Archana Sahoo

Tragedy Fantasy Inspirational

4.4  

Archana Sahoo

Tragedy Fantasy Inspirational

ଏକ ଅଧୁରା କାହାଣୀ

ଏକ ଅଧୁରା କାହାଣୀ

9 mins
862


ରୋହିତ୍ ଆଉ ପୂଜା ଗୋଟିଏ ଶ୍ରେଣୀ ରେ ପଢ଼ନ୍ତି । କିନ୍ତୁ ଦୁହେଁ କେବେ କାହା ସହ କଥା ହୁଅନ୍ତିନି । ଛୋଟ ବେଳେ ଯାହା କଥା ହଉଥିଲେ ବାସ୍ ସେତିକି ।ସେଇ ଛୋଟ ବେଳ ର କଥା

               ଦିନେ ରୋହିତ୍ କଥା ହେବା ବନ୍ଦ କରିଦେଲା ପୂଜା ସହ । ପୂଜା ଅନେକ ଥର ଚେଷ୍ଟା କଲା ରୋହିତ୍ ସହ କଥା ହେବା କୁ । କିନ୍ତୁ ରୋହିତ୍ କଥା ହୁଏ ନି । ପୂଜା କହିଲା ତୋର କ'ଣ ହେଇଛି ? ତୁ କଥା ହଉନୁ କାହିଁକି ? ରୋହିତ୍ ତଳକୁ ମୁହଁ ପୋତି କହିଲା ପୂଜା ! ତୁ ତୋ ପଞ୍ଚମ ଶ୍ରେଣୀ ବାର୍ଷିକ ପରୀକ୍ଷା ରେ ମୁଣ୍ଡ ଦେ । ମୋର ଅନେକ କାମ ବାକି ଅଛି । ଏବେ ତୋ ପାଇଁ ମୋର ସମୟ ନାହିଁ ।

            ପୂଜା ଭାବିଲା ହଁ ସେ ଖାଦ୍ୟ ମନ୍ତ୍ରୀ ହେଇଯାଇଛି ତ ତେଣୁ ମୋ ପରି ଗଧ ପିଲା ସହ କଥା ହେଉନି । ସ୍କୁଲରେ କ'ଣ ଟିକେ ମନ୍ତ୍ରୀ ହେଇଗଲା ବୋଲି ବେଶି ଫୁଲିଆ ହେଉଛି ।ନିଜକୁ ନିଜେ ଖୁବ୍ ଗାଳି ଦେଲା । ଆଉ ନିଜକୁ କହିଲା ଦେଖ୍ ପୂଜା ! ଯଦି କେବେ ସେ ରୋହିତ୍ ସହ କଥା ହେଉ ତେବେ ଦେଖିବୁ ମତେ । ପୂଜା ନିଜର ସରୁ ଓଠ ଟିକୁ ମୋଡି ଦେଇ ନିଜ ବାଟରେ ଚାଲିଗଲା ।

              ପୂଜା ର ପିଲାଳିଆମି ଥିଲା ତେଣୁ ତାକୁ ଯିଏ ଯାହା କହିଲା ସେଇଆ ସେ ବୁଝେ । ଅନ୍ୟ କିଛି କଥା ବୁଝିବାକୁ ସେ ଅସମର୍ଥ ଥିଲା । ସେ ବହୁତ ସରଳ ଆଉ ନିରୀହ । ତେଣୁ କିଛି ଗହନ କଥା ସେ ବୁଝିପାରେନି । ତା' କାନ ତ ଶୁଣିଲା ରୋହିତ୍ ମତେ ସାଙ୍ଗ ହେବାକୁ ମନା କଲା ,ମାନେ ମନା କଲା । ସେ କ'ଣ ପାଇଁ ମନା କଲା କିଛି ବୁଝିଲା ନାହିଁ । ଆଉ ହଁ ସେ ଖୁବ୍ ଅଭିମାନୀ ବି ଥିଲା । ଏଇ ଟିକିଏ କଥା ରେ ପୁରା ଆଠ ବର୍ଷ ସେ ରୋହିତ୍ ସହ କଥା ହେଲାନି । ଗୋଟିଏ ସ୍କୁଲ ଆଉ କଲେଜ ରେ ପଢି କି ବି

       ଯେବେ ରୋହିତ୍ ବାଟ ରେ ଦେଖା ହୁଏ ପୂଜା ଅଣ ଦେଖା କରି ମୁହଁ ବୁଲେଇ ଚାଲି ଯାଏ । କିନ୍ତୁ ମାସ ମାସ ଧରି ସେଇ ଗୋଟିଏ ଦେଖାକୁ ଭାବି ହଉଥାଏ । ଆଉ ତାକୁ ଗାଳି ଦେଉଥାଏ । ଏଇ ଆଠ ବର୍ଷ ଭିତରେ କେବେ ବୁଝିବାକୁ ଚେଷ୍ଟା କରିନି କି ରୋହିତ୍ କ'ଣ କରୁଛି ଆଉ କ'ଣ ନାହିଁ ? ପୂଜା ର ଅଭିମାନ ଏତେ ଥିଲା ଯେ ରୋହିତ୍ ର ଦୁର୍ଘଟଣା ଖବର ଶୁଣିକି ବି ଟିକିଏ ବି ବିଚଳିତ ହେଲାନି । କିନ୍ତୁ ସେଇ ଘଟଣା ତା ମନ ରୁ ଜମା ଲିଭୁ ନଥାଏ । କାହିଁକି କେଜାଣି ତା ବିଷୟରେ ସେ ଏତେ ଭାବିହୁଏ ? ସେ ନିଜେ ବି ଜାଣି ପାରେନି କିଛି । ଏମିତି ସମୟ ବିତି ଚାଲିଲା । ପୂଜା ଏବେ କଲେଜ୍ ରେ ପଢୁଛି । ଖୁବ୍ ସୁନ୍ଦର ବି ଦେଖା ଯାଉଛି ।

        ଦିନେ ପୂଜା ତା ସାଙ୍ଗ ମାନଙ୍କ ସହ ଗପୁଛି ଗୋଟେ ସାଙ୍ଗ କହିଲା ଜାଣିଛୁ ସେ ରୋହିତ୍ ଗଧ ମୋ ବହି ନେଇଛି ଯେ ଆଉ ଦଉନି । ପୂଜା କହିଲା,ଏମିତିରେ ବି ସେ ତ କଲେଜ୍ ଆସେନି ତାକୁ କାହିଁକି ତୁ ବହି ଦେଉଥିଲୁ । ମିନୁ କହିଲା ଆରେ ନା ନା ସେ କେବେ ବହି ନିଏନି । ଏଇ ପରୀକ୍ଷା ସକାଶେ ମାତ୍ର ଦିନ ଟିଏ ପାଇଁ ନେଇ ଥିଲା । ପଛ ପଟୁ କିଏ ଜଣେ ଦୌଡ଼ି ଦୌଡ଼ି ଆସି ବାର ପାଦ ଶବ୍ଦ ଶୁଣା ଗଲା । ପୂଜା ପଛକୁ ବୁଲି ଚାହେଁ ତ ରୋହିତ୍ ଆସୁଛି । ପୂଜା ସେଠୁ ଉଠି ଚାଲି ଯିବାକୁ ବସିଲା । ମିନୁ କହିଲା ରହ ମୋ ପାଇଁ ସେ ବହି ଦେଇ ଦେଲେ ଆମେ ଘରକୁ ସାଙ୍ଗ ହେଇ ଯିବା । ପୂଜା ମୁହଁ ବୁଲେଇ ଠିଆ ହେଲା ବିନା ପ୍ରତି ଉତ୍ତର ରେ । ରୋହିତ ଆସିଲା ବହି ଦେଇ ଚାଲିଗଲା ନିଜ ବାଟରେ । ପୂଜା ମନ ଖାଲି ଛଟ ପଟ ହେଲା । କାହିଁକି କେଜାଣି ଅଜାଣତ ରେ ଆଖିରୁ ଲୁହ ଦୁଇ ଟୋପା ବାହାରି ଗଲା । ରୋହିତ୍ ଦେଖିଲା ପରେ ବି ମୁହଁ ବୁଲେଇ ଚାଲିଗଲା । ପୂଜା କାନ୍ଦୁଛି ବୋଲି ମିନୁ ଜାଣିପାରିଲା । ମିନୁ କହିଲା ପୂଜା କାଲି ରବିବାର ଅଛି ଟିକେ ମନ୍ଦିର ଯିବା ।

