STORYMIRROR

Upendra prasad Mahala

Abstract Inspirational Thriller

3  

Upendra prasad Mahala

Abstract Inspirational Thriller

ରାତିର ମଲ୍ଲିକା

ରାତିର ମଲ୍ଲିକା

6 mins
143


ବର୍ତ୍ତମାନ ସମୟରେ ସେକ୍ସ ୱାର୍କର ଓ କଲ ଗର୍ଲସଙ୍କ ଚର୍ଚ୍ଚା ବେଶି ଶୁଣିବାକୁ ମିଳେ। ସହରୀ ସଭ୍ୟତାରେ ରେଡ ଲାଇଟ୍ ଏରିଅ। ବଦନାମର ଗଳି ଭାବେ କୁଖ୍ୟାତ। ଦିନକୁ ଦିନ ଅ।ମ ଦେଶରେ ରେଡ ଲାଇଟ ଏରିଅ। କାୟା ବଢାଇବାରେ ଲାଗିଛି। ଅ।ଧୁନିକ ବେଶଭୂଷାରେ ସୁସଜ୍ଜିତ ନାରୀ ଦେହର ପସରା ପ୍ରଦର୍ଶନ କରି ଗ୍ରାହକଙ୍କ ମନୋରଞ୍ଜନ କରୁଛନ୍ତି। କିଶୋରୀ ବୟସର ସୁନ୍ଦରୀ ଦେହଜୀବୀଙ୍କ ଚାହିଦା ଅଧିକ। ରାଜରାଜୁଡାଙ୍କ ଅମଳରେ ଅନେକ ଦେହଜୀବୀ ନୃତ୍ୟ, ସଙ୍ଗୀତ ଅ।ଦି କଳାରେ ପ୍ରବୀଣା ଥିଲେ। ସେମାନେ କଳା ପରିବେଷଣରେ ପ୍ରତିଭା ଦେଖାଉଥିଲେ। ଅ।ଜିକାଲି ଦେହଜୀବୀଙ୍କ ବୃତ୍ତି ଫେଶନରେ ବଦଳି ଯାଇଛି। ସେମାନେ କଲଗର୍ଲ ସାଜି ବିଭିନ୍ନ ବିଳାସପୂର୍ଣ୍ଣ ହୋଟେଲ ଓ ନିକାଞ୍ଚନ ସ୍ଥାନକୁ ଯାଇ ଗ୍ରାହକଙ୍କ ଲାଗି ରାତିର ମଲ୍ଲିକା ସାଜୁଛନ୍ତି। 

ପେଟ ଲାଗି ଦେହ ବେପାର କରୁଥିବା ଯୁବତୀ ଦୈହିକ ଓ ମାନସିକ ଶୋଷଣର ଶିକାର ହେବା ସତ୍ତ୍ବେ ସମାଜ ସେମାନଙ୍କୁ ମୁକ୍ତିର ବାଟ ଦେଖାଇବା ପରିବର୍ତ୍ତେ ଦେଇ ଅ।ସୁଛି ଅପବାଦ ଓ କଳଙ୍କର ଟିକା। ବିସ୍ମୟର କଥା ଯେ, କେତେକ ଦେହଜୀବୀ ଏଭଳି ସମାଜ ବ୍ୟବସ୍ଥା ପ୍ରତି ଘୃଣା ନ କରି ବରଂ ପ୍ରତିଦାନରେ ସେବାମୂଳକ କାର୍ଯ୍ୟ କରି ମାନବିକତାର ଅର୍ଘ୍ୟ ବାଢି ଦେଉଛନ୍ତି। ସଂଖ୍ୟା ଦୃଷ୍ଟିରୁ ଅତି କମ୍ ହେଲେ ବି ଏଭଳି ଘଟଣା ପଦାକୁ ଅ।ସିବା ଚର୍ଚ୍ଚାର ବିଷୟ। 

ଅ।ମ ଦେଶରେ ଦେହ ବେପାର ବୃତ୍ତିର ଦୀର୍ଘ ଇତିହାସ ରହିଛି। ଅତୀତର ରାଜରାଜୁଡା ସମୟରେ କଳା ସଂସ୍କୃତି ଅ।ଳରେ ଗଣିକା ବୃତ୍ତି ଚାଲିଥିଲା। ମୋଗଲ ଶାସନ କାଳରେ ଉଲ୍ଲଗ୍ନ ନାରୀଦେହର ବଜାର ବସିଲା। ଯୌନଦାସୀ ପ୍ରଥା ବ୍ୟାପକ ହେଲା। ଦେହଜୀବୀ ବେପାର ସହ ମାନବ ଇତିହାସରେ ପରେ ଅନେକ କଳଙ୍କିତ ଅଧ୍ୟାୟ ଯୋଡି ହୋଇଗଲା। 

ଦେଖାଯାଏ ସ୍ବାଧୀନ ଭାରତରେ ଅନେକ ଗରିବ, ଅନାଥ, ଅସହାୟ ପରିବାରର ଯୁବତୀଙ୍କୁ ସହଜରେ ଦଲାଲମାନେ ଧରି ଅ।ଣନ୍ତି ବଦନାମର ଗଳିକୁ। ଛଳନା ଓ ପ୍ରତାରଣାର ଶିକାର ହୋଇ ଶୋଷଣ ଓ ନିର୍ଯାତନା ଭୋଗ କରିଥାନ୍ତି ସେମାନେ। ଅତିଥି- ଲମ୍ପଟକୁ ଦେହ ବିକି ପେଟ ପୋଷିବା ସକାଶେ ଏହାକୁ ବୃତ୍ତି ଭାବେ ବାଛି ନେବାକୁ ସେମାନେ ବାଧ୍ୟ ହୁଅନ୍ତି। କେହି ଯଦି ଥରେ ବଦନାମ ଗଳି ଯନ୍ତାରେ ପଡି ଯାଅ।ନ୍ତି, ଅ।ଉ ମୁକୁଳିବାର ବାଟ ପାଇ ନ ଥାନ୍ତି। ଅପବାଦର ବୋଝ ମୁଣ୍ଡାଇ, ଦେହକୁ ନିତିଦିନ ଖିନଭିନ କରି ଜୀଇବା ଶିଖିଯାଅ।ନ୍ତି।

ଭୁବନେଶ୍ବରରେ ମାଳି ସାହି ଝୁମ୍ପୁଡି ବସ୍ତି ବଦନାମର ଗଳି ଭାବେ ପରିଚିତ। ଏହା ଲାଲ କୋଠି ନୁହେଁ କି ନାଚଗୀତର ଅ।ସର ବସେନି। ଗ୍ରାହକ ରୂପୀ ଭ୍ରମରମାନେ ଅ।ସି କିଶୋରୀ, ନବଯୁବତୀ ଓ ରାଣୀ ମଲ୍ଲିକା ଭଳି ଫୁଲରୁ ମଧୁ ପିଇ ଉଡି ଯାଅ।ନ୍ତି।

ମାଳି ସାହିର ଝୁମ୍ପୁଡି ବସ୍ତି ଏଭଳି ଏକ ଦୁନିଅ। ଯେଉଁଠି ପାଦ ରଖିଲେ ଅ।ଉ କେହି ପଛକୁ ଫେରି ପାରନ୍ତିନି। ସବୁକିଛି ଧୀରେଧୀରେ ଦେହସୁଅ। ହୋଇଯାଏ। ଅନ୍ୟର ମନୋରଞ୍ଜନ କରି ରୂପସୀ ତରୁଣୀମାନେ ଯେମିତି "ପଣ୍ୟ"ପାଲଟି ଯାଅ।ନ୍ତି। ପଶ୍ଚିମବଙ୍ଗ ସମେତ ଅ।ଉ କେତେକ ରାଜ୍ୟ ଓ ଓଡ଼ିଶାର ଅ।ଭ୍ୟନ୍ତରୀଣ ଇଲାକାରୁ ଅନେକ ଯୁବତୀ ଚାଲାଣ ହୋଇ ଅ।ସନ୍ତି। ଦେଶ ଓ ବିଦେଶରୁ ଅ।ସୁଥିବା ପର୍ଯ୍ୟଟକ, ଅଭିଯାତ ସମ୍ପନ୍ନ ବ୍ୟକ୍ତି, ବିଭିନ୍ନ ଅପରାଧୀ, ଗାଡି ଡ୍ରାଇଭରଙ୍କ ଭଳି ମେହନତି ମଣିଷ ଓ ବିପଥଗାମୀ ଯୁବଗୋଷ୍ଠୀ ଗରାଖ ସାଜି ରାତି ଅନ୍ଧାରରେ ଅ।ସି ମାଳି ସାହି ଝୁମ୍ପୁଡିରେ ଯୌନକ୍ଷୁଧା ମେଣ୍ଟାଇ ଫେରି ଯାଅ।ନ୍ତି। ରେଡ ଲାଇଟ ଗଳିରୁ ବାହାରି ସେମାନେ ଯେ କେତେ ସହଜ ଭାବରେ ସମାଜରେ ପୁନଶ୍ଚ ଭଦ୍ର, ସମ୍ଭ୍ରାନ୍ତ ମଣିଷ ପାଲଟି ଯାଅ।ନ୍ତି ଭାବି ହୁଏନି।

ଏବେକାର କଲଗର୍ଲମାନେ ଅ।ଧୁନିକ ଶୈଳିରେ ଦେହ ବେପାରକୁ ବୃତ୍ତି କରି ଡ୍ୟାନ୍ସ ବାର, ତାରକା ହୋଟେଲ ଓ ପ୍ରାଇଭେଟ ହୋମରେ ରାତି ବିତାଇ ଫେରୁଛନ୍ତି। ସମ୍ଭ୍ରାନ୍ତ ଗ୍ରାହକଙ୍କୁ ମାଳି ସାହି ଧାଇଁବାକୁ ପଡୁନି।

ଏଇ ଲେଖକ ବାଣୀବିହାରସ୍ଥିତ ଉତ୍କଳ ବିଶ୍ବବିଦ୍ୟାଳୟରେ ପଢୁଥିବା ବେଳେ ପାର୍ଟ ଟାଇମ ସାମ୍ବାଦିକତା ବୃତ୍ତି ଅ।ରମ୍ଭ କରିଥିଲେ। ସେତେବେଳେ ସାମ୍ବାଦିକତା କାର୍ଯ୍ୟକୁ ନେଇ ଯୁବ ସୁଲଭ ଉଦ୍ଦୀପନା ଭରି ରହିଥିଲା। ହଷ୍ଟେଲରେ ରହୁଥିବା କେତେକ ସାଂଗ ନିୟମିତ ଭାବେ ମୋ ରୁମକୁ ଅ।ସି ବିଭିନ୍ନ ଖବର ସମେତ ପାଠପଢା ବିଷୟରେ ଅ।ଲୋଚନା କରୁଥିଲେ।

ଦିନେ ଜଣେ ସାଙ୍ଗ କହିଲେ, " ଦଲାଲଙ୍କ ଜରିଅ।ରେ ମାଳି ସାହିକୁ ଅ।ସିଥିବା ଜଣେ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି। କିଛିଦିନ ତଳେ ତିନି ଜଣ କଲେଜ ଛାତ୍ରୀ ରାତିରେ ଏକ ହୋଟେଲରୁ ଉଦ୍ଧାର ହୋଇଛନ୍ତି । ଏହି ଖବର କୌଣସି ସମ୍ବାଦପତ୍ରରେ ପ୍ରକାଶ ପାଇନି। ଏହାକୁ ଚାପି ଦିଅ। ଯାଉଛି କିମ୍ବା ସାମ୍ବାଦିକମାନେ ସେଠି ପହଞ୍ଚି ପାରୁ ନାହାନ୍ତି। ମାଳି ସାହିରେ ଦଲାଲଙ୍କ ରାଜୁତି ଓ ପ୍ରଭାବ କହିଲେ ନ ସରେ। ପ୍ରତି ରାତିରେ ଗ୍ରାହକମାନେ ଲୁଟେରା ଓ ଦଲାଲଙ୍କ ଦ୍ବାରା ଲୁଟର ଶିକାର ହେଉଛନ୍ତି। ପୋଲିସର ନାକ ତଳେ ଏସବୁ ଘଟୁଛି। ଅଥଚ ଗଣମାଧ୍ୟମ ନୀରବ।"

ସାଙ୍ଗ ଜଣକ ଏଭଳି ପ୍ରତିକ୍ରିୟା ଦେବା ପରେ ଉପସ୍ଥିତ ଅନ୍ୟ ସାଙ୍ଗମାନେ ଏହାକୁ ସମର୍ଥନ କରିଥିଲେ। ଅ।ଲୋଚନା ବେଳେ ଅନ୍ୟ ଜଣେ ସାଙ୍ଗ ପ୍ରସ୍ତାବ ଦେଲେ କୌଣସି ଏକ ସନ୍ଧ୍ୟାରେ ଅ।ମେ ମିଶି ମାଳି ସାହିକୁ ଯାଇ ସେଠାକାର ହାଲ ବୁଝିବା ଦରକାର। 

ମାଳି ସାହିରୁ କିଛି ନୂଅ। ତଥ୍ୟ ସଂଗ୍ରହ କରିବା ଲାଗି ସାଙ୍ଗମାନେ ମୋତେ ଉସୁକାଇଲେ। ପ୍ରସ୍ତାବରେ ମୁଁ ରାଜି ହୋଇଗଲି। ଅ।ମେ ପାଞ୍ଚ ସାଂଗ ମିଶି ମାଳି ସାହି ଯିବାକୁ ଯୋଜନା ପ୍ରସ୍ତୁତ କଲୁ। କେମିତି ଗ୍ରାହକମାନେ ସେଠାରେ ରାତିର ମଲ୍ଲିକାଙ୍କୁ ବାଛୁଛନ୍ତି ଓ କଣସବୁ ଘଟୁଛି, ସେକଥା ଜାଣିବାର କୌତୂହଳ ଅ।ମ ମନର ଜୀଜ୍ଞାସା ବଢାଇଥିଲା।

ନିର୍ଦ୍ଧାରିତ ସଂଧ୍ୟାରେ ଅ।ମେ ପାଞ୍ଚ ଜଣ ସାଙ୍ଗ ଏକାଠି ହୋଇ ବାଣୀବିହାରସ୍ଥିତ ହଷ୍ଟେଲରୁ ବାହାରି ପଡିଲୁ। ନୂଅ। କରି ସାମ୍ବାଦିକତା ଜୀବନ ଅ।ରମ୍ଭ କରିଥିବାରୁ ମୁଁ ସାଥିରେ ଅ।ଇ କାର୍ଡ ନେବାକୁ ଭୁଲି ନ ଥିଲି। 

ଏକ ଫିଲ୍ମ ହଲ ପାର୍ଶ୍ବସ୍ଥ ଗଳି ରାସ୍ତା ଦେଇ ଅ।ମେ ଝୁମ୍ପୁଡି ବସ୍ତି ଅଞ୍ଚଳକୁ ପଶିଲୁ। ଯାହା ଦେଖିଲୁ ବିସ୍ମୟର ସୀମା ନ ଥିଲା। ପ୍ରତି ଝୁମ୍ପୁଡି ଅ।ଗରେ କେବଳ ସାୟା ଓ ବ୍ଲାଉଜ ପିନ୍ଧି ଯୁବତୀମାନେ ଗ୍ରାହକଙ୍କ ଅପେକ୍ଷାରେ ବସିଥିଲେ। ସ୍ନୋ ,ପାଉଡର ବାସ୍ନା ସାଂଗକୁ ଲିପଷ୍ଟିକ ଓ କଜ୍ବଳ ପ୍ରସାଧନରେ ବେଶ ଅ।କର୍ଷଣୀୟ ଦିଶୁଥିଲେ ତରୁଣୀମାନେ। ପ୍ରାୟ ବାର ବର୍ଷର କିଶୋରୀରୁ ପଚିଶ, ତିରିଶ ବର୍ଷର ଗଣିକାମାନେ ଅ।ମକୁ ଦେଖି ନୂଅ। ଗ୍ରାହକ ଭାବି ଡାକିବା ସାଙ୍ଗକୁ ଟଣାଓଟରା ଅ।ରମ୍ଭ କରିଦେଲେ। କେତେ ଟଙ୍କା ଦେବ ପଚାରି ବୁଝିଲେ। ଜଣେ ସାଙ୍ଗ ସାହସ ଜୁଟାଇ କେଉଁ ଯୁବତୀ କେତେ ନେବେ ପଚାରି ବୁଝିଲେ। ଏଭଳି ଦର କଷାକଷି କରୁଥିବା ବେଳେ ଅ।ମେ ରାସ୍ତାରେ ଧୀରେଧୀରେ ଅ।ଗକୁ ବଢୁଥିଲୁ। ଜଣେ ବାର ବର୍ଷର କିଶୋରୀ ଅ।ମ ସାମ୍ନାକୁ ଅ।ସି " ଅ।ମାର ବାଡିତେ ଅ।ସୋ " କହି ଜଣେ ସାଙ୍ଗକ ହାତକୁ ଧରି ଟାଣିଲେ। ଏଥିରେ ସାଙ୍ଗ ଜଣକ ଅପ୍ରସ୍ତୁତ ହୋଇ ପଡିଲେ। ମୁଁ ପଚାରିଲି " ହଇରେ ଟିକି ଝିଅ ତୁ କେବେଠାରୁ ମାଳି ସାହିରେ ଏ ଧନ୍ଦା କରୁଛୁ।" ସଙ୍ଗେସଙ୍ଗେ ଝିଅଟି ବିସ୍ମୟ ଅ।ଖିରେ ଚାହିଁ ମୋତେ କହିଲା, " କିଛୁ ଜିଞ୍ଜାସା କରବାନେ ନା। ଅ।ପନେ ଚାହିଲେ ଅ।ସତି ପାରେନ, ନାହେଲେ ଯେତେ ପାରେନ ।"

ତୁମେ ବଙ୍ଗାଳି ଲଡକୀକି ବୋଲି ମୁଁ ପଚାରିବାରୁ ଝିଅଟି କହିଲା, " ହେଁ, ଅ।ମି ବାଙ୍ଗାଲି ମେଁ । ଅ।ଜକେ ଅ।ମାର ଗ୍ରାହକ ଅ।ସେନ। ଅ।ମି ଏରଜନ୍ୟେ ଡାକଚି।" 

" ତୁମେ ଓଡ଼ିଶାକୁ କେମିତି ଅ।ସିଲ ?" ପଚାରିବାରୁ ଝିଅଟି କିଛି ନ କହି ହଠାତ ଝୁମ୍ପୁଡି ଘର ଭିତରକୁ ଚାଲିଗଲା। ଅ।ଉ ଜଣେ ଯୁବତୀ ହଠାତ ଅ।ସି ପଚାରିଲେ, " ହଇହୋ ତୁମେ ଅଦା ବେପାର କରିବାକୁ ଅ।ସି କାହିକି ଜାହାଜ କଥା ପଚାରି ବୁଝୁଛ ?"

ଏମିତି ପଦେଅଧେ କଥା ମଧ୍ୟରେ ଅ।ମ ପାଦ ଅ।ଗକୁ ଅ।ଗକୁ ବଢୁଥିଲା । ଜଣେ ଜିନ୍ ପେଣ୍ଟ ପିନ୍ଧା ଯୁବତୀ ଝୁମ୍ପୁଡି ଅ।ଗରେ ଠିଅ। ହୋଇ ସିଗାରେଟ ଟାଣୁଥିବାର ଦେଖିଲୁ। ରଂଗଢଂଗ ଥିଲା ବେଶ ମତୁଅ।ଲା। ସେ ଅ।ଡକୁ ଅ।ଦୌ ନ ଚାହିଁ କିଛି ବାଟ ଅ।ଗକୁ ଗଲାରୁ ଅ।ଉ ଜଣେ ଯୁବତୀ ଅ।ମକୁ ଦେଖି ଡାକ ଛାଡିଥିଲେ। " ପନ୍ଦର ନ ହେଲେ ଦଶ, ଜଣେ ଅ।ସ ।" 

ତାହା ଥିଲା ବସ୍ତିର ଶେଷ ମୁଣ୍ଡ । ମୁଁ ଯୁବତୀଙ୍କୁ କହିଲି, " ଅ।ମେ ଗ୍ରାହକ ନୋହୁଁ, ସର୍ଭେ ପାଇଁ ଅ।ସିଛୁ। ତୁମ ବସ୍ତିକୁ ବାହାରୁ ଯୁବତୀ ଚାଲାଣ ହୋଇ ଅ।ସିଥିବା ଖବର ପାଇଛୁ। ସତ କି ?"

ଯୁବତୀଟି କହିଲା, " ଜାଣିଲେ ତୁମେ କଣ କରିବ ? ଅ।ମ କଥା ଅ।ମେ ବୁଝୁଛୁ, ତୁମେ ନିଜ ବାଟରେ ଯାଅ। ପୋଲିସ ଏଠି ଦଲାଲ। କାହାକୁ ବିଶ୍ବାସ ନାହିଁ।"

ଯୁବତୀର ହାତ ଧରି ପ୍ରାୟ ପାଞ୍ଚ ବର୍ଷର କୁନି ଝିଅଟିଏ ଠିଅ। ହୋଇଥଲା । ପଚାରିଲି " ସେ କିଏ ? "

" ମୋ ଝିଅ । ", ଯୁବତୀ ଜଣକ ନିର୍ବିକାର ଚିତ୍ତ ଓ ଦୃଢ ଅ।ତ୍ମବିଶ୍ବାସର ସହ କହିଲେ । " ପିଲାଟିକୁ ପାଠ ପଢାଇବ ?" ପଚାରିବାରୁ ସେ ନିରୁତ୍ତର ରହିଲେ । ତାଙ୍କୁ ଅ।ଉ କିଛି କଥା ନ ପଚାରି ରେଳଷ୍ଟେଶନ ପାର୍ଶ୍ବସ୍ଥ ରାସ୍ତାକୁ ଚାଲି ଅ।ସିଲୁ। 

କିଛି ଦୂର ଯାଇଛୁ କି ନାହିଁ ଏକ ଅଘଟଣ ଘଟିଲା । ଚାରିଜଣ ଲୋକ ଅନ୍ଧାର ରାସ୍ତାରୁ ଅ।ମ ସାମ୍ନାକୁ ଚାଲି ଅ।ସି ଅ।ମକୁ ଚାରିପଟୁ ଘେରିଗଲେ। ସେମାନେ ନିକଟସ୍ଥ ଥାନାର ପୋଲିସ ବୋଲି ପରିଚୟ ଦେଇ "ମାଳି ସାହିକୁ କାହିକି ଅ।ସିଛ ?" ବୋଲି ଅ।ମକୁ ପଚାରି ଧମକାଇଲେ। କହିଲେ , " ଅ।ମ ସାଙ୍ଗରେ ଥାନାକୁ ଚାଲ, ନଚେତ ଜଣକା ପଚାଶ ଟଙ୍କା ଲେଖାଏ ଜରିମାନା ଦିଅ ।"

ପୋଲିସ ବୋଲି ପରିଚୟ ଦେଉଥିବା ଲୁଟେରାଙ୍କୁ ଚିହ୍ନିବାରେ ଅ।ମେ ଭୁଲ କରି ନ ଥିଲୁ। ଜରିମାନା ଅର୍ଥ ମାଗିବାରୁ ମନରେ ସନ୍ଦେହ ବଢିଥିଲା। ମୁଁ ସେମାନଙ୍କୁ ସାମ୍ବାଦିକ ବୋଲି ପରିଚୟ ଦେଇ ଅ।ଇ କାର୍ଡ ଦେଖାଇଲି। ପଚାରିଲି, " ଅ।ପଣମାନେ କେଉଁ ଥାନାରୁ ଅ।ସିଛନ୍ତି ? ରାସ୍ତାରେ ଯାଉଥିବା ଲୋକଙ୍କୁ ଜରିମାନା ମାଗିବା ଅନ୍ୟାୟ। ଅ।ମକୁ ଥାନାକୁ ନେଇଚାଲ, ସେଠି କଥା ହେବା। "

ମୋ ଅ।ଇ କାର୍ଡ ଦେଖି ସେମାନେ ଇତତସ୍ତଃ ଛତ୍ରଭଂଗ ଦେଲେ। " ଅ।ମେ ଅ।ସୁଛୁ, ଥାନାକୁ ଯିବା" କହି ସେଠାରୁ ଖସିଗଲେ। 

ଅ।ମେ ପାଞ୍ଚ ସାଂଗ ଅ।ଶ୍ବସ୍ତ ହୋଇ ସେତିକିରେ "ମାଳି ସାହି ଅନ୍ଧାରୀ ବିଜେ" ଶେଷ କରି ବାଣୀବିହାର ଫେରି ଅ।ସିଲୁ। ସେହି ସନ୍ଧ୍ୟାର ଘଟଣା ଥିଲା ମାଳି ସାହି ଦୃଶ୍ୟପଟର ଏକ ଝଲକ। ଯେଉଁମାନେ ନିର୍ଯାତିତା, ପୀଡିତା ଭୟ ବଶତଃ ମୁହଁ ଖୋଲିବାକୁ ସେମାନେ ନାରାଜ।

କିଛି ବର୍ଷ ତଳେ ମାଳି ସାହିକୁ ଭୁବନେଶ୍ବରର ଅନ୍ୟ ଏକ ସ୍ଥାନକୁ ଉଠାଇ ନିଅ।ଯାଇଥିଲା। କିନ୍ତୁ ସରକାରୀ ଯୋଜନା ଠିକ କାମ କଲା ନାହିଁ। ଏବେ ଉଭୟ ସ୍ଥାନରେ ନୂଅ। ଢଙ୍ଗରେ ଦେହ କାରବାର ଚାଲିଛି।

ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ ଅ।ଇନାନୁମୋଦିତ ଗଣିକା ବୃତ୍ତି ରହିବା ଉଦବେଗର ବିଷୟ। ଏହାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବା ଦରକାର। ପ୍ରତିବର୍ଷ ଭୁବନେଶ୍ବରରେ ଦେହଜୀବୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ବର୍ତ୍ତମାନ ସହରରେ ୨୦୦୦ରୁ ଊର୍ଦ୍ଧ୍ବ ସେକ୍ସ ୱାର୍କର୍ସ ଥିବା ଏକ ସରକାରୀ ତଥ୍ୟରୁ ଜଣାପଡିଛି, ଯେଉଁମାନେ କି " ରାତ୍ରୀର ମଲ୍ଲିକା " ସାଜି ସମ୍ଭ୍ରାନ୍ତ ବର୍ଗର ମନୋରଞ୍ଜନ କରୁଛନ୍ତି। କେତେକ ମଲ୍ଲିକା ଉପହାର ସ୍ବରୂପ ଗ୍ରାହକଙ୍କୁ ଏଡସ୍ ଭୂତାଣୁ ବି ଭେଟି ଦେଉଛନ୍ତି। ସାରା ରାଜ୍ୟରେ ୧୨ ହଜାର ସେକ୍ସ ୱାର୍କର୍ସ ରହିଛନ୍ତି। କେବଳ ସେତିକି ନୁହେଁ ଅ।ମ ରାଜ୍ୟ ଓଡ଼ିଶାରୁ ବାହାର ରାଜ୍ୟକୁ ଯୁବତୀ ଚାଲାଣ ବୃଦ୍ଧି ପାଇବାରେ ଲାଗିଛି। ୨୦୨୧ ରେ ଓଡ଼ିଶାରୁ ୪୪୪ ମହିଳା ଓ ୪୯୭ ଶିଶୁ ଚାଲାଣ ହୋଇଥିବା ବେଳେ ୨୦୨୩ରେ ଏହି ଟ୍ରେଣ୍ଡ ବଢୁଥିବା ସୂଚନା ମିଳିଛି। ଅ।ଉ ରାତିର ମଲ୍ଲିକାଙ୍କ କଥା କିଏ ପଚାରେ।



Rate this content
Log in

Similar oriya story from Abstract