Upendra prasad Mahala

Horror Classics Inspirational

4.5  

Upendra prasad Mahala

Horror Classics Inspirational

ଆତ୍ମା

ଆତ୍ମା

7 mins
301



ଗାଁରେ କଟିଥିବା ମୋ ପିଲାଦିନର ସ୍ମୃତି ବେଶ ରୋମାଞ୍ଚକର। ଅନେକ ଅଦ୍ଭୂତ, ବିସ୍ମୟକର ଘଟଣା ଅଂଗେ ନିଭାଇଛି। ଆଗରୁ ଗାଁରେ ଠାକୁର ଠାକୁରାଣୀ ବିପଦ ଆପଦ ଓ ରୋଗବ୍ୟାଧିରୁ ସମସ୍ତଙ୍କୁ ରକ୍ଷା କରୁଥିଲେ ବୋଲି ଲୋକେ ଭାବୁଥିଲେ। କେଉଁଠି ମନ୍ଦିରରେ ତ ଆଉ କେଉଁଠି ଗଛମୂଳେ ସିନ୍ଦୁର ବୋଳା ପଥରକୁ ଠାକୁରାଣୀ ଭାବେ ସେମାନେ ପୂଜା କରୁଥିଲେ। ଏବେ ଦୂର ଅତୀତର ଅନେକ ମୂର୍ତ୍ତି ଓ ସିନ୍ଦୁର ବୋଳା ପଥର ମାଟିରେ ପୋତିଗଲେଣି !

ଗାଁରେ ଆମ ଘରଠାରୁ ଅନତିଦୂର ସଡକ କଡରେ ଥାଏ ଆମ ନଡା ଛପର ହଲର ମେଶିନ ଘର। 'ୟୁ' ଟାଇପରେ ତିଆରି ହୋଇଥାଏ ଘରଟି। ସବୁଠୁ ଲମ୍ବା ଘରେ ଡିଜେଲ ଚାଳିତ ହଲର ମେଶିନ ପଡିଥାଏ। ଆଖପାଖ ଗାଁର ଲୋକେ ଉଷୁନା ଧାନ ଆଣି ମେଶିନରେ ପେଡାଇ ଘରକୁ ଚାଉଳ ନେଇ ଯାଆନ୍ତି। ହଲର ମେଶିନ ପୂର୍ବରୁ ମହିଳାମାନେ ଢିଙ୍କିରେ ଧାନ କୁଟି ଚାଉଳ ସଂଗ୍ରହ କରୁଥିଲେ। ସବୁ ଘରର ଓଳି ତଳେ ଧାନକୁଟା ଢିଙ୍କି ରହିଥିଲା। ହଲର ମେଶିନ ଆସିବା ପରେ ଢିଙ୍କିରେ ଧାନକୁଟା ପୁରା ବନ୍ଦ ହୋଇଯାଇଛି। ଲୋକେ ସହଜରେ ମେଶିନରେ ଧାନ ପେଷି ଚାଉଳ ପାଇ ପାରୁଛନ୍ତି। 

