Puja Pradhan

Horror Fantasy

3.8  

Puja Pradhan

Horror Fantasy

ଅଜଣା ଭୟ

ଅଜଣା ଭୟ

10 mins
425


ମଲିପୁର ଗାଁରେ ଅଜୟ ବାବୁଙ୍କର ପରିବାର ବାସକରନ୍ତି । ଘରେ ପୁଅ ସଞ୍ଜୟ ଝିଅ ସଞ୍ଜୁ ଓ ଅଜୟବାବୁଙ୍କ ସହଧର୍ମିଣୀ ଉର୍ମିଳା । ଅଜୟବାବୁ ଗାଁ ସ୍କୁଲରେ ପିଲା ଙ୍କୁ ପଢ଼ାନ୍ତି । ସନ୍ଧ୍ୟା ସମୟରେ ପିଲାମାନେ ଘରକୁ ପଢିବା ପାଇଁ ଆସନ୍ତି । ଅଜୟ ବାବୁଙ୍କ ଘର ଗୁଜୁରାଣ ସେହିଥିରେ ହୋଇଥାଏ । ଦେଖୁ ଦେଖୁ ସମୟ କଟିଯାଏ । ପୁଅ, ଝିଅ ଙ୍କ ପଢ଼ା ସରିଯାଏ ସଞ୍ଜୁର ବିବାହ ଭଲ ପାତ୍ର ସହିତ କରିଦିଅନ୍ତି । ସଞ୍ଜୟ ଚାକିରୀ ପାଇଁ ବୋହୁତ ଚେଷ୍ଟା କରୁଥାଏ ହେଲେ କେଉଁଠି ମଧ୍ୟ୍ୟ ଚାକିରୀ ମିଳୁନଥାଏ ଅଜୟବାବୁ ସଞ୍ଜୟ କୁ ବୁଝାନ୍ତି ମନ ଖରାପ କରନା ସବୁ ଠିକ ହୋଇଯିବ କିଛି ଦିନପରେ ଭୁବନେଶ୍ୱର ରେ ସଞ୍ଜୟ ଙ୍କର ଚାକିରୀ ହୋଇଗଲା ବାପା,ବୋଉ ବୋହୁତ ଖୁସି ସଞ୍ଜୟ ପ୍ରତିଦିନ ବସରେ ଯିବାଆସିବା କରିଥାଏ ।


ଅଜୟବାବୁ ପୁଅକୁ କହିଲେ ଗୋଟେ ଗାଡି କିଣି ଦେଲେ ବୋହୁତ ସୁବିଧା ହେବ ବାପାଙ୍କ କହିବା କଥା ସଞ୍ଜୟକୁ ଠିକ ଲାଗିଲା କହିଲା ବାପା ମୋପାଖରେ କିଛି ଟଙ୍କା ଅଛି ଆପଣ କିଛି ଟଙ୍କା ଦିଅନ୍ତୁ । ଅଜୟବାବୁ କହିଲେ ତେବେ କାଲି ଯିବା ତାପରଦିନ ବାପା, ପୁଅ ଦୁହେଁ ଭୁବନେଶ୍ୱର ବାହାରିଲେ ଗୋଟିଏ ଗାଡିକିଣିଲେ ମନ୍ଦିରରେ ପୂଜା କରି ଗାଁକୁ ବାହାରିଲେ ଘରେ ଉର୍ମିଳା ଦେବୀ ମଧ୍ୟ୍ୟ ଗାଡିଦେଖି ଖୁସି ହୋଇଗଲେ ଏବେ ସଞ୍ଜୟକୁ କୌଣସି ଅସୁବିଧା ହେଉନଥାଏ ଯିବା ଆସିବା ପାଇଁ କେବେକେବେ ଅଜୟବାବୁଙ୍କୁ ସ୍କୁଲରେ ନେଇ ଛାଡିଦିଏ ବୋଉକୁ ମନ୍ଦିର ନେଇଯାଏ । ସଞ୍ଜୁ ଘରକୁ ମଧ୍ୟ୍ୟ ବାପା, ବୋଉକୁ ନେଇ ବୁଲେଇ ଆଣେ । ଉର୍ମିଳା ଦେବୀ କହିଲେ କଣ ପୁଅ ପଛରେ ବୁଲୁଥିବ ନା ଘରକୁ ଭଲ ବୋହୂଟିଏ ଆଣିବ ।

ଅଜୟବାବୁ କହିଲେ କାହିଁକି ନୁହେଁ ମୋର ଜଣେ ବନ୍ଧୁଙ୍କୁ ମୁଁ ସଞ୍ଜୟ ବିଷୟରେ କହିଛି ଏହି ରବିବାର ଦିନ ଆମେ ଝିଅ ଦେଖିବାକୁ ଯିବା । ପୁଅ ପାଇଁ ଝିଅ ଦେଖିବା କଥା ଶୁଣି ଉର୍ମିଳା ଦେବୀ ଖୁସି ହୋଇଗଲେ ସଞ୍ଜୟ ଘରକୁ ଫେରିବା ପରେ କହିଲେ ବୁଝିଲୁ ତୋବାପା ସୁନ୍ଦର ଝିଅଟିଏ ଦେଖିଛନ୍ତି ରବିବାର ଦିନ ଆମେ ସମସ୍ତେ ଯିବା ସେଦିନ କୁଆଡେ ଚାଲିଯିବୁନି ସଞ୍ଜୁନାନୀକୁ ଖବର କରିଦେବୁ ବାପା କହୁଥିଲେ ଏକାଠି ଯିବା ଥରଥର କରି ଗଲେ ସେମାନେ କାହିଁକି ହଇରାଣ ହେବେ ସଞ୍ଜୟ କହିଲା ବୋଉ ତୁ ଫୋନଧର ନାନୀକୁ କହିଦେ ହେଲେ ମୋତେ କିଛିବି କହନା ।


ଉର୍ମିଳା ଦେବୀ କହିଲେ ତୋତେ କହିବିନି ଆଉ କାହାକୁ କହିବି ମୋର କଣ ଘର କାମକରିବାକୁ ବଳ ପାଉଛିକି କେତେ ଦିନ ପର୍ଯ୍ୟନ୍ତ ଅନ୍ୟ ଲୋକଙ୍କ ଭୋଜି ଖାଉଥିବି ସବୁ ବାପା, ମା ଚାହାଁନ୍ତି ଘରକୁ ଭଲ ବୋହୂଟିଏ ଆସୁ ନାତି, ନାତୁଣୀ, ଙ୍କ ପାଟିରେ ଘରଟା କମ୍ପି ଯାଉ କଣ ଏତିକି ଇଛା ଆମର ପୂରଣ କରିପାରିବୁନି । 

ସଞ୍ଜୟ କହିଲା ବୋଉ ତୁ କାହିଁକି କାନ୍ଦୁଛୁ ହଁ ମୁଁ ଯିବି ହେଲେ ତୁ କାନ୍ଦିବୁନି କେତେ କଷ୍ଟରେ ନିଜର ସବୁ ଖୁସିକୁ ଆମ ଭାଇ, ଭଉଣୀଙ୍କ ପାଇଁ ଭୁଲି ଯାଇଛୁ ପର୍ବପର୍ବାଣି ରେ ଆମପାଇଁ ଡ୍ରେସ କରିବାକୁ ବାପାଙ୍କୁ କହିବୁ କିନ୍ତୁ ନିଜପାଇଁ କହିଲେ କହିବୁ ମୋର ଅଛି ଘରକୁ କେହି ସାଙ୍ଗ ଆସିଗଲେ କହିବୁ ଚାଲ ଏକାଠି ବସି ଖାଇଦିଅ ଖାଇବା ବେଳ ଗାଡିଯାଉଛି କେତେ କଣ ଖାଇବା ତିଆରୀ କରି ଦେଉ ହେଲେ ନିଜେ ଖାଇବା ସମୟରେ ପିଆଜ, କାକୁଡି ସହିତ ଲଙ୍କା, ଲେମ୍ବୁର ଚକଟା କୁ ବୋହୁତଥର ଖାଇବା ଆମେ ଭାଇ, ଭଉଣୀ ଦେଖୁ ନାନୀ କହେ ବୋଉ ନିଜପାଇଁ କିଛିବି ତରକାରୀ ରଖିଲାନି ସବୁ ଆମକୁ ଦେଇ ନିଜେ କେମିତି ଭାତ ଖାଉଛି ସେତେବେଳେ ତୁ ହସିକହୁଥାଉ ମୁଁ ଖାଇଛି ତମେ ଦୁଇଜଣ ଯାଅ ପାଠ ପଢିବ ବାପା ଆସିବେ ।


ପୁଅର ଏସବୁ କଥା ଶୁଣି ଉର୍ମିଳା ଦେବୀଙ୍କ ଆଖିରୁ ଲୁହ ବୋହିଗଲା କହିଲେ କେତେ କଥା ମନେ ରଖିଛୁ । ବାପା ତୋତେ କହିବାପାଇଁ କହିଥିଲେ କହିଦେଲି ଏଥର ତୁ କହ ଝିଅ ଦେଖିବାପାଇଁ ଯିବୁ ନା ଯିବୁନି

ସଞ୍ଜୟ କହିଲା ଯିବି ନାନୀକୁ ଫୋନ କରୁଛି ତୁ ତାକୁ ଆସିବାପାଇଁ କହିବୁ । ସଞ୍ଜୁର ଫୋନଟି ବାଜିଉଠିଲା ବୋଉ ପାଖରୁ ସବୁଶୁଣି କହିଲା ମୁଁ ଯିବି ଉର୍ମିଳାଦେବୀ କହିଲେ ତୋ ଶାଶୁଙ୍କୁ ଫୋନ ଦେଲୁ ତାଙ୍କୁ କହିଦିଏ । ସଞ୍ଜୁ ଫୋନଟିକୁ ନେଇ ଶାଶୁଙ୍କୁ ଦେଲା ସଞ୍ଜୟ ବାହାଘର ବିଷୟରେ ଶୁଣି ସେ ଖୁସି ହେଲେ କହିଲେ ସମୁଦୁଣୀ କିଛି କାମଅଛି ବୋଲି ତୁମ ଜୁଆଇଁ ପୁଅ ବାହାରକୁ ଯାଇଛି ସଞ୍ଜୟ କୁ କହିବ ସଞ୍ଜୁକୁ ନେଇଯିବ ଭଲ ହେବ ଘରକୁ ବୋହୂଟିଏ ଆସିଗଲେ ତୁମକୁ ଏକୁଟିଆ ଲାଗିବନି । ସମୁଦୁଣୀଙ୍କ ପାଖରୁ ଏହି କଥା ଶୁଣି ଉର୍ମିଳା କହିଲେ ଠିକଅଛି ସଞ୍ଜୟ ଶନିବାର ଦିନ ଅଫିସ ରୁ ଫେରିବା ସମୟରେ ସଞ୍ଜୁକୁ ନେଇ ଘରକୁ ଆସିବ । ଶନିବାରଦିନ ସଞ୍ଜୟ ଅଫିସରୁ ଫେରିବା ସମୟରେ ସଞ୍ଜୁକୁ ସାଥିରେ ନେଇ ଘରକୁ ଆସିଲା ବାଟରେ ସଞ୍ଜୁ କହିଲା ତୋ ବାହାଘର ପରେ ଘରକୁ ଭାଉଜ ଆସିବ ବୋଉକୁ କାମରୁ ଟିକେ ଫୁରସତ ମିଳିବ ଦେଖିଛୁ ବୋଉ କେତେ କାମ କରୁଥିବ କିନ୍ତୁ କେବେବି କହିବନି ତାକୁ କଷ୍ଟ ହେଉଛି ବୋଲି ।  


