Puja Pradhan

Others Children

3  

Puja Pradhan

Others Children

ସାଧବ ବୋହୂ

ସାଧବ ବୋହୂ

4 mins
137


ବର୍ଷା ଆସିବା ମାତ୍ରକେ ଚାରିଆଡ଼ ସବୁଜିମାରେ ଭରିଯାଏ ।ଶୁଖିଲା ଗଛ ଗୁଡିକ ଯେମିତି ବର୍ଷା ପାଣିରେ ନୂଆଁ ଜୀବନ ପାଇ ଆକାଶକୁ ଚାହିଁ ବାଦଲ, ବିଜୁଳି, ଓ ବର୍ଷା କୁ ସ୍ୱାଗତ କରୁଥାନ୍ତି । ପ୍ରଚଣ୍ଡ ଖରାର ଉତ୍ତପ୍ତ ଅଗ୍ନିରେ ଯେମିତି ସେମାନେ ହତାଶ ହୋଇପଡ଼ିଥିଲେ । ହେଲେ ଏହି ବର୍ଷା ର ଜଳ ରାଶିରେ ସେମାନେ ଜୀବନ୍ତ ହୋଇଗଲେ ଚଷା ଭାଇ ବର୍ଷା କୁ ନିଜ କୃତଜ୍ଞତା ଜଣାଉଥାଏ । ପ୍ରକୃତି ଯେମିତି ଖୁବ ମନରୋମ ହୋଇଉଠି ଥାଏ । ଯେଉଁଆଡ଼କୁ ଦେଖିବ ସବୁଜିମାରେ ପରିପୂର୍ଣ ସତରେ ଖୁବ ସୁନ୍ଦର ଏ ପୃଥିବୀ ଓ ତାର ରଚୟତା ହେ ପ୍ରଭୁ ଆପଣଙ୍କ ପାଖରେ ଆମେ ସଦାସର୍ବଦା ରିଣୀ । ଅନେକ ବୃକ୍ଷ, ଜୀବ,ଗୁଳ୍ମ ପ୍ରଜାତିର ଗଛ ସବୁ ଏହି ଋତୁରେ ଦେଖା ଯାଆନ୍ତି ।

ଏସବୁ ଦେଖିଲେ ଲାଗେ କିଏ ସେ କାରିଗର ଯିଏକି ନିଖୁଣ କାରିଗରି ସହିତ ଏମାନଙ୍କୁ ତିଆରି କରିଛି ପ୍ରଶ୍ନ ମନରେ ଉଙ୍କି ମାରେ ଉତ୍ତର ଵି ଠିକ ରୂପରେ ଆଖି ଆଗକୁ ଚାଲିଆସେ । 


ଶ୍ରାବଣୀ ମନରେ ଏଣୁ ତେଣୁ ଗୁଡ଼ାଏ ପ୍ରଶ୍ନ ନେଇ ବର୍ଷାରେ ଭିଜି ବଗିଚାରେ ଆମ୍ବ ଗଛ ପାଖରେ ବସିଛି । କାଲି ଦେଖିଥିଲା ବଗିଚା ରେ ଏସବୁ କିଛି ନଥିଲା । ହେଲେ ଆଜି କୁଆଡୁ କେଜାଣି କେତେ ସବୁ ନାଲି ନାଲି ଫୁଲ ତଳେ ବିଞ୍ଚି ହୋଇ ପଡ଼ିରହିଛି ଶ୍ରାବଣୀ କାହାକୁ କହିବ ଜାଣିପାରୁ ନଥାଏ । 


ବାପାଙ୍କୁ କହିବ ହେଲେ ବାପା କହିବେ ତୁ କାହିଁକି ଏକୁଟିଆ ବଗିଚାରେ ବସି ରହିଛୁ ପାଠ ପଢ଼ିଛୁ କି ନାହିଁ କିଏ ତାଙ୍କ ପ୍ରଶ୍ନ ର ଏତେ ଉତ୍ତର ଦେବ । ନାନୀକୁ କହିଲେ ସେ ଟିଉସନ ଗୁରୁଜୀ ଙ୍କୁ କହିଦେବ ବର୍ଷାରେ ବାହାରେ ଅଛି ବୋଲି । ଶେଷ କୁ ଭାବିଲା କାହାକୁ କିଛି କହିବିନି ଦେଖିବି ଏତେ ସବୁ ଫୁଲ କେଉଁ ଗଛରେ ହୋଇଛି । ବୋଉ କୁ କହିବି ଆଜି ଫୁଲ ତୋଳିବା ପାଇଁ ସନିଆ ଭାଇ ବଗିଚାକୁ ଯାଇଥିଲା ହେଲେ ଆମ୍ବ ଗଛ ପାଖରେ ଯେଉଁ ନୂଆଁ ଫୁଲ ହେଇଛି ସେସବୁ ସେ ଆଣିନି କାହିଁକି ବୋଉ ତାକୁ ପଚାରିବେ ?? ଘରେ ଶ୍ରାବଣୀ କୁ ସମସ୍ତେ ଖୋଜୁ ଥିଲେ କେତେ ବେଳରୁ ତା ପାଟି ଶୁଭୁନାହିଁ ବୋଲି ସମସ୍ତେ କହିଲେ ଛାତ ଉପରେ କିଛି ଲୁଗା ଶୁଖୁଛି ସେସବୁ ଆଣିବାପାଇଁ ଶ୍ରାବଣୀ ର ବୋଉ ତାଙ୍କ ବଡ଼ ଝିଅ ମେଘା କୁ କହିଲେ । ମେଘା ଛାତ ଉପରକୁ ଯାଇ ସବୁ ଲୁଗା ଏକାଠି କରି ଘରକୁ ଆସିବା ସମୟରେ ମେଘା ଦେଖିଲା ଶ୍ରାବଣୀ ଆମ୍ବ ଗଛ ମୂଳରେ ବସି କଣ ଦେଖୁଛି ସେ ଜୋର ରେ ଶ୍ରାବଣୀ କୁ ଘରକୁ ଆସିବାପାଇଁ କହିଲା ।


ଘରକୁ ଆସି ବୋଉକୁ କହିଲା ଶ୍ରାବଣୀ ବଗିଚାରେ କାହିଁକି ବସିଛି ଡାକିଲି ହେଲେ ଆସୁନି ? ବୋଉ କହିଲେ ତାକୁ କହିଲୁ ଘରକୁ ଆସିବ ବର୍ଷା ରେ ଭିଜିଲେ ଦେହ ଖରାପହେବ ବିରକ୍ତ ହୋଇ ସେ

ନିଜେ ଛାତ ଉପରକୁ ଗଲେ ଓ କହିଲେ ଶ୍ରାବଣୀ ଘରକୁ ଆସିବୁନି ବାପା ବିରକ୍ତ ହେବେ । ବୋଉ କୁ ଛାତ ଉପରେ ଦେଖି ଶ୍ରାବଣୀ କହିଲା ବୋଉ ତଳକୁ ଆସ ତମେ ଦେଖିବ ସନିଆ ଭାଇ ଠିକରେ ଫୁଲ ତୋଳିନି କେତେ ଫୁଲ ତଳେ ପଡି ରହିଛି । ଶ୍ରାବଣୀ ର ବୋଉ କହିଲେ ଘରକୁ ଆସିଲୁ ମୋର କେତେ କାମ ଅଛି ଏତେ ସମୟ ହେଲାଣି ଠାକୁର ପୂଜା ହୋଇନାହାଁନ୍ତି । ଶ୍ରାବଣୀ କହିଲା ବୋଉ ଫୁଲ କେତେ ଏଠି ଅଛି ନେବି ଠାକୁରଙ୍କ ପାଖରେ ସଜେଇ ଦେବ । ବୋଉ କହିଲେ କିଛି ଦରକାର ନାହିଁ ଫୁଲ ଅଛି ଶ୍ରାବଣୀ କହିଲା ବୋଉ ଏ ଫୁଲ ନୂଆଁ ରେ ହେଇଛି ଆସ ଦେଖିବ ଏ ଫୁଲ ମନକୁମନ ଚାଲିକି ଯାଉଛି । ଶ୍ରାବଣୀ କଣ କହୁଛି ତା ବୋଉ ଠିକରେ ଜାଣିପାରିଲଲେ ନାହିଁ କହିଲେ କଣ କହୁଛୁ ଫୁଲ ଚାଲିକି କୁଆଡ଼କୁ ଯାଉଛି । ଶ୍ରାବଣୀ କାନ୍ଦିବାକୁ ଲାଗିଲା ଝିଅ କୁ ଏଭଳି ଦେଖି ସେ କହିଲେ ସେ ଫୁଲ ସବୁ ଏକାଠି କରି ପୂଜା ଘରକୁ ଆଣିଦେ ଠାକୁରଙ୍କୁ ସୁନ୍ଦର ଭାବରେ ସଜାଇ ଦେବା

ବୋଉ କଥା ଶୁଣି ଶ୍ରାବଣୀ ଖୁସି ହୋଇଗଲା ହାତରେ ସେ ଫୁଲକୁ ଧରିବା ସମୟରେ ସେଗୁଡିକ ହାତରୁ ଖସି ତଳେ ଘାସରେ ଏଣେ ତେଣେ ଚାଲିବା କୁ ଲାଗିଲେ କଣ କରିବ କିଭଳି ଭାବରେ ପୂଜା ଘରକୁ ଏସବୁ ଫୁଲ ନେବ ଭାବିଲା । କିଛି ସମୟ ପରେ ନିଜ ପିନ୍ଧା ଫ୍ରକ ରେ ସେସବୁକୁ ଏକାଠି କରିବା ପାଇଁ ଚେଷ୍ଟା କରୁଥାଏ

