୍କ ଆଖିରୁ ଲୁହ ବହିଚାଲିଥାଏ ।ଏହିସମୟରେ ଶୁଭମ ଆସି କହିଲା ମାମା ତୁମକୁ କେତେଥର କହିଛି ଯେ ଏମିତି ଏକୁଟିଆ ବସିରହିବନି ।ମାମା ଟିଭି ଦେଖ ,କିଛି ପଢ଼ ନୋଚେତ କୁଆଡୁ ବୁଲିକି ଆସ ।ଅନୁସୂୟା ସବୁ ଶୁଣି ଚୁପ ରହିଲେ ଆଉ କହିଲେ ପୁଅ ମୋ ପାଇଁ ଭୁବନେଶ୍ବର ଯିବାପାଇଁ ଟିକଟ ଟେ କରିଦେ ।ଶୁଭମ ତା ମାମା କୁ ମନା କରିବାକୁ ସାହସକରିପାରି ନଥିଲା ।କାରଣ ସେ ତାର ମାମାକୁ ସମୟ ଦେଇପାରୁନଥିଲା ।ତେଣୁ ସେ ତାର ମାମା ର କୋଳରେ ମୁଣ୍ଡ ଦେଇସୋଇରହିଥିଲା ।ଅନୁସୂୟା କହିଥିଲେ ତୁ ଜମା ବ୍ୟସ୍ତ ହଅନି ମୁଁ ଭୁବନେଶ୍ୱର ରେ ନିଜକୁ ବ୍ୟସ୍ତ ରଖିପାରିବି ଓ ନିଜେ ଖୁସିରେ ରହିବାକୁ ଚେଷ୍ଟା କରିବି ।ଅନୁସୂୟା ନିଜଘରକୁ ଯିବାପାଇଁ ଉତ୍ସାହିତ ନଥିଲେ ।ସେ ଭଲ ଭାବରେ ଜାଣିଥିଲେ ଏକୁଟିଆ ରହିବା କେତେ କଷ୍ଟ ଦାୟକ ।


ସେ ଯାହାବିହେଉ ଅନୁସୂୟା ଫେରିଆସିଥିଲେ ।ତାକୁ ଲାଗୁଥିଲା ଯେପରି ଅନୁଜ ସବୁବେଳେ ତା ସାଙ୍ଗେ ସାଙ୍ଗେ ଅଛନ୍ତି । ତାଂକଘରେ କାମକରୁଥିବା ଚମ୍ପା କୁ ଖବର ଦେଇଥିଲେ ଆସିବାକୁ ।ସେ ଆସି ଅନୁଜ ଙ୍କୁ ମନେ ପକାଇ ବହୁତ କାନ୍ଦିଥିଲା ।କାରଣ ଅନୁଜ ଚମ୍ପା କୁ ବି ବହୁତ ସାହାଯ୍ୟ କରିଛନ୍ତି ।ସେ ଦୁଇ ଜଣ ମିସି ଅନୁଜ ଙ୍କୁ ମନେପକାଇବା ସହ ଘର ସଫା କରିଥିଲେ ।

ଅନୁସୂୟା ସକାଳୁ ଉଠି ଚା ପିଇ ଭାବୁଥିଲେ କଣ କରିବି,ପୁଣି ଥରେ ସ୍କୁଲ ଜଏନ କରିବିକି ?ମନ ନଥିଲା ସ୍କୁଲ ଯିବାପାଇଁ ।କାରଣ ଯେଉଁ ସ୍କୁଲ ପାଇଁ ସେ ଅନୁଜ ଙ୍କୁ ସମୟ ଦେଇପାରି ନାହାଁନ୍ତି ।ସେଦିନ ସେ ଜଲଦି ରେ ସ୍କୁଲ ଯିବାପରେ ଅନୁଜ ତାଙ୍କ ଅଫିସ କୁ ଡେରି ହେଉଥିବା ଯୋଗୁ ସ୍କୁଟି ନେଇ ବାହାରି ଯାଇଥିଲେ ।ଅନୁସୂୟା ସବୁବେଳେ ମନା କରନ୍ତି ସ୍କୁଟିରେ ଯିବାପାଇଁ ।ସେ ଯେବେବି ସ୍କୁଟି ଚାବି ଧରନ୍ତି ସେ ସ୍କୁଟିଚାବି ନେଇ ଗାଡି ଚାବି ଧରେଇଦିଅନ୍ତି ।ଅନୁସୂୟା ନିଜ ମନ କୁ ବୁଝାଉଁ ଥିଲେ ଯାହାଭାଗ୍ୟରେ ଥିବ ,ତାହା ହେବ ।ଏହିସମୟରେ ଚମ୍ପା ଆସି ପହଞ୍ଚିଥିଲା ।ସେ କାମ କରିବା ପୂର୍ବରୁ କିଛିସମୟ ବଲବଲ ହୁଏ ।ଆଜି ଅନୁସୂୟା ତାର କଥା ଶୁଣୁଥାନ୍ତି ।ଆଗରୁ ଅନୁସୂୟା ବିରକ୍ତ ହୁଅନ୍ତି ଚମ୍ପା କଥା ଶୁଣି ,ଆଉ ଅନୁଜ ବସି ରହି ଚମ୍ପା ର ସବୁକଥା ଶୁଣନ୍ତି ।


