Puja Pradhan

Children Stories Tragedy Inspirational

4  

Puja Pradhan

Children Stories Tragedy Inspirational

ପୁରୁଣା ଦିନ

ପୁରୁଣା ଦିନ

8 mins
411


ସକାଳୁ ଜଲଦି ଉଠି ସ୍କୁଲ ଯିବାପାଇଁ ବୋଉ କହେ ଯଦି ଉଠିବା ଟିକେ ଡେରି ହୋଇଯାଏ l ଗୋଟାଏ ମାଡ଼ ପିଠିରେ ବସେଇବା ପାଇଁ ଘର ଲୋକେ ଭୁଲନ୍ତି ନାହିଁ l ଉତ୍ତର ଦେବାକୁ ବି ସମୟ ମିଳେନାହିଁ l କି କାହିଁକି ଯିବାକୁ ଇଛା ହେଉନି ହୁଏତ କିଛି ପାଠ କରିନି ବୋଲି କେତେ ପ୍ରଶ୍ନ ପଚରା ଚାଲେ ବିଚରା ମିଲି ଯେମିତି କିଛି କହିବାକୁ ଭାବେ ହେଲେ ଚୁପ ରହେ ନିଜ କାମରେ ଲାଗିଯାଏ l ଦେଖୁ ଦେଖୁ ସମୟ ଆଗକୁ ଗଡି ଚାଲେ ଖରା ବେଳେ ଖାଇବା ପୂର୍ବରୁ ସ୍କୁଲରେ ଯାହା କିଛି ପାଠ ଦେଇଥାନ୍ତି l  ମିଲି ସେସବୁ କରିଥାଏ ଯାହାବି ନ ବୁଝିପାରେ ରଖି ଦେଇଥାଏ l ସ୍କୁଲରେ ଗୁରୁମା ଙ୍କୁ ପଚାରି ବୁଝିଥାଏ l ବୋଉ କହୁଥାଏ କଣ ଶୋଇବୁନି କି ଚାରିଟା ବେଳକୁ ଟିୟୁସନ ସାର ଆସିବେ l ବାସ ଏତିକିରେ ମିଲି କୁ ଯେମିତି ନାହିଁ ନ ଥିବା ଲୁହ ଆଖିରୁ ବୋହୁଥାଏ l ମିଲି କହେ ବୋଉ ମୁଁ ଟିଉସନ ଯିବିନି ମୋତେ ସେ ସାର ମାରୁଛନ୍ତି l ବୋଉ କହେ କାହିଁକି ପାଠ କରିଲୁନିଦୁଷ୍ଟାମୀ କରିଲେ ସାର ନିଶ୍ଚୟ ମାରିବେ l ମିଲି ବୋଉକୁ କିଛି କହିପାରେନା ହେଲେ ଠାକୁର ଘର ଆଡ଼କୁ ଚାହେଁ ଯେମିତି କରୁଣ ଚାହାଣି ରେ ନିଜ ମନର କଥା ଭଗବାନ ଙ୍କୁ କହେ l ହେଲେ ମିଲି ଏକା ନୁହେଁ ତା ସହିତ ପଢ଼ୁଥିବା ସାଙ୍ଗ ପିଲାମାନେ ବି ସେହି ସାର ଙ୍କ ପାଇଁ ବିରକ୍ତି ହୁଅନ୍ତି l କିନ୍ତୁ କାହାକୁ ଗୁହାରି କରିବେ ପରସ୍ପର ଭିତରେ କଥା ହୋଇ ଚୁପଚାପ ରୁହନ୍ତି l କେତେ କଣ ଉପାୟ କରନ୍ତି l ଯେମିତି ସାର ନ ଆସନ୍ତୁ ସେଥିପାଇଁ ହେଲେ ଠିକ ବେଳ ରେ ସବୁ ଓଲଟା କାମ ହୋଇଯାଏ l ପିଲାମାନଙ୍କ ଭାବନା ଭାବନାରେ ରହିଯାଏ ? ପିଲାଏ ଡରିବାର କାରଣ ହେଉଛି ସେ କୌଣସି କଥା ବୁଝନ୍ତି ନାହିଁ ମାରିବା ପାଇଁ ପ୍ରଥମେ ବାଡ଼ି ଖୋଜନ୍ତି l ଯଦି ଜଣେ ଟିୟୁସନ ଆସିନାହିଁ ତେବେ ଯେଉଁ ଦିନ ଆସିଥାଏ ପ୍ରଥମେ ମାଡ଼ ମାରନ୍ତି ଓ ପଛରେ ନ ଆସିବାର କାରଣ ପଚାରିଥାନ୍ତି l ନିରୀହ ପିଲାମାନେ ଏସବୁ ଦେଖି ବୋହୁତ ଭୟଭିତ ହୁଅନ୍ତି ସାର ଯିବା ପରେ କିଭଳି ଭାବରେ ଏ ଅତ୍ୟାଚାରୀ ମାଷ୍ଟର କବଳରୁ ମୁକ୍ତି ପାଇବେ ନୂଆଁ ନୂଆଁ ବିଚାର ପକାନ୍ତି l ମିଲି, ଝୁନା, ଗୁରୁ, କବି, ସେଲି, ମାମାଲି, ଏହିମାନେ ଏକାଠି ପଢ଼ନ୍ତି l ସମସ୍ତେ ଏକାଠି ଖେଳନ୍ତି ହସୁଥାନ୍ତି କିନ୍ତୁ ମାଷ୍ଟର ଙ୍କ ବିଷୟରେ କୌଣସି କଥା ଉଠିଲେ ଆପେ ଆପେ ସବୁ ପରିବର୍ତନ ହୁଏ l   ହସରେ ଫୁଟି ଉଠୁଥିବା ସୁନ୍ଦରୀଆ ଚେହେରା ଯେମିତି ଚିନ୍ତା ଗ୍ରସ୍ତ ଆଡ଼କୁ ଚାଲିଯାଏ ଲାଗେ ଯେମିତି ସତେ କି ଗଛରେ ପତ୍ର ଝଡା ଦେଇଛି ଓ ଗଛଟି ଥୁଣ୍ଟା ଅବସ୍ଥାରେ ଠିଆ ହୋଇ କରୁଣ ଦୃଷ୍ଟି ରେ ପାଣି ଠୋପାଏ ପାଇଁ ଚାହିଁ ରହିଛି l

 ଏହିଭଳି ଭାବରେ ଦିନ ବିତିବାକୁ ଲାଗିଛି ଗୋଟିଏ ଦିନ ଜଣେ ମହିଳା ସେଲି ଘରକୁ ଆସିଲେ ଓ ପଚାରିଲେ ଟିଉସନ ମାଷ୍ଟର ଭଲ ପଢ଼ାନ୍ତି l କେହିକିଛି କହିବା ପୂର୍ବରୁ ଗୁରୁ କହିଲା ନା କେବେ ନୁହେଁ ପାଠ ଭଲ ପଢେଇବା ପୂର୍ବରୁ ପିଟିପିଟି ଛୁଆକୁ ରୋଗୀଣା କରନ୍ତି l ଏଭଳି କଥା ଶୁଣି ମହିଳା ଜଣକ କହିଲେ ତେବେ ତମେ ସବୁ କେମିତି ପଢୁଛ ଘର ଲୋକଙ୍କୁ କହି ଟିଉସନ ଆସନାହିଁ l ଗୁରୁ କହିଲା ମାଉସୀ ତମେ ଜଣେ ଆମ କଷ୍ଟ ବୁଝିଲ ହେଲେ ଘର ଲୋକେ କହୁଛନ୍ତି ଆମେ ପାଠ ନ ପଢି ସାର ଙ୍କ ନାଁ ରେ ମିଛ କହୁଛୁ ଏହି ସମୟରେ ସାର ଆସିଗଲେ ଗୁରୁ ଚୁପଚାପ ବସିଲା ମହିଳା ଜଣକ କହିଲେ ଆପଣ ପିଲାଙ୍କୁ ପଢ଼ାନ୍ତି l ପିଲାଙ୍କ କଥା ବୁଝନ୍ତୁ ଯଦି କୌଣସି ତ୍ରୁଟି ଥାଏ ବୁଝାନ୍ତୁ ହେଲେ ମାରନ୍ତୁ ନାହିଁ l ସାର କହିଲେ ନା ସେମିତି କିଛି ନାହିଁ ମୁଁ ପ୍ରତେକ ଜିନିଷ ବୁଝାଏ l ହେଲେ ଟିକେ ଭୟ ନ ଦେଖେଇଲେ ସବୁ ଅସୁବିଧା ହୋଇଯିବ l ମହିଳାଙ୍କ ସାଙ୍ଗରେ ଗୋଟିଏ ଝିଅ ଆସିଥାଏ l  ଝିଅ କହିଲା ବୋଉ ମୁଁ ଏଠି ପଢ଼ିବି ଝିଅ କଥା ଶୁଣି ସାର କହିଲେ ଦେଖିଲେ ଆପଣ ଙ୍କ ଝିଅ ପଢିବା ପାଇଁ ରାଜି ହେଲାଣି l ମହିଳା ଜଣକ କହିଲେ ଠିକ ଅଛି କାଲି ଠାରୁ ଝିଅ ଆସିବକିଛି ସମୟପରେ ସେ ଚାଲିଗଲେ l ଏବେ ଗୁରୁ କୁ ପାଖକୁ ଡାକି ସାର ପିଟିଲେ ଓ କାନ ଧରି ଉଠବସ ହେବାକୁ କହିଲେ l ସବୁ ପିଲାମାନେ ଦେଖୁଥାନ୍ତି ହେଲେ କରିବେ କଣ ମନ ଭିତରେ ଭଗବାନ ଙ୍କୁ ଡାକୁଥାନ୍ତି କେମିତି ଛୁଟି ହୋଇଯାଉ ବୋଲି l

 କାହାରି ଦେହରେ ସାହସ ନଥାଏ କିଛିବି ପଚାରିବାକୁ ସମୟ ଧୀରେ ଧୀରେ ବଢି ଚାଲିଥାଏ l ଛୁଟି ହେବା ସମୟ ଆସିଲା ସାର କାଲିପାଇଁ ପାଠ ଦେଇ ଚାଲିଗଲେ l ଯେମିତି ସାର ଙ୍କ ସାଇକେଲ ଟି ଘର ପାଖରୁ ଚାଲିଯାଇଛି ପିଲାଙ୍କ ମୁହଁରେ ହସ ଖେଳିଗଲା ଗୁରୁ କାନ୍ଦି କାନ୍ଦି କହିଲା ମୁଁ ବୋଉକୁ କହିବି ସାର ଙ୍କୁ ପଚାରିବେ ପିଲାମାନେ କହିଲେ କିଛିବି ଲାଭ ହେବନାହିଁ l

 ସେତିକି ବେଳେ କିଛି ବିକ୍ରି ପାଇଁ ଜଣେ ବାହାରେ ଡାକୁଥାନ୍ତି ପିଲାମାନେ ବାହାରକୁ ଆସି କହିଲେ କଣ ବିକୁଛନ୍ତି lଲୋକ ଜଣକ କହିଲେ ପିଲାମାନେ ମୁଁ ଚୁରଣ ଆଣିଛି ବୋହୁତ ସୁଆଦିଆ ଖାଇବକି ଗୁରୁ କହିଲା ହଁ ମୋତେ ଦିଅନ୍ତୁ l ଗୁରୁ ଜ୍ୟାମିତି ବାକ୍ସ ଖୋଲି ଦେଖିଲା ଦଶ ପଇସା ଟିଏ ଅଛି ବିଚାରା କହିଲା ମୋପାଖରେ ମାତ୍ର ଦଶପଇସା ଅଛି ? ବେପାରୀ ଜଣକ କହିଲେ ହଁ ହେବ ଗୁରୁ ବୋହୁତ ଖୁସିରେ ପଇସା ଦେଇ ଚୁରଣ ଖାଇବାକୁ ଲାଗିଲା ନିଜ ସାଙ୍ଗ ମାନଙ୍କୁ ଦେଲା ମଧ୍ୟ୍ୟ l

 ସେଦିନ ସମସ୍ତେ ଘରକୁ ଫେରିଲେ ତା ପରଦିନ ମିଲି ବାପା ଙ୍କୁ କହିଲା ମୋତେ ଦଶପଇସା ଦିଅ ବଢିଆ ଚୁରଣ ବିକ୍ରି ହେଉଛି ବାପା ଯେମିତି ପଇସା ଦେଲେ ସମୟ ବିଳମ୍ବ ନକରି ଯିବାପାଇଁ ବାହାରିଲା ହେଲେ ବୋଉ କହିଲେ କିଛି ଜିନିଷ ପାଖ ଦୋକାନ ରୁ ଆଣିବାପାଇଁ ମିଲି କହିଲା ଠିକ ଅଛି l କେଉଁ ସବୁ ଜିନିଷ ଆସିବ ବୋଉ ଲିଷ୍ଟ କରିବାକୁ ଲାଗିଲେ ମିଲି କୁ କହିଲେ କଣ ଚୁପଚାପ ରହିଲୁ l ମିଲି କିଛି ନ କହି ଝରକା ପାଖରେ ଛିଡା ହୋଇଥାଏ ଝରକା ସେପାଖରେ ବୋହୁତ ବଡ଼ ପୋଖରୀ ଥାଏ l  

 ମିଲି ପୋଖରୀ ପାଣିକୁ ଚାହୁଁଥାଏ କିଛି ପିଲାମାନେ ସେଠି ମାଛ ଧରିବାପାଇଁ ଚେଷ୍ଟା କରୁଥଲେ ସେମାନଙ୍କୁ ଚାହିଁବା ସମୟରେ ମିଲି ଧରିଥିବା ପଇସା ପୋଖରୀ ପାଣିରେ ପଡିଗଲା l ଯଦି କାହାକୁ କହିବ ଗାଳି ଶୁଣିବାକୁ ପଡିବ ତେଣୁକରି ଚୁପ ରହିଲା ସଉଦା ଆଣିବା ପାଇଁ ଦୋକାନ କୁ ଚାଲିଗଲା l ଟିୟୁସନ ସମୟ ହେଲା ସାର ଦେଇଥିବା ପାଠ କରି ସାଙ୍ଗ ମାନଙ୍କ ସହିତ ଏକାଠି ସେଲି ଘରକୁ ଚାଲିଲେ ସାର ଆସିବା ସମୟ ହୋଇଯାଇଥାଏ l 

 ହେଲେ ସାର ଆସିନାହାଁନ୍ତି ପିଲାମାନେ ଏପଟ ସେପଟ ଦେଖିଲେ କଣ କରିବେ ଚୁପଚାପ ବସିଲେ ହେଲେ ସାର ଆସିଲେନି l  ବସିବସି ଛୁଟି ହେବା ସମୟ ହୋଇଯାଇଥାଏ ପିଲାମାନେ ପରସ୍ପର କୁ ଚାହିଁ ହସିବାକୁ ଲାଗିଲେ ମିଲି କୁ ଝୁନା ପଚାରିଲା କେତେ ଦିନପରେ ସାର ଆସିନାହାଁନ୍ତି l ଗୁରୁ କହିଲା ପ୍ରଭୁ କେତେ ଦିନରେ ଡାକ ଶୁଣିଲେ ସମସ୍ତେ କହିଲେ ହେଲେ କଣ ହେବ କାଲି ନିଶ୍ଚୟ ଆସିବେ ମିଲି କହିଲା ଆରେ ସମସ୍ତେ ଠାକୁରଙ୍କୁ ଧନ୍ୟବାଦ କୁହ ବୋହୁତ ଦିନ ପରେ ଆମଡ଼ାକ ପ୍ରଭୁ ଶୁଣିଛନ୍ତି l ଆମେ ସମସ୍ତେ ଆଜି ଖେଳିବା କବି ନିଜ ଜାଗାରେ ବସିରହିଲା ତାକୁ ସମସ୍ତେ ଚାହିଁଲେ କହିଲେ କଣ ଘରକୁ ଯିବାପାଇଁ ମନ ହେଉନିକି l ସେ କହିଲା ଡର ଲାଗୁଛି କାହିଁକିନା ଯଦି ସାର ଜାଣିବେ ଆମେ ଖେଳୁଥିଲୁ ଗୋଟାଏ ମାଡ଼ ଏପଟ ସେପଟ ହେବନାହିଁ ସବୁ ଆମ ପିଠିରେ ବସିବ ସେଥିପାଇଁ ମୁଁ ଏଠୁ କୁଆଡ଼କୁ ଯିବିନାହିଁ l ସାର ଙ୍କୁ ଅପେକ୍ଷା କରିବି କିଏ ଜାଣିଛି ଯଦି ଆସିବେ ଖେଳରେ ଯେତିକି ହାଲିଆ ହୋଇନଥିବା ମାଡ଼ ଖାଇଲା ପରେ ହୋଇଯିବା ସେଥିପାଇଁ ମୁଁ ବସିବି ସମସ୍ତେ କହିଲେ ଠିକ ଅଛି କେହି ଘରକୁ ନ ଫେରି ଅପେକ୍ଷା ରେ ଚାହିଁ ବସିଲେ ସମୟ ପ୍ରାଏ ରାତି ଆଠଟା l  ମିଲି ବୋଉ କହିଲେ ରାତି ଆଠଟା ହେଲାଣି ଝିଅ କାହିଁକି ଆସିନି ବ୍ୟସ୍ତ ହୋଇ ସେ ଆସିଦେଖିଲେ ପିଲାମାନେ ବସିଛନ୍ତି l ମିଲି କୁ କହିଲେ କଣ ସାର ଏତେ ସମୟ ପାଠ ପଢ଼ଉଛନ୍ତି l ପିଲାମାନେ କହିଲେ ଆଜି ସାର ଆସିଲେନି ଆମେ ସବୁ ପାଠ ଲେଖି ଦେଇଛୁ ମିଲି ବୋଉ କହିଲେ ଚାଲ ଘରକୁ ଆଉ କେତେ ସମୟ ଅପେକ୍ଷା କରିବ ପିଲାମାନେ ନିଜ ଘରକୁ ଫେରିଗଲେ l ରାତିରେ ମିଲି ଶୋଇବା ସମୟରେ ମନରେ ଭାବୁଥାଏ ସାର କାହିଁକି ଆସିଲେନି ସେ କେବେବି ନ ଆସିବା ଲୋକ ନୁହଁନ୍ତି l ବୋଉକୁ ପଚାରିଲା ବୋଉ ଠାକୁର ପିଲାମାନଙ୍କ ଡାକ ଶୁଣନ୍ତି l ଏମିତି ପ୍ରଶ୍ନ ଶୁଣି ମିଲି ବୋଉ କହିଲେ ହଁ ସେ ସମସ୍ତଙ୍କ ମନର କଥା ଜାଣିଛନ୍ତି ଭୁଲ ଠିକ ବିଚାର କରି ସେ ସୁଖ ଦୁଃଖ ଦେଉଛନ୍ତି l ହେଲେ ତୁ କଣପାଇଁ ଏମିତି କହୁଛୁ ଠାକୁର ଙ୍କୁ କିଛି କହିଥିଲୁ କି ? ମିଲି କିଛି ନକହି ନିରବ ରହିଲା ହେଲେ ବୋଉ ଙ୍କ କଥା ଶୁଣି ସେ ପଚାରୁଥିବା ପ୍ରଶ୍ନ ର ଉତ୍ତର ସେ ପାଇସାରିଥିଲା ବୋହୁତ ଖୁସିରେ ରାତିରେ ଶୋଇଗଲା l ସକାଳ ହେବାରୁ ବାପା ଙ୍କୁ ମିଲି ଖର୍ଚ୍ଚ କରିବାପାଇଁ ଦଶପଇସା ମାଗିଲା ବାପା ଦେଲେ ମିଲି ପୋଖରୀ ରେ ଫୋପାଡ଼ି ଦେଲା ଟିୟୁସନ ସମୟ ହେବାରୁ ସମସ୍ତେ ଏକାଠି ହୋଇ ସାର ଙ୍କୁ ଅପେକ୍ଷା କଲେ ହେଲେ ଆଜିବି ସାର ଆସିଲେ ନାହିଁ ପିଲାମାନେ ବୋହୁତ ଖୁସି l ମିଲି ପ୍ରତେକ ଦିନ ବାପାଙ୍କୁ ଖର୍ଚ୍ଚ କରିବାପାଇଁ ପଇସା ମାଗିଥାଏ ସେଥିରୁ ଦଶପଇସା ପୋଖରୀ କୁ ଫୋପାଡ଼ି ଦିଏ

କାହାକୁ କିଛି କହେନି l ଟିୟୁସନ ସମୟ ହେଲେ ସାର ଆସିବେ ବୋଲି ଅପେକ୍ଷା କରି ଘରକୁ ଫେରନ୍ତି ପିଲାମାନେ ବୋହୁତ ଖୁସି ଥିଲେ କବି କହିଲା ଆରେ ସାର କଣପାଇଁ ଆସୁନାହାଁନ୍ତି l

ସମସ୍ତେ କହିଲେ ତୋ ପିଠି ବୋଧେ ସାର ଙ୍କୁ ବୋହୁତ ଖୋଜୁଛି ସେଥିପାଇଁ ସବୁଦିନ ତାଙ୍କୁ ଖୋଜୁଛୁ ନିଜ ସାଙ୍ଗମାନଙ୍କ ଠାରୁ ଏମିତି ଉତ୍ତର ଶୁଣି କବି କହିଲା ଆରେ ନା l ମୁଁ ଭାବୁଛି କିଏ ଠାକୁରଙ୍କୁ ଡାକିଛି କେଜାଣି ଆମ ସାର ଯେମିତି ବାଟ ଭୁଲି ଯାଇଛନ୍ତି l ମିଲି ହସିଲା ସମସ୍ତେ କହିଲେ ତୁ ହସୁଛୁ ମାନେ କିଛି କାରଣ ଅଛି

ଝୁନା କହିଲା ମୋତେ କହିନୁ କଣ ତୋ ବୋଉ ସାର ଙ୍କୁ ମନା କରିଦେଲେ ଏମିତି ଉତ୍ତର ଶୁଣି ମିଲି କହିଲା କେବେ ନୁହେଁ lତମେମାନେ ଶୁଣିଲେ ହସିବ ଯଦି ମୁଁ କହିବିନି ଗୁରୁ କହିଲା କଣ

ଆମେ କେହିବି କାହାରିକୁ କିଛି କାହିବୁ ନାହିଁ l ମିଲି ଚାରି ଦିନ ପୂର୍ବରୁ ହୋଇଥିବା ପ୍ରତେକ କଥା କହିଗଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ କହିଲେ ସତରେ ହୁଏତ ପାଣିରେ କୌଣସି ଠାକୁର ଅଛନ୍ତିଯିଏକି ପିଲାମାନଙ୍କ ମନକଥା ବୁଝିପାରିଲେ ପ୍ରତେକ ଦିନ ଗୋଟିଏ ପଇସା ଫୋପାଡିଲେ ସାର ଆସୁନାହାଁନ୍ତି l ତେଵେତ ଭଲ ହେଲାଏଥର ବୋହୁତ ପଇସା ଫୋପାଡ଼ି ବା ମୂଳରୁ ଆସିବେନି l

