ନୂଆ ବହି ବିକା
ନୂଆ ବହି ବିକା
ସେଦିନ ର କଥା ମନେ ପଡୁଛି ମୋର ,ଯୋଉଦିନ ପ୍ରାଥମିକ ବିଦ୍ୟାଳୟର ଗୋଟେ ଛୋଟ ଝିଅ ମୁଣ୍ଡ ରେ ନୂଆ ରିବନ ଦେଖି ଦିଦି କହିଥିଲେ ,ତୁ ଏସବୁ କୋଉଠୁ ଆଣିଲୁ ? କାଲି ବହି ଦେଉ ଦେଉ ତୁ ଆଜି ତାକୁ ବିକ୍ରି କରିଦେଲୁ ? ନୂଆ ବହି ପଢିବାକୁ ଦିଆହେଇଥିଲା ନା ବିକ୍ରି କରିବାକୁ ଦିଆ ହେଇଥିଲା ? କୁନି ଝିଅ ଟି କହିଲା,ମତେ ମାଆ ପଇସା ଦେଲାନି ଚକେଲେଟ ଖାଇବାକୁ ତେଣୁ ମୁଁ ପୁରୁଣାବହି ବିକାଳି କୁ ବହି ଦେଇ ଚକେଲେଟ ଖାଇଦେଲି ଆଉ ରିବନ କିଣି ଦେଲି । ସେଦିନ କୁନି ଝିଅ ଟିକୁ ବହୁତ ମାରିଥିଲେ ଦିଦି । ଝିଅ ଟି ବହୁତ ଦୁଷ୍ଟାମି କରେ । ଛୋଟ ଛୁଆ ସେ । ଚକେଲେଟ ପାଇଁ ସେଦିନ ବହୁତ ବଡ଼ ଭୁଲ୍ ଟେ କରି ମାଡ଼ ବି ଖାଇଥିଲା ।
ଗୋଟିଏ ଦିନ କୁନି ଝିଅଟି ବାଟରେ ସେଇ ପୁରୁଣା ବହି ବିକାଳି ଟିକୁ ଦେଖିଲା । ମନେ ମନେ କହିଲା,ରହ ଆଜି ଦଉଛି ତତେ । ତୋ ପାଇଁ ବହୁତ ମାଡ଼ ଖାଇଲି ଦିଦି ଙ୍କ ଠାରୁ । ଭୁଲ୍ କଲି ମାଡ଼ ବି ଖାଇଲି । ଆରେ ମୁଁ ତ ଛୋଟ ପିଲା ,ମୁଁ ସିନା ଜାଣିପାରିଲିନି ହେଲେ ତମେ ତ ବଡ ପିଲା । ଜାଣିପାରିବ ସବୁ କିଛି ନା। ମତେ ମନା କରି ପାରିଥାନ୍ତ । ଏମିତି କହି ତାଙ୍କ ସାଇକେଲ ପଛରୁ ଭିଡି ଧରିବାକୁ ଚେଷ୍ଟା କଲା । ହେଲେ ସେ ବହୁତ କୁନି ହେଇଥିବା କାରଣ ରୁ ତା'ର ଚେଷ୍ଟା ରେ ସେ ବିଫଳ ହେଲା । ସେ ତ ପଡିଲା ପଡିଲା,ତା' ଉପରେ ବହି ଗଦା ରୁ ଗୋଟିଏ ପୁରୁଣା ବହି ପଡିଗଲା । ସେ ସେଇ ବହି ଟିକୁ ଦେଖି ସେଥିରୁ ଅନେକ କିଛି ପଢିଲା । ଆଉ କ'ଣ ବୁଝିଲା କେଜାଣି ? ସେ ସେଇଦିନ ଠାରୁ ପୁରା ପରିବର୍ତ୍ତନ ହେଇଗଲା । ପଢିଲା ବହୁତ ଏହା ଭିତରେ କୁନି ଝିଅ ଟି ପାଠ ପଢି ଦଶମ ପାଶ୍ କରିସାରିଲାଣି । ଯେବେ କେହି ପଚାରେ ତୁ ପାଠ ପଢିବା ପାଇଁ କୋଉଠୁ ପଇସା ଆଣୁଛୁ ,ଆଉ ଫୋନ୍ ପାଇଁ ବି କୋଉଠୁ ପଇସା ଆଣୁଛୁ ? ତୋ ବାପାମାଆ ଙ୍କ ପାଖରେ ତ ପଇସା ନାହିଁ । ଏମିତି ଅନେକ ଚିଡ଼ିଆ ଚିଡି କରିବା ପରେ । ସେ କୁହେ କେବେ ଆମ ଘରକୁ ଆସ ଦେଖିନେବ । ଲିଲି ବାସ୍ ସେସବୁ କଥା ଦୂରରୁ ଶୁଣେ ହେଲେ ପାଖକୁ କେବେ ଯାଏନି । ଥରେ କଲେଜ ଯାଉଥିବା ବେଳେ ଲିଲି ଦେଖିଲା ଝିଅଟି ମାଲିକ ଘର ବିଲରେ ଧାନ ବିଲରୁ ଘାସ ବାଛୁଥିଲା । ଲିଲି ଆଖିରେ ଲୁହ ଆସିଗଲା ସେସବୁ ଦେଖି । ସେ ସେଇ ମୁହୂର୍ତ୍ତରେ ଭାବିଲା,କାହାର ଏମିତି ମାଜାକ୍ ଉଡେଇବା କଥା ନୁହେଁ । ସେ ବାଜେ ଝିଅ ଗୁଡା ଭଲ ନୁହେଁ । ଏ ଝିଅ ଟି ବହୁତ ଭଲ, ଦେଖ କେତେ କଷ୍ଟ କରୁଛି ପଢିବା ପାଇଁ ।
କିଛି ଦିନ ବିତି ଯାଇଛି ହେଲେ ସେଇ ଭଲ ଝିଅ ଟି ଆଉ କଲେଜ କୁ ଆସିନି । କେହି ନଖୋଜିଲେ ବି ଲିଲି ସେଇ ଭଲ ଝିଅଟିକୁ ମନେ ମନେ ଖୋଜେ । କଥା ନହେଲେ ବି ଛୋଟ ବେଳୁ ଏକା ସ୍କୁଲ ରେ ପଢ଼ିଛନ୍ତି ସେମାନେ । ଲିଲି ବି ସେ ଝିଅ ଟିକୁ ଜାଣେ । ସେ ଝିଅ ବି ଲିଲିକୁ ଜାଣେ ବୋଧେ । ଯୁକ୍ତ ଦୁଇ ପରୀକ୍ଷା କୁ ବି ସେ ଆସିଲାନି । ଅବଶ୍ୟ ସେ ଭଲ ଝିଅ ଟି ଲିଲି ର ତଳ ବ୍ୟାଚ ର ପିଲା । ହେଲେ ବି ସେ ଖବର ତା' ଗାଁ ପିଲା ଠାରୁ ପାଇଛି । କେତେ ପଚାରି ପଚାରି,ଖବର ଅନ୍ତର ରଖିଛି ତା'ର ।
ସମୟ ସୁଯୋଗ ଦେଖି ଲିଲି ସେଇ ଭଲ ଝିଅଟି ସହ କଥା ହେଲା ବାଟରେ । ସେ ଘାସ ଘାସ ବିଡ଼ା ନେଇ ଘରକୁ ଯାଉଥିଲା । ଲିଲି ତାକୁ ଦେଖି ରହିଗଲା ,ଆଉ ପଚାରିଲା ଭଲ ମନ୍ଦ । ସେ ଘାସ ବିଡାକୁ ତଳେ ଥୋଇ ଦେଇ କଥା ହେଲା ।
ଲିଲି- ସୁମି(ଭଲ ଝିଅ ର ନାଁ) ତମେ ପରୀକ୍ଷା ଦେଲ ନାହିଁ କାହିଁକି ? ଆଗକୁ ପଢିଲନି କାହିଁକି ? ତମେ ତ ଯାହାବି ହେଲେ ପଢୁଥିଲ ନା । ପଢ଼ା ବନ୍ଦ କଲ କାହିଁକି ?
ସୁମି- ଦିଦି ଏମିତି ଆଉ । ଆଉ ଦିଦି କେମିତି ଅଛ ତମେ ? ଆଉ ପଢ଼ା ପଢି କେମିତି ଚାଲିଛି ତମର ?
ଲିଲି- ନାଇଁ ମୋ କଥା ନୁହେଁ ତମେ ତମ କଥା କୁହ ।
ସୁମି- ଦିଦି ଆଉ ମୋ କଥା କ'ଣ କହିବି ? ସବୁ ସେମିତି ଆଉ ।
ଲିଲି (ମଜାରେ କହିଲା)- ସେଇ ଛୁଆ ବେଳ ପରି ବହି ଆଉ ବିକି ଦେଲନି ତ ।
ସୁମି (ଜୋର୍ ରେ ହସିଲା ଲିଲିର କଥା ଶୁଣି ) ଦିଦି ତମେ ବି ନା। ସେଇ ପିଲା ଦିନ ର ବହି ବିକା ଆଉ ରିବନ କଥା ମନେ ରଖିକି ବସିଛ ।
ଲିଲି - ଆରେ ମନେ ରଖିବିନି କେମିତି ? ସେଇ କଥା ଯେ ମୋର ସବୁଠୁ ବେଶୀ ମନେ ରୁହେ ପାଠ ଅପେକ୍ଷା । ହାଃ ହାଃ ହାଃ ।
ସୁମି (ବହୁତ ଜୋର୍ ରେ ହସି ହସି ହାଟାତ୍ କାନ୍ଦି ପକେଇଲା ) ହଁ ଦିଦି ମୁଁ ଯୁକ୍ତ ଦୁଇ ର ନୂଆ ବହି ବିକି ଦେଇଛି ଆଉ ତା' ବଦଳ ରେ କିଣି ଦେଇଛି ବାପା ଙ୍କ ମେଡ଼ିସିନ । ହେଲେ ବାପା
ଏମିତି କହି ସେ କାନ୍ଦିଲା । ଲିଲି ବି କାନ୍ଦି ପକେଇଲା ତା' କଥା ଶୁଣି । ସୁମି ଘାସ ବିଡ଼ା ଉଠଉ ଉଠଉ କହିଲା,ଦିଦି ତମେ ଘରକୁ ଯାଅ । ଖାଇନଥିବ ,ଭୋକ କରିବଣି । ଆଉ ମୋ କଥା ଶୁଣିଲ ସେତିକି ଯଥେଷ୍ଟ । ଧନ୍ୟବାଦ ଦିଦି। ଲିଲି ଟିକେ ହସି ଦେଇ ତା' ସହ ଚାଲି ଚାଲି ତା' ଘର ଯାଏଁ ଗଲା । ତା'ପରେ ଲିଲି ନିଜ ବାଟରେ ଘରକୁ ଫେରି ଆସିଲା । ବାଟରେ ଆସିଲା ବେଳେ ଭାବୁଥିଲା ,ସତରେ ପଢ଼ିବାର ଇଚ୍ଛା ଥାଇ କେବେ କେବେ କିଛି ପିଲା ପଢି ପାରନ୍ତିନି । ଠିକ୍ ସୁମି ପରି ।
ନୂଆବହି ବିକା ଆଉ ସୁମି କଥା ବେଳେବେଳେ ମୋର ବହୁତ ମନେ ପଡେ । କିଛି ମିଠା ଆଉ କିଛି ଖଟା ଅନୁଭୂତି କୁ ନେଇ ସାରିଯାଏ ମୋର ଭାବନା ଆଉ କିଛି ସ୍ମୃତି। କିଛି ବୁଝିହୁଏ ଜୀବନକୁ ଆଉ କିଛି ବୁଝିହୁଏନି । ଏଇ ତ ଜୀବନ ।