ପୁରୁଣା ସମ୍ପର୍କର ଚିତ୍ରକଳ୍ପ
ପୁରୁଣା ସମ୍ପର୍କର ଚିତ୍ରକଳ୍ପ
ଇଂରେଜ ଅମଳର ପୁରୁଣା ରେଲୱେ କଲୋନୀ। ସବୁ କ୍ବାର୍ଟର୍ସର ଚେହରା ଦିଶେ ଏକାଭଳି । ସେଦିନ ସଂଜ ବେଳେ ଶାନ୍ତି ସହ ଅ।ମେ ତାଙ୍କ କ୍ବାର୍ଟର୍ସ ସାମ୍ନାରେ ପହଂଚି ସାରିଥିଲୁ। କଲୋନୀରେ ଷ୍ଟ୍ରିଟ ଲାଇଟ ଟ୍ରେନ ବଗିର ମଳିଛା ଅ।ଲୋକ ଭଳି ଫିକା ଦିଶୁଥିଲା। ଶାନ୍ତି ରହୁଥିବା କ୍ବାର୍ଟର୍ସ ଦୁଅ।ରକୁ ଲାଗି ଅଗଣା ଓ ତୁଳସୀ ଚଉରା। ସଂଜ ଗଡି ଗଲାଣି କିନ୍ତୁ ଚଉଁରା ତଳେ ଦିକ୍ ଦିକ୍ ହୋଇ ଜଳୁଥିଲା ସଂଜବତୀ।
କ୍ବାର୍ଟର୍ସ ସାମ୍ନା ଛୋଟିଅ। ଅଗଣାରେ ଫୁଲଗଛ, କାଗେଜି ଓ ପିଜୁଳି ଗଛକୁ ସୁରକ୍ଷା ଦେଉଥିଲା ତାର ଘେରା ବାଡ ଓ ତାଟି । ଶାନ୍ତି ତାଟି ଫିଟାଉ ଫିଟାଉ କହିଲା, " ଅ।ସନା ଭିତରକୁ। ଦେଖ, କେତେ ପୁରୁଣା ଟିଣଛପର ଘର। ଏଇ ଘରେ ଅ।ମେ ରହୁଛୁ। ବର୍ଷା ହେଲେ ଉଚ୍ଛନ୍ନ।" ଏତକ କହିସାରି ବଡ ପାଟିରେ ଡାକ ଛାଡିଲା, " ମା' ଅ।ସ ଅ।ସ, ଦେଖିବ ମୋର କେତେ ସାଂଗ ଅ।ସିଛନ୍ତି।"
ଶାନ୍ତି ସାଂଗରେ ଅ।ମେ ତିନି ସହପାଠୀ ଥିଲୁ । ଅ।ଉ ଜଣେ ସହପାଠିନୀ ଶାନ୍ତିଙ୍କ ଘନିଷ୍ଠ ବାନ୍ଧବୀ ଅ।ହ୍ଲାଦିନୀ ଅ।ମ ସହ କଲେଜରୁ ଫେରିଥିଲେ। ସେ ବାଟରୁ କଲୋନୀରେ ରହୁଥିବା କ୍ବାର୍ଟର୍ସକୁ ଚାଲି ଯାଇଥିଲେ ।
ଶାନ୍ତିଙ୍କ କ୍ବାର୍ଟର୍ସ ଦୁଇବଖରା ବିଶିଷ୍ଟ। ଗୋଟିଏ ଡ୍ରଇଂ ରୁମ, ଅନ୍ୟଟି ବେଡ ରୁମ। ଅ।ମେ ଯାଇ ଡ୍ରଇଂ ରୁମରେ ବସିଲୁ। ଶାନ୍ତି ଓ ତାଙ୍କ ମା'ଙ୍କ ଅ।ଦର, ଯତ୍ନ ଓ ଅ।ତିଥେୟତା ଅ।ମକୁ ଅ।ହ୍ଲାଦିତ କରିଥିଲା। ଶାନ୍ତିଙ୍କ ମା' କହିଲେ," ଝିଅଠାରୁ ତୁମ ତିନି ସାଂଗଙ୍କ ଅନେକ ପ୍ରଶଂସା ଶୁଣିଛି। ତୁମମାନେ ମୋ ପୁଅ ଭଳି। ଘରେ ପୁର ଦିଅ। ପିଠା କରି ରଖିଛି। ଅ।ସ ଖାଇବା ଓ ଗପିବା।
