STORYMIRROR

Puja Pradhan

Tragedy Inspirational Others

4  

Puja Pradhan

Tragedy Inspirational Others

ଜୀବନ ସାଥୀ.. ଭାଗ ୯

ଜୀବନ ସାଥୀ.. ଭାଗ ୯

2 mins
194


  ଯେଉଁଠି ନିଜ ଲୋକ ହାତ ଛାଡି ଦିଅନ୍ତି ରକ୍ତ ର ସମ୍ପର୍କ କୁ ଜାଣିନି. କହିପାରିବିନି ଏମିତି ଶବ୍ଦର ବ୍ୟବହାର କରି ସମ୍ପର୍କ ରେ ପୂର୍ଣ୍ଣ ଛେଦ ଦେଇଦିଅନ୍ତି l ହେଲେ କେହିକେହି ସମ୍ପର୍କ କୁ ଏତେ ସୁନ୍ଦର ଭାବରେ ବୁଝନ୍ତି ଓ ପ୍ରାଣପଣେ ଚେଷ୍ଟା କରନ୍ତି ଯେମିତି କୌଣସି ତ୍ରୁଟି ରହିନଯାଉ ପ୍ରତି ମୁହୂର୍ତ୍ତରେ ଅନ୍ୟର ମନକୁ ବୁଝି ପାରନ୍ତି ଠିକ ଯେମିତି ବାନୁ............ସତରେ ବୋହୁତ ସରଳ ମନ ଓ ବ୍ୟବହାର l ମାଟି କାନ୍ଥରେ ତିଆରି ତିନି ବଖରା ଘରଟିଏ ଛପର ହୁଏତ ହୋଇନଥାଏ....... ଚୁଲି ରେ କିଛି ବସିଥାଏ l ଅଳ୍ପ ବୟସର ପିଲାଟିଏ କିଛି ଖାଉଥାଏ ମୋ ନଜର ପ୍ରଥମେ ସେଠିକୁ ଗଲା ପିଲାଟି ପାଖରେ ଜଣେ ସ୍ତ୍ରୀ ଲୋକ ଛିଡା ହୋଇଥାନ୍ତି l ତାଙ୍କୁ ଦେଖି ମୋତେ ପ୍ରଥମେ ଡର ଲାଗିଲା ହେଲେବି ସାହସ କରି........ନମସ୍କାର... ବୋଲି କହିଲି

  ମାଟି ଘର ସାମ୍ନାରେ ତିନୋଟି ଆଜବେଷ୍ଟ ର ଘର ବାନୁ ମୋ ବ୍ୟାଗଟିକୁ ଆଜବେଷ୍ଟ ଘର ଅଗଣାରେ ରଖି କହିଲା...... ନାନୀ ଦେଖ ଏ ହେଉଛି ମୋ ବୋଉ l କଣ କହିବି ଭାବୁଥାଏ ସ୍ତ୍ରୀ ଲୋକ ଜଣକ ପାଖକୁ ଆସିଲେ ଓ ଘର ଭିତରକୁ ଯିବାପାଇଁ କହିଲେ l ମୁଁ ତାଙ୍କ ସହିତ ଘରକୁ ଚାଲିଲି...... ଗୋଟିଏ ଖଟ ପଡିଥାଏ l ମୋତେ ବସିବା ପାଇଁ କହିଲେ ମୁଁ ବସିଲି......

  କିଛି ସମୟ ପରେ ଗୋଟେ କାଚଗ୍ଲାସ ରେ କିଛି ଚିନୀପାଣି ନେଇ ମୋପାଖରେ ପହଞ୍ଚିଲେ ଓ କହିଲେ ଝିଅ କିଛି ନାହିଁ ତୁମକୁ ଦେବାପାଇଁ ଏହି ଚିନି ପାଣି ଟିକେ ଆଣିଛି ପି ଦିଅ l ନା ସେଥିରେ କିଛି ନାହିଁ ଆପଣ ସେମିତି କାହିଁକି କହୁଛନ୍ତି l ବୋଲି ମୁଁ କହିଥିଲି l ବାନୁ ମୋ ବ୍ୟାଗ ଟିକୁ ଭିତରେ ଆଣି ରଖିଲା ଓ କହିଲା ବୋଉ ନାନୀ ଙ୍କ ର ଆଜି ମଙ୍ଗଳ ବାର ଉପାସ.... ବୋଉ କହିଲେ ତେବେ କଣ ଖାଇବେ ? .. ମୁଁ କହିଲି ନା ଆପଣ ମୋପାଇଁ ବ୍ୟସ୍ତ ହୁଅନ୍ତୁନି 

  ମୁଁ ଆଜି ଭାତ ଖାଏନି....... ବୋଉ କହିଲେ ଠିକଅଛି ଆଉ କଣ ଖାଇବ କୁହ l ଏମିତି ଭାବରେ କଣ କହିବି ଜାଣିପାରୁନଥାଏ 

  ବାନୁ କହିଲା ବୋଉ ନାନୀ ଙ୍କ ପାଇଁ ଆଉକିଛି କରିଦେବୁ l 

  ସତ କହିବାକୁ ଗଲେ ମୁଁ କଣ କାହାକୁ କହିବି ଜାଣିପାରୁନଥାଏ 

 ମୁଁ ମନ ଭିତରେ ଅନେକ ଚିନ୍ତାରେ ଗତି କରୁଥାଏ... ମୋତେ ଟିକେ ହାଲିଆ ଲାଗୁଥାଏ.... ମୁଁ ବସିଥାଏ କିଛିସମୟ ପରେ ତିନୋଟି ଛୋଟ ପିଲା ମୋତେ ଦେଖିବା ପାଇଁ ଆସିଲେ କବାଟ ଫାଙ୍କରେ ଚାହୁଁଥିଲେ ପାଖକୁ ଡାକିବାରୁ ଆସିଲେନି ଚାଲିଗଲେ 

 ପ୍ରାୟ ଅଧ ଘଣ୍ଟାପରେ ବୋଉଙ୍କ ସହିତ ମୋପାଖ କୁ ଆସିଲେ 

 ବାନୁ କହିଲା ନାନୀ ଦେଖ ଏମାନେ ମୋ ଭାଇ. ଭଉଣୀ 

 ସେମାନେ ମୋତେ ନମସ୍କାର କରିଲେ....... ସେମାନ ଙ୍କୁ କଣ କହିବି ମୋତେ ଯେମିତି ଅନେକ ପ୍ରଶ୍ନ ଭିତରେ ଗତି କରିବାକୁ ପଡୁଥାଏ l ବୋଉ କହିଲେ ଝିଅ ତମେ ଟିକେ ଶୋଇପଡ ଖରାରେ ଆସିଛ ହାଲିଆ ଲାଗୁଥିବ ମୁଁ ହଁ କହିଲି ଓ ଖଟରେ ଶୋଇଗଲି l ହଠାତ କିଛି ଶବ୍ଦରେ ମୋ ନିଦ ଭାଙ୍ଗିଗଲା ପାଖରେ ଥିବା ଝରକା କୁ ଚାହିଁଲା ବେଳକୁ କିଛି ସ୍ତ୍ରୀ ଲୋକ ମୋତେ ଚାହିଁ ଥିଲେ ସେମାନଙ୍କୁ ଚାହିଁବାରୁ ସମସ୍ତେ ହସି ଚାଲିଗଲେ l କିଛି ଜାଣି ହେଉନଥାଏ ବାହାରେ ସେମାନେ ବାନୁ ବୋଉ ଓ ତାଙ୍କ ଜେଜେମା କୁ କହୁଥାନ୍ତି....... ଭଲକରି ଭୋଜି ଟାଏ କରିବ ତମ ନାତି ଭାରି ସୁନ୍ଦରିଆ ନାତୁଣୀ ବୋହୂ ଆଣିଛି 

 ସେକଥା ଶୁଣି ମୋତେ ବୋହୁତ ଡର ଲାଗୁଥାଏ.... କଣ କହିବି କେମିତି କହିବି ଭାବୁଥାଏ....?????

 କାହାଣୀ ଆଗକୁ ବାକି ଅଛି....???????


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy