ଜୀବନ ସାଥୀ
ଜୀବନ ସାଥୀ
ମନ୍ଦିର ର ଶୋଭା ଆମ ସମସ୍ତ ଙ୍କ ମନକୁ ମୋହି ନେଇଥାଏ lଜଣେ ପୂଜାରୀ ଙ୍କ ସହିତ ଆମେ ଦେଖା ହୋଇ ତାଙ୍କୁ ଆମ ବାହାଘର ବିଷୟରେ କହିଥିଲୁ ଓ କଣ ସବୁ ସାମଗ୍ରୀ ଦରକାର ସେ କହିଥିଲେ l ଆମେ ଦୁହେଁ ସେସବୁ ପାଖ ଦୋକାନରୁ କିଣି ଆଣିଲୁ ପୁଜାରୀ ଙ୍କୁ ସମସ୍ତ ଜିନିଷ ଦେଲୁ l ଏବଂ ତା ପରେ ସେ ବାହାଘର ପାଇଁ ସମସ୍ତ ଆୟୋଜନ କରିଥିଲେ ମାଁ ମଙ୍ଗଳା ଙ୍କ ମନ୍ଦିର ରେ ଆମ ବାହାଘର ହୋଇଗଲା l ବାହାଘର ସରିବାପରେ ପୂଜାରୀଙ୍କୁ ପାଉଣା ଦେଇ ତାଙ୍କ ଆଶ୍ରିବାଦ ଗ୍ରହଣ କରି ଆମେ ମନ୍ଦିର ବେଢାରେ କିଛି ସମୟ ବସି ରହିଲୁ ଓ ମାଁ ମଙ୍ଗଳା ଙ୍କୁ ଚାହିଁ ଥାଉ ଯେମିତି ଲାଗୁଥାଏ l ଆମେ ଦୁହେଁ ଏମିତି ଗୋଟିଏ ବାଟର ବାଟୋଇ ଓ ଏମିତି ଗୋଟିଏ ବାଟକୁ ବାଛି ନେଇଛୁ ହସିବା କାନ୍ଦିବା ଆମ ଦୁହିଁଙ୍କ ପାଇଁ ସମାନ କିଏ କେତେ ହଯାଇଛି କି କେତେ ପାଇଛି ଜାଣି ନାହୁଁ ହେଲେ ଗୋଟିଏ କଥା ସତ ଆମେ ଦୁହେଁ ଏମିତି ଗୋଟିଏ ବନ୍ଧନରେ ବାନ୍ଧି ହୋଇଗଲୁ ଯାହାକୁ କେବେ କେହି ଅଲଗା କରିପାରିବନି l କିଛି ସମୟର ନିରବ ଭାବନାରେ ଯେମିତି ନିଜମନ ଅନେକ ପ୍ରଶ୍ନ କରୁଥାଏ ଓ ନିରବତା ଭରା ଉତ୍ତର ଅବୁଝା ମନକୁ ବୁଝାଇ କହୁଥାଏ l
ହଁ ଏମିତି ଗୋଟିଏ ଜୀବନ ଆମର ଫିଙ୍ଗିବା ଅପେକ୍ଷା ସାଇତିବାକୁ ଓ ଦୁନିଆକୁ କିଛି ଦେଖାଇ ବଞ୍ଚିବା ପାଇଁ ସଂଘର୍ଷ ଚାଲିଛି ସବୁକିଛି ରହିଲା ଆମ ଦୁହିଁଙ୍କ ଉପରେ ଦୁଇଟି ଅଜଣା ପାଦ ଗୋଟିଏ ନୂତନ ପଥକୁ ବାଛି ନେଇଛି ମନରେ ସାହସ ଢେର ବେଶୀ ରହିଲା କେବଳ ସବୁକିଛି କୁ ସାମ୍ନା କରିବାର ଦାୟିତ୍ୱ ?