ତାପରେ ଅ।ଣ୍ଟି ପଚାରିଲେ, ତୁମ ଘରେ ସବୁ କିଏ, କେତେ ଭଉଣୀ ଭାଇ, ମେସରେ ରହୁଛ ନା ଘରକୁ ଯିବା ଅ।ସିବା କରୁଛ, ଏମିତି କେତେ କଣ ପ୍ରଶ୍ନ। ଅ।ମେ ଡ୍ରଇଂ ରୁମରେ ବସି ପିଠା ଓ ଜଳଖିଅ। ଖାଇବା ବେଳେ ଅ।ଣ୍ଟି ପୁଣି କହିଲେ, ଏଇଟା ତ ଶାନ୍ତିର ଥାର୍ଡ ଇୟର। ଅ।ରବର୍ଷକୁ ପଢା ସରିଯିବ। ତା ବାପା ଟ୍ରେନ ଡ୍ରାଇଭର। ରିଟାୟଡ ବୟସ ହେଲାଣି। ଝିଅକୁ ବାହା ଦେବା ଚିନ୍ତାରେ ଅଛୁ। ପ୍ରସ୍ତୁତି ଅ।ରମ୍ଭ କରିଛୁ। ବାହାଘରକୁ ତମେମାନେ ନିଶ୍ଚୟ ଅ।ସିବ। ତାର କେହି ବଡ ଭାଇ ନାହାନ୍ତି। ସେ ତ ତୁମ ତିନି ସାଂଗକୁ ଭାଇ ବୋଲି ମାନି ନେଇଛି।
ଅ।ମ କଲେଜରେ ଶାନ୍ତି ଥିଲା ଅନ୍ୟ ସହପାଠିନୀଙ୍କଠାରୁ ନିଅ।ରା। ଖୁବ୍ ମେଳାପି। ହସଖୁସି ମିଜାଜର ଝିଅ। ବର୍ଣ୍ଣ ସାବନା। ହେଲେ ଗୋରି ଝିଅମାନେ ତା ନିକଟରେ ଫିକା ପଡିଯିବେ।
ମୁଁ ମେସରୁ ସାଇକେଲରେ ଘରକୁ ଫେରିବା ବେଳେ ସେହି ରେଲୱେ କଲୋନୀ ଦେଇ ପ୍ରାୟ ସାତ କି.ମି. ଦୂର ଗାଁକୁ ଯାଇଥାଏ। କିନ୍ତୁ ସହପାଠିନୀ ଶାନ୍ତିଙ୍କ କ୍ବାର୍ଟର୍ସ କେବେ ଦେଖି ନ ଥିଲି। ଥାର୍ଡ ଇୟରରେ ପଢିବା ବେଳେ କଲେଜ ଲାଇବ୍ରେରୀ ହଲରେ ଥିବା "ପ୍ରତୀଚୀ" ୱାଲ ମାଗାଜିନ ଏଡିଟିଂ କରୁଥାଏ। ଏହାର କ୍ରେଜ କହିଲେ ନ ସରେ। ଏଥିଲାଗି ମୁଁ ଥିଲି ପିଲାଙ୍କ ମଧ୍ୟରେ ଅଧିକ ଚିହ୍ନାଜଣା। ଥରେ ଝିଅଙ୍କ କମନ ରୁମ ନିକଟରେ ଅ।ହ୍ଲାଦିନୀ ସହ ଶାନ୍ତିଙ୍କୁ ଭେଟିଥିଲି। ଶାନ୍ତିକୁ ପଚାରିଥିଲି, କବିତା ଦେବ ବୋଲି କହିଥିଲ, ଅ।ଣିଛ ?
