STORYMIRROR

Puja Pradhan

Tragedy Fantasy Inspirational

3  

Puja Pradhan

Tragedy Fantasy Inspirational

ଜୀବନ ସାଥୀ... ଭାଗ ଦଶ

ଜୀବନ ସାଥୀ... ଭାଗ ଦଶ

3 mins
3

              ***ଜୀବନ ସାଥୀ ***
                                       ଭାଗ ଦଶ 

     ଏମିତି ଗୋଟିଏ ପରିସ୍ଥିତି ର ସମ୍ମୁଖୀନ ହେବାକୁ ପଡିବ l ମୁଁ ଜାଣିନଥିଲି କଣ କରିବି ଜାଣିନି କାହାକୁ କହିବି.... ମୋ ମନରେ ଅନେକ ଗୁଡ଼ାଏ ପ୍ରଶ୍ନ ହେଲେ 
  ବିଶ୍ୱାସ ଓ ଭରସା ହେଉନଥାଏ... କାହାକୁ କେମିତି ଭାବରେ ସବୁକିଛି କହିବି ଏମିତି କିଛି ଭାବନା ଭିତରେ ମୁଁ ଗତି କରୁଥାଏ l ସେହି ସମୟରେ ଛୋଟ ଝିଅ ଟି କବାଟ ଖୋଲି ମୋତେ ଚାହିଁଲା l ଧୀରେ ଧୀରେ ମୋ ପାଖରେ ଆସି ବସିଲା ମୁଁ ବି ତାକୁ ଚାହିଁ ହସିଲି 
  ମୋର କିଛି ପଚାରିବା ପୂର୍ବରୁ ବାନୁ ବୋଉ ଆସିକହିଲେ 
  ଝିଅ ଆସ ଖାଇବ...... ଯାହା କିଛି ଅଛି ହୁଏତ ତୁମକୁ 
 ଭଲ ଲାଗିନ ପାରେ l ଏମିତି ପ୍ରଶ୍ନ ର ଉତ୍ତର କଣ ହୋଇପାରେ ବୁଝି ପାରିଲିନି କହିଦେଲି..... ନା 
 ଆଜି ମୋର ଉପାସ... କିଛି ଖାଇବିନି l ଏମିତି ଉତ୍ତର ଶୁଣି ସେ ଚାହିଁଲେ ??? ମୁଁ କହିଲି ଆଜି ମଙ୍ଗଳ ବାର ମୋର ଉପାସ ସେଥିପାଇଁ..... ଆଉ କିଛି କହିବି l ମୋତେ ଚାହିଁ କହିଲେ ହଁ କୁହ l ଆପଣ ମାନେ ଯାହା ଭାବୁଛନ୍ତି ସେମିତି ନୁହେଁ l ମୋର କିଛି କାମ ଥିବାରୁ ମୁଁ ଆସିଛି.... ଏମିତି ଗୋଟିଏ ଉତ୍ତର ସେ ଶୁଣିଲା ପରେ ମୋତେ ଚାହିଁଲେ କହିଲେ ଝିଅ ଆମେ କିଛି ଅଲଗା ଭାବି ଥିଲୁ..... କହି ସେ ହଠାତ ବାହାରକୁ ଚାଲିଗଲେ ଓ ଜଣେ ବୟସ୍କ ସ୍ତ୍ରୀ ଲୋକଙ୍କୁ ମୋ କହିବା କଥା କହିଲେ
 ମୋ ବାହାଘର ର କିଛି ଫୋଟ ନେଇ ସେ ବୟସ୍କ ସ୍ତ୍ରୀ ଲୋକଙ୍କୁ ଦେଖାଇ କହିଲେ.... ମା ଦେଖନ୍ତୁ l ଆମେ ଭୂଲ ଭାବିଥିଲେ ସେ ଅନ୍ୟ କିଛି କାମରେ ଆସିଥିଲେ 
