Puja Pradhan

Tragedy Inspirational

4  

Puja Pradhan

Tragedy Inspirational

ରଙ୍ଗତୁଳି

ରଙ୍ଗତୁଳି

5 mins
352


ବାପା ବାପା କେବେଠୁ କହୁଛି ମୋପାଇଁ ରଙ୍ଗ ତୁଳି ଆଣିଦିଅ ହେଲେ ତମେ ଆଣିବ କହୁଛ ହେଲେ ମନେ ପଡୁନାହିଁ l

ଆରଥର ହାଟପାଳିରେ କହିଲ ଆଣିବି ହେଲେ ଭୁଲିଗଲ ରାଧୁଆ ମାମୁନି କଥା ଶୁଣି ହସିଲା ନ ଜାଣିଲା ଭଳି କହିଲା କେବେ କହିଥିଲି କଣ କହିଥିଲି ମନେ ପଡୁନି l ମାମୁନି କହିଲା ବାପା ମୁଁ ଜାଣିଛି ତମେ ଭୂଲି ଯାଇଥିବ ?? ରାଧୁଆ କହିଲା ତୁମୋତେ ଟିକେ ମନେ ପକେଇଦେ ନିଶ୍ଚୟ ଆଣିବି ଅଭିମାନ ସ୍ୱରରେ ଝିଅ କହିଲା ବାପା ମୋପାଇଁ ରଙ୍ଗତୁଳି ଆଣିଦିଅ ଠିକଅଛି ମନେ ରହିଲା ତୁ ତୋ ସାଙ୍ଗ ମାନଙ୍କ ସହିତ ଖେଳିବୁ କୁଆଡ଼କୁ ଯିବୁନି ମୁଁ ଦିପହରକୁ ଆସିବି l ମାମୁନି କହିଲା ମୋର ଗୋଟିଏ କାମକରିଦେବ ରାଧୁଆ ହସିଲା କହିଲା ମୋ ମା କିଛି କାମ ମୋପାଇଁ ରଖିଛି କହ ଏବେ କରିଦେବା ମାମୁନି କହିଲା ଶୁଣ

ଠିକ ସମୟରେ ହାଟକୁ ଯିବଓ ଶୀଘ୍ର ଆସିବ ଖରା ରେ ମୁଣ୍ଡ ବୁଲେଇବ ରାଧୁଆ ର ସାଙ୍ଗ ଭାସ୍କର ଆସିକହିଲା ବାହାରିନୁ ଡେରି ହେଲାଣି l ମାମୁନି କହିଲା ବାପା ଯାଅ ଆସିଲେ କହିବି ରାଧୁଆ ନିଜ ସାଇକେଲରେ ବିରି, ମୁଗ, ରାଶି, ଗୁଆଘିଅ, ବାଦାମ, ହଳଦୀ, ଇତ୍ୟାଦି ଜିନିଷ ନେଇ ଭାସ୍କର ସହିତ ହାଟକୁ ବାହାରିଲା ସେତିକି ବେଳେ ଝିଅ କହିଲା ବାପା ଜେଜେ ଙ୍କ ପାଇଁ ତାଙ୍କ ଚଷମା ଆଣିବ ମୁଁ ସେଦିନ ଟେବୁଲ ଉପରେ ରଖିବା ସମୟରେ ହାତରୁ ଖସି ଭାଙ୍ଗିଗଲା ତାଙ୍କୁ ଠିକରେ ଦିଶୁନି ଆଉ ଜେଜମା ପାଇଁ ଗୁଡ଼ାଖୁ ଆଣିବ ସେ ଗାଧେଇବାକୁ ଯାଇଛି କହିଥିଲା ତମକୁ କହିବା ପାଇଁ l ଭାସ୍କର କହିଲେ ଆରେ ତୋପାଇଁ କଣ ଆସିବ କହିଲୁନି l ମାମୁନି କହିଲା ବାପା ଙ୍କୁ ବୋହୁତ ଥର କହିଛି ଆଜି ଆଣିବାକୁ କହିଛନ୍ତି l

ରାଧୁଆ କହିଲା ହଁ ମନେ ଅଛି ତୋ ରଙ୍ଗତୁଳି ଆଣିଦେଵି କହି ଦୁଇବନ୍ଧୁ ହାଟକୁ ବାହାରିଲେ ମାମୁନି ଘରେ ଜେଜେ ଓ ଜେଜେମା ସହିତ ରହୁଥାଏ l ଜେଜେମା ଗାଧୋଇ ଘରକୁ ଆସିଲେ ମାମୁନି କହିଲା ମୁଁ କିଛି ପିତା ଶାଗ ଆଣୁଛି ପଖାଳ ଖାଇବା ଭୋକ ହେଉଛି l ଜେଜେ ଓ ଜେଜେମା ଚାହା ଓ ମୁଢି ଖାଇଲେ ମାମୁନି ବଡ଼ ହେଲେ ତା ମାଁ ସଂଗୀତା ଭଳି ଦେଖାଯିବ ବୋଲି ଦୁହେଁ କଥା ହେଲେ କୋଉଣସି ଜିନିଷ ରେ ତା ଅଭିମାନ ନାହିଁ ଠାକୁରେ ମୋ ନାତୁଣୀକୁ କୋଟି ପରମାୟୁ ଦିଅନ୍ତୁ l

ଗୋଟିଏ ଗାମୁଛାରେ କିଛି ପିତା ଶାଗ ନେଇ ମାମୁନି ଘରକୁ ଫେରିଲା କହିଲା ଜେଜେମା ଆସେ ଶାଗ ବାଛିବା ମୋତେ ଭୋକ ହେଲାଣି ଜେଜେମା କହିଲେ ସିଝାଆଳୁ ଅଛି l ଚାଲତୋପାଇଁ ପଖାଳ ବାଢୁଛି ଆଳୁଚଟଣୀ କରି ଖାଇଦେ ଶାଗକୁ ବାଛି ଧୋଇ ଭାଜିଲା ବେଳକୁ ଡେରି ହେବ ମାମୁନି କହିଲା ଆମେ ଦୁହେଁ ବାଛିବା ଶୀଘ୍ର ହୋଇଯିବ ମାମୁନି କଥା ଶୁଣି ଜେଜେ କହିଲେ ଆଉ ଡେରିକରନି ମୋ ନାତୁଣୀ ଖାଇବ ଶୀଘ୍ର କର l ସବୁ ଗୁଣଗୁଡାକ ନିଜ ମାଁ ଭଳି ଆଣିଛି l ମାମୁନି କହିଲା ହଁ ମୋ ବୋଉ କଥା ତମେ ମନେ ରଖିଛ ଜେଜେ ସେ କଣ ମୋଭଳି ହଇରାଣ କରେ ସମସ୍ତ ଙ୍କୁ ଜେଜେମା କହିଲେ କିଏ କହିଲା ତୁ ହଇରାଣ କରୁଛୁ ବୋଲି ତୋରି ମୁହଁ କୁ ଚାହିଁ ଆମ ତିନି ପ୍ରାଣୀ ଙ୍କ ଜୀବନ ରହିଛି ତୋ ବୋଉ ବୋହୂ ନୁହେଁ ଏ ଘରର ଝିଅ ଥିଲା କିଛି କାମ ମୋତେ କରିବାକୁ ଦିଏନାହିଁ l ବାକି ରହିଲା ଆମ ଭାଗ୍ୟ ??

ତୋରିପାଇଁ ଘରଭିତରକୁ ପଶିଆସିଲେ ତୋ ଡାକରେ ଘରଟା ଯେମିତି ହସି ଉଠୁଛି l ନହେଲେ ତୋ ମାଁ ଚାଲିଯିବା ପରେ ଆମେ କେମିତି ରହିଛୁ କେବଳ ଭଗବାନ ଜାଣିଛନ୍ତି ll ମାମୁନି କହିଲା ଜେଜେମା ମୋ ବୋଉ ଭଲ ? ଏତିକି ଶୁଣି ଜେଜେ କହିଲେ ଭାରି ସ୍ନେହୀ ଥିଲା ତୋ ମାଁ ଖୋଲା ମନ ଛନ୍ଦ କି କପଟ ତା ମନକୁ ପସିପାରେନା ଯାହାକୁ ହାତ ଟେକି ଖାଇବାପାଇଁ ଦେଇଥିବ ଗୋଟିଏ ଥରରେ ଖାଇବା ଲୋକର ମନ ସନ୍ତୁଷ୍ଟ ହୋଇଯିବ ସେଇଥିପାଇଁ ଭଗବାନ ତାକୁ ନେଇ ଗଲେ l  