ଚମ୍ପା କହିଲା ଦିଦି ଆମ ସାହିରେ ନୂଆ ମିଉଜିକ ସ୍କୁଲ ଟିଏ ଖୋଲିଛି ,ମୋତେ ସେଠାରେ କାମ ମିଳିଛି ।ଅନୁସୂୟା ଙ୍କ କାନରେ ମ୍ୟୁଜିକ ଶବ୍ଦ ଟା ପଡିଥିଲା ।ସେ ମନେମନେ ଭାବିଥିଲେ ଜୀବନ ରେ ପୁଣି ଥରେ କେଉଁଠାରୁ ତ ଆରମ୍ଭ କରିବାକୁ ପଡିବ ।ତେଣୁ ଯେଉଁ ବିଷୟରେ କୌଣସି ଜ୍ଞାନ ନାହିଁ ସେଇଟାହି ଶିଖିବା ଭଲ ।ଅନୁସୂୟା କାମ ସାରି ଚମ୍ପା ଠାରୁ ଠିକଣା ନେଇ ସେହି ସ୍କୁଲ ଅଭିମୁଖେ ଚାଲିଥିଲେ ।


ସ୍କୁଲରେ ପହଞ୍ଚି ଅନୁସୂୟା ଙ୍କୁ ଖୁସି ଅନୁଭବ ହେଉଥିଲା ।ତାଙ୍କର ମନେ ଅଛି ଥରେ ଅନୁଜ ବହୁତ ଜିଦ କରିଥିଲେ ଦୁଇଜଣ ମିଶି ଗିଟାର ଶିଖିବା ପାଇଁ ।କିନ୍ତୁ ଅନୁସୂୟା ଅନୁଜଙ୍କ କଥାକୁ ହସରେ ଉଡାଇ ଦେଇଥିଲେ ।ତେଣୁ ଅନୁଜ ଭାବିଥିଲେ ଦିନେ ସେ ଗିଟାର ଶିଖି ଅନୁସୂୟା ଙ୍କୁ ଶୁଣାଇବେ ।ସେଦିନ ସେ ମ୍ୟୁଜିକ ସ୍କୁଲ ରୁ ଡେରିରେ ଆସି ବାରୁ ଅଫିସ ପାଇଁ ଲେଟ ହେଉଥିଲେ ।ତେଣୁ ସ୍କୁଟି ଧରି ଅଫିସ ଯାଉଥିବା ବାଟରେ ଆକ୍ସିଡେଣ୍ଟ ହୋଇଥିଲା ।ଅନୁସୂୟା ସବୁବେଳେ ନିଜକୁ ଦୋଷୀ ଭାବୁଥିଲେ ।ସେ ଅନୁଜ ଙ୍କ କଥା ମାନିନଥିବା ଯୋଗୁଁ ଏସବୁ ହେଲା ।


ଅନୁସୂୟା ଙ୍କୁ ଅନୁଭବ ହେଉଥିଲା ଯେପରି ଅନୁଜ ତାଙ୍କ ସାଥିରେ ଠିଆହୋଇଛନ୍ତି ।ସେ ତେଣୁ ଖୁସି ଖୁସି ଯାଇ ଗିଟାର ଶିଖିବା ପାଇଁ ଫର୍ମ ଫିଲପ କରିଥିଲେ ।ଜୀବନରେ କିଛି ନୂଆ କରିବାର ଆଶା ରେ ଆଗେଇ ଚାଲିଥିଲେ ଅନୁସୂୟା ।


Rate this content
Log in

Similar oriya story from Drama