         ମନ୍ଦିର ଯିବା ବାଟ ରେ ମିନୁ କହିଲା ପୂଜା ତୁ କହୁଥିଲୁ ରୋହିତ୍ କାହିଁକି ତୋ ସହ କଥା ହେଉନି । ହେଇ ଦେଖ ତା' ଘରକୁ । ଘରେ ତା' ମାଆ ଆଉ ତିନି ଭଉଣୀ । ସବୁ ଭଉଣୀ କୁ ବାହା କରିବ ଆଉ ତା ମାଆ ର ସ୍ୱପ୍ନ ପୁରା କରିବ । ତୁ ତ ଜାଣିଛୁ ରୋହିତ୍ ର ବାପା ଭାଇ କେମିତି ମରିଯାଇଛନ୍ତି । ତା' ପାଖରେ ସତରେ ସମୟ ନାହିଁ । ସେ ସେଇ ପଞ୍ଚମ ଶ୍ରେଣୀରୁ ହିଁ ଟ୍ୟୁସନ୍ କରି ପାଠ ପଢେ ଆଉ ଘର ଚଳାଏ । ଆଗରୁ ଛୋଟ ପିଲା ମାନଙ୍କୁ ପଢ଼ାଏ । ଏବେ ସେ ବଡ ପିଲା ଙ୍କୁ ପଢଉଛି । ଥରେ ରାତି ନଅ ଟା ରେ ଟ୍ୟୁସନ୍ କରି ଘରକୁ ଫେରୁଥିଲା । ଗାଡି ଆସି ପଛପଟୁ ତାକୁ ଧକ୍କା କରିଦେଲା । ସେ ବହୁତ କଷ୍ଟ କରୁଛି ପଢିବା ପାଇଁ ଆଉ ସମାଜ ରେ ବଞ୍ଚିବା ପାଇଁ ।

          ପୂଜା ଆଉ ଶୁଣି ପାରିଲାଣି କିଛି । ସେ ଚୁପ୍ କିନା ରୋହିତ୍ ଘରକୁ ଚାଲିଲା । ମିନୁ ବି ସାଙ୍ଗରେ ଥିଲା । ରୋହିତ୍ ଘରେ ପୂଜା ପହଞ୍ଚି ଗଲା କେବେ ସେ ଜାଣିପାରିଲା ନାହିଁ ।ରୋହିତ୍ ର ମାଆ କହିଲେ ତୁମେ କିଏ ? ପୂଜା ର ପାଟିରୁ, "ପୂଜା" ଶବ୍ଦ ଟିଏ ଶୁଣି ସେ ବହୁତ ଖୁସି ହେଇଗଲେ ।ଖୁବ୍ ଆଦର କଲେ । କହିଲେ ମାଆ ସେ ଶୋଇଛି ଯା' ସେଇ ଘରକୁ । ପୂଜା କୁ ବହୁତ ଲାଜ ଲାଗୁଥିଲା । ମନେ ମନେ ଭାବୁଥିଲା , ଏ ରୋହିତ୍ ମାଆ ଙ୍କୁ କ'ଣ କହିଛି ? ସେ ମତେ ଏତେ ଆଦର କରୁଛନ୍ତି କ'ଣ ପାଇଁ ?

         ପୂଜା ଆସ୍ତେ ଆସ୍ତେ ରୋହିତ ରୁମ୍ ଭିତରକୁ ଗଲା । ମିନୁ ବି ସାଙ୍ଗରେ ଥିଲା । ରୋହିତ୍ ଏ ଦୁଇ ଜଣଙ୍କୁ ଦେଖି ଚମକି ପଡିଲା । ସେ ବହୁତ ଖୁସି ହେଇଗଲା ପୂଜା କୁ ଦେଖି । କିଛି ସମୟ କଥା ହେବା ପରେ ଦୁହେଁ ଫେରି ଆସିଲେ ଘରକୁ । ପୂଜା ବେଶୀ ବେଶୀ ରୋହିତ୍ କଥା ଭାବିବାକୁ ଲାଗିଲା । କିନ୍ତୁ ରୋହିତ୍ ଥିଲା ଅତ୍ୟନ୍ତ ସଂଯମୀ । ସେ ପୂଜା କୁ ମନେ ମନେ ବହୁତ ଭଲ ପାଏ । ସେ କେବେ ବି ପୂଜା କୁ କିଛି କୁହେନି। ପୂଜା କିନ୍ତୁ ଟିକେ ସରଳ ଥିଲା । ସେ ବି ରୋହିତ୍ କୁ କିଛି କୁହେନି । ଖାଲି ଅଳ୍ପ କଥା ବାର୍ତ୍ତା ରୁ ଜାଣିଲା ରୋହିତ୍ ବହୁତ ପଢିବାକୁ ଚାହେଁ । ସେ ଦେଶ ର ସେବା କରୁବାକୁ ଚାହେଁ । ପୂଜା ଆଜି ପର୍ଯ୍ୟନ୍ତ ରୋହିତ୍ ମୁହଁ କୁ ଚାହିଁ ନଥିଲା । କିନ୍ତୁ ଏବେ ସେ ବହୁତ ଚାହିଁଲା । ତା କଥା ବେଶୀ ଭାବିବାକୁ ଲାଗିଲା । ବେଳେ ବେଳେ ଭାବେ ରୋହିତ୍ ଥରେ ମତେ ନିଜ ଠାରୁ ଦୂରେଇ ଦେଇଥିଲା ଯେ ପୁରା ଆଠ ବର୍ଷ ତା କଥା ଭାବିଲି ଆଉ ମନ ଦୁଃଖ କଲି । ଏବେ ସେ ସେମିତି କରିବନି ତ । ବାସ୍ ଏମିତି ଭାବୁ ଭାବୁ ହଟାତ୍ ଦିନେ ରୋହିତ୍ ପୂଜା କୁ ଦେଖିକି ବି ଅଣଦେଖା କରି ଚାଲିଗଲା । ପୂଜା ସେଦିନ ଏତେ କାନ୍ଦିଥିଲା ଯେ ପଢିଲା ବେଳେ ତା ଖାତା ବହି ଓଦା ହେଇ ଯାଇଥିଲା । ପୂଜା ଭାବିଲା ରୋହିତ୍ ଯଦି ଏତେ ସଂଯମୀ ତେବେ ମୁଁ କାହିଁକି ହେବି ନାହିଁ । ସେ ବି ପୂର୍ବ ପରି ରୋହିତ୍ କୁ ଚାହିଁଲାନି ।କିନ୍ତୁ ସେ ଗଲା ପରେ ତାକୁ ଟିକେ ଚାହିଁ ଦିଏ । ଏମିତି ବିତିଚାଲିଲା ସମୟ

       କଲେଜ୍ ପଢ଼ା ବି ସରିଗଲା । ଶେଷ ଦିନ ପୂଜା ରୋହିତ୍ କୁ ଚାହିଁଲା କିନ୍ତୁ ରୋହିତ୍ କୋଉ ସାର୍ ଙ୍କ ସହ କଥା ହେଉଥିଲା । ପୂଜା ମନ ଦୁଃଖରେ ଘରକୁ ଚାଲିଗଲା ।

                        ପୂଜା ଘରେ ରହି ଚାକିରୀ ପାଇଁ ପଢୁଥାଏ । ତା' ମାଆ ଆସି କହିଲେ ପୂଜା ତୋ'ର ବାହାଘର ଆମେ ଠିକ୍ କରି ଦେଇଛୁ । ଆମେ ଯୋଉଠି କହିବୁ ତୁ ସେଇଠି ବାହା ହେବୁ ବୁଝିଲୁ ପୂଜା । ପୂଜା କହିଲା ମାଆ ତୁ ଯୋଉଠି ବାହା ଦେବୁ ମୁଁ ସେଇଠି ହିଁ ବାହା ହେବି । ମୋର କିଛି ଆପତ୍ତି ନାହିଁ । ମାଆ ବହୁତ ଖୁସି ହେଇ ଚାଲିଗଲେ । ପୂଜା କବାଟ ଟାକୁ ଧୀରେ କିନା ବନ୍ଦ କରି କାନ୍ଦିବାକୁ ଲାଗିଲା । ଏତେ କାନ୍ଦ ସେ ସତେ ଯେମିତି ଆଉ କୋଉଠି ବି କାନ୍ଦି ନଥିଲା ।