ଜେଜେ ଓ ଜେଜେମା କାନ୍ଦିଲେ ମାମୁନି କହିଲା ସବୁ ମୋତେ ଭୂଲି ଗଲେ କହୁଛି ମୋତେ ଭୋକ ହେଲେ ମୋତେ ଲାଗୁଛି ଆଜିମୋପାଇଁ ଏଘରେ ଖାଇବା ନାହିଁ l ଜେଜେ କହିଲେ ସବୁ ତୋରି ପାଇଁ ମାମୁନି ଦୁହିଁଙ୍କ ଆଖିରୁ ଲୁହ ପୋଛି କହିଲା ବୋଉ ମନ ଦୁଃଖ କରିବନି ଭଲ ଲୋକଙ୍କୁ ମନେ ପକାଇ କିଏ ଖୁସି ହୁଏ ହେଲେ ତମେ କାନ୍ଦୁଛ ମାନେ ବୋଉ ଭଲ ନୁହେଁ l ଜେଜେମା କହିଲେ ତୋତେ କିଏ କହିବ ଦେଲୁ ମୁଁ ଶାଗ ସବୁ ଭଲଭାବେ ଧୋଇ ଭାଜିଦେଉଛି l ଜେଜେ ଖଟରେ ବିଶ୍ରାମ କଲେ ମାମୁନି ଜେଜେମା ସହିତ ରୋଷଇ ଘରକୁ ଚାଲିଲା ଚୁଲି ଲାଗିଲା ହେଲେ କାଠ ଟିକେ ଓଦା ତେଣୁ ଜେଜେମା କହିଲେ ତୁ ବାହାରକୁ ଯାଇ ବସିଲୁ ଧୂଆଁ ହେଉଛି ଆଖି ପୋଡିବ ମାମୁନି ହଁ କହି ଚାଲିଗଲା l କିଛିସମୟ ପରେ ଜେଜେମା ମାନୁନିକୁ ଖାଇବାପାଇଁ ଡାକିଲେ କିନ୍ତୁ କିଛିବି ଶବ୍ଦ ନାହିଁ l ବାଧ୍ୟ୍ୟରେ ଘରଭିତରକୁ ଯାଇ ଦେଖିଲେ ମାମୁନି କିଛି ଜିନିଷ ଖୋଜିଲା ଭଳି ବ୍ୟସ୍ତ ହେଉଥାଏ ପଚାରିବାରୁ କହିଲା ମୋ ବୋଉ ର କିଛି ଫଟୋ ନାହିଁକି l ଜେଜେମା କହିଲେ କଣ କରିବୁ l ମାମୁନି କହିଲା ତମେ ଦେଖିଛ ମୋର ବୋହୁତ ମନ ମୁଁ ବୋଉକୁ ଦେଖିବି ??