 ସମସ୍ତେ ଫଟୋ ଗୁଡିକୁ ଦେଖିଲେ l ବୃଦ୍ଧ ସ୍ତ୍ରୀ ଲୋକ ଜଣକ କହିଲେ ବାନୁକୁ କହିଦେ ସେ ଝିଅ କୁ ନେଇ ତାଙ୍କ ଘରେ ଛାଡ଼ିଦେବ ... ମୁଁ କେତେ ଖୁସି ହୋଇଥିଲି ଏତେ ସୁନ୍ଦରିଆ ନାତୁଣୀ ବୋହୂ ଆଣିଛି ବୋଲି ହେଲେ ଦେଖିଲା ବେଳକୁ ସବୁ ଓଲଟା କାଲି କହିବୁ ଯିବାପାଇଁ 
 ମୋତେ ଏସବୁ ଶୁଣି ବୋହୁତ କାନ୍ଦ ଲାଗୁଥାଏ........
 ଲୁହକୁ ଆଖିରେ ଚାପି ରଖି ଉପର ମନରେ ଯେମିତି ସବୁ ଠିକ ଅଛି l କେବଳ ଭଗବାନ ଙ୍କୁ ଡାକୁଥାଏ ବେଳ ଗଡି ସନ୍ଧ୍ୟା ହେବାକୁ ଆସିଲାଣି ବାନୁ ଆସି କହିଲା ନାନୀ ଚାଲ ପାଖରେ (ସାକ୍ଷୀ ଗୋପାଳ )ମନ୍ଦିର ଅଛି ଦର୍ଶନ କରିଆସିବ l ଠିକ ଅଛି କହି ତା ସହିତ ମନ୍ଦିର ବାହାରିଲି କଣ ହେବ ଜାଣିନି ହେଲେ ବିଶ୍ୱାସ ଅଛି ଯାହାବି ହେବ ଠିକ ହେବ l ଗାଁ ରାସ୍ତାରେ ସମସ୍ତେ ଚାହୁଁଥାନ୍ତି.... ମୁଁ ମୋ ରାସ୍ତା ରେ ଚାଲିଥାଏ ମନରେ ଯେମିତି ଅନେକ ପ୍ରଶ୍ନ..... ହେଲେ ଉତ୍ତର କଣ ନିଜେବି ଜାଣେନି ପ୍ରାୟ ଦୁଇ ଘଣ୍ଟା ପରେ ଆମେ ଦୁହେଁ ଫେରିଆସିଲୁ l ରାତି ପାହିଲେ କଣ ହେବ କୋଉଠି କୁ ଯିବି ନିଜେ ଜାଣିନି...... କେବଳ ପ୍ରଶ୍ନ ଭିତରେ ମୁଁ ଗତିକାରୁଥାଏ l ସକାଳ ହେବାପରେ ନିଜର କାମ ସାରି ମୁଁ ବାହାରୁଥାଏ ଯିବାପାଇଁ l ସେ ବୃଦ୍ଧ ସ୍ତ୍ରୀ ଲୋକ ଜଣକ ପାଖକୁ ଡାକି ସବୁକଥା ପଚାରିଲେ ଯାହାସବୁ ହୋଇଛି ମୁଁ କହିଥିଲି ସମସ୍ତ କଥା ଶୁଣି ସେ କହିଲେ ଠିକ ଅଛି ତମ ସ୍ୱାମୀ ଆସିବା ପର୍ଯ୍ୟନ୍ତ ତୁମେ ଏଠି ରହିଯାଅ...... ସ୍ୱାମୀ ଆସିଲେ ଯିବ ଏତିକି ଶୁଣି ମୁଁ ବୋହୁତ ଖୁସି ହୋଇଯାଇଥାଏ l ଗୋଟିଏ ଷ୍ଟିଲ କଂସାରେ ପଖାଳ ଭାତ ସହିତ କିଛି ଭଜା, କଞ୍ଚା ଲଙ୍କା ପିଆଜ, ନେଇ ବାନୁ ବୋଉ ଆସି କହିଲେ ଝିଅ ଖାଇବ ଆସ କାଲିଠାରୁ ତମେ ଖାଇନ...... ମୋତେ କାନ୍ଦ ଲାଗୁଥାଏ ହୃଦୟ ରୁ ଠାକୁର ଙ୍କୁ ଧନ୍ୟବାଦ ଦେଉଥାଏ l ଏମିତ ଭାବରେ ସେ ମୋତେ କହିବେ ଭାବି ନଥିଲି.....ଢେର ଗୁଣା ଭଲପାଇବା ମିଳିଥିଲା l ପିଲାମାନଙ୍କ ସହିତ ପଖାଳ ଖାଇସାରି ବସିଲି ଭାବିବାକୁ ଆରମ୍ବ କଲି ମୋର ଘର ଛାଡିବା ଏଠିକୁ ଆସିବା ଏମିତି ରହିବା l କାହାଣୀ ଆଗକୁ ବାକି ଅଛି ???







Rate this content
Log in

Similar oriya story from Tragedy