STORYMIRROR

Puja Pradhan

Tragedy Inspirational Others

3  

Puja Pradhan

Tragedy Inspirational Others

ବାସ୍ତବତା

ବାସ୍ତବତା

2 mins
201

ଆରେ ଏକଣ ଏତେ ସକାଳୁ ପିଲାଏ କଣ ଉଠି ଗଲେଣି l ବୁଢୀମା ଧୀରେଧୀରେ ନିଜ ବିଛଣାରୁ ଉଠି ବସିଲା ମୁଣ୍ଡ ପାଖରେ ଥିବା ପିତଳ ଢାଳରୁ ପାଣି ଆଣି ନିଜ ମୁହଁ ଧୋଇବା ପାଇଁ ବାରି ଅଗଣାକୁ ଗଲା l ବାପାଙ୍କୁ କହିଲା ଆରେ ଦିବାକର ପିଲାଏ କଣ ପାଟି କରୁଛନ୍ତି କିରେ ଦେଖିବୁ ଗଲୁ ବାହାରକୁ ବୁଢ଼ୀମା କଥାଶୁଣି ବାପା କହିଲେ ଆଲଲୋ ମା ଆଜିପରା ସ୍ୱାଧୀନତା ଦିବସ ପାଳନ ହେଉଛି l ଚିରା ଗାମୁଛାରେ ମୁହଁ ପୋଛି ବୁଢୀମା ହସିଲା କହିଲା ଆରେ ଦିବାକର ଆଜିର ଦିନରେ ବାଡ଼ିପସା ଗୋରା ସରକାର ଆମ ଦେଶରୁ ଚାଲିଗଲା ହେଲେ ସଭିଙ୍କ ମନରେ ଭେଦଭାବ, କୁସଂସ୍କାର, ଲୋଭ, ଲୁଣ୍ଠନ, ବେଇମାନି, ସ୍ୱାର୍ଥପର ତା ଶିଖେଇ କଳିର ମଞ୍ଜି ପୋତି ଚାଲିଗଲା ଆମେ ସବୁ ଖୁସିରେ ଫାଟିପଡ଼ିଲୁ କି ଆମେ ସ୍ୱାଧୀନ ହେଲୁ ଇଂରେଜ ଆମ ଦେଶ ଛାଡି ଚାଲିଗଲେ ହେଲେ ସଭିଙ୍କ ଅଜାଣତରେ ମନରେ ଛୋଟ ମଞ୍ଜି ଟିଏ ଅଙ୍କୁରିତ ହେଉଥାଏ ଜାଣିଛୁ l 

ଆଉ ଏବେ ଦେଶ ସ୍ୱାଧୀନ ହୋଇଛି l କିନ୍ତୁ ଆମେ ବୋହୁତ ପଛରେ ଅଛେ ସମସ୍ତେ ନିଜ କାମ ଖୁବ ଶୀଘ୍ର ସାରିବା ପାଇଁ ଚାହାଁନ୍ତି ଘରକୁ କୁଣିଆ ଆସିଲେ ତୋ ଭାରିଜା ଚାହେଁ କେମିତି ଲୋକଗୁଡାକ ଯାଆନ୍ତୁ ଦେଖେଇ ହୋଇ ରହିବା ପାଇଁ କୁହେ l ଏତଗଲା ଘରର କଥା ସ୍କୁଲରେ ମାଷ୍ଟର ଙ୍କ କଥା ନ କହିବା ଭଲ ପାଠ ନାହିଁ l ବାଡ଼ିପୋଡେ ଖାଲି ଖାଇବାରେ ମାତି ଯାଇଛନ୍ତି କହିବୁ ଯଦି ପିଲାଙ୍କ ଉପରେ ଦାଉସାଧିବେ କଣ ଅବସ୍ଥା ହେଲାଣି କହିବୁ କଣ ପିଲାଙ୍କ ପାଇଁ କେତେ ସୁବିଧା ସରକାର କରୁଛନ୍ତି l ହେଲେ ସବୁ ବାଟ ମାରଣା ହେଉଛି କେତେ ବଡ଼ ଦିନ କହିଲୁ ଆଜିର ଦିନକୁ କେହି ଭୁଲି ପାରେନା ପିଲାଙ୍କ ମନ ହେଉଛି ବୋହୁତ କୋମଳ ଦେଶପାଇଁ ତାଙ୍କ ମନରେ କଣ ଭାବନା ସେସବୁ ନ ଜାଣି ସେମାନଙ୍କ ଠାରୁ କିଛି ନ ଶୁଣି ହାତରେ ଧରାଇ ଦେଲେ ଗୋଟାଏ ମିଠେଇ l ହଇରେ ଏଇ ବାହାଦୁରି ପାଇଁ ସ୍କୁଲରେ ନା ଲେଖେଇଛୁ ବୁଝିଲୁ ଇଂରେଜ ସରକାର ଯିବାଟା ମନରେ ଅଛି ଶାସନ ମନଅଛି ନିଜକୁ ସ୍ୱାଧୀନ କହିବାକୁ ଇଛା ହେଉନିରେ ମୋ ମନ କହୁଛି ଆମେ ଏବେବି ପରାଧୀନ ଅଛେ l ମାଇପି ଟିଏ କଣ ଏକୁଟିଆ ବାଟରେ ଯାଇପାରୁଛି କେମିତି ମଣିଷ ଆଜିର ମଣିଷପଣିଆ ତାଙ୍କର ନାହିଁ l 

ଛୋଟ ପିଲାଟିଏ ପାଠ ପଢିବାକୁ ବାହାରି ଗଲେ ଘରକୁ ଆସିବା ଯାଏଁ ମନରେ ଅଜଣା ଭୟ ରହୁଛି ତେବେ କଣ ସ୍ୱାଧୀନ ଆମେ କହିଲୁ l ମା କଥା ଶୁଣି ଦିବାକର ନୀରବ ହୋଇ ଶୁଣୁ ଥାଏ ଓ ଭାବୁଥାଏ ମା କହିବା କଥା ମିଛ ନୁହେଁ ତେବେ ସତରେ ଆମେ କେତେ ସ୍ୱାଧୀନ କୋଉଠି ନା କୋଉଠି ଆମେ ଏବେ ବି ଆମରି ଭିତରେ ପରାଧୀନ ଅଛୁ ଯାହା କେହି ନ ମାନିଲେବି ସମ୍ପୂର୍ଣ ସତ l ମଣିଷ ପାଖରେ ଥିବା ଜିନିଷ କୁ ପସନ୍ଦ କରେନାହିଁ କେବଳ ଦେଖିବାକୁ ଭଲପାଉଛି ହେଲେ ଘରେ ବାହାରେ ଯେଉଁଠି ଦେଖିବ ଛୋଟରୁ ବଡ଼ ସଭିଙ୍କ ଆଦର ଫୋନ ପାଇଁ ଖାଇବାକୁ ଦେବାକୁ ଇଚ୍ଛା ନାହିଁ l ହେଲେ ଆମେ ଲୋକଙ୍କୁ କେମିତି ଖାଇବାକୁ ଦେଇଛୁ ସମାଜ ସେବାରେ ନିଜକୁ ନିୟୋଜିତ କରିଛୁ ଏହି ବିଷୟରେ ଲୋକଙ୍କ ଠାରୁ ପ୍ରଶଂସା ସାଉଁଟି ବାରେ ସଭିଏଁ ଆଗ୍ରହୀ ସମାଜ କଣ ଏଯାଏଁ କେହିଯାଣିବାକୁ ଚାହୁଁନାହାଁନ୍ତି ହେଲେ ସେଲ୍ଫି ଉଠାଇ ଫଟୋ ପୋଷ୍ଟ କରିବାକୁ ଓ କେତେ ଲୋକ ଫୋଟ ଦେଖିଲେ କେତେ ଜଣ ପସନ୍ଦ କରିଛନ୍ତି l 

ଏହିବିଷୟରେ ଜାଣିବା ପାଇଁ ସଭିଙ୍କ ଆଗ୍ରହ ମରିଗଲେ ମଶାଣି ଯିବାକୁ କୁଣ୍ଠାବୋଧ ଭାବନ୍ତି ହେଲେ ଏବେ ଶବ ପାଖରେ ସେଲ୍ଫି ନେବାକୁ ଭୁଲିନାହାଁନ୍ତି l ତ୍ରିରଙ୍ଗା ବିଷୟରେ କିଛି ଜଣାନାହିଁ କେମିତି ଛିଡା ହୋଇ ଫୋଟ ଉଠାଇବା ସେସବୁ ଜାଣିଛନ୍ତି ଧନ୍ୟଆମେ ଓ ଆମର ନୂତନ ପିଢ଼ି କେତେ ସତ କି କେତେ ମିଛ ସମସ୍ତେ ଜାଣିଛନ୍ତି l କେଉଁଠି କେମିତି ହଜିଗଲା ମୋର ନୁହେଁ ଆମ ସଭିଙ୍କ ପରିଚୟ ପାଖରେ ଅଛି ବାହାଦୁରି ଓ ଆତ୍ମଗାରିମା ଅହଂକାର ଦେଖାଣିଆ ହେବାର ଅଭିନୟ l

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy