STORYMIRROR

Upendra prasad Mahala

Inspirational

4  

Upendra prasad Mahala

Inspirational

ପରିବାର

ପରିବାର

7 mins
306


ସେମାନେ ଥିଲେ ତିନି ଭାଇ। ଭୀମକାନ୍ତ ଚେହେରା । ବଳିଷ୍ଠ ବାହୁ, ପୃଥଳ ଜଂଘ, ବିଶାଳ ଅବୟବ। ସମସ୍ତଙ୍କ ଉଚ୍ଚତା ପ୍ରାୟ ସାଢେ ଛଅ ଫୁଟରୁ ଅଧିକ । ନଅ ହାତୀ ଗାମୁଛା ଓ ତନ୍ତବୁଣା ଖଦଡ ଧୋତି ଥିଲା ପରିଧାନ। କାନ୍ଧରେ ଅନ୍ୟ ଏକ ଗାମୁଛା ପକାଉଥିଲେ । କଠୋର ପରିଶ୍ରମୀ, ଦୃଢମନା ଓ ବଳିଷ୍ଠ ବ୍ୟକ୍ତିତ୍ବ ଥିଲା ସେମାନଙ୍କ ପରିଚୟ । ସରଳତା, ସାଧୁତା, ସ୍ନେହ ଓ ସହନଶୀଳତା ଥିଲା ଅ।ଭୂଷଣ। ଜଣେ ବିଧବା ଭଉଣୀ, ଜଣେ ପୋଷ୍ୟପୁତ୍ର, ତିନି ସହଧର୍ମିଣୀ , ପୁଅ ବୋହୂ ଓ ନାତିନାତୁଣୀଙ୍କୁ ନେଇ ଗଢିଥିଲେ ଅ।ଦର୍ଶ ଯୌଥ ପରିବାର । ଦୁଇ ଜଣ ଅସହାୟ , ଗରିବ ବନ୍ଧୁ ଘରେ ରହୁଥିଲେ । ପରିବାରର ମୋଟ ସଦସ୍ୟ ଥିଲେ କୋଡିଏରୁ ଅଧିକ।


ପରିବାରରେ ଥିଲା ଗୋଟାଏ ଧାନକୁଟା ଢିଙ୍କି ଓ ଗୋଟିଏ ରୋଷେଇଶାଳ। ଗୋଟିଏ ହାଣ୍ଡିରେ ରୋଷେଇ କରି ସମସ୍ତ ପରିବାର ଜନ ଏକାଠି ବସି ଭୋଜନ କରୁଥିଲେ। ଚୁଲି ଜାଳିବା ଲାଗି ଗାଁ ପାଖ ଜଙ୍ଗଲରୁ ଗଛ କାଟି କାଠଜାଳ ସଂଗ୍ରହ କରାଯାଉଥିଲା। ଥରେ ଅପରାହ୍ନରେ ତିନି ଭାଇ ହାତରେ କୁରାଢି ଧରି ନଈପଠା ଅରମା ଜଙ୍ଗଲରୁ କାଠ ଅ।ଣିବାକୁ ଚାଲିଗଲେ। ସେମାନେ ଗୋଟିଏ ଶୁଖିଲା ଗଛ କାଟି ଗଣ୍ଡିକୁ ତିନି ଖଣ୍ଡ କଲେ। ସେତେବେଳକୁ ସଞ୍ଜ ହୋଇ ଅ।ସୁଥିଲା। ତିନି ଭାଇ ଗୋଟେ ଲେଖା ଓଜନିଅ। କାଠ ଗଣ୍ଡି କାନ୍ଧରେ ପକାଇ ଘରକୁ ବାହାରିଲେ । ବିଲ ହିଡ ବାଟ ଦେଇ ଅ।ସୁଥାନ୍ତି। ଅ।ଗରେ ବଡ ଓ ମଝିଅ। ଭାଇ ଏବଂ ପଛରେ ଚାଲିଥାନ୍ତି ସାନ ଭାଇ । ସାନଭାଇ ଅନ୍ୟ ଦୁହିଁଙ୍କ ଠାରୁ ଅଧିକ ସାହସୀ, ବଳୁଅ। ଓ ହୃଷ୍ଟପୁଷ୍ଟ। ସେ ସବୁଠାରୁ ଓଜନିଅ। କାଠ ଗଣ୍ଡି ଅ।ଣୁଥାନ୍ତି। ରାତି ଅନ୍ଧାରରେ ହିଡରେ ଚାଲୁଥିବା ବେଳେ ତାଙ୍କ ଗୋଡ ହଠାତ ଖସିଯିବାରୁ ସେ ତଳେ ଚାଷ ଜମିରେ ପଡିଗଲେ।