ଆମ ହଲର ମେଶିନ ଘରର ଦୁଇ ପାର୍ଶ୍ବକୁ ଲାଗି ଦୁଇଟି ଛୋଟ ରୁମ। ଗୋଟିଏ ରୁମରେ ମୋ ବାପା ଡାକଘର କାମ କରନ୍ତି। ଅନ୍ୟ ରୁମରେ ମୁଁ ବସାଉଠା କରେ। ସେ କୋଠରୀଟି ଥିଲା ମୋ ଷ୍ଟଡି ରୁମ୍। ହାଇସ୍କୁଲରୁ ଫେରି ରୁମକୁ ଯାଇ ପାଢାପଢି କରେ। ଘରର ବଡପୁଅ ହୋଇଥିବାରୁ ବିଲବାଡିରେ କାମ କରୁଥିବା ଲୋକଙ୍କ ହିସାବପତ୍ର ଏକ ଖାତାରେ ଲେଖି ରଖେ। ପାଠ ପଢା ସାଙ୍ଗକୁ ଘରର ଚାଷବାସ ଦାୟିତ୍ବ କିଛିଟା ବୁଝିବାକୁ ପଡୁଥିଲା। ଆମ ଘରେ ଦୁଇଜଣ ଧରାବନ୍ଧା ମୂଲିଆ କାମ କରୁଥିଲେ। ସେମାନେ ହେଲେ ବୀର ବଡ଼'ପା ଓ ମକ ଦାଦା। ଦୁହେଁ ଅନୁଭବୀ ମଣିଷ । ଚାଷ କାମରେ ଧୂରନ୍ଧର। ବୀର ବଡ଼'ପା ଅସବର୍ଣ୍ଣ ଜାତିର । ମୋ ବାପା ସବର୍ଣ୍ଣ ଅସବର୍ଣ୍ଣ ଭେଦଭାବ ମାନୁ ନ ଥିବାରୁ ଆମେ ତାଙ୍କ ଭଳି ସମସ୍ତଙ୍କ ସହ ଖୋଲାଖୋଲି ମିଶୁଥିଲୁ। 

ସେଦିନ ସନ୍ଧ୍ୟାରେ ମକ ଦାଦା ( ଶୁଭ ନାମ ମକରା ) ଓ ବୀର ବଡ'ପା ମୋ ଷ୍ଟଡି ରୁମକୁ ଆସି ତାଙ୍କ ମୂଲମଜୁରୀ ହିସାବ ବୁଝୁଥିଲେ। ମୋ ତଳ ବ୍ୟାଚରେ ପଢୁଥିବା ଜଣେ ଗାଁ ସାଙ୍ଗ ଓ ଆସ୍ ହଲର ମେଶିନ ଚାଳକ ପାଖରେ ବସିଥାନ୍ତି। ରୁମରେ ଗୋଟିଏ ଖଟ ଓ ହଳେ ଟେବୁଲ ଚେୟାର ପଡିଥାଏ। 

ଚୈତ୍ର ମାସ ଚାଲିଥାଏ। ହଲର ଘରଠାରୁ ପ୍ରାୟ ପଚାଶ ଫୁଟ ଦୂରରେ ଗାଁ ଠାକୁରାଣୀଙ୍କ ମନ୍ଦିର। ଚୈତ୍ର ମାସ ବ୍ୟାପୀ ସନ୍ଧ୍ୟାରେ ଘଟ ପୂଜା ହେଉଥାଏ। ସେଠି ଢୋଲ ମହୁରୀ ବାଜିବା ଅ।ରମ୍ଭ ହେଲେ ବିଭିନ୍ନ ସାହିର ଲୋକ ଘଟ ପୂଜା ଦେଖିବାକୁ ଅ।ସନ୍ତି।