କିଛି ନାହିଁ ଆଲୋ ହୁଣ୍ଡୀ ଫଟୋ ଉଠାଇବା ହେଉଛି ବଡ଼ ବଡ଼ିଆଙ୍କ ଖୁସି ଆମଭଳି ଲୋକଙ୍କ ପେଟପାଇଁ ଦାନା ଯୋଗାଡ଼ିଲା ବେଳକୁ ସମୟ ନାହିଁ ଫଟୋ କିଏ ରଖୁଛି l ଖାଇବା ବାଢ଼ିବି ଆସିଲୁ ଖାଇବୁ କହି ଜେଜେମା ଚାଲିଗଲେ l ମାମୁନି ଭାବିଲା ବାପାଙ୍କୁ କହିଲେ ସିଏ ନିଶ୍ଚୟ ମୋତେ ବୋଉର ଫଟୋ ଦେଖେଇବେ ଅପେକ୍ଷା କରିଲା ବାପା କେତେବେଳେ ଘରକୁ ଆସିବେ l ଜେଜେ ଓ ଜେଜେମା ଙ୍କ ସହିତ ମାମୁନି ଖାଇ ସାରି ଖରାବେଳେ ଟିକେ ବିଶ୍ରାମ କରୁଥାଏ l ସମୟ ଅଧିକ ହେଲାଣି ଦିନ ଶେଷ ହୋଇ ଧୀରେ ଧୀରେ ଅନ୍ଧାର ନିଜ ଆସର ବିସ୍ତାର କରିବାକୁ ଲାଗିଥାଏ ହେଲେ କାହିଁକି ବାପା ଘରକୁ ଫେରିନାହାଁନ୍ତି ମାମୁନି ଦାଣ୍ଡ ଦୁଆରକୁ ଚାହିଁବସିଥାଏ l ଜେଜେମା ତୁଳସୀ ଗଛ ପାଖରେ ଦୀପ ଜାଳିଲେ ପ୍ରାଥନା କରିବାକୁ ମାମୁନି କୁ କହିଲେ ମାମୁନି ପ୍ରାର୍ଥନା ଶେଷକରି ବାପା ଙ୍କ ବାଟକୁ ଚାହିଁ ବସିଲା l ବାପା ଆସୁଥିବ ଜେଜେ ଙ୍କ ପାଇଁ ଚଷମା ଆଣିବାକୁ କହିଛୁ ହାଟ କାମସାରି ଫେରିବ ଜେଜେମା ମାମୁନିକୁ କହିଲେ ଠିକ ସେତିକି ବେଳେ ରାଧୁଆ ଘରକୁ ଫେରିଲା ମାମୁନିକୁ ଦେଖି ଖୁସିରେ କହିଲା ତୋ ରଙ୍ଗତୁଳି ନେ ମାମୁନି କହିଲା ବାପା ତମେ ଖାଇବ ଆସ ମୁଁ ଗୋଟେ କାମ ସାରି ଆସୁଛି ତା ପରେ ମୋତେ ଦେବ କହି ଦୌଡି ଚାଲିଗଲା l  

ପାଖରେ ଥିବା ପାନଦୋକାନୀ ପାଖରୁ ଦୁଇ ପ୍ୟାକେଟ ଚୂନ କିଣି ଆଣିଲା କହିଲା ବାପା ପଇସା ଦେବେ ଦୋକାନୀ ପଚାରିଲା

ମାମୁନି ଚୂନ କଣ ହେବ ?? ଦୋକାନୀ ପ୍ରଶ୍ନର କୌଣସି ଉତ୍ତର ନ ଦେଇ ମାମୁନି ଘରକୁ ଦୌଡ଼ିଗଲା ଜେଜେମା କହିଲେ କୁଆଡ଼କୁ ଯାଇଥିଲୁ ବାପା ଖୋଜୁଥିଲା କିଛି ଉତ୍ତର ନଦେଇ ଠାକୁର ଘର ଆଡ଼କୁ ଚାଲିଲା ଜେଜେ ଙ୍କୁ କହିଲା ବାପା ନୂଆଁ ଚଷମା ଆଣିଛନ୍ତି ପିନ୍ଧିବ ଜେଜେ ଡାକିଲେ ହେଲେ କିଛି ନକହି ମାମୁନି ଚାଲିଗଲା

ଠାକୁର ଘର ବାହାର କାନ୍ଥକୁ ଭଲଭାବେ ଚୂନରେ ଲିପିଚାଲିଥାଏ l କେତେ ସମୟପରେ ରାଧୁଆ ରଙ୍ଗଓତୁଳି ନେଇ ମାମୁନିକୁ ଦେଲା କହିଲା ମୋ ମାଁ କାହିଁକି ଏହି ଭଙ୍ଗା କାନ୍ଥରେ ଚୂନ ଲଗାଉଛି ??

ହାତକୁ ପ୍ରଥମେ ଧୋଇଦେ ନ ହେଲେ ହାତରେ ଘା ହୋଇଯିବ କିଛି ପାଣି ଆଣି ରାଧୁଆ ମାମୁନି ହାତକୁ ଧୋଇଦେଲା l  

ମାମୁନି କହିଲା ବାପା ମୋ ବୋଉ କୋଉଠି ଅଛି କହିଲ ?