ଠିକ କହିଲୁ ନାନୀ ଆମ ବାପା, ବୋଉ ଓ ତାଙ୍କ ସଂସ୍କାର ସବୁଠାରୁ ନିଆରା କିଛି ସମୟପରେ ଭାଇ, ଭଉଣୀ ଦୁହେଁ ଘରେ ପହଁଚିଲେ । ଉର୍ମିଳାଦେବୀ ଓ ଅଜୟବାବୁ ଦୁହେଁ ପିଲା ଦୁହିଁଙ୍କୁ ଦେଖି ବୋହୁତ ଖୁସି ହୋଇଗଲେ କାଲି ସକାଳୁ ଝିଅଦେଖିବାକୁ ଯିବେ ସେହି ବିଷୟରେ କଥା ହେଉଥାନ୍ତି । ରାତି ପହିଲା ଗୋଟିଏ ଗାଡି କରି ସମସ୍ତେ ଝିଅଘରେ ପହଞ୍ଚିଲେ ସେମାନେ ମଧ୍ୟ୍ୟ ସଞ୍ଜୟ କୁ ପସନ୍ଦ କରିଲେ କିଛି ସମୟ ପରେ ଆସିଲା ଝିଅ ଦେଖିବା ସମୟ ଝିଅର ଭାଉଜ ଙ୍କ ସହିତ ହାତରେ ଗୋଟିଏ ଟ୍ରେ ରେ କିଛି ଖାଇବା ଜିନିଷ ଧରି ଅତିଥିଙ୍କ ପାଖରେ ଆସି ପହଞ୍ଚିଲେ ।  

ଉର୍ମିଳା ଦେବୀ, ଅଜୟବାବୁ ଝିଅ କୁ ଦେଖି ବୋହୁତ ଖୁସି ସଞ୍ଜୁକୁ କହିଲେ କଣ ତୋ ମନକୁ ପାଉଛି । ସଞ୍ଜୁ କହିଲା ବାପା ମୋତେତ ଭାଉଜ ବୋହୁତ ପସନ୍ଦ ହୋଇଛି ଭାଇକୁ ପଚାର ତାକୁ ଭାଉଜ ମନକୁ ପାଉଛିନା ନାହିଁ । ସଞ୍ଜୟ କିଛି ନ କହି ତଳକୁ ମୁହଁ କରି ହସିବାକୁ ଲାଗୁଥାଏ ଉର୍ମିଳା ଦେବୀ କହିଲେ କିରେ କଣ ପଚାରିବୁ ନା ନାହିଁ । ସଞ୍ଜୟ କହିଲା ବୋଉ ତୁ ପଚାର ମୁଁ କଣ କହିବି ତୋ ଠାରୁ ଓ ବାପାଙ୍କ ଠାରୁ ମୁଁ କଣ ଅଧିକ ପଚାରିବି

ସଞ୍ଜୟ ର ଏହିକଥା ଶୁଣି ଝିଅ ର ବାପା କହିଲେ ସଞ୍ଜୟ ଆମର ବୋହୁତ ପସନ୍ଦ ହୋଇଛି ଆମେ ଖୁସି ହେବୁ ଯଦି ଆପଣ ଆମ ଝିଅକୁ ନିଜ ବୋହୂକରି ଘରକୁ ନେଇଯିବେ । ସଞ୍ଜୁ କହିଲା ତମକୁ ଘର କାମ ସବୁ ଜଣା ଅଛିତ । କାହିଁକିନା ଆମ ବୋଉକୁ ଗୋଟାଏ କାମିକିଆ ବୋହୂ ଦରକାର ଯଦି ତମେ କିଛି କରିବନି ତେବେ ଗଲା । ଝିଅ ର ଭାଉଜ କହିଲେ ନା ଘର କାମ ରୋଷେଇ ସେସବୁ ରେ ଆମ ରଞ୍ଜନା ସବୁଠାରୁ ଆଗୁଆ । ଦୁଇ ପରିବାର ମିଶି ଜୋତିଶ କୁ ଡାକି ବାହାଘର ଦିନ ବାର ଠିକ କରିଦେଲେ ଆଉ ଚାରିମାସ ପରେ ବାହାଘର ହେବ ।