କବି କହିଲା ନା ମିଲି ଫୋପାଡ଼ି ଥିଲା ପଇସା ସେଥିପାଇଁ ସେ ଫୋପାଡୁ ମିଲି ପଇସା କୁ କାଗଜରେ ଗୁଡ଼ାଇ ବୋହୁତ ଦୂରକୁ ଫୋପାଡ଼ି ଦେଲା l ଏମିତି ଭାବରେ ପ୍ରତେକ ଦିନ ହେଲା ପିଲାମାନେ ବୋହୁତ ଖୁସିଥିଲେ ଖେଳିବା ବୁଲିବା ସ୍କୁଲଯିବା ସବୁକିଛି ଠିକ ଚାଲିଥିଏ l ହେଲେ ସାର ନ ଆସିବାରୁ ଘର ଲୋକେ ଭାବିଲେ ନୂଆଁ ଟିୟୁସନ ସାର ଙ୍କୁ ଡାକିବା ପିଲାମାନେ ଭାବିଲେ ଭଲ ହୋଇଛିଏବେ କିଛି ଦିନ ହେବ ଟିୟୁସନ ହେଉଥିବା ଘର ତାଲା ପଡିଥାଏ ପିଲାଙ୍କ ମନ ବୋହୁତ ଖୁସି ହେଲେ ଅଧିକ ଖାଇଲେ ଯେମିତି ହଜମ ହୋଇନଥାଏ l ଠିକ ସେମିତି ଅଦିନିଆଁ ବର୍ଷା ଆସିବା ଭଳି ଗୋଟିଏ ଦିନ ଖରାବେଳେ ପିଲାମାନେ ଶୋଇଛନ୍ତି l ହଠାତ ସାର ଙ୍କ ଭଙ୍ଗା ସାଇକେଲ ର ଧକଡ଼ ଚକଡ ଶବ୍ଦ ଟି ଶାନ୍ତ ପରିବେଶରେ ନୃତ୍ୟ କରିବାକୁ ଲାଗିଲା l ମିଲି ର ନିଦ ହଠାତ ଭାଙ୍ଗି ଗଲା ବୋଉକୁ ଜୋରରେ ଜାବୁଡି ଧରିଥାଏ ବାହାର କୁ ଚାହୁଁଥାଏ l  

ଆଖି ରେ ଯେମିତି ଲୁହର ବନ୍ୟା ଆସିଯାଇଥିଲା ଗୁମୁରି ଗୁମୁରିକାନ୍ଦବାକୁ ଲାଗିଲା l ଠିକ ସେହି ସମୟରେ ସେଲି ବୋଉ କବାଟ ପାଖରେ ଡ଼ାକିଲେ ଟିୟୁସନ ସାର ଆସିଲେ ମିଲି ବ୍ୟାଗ ନେଇ ଆସମିଲି ବଡ଼ଭାଇ କହିଲେ ବୋଉ ଝିଅ କୁ ଡାକିଦିଅ ସାର ଆସିଲେବୋଉ ମୁଁ ଯିବିନି କହି ମିଲି କାନ୍ଦିଲା ହେଲେ କାହିଁକି କିଏ ଶୁଣିବ