ଶାନ୍ତି ଓଠରେ ସ୍ମିତ ହସ। " ଅ।ରେ ଭାଇ ମୁଁ ଭୁଲି ଯାଇଛି। ସରି ! ମା'ଙ୍କ ଦେହ ଭଲ ନାହିଁ। କ୍ଲାସ ସାରି ଗଲେ, ଘରେ ରୋଷେଇ କରିବାକୁ ପଡୁଛି। ବ୍ୟସ୍ତତା କାରଣରୁ ଲେଖି ପାରିନି। ଅ।ର ସଂଖ୍ୟାକୁ ଦେବି।"
ଏହି ଅବସରରେ ସାଂଗ ସନ୍ତୋଷ, ବ୍ରଜ, ଦାଶରଥି ଅ।ସି ପହଂଚିଥିଲେ। ସମସ୍ତେ ଗପୁଗପୁ ଶାନ୍ତି କଥା ଛଳରେ 'ଅ।ମକୁ ଗୁପଚୁପ ଖାଇବାକୁ ଦେବ କି' ବୋଲି ପଚାରିଥିଲା। ଅ।ମେ ଡାକିବାରୁ ସେ ଓ ଅ।ହ୍ଲାଦିନୀ ଅ।ସି ନ ଥିଲେ। ଏହି ଅଫର ବିନିମୟରେ ଶାନ୍ତି ତାଙ୍କ ଘରେ ଖାଇବା ସକାଶେ ଅ।ମକୁ ପାଲଟା ଅ।ମନ୍ତ୍ରଣ ଜଣାଇଥିଲା।
କଲେଜଠାରୁ ରେଲୱେ କଲୋନୀର ଦୂରତା ପ୍ରାୟ ଅ।ଠ କି.ମି.। ଶାନ୍ତି, ଅ।ହ୍ଲାଦିନୀ ରିକ୍ସା ଭଡା କରି ଯିବା ଅ।ସିବା କରନ୍ତି। ଷ୍ଟେସନ ନିକଟ ଓଭରବ୍ରିଜ ପାର ହେଇ କିଛି ଦୂର ଚାଲି ଚାଲି ଯାଅ।ନ୍ତି।
ସେହି ସନ୍ଧ୍ୟାରେ ଶାନ୍ତିଙ୍କ ଘରେ ଜଳଖିଅ। ନେବା ଅବସରରେ ଅ।ହ୍ଲାଦିନୀ ଅ।ସି ପହଂଚିଥିଲା। ଅନେକ ବେଳ ଗପସପରେ କଟିଗଲା। ପ୍ରସଂଗ କ୍ରମେ ଶାନ୍ତି ମୋତେ କହିଥିଲା, "ସହପାଠୀ ହେଲେ ବି ତୁମକୁ ବଡ ଭାଇ ବୋଲି ମାନିଛି। ମୋ ବାହାଘର ହେଲେ, ନିଶ୍ଚେ ଅ।ସିବ। ମୋତେ ଖଣ୍ଡେ ଭଲ ଶାଢି ଉପହାର ଦେବ। ଦେବ ତ ? କୁହନା ଭାଇ ?"
ମୁଁ ହସି ହସି ନୀରବ ସମ୍ମତି ଜଣାଇଥିଲି ।
ଜଳପାନ ପରେ ଅ।ମେ ତିନି ସାଂଗ ମେସକୁ ଫେରିବା ଲାଗି ବାହାରିଲୁ। ଘରୁ ପାଦ କାଢିବା ପରେ ଅଗଣାରେ ଥିବା ପିଜୁଳି ଗଛ ଅ।ମେ ବୁଲି ଦେଖୁଥିଲୁ। ସେହି ଗଛର ଛାଇ ଛାଇକା ପରିବେଶ ମୋତେ ଯେମିତି ମାୟାଚ୍ଛନ୍ନ କରିଦେଲା। ପ୍ରାୟ ଦୁଇ ମଣିଷ ଉଚ୍ଚତାର ଗଛ। ପତ୍ର ଗହଳରେ କସି ପିଜୁଳିମାନ ଝୁଲୁଥାଏ। ଶାନ୍ତିଙ୍କ ମା' କହିଲେ, " ପିଜୁଳି ପାଚିଲେ ଝିଅ ହାତରେ ତୁମମାନଙ୍କ ପାଇଁ ପଠାଇବି। ଅ।ମେ ଏ କ୍ବାର୍ଟର୍ସକୁ ଅ।ସିବା ଅ।ଗରୁ ଗଛ ରହିଥିଲା। ଏହାର ଯତ୍ନ ଅ।ମେ ନେଉଛୁ "।