ଉର୍ମିଳା ଦେବୀ ବୋହୂପାଇଁ ଆଣିଥିବା ମୁଦିଟିକୁ ପିନ୍ଧାଇଦେଲେ । କହିଲେ ସମୁଦୀ ଆମେ ଏଥର ଆସୁଛୁ ଆଉ ଅଳ୍ପ ଦିନରହିଲା ବାହାଘର କେତେ କାମ କରିବାକୁ ବାକିଅଛି । ଦୁଇପରିବାର ମଧ୍ୟ୍ୟରେ ଗୋଟିଏ ନୂତନ ସମ୍ପର୍କ ସୃଷ୍ଟି ହୋଇଯାଇଥାଏ କୁଣିଆ ମାନଙ୍କର ଲିଷ୍ଟ ଚାଲିଥାଏ ସାହିପଡିସା କିଏ ଆସିବ ସେହିଅନୁସାରେ ନିମନ୍ତ୍ରଣ କାଡ ଛପା ହେବ ସଞ୍ଜୟ ର ଅଫିସ ରେ ନିଜ ସାଙ୍ଗ ମାନଙ୍କୁ ଡକାହେବ ସଞ୍ଜୁ ଶାଶୂଘର ଲୋକ ଆସିବେ ପୁରୁଣା କୁଣିଆଙ୍କ ସହିତ ନୂତନ କୁଣିଆ ମଧ୍ୟ୍ୟରେ ଅତୁଟ ସମ୍ପର୍କ ଆରମ୍ଭ ହେଵାକୁଯାଉଥାଏ । ଠିକ ଏତିକି ବେଳେ ଗୋଟିଏ ଖୁସିଖବର ସମସ୍ତ ଙ୍କୁ ଅନେକ ଆନନ୍ଦ କରିଦେଲା ଉର୍ମିଳା ଦେବୀ କହିଲେ ହେଇଟି ଶୁଣୁଛ ତମେ ଅଜା ହେବାକୁ ଯାଉଛ ସଞ୍ଜୟ କୁ କହିଲେ ତୋର ଭଣଜା କି ଭାଣିଜୀ ଆସୁଛି ସଞ୍ଜୁ ଶାଶୂଘରକୁ ଫୋନ କରିକହିଲେ ଏମିତି ଗୋଟିଏ ଖବରପାଇ ସେମାନେ ଖୁସି । ଦୁଇଟି ଖବର ସମସ୍ତ ଙ୍କୁ ଆନନ୍ଦିତ କରିଦେଇଥାଏ ।


ଅଜୟବାବୁ ଘର ରଙ୍ଗ କରିବାକୁ ଲୋକଙ୍କୁ କହିଆସିଲେ । ଲୁଗାପଟା କିଣାଚାଲିଲା ବୋହୂପାଇଁ ସୁନା ଇତ୍ୟାଦି ଜିନିଷ ସଞ୍ଜୁଓ ଉର୍ମିଳା ଦେବୀ କିଣିବା କାମରେ ଲାଗିଗଲେ । ଦେଖୁଦେଖୁ ବାହାଘର ଦିନ ଆସି ପହଞ୍ଚିଲା କୁଣିଆମଇତ୍ର ସାହିପାଡିଶା ସମସ୍ତେ ଏକାଠି ହେଲେ ବଜାବଜାଇ ରୋଷଣୀ କରି ବରଯାତ୍ରୀ ସହ ଝିଅଘରେ ପହଞ୍ଚିଲେ କନ୍ୟା ପକ୍ଷ୍ୟ ଲୋକେ ବରଯାତ୍ରୀ ଙ୍କୁ ସନମାନ ପୂର୍ବକ ଘରକୁ ପାଛୋଟି ନେଲେ ବିବାହ ବେଦିରେ ହୂମନିଆଁ କୁ ସାକ୍ଷୀ ରଖି ଶଙ୍ଖା ସିନ୍ଦୁର ଦେଇ ସଞ୍ଜୟ ରଞ୍ଜନା କୁ ନିଜ ଜୀବନ ସାଥୀ ରୂପେ ଗ୍ରହଣ କଲେ । ଦୁଇ ପରିବାର ଲୋକେ ନବଦାମ୍ପତି ଙ୍କୁ ଆଶ୍ରିବାଦ ଦେଲେ ବିବାହ କାର୍ଯ୍ୟକ୍ରମ ରୀତିନୀତି ଅନୁସାରେ ସରିଯାଇଥିଲା । ଲୋକେ ଭୋଜି ଖାଇବା ଆରମ୍ବ କରିଦେଲେ ଦେଖୁଦେଖୁ ଆସିଗଲା ଝିଅ ବିଦା ହେବାର ଦାରୁଣ କଷ୍ଟ ଦାୟକ ସମୟ ରଞ୍ଜନା ନିଜ ବାପା ବୋଉ ଙ୍କୁ ଧରି କାନ୍ଦୁଥାଏ ଭାଇଭାଉଜ, ପୁତୁରା ଝିଆରୀ ବନ୍ଧୁ ବାନ୍ଧବ ସଭିଁଙ୍କ ଆଖିରେ ଲୁହ କାହିଁକି ବିଧାତା ଏଭଳି ଗୋଟିଏ ମୁହୂର୍ତ୍ତ ଆଣିଥାଏ କେବଳ ସିଏହିଁ ଜାଣିଥାଏ ସେଥିପାଇଁ କୁହନ୍ତି ଝିଅ ହେଉଛି ଦୁଇ ପରିବାରର ମେରୁଦଣ୍ଡ ଦୁଇକୂଳର ଗାରିମା ଉର୍ମିଳା ଦେବୀଙ୍କୁ ରଞ୍ଜନା ବାପା ବୋଉ କହିଲେ ସମୁଦୁଣୀ ଆମ ଝିଅ ର ଦୋଷକୁ କ୍ଷମା କରିବ

ଅଜୟବାବୁ କହିଲେ ଆମେ ଦୁହେଁ ବି ଗୋଟିଏ ଝିଅ ର ବାପା ମା ସେ କଷ୍ଟ ଆମେ ଜାଣିଛୁ ସମୁଦୀ ଆମେ ବୋହୂ ନୁହେଁ ଆମ ଘରକୁ ଏହି ଘରୁ ଝିଅଟିଏ ନେଉଛୁ ଆପଣଙ୍କ ଝିଅର କୌଣସି ଅସୁବିଧା ହେବନି ଉର୍ମିଳା କହିଲେ ସଞ୍ଜୁ ଯେମିତି ଝିଅ ଶାନ୍ତି ଠିକ ସେମିତି ଆପଣମାନେ ଜଣାନ୍ତୁ ଶାନ୍ତି ନିଜ ଘର ଛାଡି ତାର ଆଉଗୋଟିଏ ଘରକୁ ଯାଉଛି । ଫୁଲରେ ସଜାହୋଇଥିବା ଗାଡ଼ିରେ ବରକନ୍ୟା ବିଦାୟ ନେଲେ । ଅଜୟବାବୁ ଙ୍କ ଘରେ ନୂଆବୋହୂ କୁ ବନ୍ଦାପନା କରି ଘରକୁ ନେଲେ ବୋହୂ ଦେଖିବାପାଇଁ ପିଲାମାନେ ଆସୁଥାନ୍ତି ।  


ଶାନ୍ତିକୁ ଦେଖି ସଭିଏଁ କହୁଥାନ୍ତି ବୋହୂ ଖୁବ ସୁନ୍ଦର ଅଛି । ସଞ୍ଜୟ ର ବନ୍ଧୁମାନେ ସଞ୍ଜୟକୁ ବିବାହର ଶୁଭେଚ୍ଛା ଦେଉଥାନ୍ତି । ଏହିପରି ଭାବରେ ଦିନଗୁଡିକ ଆଗକୁ ଗଡି ଚାଲିଥାଏ ସଞ୍ଜୁ ର ଶାଶୂଘର ଲୋକେ ନିଜ ଘରକୁ ଚାଲିଗଲେ ଉର୍ମିଳା ଦେବୀ ସଞ୍ଜୁ ଶାଶୁଙ୍କୁ କହିଲେ ସମୁଦୁଣୀ ଝିଅ କିଛିଦିନ ଏଠି ରହୁ ନୂଆଁବୋହୂ ଟି ଘରକୁ ଆସିଛି ସଞ୍ଜୁ ରହିଲେ ତାକୁ ଟିକେ ଭଲଲାଗିବ । ସଞ୍ଜୁ ଶାଶୁ କହିଲେ ଠିକଅଛି ଆପଣ କିଛିଦିନ ପରେ ସଞ୍ଜୁକୁ ଛାଡି ଆସିବେ । ସବୁକୁଣିଆ ଧୀରେଧୀରେ ଚାଲିଗଲେ ଏବେ ଘରେ ରହିଲେ ଶାଶୁ, ଶଶୁର, ନଣନ୍ଦ, ସ୍ୱାମୀ, ଓ ନୂଆଁବୋହୂ ଶାନ୍ତି ଉର୍ମିଳା ଦେବୀ ଶାନ୍ତିକୁ ନିଜ ଝିଅଭଳି ସ୍ନେହ କରନ୍ତି ଶାନ୍ତିବି ଶାଶୂଘରେ କିଛିଦିନ ଭିତରେ ସମସ୍ତ ଙ୍କୁ ନିଜର କରିନେଇଥାଏ ।


ପୂଜାଵିଧି ରୋଷେଇବାସ କାହାର କଣ ପସନ୍ଦ ସବୁକିଛି ଜାଣିଯାଇଥାଏ । ସଞ୍ଜୟ ବି ରଞ୍ଜନା ଭଳି ଝିଅ କୁ ଜୀବନସାଥୀ ରୂପେ ପାଇ ବୋହୁତ ଖୁସି ଥିଲା । ବାହାଘର ପ୍ରାଏ ୩ ମାସ ହୋଇଥାଏ ସଞ୍ଜୁ କହିଲା ଭାଇ ଗୋଟେ ଜିନିଷ କହିବି ଆଣିବୁ ସଞ୍ଜୟ କହିଲା ଆଣିବି ହେଲେ ଆସିବା ସମୟରେ ଡେରି ହୋଇଯିବ ତୁ ରାଗିବୁନି । ସଞ୍ଜୁକହିଲା ହଁ ଚଳିବ ତୁ ଆଣିବୁ ତ

କହୁନୁ ନକହିଲେ କେମିତି ଜାଣିବି ସଞ୍ଜୁ କହିଲା ମୋର ଚିକେନ ଖାଇବାକୁ ଭାରି ମନେ ହେଉଛି ତୁ ଅଫିସରୁ ଫେରିବା ସମୟରେ ଆଣିବୁ ଉର୍ମିଳା ଦେବୀ କହିଲେ ଆଣିବୁ ହେଲେ ଟିକେ ଶୀଘ୍ର ଆସିବୁ କାହିଁକିନା ରାତି ହୋଇଗଲେ ଭଲ ନୁହେଁ ସଞ୍ଜୟ କହିଲା ବୋଉ ଏ ଯୁଗରେ ଭୂତ କେଉଁଠୁ ଆସିବ ତୁ ବ୍ୟସ୍ତ ହେବୁନି ମୁଁ ଶୀଘ୍ର ଚାଲି ଆସିବି । ଅଜୟବାବୁ କହିଲେ ମୁଁ ଏହି ହାଟରୁ ଆଣିଦେଵି ସଞ୍ଜୟ କହିଲା ବାପା ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ଶୀଘ୍ର ଆସିବି । ରଞ୍ଜନା କୁ ସଞ୍ଜୟ କହିଲା ତମେ ତରକାରୀ ପାଇଁ ସବୁଜିନିଷ ପ୍ରସ୍ତୁତ କରିଦେଇଥିବ ଶାନ୍ତି ହଁ କହି ରହିଲା ।  