ମୁଁ ମୂଲ ମଜୁରୀ ହିସାବ କରୁଥିବା ବେଳେ ପାଖରେ ବସିଥିବା ମକ ଦାଦା ହଠାତ୍ ଅଦ୍ଭୂତ ଭାବେ ଚମକି ଉଠିଲେ। କହିଲେ " ଘର ଚାଳରେ ନିଅଁ। !! ଛୋଟ ନିଅଁ। ଝୁଲଟିଏ ତାଙ୍କ ଆଖିକୁ ଦେଖାଗଲା। ଏହା କହି ସେ ତୁରନ୍ତ ରୁମରୁ ବାହାରି ଆସି ନଡାଛପର ଚାଳକୁ ତନଖି କଲେ। ଆମେ ବ୍ୟସ୍ତ ହୋଇପଡିଲୁ। କିଛି ବର୍ଷ ତଳେ ରାତିରେ ଆମେ କେହି ନ ଥିବା ବେଳେ ମେଶିନ ଘରେ ନିଅଁ। ଲାଗିଗଲା। ଲୋକେ ଧାଇଁ ଅ।ସି ପାଣି ଢାଳି ନିଅଁ।କୁ ଅ।ୟତ କଲେ। ଏଣୁ ବ୍ୟସ୍ତ ହୋଇ ମୁଁ ଟର୍ଚ୍ଚଟିଏ ଧରି କେଉଁଠି ନିଅଁ। ଲାଗିଛି କି ଯାଞ୍ଚ କରିବାରେ ଲାଗିପଡିଲି। ଏତିକି ବେଳେ ମକ ଦାଦା ଏକ କୁହାଟ ଛାଡି ସେଠାରୁ ମନ୍ଦିର ନିକଟକୁ ଅତର୍ଚ୍ଛା ଧାଇଁଲେ। ଉପସ୍ଥିତ ଅନ୍ୟମାନେ କହିଲେ," ଠାକୁରାଣୀ ତାଙ୍କ ଦେହରେ ସବାର ହୋବାରୁ ଅ।ଖିକୁ ବୋଧେ ଭ୍ରମରେ ନିଅଁ ଝୁଲ ଦିଶିଛି।" କୌଣସି ଅଘଟଣ ଘଟି ନ ଥିବା ଓ କେଉଁଠି ନିଅଁ।ର ଚିହ୍ନବର୍ଣ୍ଣ ନ ଥିବା ଦେଖି ଅ।ମେ ଅ।ଶ୍ବସ୍ତ ହେଲୁ। ପରେ ଘଟ ପୂଜା ଦେଖିବାକୁ ସମସ୍ତେ ବାହାରି ଗଲୁ। ସେତେବେଳକୁ ଢୋଲ ମହୁରି ବାଜାରେ ଠାକୁରାଣୀ ମନ୍ଦିର ସାମ୍ନା, ବାଲି ପୋଖରୀକୁ ଲାଗିଥିବା ପଡିଅ। କମ୍ପୁଥାଏ। ଅ।ମେ ଯାଇ ଦେଖିଲୁ ମକଦାଦା ଦିଅ।ସୀ ପଡିଛନ୍ତି। ତାଙ୍କ ସର୍ବାଂଗ ପ୍ରକମ୍ପିତ ହେଉଛି। ଠାକୁରାଣୀଙ୍କ ପୂଜା ବେତବାଡି ଧରି ସୁ ସା ହୋଇ ନିଃଶ୍ବାସ ପ୍ରଶ୍ବାସ ନେଉଛନ୍ତି।

 ରାତିବେଳେ ଦିଅ।ସୀ ଦେଖି କାଳେ ଡରିଯିବି ସେଥିଲାଗି ମୋତେ କେହି ଅ।ଗରୁ ଘଟପୂଜା ଦେଖିବାକୁ ନେଉ ନ ଥିଲେ। ପ୍ରଥମ କରି ଘଟପୂଜା ଓ ଦିଅ।ସୀ ଲାଗିବା ଦେଖିଲି। ମକ ଦାଦାଙ୍କ ପରେ ଅ।ଉ ଛଅ ସାତଜଣଙ୍କୁ ଦିଅ।ସୀ ଲାଗିଲା। ଲୋକଙ୍କ ହରିବୋଲ ଧ୍ବନିରେ ଠାକୁରାଣୀ ପଡିଅ। ପ୍ରକମ୍ପିତ ହେଉଥାଏ। ଏପରିକି ପୁରୁଖା ଲୋକେ ଦିଅ।ସୀଙ୍କୁ ଗାଁର ଭଲମନ୍ଦ ଖବର ପଚାରି ବୁଝୁଥିଲେ।

ଲୋକଙ୍କଠାରୁ ଯାହା ବୁଝିଲି ତାହା ଥିଲା ଏହିପରି। ଠାକୁରାଣୀ ଯାହା ଦେହରେ ସବାର ହୁଅନ୍ତି, ତାଙ୍କୁ ଦିଅ।ସୀ କୁହାଯାଏ। ଘଟ ପୂଜା ଲାଗି ସେମାନେ ଦିନସାରା ନିର୍ଜଳା ଉପବାସ କରନ୍ତି। ଗାଁର ଜଣେ ଅସବର୍ଣ୍ଣ ଦେହୁରି ଓ ପୂଜାରୀ ବାରିକ ଘଟପୂଜା କରନ୍ତି।

" ଠାକୁରାଣୀଙ୍କର ତାହାଲେ ଅ।ତ୍ମା ରହିଛି ? ସେ ଅ।ତ୍ମା ଅ।ସି ଲୋକଙ୍କ ଦେହରେ ସବାର ହେଉଛି ??" କୌତୂହଳ ବଶତଃ ଜଣେ ବୟସ୍କ ଲୋକଙ୍କୁ ପଚାରିଲି । ସେ କହିଲେ, " ପୁଅ ତୁମେ ଠିକ କହିଛ। କାହାରି ଦେହରେ ଠାକୁରାଣୀ ସବାର ହେଲେ ସେ ଅ।ଗତ ଭବିଷ୍ୟତ କହି ପାରନ୍ତି। ଅ।ମ ଗାଁ ଠାକୁରାଣୀ ଜୀବନ୍ତ। ଡାକିଲେ ' ଓ ' କରନ୍ତି।" 

ପ୍ରତି ବର୍ଷ ପଣା ସଂକ୍ରାନ୍ତିକୁ ଠାକୁରାଣୀଙ୍କ ମନ୍ଦିର ନିକଟରେ ଭୋର ସମୟରେ ଘଟପୂଜା ଲାଗି ମେଳା ବସେ। ଅନେକ ଦିଅ।ସୀଙ୍କ ଦେହରେ ବିଭିନ୍ନ ଠାକୁରାଣୀ ଯଥା- ବାସୁଳେଇ, ଭଦ୍ରକାଳୀ, ପଶ୍ଚିମା, ଛତ୍ରଖାଇ ପ୍ରମୁଖ ସବାର ହୁଅନ୍ତି। ପାଟୁଅ।ମାନେ କଳାରଂଗର ଶାଢି ପିନ୍ଧି ଘଟ ମୁଣ୍ଡାଇ ବାଜାର ତାଳେ ତାଳେ ଗୀତ ବୋଲି ନାଚିବା ଦୃଶ୍ୟ ଅତ୍ୟନ୍ତ ଚିତ୍ତାକର୍ଷକ । ସେମାନେ ପିଠି ଚମଡାରେ କଣ୍ଟା ଫୁଡାଇ ଝୁଣା ନିଅଁ। ଉପରେ ଏକ ଦୋଳିରେ ଓହଳି ଝୁଲନ୍ତି। ସେବର୍ଷ ଘଟପୂଜା ମେଳା ଦେଖିବାର ସୁଯୋଗ ମୋତେ ମିଳିଥିଲା।

ପରବର୍ତ୍ତୀ ବର୍ଷ ମାଟ୍ରିକ ପାସ କରି ମୁଁ କଲେଜରେ ପାଠ ପଢିବାକୁ ଚାଲିଗଲି। ମେଷରେ ରହି ପଢୁଥାଏ। ଛୁଟି ହେଲେ କିମ୍ବା ଶନିବାର ଓ ରବିବାର ଫୁରସତ ପାଇଲେ ସାଇକେଲରେ ଗାଁକୁ ଫେରି ଘରର ଚାଷବାସ କାମ ବୁଝି ଯାଉଥାଏ।