ବୋଉ ନିଜେ ମିଲି କୁ ଛାଡିବାକୁ ଗଲେ l ସବୁ ପିଲାମାନେ ଆସିଯାଇଥିଲେ ସମସ୍ତେ କାନ୍ଦିବାକୁ ଲାଗିଲେ କହିଲେ ସାର ଆମେ ଆପଣ ଙ୍କ ପାଖରେ ପଢ଼ିବୁନି l ଏମିତି ଉତ୍ତର ଶୁଣି ସମସ୍ତେ ପିଲାଙ୍କୁ ଚାହିଁଲେ ପ୍ରଥମେ ସାର ନ ଆସିବାର କାରଣ ପଚାରିଲେ lସାର କହିଲେ ମୋ ମାଁ ଦେହ ଖରାପ ଥିଲା ବୋହୁତ ଦିନ ପର୍ଯ୍ୟନ୍ତ ଅସୁସ୍ଥ ରହିଲେ ଅନେକ ଚେଷ୍ଟା ରେ ତାଙ୍କ ଦେହ ଭଲ ହେଲାନି lଏବେ ସେ ଆର ପାରିକୁ ଚାଲିଗଲେ ସେଥିପାଇଁ ମୁଁ ଗାଁ କୁ ଯାଇଥିଲି ସମସ୍ତ କାମସାରି କାଲି ଫେରିଲି l ଏସବୁ ଶୁଣି ପିଲାମାନେ ନିଜ ଘର ଲୋକଙ୍କୁ ଚାହିଁଥିଲେ କବି କହିଲା ସାର ଆପଣ କୋଣସି କଥା ନବୁଝି ଆମ ସମସ୍ତଙ୍କୁ ମାରୁଛନ୍ତି l ଆମେ ଅନ୍ୟ ସାର ଙ୍କ ପାଖରେ ପଢ଼ିବୁ ହେଲେ ଆପଣଙ୍କ ପାଖରେ ନୁହେଁ ? ପିଲାମାନଙ୍କ କହିବା କଥାଶୁଣି ସେମାନଙ୍କ ଘର ଲୋକଙ୍କୁ ଦୁଃଖ ଲାଗିଥିଲା ଝୁନା ବୋଉ କହିଲେ ସାର ଆପଣ ପଢ଼ଉଛନ୍ତି l ହେଲେ ପିଲାମାନଙ୍କୁ ହୁଏତ ଠିକରେ ବୁଝି ପାରୁନାହାଁନ୍ତି l ମୁଁ ଅନ୍ୟ ଜାଗାରେ ମୋ ଝିଅ କୁ ପଢିବାପାଇଁ ଛାଡ଼ିବି ଠିକ ସେହି କଥା ସମସ୍ତେ କହିଲେ lସାର କଣ ବା କହିବେ କିଛି ନ କହି ଚାଲିଗଲେ l ପିଲାମାନେ ଘରକୁ ଫେରିଲେ କିଛି ଦିନ ପରେ ଅନ୍ୟ ଜଣେ ସାର ଆସି ପାଠ ପଢ଼ାଇଲେ ପିଲାମାନେ ଏହି ସାର ଙ୍କ ପାଖରେ ପଢୁଛନ୍ତି l ବୋହୁତ ଖୁସି ଅଛନ୍ତି ଅନେକ ଦିନ ପରେ ସମସ୍ତେ ପରସ୍ପର ଭିତରେ କଥା ହୁଅନ୍ତି l

ଆମେ କେତେ ବୋକା ଥିଲେ କେତେ ପଇସା ପୋଖରୀ ରେ ଫୋପାଡ଼ିଲେ ଆମେ ଭାବିଲେ କାଗଜରେ ପଇସା ଗୁଡ଼ାଇ ଦୂରକୁ ଫିଙ୍ଗିଲେ ସାର ଦୂରକୁ ଚାଲି ଯିବେ ହେଲେ ତାଙ୍କ ମାଁ ମରିଥିଲେ ବୋଲି ସେ ଆସୁନଥିଲେ l ଏବେ ସେହି କଥାକୁ ଅନେକ ବର୍ଷ ହେଲାଣି ସମସ୍ତେ ନିଜ କାମରେ ବ୍ୟସ୍ତ ହେଲେ ଯେବେ ବି ସମସ୍ତେ ଏକାଠି ହୁଅନ୍ତି ସେହି ପୁରୁଣା ଦିନର ସ୍ମୃତି ମନେ ପଡେ l

ସତରେ କେତେ ଭଲଥିଲା ସେ ପୁରୁଣା ଦିନ ବୋଉର ସ୍ନେହବାପାଙ୍କ ଆକଟ ସାଙ୍ଗସାଥି ଙ୍କ ମେଳ ରେ ଆପଣାପଣ ଖୁବ ସୁନ୍ଦର ଅଭୁଲା ଚିରସ୍ମରଣୀୟ l ପିଲାଙ୍କୁ ଦେଖିଲେ ଏବେ ସେହି ପୁରୁଣା ଦିନର ପ୍ରତେକ କଥା ମନେ ପଡ଼ିଯାଏ l ସତରେ ଖୁବ ସୁନ୍ଦର ସେ ଦିନ ଓ ତାର ମହକ ଖୁବ ହୃଦୟ ସ୍ପର୍ଶି l


Rate this content
Log in