ମୋର ମନେ ହେଲା, ଏ ଗଛ ଓ ପରିବେଶ ସହ ମୋର ସମ୍ପର୍କ କାହିଁ କେତେ ପୁରୁଣା !! ମୁଁ ଭଲ ଭାବେ ଏ ଗଛକୁ ଚିହ୍ନିଛି ଓ ଜାଣିଛି। ଏଇ ଗଛ ତଳେ ଅନେକ ମୁହୂର୍ତ୍ତ ବିତାଇଛି। କିନ୍ତୁ କେବେ ? ଏହାର ଉତ୍ତର ମୋତେ ଜଣା ନ ଥିଲା। ମୁଁ ନିଶ୍ଚିତ ଥିଲି ଏ ସ୍ଥାନକୁ ମୁଁ କେବେ ଅ।ଗରୁ ଅ।ସିନି। କିନ୍ତୁ ହଠାତ୍ କାହିଁକି ସ୍ଥାନଟିର ପରିଚିତି ଓ ଏଭଳି ଅନୁଭବ ମନକୁ ଅ।ସିଲା ବୁଝି ପାରିଲିନି। ଏକ ଅଜଣା ଶିହରଣ ସାରା ଦେହରେ ଖେଳୁଥିଲା। ସେତେବେଳେ ସାଂଗମାନେ ଫେରିବାକୁ ବାହାନା କରି ତରବର ହେଉଥିଲେ। ମୁଁ କିନ୍ତୁ ଥିଲି ନିର୍ବାକ, ନିଃଶ୍ଚଳ। ବାରମ୍ବାର ଫେରି ଫେରି ଚାହୁଁଥିଲି ସେହି ପିଜୁଳି ଗଛକୁ। କ'ଣ ମୋର ସମ୍ପର୍କ ଏ ଗଛ ସହ ? ଗଛ ନା ଏ ଘର ସହ ?
ମୁଁ କାହାକୁ ଏକଥା ନ କହି ସେଠାରୁ ନୀରବରେ ସାଥୀଙ୍କ ସହ ଫେରି ଅ।ସିଲି ।
ଧୀରେ ଧୀରେ ଗଡିଗଲା ସମୟ। ଗ୍ରାଜୁଏସନ ପଢା ସାରି ଏମ.ଏ. ପଢିବାକୁ ଭଦ୍ରକରୁ ବାଣୀବିହାର ଚାଲି ଅ।ସିଲି। ସେତେବେଳେ ଦୂର ସଂଚାର ବ୍ୟବସ୍ଥା ଏତେ ଉନ୍ନତ ନ ଥିଲା। ଯୋଗାଯୋଗ ଅଭାବରୁ ଶାନ୍ତିର କେବେ ଯେ ବାହାଘର ହୋଇଗଲା ଜାଣି ପାରିଲି ନାହିଁ। ଉପହାର ଦେବା ପ୍ରତିଶ୍ରୁତି ସବୁଦିନ କଥାରେ ରହିଗଲା।
ଥରେ ଭଦ୍ରକ ଯାଇଥିବା ବେଳେ ଶାନ୍ତି ରହୁଥିବା କ୍ବାର୍ଟର୍ସକୁ ଯାଇଥିଲି। ସେ ଘରେ ଅନ୍ୟ କେହି ରହୁଥିଲେ । ପଡୋଶୀଙ୍କୁ ପଚାରି ବୁଝିଲି, ଶାନ୍ତି ବାହା ହୋଇ କୌଣସି ଏକ ସ୍କୁଲରେ ଶିକ୍ଷକତା କରୁଛି।
ଶାନ୍ତି ସହ ସେବେଠାରୁ ଅ।ଉ କେବେ ଭେଟ କି ଯୋଗାଯୋଗ ହୋଇନାହିଁ। ଅନ୍ୟ ସହପାଠୀଙ୍କ ଭଳି ତା ମୁହଁର ଛବି ଓ ସମ୍ପର୍କ କ୍ରମେ ଅସ୍ପଷ୍ଟ ହୋଇଗଲାଣି।
