Archana Sahoo

Tragedy Inspirational

4.0  

Archana Sahoo

Tragedy Inspirational

ଅଧୁରା ସ୍ୱପ୍ନ......

ଅଧୁରା ସ୍ୱପ୍ନ......

6 mins
193


ଲାତିକା ଲତା ଭଳି ନଟେଇ ନଟେଇ ନାଚ କରୁଥିଲା । "ଧିନାକ୍ ଧିନ୍ ତାନା......ୟେ ଗାନା ତୋ ବଜାନା......"। ବହେ ନାଚ କରି ସାରି,ଏବେ କିଛି ସଂଳାପ କହୁଥିଲା ସେ ।" ନା ନା ମତେ ସେମିତି ଛାଡି ଚାଲି ଯିବା କଥା କେବେ କୁହନା......ମୁଁ ମୁଁ ଯେ ତୁମ ପ୍ରେମରେ ପାଗଳିନୀ......।"କେଜାଣି କୋଉଠି ଏ ଲେଖା ଅଛି ସଂଳାପ ?ସେ ନିଜ ମନକୁ ମନ ବହେ କହିପକାଏ। ତା'ର ଭାରି ଇଚ୍ଛା ସେ ଅଭିନୟ କରିବ । ସେ ପାଦରେ ଘୁଙ୍ଗୁର ବାନ୍ଧି ନାଚ କରିବ । ହେଲେ ଭାଗ୍ୟ ଯେ ସଭିଙ୍କର ସାଥ୍ ଦିଏନି । 

  ଲତିକାର ପରିବାର ଲୋକ ଗାଳି କରି କହିଲେ,ସବୁବେଳେ ଖାଲି ନାଚ ନାଚ ନାଚ........। ବନ୍ଦ କର ସେ ନାଚ ।" କ'ଣ ହେଲା ମାଆ ?",ଏତିକି କହିଲା ଭିତରେ ତାଙ୍କ ମାଆ ଆସି କହିଲେ, ମାଆରେ ଆମର ଆଉ ତତେ ରଖିବାର ସାମର୍ଥ୍ୟ ନାହିଁ । ତୁ ଏବେ ତୋ ଶାଶୁ ଘରକୁ ଚାଲି ଯାଆ......। ସେଠି ଯେତେ ଯାହା ଯିଏ କହିଲେ ବି କାହାକୁ କିଛି କହିବୁନି । ସବୁ ମୁଣ୍ଡ ପାତି ସହି ଯିବୁ । ଜ୍ୱାଇଁ ବାବୁ କିଛି କହିଲେ,ତୁ ସେଇ କଥାର ପ୍ରତିଉତ୍ତର ଦେବୁ ନାହିଁ କିଛି । ଲତିକା ଧୀରେ କିନା କହିଲା,କାହିଁକି ମାଆ ? ଏଥର ଲତିକାର ମାଆ ରାଗିଗଲେ ଆଉ କହିଲେ,କାହିଁକିନା ଆମ ମଧ୍ୟବିତ୍ତ ପରିବାରରେ କେବଳ ଶାଶୁଘର ଆଉ ସଂମାନକୁ ଜଗନ୍ତି । ଏଭଳି ନାଚ ଗୀତକୁ ନୁହେଁ । ଅଭିନୟ ଆମ ବଂଶରେ ନାହିଁ । ଛୋଟବେଳେ ନାଚୁଥିଲୁ ନାଚୁଥିଲୁ ଆଉ ଏବେ ଛାଡେ ସେ ସବୁ ଆଉ ଶାଶୁ ଘରକୁ ଯାଆ । ଲାତିକା ଖୁବ୍ ସରଳ ଆଉ ସ୍ୱାଭିମାନି ଥିଲା,ହେଲେ ସେ ଏଥର କାହିଁକି କେଜାଣି ତା' ଶାଶୁ ଘରକୁ ଯିବାକୁ ସେ ଚାହୁଁ ନଥିଲା । ହେଲେ ତା' ବାପା ଙ୍କର ଏ ଅଭାବକୁ ଦେଖି ସେ ନିଜର ବ୍ୟାଗ୍ ସଜାଡ଼ିଲା ଯିବା ପାଇଁ । 