ମୋ ସ୍ୱାମୀ ଓ ମୁଁ ପରସ୍ପର କୁ ଚାହିଁ ହସିଲୁ l ମୋତେ ଭୋକ ଜୋର ହେଉଥାଏ ମାଁ ଙ୍କ ମନ୍ଦିରରେ ପ୍ରସାଦ ମିଳୁଥାଏ କିନ୍ତୁ ପଇସା କେତେ ହୋଇଥିବ ଭାବି ଚୁପ ରହିଲୁ l
ଗାଡିଆସିବା ସମୟ ହୋଇଯାଇଥାଏ ତେଣୁ ମନ୍ଦିର ରେ ମାଁ ଙ୍କୁ ଦର୍ଶନ କରି ବସ ଷ୍ଟାଣ୍ଡ ଯିବାପାଇଁ ବାହାରିଲୁ l
କିଛି ଜଳଖିଆ ଖାଇଲୁ ବାନୁ ବି ଖାଇଲା କିଛି ସମୟରେ ପୁରୀ ଯିବାପାଇଁ ବସ ପ୍ରସ୍ତୁତ ହୋଇଯାଇଥାଏ l କେମିତି ସବୁ ଦିନ ଗୁଡିକ ଆଗକୁ ଆଗକୁ ଚାଲିଥାଏ ସେ ବିଷୟରେ ମୁଁ ଭାବୁଥାଏ ମୋ ଶାଶୂଘର ଲୋକେ କଣ ମୋତେ ଗ୍ରହଣ କରିବେ ମୁଁ କାହାରିପାଇଁ କିଛି ଆଣିନି ଯଦି ତାଙ୍କ ପୁଅକୁ କହିବେ ମୋତେ ଛାଡ଼ିଦେବା ପାଇଁ ତେବେ କଣ ହେବ l ସେମାନଙ୍କ ପ୍ରଶ୍ନ ର କି ଉତ୍ତର ମୁଁ ଦେବି ଜାଣିନି ଅନେକ ଭାବନା ଭିତରେ l ନିଜକୁ ପ୍ରସ୍ତୁତ କରୁଥିଲି ଠିକ ସମୟରେ ମୋ ସ୍ୱାମୀ କହିଲେ କେମିତି ବୋଉ କୁ କହିବି ଜାଣିପାରୁନି ସେ କଣ ଭାବିବ ?
ଏମିତି ଗୋଟିଏ କଥା ଶୁଣି ମୁଁ ନିଜକୁ ନିଜେ ପଚାରିଲି ମୁଁ ବାଟ ଭାବି ଏମିତି ଗୋଟିଏ ଲୋକର ହାତ ଧରିନି ତ ଯିଏକି ମୋତେ ଅଧା ବାଟରେ ଛାଡ଼ିଦେବ ସ୍ୱାମୀ କହିଲେ କଣ ଭାବୁଛ
ନା କିଛି ନୁହେଁ କହି ଚୁପ ରହିଲି ହେଲେ ସତ କହୁଛି l
ଅନେକ ପ୍ରଶ୍ନ ଭିତରେ ଗତି କରୁଥିଲି l
ପୁରୀରେ ପହଞ୍ଚିଲା ପରେ ସେ ମୋତେ କହିଲେ ତାଙ୍କ ବୋଉ କହିଛନ୍ତି ଘରକୁ ଯିବାପାଇଁ ଓ ସାଥିରେ ତାଙ୍କ ସାନ ଭଉଣୀକୁ ନେବାପାଇଁ ଯିଏ କିଛିଦିନ ହେବ ବାହା ହୋଇଛନ୍ତି l ହଠାତ ଏ ପ୍ରଶ୍ନ ଶୁଣି ମୁଁ ନିରବ ହୋଇଗଲି କାହିଁକି ନା ସେ ଏକା ଯିବାପାଇଁ କହିଲେ l
ମୁଁ କୋଉଠି ରହିବି କହିବାରୁ ସେ କହିଲେ ବୋଉକୁ ବୁଝେଇ କହିବି ଓ ସେ ରାଜି ହେଲେ ତମେ ଯିବ ??
କେତେ ସହଜରେ କହିଦେଲେ ସେ କଥା ମୋତେ କେତେ କଷ୍ଟ ଦେଇପାରେ ଭାବିଲେ ନାହିଁ l ଜୋର କରି କହିଲି ଭାବିଲ ମୁଁ କଣ କରିବି ତମେ ଆସିବା ପର୍ଯ୍ୟନ୍ତ କୋଉଠି ରହିବି କିଛିକହିଲେନି ଦୁଃଖ ଥିଲା ମନରେ ହେଲେ ବି ପରିବାର କଥା ଭାବି ନିରବ ରହିଲେ l ମୁଁ କେଉଁଠି ରହିବି ଭାବିବାକୁ ଲାଗିଲି ମୋଘର ପରିବାର ସମସ୍ତ ସମ୍ପର୍କ ଆପଣାର ଲୋକଙ୍କୁ କାହିଁ କେତେ ବାଟରେ ଛାଡି ଚାଲିଆସିଛି କଣ କରିବି ଭାବୁଥାଏ l
ବାନୁ ସେହି ସମୟରେ ଆସିଲା କହିଲା ନାନୀ ତମେ ଏମିତି କଣ ବସିଛ ଆରେ ନା କିଛିନୁହେଁ କାହି ମୁଁ ଭାବନା ରାଇଜରୁ ଯେମିତି ଫେରିଲି ଓ ନିଜ ଭାବନା କୁ ମନରେ ରଖି କହିଲି କିଛି ନୁହେଁ ରେ କଣ ବା ଭାବିବି କହିଲୁ ଘର କଥା ଭାବୁଥିଲି l
ମୋ ଉତ୍ତର ଶୁଣିବି ବାନୁ କହିଲା ନାନୀ ମୋତେ ମିଛ କହୁଛ କହିଲ କଣ ହେଲା ଭାଇ କଣ କହିଲେ କି ତା ଶବ୍ଦ ରେ ଯେମିତି କେଉଁଠି ଟିକେ ଦୁଃଖ ଥିଲା ଭଳି ଲାଗିଲା ହେଲେ ବି ମୋତେ କାହିଁକି କେଜାଣି ହସ ଲାଗିଲା ଓ ଜୋରରେ ହସିବାକୁ ଲାଗିଲି କିନ୍ତୁ ବାନୁ ମୋତେ ଚାହିଁ କହିଲା ନାନୀ ମୋତେ କହିଲ କଣ ହୋଇଛି l ବାରମ୍ବାର ପଚାରିବାରୁ ?
ସବୁ କଥା କହିଲି ମୋ ସ୍ୱାମୀ ଫେରିବା ପର୍ଯ୍ୟନ୍ତ କୋଉଠି ରହିବି ସେ ବିଷୟରେ ଭାବୁଥିଲି l ଖୁବ ସହଜରେ ବାନୁ କହିଲା ଆମ ଘରେ ରହିବ ମୁଁ ନିରବ ହୋଇ ଚାହିଁଲି ଓ ଭାବିଲି ଯିଏ ମୋତେ ବାହାହେଲେ ସେ ପ୍ରଶ୍ନରେ ଅଛନ୍ତି l ତାଙ୍କ ବୋଉକୁ ନିଜ ବାହାଘର କଥା କେମିତି କହିବେ ଓ ମୋତେ କେମିତି ଘରକୁ ନେବେ l ହେଲେ ଏପଟେ ଯେଉଁ ଅଜଣା ମଣିଷ ଟା ମୋତେ ଭାଇ ର ସ୍ନେହ ଦେଇଛି ବଡ଼ ଭଉଣୀ ଭାବି ମୋ ପାଖରେ ଅଛି
ମୋତେ ନିଜ ଘରକୁ ନେବାକୁ କହୁଛି l ସତରେ ଭଗବାନ ଯଦି ଥାନ୍ତି ତେବେ ଠିକ ଏମିତି ହୋଇଥିବ ଆଖିରେ ମୋର ଲୁହ ଆସିଥିଲା ବୋହୁତ କାନ୍ଦିଲି ବାନୁ କହିଲା ନାନୀ ତମେ କାନ୍ଦୁଛ କାହିଁକି ମୋ ସହିତ ଯିବ ଆମ ଘରେ ରହିବ l କେହି ଯଦି ମୋତେ କିଛି ପଚାରେ କଣ କହିବି ବୋଲି ମୁଁ କହିଲିବାନୁ କହିଲା ତମେ କିଛି କହିବନି ମୁଁ ସେମାନ ଙ୍କୁ କହିବି
ହେଲେ ଆମେ ବୋହୁତ ଗରିବ ତମେ ରହି ପାରିବତ ?
ରାସ୍ତା କଡ଼ରେ ବୁଲିବା ଠାରୁ ବୋହୁତ ଭଲ କଥା ମୋତେ ତୁ କହିଛୁ ମୁଁ ଏଠିକୁ ଆସିବା ଦିନଠାରୁ ମୋ ପାଖରେ ଜଗି ରହିଛୁ
ଓ ଏବେ ନିଜ ଘରକୁ ନେବାକୁ କହିଛୁ ସତରେ କାହାପାଇଁ କିଏ ଏମିତି କରିବ କହିଲୁ ମୋର କିଛି ଅସୁବିଧା ନାହିଁ l
ଠିକ ଅଛି ଭାଇ କୁଆଡେ ଗଲେ ବୋଲି କହିଲା
ମୁଁ ଭାବିଲି ବାନୁ କୁ ସବୁକିଛି କହିଦେବି କାହିଁକି ଘର ଛାଡି ଆସିଲି ଯାହାକିଛି ବି ହୋଇଥିଲା ସବୁ କିଛି କହିଦେଲି l
ମୋ ସ୍ୱାମୀ ତାଙ୍କ ବୋଉକୁ ସବୁ କହିବେ ଓ ମୋତେ ଘରକୁ ନେବେ ବାନୁ କହିଲା ଠିକ ଅଛି ଭାଇ ଆସିବା ପର୍ଯ୍ୟନ୍ତ ତମେ ଆମ ଘରେ ରହିବ ଭାଇ ଆସିଲେ ଚାଲିଯିବ l
ମୋ ସ୍ୱାମୀ ଆସିଲେ ସମସ୍ତ କଥା ତାଙ୍କୁ କହିଲି ସେ କହିଲେ ଠିକ ଅଛି l ମୁଁ କହିଲି ତମେ କେବେ ଆସିବ ? ସେ କହିଲେ ପ୍ରାଏ ୮ ଦିନ ପରେ ମୁଁ ଚୁପଚାପ ଚାହିଁଲି l ବାନୁ କହିଲା ଠିକ ଅଛି ନାନୀ ଆମଘରେ ଥିବେ ତମେ ଆସିଲେ ତାଙ୍କୁ ସାଥିରେ ନେଇ ଯିବ l ଠିକ ସେମିତି ହିଁ ହେଲା ସକାଳୁ ସମସ୍ତେ ଜଳଖିଆ ଖାଇ ବସ ଷ୍ଟାଣ୍ଡ କୁ ବାହାରିଲୁ ମୁଁ ପଚାରିଲି ବାନୁ ତମ ଘର କୋଉଠି ସେ କହିଲା ସାକ୍ଷୀଗୋପାଳ ଯେଉଁଠି ଗୋପାଳଜୀ ଙ୍କ ମନ୍ଦିର ଅଛିଠାକୁର ସାକ୍ଷୀ ଦେବାକୁ ଆସିଥିଲେ ହେଲେ ଯିଏ ତାଙ୍କୁ ସାକ୍ଷୀ ଦେବାପାଇଁ ନେହୁରା ହୋଇ ଡାକି ଆଣିଥିଲା ସେ ଲୋକ ଜଣକ ପଛକୁ ଚାହିଁଦେଲା ଓ ଠାକୁର ଙ୍କ ମୂର୍ତ୍ତି ପଥର ହୋଇଗଲା
ସେବେ ଠାରୁ ଗାଁର ନା ସାକ୍ଷୀଗୋପାଳ l ମୁଁ ବାନୁ ମୁହଁ କୁ ଚାହିଁ ରହିଲି ସେତିକି ସମୟରେ ବସ ଆସିଯାଇଥିଲା l ପ୍ରଥମେ ମୋ ସ୍ୱାମୀ ନିଜ ଭଉଣୀ ଘରକୁ ଗଲେ ତାକୁ ସାଥିରେ ନେଇ ଘରକୁ ଯିବେ ଓ କିଛି ସମୟ ପରେ ସାକ୍ଷୀଗୋପାଳ ଯିବାପାଇଁ ଗାଡି ଆସିଲା l ଏବେ ମୁଁ ବାନୁ ସହିତ ତାଙ୍କ ଘରକୁ ଯିବାପାଇଁ ବାହାରିଲି l କାହାଣୀ ଆଗକୁ ବାକି ଅଛି ?
