Archana Sahoo

Tragedy Fantasy Inspirational

4.0  

Archana Sahoo

Tragedy Fantasy Inspirational

ହଷ୍ଟେଲରୁ ମାଆକୁ ଚିଠି

ହଷ୍ଟେଲରୁ ମାଆକୁ ଚିଠି

4 mins
146


ମୋର ପ୍ରୟ ମାଆ ,

    ତୁ ମତେ କେତେ କଷ୍ଟ କରି ପାଠ ପଢେଇଲୁ । ବାପା ମତେ କେତେ କଷ୍ଟ ରେ ମାସକୁ ମାସ ଟଙ୍କା ଆଣି ଦେଇ ଯାଆନ୍ତି ସେକଥା ମୁଁ ଜାଣେ । ଦିନ ରାତି ବହୁତ ପରିଶ୍ରମ କରି ମତେ ପଇସା ଆଣି ଦେଇଯା'ନ୍ତି । ମୋର ବି ପଢିବା ନିଶା ଥିଲା ହେଲେ ହେଲେ ମାଆ ମୁଁ ଖରାପ ସାଙ୍ଗ ମାନଙ୍କ ମେଳ ରେ ପଡି ପାଠ ପଢିଲିନି । ସେମାନଙ୍କ ଷ୍ଟେଟସ ଆଉ ଷ୍ଟାଇଲ କୁ ଦେଖି ମୁଁ ବି ସେମାନଙ୍କ ପରି ହେବାକୁ ଚାହିଁଲି । ବଜାର ନିତି ନିତି ବୁଲିଲି । ସେମାନଙ୍କ ପରି boyfriend ବି କଲି ଆଉ boyfriend ରୁ ପ୍ରେମିକ । ତା'ପରେ ଦିନ ରାତି ଗପ । ଆଉ ପାଠ ପଢିଲିନି ।

     ବାପା ଚାଷ କରି ବେପାର କରି ଯେତିକି ଟଙ୍କା ରୋଜଗାର କରନ୍ତି ସେସବୁକୁ ମୋ ପଛରେ ଖର୍ଚ୍ଚ କରନ୍ତି । ଆଶା ଥିଲା ମୁଁ ଭଲ ପାଠ ପଢି ଚାକିରୀ କରିବି ଆଉ ସେମାନଙ୍କ ନାଁ ରଖିବି । ହେଲେ ନା ମୁଁ ସେସବୁ କଲିନି । ନିଜ ଭବିଷ୍ୟତ ନିଜ ହାତରେ ନଷ୍ଟ କରିଦେଲି । ମତେ କ୍ଷମା କରିଦେବୁ ମାଆ । ମୁଁ ଜାଣେ ମୁଁ ବହୁତ ବଡ଼ ଭୁଲ୍ କରିଛି । ନିଜ ଭବିଷ୍ୟତ ମୁଁ ନିଜେ ନଷ୍ଟ କରିଛି । ଭଲ ପାଠ ନପଢି ତୁମର ଅନେକ ପଇସା କୁ ବର୍ବାଦ କରିଛି । ସାତ ଜନ୍ମ ଗଲେ ବି ମୁଁ ସେସବୁ ର ଋଣ କେବେ ସୁଝି ପାରିବିନି । ହଁ ଯଦି ହୁଏ ଆର ଜନ୍ମ ରେ ତୁମ ମାନଙ୍କ ର ଋଣ ସୁଝିଦେବି ମାଆ ।

    ଜାଣିଛୁ ମାଆ ! ଏଥିପାଇଁ ଏକା ମୁଁ ଦାୟୀ ନୁହେଁ ଲୋ । ଏ ପରିବେଶ ବି ଦାୟୀ । କିଛି ପିଲା ଫୋନ କୁ ପାଠ ପଢା ପାଇଁ ବ୍ୟବହାର କରନ୍ତି । ହେଲେ ମୁଁ ଯେଉଁ ରୁମ୍ ରେ ପ୍ରଥମେ ପଡିଲି ସେଠି ବହୁତ ଖରାପ ପିଲା ରହୁଥିଲେ । ଜଣେ ତା' ପ୍ରେମିକ ସହ ଦିନ ରାତି ଗପୁ ଥିଲା ବେଳେ ଆଉ ଜଣେ ଅତି ଅଶାଳୀନ ଭାବେ ଭିଡିଓ କଲ ରେ କଥା ହେଉଥିଲା । କହ ମାଆ ଏ ପରିବେଶ ରେ ମୁଁ କେମିତି ପଢିଥାଆନ୍ତି ?