  ଶାଶୁଘରକୁ ଏକୁଟିଆ ଗଲା । କାହାକୁ ବି ସାଙ୍ଗରେ ନେଲାନି । କିଛି ଭୁଲ୍ ନଥାଇ ବି ଶାଶୁ ଶଶୁର ଗୋଡ ଧରି କ୍ଷମା ମାଗିଲା । କହିଲା,କ୍ଷମା କରିବେ ବାପାମାଆ । ମୁଁ ତୁମର ସବୁ କଥା ଏଥର ମାନିବି । ଆଉ ଅଭିନୟ ଦିଗକୁ କେବେ ମନ ବଳେଇବିନି । ତୁମର ଅଭିଜାତ୍ୟ ଭରା ଚଳଣିକୁ ମାନି ଚଳିବି । ବହୁତ କଷ୍ଟରେ ଶାଶୁ ଶଶୁର ତାକୁ ଘରେ ରଖିଲେ । ଆସିଲା ବେଳ ଠୁ ଘରର ସବୁ କାମ କରି ଯାଉଥିଲା ନିର୍ବିକାର ଭାବରେ । କାମ ସାରୁ ସାରୁ ଅନେକ ରାତି ହେଇଗଲା । ଟିକିଏ ବିଶ୍ରାମ ନେବାକୁ ଯିବା ବେଳେ, ତା'ର ସ୍ୱାମୀ ମଦ ପିଇ ଆସି ଡ଼ାଏରୀର ଏ କଣ ସବୁ ଲେଖି ପକେଇଲେ । ଆଉ ହଟାତ୍ ଲାତିକାକୁ ଦେଖି କହିଲେ,ତୁ ଏଠି ! ମୋ ରୁମ୍ ରୁ ବାହାରେ । ଆଉ ମତେ ଟିକିଏ ଶାନ୍ତିରେ ଏକୁଟିଆ ରହିବାକୁ ଦେ........। କେତେ ଥର କହିଲାଣି ମୁଁ ଗୋଟିଏ କିନ୍ନର୍ ବୋଲି ।ହେଲେ ତୁ ମୋ କଥା ଜମାରୁ ଶୁଣୁନୁ । ଖାଲି ଦୁନିଆଁ ଆଗରେ ଅଭିନୟ କରୁଛି ମୁଁ ଗୋଟିଏ ପୁଅ ବୋଲି । ହେଲେ ଖାଲି ତତେ ତ କହୁଛି ମୁଁ ପ୍ରକୃତରେ କିଏ ବୋଲି ? ଯାଆ ନିଜ ଘରକୁ ଆଉ ନୂଆ ଜୀବନ ଆରମ୍ଭ କର । ଆଉ ମତେ ବି ଟିକିଏ ଶାନ୍ତିରେ ବଞ୍ଚିବାକୁ ଦେ......। ଦୟାକର ମୋ ଉପରେ । 

  ଲାତିକା ଆଉ କ'ଣ ବା କହିବ ? ସେ ନିରବ ଆଉ ନିରୁତ୍ତର । ସେ ତ ବୁଝିପାରୁନି ତା'ର ଜୀବନରେ ଏ ସବୁ କଣ ଘଟି ଯାଉଛି ବୋଲି ? ଲତିକାର ଏ ପ୍ରକାରର ନୀରବତା ଦେଖି,ସୁମନ୍ତ କହିଲେ,କ'ଣ ଭାବୁଛ ଲତିକା ? ତୁମେ ମାସ ଟିଏ ବି ଋଷି କି ରହିପାରିଲନି ବାପ ଘରେ । କହିଥିଲି ପରା,ଅଭିନୟ କରି ସବୁଦିନ ପାଇଁ ଘରେ ରହିଯିବ, ଆଉ ନିଜର ସ୍ୱପ୍ନକୁ ପୁରା କରିବ ବୋଲି । 