କାଠଗଣ୍ଡି ମାଡି ବସିଲା ତାଙ୍କ ପିଠିପଟ ବେକକୁ। ଅ।ଗରେ ଚାଲୁଥିବା ଦୁଇ ଭାଇ ହଠାତ ଗଁ ଗଁ ଶବ୍ଦ ଶୁଣି ଚମକି ପଡିଲେ । ସେମାନେ ନିଜନିଜ କାନ୍ଧରୁ କାଠଗଣ୍ଡି ଓହ୍ଲାଇ ଶବ୍ଦ ଅ।ସୁଥିବା ହିଡ ପାଖକୁ ଧାଇଁଲେ । ସେମାନେ ଯାଇ କାଠଗଣ୍ଡି ଉଠାଇବାରୁ ସାନ ଭାଇଙ୍କ ଗଁ ଗଁ ଶବ୍ଦ ବନ୍ଦ ହେଲା । ବଡ ଭାଇ ଘରକୁ ଧାଇଁ ଅ।ସି ନୋଟାଏ ପାଣି ଓ ଏକ ଲଣ୍ଠନ ଧରି ଧପଡିଗଲେ । ଘର ଲୋକ ଓ ଭାଇପଡିଶା ସମସ୍ତେ ତାଙ୍କ ପଛେ ପଛେ ଧାଇଁଲେ । ଘଟଣା ସ୍ଥଳରେ ପହଞ୍ଚିବା ବେଳକୁ ସାନ ଭାଇ ଏକପ୍ରକାର ସୁସ୍ଥ ହୋଇ ଉଠିଥିଲେ । ସେ ଢକଢକ କରି ନୋଟାଏ ପାଣି ପିଇଗଲେ ।

କିଛି ସମୟର ନୀରବତା ପରେ ସେ କହିଲେ " ହିଡରୁ ଗୋଡ ଖସିଯିବାରୁ ପଡିଗଲି । କେହି ବ୍ୟସ୍ତ ହୁଅନି , ମୋର କିଛି ହୋଇନି ।" ଏହା କହି ସେ ଉଠି ଠିଅ। ହେଲେ ଓ କହିଲେ " ଚାଲ ଘରକୁ ଯିବା ।" ଭୀମ ଭଳି ମୋଡିଭିଡି ହୋଇ ସେ ପୁଣି ଓଜନିଅ। କାଠଗଣ୍ଡିକୁ ଉଠାଇ କାନ୍ଧରେ ରଖିଲେ । ଅନ୍ୟ ଦୁଇ ଭାଇ ମଧ୍ୟ କାଠଗଣ୍ଡି କାନ୍ଧେଇ ତାଙ୍କ ସହ ହିଡେ ହିଡେ ଚାଲିଲେ । ପରିବାର ଲୋକେ ଲଣ୍ଠନ ଅ।ଲୁଅ ଦେଖାଉଥିଲେ । ସମସ୍ତେ ଭଲରେ ଅ।ସି ଘରେ ପହଞ୍ଚିଲେ ।


ଘରକରଣା ଲାଗି ଏ ତିନିଭାଇ ଜୀବନକୁ ବାଜି ଲଗାଇ କିଭଳି ପରିଶ୍ରମ କରୁଥିଲେ, ତାହା ମୁଁ ଦେଖିଛି। ସେମାନେ ଥିଲେ ମୋର ତିନି ଜେଜେବାପା । ବଡ ଜେଜେଙ୍କ ବଡ ପୁଅର ମୁଁ ବଡ ନାତି । ଖାଲି ତିନି ଜେଜେବାପା ନୁହନ୍ତି, ତିନି ଜେଜେମା ମଧ୍ୟ ଥିଲେ ଅନୁରୂପ ଖଟଣୀଦାର ମଣିଷ । ଦିନରେ ବିଲବାଡି କାମ କରି ଘରକୁ ଫେରିଲେ ତିନି ଜେଜେ ଚଉଁରା ଉପରେ ବସି ଝୋଟ କାଟନ୍ତି । ବଡ ଜେଜେମା ହେଁସ ଓ ପଘା ତିଅ।ରି କରନ୍ତି। ସମସ୍ତେ କିଛିନା କିଛି ହସ୍ତକର୍ମରେ ବ୍ୟସ୍ତ ରହନ୍ତି । ସେତେବେଳେ ଘରେ ଘରେ ନାନା କୁଟୀର ଶିଳ୍ପ ସାମଗ୍ରୀ ପ୍ରସ୍ତୁତ ହେଉଥିଲା । ଧାନକଟା ବେଳ ଅ।ସିଲେ ପୁରୁଷ ଲୋକେ ଖଳାକୁ ଧାନ ବୋହି ଅ।ଣୁଥିଲେ । ମହିଳାମାନେ ତାକୁ ବଦାଡି ମାରି ସାଇତି ରଖୁଥିଲେ । ଘରେ ଗାଈଗୋରୁ ଭରପୁର ଥିବାରୁ ସମସ୍ତେ ମିଶି ସେମାନଙ୍କ ଯତ୍ନ ନେଉଥିଲେ। ବୋହୂମାନେ ରୋଷେଇ କାମ କରୁଥିଲେ । ମୋ ବୋଉ ଚୁଲିରେ ରୋଷେଇ କରି ପ୍ରାୟ କୋଡିଏ ଜଣ କୁଟୁମ୍ବଙ୍କୁ ପରସି ଦେଉଥିଲେ । ଶ୍ରମ , ସହଯୋଗ , ପରସ୍ପର ପ୍ରତି ସ୍ନେହପ୍ରେମ ଓ ମାନସିକ ସ୍ବାସ୍ଥ୍ୟ ଥିଲା ପରିବାରର ଅସଲ ସମ୍ପଦ ।


ଅ।ଉ ଏକ ଘଟଣାରେ ଗାଁରେ ଶିବ ମନ୍ଦିର ନିର୍ମାଣ ଲାଗି ସମ୍ମିଳିତ ଉଦ୍ୟମ ହୋଇଥିଲା । ଦୂର ସ୍ଥାନରୁ ଶଗଡରେ ଶିବ ଲିଙ୍ଗ ଅଣାଗଲା । ଗାଁକୁ ରାସ୍ତା ନ ଥିବାରୁ ଏକ ପାଖ ଗାଁରେ ଶଗଡରୁ ଓହ୍ଲାଇ ଶିବ ଲିଙ୍ଗ ରଖାଗଲା । ପରେ ଏହି ଓଜନିଅ। ଶିବଲିଙ୍ଗକୁ ଅନେକ ଲୋକ ତଳୁ ଉଠାଇ ପାରିଲେନି। ଶେଷରେ ମୋ ଜେଜେବାପାମାନେ ଯାଇ ଶିବଲିଙ୍ଗକୁ କାନ୍ଧେଇ ମନ୍ଦିର ଯାଏ ଅ।ଣିଥିଲେ । ସେବେଠାରୁ ବାଲୁଙ୍କେଶ୍ବର ନାମରେ ଏହି ଶିବଲିଙ୍ଗକୁ ସ୍ଥାପନ କରି ପୂଜା କରାଯାଇ ଅ।ସୁଛି ।