ଦିନେ କଲେଜରୁ ଫେରି ଘରେ ପହଞ୍ଚିବା ବେଳକୁ ସଞ୍ଜ ଅନ୍ଧାର ବେଢି ଅ।ସିଲାଣି । ବୋଉ ଏକ କଂସାରେ ପଖାଳ ଭାତ ଓ ଥାଳିଅ।ରେ ପିଅ।ଜ, ରସୁଣ ଓ ଶୁଖୁଅ। ଭଜା ଓ ଚଡଚଡି ବାଢି ପରସି ଦେଲେ। ସକାଳ ହେଉକି ରାତି ପଖାଳ ଭାତ ଥିଲା ସଭିଙ୍କ ପ୍ରିୟ ଖାଦ୍ୟ। ମୁଁ ଉଦର ଶାନ୍ତି କରି ପଖାଳ ଖାଇ ସାରି ବସିଥାଏ। ବୋଉ ମୋତେ ଡାକି କହିଲେ, " ଜାଣିଛୁ ପିଲାଦିନେ ତୋ ସାଂଗରେ ଖେଳୁଥିବା ସୀତାର ଝିଅକୁ ଗୋଟେ ଅ।ତ୍ମା ମାଡି ବସୁଛି। ଝିଅଟିର ବୟସ ୧୨ କି ୧୩ ହେବ। ତା' କଣ୍ଠ ସ୍ବର ଅ।ତ୍ମାର ପୁରୁଷ ସ୍ବର ଭଳି ବଦଳି ଯାଉଛି। ସୀତା ଓ ତା' ସ୍ବାମୀ ଭଗବାନିଅ। ଏଥିଲାଗି ଖୁବ୍ ବ୍ୟସ୍ତ ହୋଇ ପଡିଛନ୍ତି। ବହୁ ଗୁଣିଅ। ଡାକି ଝଡାଫୁଙ୍କା କଲେଣି। ଝିଅଟି ଭଲ ହେଉନି। ଠିକ ରାତି ହେଲେ ସେ ଅ।ତ୍ମା ଅ।ସି ଝିଅଟା ଦେହରେ ସବାର ହେଉଛି।" 

ମୁଁ ପଚାରିଲି " ଆଜି କ'ଣ ତାକୁ ଆତ୍ମା ମାଡି ବସିଛି ?" 

ବୋଉ କହିଲେ, " ଯା' ସୀତା ଘର ଆଡେ ବୁଲି ଆସିବୁ। ଦେଖିବୁ କ'ଣ ହେଉଛି। 

ସୀତା ଦେଖିବାକୁ ଭାରି ସୁନ୍ଦରୀ। ମେଳାପି ସ୍ବଭାବ ଓ ହସଖୁସି ମିଜାଜର ଝିଅ। ସେ ମା ବାପାଙ୍କର ଏକମାତ୍ର କନ୍ୟା ହୋଇଥିବାରୁ ଏକ ଦୂର ଗାଁର ପିଲା ଭଗବାନିଅ। (ଶୁଭ ନାମ ଭଗବାନ)କୁ ଘର ଜ୍ବାଇଁ ଭାବେ ବାଛି କମ ବୟସରୁ ତାକୁ ବାହା କରାଇ ଦେଲେ। ସୀତାର ଗୋଟିଏ ଝିଅ ଓ ପୁଅ। ଝିଅଟି ବଡ, ପୁଅ ସାନ। ସୀତାର ପିଲାମାନେ ମୋତେ ସାହିଭାଇ ସମ୍ପର୍କ ଦୃଷ୍ଟିରୁ ମାମୁ ବୋଲି ଡାକନ୍ତି। 

ମୁଁ ଚଟାପଟ ସୀତା ଘରକୁ ବୁଲିବାକୁ ଚାଲିଗଲି। ଯାହା ଦେଖିଲି, ସେ ଦୃଶ୍ୟ ମୋତେ ଅଭିଭୂତ କରିଦେଲା। ଝିଅଟି ଦେହେରେ ଅ।ତ୍ମା ସବାର ହୋଇଥିବାରୁ ବାତ ମାରିବା ଭଳି ଛାଟିପିଟି ହେଉଥାଏ। କେତେକ ସ୍ତ୍ରୀ ଲୋକ ତାକୁ ମାଡିବସି ଧରିଥାନ୍ତି। ଘରେ ପଡିଶା ଲୋକଙ୍କ ଗହଳିରେ କଡ ଫେରାଇ ହେଉ ନ ଥାଏ।

ସୀତାର ମୁହଁରେ ଭାଷା ନ ଥାଏ। ଦିଶୁଥାଏ ଶୁଖିଲା ଫୁଲ ପରି ରଂଗହୀନ, ଉଦାସ। ଭଗବାନିଅ। କପାଳରେ ହାତ ଦେଇ ବସିଥାଏ। 

