Puja Pradhan

Children Stories Inspirational Others

4  

Puja Pradhan

Children Stories Inspirational Others

ଶହେପଇସା

ଶହେପଇସା

5 mins
225


   

ପିଲଦିନର ସ୍ମୃତି ବୋହୁତ ମନଛୁଆଁ ମନମତାଣିଆ କେହିକେବେ ନିଜଠାରୁ ସେ ସୁନ୍ଦର ମୁହୂର୍ତ କୁ ଅଲଗା କରିପାରେନା l ବାପା ବୋଉ ଙ୍କ ସ୍ନେହ ଭାଇ ଭଉଣୀଙ୍କ କଳି ଗୋଟିଏ ଜିନିଷ ପାଇଁ କାନ୍ଦିବା ମୋର ପ୍ରଥମେ ଦରକାର ଜିଦି କରି ଗପ ଶୁଣେଇବା ପାଇଁ ଜେଜେମା କୁ କହିବା l ଖରା ଛୁଟିରେ ମାମୁଁ ଘରକୁ ଯିବା ପାଇଁ ବାପା ଙ୍କ ପାଖରେ ଅଳି କରିବା ସତରେ ସେ ଖୁସି ଗୁଡିକ ଆନନ୍ଦ ପୂର୍ଣ୍ଣ ଓ ଚିର ମନୋରମ ଯାହାର ତୁଳନା କରିହେବ ନାହିଁ l

ସକାଳ ହୋଇଗଲେ ଦାନ୍ତ ଘଷିବା ପରେ ମୋନକୁ ବୋହୁତ ଭୋକ ଲାଗେ l ଡେରି ହେଲେ କାନ୍ଦିବା ଆରମ୍ବ କରିଦେଇ ଥାଏ l  

ମୋନା ଭୋକ ସମ୍ଭାଳି ପାରେନାହିଁ ଯାହାବି ରାତିର ଖାଇବା ଥାଏ ବୋଉ ମୋନକୁ ଦେଇଥାନ୍ତି l ସେଥିପାଇଁ ସମସ୍ତେ ହସନ୍ତି ଘରେ ବାପା, ବୋଉ କି ବଡ଼ ଭାଇ ଯେତେବେଳେ ଖାଇଥାନ୍ତି ମୋନା କୁ ଡାକନ୍ତି ମନ ହେଲେ ଖାଏ ନ ହେଲେ ଖେଳିବା ପାଇଁ ଚାଲିଯାଏ l ସେତେବେଳେ ଘର ପାଖରେ ଗୋଟିଏ ବିଦ୍ୟାଳୟ ଥିଲା l ମୋନା ଘର ପାଖରେ ଥିବା ସାଙ୍ଗ ମାନଙ୍କ ସହିତ ଏକାଠି ପଢିବା ପାଇଁ ଯାଏ l ଖେଳ ଛୁଟିରେ ବୋହୁତ କିଛି ଖାଇବା ଜିନିଷ ଆସେ ଘରୁ ବାପା ଙ୍କୁ ମାଗି ପଇସା ଆଣିଥାଏ ସାଙ୍ଗ ପିଲାଙ୍କ ସହିତ ତେନ୍ତୁଳି ଖଟା, ବିସ୍କୁଟ, କାକୁଡି, କରମକା, ବୁଟଚଣା, ଇତ୍ୟାଦି କିଣି ଖାଇଥାଏ l ଦିନେ ଗୋଟିଏ କାଚ ବାକ୍ସରେ ବୋହୁତ ସୁନ୍ଦର ବିସ୍କୁଟ ନେଇ ଜଣେ ବୁଢ଼ା ମଉସା ଆସିଲେ ସେଦିନ ମୋନା ପାଖରେ ସବୁ ପଇସା ସରିଯାଇଛି ହେଲେ ବିସ୍କୁଟ କୁ ଦେଖି ମନେ ମନେ ଖାଇବା ପାଇଁ ଇଚ୍ଛା ହେଲା ତାଙ୍କ ପାଖକୁ ଯାଇ ପଚାରିଲା l ମଉସା ଏ ବିସ୍କୁଟ କେତେ ସେ ଚାହିଁଲେ ଓ କହିଲେ ପନ୍ଦର ପଇସା l ଉତ୍ତର ଶୁଣି ସ୍କୁଲ ଭିତରକୁ ମୋନା ଚାଲିଗଲା ପାଠ ପଢ଼ା ଆରମ୍ବ ହେଲା ସେ ଦିନ ଗୁରୁମା (ଟଙ୍କା ପଇସା )ହିସାବ ବିଷୟରେ କହିଲେ ପାଞ୍ଚ ପଇସା, ଦଶପଇସା, କୋଡିଏ ପଇସା, ପଚିଶ ପଇସା, ପାଚାଶ ପଇସା, ଓ ଏକ ଟଙ୍କା ବିଷୟରେ କହିଲେ l କେତୋଟି ପାଞ୍ଚ ପଇସା ଓ ଦଶ ପଇସା ମିଶିଲେ ଏକଟଙ୍କା ହେବ କହିଲେ l ମୋନା ପାଖ କୁ ଆସି କହିଲେ କଣ କଣ ବୁଝିଲୁ କହିଲୁ ଗୁରୁମା ଙ୍କୁ ଏତେ ପାଖରେ ଦେଖି ମୋନା କୁ ପ୍ରବଳ ଡର ଲାଗୁଥିଲା l କିଛିବି କହିବାକୁ ସାହସ କରିପାରି ନଥିଲା କିମ୍ବା ବୁଝିପାରିଲାନି ହେଲେ ଯେତେବେଳେ ଛିଡା ହେବାକୁ କହିଲେ ଛାନିଆରେ କହିଲା ଗୋଟି ଗୋଟି କରି ଦଶଟି ଦଶ ପଇସା ଏକାଠି କରିଲେ ଶହେ ପଇସା ହେବ l ଗୁରୁମା ହସିଲେ କହିଲେ ଠିକ କହିଛୁ ଶହେ ପଇସା ର ଅର୍ଥ ଏକଟଙ୍କା l ମୋନା ସାଙ୍ଗ ମାନଙ୍କୁ ଚାହିଁ କହିଲା କଣ ମୋତେ ଚାହିଁଛ ଗୁରୁମା କଣ ସବୁ କହିଲେ ଶୁଣି କି ସବୁ କଥା ଗୋଟି ଗୋଟି ବୁଝିଲ ସମସ୍ତେ l ପିଲାମାନେ ହଁ ସବୁ ମନେ ରହିଲା କହୁଥିଲେ l ଗୁରୁମା 

  ମୋନା କୁ କହିଲେ କଣ ଭାବୁଛୁ ବସିବାକୁ ଇଚ୍ଛା ନାହିଁ l ମୋନା ବସିଲା ଓ ମନରେ ଭାବିଲା ଯଦି ମୁଁ ଏମିତି ପଇସା ଏକାଠି କରିବି ତେବେ ଶହେ ପଇସା ହୋଇଯିବ ଯାହା ଦ୍ୱାରା ମୁଁ କେତେ କଣ ଖାଇବା ଜିନିଷ କିଣି ପାରିବି ଖେଳ ଛୁଟିରେ l

ବାପା ପ୍ରତେକ ଦିନ ପାଞ୍ଚ ପଇସା, କୋଡିଏ ପଇସା, ଦଶପଇସା ଦିଅନ୍ତି ଗୋଟିଏ ଦିଆସିଲି ଖୋଳରେ ସେ ପଇସା ମୋନା ଏକାଠି କରିବାକୁ ଆରମ୍ବ କରୁଥାଏ l ଦିନେ ମୋନା କୁ ବାପା ପଚାଶ ପଇସା ଦେଲେ ସେଦିନ ମୋନା କାନ୍ଦିକି କହୁଥାଏ ମୋତେ ଦଶପଇସା ଦରକାର, ପଚାଶ ପଇସା ମୋର କଣ ହେବ ବାପା ହସିଲେ କହିଲେ ଆରେ ପଚାଶ ପଇସା, ଦଶପଇସା ଠାରୁ ବଡ଼ ହେଲେ ମୋନା ମୁଣ୍ଡରେ କୁଆଡୁ ସେ କଥା ପଶିବ l ବୋଉବି କହିଲେ ହେଲେ ମୋନା ର ଗୋଟିଏ ଜିଦି ଏ ପଇସା ନେଇ ମୋତେ ଦଶପଇସା ଦିଅ ମୋର ଶହେ ପଇସା ହେବ ଏମିତି କହିବା ଶୁଣି ସମସ୍ତେ ହସିଲେ l ବାଧ୍ୟ୍ୟରେ ବାପା କିଛିବି ନ କହି କାମରେ ବାହାରକୁ ଗଲେ l ମୋନା ବିଦ୍ୟାଳୟ କୁ ଯିବାପାଇଁ ବାହାରିଲା ପୁରୁଣା ଜ୍ୟାମିତି ବାକ୍ସରେ ରଖିଥିଲା ଦିଆସିଲି ଖୋଳ ମୋନା ବଡ଼ ଭାଇ ଯଦି ଦେଖିନେବ ତେବେ ସବୁ ନେଇଯିବ ତେଣୁ କବାଟ ବନ୍ଦ କରି ପଇସା ଗଣିଲା ଯେତେବେଳେ ଦେଖିଲା ନଅ ଟି ପଇସା ଅଛି l ନଅ ଟି ପଇସା ଦେଖି ମୋନା କୁ ଯେମିତି 

ବୋହୁତ ଖୁସିଲାଗିଲା l ଆଉ ମାତ୍ର ଗୋଟିଏ ଦଶ ପଇସା ମିଶି ଲେ ଶହେ ପଇସା ହେବ ଓ ନିଜ ପାଇଁ କେତେ କଣ କିଣିବ ଭାବୁଥିଲା l ବିଦ୍ୟାଳୟ କୁ ଯିବା ବାଟରେ ମଉସା ଦେଖା ହେଲେ କହିଲେ ଆରେ ମୋନା ରହ ଖର୍ଚ୍ଚ କରିବା ପାଇଁ ତିରିଶ ପଇସା ପକେଟ ରୁ ବାହାର କଲେ ଗୋଟିଏ କୋଡିଏ ପଇସା ଓ ଗୋଟିଏ ଦଶପଇସା l କାହିଁକି କେଜାଣି ସେ ଦଶପଇସା ମୋନା କୁ ଭାରି ନିଜର ଲାଗିଲା କୋଡିଏ ପଇସା ତାଙ୍କୁ ଫେରେଇ ଦେଇ କହିଲା ମୋର ଏ ପଇସା ଦରକାର ନାହିଁ l 

ତମେ ଦେଖିବ ମୋ ପାଖରେ କେତେ ପଇସା ଅଛି ହେଲେ ଶହେ ପଇସା ହେଇନି l ମଉସା ହସିବାକୁ ଲାଗିବାଲେ କହିଲେ ଠିକଅଛି ଦେଖେଇଲୁ ମୋ ମାଁ କେତେ ପଇସା ରଖିଛି l ମୋନା ଜ୍ୟାମିତି ବାକ୍ସ ରୁ ଦିଆସିଲି ଖୋଳ ବାହାର କରି ନଅ ଟି ଦଶପଇସା ଦେଖାଇ କହିଲା ଜାଣିଛ ମୁଁ ଗୋଟିଏ ଦଶପଇସା କେତେ ଖୋଜିଛି କେତେଦିନ ପରେ ମୋ ପାଖରେ ଶହେ ପଇସା ହେଲା ଆଜି ବିଦ୍ୟାଳୟ ରେ l ମୁଁ କେତେ କଣ ଖାଇବି ମୋନା ଆଗ୍ରହ କୁ ଦେଖି ମାଉସା କହିଲେ ସତରେ ପିଲାଙ୍କ ମନ କେତେ ନିର୍ମଳ ଛନ୍ଦକପଟ କିଛି ବୁଝିପାରନ୍ତି ନାହିଁ l  

ମୋନା ବିଦ୍ୟାଳୟ କୁ ଯିବାପାଇଁ ଆରମ୍ବ କଲା l ଖେଳଛୁଟି ହେଲା ସାଙ୍ଗପିଲାଙ୍କ ସହିତ ମୋନା ବାହାରକୁ ଆସିଲା ହେଲେ ଆଜି ବିସ୍କୁଟ ଆଣିଥିବା ମଉସା ଆଉ ଗୋଟିଏ ସୁନ୍ଦର ଜିନିଷ ଆଣିଥିଲେ ମୋନା କହିଲା ଏ କଣ ? ବିସ୍କୁଟ ବିକୁଥିବା ମଉସା କହିଲେ ଏ ହେଉଛି କେକ ଭାରି ସୁଆଦିଆ ମୋନା କହିଲା ବିସ୍କୁଟ ଠାରୁ କଣ ଭଲ ଲାଗିବ ବେପାରୀ ଜଣକ କହିଲେ ହଁ ଭଲ ଲାଗିବ l

ଗୋଟିଏ କେତେ ପଇସା ମୋନା ପଚାରିଲା ? ବିସ୍କୁଟ ବିକୁଥିବା ମଉସା କହିଲେ ପଚିଶ ପଇସା, ମାନେ ଚାରେଣା l ମୋନା ନିଜ ସାଙ୍ଗପିଲା ଙ୍କୁ କହିଲା ଆରେ ଚାରେଣା ମାନେ କଣ ସେମାନେ କିଛିବି କହିଲେନି ମୋନା ମୁହଁ କୁ ଶୁଖାଇ ବିଦ୍ୟାଳୟ କୁ ଫେରିବାକୁ ଲାଗୁଥାଏ l ବିସ୍କୁଟ ଵାଲା ମଉସା କହିଲେ ଆରେ କଣ ହେଲା ମୋନା କହିଲା କିଛି ନୁହେଁ ତମେ ଯେଉଁ ପଇସା କହୁଛ ମୋପାଖରେ ନାହିଁ l କେତେ ପଇସା ଅଛି ବୋଲି ପଚାରିବାରୁ ସେ କହିଲା ଚାରେଣା ନାହିଁ l ଶହେପଇସା ଅଛି, ଏ କଥା ଶୁଣି ବେପାରୀ ଜଣକ ପାଖକୁ ଡାକି କହିଲେ ତେବେ ତ ବୋହୁତ ପଇସା ତମେ ରଖିଛ l ମୋନା କହିଲା ଚାରେଣା ନାହିଁ କେକ ପାଇଁ ପଇସା ହେବନି ବ୍ୟକ୍ତି ଜଣକ ହସି କହିଲେ ଶହେ ପଇସା ରେ ଚାରୋଟି କେକ ପାଇଁ ପଇସା ହେଇଯିବ l ଏତିକି ଶୁଣି ମୋନା କହିଲା ସତରେ ଏତିକି ପଇସା ରେ ଚାରିଟା କେକ କିଣି ହେବ l ତେବେ ଆମ ଚାରି ଜଣକୁ ଦିଅ l

ମୋନା ବୋହୁତ ଖୁସିରେ କେକ ଖାଇଲା ଓ ନିଜ ସାଙ୍ଗ ମାନଙ୍କୁ କହିଲା ଶହେ ପଇସାରେ ଆମେ କେତେ ସୁଆଦିଆ କେକ ଖାଇଲେ l ବିସ୍କୁଟ ଵାଲା ମଉସା କହିଲେ ଝିଅ ଦଶଟି ଦଶପଇସା ମିଶିଲେ ଶହେ ପଇସା ହୁଏ l ଠିକ ସେମିତି ଚାରୋଟି ଚାରେଣା ମିଶିଲେ ମଧ୍ୟ୍ୟ ଶହେପଇସା ହୋଇଥାଏ l

ମୋନା କହିଲା ଜାଣିଛନ୍ତି ମୁଁ କେବେ ଠାରୁ ଦଶପଇସା ଏକାଠି କରି ଶହେ ପଇସା କରିଛି କେତେ ଦିନରେ ଆଜି ଏହି କେକ ଖାଇଲି l କେତେ ସୁଆଦିଆ ହେଇଛି କେତେ କିସମିସ ପଡିଛି ଓ ଜାଣିଲି ଚାରିଟା ଚାରେଣି ଏକାଠି ହେଲେ ଶହେ ପଇସା ବା ଏକଟଙ୍କା ହୋଇଥାଏ l ଏହି ସମୟରେ ଖେଳଛୁଟି ଘଣ୍ଟି ବାଜିବାରୁ ନିଜ ସାଙ୍ଗ ମାନଙ୍କ ସହିତ ବିଦ୍ୟାଳୟ କୁ ଚାଲିଗଲା l

ହେଲେ ପିଲାଦିନ ର ଏହି ସ୍ମୃତି ସବୁଦିନ ପାଇଁ ମନରେ ରହିଗଲା l



Rate this content
Log in