ସଞ୍ଜୟ ଅଫିସ ଯିବାକୁ ବାହାରିଗଲା ଘରଲୋକେ ନିଜ କାମରେ ବ୍ୟସ୍ତ ରହିଲେ ଅଜୟବାବୁ ନିଜ କ୍ରମ କ୍ଷେତ୍ରକୁ ଚାଲିଗଲେ । ଦିନ ଗଡିଗଡି ସନ୍ଧ୍ୟାରେ ପରିଣତ ହୋଇଗଲା । ଅଜୟବାବୁ ଘରକୁ ଫେରିଲେ କହିଲେ ସଞ୍ଜୟ କଣ ଫେରିନି କି ଉର୍ମିଳା ଦେବୀ କହିଲେ ହେଇଟି ପୁଅକୁ ଟିକେ ଫୋନକରୁନ କେତେବେଳେ ଆସିବ । ଅଜୟବାବୁ ଫୋନକରିବାରୁ ସଞ୍ଜୟ କହିଲା ବାପା ମୁଁ ଘରକୁ ଫେରୁଛି ବାଟରେ ହୋଇଛି ରଖୁଛି ଅଜୟବାବୁ କହିଲେ ଶୁଣିଲ ବ୍ୟସ୍ତ ହୁଅନି ସେ ଆସୁଛି ।  


ସଞ୍ଜୟ ଫେରିବା ବାଟରେ ହଠାତ ଗାଡିଟି ରହିଗଲା କଣ ହୋଇଛି ଭାବି ସଞ୍ଜୟ ତଳକୁ ଓହ୍ଲାଇ ଗାଡିଟିକୁ ଗଡ଼ାଇଗଡାଇ କିଛି ବାଟ ନେଇଚାଲିଲା କିଛି ବାଟଯିବା ପରେ ଗୋଟିଏ ଗ୍ୟାରେଜ ଦେଖି ଗାଡିକୁ ଦେଖାଇଲା ସେ କହିଲେ ଗାଡ଼ିରେ ପେଟ୍ରୋଲ ଅଛି କିନ୍ତୁ ଅନ୍ୟ କାମଟିକେ ଅଛି ଆପଣ ବସନ୍ତୁ ମୁଁ ଏବେ ସଜାଡୁଛି ସଞ୍ଜୟ ଘରକୁ ଫୋନ କରି ସବୁ କହିଦେଲା ଅଳ୍ପ ସମୟ ଟିକେ ଡେରି ହେବ ବୋଲି କହି ଫୋନ ରଖିଲା । କିଛି ସମୟ ପରେ ଗାଡିଟି ତିଆରୀ ହୋଇଗଲା ସେତବେଳକୁ ରାତି ୭ ଟା ହେବ ତିଳେମାତ୍ର ସମୟ ନଷ୍ଟ ନକରି ସଞ୍ଜୟ ଗାଁ ଆଡ଼କୁ ଗାଡି ଚଲାଇଲା ଶୀତରାତିକୁ ସନ୍ଧ୍ୟାରୁ ହିଁ ଚାରିଆଡେ କୁହୁଡି ପଡିଯାଇଥାଏ ଗାଁ କୁ ଯିବାପାଇଁ ମାତ୍ର ୭ କିଲେ ମିଟର ଅଛି  ।


ବାଟରେ ଗୋଟିଏ ଝିଅ ଛିଡାହୋଇଥିବା ସଞ୍ଜୟ ଦୂରରୁ ଦେଖିଲା ହେଲେ ଏଣେତେଣେ କିଏ କେଉଁଠି ନଥାଏ ତେଣୁ ସଞ୍ଜୟ ଗାଡି କୁ ଟିକେ ସ୍ପିଡିକରିଦେଲା କିଛି ସମୟପରେ ସଞ୍ଜୟ ଦେଖିଲା ଗାଡିର ମିରର ରେ ସେହି ଝିଅଟି ଧୀରେଧୀରେ ଦୌଡ଼ି ସଞ୍ଜୟ ପାଖକୁ ଆସୁଥାଏ । ସଞ୍ଜୟ ଏବେ ଗାଡିକୁ ପୂର୍ବ ଠାରୁ ଟିକେ ଅଧିକ ଜୋର କରି ଚଲାଇଲା କିଛି ଆଗକୁ ଯାଇଛି ହେଲେ ଏକଣ ଗୋଟାଏ ବଡ଼ କାଠ ଗଣ୍ଡି ରାସ୍ତାରେ ପଡି ରହିଛି ସଞ୍ଜୟ ବାଧ୍ୟ୍ୟ ହୋଇ ଗାଡିକୁ ରଖିଲା ଦେଖିଲା ପଛରେ ଯେଉଁ ଝିଅଟି ଦୌଡି ଆସୁଥିଲା ସେବି ନାହିଁ । କେହି ପାଖରେ ନାହାଁନ୍ତି ସଞ୍ଜୟ ଗାଡ଼ିରୁ ଓହ୍ଲାଇଲା ସେହି କାଠଗଣ୍ଡି ପାଖକୁ ଯିବାକୁ ଲାଗିଲା ହେଲେ କେହି ଯେମିତି ପଛରୁ ହସିବା ଶବ୍ଦ ସଞ୍ଜୟକୁ ଶୁଭିଲା ସଞ୍ଜୟ ଚାହିଁଲା ବେଳକୁ କେହିବି ନଥାଏ । କିଛି ଥଣ୍ଡା ପବନ ସଞ୍ଜୟ ଦେହକୁ ଛୁଇଁ ଯାଉଥାଏ ରାସ୍ତା ପାଖରେ ଥିବା କିଆବୁଦା ଆଡ଼କୁ ଯେମିତି କେହି ଜଣେ ଧୀରେଧୀରେ ଚାଲିଯିବା ଭଳି ଲାଗୁଥାଏ । ସଞ୍ଜୟ କହିଲା କିଏ କିଏ ସେଠି କିଏ ସେଠି ହସୁଛ କିଏ ??? ହେଲେ କୌଣସି ଉତ୍ତର ନାହିଁ ବେଳକୁ ବେଳ ହସିବାର ସ୍ୱର ବଢିବାକୁ ଲାଗିଲା ଏବେ ସଞ୍ଜୟ କୁ ଟିକେ ଭୟ ଲାଗିଲା ହେଲେ ନିଜ ଭୟକୁ ମନରେ ରଖି ସେ ଗାଡି ପାଖକୁ ଆସିଲା ଗାଡିଟି ଷ୍ଟାଟ କରି ଯିବାକୁ ବାହାରିବା ସମୟରେ ଲାଗିଲା ଯେମିତି ପଛରୁ କେହିଜଣେ ଗାଡିକୁ ଜୋରରେ ଭିଡି ଧରିଥାଏ ଓ କେହିଜଣେ କହୁଥାଏ କଣ ସବୁ ଘରକୁ ନେବୁ ଆମପାଇଁ କିଛି ରଖିବୁନି । ଏହିଶବ୍ଦ ଶୁଣି ସଞ୍ଜୟ କାଠଗଣ୍ଡି ଭଳି ସେହିଠାରେ ଅଚେତ ହୋଇ ପଡିଗଲା । ଘରେ ସମସ୍ତେ ବ୍ୟସ୍ତ ହେବାକୁ ଲାଗିଲେ ସଞ୍ଜୁ ନିଜକୁନିଜ ଦୋଷ ଦେବାକୁ ଲାଗୁଥାଏ ମୁଁ କାହିଁକି ଭାଇକୁ କହିଲି ଅଜୟବାବୁ କହିଲେ ରହ ଭାଇକୁ ଫୋନ କରୁଛି କିନ୍ତୁ ଫୋନଟି ରିଙ୍ଗ ହେଉଥାଏ କିନ୍ତୁ କୌଣସି ଉତ୍ତର ମିଳୁ ନଥାଏ ।


ଏବେ ଅଜୟବାବୁ ଙ୍କୁ ମଧ୍ୟ୍ୟ ଭୟ ଲାଗିଲା । ସେ ନିଜ ସାଇକେଲ ଟିକୁ ଧରି ଘରୁ ବାହାରିବା ସମୟରେ ସଞ୍ଜୟ ର ଜଣେ ପିଲାଦିନର ସାଙ୍ଗ କହିଲା ମଉସା କୁଆଡେ ବାହାରିଲେ ଅଜୟବାବୁ ସଞ୍ଜୟ ବୋହୁତ ଡେରିହେଲାଣି ଘରକୁ ଫେରିନି କି ଫୋନବି ଉଠଉନି ଘରଲୋକେ ବ୍ୟସ୍ତ ହେଉଛନ୍ତି । ସେଥିପାଇଁ

ମୁଁ ଯାଉଛି ଦେଖିବି କିଛି ବାଟରେ ଅସୁବିଧା ହୋଇନିତ । ସଞ୍ଜୟର ସାଙ୍ଗ ଦିନେଶ କହିଲା ରୁହନ୍ତୁ ମୋ ଗାଡ଼ିରେ ଚାଲି ଯିବା ସେ ନିଜ ଗାଡ଼ିରେ ଅଜୟବାବୁ ଙ୍କୁ ସାଥିରେ ନେଇ ବାହାରିଲା କିଛି ଲୋକେ କହିଲେ କଣ ହୋଇଛି ଦିନେଶ ସଞ୍ଜୟ କଥା କହିବାରୁ ସେମାନେ ବି ବାହାରିଲେ ପ୍ରାଏ ଦଶ ଜଣ ଲୋକେ ଏକାଠି ହୋଇ ଚାଲିଲେ କୁହୁଡି ଏମିତି ପଡିଥାଏ ରାସ୍ତା ବି ଠିକରେ ଦିଶୁନଥାଏ

ଗାଁ ଠାରୁ ପ୍ରାଏ ୭ କିଲୋମିଟର ଦୁରକୁ ଆସିବା ପରେ ଗୋଟାଏ ଝଙ୍କାଳିଆ ବରଗଛ ମୂଳରେ ସଞ୍ଜୟ ର ଗାଡିଟି ପଡିଛି । ଅଚେତ

ଅବସ୍ତାରେ ସଞ୍ଜୟ ରାସ୍ତାରେ ପଡିଥାଏ । ଅଜୟବାବୁ ପୁଅକୁ ଦେଖି ଦୌଡ଼ିଯାଇ ତାକୁ କୋଳରେ ଧରି କହୁଥାନ୍ତି । ଆରେ ସଞ୍ଜୟ କଣ ହେଲାରେ ତୋର କାହିଁକି ରାସ୍ତାରେ ପଡିରହିଛୁ ।  


ସମସ୍ତେ ସଞ୍ଜୟ ନିକଟକୁ ଯାଇ ତାକୁ ଡାକୁଥାନ୍ତି । କେହିକେହି କହିଲେ ଦେଖରେ କିଛି ହୋଇନିତ ପାଣି ଅଛିକିରେ ତା ମୁହଁ ଧୋଇଦିଅ ହେଲେ ସେହି ବାଟରେ କିଛିବି ନଥିଲା ସମସ୍ତେ ସଞ୍ଜୟକୁ ନେଇ ଗାଁ କୁ ଫେରିଲେ ଉର୍ମିଳା ଦେବୀ ପୁଅକୁ ଦେଖି କହିଲେ ମୋ ଧନର କଣ ହୋଇଛି । ଅଜୟବାବୁ କହିଲେ କିଛି ନୁହେଁ ତମେ ଟିକେ ଚୁପ ରହିବକି । ସଞ୍ଜୟକୁ ଖଟରେ ଶୁଆଇଦେଇ ପାଣିରେ ତା ମୁହଁ କୁ ଭଲଭାବରେ ଧୋଇଦେଲେ ହାତ ଗୋଡ଼ ଥଣ୍ଡା ହୋଇଯାଇଥାଏ ଦିନେଶ ଓ ଅଜୟବାବୁ ଦୁହେଁ ସଞ୍ଜୟ ଗୋଡ଼କୁ ଜୋରରେ ଘସୁଥାଆନ୍ତି । ଉର୍ମିଳା ଦେବୀ ଚୁଲିରୁ କିଛି ନିଆଁ ଆଣି କପଡା ସାହାଯ୍ୟରେ ସଞ୍ଜୟ ହାତ ଗୋଡ଼କୁ ସେକ ଦେଉଥାନ୍ତି । ରଞ୍ଜନା , ସଞ୍ଜୁ କାନ୍ଦିବାରେ ଲାଗିଥାନ୍ତି ଗାଁ ଲୋକେ କହିଲେ ଆରେ କଣ ହେଲା ଅଜୟବାବୁଙ୍କ ସହିତ ଯେଉଁମାନେ ଯାଇଥିଲେ ସେହି ଲୋକମାନେ ଯାହାଦେଖିଲେ ସେହିବିଷୟରେ କହିଲେ ।


ପ୍ରାଏ ଦେଢ଼ ଘଣ୍ଟା ପରେ ସଞ୍ଜୟ କୁ ହୋସଆସିଲା ସେ ଧୀରେଧୀରେ ଆଖି ଖୋଲିଲା । ଉର୍ମିଳା ଦେବୀ କହିଲେ କଣ ହେଲାରେ କେମିତି ଅଚେତ ହୋଇ ବାଟରେ ପଡିଗଲୁ କିଏ କଣ କହିଲାରେ ସଞ୍ଜୟ କହିଲା ବୋଉ ମୁଁ ଜାଣିନି ଲୋ ଗୋଟିଏ ଝିଅ ବାଟରେ ଛିଡା ହୋଇଥିଲା ଏକୁଟିଆ ଝିଅକୁ ଦେଖି ମୁଁ ଗାଡି କୁ ସ୍ପିଡି କରି ଆସୁଥାଏ ବାଟରେ ଦେଖିଲି ଗୋଟାଏ ବିରାଟ କାଠଗଣ୍ଡି ବାଟରେ ପଡ଼ିରହିଛି ପଛକୁ ଚାହିଁଲି କିଏ କୁଆଡେ ନଥିଲା ହଠାତ କିଆବୁଦା ଆଡ଼କୁକିଏ ଯିବା ଶବ୍ଦ ହେଉଥାଏ ରହିରହି ଯେମିତି କେହିଜଣେ ହସୁଥାଏ ଓ କହୁଥାଏ କଣ ସବୁ ନେଇଯିବୁ ଆମପାଇଁ କିଛି ରଖିବୁନି ଏତିକି ଶୁଣିଲା ପରେ ଯେମିତି ଗୋଟାଏ ଅଜଣା ଭୟ ମୋତେ ଘେରି ଯାଇଥାଏ

ମୁଁ ଯେମିତି ଆସିବାପାଇଁ ଗାଡି ଷ୍ଟାଟ କରିଛି କେହିଜଣେ ଗାଡିକୁ ପଛରୁ ଭିଡିଧରିଥାଏ ଠିକ ସେହି ସମୟରେ ମୁଁ ସେହିଠାରେ ତଳେ ପଡ଼ିଗଲି ଓ ଏବେ ଘରେ ଚେତା ଫେରି ପାଇଲି । ସମସ୍ତେ ଜାଣିଲେ କି ସଞ୍ଜୟକୁ କୌଣସି ଭୂତ ହଇରାଣ କରିଛି ଦିନେଶ କହିଲା କିନ୍ତୁ ଯେଉଁଠୁ ଆମେ ତୋତେ ପାଇଲୁ ସେଠି କୌଣସି କାଠଗଣ୍ଡି ନଥିଲା । ଲୋକେ କହିଲେ ଆରେ କଣ ଆଣୁଥିଲୁକି କିଛି ଖାଇବା ଜିନିଷ ଆଣିନୁତ ସଞ୍ଜୟ କହିଲା ହଁ ସଞ୍ଜୁ କହିଥିଲା ଚିକେନ ଆଣିବାପାଇଁ ଲୋକେ କହିଲେ ବଞ୍ଚିଗଲୁରେ ଦେଖ ଫୋପାଡ଼ିଦେ ସବୁ ଅଜୟବାବୁ ବାହାରକୁ ଆସି ଦେଖିଲେ ସଞ୍ଜୟ ଗାଡ଼ିରେ କଳା ଜରିଟିଏ ଅଛି ହେଲେ ସେଥିରେ କିଛି ମାଂସ ନଥିଲା । ଅଜୟବାବୁ କହିଲେ ହେଲେ ଜରିରେ କିଛିବି ନାହିଁ । ଲୋକେ କହିଲେ ଫିଙ୍ଗିଦେ ଘରକୁ ଆଣନା ଅଜୟବାବୁ ଘରଠାରୁ କିଛି ଦୂରରେ ସେହି ଜରି କୁ ଫୋପାଡ଼ି ଆସିଲେ । କିଛିଲୋକେ କହିଲେ ସତରେ କଣ ଆଜିର ଯୁଗରେ ବି ଭୂତ ଅଛନ୍ତି । ସଞ୍ଜୟ କହିଲା ଭୂତ ଅଛନ୍ତି କି ନାହିଁ କେହିବି କହିପାରିବେନି କିନ୍ତୁ ମୁଁ ଯାହାସବୁ ଆଜି ବିତେଇଛି

ଯାହା ଶୁଣିଛି ଅନୁଭବ କରିଛି ମୁଁ କହିବି ଭୂତ ଆଜିବି ଅଛନ୍ତି ।



Rate this content
Log in

Similar oriya story from Horror