STORYMIRROR

Puja Pradhan

Tragedy Fantasy Inspirational

4  

Puja Pradhan

Tragedy Fantasy Inspirational

ଜୀବନ ସାଥୀ *ଭାଗ ୮

ଜୀବନ ସାଥୀ *ଭାଗ ୮

3 mins
15

 

 ନିରବ ଭାବରେ ମୁଁ ବସିଥାଏ ବସ ରେ ଅନେକ ଭିଡ଼ ବାନୁ ମୋ ପାଖରେ ବସିଥାଏ କହିଲା ନାନୀ ଭାଇ ତାଙ୍କ ଘରକୁ ଚାଲିଗଲେ ବୋଲି ମନ ଦୁଃଖ କରୁଛ l ମୁଁ ବାନୁକୁ ଚାହିଁଲି ନା ସେମିତି କିଛି ନୁହେଁ କହିଲି ହେଲେ ସତରେ ମୋ ଭିତରେ କେତେ କଣ ପ୍ରଶ୍ନ ଆସୁଥାଏ l ବାନୁ କହିଲା ନାନୀ ଭାଇ କିଛି କାମ ଥିବାରୁ ଘରକୁ ଯାଇଛନ୍ତି ତମେ ତାଙ୍କୁ ଭୁଲ ବୁଝନି ଯେତେ ଦିନ ପର୍ଯ୍ୟନ୍ତ ଆସି ନାହାଁନ୍ତି l ଆମଘରେ ରହିବ........ ହେଲେ ମୋତେ କିଏ କଣ ପଚାରିଲେ କଣ କହିବି ବୋଲି ବାନୁ କୁ ପଚାରିଲି ??

 କିଛି ସମୟରେ ଗାଡି ସାକ୍ଷୀଗୋପାଳ ବସଷ୍ଟାଣ୍ଡ ରେ ରହିଲା ବାନୁ କହିଲା ନାନୀ ଆସ ଆମ ଗାଁ ହୋଇଗଲା l କାହାକୁ କଣ କହିବି ଜାଣିନି ମନରେ ଅନେକ ପ୍ରଶ୍ନ କୁ ସାଥିରେ ନେଇ ମୁଁ ବସରୁ ଓହ୍ଲାଇ ଲି ବାନୁ ମୋ ବ୍ୟାଗ ନେଇ ଓହ୍ଲାଇଲା l ମୋତେ ସମସ୍ତେ ତାଙ୍କ ଗାଁ ବସଷ୍ଟାଣ୍ଡରେ ଚାହିଁଲେ ମୁଁ ପଚାରିଲି କିରେ ଏମାନେ କଣ ଏମିତି ଚାହିଁଛନ୍ତି l ବାନୁ କହିଲା ସେମାନେ ମୋର ଚିହ୍ନା ଲୋକ

 ହେଲେ ଏମିତି କଣ ଚାହିଁବେ....... ତାର କେହି ଜଣେ ସାଙ୍ଗ ତାକୁ ଡାକି କହିଲେ ତୋ ଜେଜେମା ପୋଲିସ ଷ୍ଟେସନ ଆସିଛନ୍ତି

 ତାଙ୍କ ସାହିରେ କିଛି ପାଟି ତୁଣ୍ଡ ହୋଇଛି ସେଥିପାଇଁ l ବାନୁ କହିଲା ମୁଁ ଜେଜେମା ଙ୍କ ସହିତ ଦେଖା କରି ଆସୁଛି l ରାସ୍ତା ଆରପଟକୁ ଯାଇ ଜଣେ ବୟସ୍କ ସ୍ତ୍ରୀ ଲୋକଙ୍କ ସହିତ କିଛି କଥା ହେଲା... ସେ ସ୍ତ୍ରୀ ଲୋକ ଜଣକ ମୋତେ ଟିକେ ରାଗ ଭିଜା ଆଖିରେ ଚାହିଁଲେ ମୁଁ ଦୂରରୁ ନମସ୍କାର କରିଥିଲି ll  

 ସେ ସ୍ତ୍ରୀ ଲୋକ ଜଣକ ବାନୁ କୁ କହିଲେ ଘରକୁ ଚାଲ ଘରେ କଥା ହେବା l ବାନୁ ଆସି ମୋତେ କହିଲା ନାନୀ ଘରକୁ ଯିବା ଚାଲ....... ମୁଁ ପଚାରିଲି କଣ କହିଲୁ ?  