  ଲତିକା ଏବେ ସୁମନ୍ତଙ୍କ ଗୋଡ଼ ତଳେ ପଡ଼ିଗଲା । ଏବଂ କହିଲା, ମତେ ମୋର ସ୍ୱପ୍ନ ଦରକାର ନାହିଁ ସୁମନ୍ତ । ମତେ ତୁମ ଘରେ ଚାକରାଣୀ କରି ରଖ । ସତ କହୁଛି,କେବେ ଦୁଃଖ କରିବିନି,ସବୁବେଳେ ତୁମ ଘରେ ସୁଖୀ ହେବାର ଅଭିନୟ କରିବି । ହେଲେ ମତେ ଟିକିଏ ତୁମ ରୁମ୍ ରୁ ବାହାର କରନି । ସୁମନ୍ତ କହିଲେ,ଅସମ୍ଭବ । ତୁମକୁ ମୋ ରୁମ୍ ରୁ ଯିବାକୁ ହିଁ ହେବ । ଯାଅ ଏବେ ........। ତୁମକୁ ଦେଇଥିବା ସ୍ୱାଧୀନତାକୁ ତମେ ଉପଯୋଗ କରି ପାରିଲନି । ଏବେ ମୋ ସ୍ୱାଧୀନତାକୁ ବଳି ଦିଅନି.......ଦୟାକର ମୋ ଉପରେ......। ମୁଁ ଯେମିତି ମତେ ସେମିତି ରହିବାକୁ ଦିଅ......। ଲତିକା କାନ୍ଦି କାନ୍ଦି କହିଲା,ତମେ କିନ୍ନର ନୁହେଁ । ନା ନା ତମେ ସେମିତି ହେଇ ପାରିବନି । ସୁମନ୍ତ କହିଲେ,ଲତିକା ! ମୁଁ ଜଣେ ଡାକ୍ତର । ମୁଁ ଜାଣେ ମୁଁ କିଏ ? ଜୀବନରେ ଅନେକ ପ୍ରତିବନ୍ଧକ ସତ୍ତ୍ୱେ କେବେ କାହାକୁ ଜଣେଇନି ଯେ,ମୋର ଅସଲି ପରିଚୟ କ'ଣ ବୋଲି ? ନହେଲେ ଏ ସମାଜ ମତେ ଘୃଣା କରିଥାନ୍ତା । ମୋର ଡାକ୍ତର ହେବାର ସ୍ୱପ୍ନ ଅଧୁରା ରହି ଯାଇଥା'ନ୍ତା । ତୁମକୁ ଏଥିପାଇଁ କହିଲି ଯେ,ତୁମେ ନୂଆ ଜୀବନ ଆରମ୍ଭ କରିବ । ଆଉ ମୁଁ ବି ତ ......ଅନ୍ତତଃ ରାତିରେ ତ ମତେ ଏକୁଟିଆ ଟିକିଏ ଛାଡ଼.......। 

  ଅଳ୍ପ ମଦ ପିଇଥିବା ହେତୁ,ସୁମନ୍ତ ଏପର୍ଯ୍ୟନ୍ତ ହାତ ଉଠେଇନି ଲତିକା ଉପରକୁ । ନହେଲେ ସେ କେବେ ଠାରୁ ଗୋଟିଏ ଚାପୁଡ଼ା ବସେଇ ରୁମ୍ ବାହାରକୁ ନେଇ ଛାଡି ଆସନ୍ତାଣି ଲତିକାକୁ । ଆଜି କିନ୍ତୁ ସେ ମୁହଁକୁ ଦୁଇ ହାତରେ ଚାପି ଧରି ବସିଗଲେ ଗୋଟିଏ ଜାଗାରେ । ବୋଧହୁଏ କାନ୍ଦୁଥିଲେ । ଲତିକା ପରିସ୍ଥିତିକୁ ବୁଝିପାରି,ଚାଲିଗଲା ବାହାରକୁ .......ସେଇ ଅଳିଆ ଷ୍ଟୋର୍ ରୁମରେ ଶୋଇବାକୁ । ଲତିକାକୁ ଏଇ ଅବସ୍ଥାରେ ଦେଖି ଶାଶୁ ଶଶୁର କିଛି ନବୁଝି ନଶୁଝି ଖରାପ୍ ଭାବିଲେ । କହିଲେ,ଏ ଖରାପ ଝିଅକୁ ବୋହୁ କରି ଆମ ପୁଅର ଜୀବନ ନଷ୍ଟ କରି ଦେଲେ ଆମେ ଦୁହେଁ । କେମିତି ୟାକୁ ବାହାର କରିବା ଏବେ ସେଇ କଥା ଭାବ......। 

   ସକାଳ ହେବା ପୂର୍ବରୁ ଲତିକା ନିଜର କାମ ଆରମ୍ଭ କରି ଦେଇଥିଲା । ହେଲେ ତା' ଉପରେ ତା' ଶାଶୁ ଶଶୁର କେହିବି ଖୁସି ନଥିଲେ । ସବୁବେଳେ ଚିଡ଼ି ଚିଡ଼ି ହେଉଥିଲେ । ଏସବୁ ସୁମନ୍ତ ଦେଖୁଥିଲା ହେଲେ କିଛି ବି କହୁନଥିଲା । କାରଣ ଡର ଥିଲା କାଳେ ସେ ଧରା ପଡିଯିବ ନିଜ ବାପା ମାଆଙ୍କ ଆଗରେ । ସବୁବେଳେ ଦୁଃଖ ଗୋଟିଏ ନାରୀ ହିଁ ଏକା ସହିଥାଏ । ହେଲେ ସେ ଅନ୍ୟର ଦୁଃଖ ସମୟରେ ଅଧା ନିଜ ପାଇଁ ବି ନେଇଯାଇ ନିଜର ମନ ଦୁଃଖ କରି ଥାଏ । 

  ଏମିତି ଦିନ ଆସିଲା, ଯୋଉଦିନ କି ତାକୁ ଆଉ ବୋହୁର ସମ୍ମାନ ମିଳୁ ନଥିଲା । ସୁମନ୍ତ ବିଦେଶ ଯିବା ପରେ,ଲତିକାକୁ ନେଇ ବାରି ପଟ ଘରେ ଶାଶୁ ଛାଡି ଦେଇ ଆସିଥିଲେ । କହିଥିଲେ,ତୋ ସକାଶେ ମୋ ପୁଅ ଆଜି ପରଦେଶୀ ହେଇଗଲା । ବାରି ପଟକୁ ଥିବା ଆଜବେଷ୍ଟ ଘରେ ସେ କୋଉ ଗୋଟିଏ କୋଣରେ ପଡି ରହିଥିଲା । ଯାହା ମିଳୁଥିଲା ଖାଉଥିଲା ନହେଲେ ନାହିଁ । କୁକୁର ଠାରୁ ବି ହୀନ ଏବେ ତା' ଅବସ୍ଥା । ମାଆ ତ ମନା କରିଛି ଘରକୁ ଯିବାକୁ,ଆଉ ସେ ଯିବ ବା କିପରି । ବରଂ ଏଇଠି ପଡି ମରିଯିବା ବହୁତ ଭଲ । 

  ଏବେ ଖୁସିର କାରଣ ତା' ପାଖରେ କିଛି ନାହିଁ । ସେ ନିଜର ଅତୀତ କଥା ଭାବୁଥିଲା । ଯୋଉଠି ତା'ର କିଛି ଖୁସି ହଜି ଯାଇଥିଲା । ଦିନ ଥିଲା ସେ ବହୁତ ବଢିଆ ନାଚୁଥିଲା। ଛୋଟ ବଡ଼ ମଞ୍ଚରେ ଅଭିନୟ କରୁଥିଲା ।ଭାରି ଖୁସି ହେଉଥିଲେ ଘର ଲୋକ ଆଉ ସେ । ଦିନେ ଅଚାନକ ତାଙ୍କ ନାଚ ଦେଖି ଖୁବ୍ ଖୁସି ହେଇ ଦମ୍ପତ୍ତି ମାଗି ବସିଥିଲେ ଲତିକାଙ୍କ ହାତ,ତାଙ୍କ ପୁଅ ସୁମନ୍ତଙ୍କ ପାଇଁ । ଲତିକାଙ୍କ ଘର ଲୋକ ବି ବହୁତ ଖୁସିରେ ବାହାଘର କରେଇ ଦେଇଥିଲେ,ଝିଅର ସ୍ୱପ୍ନକୁ ବଳି ଚଢ଼େଇ । ତାକୁ କେହି କିଛି ବି ପଚାରି ନଥିଲେ,କାରଣ ସେ ମନା କରି ଥାଆନ୍ତା ନିଶ୍ଚୟ । 

   ଲତିକା ଯାତ୍ରା ପାଟିରେ ଲୁଚି ଯିବାକୁ ବାହାରିଲା,ହେଲେ ସେତେବେଳେ ଦେଶ ସାରା ତାଲା ବନ୍ଦ ହେଇଯିବା ଯୋଗୁଁ । ସେ ନିଜର ପୂର୍ବ ସ୍ୱପ୍ନ ସବୁକୁ ବଳି ଚଢ଼େଇ ବିବାହ କରି ବସିଥିଲେ । ଆଉ ଭଲ ବୋହୁ ଟେହେବାକୁ ଚେଷ୍ଟା କରିଥିଲେ । ହେଲେ ସମୟ ଆଉ ପରିସ୍ଥିତି ତାହା କରେଇ ଦେଲାନି । ଯୋଉଥି ପାଇଁ କି ଲତିକାର ଆଜି ଏପରି ଅବସ୍ଥା । 

  ଦେହରେ ପୁରୁଣା ଶାଢ଼ୀ,ବେକ ହାଡ଼ ସ୍ପଷ୍ଟ ଦେଖାଗଲାଣି, ଦେହରେ କିଛି ବି ଗହଣା ନଥିଲା । ପୁରା ଶୋଚନୀୟ ଅବସ୍ଥାରେ ସେ ପଡି ରହିଥିଲେ। ସୁମନ୍ତ ଯେ ଆଉ ଫେରୁ ନାହାଁନ୍ତି । ସେ ହିଁ ତ ଗୋଟିଏ ମଣିଷ ଯିଏ କି ଲତିକା ଙ୍କୁ ବୁଝି ପାରେ । ସେ ଥିଲେ ଅବଶ୍ୟ କିଛି ଆଶାର ଆଲୋକ ଦେଖା ଯାଇଥାଆନ୍ତା । 

  ମୃତ୍ୟୁକୁ ପାଖରେ ଦେଖିଲା ପରି ଲାଗୁଛି । ଦେହରେ ସାଙ୍ଘାତିକି ଜ୍ୱର । କାହାକୁ ନକହି ମରି ଯିବାକୁ ସେ ମନସ୍ଥ କରିଥିଲେ । ଯନ୍ତ୍ରଣାରେ ତାଙ୍କ ଦେହ ମୁଣ୍ଡ ଥରୁ ଥିଲା । ତେଣୁ ସେ ଅଚେତ ହେଇ ଯାଇଥିଲେ କେବେ ସେ ଜାଣି ନାହାଁନ୍ତି । କାହାର ଗୋଟିଏ କୋମଳ ସ୍ପର୍ଶ ରେ, ସେ ବହୁ କଷ୍ଟରେ ଆଖି ଖୋଲି ଦେଖନ୍ତି ତ ତାଙ୍କ ପାଖରେ ସୁମନ୍ତ ବସିଛନ୍ତି । ତାଙ୍କ ମଥାକୁ ଆଉଁଶି ଦେଉଛନ୍ତି । ଆଉ କହୁଛନ୍ତି ଚାଲ ଆମେ ସେଇ ଈଶ୍ୱରଙ୍କ ରାସ୍ତାରେ ଯିବା,ଯୋଉଠିକୁ ମୁଁ ଆଗରୁ ଯାଇ ସାରିଛି କୋରନା ରେ। ଏବେ ମୁଁ ତୁମକୁ ନେବାକୁ ଆସିଛି । ଅଭିନୟ ଯେ ଆମର ସରି ଗଲାଣି । ଈଶ୍ୱରଙ୍କ ପାଖରେ କିଛି ଫରକ ନାହିଁ । ନା ଅଭିନୟର,ନା କିନ୍ନର ର,ନା ଅଭାବର,ନା ସମାଜର । ସେଠି କେବଳ ଶାନ୍ତି ହିଁ ଶାନ୍ତି ଅଛି...........। ଈଶ୍ୱରଙ୍କ ପ୍ରାପ୍ତି ଅଛି......

 ରାତିର କୋମଳ ଶୀତୁଆ ସ୍ପର୍ଶରେ ଆଖି ବୁଜିଦେଲେ ଲତିକା । ଏଇ ଶୀତୁଆ ଥଣ୍ଡା ରାତି ଭାବୁଥିଲା,ସତରେ କ'ଣ ଅଭିନୟ ସରିଗଲା ? ନା ଆହୁରି ଅନେକ ଲତିକା ବାକି ଅଛି ? ବାକି ଅଛି ସ୍ୱପ୍ନ,ବାକି ଅଛି କିଛି ଅଭିନୟ । ଆଉ ବାକି ଅଛି ସମାଜର ଡର.........କାହା ଅଧୁରା ସ୍ୱପ୍ନ ଆଉ ଅଧୁରା ଜୀବନର ଗାଲିଚା ଉପରେ.........



Rate this content
Log in

Similar oriya story from Tragedy