ବୋଉ ରାଗିକି କହିଲେ ଶ୍ରାବଣୀ ଆସିବୁ ନା ମାଡ଼ ଖାଇବାକୁ ଇଛା ହେଉଛି । ବୋଉ ଙ୍କ କଥା ଶୁଣି ଶ୍ରାବଣୀ ପିନ୍ଧା ଫ୍ରକ କୁ ଭଲ ଭାବରେ ସଜାଡି ହାତରେ କିଛି ଫୁଲ ନେଇ ଠାକୁର ଘର ଆଡ଼କୁ ଧାଇଁବାକୁ ଲାଗିଲା । କହିଲା ବୋଉ ପୂଜା ଘରେ ଫୁଲକୁ ରଖି ଦେଇଛି ଶୀଘ୍ର ଠାକୁର ପୂଜା କରିବ ନହେଲେ ସବୁ ଫୁଲ କୁଆଡ଼କୁ ଚାଲିଯିବେ ଏଭଳି କଥା ଶୁଣି ସମସ୍ତେ ହସିଲେ କହିଲେ ଆରେ ବୋକି ଫୁଲ କୁଆଡେ ଜୀବ । ଶ୍ରାବଣୀ କହିଲା ହଁ ଦେଖିବ ରୁହ ଏ ଫୁଲ ସବୁଠାରୁ ଅଲଗା । ବୋଉ କହିଲେ ଠିକ ଅଛି ଆସିଲୁ ପ୍ରଥମେ ଖାଇବୁ କେତେ ଡେରି ହେଲାଣି କହି ରୋଷଇ ଘରକୁ ଯାଇ ଶ୍ରାବଣୀ ପାଇଁ ଖାଇବା ଆଣି କହିଲେ ଖାଇ ସାରି ଟିଉସନ ପାଠ ସବୁ କରିଦେ ଗୁରୁଜୀ ଆସିଲେ ବିରକ୍ତ ହେବେ ଶ୍ରାବଣୀ କହିଲା ହଁ ବୋଉ ଖାଇ ସାରି ପାଠ କରି ଦେବି ।


ବୋଉ ଏବେ ପୂଜା ଘର ଭିତରକୁ ଗଲେ ହେଲେ ଏ କଣ ??ଠାକୁର ଘରେ ପଡ଼ିଥିବା ଧଳା ମାର୍ବଲ ଗୁଡିକ ଖୁବ ସୁନ୍ଦର ଦିଶୁଥାଏ ବୋଉ କହିଲେ ଆରେ ଏତେ ସାଧବ ବୋହୂ ଠାକୁର ଘରର ମାର୍ବଲ କେତେ ସୁନ୍ଦର ଦିଶୁଛି । ସମସ୍ତେ ଆସି ଦେଖି କହିଲେ କେତେ ସାଧବ ବୋହୂ କିଏ ଆଣିଲା ଶ୍ରାବଣୀ କହିଲା ମୁଁ ଆଣିଥିଲି ଆମ୍ବ ଗଛ ପାଖରେ ଏମିତି କେତେ ଫୁଲ ଚାଲିଚାଲି ବଗିଚା ସାରା ବୁଲୁଛନ୍ତି । କେତେ କହିଲି ଆସ ଦେଖିବ କିଏବି ଆସିଲନି ବୋଉ ପୂଜା କରିନଥିଲା ସେ ସବୁକୁ ମୁଁ ଆଣିବାକୁ ଚାହିଁଲି ହେଲେ ସବୁ ଚାରିଆଡେ ଚାଲି ଯାଉଛନ୍ତି । ଯେତିକି ହାତରେ ଧରି ପାରିଲି ନେଇ ଆସିଲି ଶ୍ରାବଣୀ କଥା ଶୁଣି ସମସ୍ତେ ହସିଲେ ବୋଉ କହିଲେ ଏସବୁ ଫୁଲ ନୁହେଁ । ବର୍ଷା ଋତୁ ଆସିଲେ ଏମାନଙ୍କୁ ଦେଖିବା କୁ ମିଳେ ଶ୍ରାବଣୀ କହିଲା ବାକି ସବୁ ଦିନରେ ଏମାନେ କୁଆଡେ ଚାଲିଯାନ୍ତି କି ? ବୋଉ କହିଲେ ମୁଁ ଜାଣିନି ଆମ ପିଲାବେଳେ ଆମେ ଏହି ବର୍ଷା ଦିନରେ ଏ ମାନଙ୍କୁ ଦେଖୁ ହେଲେ ଏମାନେ କିଛି ଦିନ ପରେ କୁଆଡ଼କୁଯାନ୍ତି । କେହିବି ଜାଣିନାହାଁନ୍ତି ଭଗବାନ ହି ଜାଣିଛନ୍ତି ଏସବୁ ର ରହସ୍ୟ

ବୋଉ ଠାରୁ ଏସବୁ ଶୁଣି ଶ୍ରାବଣୀ ସାଧବ ବୋଉ ପୋକକୁ ହାତରେ ଧରି ସେମାନଙ୍କ ସହିତ ଖେଳିବାକୁ ଲାଗିଲା ଓ କହିଲା ସତରେ ବୋଉ ଏମାନେ କେତେ ସୁନ୍ଦର ତେବେ ଭଗବାନ କେତେ ସୁନ୍ଦର ହୋଇଥିବେ କହିଲ ??

 


Rate this content
Log in