     ଏଇ ଜଳ ବିହୀନ ବିସ୍ତୀଣ୍ଣ ଶୁଷ୍କ ବାଲୁକା ଶଯ୍ୟା କୁ ଦେଖିଲେ ,ମୋର ମନେ ହେଉଛି ତା' ଠାରୁ ବେଶୀ ମୁଁ ଶୁଷ୍କ ବୋଲି । କାରଣ ତୁମ ପ୍ରତି ଥିବା ଦୟା ମାୟା ମରିଯିବା ଆଗରୁ ମୋର ମରିଯିବାର ଥିଲା । ପାଠ ନପଢି ଯାହା ସହିତ ଗପି ଗପି ଦିନ କଟଉ ଥିଲି ସେ ଆଜି ଧୋକା ଦେଇ ଦେଇଦେଇଛି ମତେ । ଯାହା ସକାଶେ ଆଜି ଥାର୍ଡ ଡିଭିଜନ ରେ ପାଶ୍ କଲି ,ମୋ କ୍ୟାରିଅର କୁ ଉଜାଡ଼ି ଦେଲି ସେ ଆଉ କାହା ସହ ବାହାହେଇ ନୂଆ ସଂସାର କରୁଛି । ମୁଁ ଜାଣେ ଗୋଟେ ଝିଅ ଟିଏ ଏସବୁ କଥା ମାଆ କୁ କହିବା କଥା ନୁହେଁ । ହେଲେ କ'ଣ କରିବି ? ନକହିଲେ ଶାନ୍ତି ରେ ମରିବି କେମିତି ? ଭଲ ମାର୍କ ଆସିନି ଏଥର । ଆଉ ଆଗକୁ ମୁଁ ପଢିପାରିବିନି ନା.....? ଭାରି କାନ୍ଦ ଲାଗୁଛି ମତେ ମାଆ । ମୁଁ ଆଜି ହାରିଯାଇଛି ତେଣୁ ମୁଁ ବହୁତ ଦୁଃଖିତ । କାହା କଥା ସେତେବେଳେ ମତେ ଶୁଣା ଗଲାନି ଯେତେବେଳେ ମୋର ଶୁଣିବାର ଥିଲା । ହେଲେ ଆଜି ମୋ ବିବେକ ମତେ ଶତ ଧିକ୍କାର କରୁଛି ,ତାହା ମତେ ସ୍ପଷ୍ଟ ଶୁଣା ଯାଉଛି । ନିଜ ବିବେକ ର ଧିକାର୍ ଶୁଣିବାକୁ ବହୁତ କଷ୍ଟ ଲାଗୁଛି । ତୋ ଗାଳି ତ ମୁଁ ସହି ଯାଉଥିଲି କାରଣ ସେସବୁ ମତେ ମିଠା ଲାଗୁଥିଲା । ହେଲେ ହେଲେ ମାଆ ! ଏବେ ମୋ ବିବେକ ର ଧିକାର୍ ଶୁଣିବାକୁ ବହୁତ କଷ୍ଟ ଲାଗୁଛି ଲୋ ମତେ । ଆଉ ସହି ହେଉନି ।

    ଅନ୍ଧାର ହେଇ ଆସିଲାଣି ହଷ୍ଟେଲ ର ଚାରିପାଖରେ । ସେଇ ଅନ୍ଧାର ଠାରୁ ଆହୁରି ଅନେକ ପରିମାଣ ରେ ଘନ ଅନ୍ଧାର ମୋର  ଭବିଷ୍ୟତ । ଚିଠି ଲେଖୁଛି କାହିଁକି ନା,ଆଉ କିଛି ସମୟ ପରେ ମୁଁ ଆଉ ନଥିବି ଏ ଦୁନିଆଁ ରେ ।