ରାଧୁଆ କିଛି କ୍ଷଣ ନିରବ ରହି କହିଲା ଆକାଶରେ ତାରା ଙ୍କ ମେଳରେ ଲୁଚି ରହିଛି ଓ ସବୁଦିନ ତୋତେ ଦେଖୁଛି l ମାମୁନି କହିଲା ସେ କଣ ଜାଣିନି ମୁଁ କେତେ ଖୋଜୁଛି ତାକୁ ସମସ୍ତେ କହୁଛନ୍ତି l ତୋ ବୋଉ ବୋହୁତ ଭଲ ମନରେ ତାହାର ସମସ୍ତ ଙ୍କ ପାଇଁ ଦୟା ଭରି ରହିଥିଲା ତେବେ ମୋପାଇଁ କାହିଁକି ତା ମନରେ ଦୟା ହେଲାନି ଘରେ ବୋଉର ଗୋଟେ ଫୋଟ ଵି ନାହିଁ ତମେ କହିଲ ମୁଁ କେମିତି ତାକୁ ଦେଖିବି ସେଥିପାଇଁ ଏହି କାନ୍ଥରେ ଚୂନ ଲିପି ଦେଇଛି ତମେ ରଙ୍ଗ ତୁଳିରେ ବୋଉର ଛବି ଆଙ୍କିଦିଅ 

ମୁଁ ମନ ଭରି ତାକୁ ଦେଖିବି କେତେ କଥା କହିବି କେତେ କଥା ଶୁଣିବି l ରାଧୁଆ ପାଟି ଚୁପ କରି ଛିଡା ହୋଇଥାଏ ଝିଅ କହିଲା ବାପା ତମେ ବୋଉକୁ ଦେଖିଛ ତାକୁ କହିଲ ମାମୁନି କେତେ ମନଦୁଃଖ କରୁଛି l ଏତେ ଛୋଟିଆ ଝିଅ କୁ ଛାଡି କିଏ ଯାଇ ଆକାଶର ତାରା ଙ୍କ ମେଳରେ କାହିଁକି ରହିବ ଯଦି ଅଛି ତେବେ ମୋତେ ନେଇ ଯାଉ l ଜେଜେ, ଜେଜେମା, ଓ ମାମୁନି ର ବାପା କଣ କହି ଝିଅ ଙ୍କୁ ବୁଝାଇ ବେ ଜାଣିପାରିଲେ ନାହିଁ l ମାମୁନି ଆକାଶକୁ ଚାହିଁ କହିଲା ବୋଉ ତୋତେ ମୋ କଥା ମନେପଡୁନି ମୁଁ ଏଠି ଅଛି ହେଲେ ତୁ କାହିଁକି ଆକାଶ ରେ ରହିଲୁ ମୁଁ ଦୁଷ୍ଟାମୀ କରୁଛି l ସେଥିପାଇଁ ତେବେ ଆଜି ଠାରୁ ଆଉ କିଛି ଦୁଷ୍ଟାମୀ କରିବିନାହିଁ ମୁଁ ଆଖି ବନ୍ଦ କରି ରଖିବି ତୁ ନିଜେ ଆସି ନିଜ ଛବି ଅଙ୍କିଦେଇ ଚାଲି ଯା l ରଙ୍ଗତୁଳି ତୋରି ଛବି ଆଙ୍କିବାପାଇଁ ବାପା ଙ୍କୁ କହିଥିଲି ଆଣିବାକୁ l କେତେ ମୁଁ ତୋତେ ଖୋଜୁଛି ତୁ ଜାଣିନୁ ବୋଉ କିଏତ ମୋତେ ତୋ କଥା କି ତୋର ଛବି ଦେଖେଇବେ ନାହିଁ ସେଥିପାଇଁ ତୁ ନିଜେ ନିଜ ଛବି ମୋପାଇଁ ଥରୁଟିଏ ଆଙ୍କି ଦେଇ ଚାଲିଯା l ମାମୁନିର ଏହି ଛୋଟ ପ୍ରଶ୍ନ ସମସ୍ତ ଙ୍କୁ ନିରବ କରିଦେଇଥିଲା କଣ କହିବେ ସମସ୍ତେ ଭାବିବାକୁ ଲାଗିଲେ ଭଗବାନ କାହିଁକି ଥରେ ଥରେ ଏମିତି ଲାଗେ ଯେଉଁ ପ୍ରଶ୍ନ ର ଉତ୍ତର ନା କହି ହୁଏ ନା ସହି ହୁଏ ??


Rate this content
Log in

Similar oriya story from Tragedy