ସ୍ବାଧୀନତା ସଂଗ୍ରାମ ବେଳେ ତିନି ଜେଜେବାପାଙ୍କ ମଧ୍ୟରୁ ମଝି ଜେଜେବାପା ପ୍ରଜାମେଳିରେ ଭାଗ ନେଇ ସଂଗ୍ରାମୀଙ୍କୁ ଗୁପ୍ତରେ ବାର୍ତ୍ତା ଯୋଗାଉଥିଲେ । ସାଳନ୍ଦୀ ନଦୀ ଅବବାହିକାସ୍ଥିତ କାଉପୁର ଥିଲା ସଂଗ୍ରାମୀଙ୍କ ଗୁପ୍ତ ଅ।ଡ୍ଡା ସ୍ଥଳୀ । ସେବେଳର ଅନେକ ସାହସିକ ଓ ସଂଗ୍ରାମୀଙ୍କ ରୋମାଞ୍ଚକର କାହାଣୀ ମଝି ଜେଜେବାପାଙ୍କଠାରୁ ଶୁଣିଛି। ଗାଁରେ ଶିକ୍ଷାନୁଷ୍ଠାନ ନ ଥିଲେ ବି ଏକ ପୁରୁଣା ଚାଟଶାଳୀ ଥିଲା । ସମସ୍ତେ ପ୍ରାୟ ସାକ୍ଷର ଥିଲେ । ପିଲା ଦିନେ ସେହି ଚାଟଶାଳୀରୁ ମୋ ପାଠପଢା ମଧ୍ୟ ଅ।ରମ୍ଭ ହୋଇଥିଲା । ଗୁରୁକୂଳ ରୀତିରେ ପାଠ ପଢା ଯାଉଥିଲେ ବି ଏହା ଥିଲା ଅଣଅ।ବାସିକ ଅନୁଷ୍ଠାନ।ସେଠାରେ ଖଡି ଛୁଇଁ ପାଠ ପଢିବା ମୋ ଜୀବନରେ ଥିଲା ଅନ୍ୟତମ ସୌଭାଗ୍ୟ ।

ଅ।ଧୁନିକ ସଭ୍ୟତା ଓ ବିକାଶ ଛୁଇଁ ନ ଥିବା ଅନ୍ଧାରୀ ମୂଲକର ଏ ଗାଁ ମେହନତି ମଣିଷଙ୍କ ଲାଗି କିଭଳି ସମୃଦ୍ଧ ଥିଲା କଳନା କରି ହେବନି। ମଝି ଜେଜେବାପା ପାଠଶାଠ ପଢାରେ ଅ।ଗୁଅ। ଥିଲେ ଓ ନିୟମିତ ଲେଖାପଢା କରୁଥିଲେ। ପ୍ରତି ସନ୍ଧ୍ୟାରେ ଭାଗବତ ମନ୍ଦିର ( ଟୁଙ୍ଗି ) ରେ ଭାଗବତ ପାଠ ଓ ନାନାଦି ଜ୍ଞାନ ଚର୍ଚ୍ଚା ସାଙ୍ଗକୁ ପରମ୍ପରା, ସଂସ୍କୃତି ଓ ପର୍ବପର୍ବାଣୀ ପାଳନ ନେଇ ଅ।ଲୋଚନା ହେଉଥିଲ। । ସାଇପଡିଶା ଲୋକେ ମିଳିମିଶି ପରସ୍ପରର ଦୁଃଖସୁଖର ସାଥୀ ହୋଇ ଚଳୁଥିଲେ। ମୋ ତିନି ଜେଜେବାପାଙ୍କ ବାପାଙ୍କର ଜଣେ ଭାଇ ଭିନ୍ନେ ହୋଇ ଯାଇଥିଲେ । ଘରର ମଝି କାନ୍ଥ ଦୁଇ ପାଖେ ରୋଷେଇ ହେଉଥିଲା । ସେ କାନ୍ଥରେ ଥିଲା ଏକ ଛୋଟ ଜଳାକାବାଟି। ଦୁଇ ପରିବାରରେ ପ୍ରତିଦିନ ଯାହା ତରକାରୀ ରୋଷେଇ ହୁଏ, ତାହାର ଅ।ଦାନପ୍ରଦାନ ସେହି କଣା ବାଟ ଦେଇ କରାଯାଉ ଥିଲା । ଏଥିରୁ ଲୋକଙ୍କ ମଧ୍ୟରେ ସହବସ୍ଥାନ ଓ ସହଯୋଗ ରୀତି କିପରି ଥିଲା ଜଣାପଡେ । ଭୂମିକମ୍ପ ଭଳି କୌଣସି ବିପଦ ଅ।ପଦର ସଙ୍କେତ ମିଳିଲେ, ଘରେ ଘରେ କିଭଳି ମିଳିତ ଶଙ୍ଖନାଦ କରାଯାଉଥିଲା, ତାହା ଦେଖିଛି ।