।।ଇତି।।

ତୋ'ର ଅମାନିଆ ଝିଅ

ରିତୁ

     ଚିଠି ଲେଖି ସାରି ରିତୁ ତା'ରି ଉପରେ ଶୋଇଗଲା । ସ୍ୱପ୍ନ ରେ ଦେଖିଲା,ରିତୁ ଦଉଡ଼ି ଲଗେଇବାକୁ ଯାଉଛି ଫ୍ୟାନ୍ ରେ । ହଟାତ୍ ଗୋଟିଏ ଆବାଜ ହେଲା । ଆଉ ରିତୁ ତାକୁ ଚାହିଁ ଦେଖିଲା ତ ସେ ବେହୋସ୍ । ଆଖି ଖୋଲି ଆଗକୁ ଚାହିଁ ଦେଖିଲା ତା' ଆଗରେ ଫ୍ୟାନ୍ ରେ ଝୁଲୁଛି ଗୋଟିଏ ଶବ । ସେ ଶବ ଟି ବିଗଳିତ ହେଇ ଗନ୍ଧ ଛାଡୁଥିଲା । ଆଉ ଆଖି ଖୋଲି ରିତୁ ଆଡକୁ ଅନେଇଲା । ରିତୁ ଡରି ମରି ଆଣ୍ଠିଏ ହେଲାଣି ।

ଏହି ସମୟ ରେ ଗୋଟିଏ ବିକଟଳିଆ ଆବାଜ ଲଗେଇ ଶବ ଟି କହିଲା,ମୁଁ କ'ଣ ଲାଭ ପାଇଲି ତୁ କହ ରିତୁ ? ଆଉ ଏବେ ଯଦି ତୁ ମରିବାକୁ ଚାହୁଁଛୁ ତେବେ ଆ ମୋ ଜାଗା ରେ ଝୁଲି ପଡ଼....ଏତିକି କହି ଶବ ଟି ଉଭାନ ହେଇଗଲା । ରିତୁ ଚିଠି ଟି ଉପରେ ଶୋଇ ପଡ଼ିଥିଲା । ସେ ଉଠିଲା ଆଉ ଚିଠିକୁ ଚିରି ଫୋପାଡ଼ି ଦେଲା । କାଲି ରାତିର ଭୂତ ଫିଲ୍ମ ଟି କାଟୁ କଲା ବୋଧେ। ସେ ପୁଣି ଥରେ ପରୀକ୍ଷା ପାଇଁ ପଢିବାକୁ ଲାଗିଲା ।

       ସକାଳୁ ମାଆ ର ଫୋନ ପାଇ ଉଠିଲା ବେଳକୁ ଦିନ ନଅ ଟା ବାଜି ସାରିଥିଲା । ମାଆ ସେପଟୁ କହୁଥିଲେ,ପରୀକ୍ଷା ରେ ଯାହା ତ କଲୁ କଲୁ । ଫୋନ ଦେଖି ବାଉଳା ହେଲୁ । ଆଃ ଆଜି ତତେ କୁଣିଆ ଦେଖିବାକୁ ଆସୁଛନ୍ତି । ଜମି ବିକି ତୋର ବାହାଘର କରେଇ ଦେଲେ କାମ ଛିଣ୍ଡିବ । ରିତୁ ତା'ର ଭାଗ୍ୟ କୁ ନୁହେଁ ,ତା'ର କର୍ମ କୁ ନିନ୍ଦି ବାହା ହେଇଗଲା ଆଉ ସାରା ଜୀବନ ଚାରିକାନ୍ଥ ଭିତରେ ଜୀବନ କାଟିଲା । ବେଳେବେଳେ ସେ ତା'ର ଅଧା ଚିରା, ହଷ୍ଟେଲ ରେ ମାଆ କୁ ଲେଖିଥିବା ଚିଠି କୁ ପଢେ । ଆଉ ଭାବେ ମୋ ପରି କେତେ ପିଲା ଏମିତି ହେଉଥିବେ । ତାଙ୍କୁ କିଏ ବୁଝେଇବ ? ଏଇ ଚିଠି ଆଉ ମୋ ଜୀବନ କାହାଣୀ ଶୁଣିଲେ ବୋଧେ ସେ ପିଲା ମାନେ ବୁଝି ପାରିଇବେ କିଛି ।

       

    



Rate this content
Log in

Similar oriya story from Tragedy