ଅଦୃଶ୍ୟ ମମତା
ଅଦୃଶ୍ୟ ମମତା
ଦାନା ଫୋପାଡ଼ି ଦେଉଥିବା ମଣିଷ କ'ଣ ବୁଝିପାରିବ ଭୋକ ର ମୂଲ୍ୟ କ'ଣ ? ସୁନୀଳ ଆକାଶରେ ବସନ୍ତ ର ଆଗମନ ,ସିନା ଭଲ ଲାଗେ । ହେଲେ ଶୀତର ଜାଡୁଆ ଭାର କେମିତି ସହିବ ଅଭାବି ମଣିଷ ? ଭାରି କଷ୍ଟ ଲାଗେ ସତେ । ଜୀବନ ର ମୂଲ୍ୟ କଣ ବୁଝିନଥିବା ମଣିଷ ଗୁଡା ଭାରି ସରଳ । ସରଳ ଜୀବନ ରେ ସେ ଭାରି ଖୁସି ରେ ରୁହନ୍ତି । କହିବାକୁ ଚାହାଁନ୍ତି ଅନେକ କିଛି । ପଢିବାକୁ ଚାହାଁନ୍ତି ସେଇ ସୁନୀଳ ଆକାଶ କୁ ,ସେଥିପାଇଁ ତ । ସେମାନଙ୍କ ର ଘର ନଥାଏ । ପଡି ରହନ୍ତି ଅନାବାଦୀ ଗୋଚରରେ । କେବେକେବେ କାହାର ଦୟା ହେଲେ, କିଛି ଦେଇଯା'ନ୍ତି ସେମାନଙ୍କୁ । ତଥାପି ଭାରି ଖୁସିରେ ରୁହନ୍ତି ସେମାନେ । ଛନ୍ଦ ,କପଟ ,ମାର ପିଟା କେବେ ଦେଖିନି ମୁଁ ସେମାନଙ୍କ ଭିତରେ । ବଧୂ ନିର୍ଯାତନା,ହିଂସାକାଣ୍ଡ,ଛୁଆଁ ଅଛୁଆଁ ଭେଦ ଭାବ ଠାରୁ ବହୁତ ଉର୍ଦ୍ଧ ରେ ସେମାନେ । ଭଲପାଇବା ର ସୁଅ ରେ ଭାସି ଯାଆନ୍ତି ସେମାନେ । ପେଟ ପାଇଁ କିଛି କାମ ,ଆଉ ଚାରିପଟେ କୁନି କୁନି ଛୁଆ ମାନଙ୍କ ର ମେଳ ଦେଖିଦେଲେ ସେମାନଙ୍କର ପେଟ ପୁରିଯାଏ । ରାସ୍ତା କଡ଼ ର ଅନାବାଦୀ ଗୋଚର ରେ ଲୁଗା ଖଣ୍ଡେ କି ଜରି ଗୋଟିଏ ଟାଙ୍ଗି ଦେଇ ଏତେ ବଡ ଶୀତରେ ପଡି ରହନ୍ତି ସେମାନେ । କେବେକେବେ ଖାଦ୍ୟ ପାଇଁ ଅନେକ କଷ୍ଟ କରବାକୁ ପଡେ ସେମାନଙ୍କୁ । ଯାଯାବର ଭାବରେ ବୁଲିଆସନ୍ତି ସାରା ଜଗତ । ନଥାଏ କିଛିର ଲୋଭ କି ଆଶା ଖାଲି ଏଇ ପ୍ରକୃତି କୋଳ ରେ , ନିଜେ ପ୍ରକୃତି ର ଅଙ୍ଗ ହେଇ ଉଡି ବୁଲନ୍ତି ସେମାନେ ।
