ଜୀବନ ସାଥୀ (ଭାଗ ୬)
ଜୀବନ ସାଥୀ (ଭାଗ ୬)
ସୂର୍ଯ୍ୟ ଙ୍କ ପ୍ରଥମ କିରଣ ଯେମିତି ଅନେକ ଖୁସି ସାଥିରେ ନେଇ ଆସିଥାଏ l ଆମେ ଦୁହେଁ ବୋହୁତ ଖୁସି ଥିଲୁ ସାରା ଜୀବନ ପାଇଁ ବାହାଘର ଭଳି ଗୋଟିଏ ପବିତ୍ର ବନ୍ଧନରେ ବାନ୍ଧି ହେବାପାଇଁ ନିଜକୁ ପ୍ରସ୍ତୁତ କରି ନେଇଥିଲୁ l ଆମ ଦୁହିଁଙ୍କ ଠାରୁ ବାନୁ ବୋହୁତ ଖୁସି ଥିଲା ସମସ୍ତେ ନିଜ ନିଜ କାମ ସାରି କାକଟପୁର ଯିବା ପାଇଁ ବାହାରିଲୁ ହେଲେ ବସ ଗୁଡିକ ବୋହୁତ ଭିଡ଼ ଥିଲା l
ବାନୁ କହିଲା ଏମିତି ଭିଡରେ ମୁଁ ଯିବି ନାହିଁ ତମେ ଦୁଇଜଣ ଯଦି ଯିବି ତେବେ ଯାଅ ଆମେ ଦୁହେଁ ପରସ୍ପର କୁ ଚାହିଁଲୁ ବାଟ ଆମେ ଜାଣିନୁ ଯିବୁ କେମିତି ପଚାରିଲୁ ତେବେ କେମିତି ଯିବା l
ବାନୁ କହିଲା ଆମେ ତାଳବଣିଆ ଚାଲିଯିବା ସେଠି ବସ ମିଳିବ କିଛି ପ୍ରଶ୍ନ ନ କରି ଯିବାପାଇଁ ବାହାରିଲୁ ଆଗରେ ବାନୁ ଯାଉଥାଏ ଆମେ ପଛରେ ଥାଉ କିଛି ସମୟରେ ବାନୁ ପଛକୁ ଆସି କହିଲା ମୁଁ ଯିବିନି ତୁମେ ଦୁହେଁ ଯାଅ l ଏମିତି ଗୋଟିଏ ଉତ୍ତର ଶୁଣି କଣ କହିବୁ ଜାଣି ପାରିଲୁନି ହେଲେ ନ ଯିବାର କାରଣ କହ?? ବୋଲି କହିବାରୁ କହିଲା ନାନୀ ସେ ଦୋକାନ ରେ ଦୁଇଜଣ ପୁଅ ପିଲା ବସିଥିଲେ ମୋତେ ଚାହିଁଲେ ଓ କହିଲେ ସେ ଦୁଇଜଣ ଙ୍କ ଯୋଡ଼ି କେତେ ସୁନ୍ଦର ଅଛି l ହେଲେ କାହିଁକି କେଜାଣି ପଛରେ ଏମିତି ଜଣେ ମଣିଷ ଯାଉଛି l ବାନୁ ର ମୁହଁ ରାଗରେ ଲାଲ ହୋଇ ଯାଉଥାଏ ଆମକୁ ମଧ୍ୟ୍ୟ ଏ କଥା ଶୁଣି ହସ ଲାଗୁଥାଏ ଯଦି ହସିବୁ ତାକୁ ଖରାପ ଲାଗିବ ସେଥିପାଇଁ କହିଲୁ
ସେ କହୁଛି ବୋଲି ସତରେ ତୁ କଣ ଆମ ସହିତ ଯିବୁନି ଆଜି ଆମେ ଦୁହେଁ ବାହା ହେବୁ ହେଲେ ଏମିତି ଦିନରେ ତୁ ରାଗିବୁ
ବାନୁ ହୁଏତ ଜାଣିପାରିଲା ଆମ ପରିସ୍ଥିତି କୁ କିଛି ସମୟ ପରେ କହିଲା ଠିକ ଅଛି ମୁଁ ଯିବି l କିଛି ସମୟରେ ଆମେ ତିନିଜଣ ତାଳ ବଣିଆ ରେ ପହଞ୍ଚିଲୁ ବସରେ କାକଟପୁର ଯିବାପାଇଁଅଳ୍ପ ସମୟ ବିଳମ୍ବ ରେ ଗାଡି ଛାଡିବାକୁ ପ୍ରସ୍ତୁତ ହୋଇଗଲା l
ବୋହୁତ ବର୍ଷା ହେଉଥାଏ ଗାଡ଼ିରେ ବୋହୁତ ଭିଡ଼ ହୋଇଯାଇଥାଏ l ଆମେ ତିନିଜଣ କିନ୍ତୁ ସିଟରେ ବସିଥାଉ ବାନୁ କହିଲା ବୋଲି ଆମେ ତାଳ ବଣିଆ ଆସିବାରୁ ସୁବିଧାରେ ବସିବାକୁ ସିଟ ପାଇଥିଲୁ ଗାଡି ଯେତେ ଆଗକୁ ଚାଲୁଥାଏ, ମନ୍ଦିର ରେ ପହଞ୍ଚିବା ଓ ମାଁ ମଙ୍ଗଳା ଙ୍କୁ ଦେଖିବାର ଉତ୍କଣ୍ଠା ବଢ଼ିବାରେ ଲାଗିଥାଏ l ଦୁଇ ଘଣ୍ଟା ପରେ ଆମେ କାକଟପୁର ରେ ପହଞ୍ଚିଲୁ ଖୁବସୁନ୍ଦର ମନ୍ଦିର ଓ ତାର ପରିବେଶ ମନ ମୋହି ନେଉଥାଏ l କାହାଣୀ ଆଗକୁ ବାକି ଅଛି ??