          ପୂଜା ର ବାହାଘର ଖୁବ୍ ପାଖେଇ ଆସିଲା । ତାକୁ ଆଉ ପଢିବାକୁ କୌଣସି ସମୟ ଦିଆଗଲା ନାହିଁ । ଖବର ଆସିଲା ଜଲ୍ଦି ବାହାଘର କରେଇବାକୁ । କାରଣ ଏପଟେ ଶାଶୂ ଙ୍କ ଦେହ ଖରାପ । ସେ ଆଉ ରୋଷେଇ କରିପାରୁ ନାହାଁନ୍ତି । ସେବା ବି ଦରକାର କରୁଛନ୍ତି । ପୂଜା ର ମାଆ ବାପା ବାହାଘର କରେଇ ଦେଲେ ଖୁବଶୀଘ୍ର । ପୂଜା ବି ଚାଲି ଗଲା ତା' ଶାଶୂ ଘରକୁ । ଶାଶୂ ଘରେ ସେ ଏବେ ବନ୍ଦୀ । ଶାଶୂ ଶଶୁର ଖୁବ୍ ଭଲ । ତେଣୁ ପୂଜା କୁ କହିଲେ ମାଆ ତୋର ଇଚ୍ଛା ଅନୁସାରେ ତୁ ପଢ । କିନ୍ତୁ ଏଇ ଘରେ ରହରେ ମାଆ । ଆମ ଘରର ବୋହୂ ମାନେ ବାହାରକୁ ଯାଆନ୍ତିନି । ପୂଜା କହିଲା ନା ବାପା ମୁଁ ଆଉ ପଢିବିନି । ମୋର ଆଉ ଇଚ୍ଛା ନାହିଁ । ତମମାନଙ୍କର ସେବା କରି ମୋ ଜୀବନ ବିତି ଯାଉ । ମୁଁ ଯଦି ବାହାରକୁ ଯାଏ ତେବେ ଘର କିଏ ସମ୍ବାଳିବ ? ଶାଶୂ ଶଶୁର ଖୁବ୍ ଖୁସି ପୂଜା ଉପରେ । ସେମିତି କଟିଚାଲିଲା ସମୟ । ଦିନ ଟିଏ ପୂଜା ପାଖକୁ ଗୋଟେ ଚିଠି ଆସିଲା । ପୂଜା ର ଶାଶୂ ତାକୁ ଚିଠି ଆଣି ଦେଲେ । କହିଲେ ମାଆ ତୋ ପାଖକୁ ଚିଠି ଆସିଛି ।

         ପୂଜା ର ସ୍ୱାମୀ ଘରେ ପେପର ପଢୁଥିଲେ । କହିଲେ କାହା ଚିଠି ମାଆ । ଶାଶୂ କହିଲେ ସେ ପୂଜା ର ଚିଠି । ତାକୁ କୋଉ ସାଙ୍ଗ ଦେଇଥିବ । ପୂଜା ର ସ୍ୱାମୀ ଖାଇ ସାରି ନିଜ ଅଫିସ କୁ ଚାଲିଗଲେ । ସବୁ କାମ ଛିଣ୍ଡେଇ ଦେଇ ପୂଜା ପଢ଼ିବସିଲା ସେ ଚିଠିକୁ ।

      ଚିଠି ଖୋଲୁ ଖୋଲୁ ସେ ଚମକି ପଡିଲା । ସେ ଚିଠିଟି ରୋହିତ୍ ର ଥିଲା । ସେଥିରେ ଲେଖା ଥିଲା :-

ପ୍ରିୟା ପୂଜା,

        ମୋ ଜୀବନ ତୁ କେମିତି ଅଛୁ ? ଆଶା କରେ ତୁ ତୋ ଶାଶୂ ଘରେ ଖୁବ୍ ଖୁସି ରେ ଥିବୁ । ଏତେ ଭଲ ବର ,ଏତେ ଭଲ ଘର ଆଉ କ'ଣ ଦରକାର ବା ଜୀବନରେ ? ମୁଁ ଶୁଣିଛି ତୋ ଶାଶୂ ଶଶୁର ବି ବହୁତ ଭଲ । ତୁ ବହୁତ ଖୁସି ରେ ଅଛୁ ନା

ହଁ ରହିବୁନି ବା କାହିଁକି ତୁ ତ ମୋର ସୁନା ନାକି ଟା । ତତେ ଯିଏ ବାହା ହେଇଛି ସେ ଖୁବ୍ ଭାଗ୍ୟବାନ୍ ଲୋ । ମୋ ପରି ହତଭାଗା ନୁହଁ । ଜାଣିଛୁ ପୂଜା ମୋ ଜୀବନ ରେ ଖୁସି ବୋଲି ଟିକିଏ ଜିନିଷ ନାହିଁ । ହଁ ଥିଲା କେବଳ ତୁ ଆଉ ମାଆ । ତୁ ତ ଚାଲିଗଲୁ ତୋ ଶାଶୂ ଘର । ଆଉ ମାଆ ତତେ ବୋହୂ କରିବାର ସ୍ବପ୍ନ ରେ ଖୁବ୍ ଦୁଃଖରେ ଅଛି । ତୋତେ ସେ ଏତେ ପସନ୍ଦ କରେ କାହିଁକି କେଜାଣି ? ସତରେ ସେ ତତେ ତା ବୋହୂ ବୋଲି ଭାବି ନେଇଥିଲା । ଜାଣିଛୁ ଗୋଟେ ମଜା କଥା ମୁଁ ମୋ ମାଆ କୁ କହିଲି ମାଆ ମୁଁ ପୂଜା କୁ ଭଲପାଉଥିଲି । ସେ ତ ବାହା ହେଇ

ଗଲା ମୁଁ ଆଉ କାହାକୁ ବାହା ହେବିନି । ସେ କ'ଣ କହିଲା ଜାଣୁ । ସେ ସହଜ ରେ ଏଇ କଥା ରେ ରାଜି ହେଇଗଲା । ମାନେ ସେ ବି ତତେ ବହୁତ ଭଲ ପାଉଥିଲା ତା ଝିଅ ପରି । ଛାଡେ ତା କଥା

ତୁ ତ ଖୁସି ରେ ଅଛୁ ସେତିକି ମୋ ପାଇଁ ବଡ କଥା ।

       ତୁ ମୋ ଉପରେ ରାଗିଛୁ । ରାଗେନା ଲୋ । ମୁଁ ତତେ ବହୁତ ଭଲପାଏ । ଛୋଟ ବେଳୁ ମୁଁ ତତେ ବହୁତ ଭଲ ପାଇ ଆସୁଛି । ହଁ ତୋ ସହ କେବଳ କଥା ହୁଏ ନି କାହିଁକି ଜାଣୁ ।କାରଣ ତୋ ଜିଦି ଦେଖି । ମୁଁ ଜାଣିଥିଲି ମୁଁ ନୀଚ ଜାତି ଆଉ ଖୁବ୍ ଗରିବ ବି । ନା ମୋର ଘର ଅଛି ନା ଧନ ସମ୍ପତ୍ତି ଅଛି । ତୋ ବାପା ମତେ କ'ଣ ତୋ ହାତ ଦେଇ ଥାଆନ୍ତେ ? ତୋ ପରିବାର ର କଥା ନ ମାନି ଯଦି ତୁ ନିଜର କିଛି କରିଦେଇ ଥାଆନ୍ତୁ । ତେବେ ମୁଁ ନିଜକୁ କେବେ କ୍ଷମା କରି ପାରି ନଥାଆନ୍ତି । ତେଣୁ ଜାଣି ଶୁଣି ତୋ ସହ ମୁଁ କଥା ହୁଏନି ।

           ମୋ କଥା ବେଶୀ ଭାବିବୁନି ପୂଜା । ତୋ ସ୍ମୃତି କୁ ସାଉଁଟି ନେଇ, ମୁଁ ଏଇ ଦେଶ ର ସୀମା ଉପରେ ବହୁତ ଭଲରେ ଅଛି । ତୁ ତ ବହୁତ ଖୁସିରେ ଅଛୁ ,ସେତିକି ମୋ ପାଇଁ ବଡ କଥା । ସାରା ଜୀବନ ତ୍ୟାଗ କରି କରି ଶେଷ ରେ ତତେ ବି

ଆଜି କିନ୍ତୁ ମୁଁ ମାନୁଛି ମୁଁ ତତେ ବହୁତ ଭଲ ପାଏ । I love you very much . Miss you puja .

         ଏଇ ପୂଜା ଏଇ ଚିଠିକୁ ଜାଳି ଦେବୁ ଲୋ । ନହେଲେ ତୋ ସୁନା ର ସଂସାର ଭାଙ୍ଗିଯିବ । ମୁଁ ରହୁଛି । ଆଉ କେବେ ବି ଜୀବନରେ ତୋ ସହ ଦେଖା ହେବନି । ଅପେକ୍ଷା କରିବି ଆର ଜନ୍ମ କୁ ବିଦାୟ ମୁଁ ତତେ ବହୁତ ଭଲ ପାଏ ପୂଜା

 

                                                 .       ।।ଇତି।।

                                          ତୋର ହାତଭାଗା ପ୍ରେମିକ

                                                      ରୋହିତ୍

ପୂଜା ଚିଠି ଟିକୁ ପଢି ନିଜ ଲୁହ ପୋଛିଲା । ଲେଖିଲା :-

ପ୍ରିୟ ରୋହିତ୍,

         ହଁ ରେ ମୁଁ ବହୁତ ଖୁସିରେ ଅଛି । ଶାଶୂ ଶଶୁର ମୋର ବହୁତ ଭଲ । ସେଇ ତ କେବଳ ମୋର ସୁଖ । ଆଉ ରହିଲା ମୋ ସ୍ୱାମୀ କଥା । ବାହା ଘର ପାଞ୍ଚ ବର୍ଷ ବିତି ଗଲାଣି । ସେ

ଯା ମୁଁ ତତେ କାହିଁକି କହିବି ଯେ ତୁ ମୋର କିଏ କି ?

ତୁ ମୋ ସୁଖ କଥା କହୁଛୁ ତ ତେଣୁ କହିଦେଉଛି । ମୋ ବାହାଘର ର ଏତେ ବର୍ଷ ପରେ ବି ସେ ମତେ କେବେ ସ୍ତ୍ରୀ ର ଅଧିକାର ଦିଅନ୍ତିନି । ସପ୍ତାହ କୁ ଥରେ ଆସନ୍ତି ଘରକୁ । ସେଥିରେ ପୁଣି ମୋ ସହ କଥା ହୁଅନ୍ତିନି । ଶାଶୂ ଅନେକ ଥର କହିଲେଣି କାହିଁକି ଛୁଆ ପିଲା ହେଉ ନାହାଁନ୍ତି । ଯାଅ

ମେଡିକାଲ କୁ ।ତାଙ୍କ ଡାଏରୀ ଥରେ ପଢ଼ିଥିଲି । ଜାଣିଛୁ ସେଥିରେ କ'ଣ ଲେଖା ଥିଲା । ମାନି କୁ ସେ ବହୁତ ଭଲ ପାଉଥିଲେ । ମାନି ତାଙ୍କୁ ନମିଳିବାରୁ ସ୍ୱାମୀ ମୋର ଏମିତି ହେଉଛନ୍ତି । ପର ପୃଷ୍ଠା ରେ ଲେଖା ଥିଲା ମୋ ଶାଶୂ ଙ୍କ ଜିଦି ରେ ମିହିର୍ ଅନିଚ୍ଛାରେ ମତେ ବାହା ହେଇଥିଲେ । ମୋ ବାହାଘର ପରେ ମାନି ବିଷ ଖାଇ ମରିଗଲେ । ତେଣୁ ତା ମରିବା ପାଇଁ ମିହିର୍ ମତେ ଦୋଷୀ ମାନୁଛନ୍ତି । ମୁଁ ବହୁତ ଖୁସି ରେ ଅଛି ରେ ,ପ୍ରତି ରବିବାର ଦିନ ତାଙ୍କ ଠାରୁ ବହୁତ ପିଟା ଖାଇ । ତାଙ୍କ ଛୁଆଁ ନପାଇଲେ ନାହିଁ ତାଙ୍କ ବେଲ୍ଟ ର ଛୁଆଁ ବହୁତ ପାଏ । ଦେଖ୍ ନା ରୋହିତ୍ ମୁଁ କେତେ ଖୁସି ରେ ଅଛି ।ପିଠିରେ ଦାଗ ନ ଲିଭିବା ଆଗରୁ ସେ ମଦ ପିଇ ଆସି ମତେ ପିଟନ୍ତି । ଦାଗ ଏବେ ବି ଅଛି । ଏଇ କାଲି ପରା ରବିବାର ହେଇଥିଲା । ମାନି ପରି ମୁଁ କୁଆଡେ ଏତେ ସୁନ୍ଦର ନୁହେଁ । ତାଙ୍କ ମନ ରେ ମାନି ଏବେବି ଘର କରି ରହିଛନ୍ତି । ମିହିର୍ ମତେ ବହୁତ ଘୃଣା କରନ୍ତି ରେ ରୋହିତ୍।

ଏତେ ଘୃଣା ଯେ ମୁଁ ତାଙ୍କ ଆଗକୁ ଗଲେ ସେ ଖୁବ୍ ରାଗି ଯାଆନ୍ତି । ବେଳେବେଳେ ସେ ଘରକୁ ଆସନ୍ତିନି । ଯଦି ଆସନ୍ତି ବହୁତ ଡେରି ରାତିରେ ଆଉ ମଦ ପିଇ । ଆଖିକୁ ନାଲି ନାଲି କରି । ବହୁତ୍ ପିଅନ୍ତି ବୋଧେ ସେ। ତା'ପରେ ହିତା ହିତ ଜ୍ଞାନ ଶୂନ୍ୟ ।ଏତେ ପରେ ବି ତାଙ୍କ ପାଟିରେ ଗୋଟିଏ ଶବ୍ଦ :- ମାନି ମାନି ଆଉ ମାନି ସେ ନମିଳିଲେ । ମୁଁ ଏକଥା କାହାକୁ କୁହେନି । ତତେ କହିଦେଲି

          ହଉ ଛାଡେ ସେ କଥା ଏବେ ଜାଣିଲୁ ତ ମୁଁ ବହୁତ ଖୁସି ରେ ଅଛି । ମୁଁ କିନ୍ତୁ ତତେ ଆଉ ଭଲ ପାଉନି । ମୋର ସେଇ ମଦୁଆ ସ୍ୱାମୀ ର ମାଡ କୁ ଭଲ ପାଉଛି ।ମୋ କଥା ଭାବିବୁନି। ଯଦି ହେବ ତୁ ବାହା ହେଇ ଯା' ଗୋଟେ ଝିଅ କୁ । ମତେ ତୁ ଭୁଲି ଯା' । ହଁ ମୋ ସ୍ୱାମୀ ପରି ତୋ ସ୍ତ୍ରୀ ଉପରେ ଏମିତି ରାଗିବୁନି ।

       ଆଶା କରୁଛି ତୁ ମତେ ଭୁଲି ଯାଇ ନୂତନ ଜୀବନ ଆରମ୍ଭ କରିବୁ । ମୁଁ ତତେ ଆଉ ଭଲ ପାଉନି ରେ ରୋହିତ୍ ।

ରହୁଛି ବିଦାୟ ।

                                                      ।।ଇତି।।

                                          ତୋର ସଂଜ୍ଞା ହୀନ

 ପ୍ରେମିକା ପୂଜା

           



Rate this content
Log in

Similar oriya story from Tragedy