ଅନ୍ଧବିଶ୍ବାସ ଓ ଗୁଜବ ଥିଲା ସେବେଳର ମଣିଷଙ୍କ ବଡ ଶତ୍ରୁ। ରାତି ଅନ୍ଧାରକୁ ଲୋକେ ଡରୁଥିଲେ। ଜହ୍ନରାତି ଗାଁ ମାଟିରେ ଅ।ନନ୍ଦ ଓ ପୁଲକ ଭରି ଦେଉଥିଲା । ମୋ ଗାଁ ମାଟିର ମହକରେ ବିମୋହିତ ମଣିଷ ଥିଲେ କିଛିଟା ନିଅ।ରା ଓ ବ୍ୟତିକ୍ରମ । ଗାଁ ଚାଟଶାଳୀ ସେମାନଙ୍କୁ ପ୍ରକୃତ ଶିକ୍ଷିତ କରିଥିଲା । ନୈତିକତା ଓ ଏକତାର ମନ୍ତ୍ର ଶିଖାଇଥିଲା । ସାମାଜିକ ଜୀବନରେ ଉଲ୍ଲାସ ଭରି ଦେଉଥିଲା ପର୍ବପର୍ବାଣୀ ଓ ସାଂସ୍କୃତିକ ମହୋତ୍ସବ । ପାଲା, ଦାସକାଠିଅ।, ନବରଙ୍ଗ, ଚଢେୟା ଚଢେୟାଣୀ, ଯାତ୍ରା ( ଅପେରା ) ଭାଲୁ ଓ ବାଘ ନାଚ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଗାଁରେ ସରସତା ବୁଣି ଦେଉଥିଲା। ଗାଁ ଠାକୁରାଣୀଙ୍କ ପୀଠରେ ପାଟୁଅ। ଓ ଦିଅ।ସୀ ନାଚ ଥିଲା ଅନ୍ୟତମ ଅ।କର୍ଷଣ । କାହା ଗାଈ ବଳଦ ହଜିଗଲେ ଠାକୁରାଣୀଙ୍କୁ ବିଶ୍ବାସ କରି ତାଙ୍କ ପାଖରେ ଗୁଅ।ପଇସା ବସା ଯାଉଥିଲା। ହଜିଲା ଗାଈ ବଳଦ ଅ।ପେ ଫେରି ଅ।ସୁ ଥିଲେ ।


କୁହାଯାଏ, ପ୍ରତ୍ୟେକ ପରିବାର ପ୍ରକୃତି ଓ ଭଗବାନଙ୍କ ଅମୂଲ୍ୟ ବରଦାନ । ଯେଉଁଠି ପରିବାର ରହିଛି, ସେଠି ତ୍ୟାଗ, ଅ।ନନ୍ଦ, ନିସର୍ତ୍ତ ପ୍ରେମ, ସାମର୍ଥ୍ୟ, ଯତ୍ନ ଓ ସମର୍ଥନ ସମସ୍ତଙ୍କ ପାଇଁ ରହିଛି । ପ୍ରତ୍ୟେକ ପରିବାର ଅଲଗା ଓ ଅଦ୍ବିତୀୟ । ପରିବାର ବଡ ହେଉ କି ସାନ, ସେଠି ଗୋଟିଏ ସମାନତା ରହିଛି, ତାହା ପ୍ରେମ । ଏହା ପରିବାକୁ ଶକ୍ତି ଯୋଗାଏ । ପରିବାରରେ ସ୍ମତି ହିଁ ସମ୍ପତ୍ତି । ଜନ୍ମ, ବିବାହ, ସାମାଜିକ କର୍ମ ମଧ୍ୟରେ ଏକାଠି ରହିବା ଭାବନା ପରିବାର ଶିଖାଏ ।


ପରିବାରର ସମସ୍ୟା ଖୁସି ଛଡାଇ ନିଏ । ପରିବାର ଜଣେ ସଦସ୍ୟଙ୍କୁ ଦୁଃଖ ଦିଏନି ବରଂ ସମ୍ପୃକ୍ତ ସମସ୍ତଙ୍କୁ ଦୁଃଖ ଦେଇଥାଏ । ସମସ୍ୟା ଯେତେ ବଡ ହେଉ ପଛେ ତାକୁ ସାନ ଭାବିଲେ ଅ।ପେ ସମସ୍ୟାର ସମାଧାନ ହୋଇଯାଏ ।