ରାସ୍ତା କଡ ରେ ଦୁଇ ଟି ଛୋଟ ଛୋଟ ଛୁଆ ଙ୍କୁ ଖେଳେଇ ଦେଇ ମାଟି କାମ କୁ ବାହାରି ଗଲା ବେଳେ, ମମତା ଭାବେ ହେ ପ୍ରଭୁ ! ମୋ ଛୁଆ ଙ୍କୁ ଭଲରେ ଆଉ ସୁରକ୍ଷିତ ରଖ । ମାଟି କାଦୁଅ ରେ ଖେଳି ଖେଳି ଛୁଆ ଦୁଇଟା ସେଇଠି ଶୋଇପଡନ୍ତି ସେଇଠି । ଆଉ ମମତା ଆସି ପୁଣିଥରେ ଝାଡ଼ି ଝୁଡ଼ି ଦେଇ କୋଳକୁ ଟାଣି ନିଏ ଛୁଆ ଙ୍କୁ । ମଦୁଆ ସ୍ୱାମୀ ଆସି ତୋରାଣି ଟୋପେ ପିଇ ଶୋଇଯିବା ପର୍ଯ୍ୟନ୍ତ ଚୁପ ରୁହେ । ପରେ ଯାହା ବଳେ ତାକୁ ଛୁଆ ଙ୍କୁ ଖୁଆଇ ଦେଇ ନିଜେ ଉପାସ ରେ ଶୋଇପଡେ । ଏଇ ତା'ର ନିତିଦିନିଆ କାମ । ଅଭାବ ଭିତରେ ବି ସେମାନଙ୍କ ର ପ୍ରେମ ଅତୁଟ । ମଦନ ଟା ମଦ ପିଇଲେ ବି ସ୍ତ୍ରୀ କୁ କିଛି ମାର ପିଟା କରେନି । ସେ ଭାରି ଭଲ ପାଏ ମମତା କୁ । ଛୁଆ ମାନେ ତ ତା'ର ଜୀବନ । ଯୋଉଦିନ ମଦ ନପିଇଥାଏ ,ସେ ସେଦିନ ମମତା କୁ ନିଜ ହାତରେ ଖୁଆଇ ଦିଏ । ମମତା ର ନିରବତା ଅନେକ କିଛି କୁହେ ତାକୁ । ଏତେ ଭଲ ସ୍ୱାମୀ ପାଇ ମମତା ବହୁତ ଖୁସି ।
ଦିନେ ମମତା କୁ ମଦନ କହିଲା,କେରଳ ଯିବା । ସେଠାରେ ଅନେକ କାମ ମିଳିବ । ଆମେ ବହୁତ ଟଙ୍କା ରୋଜଗାର କରି ଘର କରିବା । ଆଉ କେତେ ଦିନ ଏ ଅନାବାଦି ରେ ଜରି ଖଣ୍ଡେ ପକେଇ ରହୁଥିବା । ଛୁଆ ମାନେ ବଡ ହେଲେଣି ,ତାଙ୍କୁ ବି ଦିଅକ୍ଷର ପାଠ ପଢେଇବା ନା ନାହିଁ । ମଦୁଆ ସ୍ୱାମୀ ମୁଣ୍ଡରେ ଏତେ ବୁଦ୍ଧି ଦେଖି ମମତା ଭାରି ଖୁସି ହେଇଗଲେ । ରାସ୍ତା କାମ ରୁ ଆସି ଗଣ୍ଡାଏ ଭାତ ରାନ୍ଧି ଦେଇ ଶାଗ ମୁଠାଏ କୁ ଶିଝେଇ ଦେଇ ବସି ପଡିଲେ ଖାଇବାକୁ । ଛୁଆ ମାନଙ୍କୁ ଖୁଆଉ ଖୁଆଉ ମମତା କହିଲା,ହଁ ଯେ ଆମ ଓଡ଼ିଶା ଛାଡି ଯିବାକୁ ମନ ହେଉନି । ତଥାପି ପରିସ୍ଥିତି ଯାହା କହୁଛି ଯିବାକୁ ତ ପଡିବ । ମଦନ ମମତା ର ପାଟି ରୁ କଥା ଛଡେଇ କହିଲା,କେତେ ଟା ବା ଦିନ ଆମେ ସେଠି ରହିବା ଅଳ୍ପ ଦିନ ରହି ଫେରି ଆସିବାନି କି ଆମ ଓଡ଼ିଶା କୁ ।