 ବାନୁ କହିଲା ମୁଁ ମା କୁ କହିଲି ମୋର ଯେଉଁ ମାଲିକ ଅଛନ୍ତି

 ତମେ ତାଙ୍କ ଝିଆରୀ ରଥଯାତ୍ରା ଦେଖିବା ପାଇଁ ପୁରୀ ଆସିଛ l

  

ମୁଁ କିଛି ନକହି ଟିକେ ତାକୁ ଚାହିଁଲି l ବାନୁ ମୋ ବ୍ୟାଗ ଟିକୁ ଧରିଲା ଓ କହିଲା ନାନୀ ଆସ ଯିବା....... ମୋତେ କାହିଁକି କିଛି ଅଡୁଆ ଲାଗୁଥାଏ ହେଲେ କରିବି ବା କଣ ଲୋକଙ୍କ ଚାହିଁବା ମନରେ ଅନେକ ପ୍ରଶ୍ନ ଆଣୁଥାଏ ହେଲେ ନିଜେ ନିରବ ରହିବା

ଠିକ ମନେ କଲି ଓ ବାନୁ ସହିତ ଚାଲିଲି ତାଙ୍କ ଘରକୁ

ମୋତେ ଚାହିଁ ବାନୁ କହିଲା କଣ ଭାବୁଛ ନାନୀ...........

କିଛି ନୁହେଁ କହି ଚୁପଚାପ ଚାଲିଲି l ବାନୁ ପୁଣି ଥରେ କହିଲା ଯଦି କେହି ପଚାରିବ ତମେ କହିବ ମୁଁ ବାନୁ ସହିତ ଆସିଛି l

ଏବେ ଆମେ ଦୁହେଁ ଟ୍ରେନ ଲାଇନ କୁ ଅତିକ୍ରମ କରି ଗୋଟିଏ ଛୋଟ ଆମ୍ବତୋଟା ଭିତରେ ଚାଲିଥାଉ l ମୁଁ କହିଲି ଆରେ କେତେ ବାଟ ଅଛି ଘର.... ସେ କହିଲା ଏ ବିଲ ଗୁଡାକ ସରିଲେ ଆମ ଘର ଆସିବ l କିଛି ସମୟ ପରେ ମୋତେ ଲାଗିଲା ବୋହୁତ ସୁନ୍ଦର ପୃଥିବୀ ଓ ଆକାଶର ସୁନ୍ଦର ରୁପରାସୀ ଯେମିତି ଏକାଠି ହୋଇଛି l କି ସୁନ୍ଦର ସବୁଜ ରଙ୍ଗରେ ହରାଭରା ବିଲ ଗୁଡିକ ବୋହୁତ ସୁନ୍ଦର ଲାଗୁଥାଏ ମୟୁର ମାନଙ୍କ ଢଳିଢଳି ଚାଲିରେ ଯେମିତି ପ୍ରକୃତି ର ଶୋଭାକୁ ବଢ଼ାଉଥାଏ l

ଏମିତି କିଛି ସମୟ ପାଇଁ ମୁଁ ମୋ ଜୀବନର କିଛି ଯନ୍ତ୍ରଣା କୁ ଭୁଲି ଯାଇଥିଲି........ ପୂର୍ବରୁ ଏମିତି ସୌନ୍ଦର୍ଯ୍ୟ କୁ କେବେ ଦେଖିନି

କି ଶାନ୍ତି ଲାଗୁଥାଏ l ବାଟରେ ବଡ଼ ପୋଖରୀ ଟିଏ ଥିଲା

ବିଲହିଡ଼ରେ ଚାଲିଲା ବେଳେ ଗୋଡ଼ ଖସି ଯାଉଥାଏ l 

ବାନୁ କହିଲା ନାନୀ ଦେଖିକି ଆସ ଘର ଆଉ ଅଳ୍ପ ବାଟ ରହିଲା

ଏସବୁ କଣ ତମ ଜମି ବୋଲି ମୁଁ ପଚାରିଲି......ବାନୁ କହିଲା ନା

ଆମର ବୋହୁତ ବିଲ ନାହିଁ ଅଳ୍ପ କିଛି ବିଲ ଅଛି l

କିଛି ବାଟ ଯିବାପରେ ବାନୁ କହିଲା ନାନୀ ଦେଖ ଆମ ଘର ଦେଖା ଯାଉଛି l ମୁଁ କଣ କହିବି ଚୁପ ରହିଲି..... କିଛି ସମୟ ପରେ କହିଲି ତୋତେ ଡର ଲାଗୁନି..... କିଏ କଣ କହିବ

ମୋର ଏହି ପ୍ରଶ୍ନ ରେ ବାନୁ କହିଲା ନାନୀ ମୁଁ କହୁଛି ଯଦି କିଏ ତୁମକୁ କିଛି ପଚାରେ ତେବେ ଉତ୍ତର ମୁଁ ଦେବି l ଭାବିଲି ଯେଉଁଠି ଆପଣାର ଲୋକେ ଦୁରେଇ ଦେଲେ l ପାଖରେ କେହି ନାହିଁ କିନ୍ତୁ ଏହି ଅଜଣା ମଣିଷ ଜଣକ କେତେ ଆପଣାର ସତେ l

କାହାଣୀ ଆଗକୁ ବାକି ଅଛି l ??.


.





    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy