Archana Sahoo

Tragedy Fantasy Inspirational

4.0  

Archana Sahoo

Tragedy Fantasy Inspirational

୨୦୨୧ର ଗୋଟିଏ ନାୟିକାଙ୍କୁ ଚିଠି

୨୦୨୧ର ଗୋଟିଏ ନାୟିକାଙ୍କୁ ଚିଠି

3 mins
123


ମମିତା ମେହେର୍ ଙ୍କୁ ଚିଠି ଟିଏ

ପ୍ରିୟ ମମିତା ମେହେର୍ !

ଭାବୁଥିଲି ଲେଖା ଛାଡ଼ି ଦେବି ବୋଲି, ପଢ଼ା ସରିଲେ ଲେଖା ଲେଖିରେ ମୁଣ୍ଡ ଦେବି । ନହେଲେ ପଢ଼ା ଖରାପ ହେଇଯିବ । ଏମିତିରେ ଆଜି କାଲିକା ପ୍ରତିଯୋଗି ମୂଳକ ପରୀକ୍ଷାରେ ଭାରି ପରିଶ୍ରମ କରିବାକୁ ପଡୁଛି । ଅବଶ୍ୟ ପଢ଼ାରେ ଆଉ ମନ ଲାଗୁନି ମୋର । ପାଠ ପଢି କ'ଣ ବା କରିବି ମୁଁ ?ଆରେ ହଁ ହଁ ,ପାଠ ପଢିବି ଆଉ ତୁମଭଳି ଅନେକ ଝିଅଙ୍କର ବଳାତ୍କାର ଖବର ଆଖି ଢେମା ଢେମା କରି ପଢିବି ବୋଲି । ଦେଖିଲ ମମିତା ମେହେର୍ ମୁଁ କେତେ ବୁଝିଲା ସୁଝିଲା ଝିଅ ଟିଏ ।

       ଭାରି କଷ୍ଟ ଲାଗୁଛି ସତରେ ମତେ । ହୃଦୟ ମୋର ଯନ୍ତ୍ରଣାରେ ଫାଟି ପଡୁଛି । ହେଲେ ମନଦୁଃଖ କରିବା ଛଡା ଆଉ କ'ଣ କରିପାରିବି ବା ମୁଁ ?

    ହଁ ହଁ ମମିତା ମେହେର୍ ମୁଁ...ମୁଁ...ପୋଲିସ ହେବି...,ଆଉ ତୁମକୁ ନ୍ୟାୟ ଦେବି...। ହେ ...! ନାଇଁ ଲୋ ...। ପୋଲିସ ହେଇ କ'ଣ ତୁମ ଦୋଷୀକୁ ଡେମୋ ଦେଖେଇବାକୁ ନେବି ଆଉ ପରେ ଅଣ୍ଡା ଭାତ ଚିକେନ୍ ଖୁଆଇ ଜେଲରେ ସୁରକ୍ଷା ଦେଇ ପାଳି ପୋଷି ତା'ର ବଡ଼ ପେଟ ବାହାର କରେଇବି ।

      ହେଇଟି ଦିଦି ଲୋ ବୁଝିଲ ,ମୁଁ ନା କୁଜି ମନ୍ତ୍ରୀ ହେବି । ଆଉ ତୁମକୁ ନ୍ୟାୟ ଦେବି । ନା ନା ଲୋ ...ସେଥିରେ ରହି ବଳାତ୍କାରରେ ସାମିଲ ହେବି ନା କଣ ? ମୁଁ ଶୁଣିଛି ତୁମକୁ ଆଉ ତୁମ ପରି ନିରୀହ ଝିଅମାନଙ୍କ ପାଇଁ ସେ କୁଜି ନେତା କୁଆଡେ ଭାରି ଭୟଙ୍କର ।

     ମୁଁ ମିଡିଆ ବାଲା ହେବି,ତୁମ ଖବର ତାଜା ଥିଲା ବେଳେ ଖବର ଉଡେଇବି ,ଆଉ ବାସି ହେଲା ପରେ । ତୁମେ କିଏ ମୁଁ ଚିହ୍ନିନି । ଆଉ ତୁମ ନ୍ୟାୟ ଯାଉ ଚୂଲିକୁ। ତୁମ ପାଇଁ ଢେରେ ଦିନି ନିଉଜ ଚ୍ୟାନେଲ ଚାଲିଲା । ତେଣୁ ଆପଣଙ୍କୁ ଧନ୍ୟବାଦ ।

      ମୁଁ ଓକିଲ ହେବି ,ଆଉ କାହାଠାରୁ ପଇସା ଖାଇ ଖାଇ ତୁମ କେଶ୍ କୁ ଗଡେଇବି... ବା...। ମୋର କ'ଣ ଯାଉଛି କିହୋ ? ଆପେ ବଂଚିଲେ ବାପର ନାଁ ପରା...।

      ବଢିଆ ହେବ ମୁଁ ଜଜ୍ ହେବି ଆଉ ମମିତା ମେହେର୍ ର ଦୋଷୀ କିଏ ଜାଣିକି ବି । ତାରିଖ ପରେ ତାରିଖ ଗଡେଇବି । ଭାରି ମଜା ହେବ ନା...। ଆଲୋ ମୋର କିସ ଯାଉଛି ଲୋ ? ମୁଁ ତ ସରକାରୀ ଚାକିରୀ କରିଛି । ମାସକୁ ମାସ ଟଙ୍କା ପାଉଛି । କିଏ ନ୍ୟାୟ ପାଇଲେ ଠୋ ନପାଇଲେ ଢୋ । ପଇସାରେ ମୋର ଟଙ୍କାଟିଏ ଊଣା ହେବନି ଗୋ ଧନ । ଆରେ ମତେ ଚିହ୍ନିନି...

      ମୁଁ ମୁଁ ସାଧାରଣ ଜନତାଟିଏ ହେବି ,ତୁମ ଭିଡ଼ିଓ ତଳେ କମେଣ୍ଟ ଦେଇ ନିରବ ରହିବି । ଯେବେ ମୋ ଘରୁ କୋଉ ଝିଅର ତୁମ ପରି ଅବସ୍ଥା ହେବ । ସେବେ କିଛି ଦିନ ମୁଣ୍ଡ ପିଟି ପିଟି ବାହୁନା ଛାଡି ଛାଡି କାନ୍ଦିବି । ପରେ ନିଜ ଇଜ୍ଜତ କୁ ଜଗି, ମାଡି ମକାଚି ହେଇ ଘରେ ଶୋଇବି ।

     ହାଏ ରେ ମୋ ନ୍ୟାୟ ,ହାଏ ରେ ମୋ ନ୍ୟାୟ ,ହାଏ ରେ ମୋ ନ୍ୟାୟ । ମୋ ଛାତି ଫାଟି ଯାଉଛି ତୋ ଫୁଟିଯାଇଥିବା ଆଖି ଅନ୍ଧକୁ ଦେଖି । ମୋ ମୁଣ୍ଡତଳକୁ ନଇଁ ଯାଉଛି କହିବାକୁ କି ଏତେ ଦୁର୍ବଳ ଆମର ନ୍ୟାୟପାଳିକା । ଦୋଷୀକୁ ପାଇକି ତାକୁ ଅଣ୍ଡା ଭାତ ଖୁଆଉ ଥାଏ । ହାଏ ରେ ବିଧାତା ଏ ଅଣ୍ଡା ନକଲି ଅଛିରେ । ନହେଲେ ଏମାନଙ୍କ ମୁଣ୍ଡ ରେ ବୁଦ୍ଧି ପଶୁନି କାହିଁକି କେଜାଣି ? ଦୋଷୀକୁ ଶୂଳି ଦେବା ବଦଳରେ ...

         ହେଇଟି ମମିତା ମେହେର୍ ! ମୁଁ ଶୁଣିଛି ଲୋକ ମଲା ପରେ ଭୂତ ହେଇଯାଆନ୍ତି ବୋଲି । କାଲି ପରା ଭୂତ ଫିଲ୍ମି ଦେଖିଛି । ସତ ହେଇଥିବ ବୋଧେ । ମୁଁ ତ କେବେ ଭୂତ ଦେଖିନାହିଁ । ତଥାପି ଥିବ ବୋଲି ଭାବୁଛି । କେହି ତୁମକୁ ନ୍ୟାୟ ଦେଇପାରିବେନି ଗୋ । ଦେଖୁଛ ପରା ଆଇନର ଆଖି ନାହିଁ । ସେ ଆହୁରି ତୁମ ଭଳି ଝିଅଙ୍କର ଆସିବା ବାଟକୁ ଚାହିଁ ବସିଛି ବୋଧେ । ହଁ ସେ ବସୁ ବା .......। ତୁମେ ଗୋଟେ କାମ କରୁନ । ଭୂତୁଣୀ ହେଇ ଆସୁନ । ଆଉ ତୁମକୁ ଯେଉଁମାନେ କଷ୍ଟ ଦେଇ ମାରିଛନ୍ତି । ତାଙ୍କୁ ମାରିଦେଇ ଯାଉନ ।

       ମମିତା ମେହେର ! ତମେ ଏକୁଟିଆ ଆସିବନି । ଠାକୁରଙ୍କ ପାଖରେ ତୁମେ ଥିବ ନା । ତାଙ୍କୁ କହି ସାଙ୍ଗରେ ଇତିଶ୍ରୀ, ପରୀ, ଆହୁରି ତୁମ ପରି ଅନେକ ନ୍ୟାୟ ପାଇନଥିବା ଝିଅଙ୍କୁ ନେଇ ଆସିବ । ଆଉ ପାପୀଙ୍କୁ ଦଣ୍ଡ ଦେଇ ଯିବ । ଆଶା ତୁମେ ନିଶ୍ଚୟ ଆସିବ ...

।।ଇତି।।

ତୁମର କେହି ଜଣେ ଅପରିଚିତ ସୁଚିନ୍ତକ

ଅନାମିକା


Rate this content
Log in

Similar oriya story from Tragedy