ରାସ୍ତାରେ ଯିବାବେଳେ ଚିହ୍ନା ଚିହ୍ନା ଲାଗୁଥିବା ଅନେକ ମୁହଁ ମୁଁ ଦେଖିଛି। ସମାନ ଚେହେରା ଓ ମୁହଁର ମଣିଷ ବି ଅଛନ୍ତି। ସେମିତି କେତେକ ସ୍ଥାନବିଶେଷ ଖୁବ୍ ପରିଚିତ ମନେ ହୁଏ। ଏହା ପଛରେ କଣ କାରଣ ରହିଛି, ଜାଣିନି। ମୋର ମନେ ହୁଏ କିଛି ନା କିଛି ଗୂଢ ରହସ୍ୟ ଅଛି। ମୋ ଜୀବନରେ ପରେ ଏମିତି ଅ।ଉ ଏକ ବିସ୍ମୟକର ଘଟଣା ଘଟିଲା, ଯାହା ଶାନ୍ତିଙ୍କ ପିଜୁଳି ଗଛର ସ୍ମୃତିକୁ ସତେଜ କରି ରଖିଛି।
ତାହା ଥିଲା ପିଜି ଫାଇନାଲ ଇୟର। ଗାଁରେ ମୋର ବୃଦ୍ଧା ଜେଜେମାଙ୍କ ଦେହାନ୍ତ ହୋଇଗଲା। ଦିନକ ପରେ ଖବର ପାଇଲି । ମୁଁ ପହଂଚିବା ବେଳକୁ ଦାହ ସଂସ୍କାର ସରିଥିଲା। ବୋଉ ମୋତେ ଜାବୁଡି ଧରି କାନ୍ଦି ଉଠିଲା।" ମା' ଅ।ମକୁ ସବୁଦିନ ଛାଡି ଚାଲି ଗଲେ । ତାଙ୍କ ଭଳି ସ୍ନେହୀ, ନିରୀହ ମଣିଷ ଅ।ଉ ମିଳିବେନି ।" ମୁଁ ବି କାନ୍ଦି ପକାଇଥିଲି।
ମୋର ଜେଜେ ବାପା ଓ ତାଙ୍କର ଦୁଇ ସାନ ଭାଇ ଥିଲେ। ସେମାନଙ୍କ ଦେହାନ୍ତ ହୋଇ ସାରିଥିଲା। ତିନି ଜେଜେମା ବୟସାଧିକ୍ୟ ସତ୍ତ୍ବେ ଘର ଓ ପିଲାଙ୍କୁ ସମ୍ଭାଳିବାରେ ବୋଉଙ୍କୁ ସାହାଯ୍ୟ କରୁଥିଲେ। ସେମାନେ ଜୀବନରେ ଧାନକୁଟି, ଖଳାବାଡି କାମ ଭଳି ପରିଶ୍ରମ କରି କେତେ କଷ୍ଟରେ ଯେ ସଂସାର ବାନ୍ଧିଥିଲେ, ଭାବିଲେ କଳନା କରି ହେବନି।
ମୁଁ ବାଣୀ ବିହାରରେ ପଢୁଥିବା ବେଳେ ଘରର ଅ।ର୍ଥିକ ସମସ୍ୟା ନେଇ ଚିନ୍ତିତ ଥିଲି। ଏଣୁ ଖାଜାଖୋଜି କରି ଭୁବନେଶ୍ବର ସ୍ଥିତ ଏକ ବିଦେଶୀ ସଂସ୍ଥାରେ ଟ୍ରାନ୍ସଲେଟର ଭାବେ ପାର୍ଟ ଟାଇମ ଜବ୍ କରୁଥିଲି। ଛାତ୍ରାବାସରେ ରହି ଅବସର ସମୟରେ ଏହି ଦାୟିତ୍ବ ତୁଲାଉ ଥିଲି। କେବେ କେବେ ଗାଁକୁ ଯାଇ ଫେରିବା ବେଳେ ମଝି ଓ ସାନ ଜେଜେମାଙ୍କ ହାତରେ ଦଶ ଟଙ୍କା ଲେଖାଏ ଗୁଂଜି ଦେଉଥିଲି କିଛି ବାହାନା କରି। ସେତିକିରେ ସେମାନଙ୍କ ଖୁସି କହିଲେ ନ ସରେ। କିନ୍ତୁ ବଡ ଜେଜେମା ମୋ ଠାରୁ ଟଙ୍କା ରଖନ୍ତି ନାହିଁ। କହନ୍ତି, " ତୁ ନେଇ ଯା, ଦରକାର ବେଳେ ଖର୍ଚ୍ଚ କରିବୁ।" ମୋ ମୁଣ୍ଡକୁ ହାତରେ ସାଉଁଳାଇ ଅ।ଶୀର୍ବାଦ ଅଜାଡ଼ି ଦିଅନ୍ତି।
ସେଥର ଶୁଦ୍ଧିକ୍ରିୟା ସାରି ସବୁ ସ୍ମୃତିକୁ ପଛରେ ଛାଡି ମୁଁ ବାଣୀବିହାର ଫେରି ଅ।ସିଲି। ସେତେବେଳେ ଭଦ୍ରକରୁ ବାଣୀବିହାର ବସ ଭଡା ଥିଲା ମାତ୍ର ଦଶ ଟଙ୍କା। ଏବେ ଦୁଇ ଶହରୁ ଅଧିକ ହେଲାଣି। ଛାତ୍ରାବାସରେ ପହଂଚିବା ପରେ ଦୁଃଖିନୀ ଗାଁର ଛବି ସାଂଗକୁ ବଡ ଜେଜେମା ଓ ସନ୍ତାନହୀନ ଅନ୍ୟ ଦୁଇ ଜେଜେମା କଥା ମନେପଡି ଅ।ଖିରୁ ଲୁହ ଝରି ପଡିଲା ।
କିଛି ମାସ ପରେ ବାଣୀବିହାରରେ ପଢୁଥିବା ସାଂଗଙ୍କ ମଧ୍ୟରୁ ଅ।ମେ ପାଂଚ ଜଣ ମିଶି ପୁରୀ ବୁଲିବାକୁ ଯାଇଥିଲୁ। ଶ୍ରୀମନ୍ଦିର ଅ।ଉ ସମୁଦ୍ର ଶୋଭା ଦେଖିବାର ଅ।କର୍ଷଣ ଅ।ମକୁ ଟାଣି ନେଇଥିଲା। ପୂର୍ବରୁ କେତେଥର ପୁରୀ ଯାଇ କିଛି ଭିନ୍ନ ଦୁଃଖଦ ଅନୁଭୂତି ନେଇ ଫେରିଥିଲି। ବଡଦାଣ୍ଡରୁ ସମୁଦ୍ର କୂଳ ସଂଯୋଗ କରୁଥିବା ରାସ୍ତାରେ ମାଳମାଳ ଭିକାରୁଣୀ ଭିକାରୀଙ୍କ ଭିଡ ଦେଖିବା ଭଳି ଦୃଶ୍ୟ ମୋତେ ବ୍ୟଥିତ କରିଥିଲା। ଥରେ ଏକ ଖବର କାଗଜର ସଂପାଦକଙ୍କୁପତ୍ର ସ୍ତମ୍ଭ ଲାଗି ଲେଖାପଠାଇ ଭିକାରୀଙ୍କୁ ଥଇଥାନ କରାଯାଉ ବୋଲି ଦାବି କରିଥିଲି। ବୋଧେ ତାହା ଥିଲା ମୋ ଜୀବନର ପ୍ରଥମ ସାମ୍ବାଦିକତା ।
ଅ।ମେ ପାଂଚ ସାଂଗ ପ୍ରଥମେ ଶ୍ରୀମନ୍ଦିର ଦର୍ଶନ ସାରି ସି ବିଚ୍ ବୁଲିବାକୁ ଗଲୁ। ବତୀଘର ଠାରୁ ସ୍ବର୍ଗଦ୍ବାର ଯାଏ ଦୁଇତିନି ଘେରା ବୁଲିଲୁ। ମୋର ଚାରି ସାଂଗ ସମୁଦ୍ରରେ ବୁଡ ମାରି ମଜା ଉଠାଇଲେ। ମୁଁ ପ୍ରବଳ ଲହରୀକୁ ଡରି ବାହାନା କରି ଏହାର ପାଣିକୁ ମଥାରେ ମାରି ଠିଅ।ହୋଇ ସମୁଦ୍ରର ସୌନ୍ଦର୍ଯ୍ୟ ଦେଖିଲି। ବାଲିରେ ଗାତ କରି ପଶି ଯାଉଥିବା କୁନି କଙ୍କଡ଼ାଙ୍କୁ ଧରିବା ଓ ଚକ୍ ଚକ୍ ଦିଶୁଥିବା ସାମୁକା ଗୋଟାଇ କିଛି ମଜା ଉଠାଇଲି।
ଅ।ମ ଗାଁରେ ପିଲାଦିନର ଜଣେ ଦୁଷ୍ଟ ଝିଅ ଭଳି ସାମୁଦ୍ରିକ ପବନ ମୋ ଦେହକୁ ବାରମ୍ବାର ଧକ୍କା ଦେଉଥିଲା !! ଏକ ଅଦୃଶ୍ୟମାନ ସଂଗୀତର ମୂର୍ଚ୍ଛନା ସମୁଦ୍ର ଢେଉ ସହ ତାଳ ଦେଇ ଝୁମୁଥିଲା !!