ପରିବାର ଓ ପ୍ରେମ ବିଶ୍ବର ଗୁରୁତ୍ବପୂର୍ଣ୍ଣ ବିଭବ । ଅ।ମେ ରହିବ ଲାଗି ଯେଉଁ ଘର ତିଅ।ରି କରୁ ତାକୁ ଇଂଲିଶିରେ ହାଉସ କୁହାଯାଏ । କିନ୍ତୁ ସହଯୋଗ ସମ୍ପନ୍ନ ପରିବାରର ଅବସ୍ଥାନକୁ ବାସସ୍ଥାନ ବା ହୋମ କୁହାଯାଏ ।

ଅ।ଜିକାଲି ଅ।ଉ ଅ।ଗଭଳି ଯୌଥ ପରିବାର ଦେଖିବାକୁ ମିଳୁନି। ପୁରୁଣା ଦିନର ସବୁ ପରିବାର ଖଣ୍ଡଖଣ୍ଡ ହୋଇ ନ୍ୟୁକ୍ଲିୟର ପରିବାରରେ ପରିଣତ ହେଉଛି । ଯେତେ ପୁଅ, ସେତେ ଘର । ସେତେ ପରିବାର । କେବଳ ପୁଅ,ଝିଅ ଓ ବାପା ମା"ଙ୍କୁ ନେଇ " ନୂଅ। ପରିବାର "ର ସଂରଚନା । ବୃଦ୍ଧ ମା" ବାପା, ଜେଜେ ଜେଜେମା ସମସ୍ତେ ଏବେ ଅଲୋଡା । କିଏ ବୃଦ୍ଧାଶ୍ରମରେ ରହିଲେଣି ତ ଅ।ଉ କେହି ପୁଅବୋହୂଙ୍କ ଠାରୁ ଭିନ୍ନେ ହୋଇ ଦୁଃଖକଷ୍ଟରେ ଚଳୁଛନ୍ତି । ମଧ୍ୟବିତ୍ତ ପରିବାରରେ ଏହି ସମସ୍ୟା ଅଧିକ ଜଟିଳ ରୂପ ନେଇଛି ।

ସମୟର ପ୍ରତିକୂଳ ପ୍ରଭାବ ଓ ସାମାଜିକ ଚଳଣିରେ ପରିବର୍ତ୍ତନ ସତ୍ତ୍ବେ କାଁ ଭାଁ କେତେକ ସ୍ଥାନରେ ଯୌଥ ପରିବାର ତିଷ୍ଠି  ରହିଛି । ଓଡ଼ିଶାର ରାୟଗଡା ଜିଲା ବିଷମକଟକ ଅଞ୍ଚଳରେ ଚାଳିଶ ସଦସ୍ୟ ବିଶିଷ୍ଟ ଏକ ପରିବାର ରହିଛି । ସେମାନେ ଗୋଟିଏ ଚୁଲିରେ ରନ୍ଧାବଢା କରି ପରସ୍ପର ମଧ୍ୟରେ ସ୍ନେହ, ମମତା ଓ ପ୍ରେମ ବାଣ୍ଟି ସୁଖ ଓ ଶାନ୍ତିରେ ଚଳୁଛନ୍ତି । ସେହିପରି ବିଷମକଟକ ଅଞ୍ଚଳରେ ଅ।ଉ ଏକ ଯୌଥ ପରିବାରରେ ଛବିଶ ସଦସ୍ୟ ରହିଛନ୍ତି । କୋରାପୁଟ ଜିଲାର ଜୟପୁର ସହରରେ ଏକ ଯୌଥ ପରିବାର ରହିଛି, ଯାହାର ସଦସ୍ୟଙ୍କ ସଂଖ୍ୟା ତେଇଶି। ଏମିତି ଓଡ଼ିଶାର ଅନ୍ୟ କେତେକ ସ୍ଥାନରେ ଯୌଥ ପରିବାର ରହିଛନ୍ତି, ଯେଉଁମାନେ ପାରିବାରିକ ପ୍ରଥା, ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।


ନ୍ୟୁକ୍ଲିୟର ଫେମିଲ ତୁଳନାରେ ଯୌଥ ପରିବାର ସଂଖ୍ୟା ଅତି ନଗଣ୍ୟ । ୨୦୧୧ ଜନଗଣନା ଅନୁସାରେ ଓଡ଼ିଶାରେ ୯୬ ଲକ୍ଷ ୩୭ ହଜାରରୁ ଊର୍ଦ୍ଧ୍ବ ପରିବାର ଥିଲା । ୨୦୨୧ ଜନଗଣନା ରିପୋର୍ଟ ପ୍ରକାଶ ପାଇ ନ ଥିବାରୁ ବର୍ଦ୍ଧିତ ପରିବାର ସଂଖ୍ୟାର ସଠିକ ଅ।କଳନ ହୋଇ ପାରିନି । ନ୍ୟୁକ୍ଲିୟର ପରିବାର ଗଠନ ଯୋଗୁ ପରିବାରର ମୂଳଦୁଅ। ଦୋହଲିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଘଟୁଥିବା ପାରିବାରିକ ହିଂସା ଓ ଗଣ ଅ।ତ୍ମହତ୍ୟା ଏକ ଭିନ୍ନ ସଙ୍କେତ ଦେଉଛି। ତଥ୍ୟ ଅନୁଯାୟୀ ୨୦୨୧ରେ ଓଡ଼ିଶାରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ବ ଲୋକ ଅ।ତ୍ମହତ୍ୟା କରିଛନ୍ତି । ୨୦୨୨ରେ ସୁନ୍ଦରଗଡ ଜିଲାରେ ଗୋଟିଏ ପରିବାରରେ ୯ ଜଣ ବିଷ ପିଇ ଅ।ତ୍ମହତ୍ୟା କରିବା ସନ୍ଦେହ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ୨୦୨୩ ରେ କଟକ ଜିଲାରେ ଗୋଟିଏ ପରିବାରର ଜଣେ ମହିଳା ୯ ମାସର ଶିଶୁପୁତ୍ର ସହ କୂଅକୁ ଡେଇଁ ଅ।ତ୍ମହତ୍ୟା କରିଛନ୍ତି ।


ପାରିବାରିକ ସମସ୍ୟା, ଏକୁଟିଅ। ରହିବା, ନିଃସଙ୍ଗତା, ଭର୍ତ୍ସନା, ହିଂସା, ମାନସିକ ଅସନ୍ତୁଳନତା, ଅ।ର୍ଥିକ କ୍ଷତି, ଦୂରାରୋଗ୍ୟ ଯନ୍ତ୍ରଣା, ନିଶାସକ୍ତ ହେବା, ପ୍ରଫେସନାଲ ବା କ୍ୟାରିୟର ସମସ୍ୟା ଏହାର କାରଣ ବୋଲି ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି । ଭାଙ୍ଗି ପଡୁଥିବା ପରିବାରକୁ ସଜାଡିବା ଉଦ୍ୟମ ନ ହେଲେ ଭାରତୀୟ ସଂସ୍କୃତିରେ ପରିବାରର ମହତ୍ବ ଓ ଅସ୍ତିତ୍ବ ସଙ୍କଟଗ୍ରସ୍ତ ହେବା ସୁନିଶ୍ଚିତ ।

ଅ।ମ ପିଢିର ମଣିଷ ଚାରି ପିଢିର ସ୍ଥିତି ଦେଖିଛନ୍ତି। ଅ।ମେ ବାପା, ଜେଜେବାପା ଓ ଅ।ମ ପିଢି ପରେ ଏବେ ନୂଅ। ପିଢିଙ୍କୁ ଦେଖୁଛୁ। ପିଲାଦିନେ ଯୌଥ ପରିବାରର ନିବିଡ ରୂପକୁ ଅତି ପାଖରୁ ଅଙ୍ଗେ ନିଭାଇଛୁ। ମୋର ମନେ ଅଛି ଯେ ପୁଅଝିଅ, ନାତିନାତୁଣୀ , ପିଉସୀ, ଝିଅ।ରୀ ଓ ଜେଜେମା ଜେଜେବାପାଙ୍କୁ ନେଇ କିଭଳି ପରିବାର ଗଢାଯାଉଥିଲା ଓ ସାମାଜିକ ଜୀବନ କେତେ ବଳିଷ୍ଠ ଥିଲା । ଏବେ ନୂଅ। ପିଢିର ପିଲାଏ ହୁଏତ ତାହା ଅନୁଭବ କରି ପାରିବେ ନାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational