Archana Sahoo

Classics Fantasy Inspirational

3.5  

Archana Sahoo

Classics Fantasy Inspirational

ଈଶ୍ୱର ଏବଂ ଆମର ବିସ୍ମୟ କର ଇତିହାସ

ଈଶ୍ୱର ଏବଂ ଆମର ବିସ୍ମୟ କର ଇତିହାସ

6 mins
197


ଓଡ଼ିଶାର ନାଁ ବିସ୍ମୟ କର ଏବଂ ଏହା ର ଇତିହାସ ମଧ୍ୟ ବିସ୍ମୟ କର । ଆମେ ଓଡ଼ିଆ ଆମ ଭାଷା ବଢିଆ । ଓଡ଼ିଆ ଭାଷା କହିବା ରେ ଆମର ଗର୍ବ । ଓଡ଼ିଆ ସାହିତ୍ୟର ଉନ୍ନତି ରେ ଆମର ସ୍ୱାଭିମାନ ବଢେ । ଏହିପରି ସ୍ୱାଭିମାନ ବଢ଼େଇ ଥିବା ଓଡ଼ିଶା ର ବରପୁତ୍ର ମାନଙ୍କ ମଧ୍ୟରେ ଅଚ୍ୟୁତାନନ୍ଦ ଦାସ ଅନ୍ୟତମ । ସେ ଥିଲେ  ଦୂରଦ୍ରଷ୍ଟା କବି ତଥା ଓଡ଼ିଶାର ଘରେ ଘରେ ପରିଚିତ ନାମ ଟିଏ । ଅନେକ କବି ଥିଲେ ମଧ୍ୟ ଯିଏ ସାଧାରଣ ଗାଁ ଲୋକ ମାନଙ୍କ ମୁଖରେ ଦେବତା ତଥା ତାଙ୍କର ମାଳିକା ର ପଂକ୍ତି ଘରେ ଘରେ ପରିଚିତ ଏବଂ ମାନନୀୟ । ସେ ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ଓଡ଼ିଶା କବି ଅଚ୍ୟୁତାନନ୍ଦ ଦାସ । ବୈଷ୍ଣବ ପଞ୍ଚସଖା ଯୁଗ ର ସେ ଜଣେ ବରିଷ୍ଠ ବ୍ୟକ୍ତିତ୍ୱ । ଯେ କି ଭବିଷ୍ୟତ କୁ ଗଣନା କରି ଛଅଶହ ବର୍ଷ ପୂର୍ବରୁ ରଚନା କରି ଯାଇଥିଲେ କାଳଜୟୀ ରଚନା । ଖ୍ରୀଷ୍ଟାବ୍ଦର ଷୋଡଶ ଶତାବ୍ଦୀ ର ଆରମ୍ଭରୁ ୧୭ ଶହ ଶତାବ୍ଦୀର ମଧ୍ୟ କାଳ ପର୍ଯ୍ୟନ୍ତ ପଞ୍ଚସଖା ଯୁଗ ର ବ୍ୟାପ୍ତି । ଅଚ୍ୟୁତି ଥିଲେ ଜଣେ ସମାଜ ସଚେତନ କବି । ସେ ପ୍ରଭୁ ଜଗନ୍ନାଥ ଓ ଆମ ଉତ୍କଳୀୟ ଭକ୍ତି ଭାବ କୁ ଲୋକ ପ୍ରିୟ ତଥା ଭବିଷ୍ୟତ ର ବାର୍ତ୍ତା ତାଙ୍କ ରଚନା ମଧ୍ୟରେ ସ୍ଥାନିତ କରିଥିଲେ । ତାଙ୍କ ରଚନା ଗୁଡିକ ଏତେ ଜନାଦୃତ ଯେ , ଏବେବି ଗ୍ରାମାଞ୍ଚଳରେ ବିଶ୍ୱାସ ରହିଛି ପର୍ବତ ଶିଖରରେ ସିନା କଇଁ ଫୁଟିବ କିନ୍ତୁ ଅଚ୍ୟୁତି ବଚନ କେବେ ବି ମିଥ୍ୟା ନୋହିବ ।

      ଏହି ସିଦ୍ଧ ପୁରୁଷ ଙ୍କ ଜନ୍ମ କଟକ ଜିଲ୍ଲାର ନେମାଳ ନିକଟବର୍ତ୍ତୀ ତିଳକଣା ଗ୍ରାମରେ ଜନ୍ମ ନେଇଥିଲେ । ତାଙ୍କ ପିତାଙ୍କ ନାମ ଦୀନବନ୍ଧୁ ଖୁଣ୍ଟିଆ ଓ ମାତା ଙ୍କ ନାମ ପଦ୍ମାବତୀ ।ଉଭୟେ ଖୁବ୍ ଧର୍ମ ପରାୟଣ ଥିଲେ । ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ସେମାନଙ୍କୁ ପୁତ୍ର ପ୍ରାପ୍ତି ହୋଇଥିବାର ଜଣାଯାଏ ।

       ଅଚ୍ୟୁତାନନ୍ଦ ଙ୍କର ବାଲ୍ୟ ଜୀବନ ରେ ପାଠପଢ଼ାପ୍ରତି ଅନାଗ୍ରହ ଅନ୍ୟମନସ୍କତା ଯୋଗୁଁ ଗୁରୁଜନ ମାନଙ୍କ ଠାରୁ ବହୁତ ଦଣ୍ଡ ଭୋଗିବାକୁ ପଡିଥିଲା । ସୁନା ବାହାରିବା ପୂର୍ବରୁ ତାକୁ ନିଆଁ ର ସାମ୍ନା ତ କରିବାକୁ ପଡେ । ସେହିପରି କବିଙ୍କୁ ମଧ୍ୟ କଷ୍ଟ ସହିବାକୁ ପଡିଥିଲା । କିନ୍ତୁ ତାଙ୍କର ଅସାଧାରଣ ପ୍ରତିଭା ଥିବା କଥା କଷଟି ପଥର ଅର୍ଥାତ ଶ୍ରୀଚୈତନ୍ୟ ହିଁ ଜାଣିବାକୁ ପାଇଥିଲେ । ଅଚ୍ୟୁତାନନ୍ଦ ପିତାଙ୍କ ସହ ଥରେ ପୁରୀ ଯିବାର ସୁଯୋଗ ପ୍ରାପ୍ତ ହୋଇଥିଲେ । ସେହି ଅବସରରେ ତାଙ୍କର ଭେଟ ହୁଏ ଶ୍ରୀଚୈତନ୍ୟ ଙ୍କ ସହ । ବାଳକ ଅଚ୍ୟୁତ ଙ୍କର ଅସାଧାରଣ ପ୍ରତିଭାର ଆଭାଷ ପାଇଥିଲେ ଶ୍ରୀଚୈତନ୍ୟ । ତେଣୁ ସେ ସନାତନ ଗୋସ୍ୱାମୀ ଙ୍କ ଦ୍ଵାରା ତାଙ୍କୁ ଦୀକ୍ଷିତ କରାଇଥିଲେ । ଅଚ୍ୟୁତାନନ୍ଦ ଶ୍ରୀଚୈତନ୍ୟଙ୍କ ନିର୍ଦ୍ଦେଶରେ ବୈଷ୍ଣବ ଧର୍ମ କୁ ପ୍ରଚାର ଏବଂ ଏହାର ସୁରକ୍ଷା କୁ ବ୍ରତ ଭାବରେ ଗ୍ରହଣ କରି ଉତ୍କଳୀୟ ବୈଷ୍ଣବ ଭକ୍ତି ଧର୍ମ ଆନ୍ଦୋଳନର ଜଣେ ବଳିଷ୍ଠ ପୃଷ୍ଠପୋଷାକ ହୋଇପାରିଥିଲେ । ଏହା ସହ ଅନେକ ଗ୍ରନ୍ଥ ରଚନା କରି କାଳଜୟୀ କବି ଭାବରେ ସୁପରିଚିତ ହୋଇପାରିଥିଲେ ।

    ଅଚ୍ୟୁତାନନ୍ଦ ଗୀତା ,ସଂହିତା ,ପୁରାଣ ମାଳିକା ଆଦି ଅନେକ ପ୍ରକାର ଗ୍ରନ୍ଥ ରଚନା କରିଥିଲେ । ତାଙ୍କର ସୃଷ୍ଟି ମଧ୍ୟରେ ଶୂନ୍ୟ ସଂହିତା,ଗୁରୁଭକ୍ତି ଗୀତା,କ୍ଷେତ୍ର ମାହାତ୍ମ୍ୟ,ହରିବଂଶ,ଅଷ୍ଟ ଗୁଜ୍ଜରୀ, ଓ ବହୁ ରାହାସ ଆଦି ଉଲ୍ଲେଖଯୋଗ୍ୟ । କବି ଙ୍କର ରଚନା ଓଡ଼ିଶା ରେ ବହୁ ଜନ ଆଦୃତି ହୋଇଥିବାର ଦେଖାଯାଏ । ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଲେଖା ଗୁଡିକ ନୂଆ ରୂପରେ ନୂଆ ରଙ୍ଗରେ ଉପସ୍ଥାପିତ ହୋଇ ଜନ ମାନସ ରେ ଏକ ସଚେତନ ଅବା ଏକ ଭବିଷ୍ୟତ ର ରୂପ ରୂପେ ବିଦିତ ହେଉଅଛି । ଆହୁରି ମଧ୍ୟ 'ଆଗତ ଭବିଷ୍ୟମାଳିକା', 'ଗୋପାଳଙ୍କ ଓଗାଳ', ଓ' ଲଉଡି ଖେଳ 'ତାଙ୍କ ବାହୁ ଜନା ଦୃତ ରଚନା । ସେଇ ରଚନା ଆଜିବି ଜନ ମାନସ ରେ ଜୀବିତ । ମାଳିକା ର ଭବିଷ୍ୟତ କଥା ବସ୍ତୁ ମାନ ଏକ ବିସ୍ମୟ କର ରଚନା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିରେ ତନ୍ନ ତନ୍ନ କରି ଭବିଷ୍ୟତ ର ଘଟଣା ଦୃର୍ଘଟଣା ଏବଂ କଳ୍କୀ ଅବତାର ଙ୍କ କଥା କୁହାଯାଇଛି । କଳି ଯୁଗର ସମାପ୍ତି ଏବଂ ସତ୍ୟ ଯୁଗର ଯୋଗସୂତ୍ର ଯେ ଏଇ ମାଳିକା ଗ୍ରନ୍ଥ । ସମସ୍ତ ରଚନା ଘଟଣା ପରେ ଲେଖା ଯାଏ କିନ୍ତୁ ଏହା ଘଟଣା ଘଟିବା ପୂର୍ବ ରୁ ଲେଖା ଯାଇଅଛି । ଏହା ବିସ୍ମୟ ନୁହେଁ ତ ଆଉ କ'ଣ ହୋଇପାରେ ?

 

     ସେ ଜଣେ ତତ୍ତ୍ୱଦର୍ଶୀ,ସିଦ୍ଧ ପୁରୁଷ,ଦୂରଦ୍ରଷ୍ଟା ଏବଂ ଶ୍ରୀଜଗନ୍ନାଥ ଙ୍କର ବଡଭକ୍ତ ଥିଲେ । ଠାର ଗାର ଲେଖିପକେଇ ଥିଲେ ଆଗତ ଭବିଷ୍ୟତ କୁ ,ଆଗାମୀ ଯୁଗର ଭକ୍ତ ମାନଙ୍କୁ ଓ କଳ୍କୀ ଅବତାର ର କଥା ସମୂହ କୁ । ଆଜି ବି ଶୁଣା ଯାଏ ଯେ କଳ୍କୀ ଅବତାର ବେଳେ ସେ ଜନ୍ମ ଲଭି କଳ୍କୀ ପୁରାଣ ଲେଖିବେ ବୋଲି । ଲୀଳା ରଚନା କରିବାକୁ ପାଞ୍ଚ ସଖା ପୁଣି ଫେରିବେ ବୋଲି ବିଶ୍ୱାସ ରହିଛି ।

    ହରିବଂଶ ର ରଚୟିତା ରୂପେ ତାଙ୍କୁ ଯେତିକି ଲୋକ ଜାଣି ନଥିବେ ମାଳିକା ର ରଚୟିତା ରୂପେ ସେ ବେଶ୍ ସୁପରିଚିତ ଅଟନ୍ତି । ସେଇ ପଙ୍କ୍ତି ରୁ କିଛି ଯଥା :-

       "ଉତ୍ତରୁ ସାଜିବ

       ଦକ୍ଷିଣେ ଗାଜିବ

        ପୂର୍ବେ ନରହିବେ କେହି,

         ଝାଡ ବାଡ଼ ଧରି

        ଯିଏ ସେ ରହିବ

        କୂଳକୁ ବିହନ ସେହି ।"

ଏହାର ଅର୍ଥ କାଳେ ଉତ୍ତରୁ ଭୟଙ୍କର ଭୟାବହ କିଛି ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ମହାମାରୀ( ଯେପରି ଉତ୍ତର ରୁ ଚୀନ୍ ଦେଶ ରୁ ମହାମାରୀ ଆସିଛି ସେହିପରି କିଛି ....)କିମ୍ବା ଭୟଙ୍କର ଯୁଦ୍ଧ ଆସିପାରେ ,ଯାହା ଦକ୍ଷିଣ ଦିଗରେ ବେଶୀ ପ୍ରଭାବ ପଡିବ। ଏବଂ ପୂର୍ବ ଦିଗରେ କେହି ମାନବ ରହିବେନି । କୂଳ କୁ ବିହନ ସିଏ ହେବ ଯିଏ ଝାଡ ବାଡ଼ ଧରି ରହିବ । ପଶ୍ଚିମ ଦିଗ କଥା ଲେଖା ହେଇନି ଅର୍ଥାତ କେହି ସେପଟୁ ରହିବେ ବୋଧେ ।

    ଆହୁରି କିଛି କୁହନ୍ତି ଉତ୍ତର ଦେଶ ର ପାଶ୍ଚାତ୍ୟ ସଭ୍ୟତା ଲୋକ ମାନେ ଗ୍ରହଣ କରିବେ ଯାହା ଫଳରେ ରୋଗ ଦୁଃଖ ମାଡି ଆସିବ । ଯାହା ଆସି ଦକ୍ଷିଣ ଦିଗରେ ଅଧିକ ପ୍ରଭାବ ପକେଇବ । ପୂର୍ବ ଅର୍ଥାତ୍ ଯିଏ ପୁରୁଣା ସଭ୍ୟତା ରେ ଭାରତୀୟ ସଭ୍ୟତା ରେ କେହି ରହିବେନି । ଯିଏ ସତର୍କ ହେଇ ତପ ଜପ ଦାନୀ ଧ୍ୟାନି ଏବଂ ଭାରତୀୟ ପୂର୍ବ ର ସଭ୍ୟତା ରେ ଥିବ ,ଝାଡ ବାଡ଼ ଧରି ପୂର୍ବ ସଭ୍ୟତା ସହ ଭକ୍ତି ଏବଂ ଭଲ ମଣିଷ ଥିବ ସେ ବଞ୍ଚି ରହିବ କୂଳ କୁ ଅର୍ଥାତ ଆଗାମୀ ଯୁଗର ମଞ୍ଜି ହେଇ ରହିବ । ମନୁ ଙ୍କ ପରି ହେବ ସେ ।

     ଆହୁରି କେତେ କବିତା ପଂକ୍ତି ଦେଖାଯାଏ ଜନ ମୁଖ ରେ ଯଥା :- " ଅର୍ଜିଲା ଧନ ପର ନେବ

            କହିଲେ ତର୍କ ଯେ କରିବ ।"

"ପନ୍ଦର ଯାଇଣ ଯେବେ ସତର ଆସିବ

ପୂର୍ବ ଦିଗୁ ପାରାବାର ମାଡିଣ ଆସିବ ।"

"ଅବଳା ସ୍ତ୍ରୀ ଯେତେ ଜାଣ

ବାଟରେ କରିବେ ରମଣ

ଧନ ଲୋଭ ରେ ଜାତି ଦେବେ

ଚାଣ୍ଡାଳ ସାଙ୍ଗରେ ମାତିବେ ।"

"ସୀତା ଠାକୁରାଣୀ ଅସତୀ ହୋଇବେ

              ପର୍ବତେ ଫୁଟିବ କଇଁ,

ଅଚ୍ୟୁତ ବଚନ ତିଳେ ନ ଟଳିବ

               ପଥର ର ଗାର ଏହି ।" ବୋଲି ଆମ ଓଡ଼ିଶା ରେ ବିଶ୍ୱାସ ହୋଇଆଛି । ବର୍ତ୍ତମାନ ର ଗମ୍ଭୀର ପରିସ୍ଥିତି ରେ ଘରେ ଘରେ ଆଲୋଚନା ତର୍କ ଏବଂ ବିତର୍କ । ବରିଷ୍ଠ ନାଗରିକ ମାନେ ଏହାର ବିଶ୍ଲେଷଣ ବ୍ୟାପକ ଭାବରେ କରିଥାଆନ୍ତି । ଏବଂ ଆଗ୍ରହୀ ଯୁବ ପିଢ଼ି ମଧ୍ୟ ଏହା କୁ ବେଶ୍ ତର୍ଜମା ଏବଂ ଗବେଷଣା କରି ବିଭିନ୍ନ ଅର୍ଥ ବାହାର କରନ୍ତି ।

   ଗ୍ରନ୍ଥ ପଢି କିଏ କୁହେ ଉତ୍ତରାଖଣ୍ଡ ର ଛାତି ଥରା ବାଦଲ ଫଟା ବର୍ଷା ଏହି ମାଳିକା ରେ ଲେଖା ଯାଇଥିଲା ତ ଆଉ କିଏ କୁହେ ବାତ୍ୟା ସୁନାମି ,ମହାମାରୀ ,ଏ ସବୁ ବିଷୟରେ ଉଲ୍ଲେଖ ଅଛି । କିଏ ଆହୁରି କହୁଛି ହୀରାକୁଦ ନଦୀ ବନ୍ଧ ଫାଟିଯିବ ବୋଲି । ବାର ହାତ ଖଣ୍ତା ଏବଂ ସେଥିମଧ୍ୟରେ କଳ୍କୀ ।ବାସ୍ ଏହା ଠାର ଗାର ରେ ଲେଖା ହୋଇଥିବା ଯୋଗୁଁ ଏହାକୁ ବୁଝିବା ଏତେ ସହଜ ହେଉନାହିଁ । ତଥାପି କିଛି କିଛି ବୁଝିହୁଏ ।

       

      ଥରେ ଚିନ୍ତା କଲେ ତ ଦେଖି । ଆମ ଓଡ଼ିଶା ଏତେ ମହାନ୍ ଯେ ଜଣେ ଦୂର ଦ୍ରଷ୍ଟା ତଥା ଭବିଷ୍ୟତ କୁ ଦେଖିପାରୁଥିବା ସନ୍ତାନ କୁ ଜନ୍ମ ଦେବାକୁ ସକ୍ଷମ । ଏବଂ ତା'ରି କୋଳ ରେ ଅବତାରୀ ପୁରୁଷ ଶ୍ରୀଜଗନ୍ନାଥ ଅଛନ୍ତି । ତେବେ ଆମେ ଓଡ଼ିଆ ହୋଇ ମନ ଦୁଃଖ କାହିଁ କରିବା । ବାହାର ଦେଶ କୁ କାହିଁକି ଯିବା ? ଦାଦନ ଖଟି କାହିଁକି ଯିବା ? ଆମେରିକା ,ଇଂଲଣ୍ଡ ,

ଚାଇନା,ଆଉ ଅଲଗା ଦେଶ କୁ କାହିଁକି ଯିବା ? ପାଠ ପଢି ଅନ୍ୟ ଦେଶ ର ଉନ୍ନତି କରିବା ଆଉ ଆମ ଦେଶ ତଥା ରାଜ୍ୟ କାହିଁକି ହୀନିମାନ ହେବ ? ହେ ନୂତନ ଯୁଗର ଯୁବପିଢ଼ି ଆଉ ଶିକ୍ଷିତ ବ୍ୟକ୍ତିତ୍ୱ ମାନେ ଫେରି ଆସ ଆମ ଦେଶ କୁ ଆଉ ରାଜ୍ୟ କୁ । ଯେଉଁ ମାଟି ରେ ଗାନ୍ଧି ଗୋପବନ୍ଧୁ ଆଉ ଅଚ୍ୟୁତ ଜନ୍ମ ନେଇଛନ୍ତି ସେଇ ମାଟି କେବେ ଗରିବ ଆଉ ଶ୍ରୀହିନ ହୋଇନପାରେ । ଫେରି ଆସ , ଫେରି ଆସ ସୁଯୋଗ୍ୟ ସନ୍ତାନ ......।

        ମାଳିକା ଯାହା ହେଉନା କାହିଁକି ଏହା ଯେ ଆମର ଗୌରବମୟ ଇତିହାସ ......

ଜୟ ଓଡ଼ିଶା ଜୟ ଭାରତ ଜୟ ମୋର ମାଟି ......

ଜୟ ମୋ ପୃଥିବୀ ମାତା .....

ଅଚ୍ୟୁତ ଙ୍କ ପାଇଁ ବାର୍ତ୍ତା :-

"ହେ ଅଚ୍ୟୁତି କବି ବର ମୁଁ ଶୁଣିଛି ଆପଣ ଜଣେ ସିଦ୍ଧ ପୁରୁଷ ଏବଂ ଭଗବାନ ।ଆପଣ ସବୁ କଥା ଶୁଣିପାରନ୍ତି । ତେଣୁ ଲେଖୁଛୁ ସିଦ୍ଧ !, ଆପଣ ଯେଉଁ ଦିଗ୍ ଦର୍ଶନ ଦେଇଥିଲେ ଏହା ବର୍ତ୍ତମାନ ପରିସ୍ଥିତି ରେ ଏକ ଡ଼ରର ବାତାବରଣ ସୃଷ୍ଟି କରୁଛି । ଯେତେ ଯିଏ କହିଲେବି ଏହା ଡର ନୁହେଁ ଏକ ସଚେତନ । କିନ୍ତୁ ଆମ ସାଧାରଣ ଲୋକ ଙ୍କ ମନ ବୁଝୁନି । କଳ୍କୀ ଜଗନ୍ନାଥ ତେଣୁ ସେ ଆମ ପିତା । ସେ କିପରି ନିଜର ନିରୀହ ସନ୍ତାନ କୁ ,ସାଧାରଣ ଲୋକ ଙ୍କୁ ବାରହାତ ଖଣ୍ଡା ରେ ମାରିବେ ? ଭୁଲ୍ ଉକ୍ତି ଏବେ ବ୍ୟାପ୍ତ । ସେ ମହାମାରୀ ବି ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ଆପଣଙ୍କ ଗ୍ରନ୍ଥ ଏବେ ଭୟ ଗ୍ରନ୍ଥ ଟିଏ ଭାବେ ଜଣା ଶୁଣା ହେଉଛି ସାଧାରଣ ଙ୍କ ମୁଖରେ । ଦୟାକରି ମାଳିକା କୁ ନୂତନ ଜୀବନ ଦିଅ । ଏବଂ ବୁଝେଇ ଦିଅ ଯେ ଏହି ଧ୍ୱଂସ ର ଲୀଳା କେବଳ ମ୍ଳେଛ ନିବାରଣ ଅର୍ଥେ ହେବ । ସାଧାରଣ ଲୋକ ମାନଙ୍କ ପାଇଁ ଏ ବାରହାତ ଖଣ୍ତା କେବେ ଉଠିବନି । ନୂତନ କାବ୍ୟ ରଚନା କର ହେ କବି ।ଜନତା ଙ୍କର ସେବା କରିବାକୁ ଆଗେଇ ଆସ । ଅନ୍ତ କୁ ଭୟ ନାହିଁ କିନ୍ତୁ ଆଗୁଆ ଡର ଭଲ ଲାଗୁନି ସମସ୍ତ ଙ୍କ ମୁଖରେ । ପୁଣି ଆମ ହିନ୍ଦୁ ପରମ୍ପରା ଭିତରେ .....। ଆମ ମହାନ ଜଗନ୍ନାଥ ସଂସ୍କୃତି ରେ ....। ଭୟ ଶୋଭା ପାଉନି ଦିବ୍ୟ ପୁରୁଷ । ମୋ ନିବେଦନ ଗ୍ରହଣ କରି ନୂତନ ଜୀବନ ପ୍ରଦାନ କରି ଏକ ସୁଖଦ କାବ୍ୟ ରଚନା କରିଦିଅ । ଯେଉଁଠି ମୃତ୍ୟୁ ଆସିଲେ ବି କେହି ଡ଼ରୁ ନଥିବେ । "

  (ଅନ୍ତ ହିଁ ଆରମ୍ଭ ର ସୂଚନା

ତେଣୁ ମୃତ୍ୟୁ କୁ ଡର ନାହିଁ

ପୁଣି ନୂତନ ଜନ୍ମ ,ନୂତନ ସୁଖ , ନୂତନ ଯୁଗ ଯେ ଆମ ପାଇଁ ଅପେକ୍ଷା ରତ

ଚାଲ ଆମେ ମିଶି ସବୁ ପରିସ୍ଥିତି ର ସାମ୍ନା କରିବା ଦୃଢତା ର ସହିତ । ଆମେ ପରା ଉତ୍କଳ ଆଉ ଭାରତ ର ବୀର ସନ୍ତାନ

ଏହା ଏକ ବିସ୍ମୟ କର କବି ଙ୍କ ଇତିହାସ ଏବଂ ଆମେ ମଧ୍ୟ୍ୟ ବିସ୍ମୟ କର ମାଟିର ବୀର ସନ୍ତାନ ।

ଜୟ ଓଡ଼ିଆ ଜୟ ସଂସ୍କୃତି


    



Rate this content
Log in

Similar oriya story from Classics