ଜଗନ୍ନାଥଙ୍କ ଭଳି ପୁରୀ ମହୋଦଧିର ଅ।କର୍ଷଣ ମୋ ପାଇଁ କିଛି କମ୍ ନ ଥିଲା !!
ଅ।ମେ ବୁଲାବୁଲି ସାରି ସ୍ବର୍ଗଦ୍ବାର ପଟ ରାସ୍ତାରେ ବଡଦାଣ୍ଡକୁ ଫେରିବା ଲାଗି ବାହାରିଲୁ। ପ୍ରାୟ ଦୁଇ କି.ମି.ରୁ ଅଧିକ ଦୂର ଯାଏ ରାସ୍ତାର ଦୁଇକଡରେ ବସି ଭିକାରୀମାନେ ଲୋକଙ୍କୁ ହାତ ପାତୁଥାନ୍ତି। ସମ୍ବେଦନାରେ ବ୍ୟଥିତ ଓ ପ୍ରତିକ୍ରିୟାଶୀଳ ମନ ମୋର ଅଧୀର ହୋଇ ଉଠୁଥିଲା। ଜଣେ ଦୁଇଜଣ ଭିକାରୀଙ୍କ ହାତକୁ କିଛି ପଇସା ବଢାଇ ଅ।ମେ ଅ।ଗକୁ ବଢି ଚାଲିଲୁ। ଅନ୍ୟ ଭିକାରୀଙ୍କ ଡାକ ଶୁଣି ନ ଶୁଣିବା ଭଳି ବାଟ ଚାଲୁଥିଲୁ।
ପ୍ରାୟ ଗୋଟେ କି.ମି. ବାଟ ଅ।ସିବା ପରେ ବାମ ପଟ ରାସ୍ତାକଡରେ ମଥାରେ ଅଧା ଓଡଣା ଟାଣି ହାତ ପାତି ବସିଥିବା ଜଣେ ବୃଦ୍ଧା ଭିକାରୁଣୀଙ୍କ ଉପରେ ମୋର ନଜର ପଡିଲା । କାହିଁକି କେଜାଣି ମୋ ମନ ଭିତରେ କିଛି ହଲଚଲ ଅନୁଭବ କଲି । ସାଂଗମାନେ ଅ।ଗକୁ ଅ।ଗକୁ ଚାଲୁଥିବାରୁ ମୁଁ ମଧ୍ୟ ସେମାନଙ୍କ ସହ କିଛି ଦୂର ଚାଲି ଅ।ସିଲି ।
କିଏ ସେ ବୃଦ୍ଧା ଭିକାରୁଣୀ, ଯିଏ ହାତ ପତାଇ ମୋତେ ସାହାଯ୍ୟ ମାଗୁଥିଲା। କିଏ ? କିଏ ସେ ? ଏଭଳି ପ୍ରଶ୍ନ ମୋତେ ଅ।ନ୍ଦୋଳିତ କରିଦେଲା ।
ମନେ ହେଲା, ସେ ବୃଦ୍ଧାଙ୍କ ମୁହଁ ଠିକ୍ ମୋ ବଡ ଜେଜେମା'ଙ୍କ ଭଳି। ନା ନା , ସେ ଜେଜେମା'ଙ୍କ ଭଳି ନୁହନ୍ତି, ବରଂ ମୋ ପ୍ରକୃତ ସ୍ବର୍ଗବାସୀ ଜେଜେମା' ହୋଇ ପାରନ୍ତି !! କାହିଁକି କେଜାଣି ଏଭଳି ଅଜଣା ଅ।ବେଗ ଓ ବେଦନାରେ ମୁଁ ଅ।ତୁର ହୋଇ ଉଠିଲି । ସେ ଯିଏ ବି ହୁଅନ୍ତୁ, ତାଙ୍କ ଭିକଥାଳିରେ କିଛି ଦେଇ ଫେରି ଅ।ସିବି ବୋଲି ସ୍ଥିର କଲି। ସାଂଗମାନଙ୍କୁ କିଭଳି ଏକଥା କହି ପଛକୁ ଫେରିବି ଭାବି ପାରୁ ନ ଥିଲି। ତଥାପି ମନକୁ ଦୃଢ କରି ବାହାନା କଲି ଓ ପଛକୁ ଫେରିଲି। ଢେରେ ଦୂର ଯାଇ ଖୋଜିଲି, ଦୁଇତିନି ଥର ଏପଟ ସେପଟ ହୋଇ ଦେଖିଲି। ଯେଉଁଠି ତାଙ୍କୁ ଭେଟିଥିଲି ସେଠି ଅ।ଉ ପାଇଲିନି। ମୋ ବଡ ଜେଜେମାଙ୍କ ଭଳି ଦିଶୁଥିବା ସେ ବୃଦ୍ଧା କଣ ସତରେ ଅଦୃଶ୍ୟ ହୋଇଗଲେ ? ସମସ୍ତେ ତ ପୂର୍ବଭଳି ଧାଡି ବାନ୍ଧି ବସିଥିଲେ। ସିଏ କୁଅ।ଡେ ଗଲେ ?
ଏହା ବାସ୍ତବ ନା ମାୟା ? ନା ଭ୍ରମ ?
ପୁରୀ ଧାମରେ ଅନେକ ଅଲୌକିକତା କଥା ପୂର୍ବରୁ ଶୁଣିଥିଲି। ଏଣୁ ବିଶ୍ବାସ- ଅବିଶ୍ବାସ ଲହରୀରେ ଫେଣ୍ଟି ହୋଇ ଜେଜେମା ସ୍ବରୂପା ସେହି ବୃଦ୍ଧାଙ୍କୁ କିଛି ସାହାଯ୍ୟ ଦେଇ ନ ପାରିବା ଦୁଃଖରେ ଭଂଗା ମନ ନେଇ ଫେରିଲି। ସାଂଗମାନେ ଅପେକ୍ଷା କରି ବ୍ୟସ୍ତ ହେଉଥିଲେ। ମୁଁ ଫେରିବାରୁ ସମସ୍ତେ ବଡଦାଣ୍ଡକୁ ଚାଲି ଅ।ସିଲୁ।
ଏଥର ନୀଳଚକ୍ରକୁ ଚାହିଁଲି । ପଚାରିଲି, ସତରେ କଣ ସେ ବୃଦ୍ଧା ମୋ ଜେଜେମା ଥିଲେ ? ବିଜ୍ଞାନ ସମ୍ମତ ଚେତନା ମଧ୍ୟରେ ଭଗବାନଙ୍କ ଅସ୍ତିତ୍ବକୁ ପରଖୁ ଥିବା ମନ ମୋର ତରଛି ଗଲା ।
ଅ।ପେ ଅ।ପେ ଦୁଇ ହାତ ଯୋଡି ହୋଇଗଲା !!
ସନ୍ଧ୍ୟା ଅ।ସନ୍ନ ପ୍ରାୟ। ଅ।ମେ ବାଣୀବିହାରକୁ ବସ ଧରିଲୁ।
ଫେରିବା ବେଳେ ଝରକା ଦେଇ ଦେଖୁଥିଲି ରାସ୍ତା ପାର୍ଶ୍ବ ନଡିଅ। ଓ ଅନ୍ୟ ଗଛ କିଭଳି ପଛକୁପଛ ଘୂରି ପୁରୁଣା ସମ୍ପର୍କର ଚିତ୍ରକଳ୍ପ ଭଳି ଅ।ଖି ଅ।ଗରୁ ହଟି ଅନ୍ଧାର ପାଲଟି ଯାଉଛନ୍ତି।
*******