କେରଳରେ କି କାମ ମିଳିବ ସେମାନଙ୍କୁ ଜଣା ନାହିଁ । ତଥାପି ସେମାନେ ଚାଲିଲେ କେରଳ । କମ୍ପାନୀରେ ମାଲ ବୁହା ବୁହି କାମ ମିଳିଲା ସେମାନଙ୍କୁ । ସେମାନେ ମାତ୍ର କିଛି ଦିନ କାମ କରିଛନ୍ତି କି ନାହିଁ । କରୋନା ର ପ୍ରଭାବ ଆଉ ତାଲା ବନ୍ଦ କାର୍ଯ୍ୟକ୍ରମ ଚାଲୁ ହେଇଗଲା 2020 ମସିହାରେ । ଏବେ ସବୁ କମ୍ପାନୀ ବନ୍ଦ । କାମ ନାହିଁ,ଛୁଆ ମାନେ ଖାଇବେ କ'ଣ ? ବାଧ୍ୟ ହେଇ ଓଡିଶା ଆସିବାକୁ ଚେଷ୍ଟା କଲେ । ହେଲେ ଗାଡି ମଟର ବନ୍ଦ ଯୋଗୁଁ ଗାଡି ମିଳିଲାନି । ଟ୍ରେନ୍ ଲାଇନ୍ ରେ ସପରିବାର ଚାଲିବାକୁ ଲାଗିଲେ । ରାତି ହେଇ ଯାଇଥିବାରୁ ଆଉ ଚାଲିପରିଲେ ନାହିଁ ସେମାନେ । ସେଇ ଟ୍ରେନ୍ ଲାଇନ ରେ ଶୋଇ ଗଲେ ନିଶ୍ଚିତ ରେ । ସେତେବେଳ କୁ ଟ୍ରେନ୍ ଚାଲୁ ହେଇ ଯାଇଥିଲା । ଗାଡି ସିନା ସେମାନଙ୍କୁ ମିଳିନଥିଲା,ହେଲେ ଅଳ୍ପ ଗାଡି ତ ଚାଲୁ ହେଉଥିଲା ବେଳେବେଳେ । ସେମାନେ କିପରି ଜାଣିବେ ଏସବୁ । ଭାରି ସରଳ ମଣିଷ ସେମାନେ । ପେଟ ପାଇଁ ଦଉଡ଼ି ଯାଆନ୍ତି ଅନେକ ଦୂର ଦୁରାନ୍ତ କୁ । ସକାଳୁ ଉଠି ମମତା ଦେଖିଲା ,ସେ ଖାଲି ବଞ୍ଚିଛି । ଆଉ ସମସ୍ତେ ମୃତ । ଚାଲିବା ବାଧା ରେ ମମତା କୁ ଏତେ ନିଦ ହେଇଯାଇଥିଲା ଯେ ସେ ଟ୍ରେନ୍ ଲାଇନ ର ବାହାରକୁ ଗଡ଼ି ଯାଇଥିଲା । ଛୁଆ ଦୁଇଟା ଆଉ ସ୍ୱାମୀର କଟା ଦେହ ଟାକୁ ଦେଖି ଅଭବି ବଧୂ ଟି ହଟାତ୍ ହସି ଉଠିଲା ଜୋର୍ ରେ । ବୋଧେ ଅଭାବ କୁ ତାଛଲ୍ୟ କରି । ଛିଟିକି ଯାଇଥିବା ରକ୍ତ ଭରା ଦେହ ଟାକୁ ଗୋଟେଇ ଆଣୁ ଆଣୁ ମମତା କାନ୍ଦି ଉଠୁଥିଲା । ତା' ଭିତରେ ଥିବା ଅଦୃଶ୍ୟ ମମତା କୁ ଦୃଶ୍ୟ ରୂପ ଦେଉଥିଲା ଯେମିତି । ଭୋ ଭୋ କାନ୍ଦି ଉଠି ସାଉଁଟି ଚାଲିଥିଲା ଟ୍ରେନ୍ ଲାଇନ ର ଗୋଡି ସବୁକୁ । ଈଶ୍ୱର ବି କ'ଣ ଭାବିଲେ କେଜାଣି ମମତାକୁ ପାଗେଳି ସଜେଇ ଦେଲେ । ସେ ଆଉ ଟ୍ରେନ୍ ଲାଇନ ଛାଡି କୁଆଡେ ଗଲାନି । ସେଇଠି ପଡି ରହିଲା । ଦିନେ ଦେଖିଲା, ଆକାଶ ରେ ରହି,ତା' ପିଲା ମାନେ ତାକୁ ଡାକୁଛନ୍ତି ହାତ ଠାରି । ଭୋକିଲା ପେଟ ଟା କଁ କଁ ରଡ଼ି ଛାଡ଼ୁଛି ବୋଧେ । ସ୍ୱାମୀ ତା'ର ପବନ ରୂପେ ଆସି ଆଉଁଶି ଦେଇ ଗଲା ।ସେ ଆଖି ବନ୍ଦ କରି ଶୋଇଗଲା ଶାନ୍ତିରେଯେ ଆଉ କେବେ ଉଠିଲାନି। ମମତା ର କୋଳ ଅଦୃଶ୍ୟ ହେଇ ଯାଇଥିଲା,ହେଲେ ତା'ର ଭୋ ଭୋ ବୁକୁ ଫଟା କାନ୍ଦ ରେ ଦୃଶ୍ୟ ହେଇ ଉଠୁଥିଲା ଗୋଟେ ନିରୀହ ମାଆ ର ମମତା । ସ୍ୱାମୀ ପାଇଁ ସ୍ନେହ ପ୍ରେମ ର ନିବିଡ଼ତା । ସମ୍ପର୍କର ସ୍ୱର ତା' କାନ୍ଦ ରେ ଭାସି ଆସୁଥିଲା । ହେଲେ କରୋନା ନିଷ୍ଠୁର ଭାବରେ ,ସେସବୁକୁ ଛଡେଇ ନେଉଥିଲା କେଡେ ନିର୍ଦ୍ଦୟ ସେ। ସେଦିନ ସିନା ଗୋଟିଏ ମମତା ଟ୍ରେନ୍ ଲାଇନ ରେ ଅଦୃଶ୍ୟ ହେଇଯାଇଥିଲା,ହେଲେ ପରେ ଆହୁରି ଅନେକ ମମତା ଙ୍କ କୋଳ ଶୂନ୍ୟ ହେଇଯାଇଥିଲା କେବଳ ଶୁଭୁଥିଲା ମୃତ୍ୟୁର ହା ହା କାର ଶବ୍ଦ (ସତରେ କରୋନା ପ୍ରତ୍ୟକ୍ଷ ଆଉ ପରୋକ୍ଷ ଭାବରେ ନେଇଚାଲିଗଲା କେତେ ନିରୀହ ଜୀବନ । କାଇଁ ମାରି ପାରିଲୁନି ତ କୁଟିଳ ଚାଇନା ର ରୋଗ ଉପ୍ତାଦନ କରୁଥିବା ବ୍ୟକ୍ତି ମାନଙ୍କୁ । ଭୀରୁ ତୁ,ଭୀରୁ ଖାଲି ନିରୀହ ମାନଙ୍କୁ ମାରିଲୁ ଛିଃ ତୋ ନାଁ ଧରିବାକୁ ଘୃଣା ଲାଗୁଛି ମତେ । ଥୁ ଥୁ ଥୁ ବାନ୍ତି ଲାଗୁଛି । ପୁଣି ଆସିଛୁ ଓମିକ୍ରନ ହେଇ । ତତେ ଟିକେ ଲାଜ ଲାଗୁନି ,ବିନା ନିମନ୍ତ୍ରଣ ରେ ଚାଲିଆସୁଛୁ । ନିରୀହ ଲୋକ ମାନଙ୍କୁ ହଇରାଣ କରିବାକୁ । ତୋ ବାପା ଚାଇନା ରାଣ ଆଉ ଆସେନା ଆମ ଭାରତ କୁ କି ଆମ ପୃଥିବୀ କୁ plz । କେତେ ମମତା ଠାରୁ ପରିବାର ଛଡେଇବୁ ତୁ ? ଆଉ ଆସେନା plz ।