ଶୁଣିଲି, ଦୁଇବର୍ଷ ତଳେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିର ଅତୃପ୍ତ ଅ।ତ୍ମା ଝିଅଟି ଦେହରେ ସବାର ହେଉଛି। ତା'ର ଲକ୍ଷ୍ୟ ତାକୁ ମରିବାକୁ ବାଧ୍ୟ କରିଥିବା ଲୋକଠାରୁ ପ୍ରତିଶୋଧ ନେବା ଠିକ ପୁରୁଷଙ୍କ କଣ୍ଠ ସ୍ବରରେ ସେ ସବୁକଥା କହୁଥାଏ। " ମୁଁ ଛାଡିବିନି। ତାକୁ ମାରି ପ୍ରତିଶୋଧ ନେବି।" ଏହା କହିବା ବେଳେ ଝିଅଟିର ମୁହଁ ଭୟଙ୍କର ଭାବେ ବିକଟାଳ ଦିଶୁଥିଲା। ଘର ଲୋକେ ଗୁଣିଅ। ଦେଇଥିବା ଗଦକୁ ବାଟି ତାକୁ ପିଅ।ଇ ପାଣି ଛାଟିବାରୁ ହୋସକୁ ଫେରିଲା। ସାହି ଲୋକେ ଧୀରେ ଧୀରେ ସେ ସ୍ଥାନରୁ ଚାଲିଗଲେ।

ସୀତା ଓ ଭଗବାନିଅ।କୁ ଡାକି ସବୁକଥା ପଚାରି ବୁଝିଲି। " ଦିନେ ସଞ୍ଜ ବେଳେ ପୋଖରୀ ତୁଠକୁ ଝିଅଟି ଏକୁଟିଅ। ଯାଇଥିବା ବେଳେ ଡରି ଯାଇଥିଲା। ସେବେଠାରୁ ତା' ଦେହରେ ଅ।ତ୍ମା ସବାର ହେଉଛି" - ସୀତା କହିଲା।

ମୁଁ ବୁଝାଇଲି, " ବ୍ୟସ୍ତ ହୁଅନି। ବର୍ତ୍ତମାନ ଚିକିତ୍ସା ବିଜ୍ଞାନର ଯୁଗ। ଗୁଣିଟୁଣି କରିବା ଭଳି ଅନ୍ଧବିଶ୍ବାସ ଛାଡି ତୁମେ ଝିଅକୁ ନେଇ ଡାକ୍ତରଙ୍କୁ ଦେଖାଅ। ମୋର ବିଶ୍ବାସ ଚିକିତ୍ସା ଦ୍ବାରା ସେ ଭଲ ହୋଇଯିବ।"

ସୀତା କାନ୍ଦିଲା, " କହିଲା ଝିଅଟି ମୋର ଭଲ ପଢୁଥିଲା। ଅ।ତ୍ମା ସବାର ହେବାଠାରୁ ତା' ପାଠପଢା ବନ୍ଦ। ତୋ କଥା ମାନି ଏବେ ଡାକ୍ତରଙ୍କୁ ଦେଖାଇବି। ଠାକୁରଙ୍କୁ ତ ସଞ୍ଜ ସକାଳେ ପୂଜା କରୁଛି ତାକୁ ଭଲ କରିଦେବା ଲାଗି। ସବୁ ଠାକୁରଙ୍କ ଇଚ୍ଛା।" 

ସୀତା ଓ ଭଗବାନିଆଙ୍କ ମନରେ କିଛିଟା ପ୍ରତ୍ୟୟ ଭରି ଅ।ଶ୍ବାସନା ଦେଇ ସେଠାରୁ ଫେରି ଆସିଲି। 

ମୁଁ ପିଜି ପଢୁଥିବା ବେଳେ ଥରେ ଭୁବନେଶ୍ବରରୁ ଗାଁକୁ ଯାଇଥିଲି । ସୀତାର ଝଅ କଥା ମନେ ପଡିବାରୁ ତାଙ୍କ ଘରକୁ ଗଲି। ସୀତା କହିଲା, "ଡାକ୍ତରଙ୍କୁ ଦେଖାଇବା ସତ୍ତ୍ବେ କିଛି ଲାଭ ହେଲାନି। ଜଣେ ଲୋକର କଥାକୁ ବିଶ୍ବାସ କରି ଅତି ଅଳ୍ପ ବୟସରେ ଝିଅକୁ ବାହା କରାଇ ଦେଲି। ବାହା ହୋଇଗଲେ ସେ ଭଲ ହୋଇଯିବ ବୋଲି ଗୁଣିଅ। ବି କହିଥିଲେ।"

ମୁଁ ପଚାରିଲି " ଝିଅ ଏବେ ତା ଶାଶୁଘରେ କେମିତି ଅଛି ? ଅ।ତ୍ମା ସବାର ହେଉ ନାହିଁ ତ ? "

ସୀତା କହିଲା , " ସେଠିବି ଦେହରେ ଅ।ତ୍ମା ସବାର ହେଉଛି। ତେବେ ଅ।ଗ ଭଳି ସେତେ ପ୍ରକୋପ ନାହିଁ। ତା'ର ପିଲାଟିଏ ହେଲେ ସବୁ ଗ୍ରହ ଦୋଷ ଦୂର ହୋଇଯିବ ଭାବୁଛି।" 

ମୁଁ ପଚାରିଲି, " ଝିଅକୁ ବାହା ଦେବା ପରେ ଏଭଳି ରୋଗ ସମସ୍ୟାକୁ ଶାଶୁ ଘର ଲୋକେ କେମିତି ଗ୍ରହଣ କଲେ। ତା' ଶାଶୁଘର ଲୋକଙ୍କୁ ତୁ ଆଗୁଅ। ଜଣାଇଥିଲୁ କି? ସେମାନେ ଝିଅକୁ ହଇରାଣ କରୁ ନାହାନ୍ତି ତ? 

" ନାଁ। ସେମାନେ ହଇରାଣ କରୁ ନାହାନ୍ତି। ତେବେ ବାହାଘର ପୂର୍ବରୁ ଡରେ ଏକଥା ତାଙ୍କୁ ଜଣାଇ ନ ଥିଲୁ। ପରେ ସେମାନେ ଜାଣିଲେ। ଭାରି ଭଲ ଲୋକ ସେମାନେ। ଝିଅକୁ ନେଇ ଏବେ ଡାକ୍ତର ଦେଖାଇ ଚିକିତ୍ସା କରୁଛନ୍ତି।"  

ଏକଥା କହିବା ବେଳେ ସୀତା ମୁହଁରେ କିଛିଟା ସନ୍ତୋଷ ଓ ଅ।ଶ୍ବାସନାର ଭାବ ବାରି ହୋଇ ପଡୁଥିଲା।

ସତରେ କ'ଣ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିଲେ ଅ।ତ୍ମା ଏଭଳି ଉତ୍ପାତ କରିଥାଏ ? ଠାକୁରାଣୀଙ୍କ ଦିବ୍ୟ ଅ।ତ୍ମା ମଣିଷ ଦେହରେ କ'ଣ ସବାର ହୁଏ ? ସୂକ୍ଷ୍ମ ଦୁନିଅ।ରେ ବିଚରଣ କରୁଥିବା ଅ।ତ୍ମାମାନେ ଛାୟା ରୂପରେ ଅ।ସି କାହାକୁ ଦେଖାଦେଇ କ'ଣ ଡରାନ୍ତି ଓ ମଣିଷର ଚେତନ ଓ ଅବଚେତନ ସ୍ତରକୁ କବଳିତ କରି ନିଅନ୍ତି ? ସେମାନେ ମଣିଷର ଭାଷାରେ କିଭଳି ଭାବ ବିନିମୟ କରନ୍ତି ? 

" ନା, ଏସବୁ ବକବାସ। ମିଛ ପ୍ରବଞ୍ଚନା। ଲୋକଙ୍କୁ ଭୟ ଦେଖାଇ ସମ୍ମୋହିତ କରି ଫାଇଦା ଉଠାଉଥିବା ଗୁଣିଅ।ମାନଙ୍କୁ ସାବାଡ କରି ଲୋକଙ୍କୁ ଏ ଦିଗରେ ସଚେତନ କଲେ ଅ।ତ୍ମା ସବାର ହେବା ଭଳି ମାନସିକ ଭୟ ଓ ଅବସାଦର ଅବସାନ ଘଟି ପାରନ୍ତା।" ଜଣେ ସହପାଠୀ ଏଭଳି ମତ ବ୍ୟକ୍ତ କରି ମୋ ସହ ଦୃଢ ଏକମତ ହେବାରୁ ଅ।ମେ ଜଣେ ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ଭେଟି ତାଙ୍କ ମତ ଲୋଡିଥିଲୁ। ସେ କହିଥିଲେ, " ଅ।ତ୍ମା କାହାରି ଦେହରେ ସବାର ହେବା ଆଦିଭୌତିକ ଘଟଣା ନୁହେଁ। ଏହା ଏକ ମାନସିକ ରୋଗର ପ୍ରତିଫଳନ। କେହି ଏଭଳି ରୋଗରେ ପଡି ମାନସିକ ସନ୍ତୁଳନ ହରାଇଲେ ରୋଗୀମାନେ ଅଦ୍ଭୂତ ଆଚରଣ ପ୍ରଦର୍ଶନ କରିଥାନ୍ତି। ଏତାଦୃଶ ଲକ୍ଷଣ ଯୁକ୍ତ ରୋଗୀକୁ ସ୍ନାୟବିକ ଚିକିତ୍ସା କରି ମସ୍ତିଷ୍କରେ ସନ୍ତୁଳନ ରକ୍ଷା କଲେ ସମ୍ପୂର୍ଣ୍ଣ ଆରୋଗ୍ୟ କରିବା ସମ୍ଭବ। ଚିକିତ୍ସା ବିଜ୍ଞାନରେ ଏହାର ଅନେକ ନିଦାନ ରହିଛି। ଭୟ, ବିଷାଦ ଓ ମାନସିକ ଅସ୍ଥିରତା ଏଭଳି ରୋଗର ମୁଖ୍ୟ କାରଣ ହୋଇପାରେ। ଆତ୍ମା ଜୀବସତ୍ତା ଭିତରେ ଥାଏ ଓ ଜୀବନ ସହ ଆତ୍ମା ଦେହଛାଡି ଚାଲିଯାଏ !! ଏ ସତ୍ୟକୁ ମାନିବାକୁ ପଡିବ। ମଣିଷର ଅ।ତ୍ମାକୁ ନେଇ ଅଯଥା କଳ୍ପନାଜଳ୍ପନା କରିବା ଠିକ୍ ନୁହେଁ। ଏବେ ବିଭିନ୍ନ ଦେଶରେ ବୈଜ୍ଞାନିକମାନେ ଅ।ତ୍ମାର ସ୍ଥିତି ନେଇ ଅଧିକ ଗବେଷଣା କରୁଛନ୍ତି। ଅ।ମେ ବିଜ୍ଞାନସମ୍ମତ ଜୀବନକୁ ଅ।ଦରି ନେବା ଦରକାର ।"

ଦୀର୍ଘଦିନ ଚିକିତ୍ସା ପରେ ସୀତାଙ୍କ ଝିଅ  ସୁସ୍ଥ ଜୀବନ ଅତିବାହିତ କରୁଥିବା ଖବର ମୋତେ ଅ।ଶ୍ବସ୍ତ କରିଥିଲା। ପରେ ସେ ଏକ ପୁତ୍ର ସନ୍ତାନର ଜନନୀ ହୋଇଥିଲେ । ଦୁର୍ଭାଗ୍ୟବଶତଃ ନିକଟରେ ଅସୁସ୍ଥତା ବଶତଃ ସ୍ବାମୀ ଓ ପୁତ୍ରଙ୍କୁ ଛାଡି ପରଲୋକ ଗମନ କରିଛନ୍ତି।

*******



Rate this content
Log in

Similar oriya story from Horror